ପରାମର୍ଶ କଣ ? ଏହା ସ୍ଵ ଜାଗରଣ ସୃଷ୍ଟି ପାଇଁ ଉଦ୍ଦିଷ୍ଟ । ଏହା ଜ୍ଞାନ ପ୍ରଦାନ କରେ । ଜଣଙ୍କୁ ଏକ ବିଷୟ ଭଲଭାବରେ ବୁଝିବା ପାଇଁ ସମର୍ଥ କରିଥାଏ । ପରାମର୍ଶର ପ୍ରକାରଭେଦ ପରିବାର ପରାମର୍ଶ ବ୍ୟକ୍ତିଗତ ପରାମର୍ଶ ବାଳୁତ ପରାମର୍ଶ ଦଳଗତ ପରାମର୍ଶ ଜୀବିକା ପରାମର୍ଶ ଛାତ୍ର /ଛାତ୍ରୀ ପରାମର୍ଶ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ସାଧାରଣ ପରାମର୍ଶ ଏଚ. ଆଇ. ଭି ପରାମର୍ଶ ବିବାହ ପରାମର୍ଶ ଆଲ୍ କୋହଲ୍ ସେବନ ନ କରିବା ପରାମର୍ଶ ନୈତିକ ବିଷୟ : ଗୋପନୀୟତା : ପରାମର୍ଶଦାତା ଗୋପନୀୟତା ଅର୍ଥ ପରାମର୍ଶ ଗ୍ରହିତାଙ୍କୁ ଭଲ ଭାବରେ ବୁଝାଇବା ଉଚିତ । ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ଓ ଏହାର କାର୍ଯ୍ୟକାରିତା ଦ୍ଵାରା କଣ ହେବ ତାହା ମଧ୍ୟ ବୁଝାଇବା ଉଚିତ । ପରାମର୍ଶଦାତା, ପରାମର୍ଶ ଗ୍ରହଣକାରୀଙ୍କୁ ଗୋପନୀୟତା ଓ ଏହାର ଗୁରୁତ୍ଵ ବୁଝାଇଥାନ୍ତି । (ଉଦାହରଣ ସ୍ୱରୂପ : ଯେତେବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଓ ଅନ୍ୟମାନଙ୍କ ପାଇଁ ବିପଦପୂର୍ଣ୍ଣ, ସେତେବେଳେ ପରାମର୍ଶଦାତା ବ୍ୟକ୍ତିଗତ ଭାବରେ ଦାୟିତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ଆଗରେ ସେହିକଥା ପ୍ରକାଶ କରିଥାଏ। ) ପରାମର୍ଶଦାତା ଗୋପନୀୟତାର ଗୁରୁତ୍ଵ ଉପରେ ଜୋର୍ ଦିଅନ୍ତି ଓ ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ନିୟମ ବ୍ୟବହାର କରନ୍ତି । ଗୋପନୀୟତା ର ସୀମା :ପରାମର୍ଶ ସମୟରେ ପ୍ରତ୍ୟକ ସୂଚନା ଗୋପନୀୟ ଅଟେ, କିନ୍ତୁ ଯେତେବେଳେ ନିଜ ପାଇଁ ତଥାଅନ୍ୟମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଯାଏ ସେତେବେଳେ ଏହି ଗୋପନୀୟତା ପ୍ରକାଶ କରାଯାଇଥାଏ । ଏଚ.ଆଇ.ଭି / ଏଡସ୍ ପରାମର୍ଶ ଅନ୍ୟାନ୍ୟ ମାରାତ୍ମକ ରୋଗର ଭଳି ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ଏହି ରୋଗରେ ମୃତ୍ୟୁ ସୁନିଶ୍ଚିତ । ଏହି ରୋଗରେ ଶାରିରୀକ ଭାବାବେଗ ଜନିତ, ଆର୍ଥିକ କ୍ଷତି ହେବା ସଙ୍ଗେ ସଙ୍ଗେ ମନସ୍ତାତ୍ତ୍ଵୀକ ସ୍ଖଳନ ମଧ୍ୟ ଘଟିଥାଏ। ଅଧିକାଂଶ ରୋଗୀ ନାହିଁ ନାହିଁରୁ ଏହି ଅପ୍ରିୟ ସତ୍ୟ ଗ୍ରହଣ କରଥାନ୍ତି । ଏହି ରୋଗରେ ପଡି ସେମାନେ ଭାବାବେଗ ଜନିତ ଚାହିଡାକୁ ମେଣ୍ଟାଇବା ପାଇଁ ଚେଷ୍ଟା କରିଛନ୍ତି । ଏଚ.ଆଇ.ଭି ରୋଗ ଓ ଅନ୍ୟାନ୍ୟ ରୋଗ ମଧ୍ୟରେ ଆଖିଦୃଷ୍ଟିଆ ତାରତ୍ୟ ଅଛି । ଏଗୁଡିକ ହେଲା ଘୋର ଅନ୍ଧବିଶ୍ଵାସ, ଘୃଣା ଓ ଅପବାଦ ଏଚ.ଆଇ.ଭି ର ସଂକ୍ରମଣ ଏବଂ ସ୍ନାୟରୋଗ ଜନିତ ମନସ୍ତାତ୍ତ୍ୱିକ ଅବସ୍ଥା ବିଶେଷ କରି ରୋଗର ଶେଷ ଅବସ୍ଥାରେ ଦେଖାଶୁଣା କରିବା ଅଧିକ କଷ୍ଟକର ଅଟେ । ଏହି ମାନସ୍ତାତ୍ତ୍ଵିକ ଡ଼ିଆଇଜି ଗୁଡିକ ହେଲା କ୍ଷତି: କାର୍ଯ୍ୟକରିବା କ୍ଷମତା ହ୍ରାସ, ସ୍ୱାସ୍ଥ୍ୟ, ସ୍ଵାଧୀନତା, ଆର୍ଥିକ ଦିଗ ସାମାଜିକ ସାହାଯ୍ୟ, ମାନସିକ ଭାରସାମ୍ୟ ଯୌନ ସ୍ଵାଧୀନତା ଏବଂ ସାଧାରଣ ଜୀବନ ଧାରଣ ସମୟ । ଚାପ: ସୂଚନାର ଅନିଶ୍ଚିତତା, ଭେଦଭାବ, ଦୋଷୀମନୋଭାବ, ଲଜ୍ୟା, କ୍ରୋଧ । ସାମାଜିକ ସମର୍ଥନ : ଏଡସ୍ ରୋଗର କାରଣ ଯୌନ ବ୍ୟବହାର ଜନିତ କି ? ମୃତ୍ୟୁ ଭୟ : ଯେତେବେଳେ ଜେନ ରୋଗୀ ମୃତ୍ୟର କଳ୍ପନା କରେ ସେତେବେଳେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ଜୀବନ ଦୁର୍ବିସହ ହୋଇପଡେ । ଏଡସ୍ ରୋଗୀମାନଙ୍କ ପାଇଁ ବ୍ୟକ୍ତିଗତ ଭାବରେ ସମସ୍ୟା ଭିନ୍ନ ଭିନ୍ନ । ପରାମର୍ଶ ଦେବା ପୂର୍ବରୁ ଆମକୁ ଏହାର ବିଭିନ୍ନଦିଗ ବିଶ୍ଲେସନ କରି ପରାମର୍ଶ ଦେବାକୁ ପଡିବ । ଏଚ.ଆଇ.ଭି ପରାମର୍ଶର ଏକାଧିକ ଦିଗର ଚିହ୍ନଟକରଣ ପରାମର୍ଶ ଓ କଳନା କରିବା ପୂର୍ବରୁ ଜଣେ ପରାମର୍ଶଦାତା ଏହା ବିଭିନ୍ନ ଦିଗ ବାବଦରେ ଜାଣିବା ଆବଶ୍ୟକ ସେଗୁଡିକ ହେଲା- ପରିବାର ସେମାନେ କେଉଁ ପ୍ରକାର ପରିବାରରୁ ଆସିଛନ୍ତି । ଜାତି/ ଧର୍ମ: ପରାମର୍ଶଦାତାଙ୍କ ପାଇଁ ସେପରି କିଛି ଜାଣିବାକୁ ଅଛି କି ? ଏପରି କିଛି ସମସ୍ୟା ଅଛି କି ଯାହା ଏଚ.ଆଇ.ଭି ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଯୌନ ସମ୍ଭାନ୍ଧୀୟ: ସମଲିଡ ବା ବିଷମଲିଙ୍ଗୀ, ପରିବାରରେ ଗ୍ରହଣ, ଏକୁଟିଆ ଓ ନିଜେ ଅନ୍ୟମାନଙ୍କ ଦ୍ଵାରା ଗ୍ରହଣ ନ ହେବାର ଅଭିଜ୍ଞାତା । ପରିସ୍ଥିତିକୁ ଖାପ ଖୁଆଇ ଚାଲିବା କୌଶଳ: ରୋଗୀ ପରିସ୍ଥିତିକୁ ଖାପ ଖୁଆଇ ଚଳିପାରିବ କି ନାହିଁ ? ସାମାଜିକ ସମର୍ଥନ: ରୋଗୀର ଅଭିଜ୍ଞାତା । ଭାବାବେଗଜନିତ ସ୍ତର: ଭାବାବେଗ ଯଥା: କ୍ରୋଧ, ଲଜ୍ୟା, ଭଲ ପାଇବା ଇତ୍ୟାଦିକୁ କିପରି ପରିଚାଳନା କରାଯାଏ । ଦୁଃଖ : ସାଧାରଣ, ଅସାଧାରଣ, ପୁରାତନ ଇତ୍ୟାଦି । ଆତ୍ମହତ୍ୟା ପ୍ରବୃତ୍ତି: ରୋଗୀ ଏହି ପ୍ରକାର ଚେଷ୍ଟା କରିଥିଲା କି ନାହିଁ ? ଯଦି ହିଁ ତାହାର ଯୋଜନା କ’ଣ ଥିଲା । ପରାମର୍ଶ ପୂର୍ବରୁ ରୋଗୀ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲା କି? ଅସୁସ୍ଥତାର ସୋପାନ: ରୋଗୀ ଏବେ ରୋଗର ପ୍ରାଥମିକ ଅବସ୍ଥାରେ ଅଛି କି? ରୋଗ ଗୁରୁତର କି? ସମାଧାନ ରହିତ ସମସ୍ୟା: ଏପରି କିଛି ? ଏହା ଉପରେ କଥାହେବା ପାଇଁ ପ୍ରସ୍ତୁତ କି? ମାନସିକ ଚାପର ସ୍ତର: ଅଧିକ ବା କମ ଧର୍ମ ସମ୍ଭାନ୍ଧୀୟ ସମସ୍ୟା: ସମସ୍ୟା ଅଛି କି? ଯଦି ହିଁ ସେ ଏହା ବାବଦରେ କଥା ହେବା ପାଇଁ ପ୍ରସ୍ତୁତ କି? ରୋଗୀ ସହିତ ବିସ୍ତୁତ ଆଲୋଚନା ପରେ, ପରବର୍ତ୍ତୀ ପଦକ୍ଷେପ ରୋଗୀ ସହିତ ବିସ୍ତୁତ ଆଲୋଚନା ହେବା ପରେ, ପରବର୍ତ୍ତୀ ପଦକ୍ଷେପ ହେଉଛି ସମସ୍ୟା କଳନା କରିବା । ରୋଗୀର ମାନସ୍ତାତ୍ତ୍ଵିକ ସମସ୍ୟା କ’ଣ? ରୋଗୀର ଶାରୀରିକ ଆବଶ୍ୟକତା କ’ଣ? ଧର୍ମ ସମ୍ବନ୍ଧୀୟ ଆବଶ୍ୟକତା କ’ଣ? ରୋଗୀ ଯନ୍ତ୍ରଣାର କଳନା କରନ୍ତୁ, ଶ୍ରଦ୍ଧାର ସହିତ ରୋଗୀର କଥା ଶୁଣନ୍ତୁ। ରୋଗୀକୁ ସମ୍ମାନ ଦେଖନ୍ତୁ । ରୋଗୀ ଯେପରି ନିଜ ସମସ୍ୟା ସମାଧାନ କରିପାରିବ ସେହି ପ୍ରକାର ପ୍ରଶ୍ନ ପଚାରିବା ପାଇଁ ରୋଗୀକୁ କୁହନ୍ତୁ। ଅନ୍ୟକୁ ଦୋଷ ଦେବାଭଳି ପ୍ରଶ୍ନ ସମସ୍ୟା ସମାଧାନ ପ୍ରଶ୍ନ ଅସୁବିଧା କ’ଣ ମୁଁ କ’ଣ ଚାହେଁ ? ଏହା କିପରି ଅସୁବିଧା ସୃଷ୍ଟି କରେ? ମୁଁ କେତେବେଳେ ଚାହେଁ ମୋର କାହିଁକି ଏହି ସମସ୍ୟା ଅଛି? ମୋ ପାଖରେ କି ପ୍ରକାର ସମ୍ଭଳ ଅଛି ? ଏହା କିପରି ଭଲ ହୁଏ? ମୁଁ କିପରି ଏହି ସମ୍ଭଳ ବ୍ୟବହାର କରିପାରିବ ? ଏହା କାହାର ଦୋଷ? ମୁଁ ଯଦି ରୋଗରେ ପଡିବି ମୁଁ କିପରି ଅନୁଭବ କରିବି ? ଏହା କାହାର ଦୋଷ? ମୋ ଜୀବନରେ ଆଉ କି ପରିବର୍ତ୍ତନ ଆସିବ ? ଏଡସ୍ ପରାମର୍ଶ କାହିଁକି ଆବଶ୍ୟକ ? ଆଜି ପର୍ଯ୍ୟନ୍ତ, ସମୁଦାୟ ଏଚ.ଆଇ.ଭି / ଏଡସ୍ ରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଖୁବ୍ କମ୍ ଲୋକଙ୍କର ଏହି ପରାମର୍ଶ ପାଇବାର କ୍ଷମତା ବା ସୁବିଧା ସୁଯୋଗ ଅଛି । ସେ ଯାହାହେଉ ଏହି ଏଚ.ଆଇ.ଭି /ଏଡସ୍ ବିଷୟରେ ପରାମର୍ଶ କେତେଗୁଡିଏ କାରଣ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ; କାରଣ ଏଚ.ଆଇ.ଭି ସଂକ୍ରମଣ ଜଣେ ବ୍ୟକ୍ତିକୁ ଜୀବନସାରା ସଂକ୍ରମିତ କରିଥାଏ । ଏହି ସଂକ୍ରମଣ ଦ୍ଵାରା ବିଭିନ୍ନ ପ୍ରକାର ଶାରୀରିକ, ସାମାଜିକ, ମନସ୍ତାତ୍ତ୍ଵିକ ସମସ୍ୟା ଦେଖାଦେଇଥାଏ । ଏହା କାଳକ୍ରମେ ଅଧିକ ବିପଦପୂର୍ଣ୍ଣ ହୋଇ ସଂକ୍ରମିତ ବ୍ୟକ୍ତିର ଆରୋଗ୍ୟରେ ବାଧା ଉପୁଯାଇଥାଏ । ରୋଗୀର ଆତ୍ମୀୟସ୍ଵଜନମାନେ ପ୍ରଭୁତ ମନସ୍ତାତ୍ତ୍ଵିକ ଓ ଭାବାବେଗ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିସହିତ ଏହି ସଂକ୍ରମଣରୁ ସାମୟିକ ଆରୋଗ୍ୟ ହେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ ହୋଇଥାଏ । ସଂକ୍ରମିତ ବ୍ୟକ୍ତିର କାର୍ଯ୍ୟଦକ୍ଷତା ହ୍ରାସ ପାଇ ସେ ପରିବାର ଉପରେ ବୋଝ ହୋଇଥାଏ । ଏ କ୍ଷେତ୍ରରେ ପରାମର୍ଶର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଚ. ଆଇ.ଭି / ଏଡସ୍ ଜନିତ ପରାମର୍ଶ , ସଂକ୍ରମିତ ବ୍ୟକ୍ତି ତଥା ପରିବାର ଓ ଗୋଷ୍ଠୀର ଯଥେଷ୍ଟ ସାହାଯ୍ୟ କରିଥାଏ । ବିପଦପୂର୍ଣ୍ଣ ଆଚରଣରେ ପରିବର୍ତ୍ତନ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ । କେବଳ ଜଣେ ଲୋକ ଏ ବାବଦରେ ଜାଣିଗଲେ ଯେ ତାହାର ବ୍ୟବହାରିକ ପରିବର୍ତ୍ତନ ଆସିଯିବ, ତାହା ନୁହେଁ, ଏହି ପରାମର୍ଶ ମାଧ୍ୟମରେ ଜଣେ ବହୁତ କିଛି ଶିଖିଥାଏ । ଯଥା ନିରାପଦ ଯୌନକ୍ରିୟା ଓ ସାମାଜିକ ଦାୟିତ୍ଵ । ବ୍ୟବହାରିକ ପରିବର୍ତ୍ତନ ଜଣେ ଲୋକକୁ ଏଚ.ଆଇ.ଭି ସଂକ୍ରମଣଠାରୁ ଦୂରେଇ ରଖିଥାଏ ଏବଂ ସଂକ୍ରମିତ ବ୍ୟକ୍ତି ମଧ୍ୟ ଅନ୍ୟକୁ ରୋଗ ସଂକ୍ରମଣ କରିବାରେ ଯଥେଷ୍ଟ ଯତ୍ନଶୀଳ ହୋଇଥାଏ । ଏଚ.ଆଇ.ଭି / ଏଡସ୍ ପରାମର୍ଶ କ’ଣ ? ଏଚ.ଆଇ.ଭି / ଏଡସ୍ ପରାମର୍ଶ , ପରାମର୍ଶଦାତା ଏବଂ ପରାମର୍ଶ ଗ୍ରହିତାଙ୍କ ମଧ୍ୟରେ ଏକ ପ୍ରକାର କଥୋପକଥନ ଅଟେ । ଏଚ.ଆଇ.ଭି/ଏଡସ୍ ପରାମର୍ଶ ସେବା ବା ଏଚ.ଆଇ.ଭି ସମ୍ପର୍କିତ ଯତ୍ନରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିରେ ଅନ୍ତର୍ଗତ ଯତ୍ନ ମୁଖ୍ୟତ ସ୍ୱାସ୍ଥ୍ୟ , ସାମାଜିକ ସେବା ସୁବିଧା , ଯେଉଁଠାରୁ ଜଣେ ଯତ୍ନ ଓ ସାମାଜିକ ସାହାଯ୍ୟ ପାଇଥାଏ । ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଲା :- ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ସାମାଜିକ ଓ ମନସ୍ତାତ୍ତ୍ଵିକ ସେବା ଯୋଗାଇଦେବା । ଏଚ.ଆଇ.ଭି ସଂକ୍ରମଣର ପ୍ରତିରୋଧ । ଏହି ଲକ୍ଷ୍ୟ ନିମ୍ନଲିଖିତ ମାଧ୍ୟମରେ ସାଧିତ ହୋଇଥାଏ । ଏଚ.ଆଇ.ଭି /ଏଡସ୍ ସମ୍ବନ୍ଧୀୟ ସୂଚନା ପ୍ରଦାନ (ସଂକ୍ରମଣର ମାଧ୍ୟମ , ପ୍ରତିଷେଧକ , ପରୀକ୍ଷା ) ସଂକ୍ରମିତ ବ୍ୟକ୍ତିର ପରିବାର , ବନ୍ଧୁମାନଙ୍କୁ ଭାବାବେଗଜନିତ ସମସ୍ୟା ସମାଧାନରେ ସାହାଯ୍ୟ କରିବା । ପ୍ରତିଷେଧାତ୍ମକ ବ୍ୟବସ୍ଥା ସମ୍ବନ୍ଧୀୟ ସୂଚନା ପ୍ରଦାନ । ସଂକ୍ରମଣର ପ୍ରତିଷେଧ ଓ ନିରାକରଣ ପାଇଁ ଆବଶ୍ୟକୀୟ ବ୍ୟବହାରିକ ପରିବର୍ତ୍ତନକୁ ଉତ୍ସାହିତ କରିବା । ପରାମର୍ଶ ଦ୍ଵାରା ପ୍ରଦତ୍ତ ଶାରୀରିକ ସାହାଯ୍ୟ ଜଣେ ବ୍ୟକ୍ତିର ମାନସିକ ଦାୟିତ୍ଵକୁ ବୃଦ୍ଧି କରିଥାଏ । ଏହା ଦ୍ଵାରା ବ୍ୟକ୍ତି ନିଜେ ଜାଣିପାରେ ଯେ , ସେ କି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଅଛି ଏବଂ ସେହି ଅନୁସାରେ ନିଜର ବ୍ୟକ୍ତିଗତ ନିଷ୍ପତି ନେବାରେ ସଫଳ ହୋଇଥାଏ । ଏଚ.ଆଇ.ଭି/ଏଡସ୍ ସଂକ୍ରମଣର ସଫଳ ମୁକାବିଲାର ଆତ୍ମବିଶ୍ଵାସ ବୃଦ୍ଧି ଏହି ପରମର୍ଶର ଏକ ଅବିଚ୍ଛେଦ ଅଙ୍ଗ ଅଟେ । ଏହି ପରାମର୍ଶ ପ୍ରଦାନ କରିବାର କୌଶଳ ପାରିପାର୍ଶ୍ଵିକ ଅବସ୍ଥା , ରୋଗୀର ମାନସିକ ଅବସ୍ଥା , କାଳ , ପାତ୍ର , ସ୍ଥାନକୁ ନେଇ ଭିନ୍ନ ଭିନ୍ନ ହୋଇଥାଏ । ଫଳପ୍ରଦ ପରାମର୍ଶ ପ୍ରଦାନର ସେପରି କୌଣସି ରୂପରେଖ ନାହିଁ । ଏହା ମଧ୍ୟ ଖାଲି କ୍ଲିନିକ୍ ବା ଡାକ୍ତର ରୋଗୀ ମଧ୍ୟରେ ସୀମାବଦ୍ଧ ହୋଇ ରହିବା ଉଚିତ୍ ନୁହେଁ । ଏହା ପ୍ରାୟ ସାମୟିକ ବାର୍ତ୍ତାଳାପ ସହିତ ସମାନ । ରୋଗୀର ସମସ୍ୟା ସମାଧାନରେ ଉତ୍ତମ ଭୂମିକା ଗ୍ରହଣ କରିଥାଏ । କେଉଁ ମାନଙ୍କ ପାଇଁ ପରାମର୍ଶ ଏହା ବ୍ୟକ୍ତି, ଦମ୍ପତି, ପରିବାର ବା ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ବିଶେଷ କରି ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଏହା ପ୍ରଦାନ କରାଯାଇ ପାରିବ । ଏଚ.ଆଇ.ଭି ସଂକ୍ରମଣର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବ୍ୟକ୍ତି । ଏଚ.ଆଇ.ଭି/ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତି ଓ ସେମାନଙ୍କର ସାଥି । ଏଚ.ଆଇ.ଭି ସଂକ୍ରମଣ ଦ୍ଵାରା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯଥା ଚାକିରୀ, ଗୃହ ପାଇବାରୁ ବଞ୍ଚିତ ବା ଅବହେଳିତ ହେଉଥିବା ବ୍ୟକ୍ତି । ପୁରୁଷ ବା ନାରୀ ଯେଉଁମାନଙ୍କର ଏକରୁ ଅଧିକ ଯୌନ ସାଥି ଥାଆନ୍ତି । ଡ୍ରଗ ସେବନକାରୀ ବ୍ୟକ୍ତି । ଅପରୀକ୍ଷିତ ରକ୍ତଜାତ ପଦାର୍ଥ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏଚ.ଆଇ.ଭି /ଏଡସ୍ ର ପରାମର୍ଶ ଏକାନ୍ତ ଆବଶ୍ୟକ । ଏହା ପରାମର୍ଶ ପ୍ରଦାନକାରୀ ଓ ପରାମର୍ଶ ଗ୍ରହଣ କରୁଥିବା ବ୍ୟକ୍ତିର ମୌଳିକ ଅଧିକାର ଅଟେ , ଯେପରି କି ଏହା କାନକୁ ଦୁଇକାନ ହୁଏ ନାହିଁ , କିନ୍ତୁ ପରିସ୍ଥିତିକୁ ଦେଖି ଏଥିରେ ବ୍ୟତିକ୍ରମ ଦେଖାଯାଇଥାଏ , ଯାହା ଦ୍ଵାରା ଏହି ଗୋପନୀୟତା ରୋଗୀଠାରେ ସୀମିତ ହୋଇ ରହେ ନାହିଁ । ଯଥା – ରୋଗୀର ପରିବାର , ଡାକ୍ତରଙ୍କୁ ସୂଚନା ଦେବାକୁ ପଡିଥାଏ । ଏଚ.ଆଇ.ଭି ସଂକ୍ରମଣର ବିପଦପୂର୍ଣ୍ଣ ଗୋଷ୍ଠୀମାନଙ୍କ ପାଇଁ ମଧ୍ୟ ଏହି ପରାମର୍ଶ ଗ୍ରହଣୀୟ , ଯାହାଦ୍ୱାରା ସେମାନଙ୍କ ମଧ୍ୟରୁ ଅନେକ ପ୍ରତିଷେଧାତ୍ମକ ବ୍ୟବସ୍ଥା ଆପଣେଇ ପାରିବେ । ଏପରିସ୍ଥିତିରେ ପରାମର୍ଶଦାତା ବିଭିନ୍ନ ପ୍ରକାର ବିପଦପୂର୍ଣ୍ଣ ବ୍ୟବହାରର ବିଚାର ଆଲୋଚନା କରି ଏହାର ପରିବର୍ତ୍ତନରେ ସାହାଯ୍ୟ କରିଥାଏ । ପରାମର୍ଶଦାତା ମଧ୍ୟ ଅନ୍ୟାନ୍ୟ ବିଷୟ ଯଥା : ରୋଗୀ ସହିତ ମିଶୁଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଧ୍ୟାନଦେବା ଉଚିତ , ଉଦାହରଣ ସ୍ୱରୂପ ଆମ ସମାଜରେ ଏପରି କେତେକ ସଂସ୍କୃତି ଅଛି ଯେଉଁଠାରେ ଜଣେ ପୁରୁଷ ଅନେକ ସ୍ତ୍ରୀ ଗ୍ରହଣ କରିଥାଏ । ଏ କ୍ଷେତ୍ରରେ ପୁରୁଷକୁ ସମାଜର ନିତି ନିୟମ ମାନି ଚଳିବାକୁ ପଡିଥାଏ । ତେଣୁ ସାମାଜିକ ସାଂସ୍କୃତିକ ଦିଗ ଉପରେ ଆଧାରିତ ବିକଳ୍ପ କି ପ୍ରକାର ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯଦି ଏ ପରିସ୍ଥିତିରେ ବିପଦପୂର୍ଣ୍ଣ ଆଚରଣର ସମ୍ଭାବନା ଅଛି ତେବେ ଏଚ.ଆଇ.ଭି/ଏଡସ୍ ଯାଞ୍ଚ ଅବଶ୍ୟମ୍ଭାବି । କେତେକ ସ୍ଥାନରେ ପରୀକ୍ଷାର ସୁବିଧା ସୁଯୋଗ ନଥାଏ , ଏଣୁ ପରାମର୍ଶର ଗୁରୁତ୍ଵ ଏଠାରେ ଯଥେଷ୍ଟ ବେଶୀ । କେଉଁମାନେ ପରାମର୍ଶ ଦେଇପାରିବେ ? ନର୍ସ , ସ୍ୱାସ୍ଥ୍ୟକର୍ମୀ ଏବଂ ଯେଉଁମାନେ ଏହି ପରାମର୍ଶ ଦେବାରେ ପ୍ରଶିକ୍ଷଣ ପାଇଥାନ୍ତି । ପରାମର୍ଶଦାତା ଓ ମନୋବିଜ୍ଞାନୀ । ଧର୍ମୀୟ ସଂଗଠନ ବ୍ୟକ୍ତି , ଗୋଷ୍ଠୀରେ ବିକାଶ କାର୍ଯ୍ୟ କରୁଥିବା ବ୍ୟକ୍ତି । ଏଚ.ଆଇ.ଭି/ଏଡସ୍ ସଂକ୍ରମିତ ବ୍ୟକ୍ତି (ପରାମର୍ଶ ପ୍ରଶିକ୍ଷଣ ପାଇସାରିବା ପରେ ) । କେଉଁ ଠାରେ ପରାମର୍ଶ ପ୍ରଦାନ କରାଯାଇପାରିବ ? ଏହା ଡାକ୍ତରଖାନା, ଯୌନ ରୋଗ କ୍ଲିନିକ୍, ପରିବାର ନିୟୋଜନ କ୍ଲିନିକ୍, ଉକ୍ତ ପ୍ରଦାନ ସ୍ଥାନ, ସାମୁଦାୟିକ ସ୍ଵାସ୍ଥକେନ୍ଦ୍ର, ସ୍କୁଲ୍, ଚର୍ଚ୍ଚ ଇତ୍ୟାଦିରେ ଦିଆଯାଇପାରିବ । ଏଚ.ଆଇ.ଭି ସଂକ୍ରମଣର ପ୍ରାର୍ଦୁଭାବକୁ ଧ୍ୟାନଦେଇ ସଂପୃକ୍ତ ସ୍ଥାନରେ ମଧ୍ୟ ଏହା ପ୍ରଦାନ କରାଯାଇପାରିବ । ଯେଉଁ ସ୍ଥାନରେ ଏଚ.ଆଇ.ଭି ସଂକ୍ରମଣ ପ୍ରାର୍ଦୁଭାବ ବେଶୀ ସେଠାରେ ମଧ୍ୟ ପରାମର୍ଶ ପ୍ରଦାନ କରାଯାଇପାରିବ । ପରାମର୍ଶ ବନାମ ସ୍ୱାସ୍ଥ୍ୟଶିକ୍ଷା : ଏହି ଦୁଇଟିର ପ୍ରାୟ ଅନେକ ଦିଗ ସମାନ ଯଥା ପରାମର୍ଶଦାତାଙ୍କ ଦକ୍ଷତା, ଏଚ.ଆଇ.ଭି ପ୍ରତିଷେଧକ ଓ ଯତ୍ନ ଉପରେ ଅଗାଧ ଜ୍ଞାନ, ସଂସ୍କୃତି, ପରାମର୍ଶ ଗ୍ରହଣକାରୀଙ୍କ ଜ୍ଞାନ, ଇଚ୍ଛା, ଆବଶ୍ୟକତା ଇତ୍ୟାଦି କିନ୍ତୁ ଏଚ.ଆଇ.ଭି / ଏଡସ୍ ପରାମର୍ଶ ଏକ ଗୁପ୍ତ ଯୋଗାଯୋଗ ଯାହା ପରାମର୍ଶ ଗ୍ରହଣକାରୀଙ୍କ ଆବଶ୍ୟକତା ଅନୁଯାୟୀ ପ୍ରଦାନ କରାଯାଇଥାଏ । ଏଥିରେ ଭାବାବେଗ ଜନିତ ପରାମର୍ଶକୁ ପ୍ରାଧାନ୍ୟ ଦିଆଯାଇ ସମସ୍ୟା ସମାଧାନ କରାଯାଇଥାଏ । ଏଚ.ଆଇ.ଭି / ଏଡସ୍ ଉପରେ ଶିକ୍ଷା ଅନ୍ୟପକ୍ଷରେ ଏକ ଯୋଗାଯୋଗ ଯେଉଁଥିରେ ଏକାନ୍ତ ବା ଗୁପ୍ତ କିଛି ନଥାଏ । ଏହା ସାଧାରଣତଃ ଜନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଧାରିତ ଯଥା ଏଚ.ଆଇ.ଭି ସଂକ୍ରମଣର ପ୍ରତିଷେଧକ , ରୋଗୀପ୍ରତି ଭେଦଭାବ ମନୋବୃତ୍ତି , ଏବଂ ଯତ୍ନ ବା ସେବା ବିଷୟରେ ଶିକ୍ଷା ଦିଆଯାଇଥାଏ । ଏଣୁ ଏଚ.ଆଇ.ଭି/ଏଡସ୍ ପରାମର୍ଶରେ ଯୋଗାଯୋଗର ମହତ୍ତ୍ଵ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଜଣେ ଅନ୍ୟ ଜଣଙ୍କ ସହିତ ଯୋଗାଯୋଗ ସ୍ଥାପନ କରିଥାଏ , ଯାହା ମୁଖ୍ୟତ ଯୋଗାଯୋଗ ଦକ୍ଷତା ବାର୍ତ୍ତାଳାପ ଦକ୍ଷତା ଓ ଶୁଣିବା ଉପରେ ପର୍ଯ୍ୟବେଶିତ । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"