କୁଶଳୀ ପରାମର୍ଶଦାତା ଉତ୍ସାହ : ରୋଗୀକୁ ଉତ୍ସାହିତ କରିବା ପରାମର୍ଶଦାତାଙ୍କ ଏକ ମୁଖ୍ୟ ଗୁଣ ଅଟେ । ଏହାଦ୍ୱାରା ରୋଗୀ ଉତ୍ସାହିତ ହୋଇ ନିଜ ଉପରେ ଆସ୍ଥାରଖି ଜୀବନକୁ ଅଧିକ ଉପଯୋଗୀ କରିଥାଏ । ସୃଜନା : ରୋଗୀର ଆବଶ୍ୟକତାକୁ ନେଇ ପରାମର୍ଶଦାତା ବିଭିନ୍ନ ପ୍ରକାର କୌଶଳ ଯଥା ସୃଜନଶୀଳତା , ସମନ୍ଵୟ ଓ ଆବଶ୍ୟକତା ଆନୁଯାୟୀ ପରିବର୍ତ୍ତନ ବୁଝାଇଥାଆନ୍ତି। ଆବେଗିକ ଦୃଢତା: ପରାମର୍ଶଦାତାର ଆବେଗିକ ଭାରସାମ୍ୟ ରକ୍ଷା ନ ହୋଇପାରିଲେ ରୋଗୀର କ୍ଷତି ହେବାର ସମ୍ଭାବନା ଥାଏ । ଏହାଦ୍ୱାରା ରୋଗୀ ମନରେ ସନ୍ଦେହ ଓ ଦ୍ଵିଧା ସୃଷ୍ଟି ହୋଇ ରୋଗୀ ଅଧିକ ନିରାଶ ହୋଇଯାଏ । ହୃଦୟଗ୍ରାହୀ ଏବଂ ଯତ୍ନଶୀଳ : ଯେଉଁମାନଙ୍କର ସାହାଯ୍ୟ ସହଯୋଗର ଆବଶ୍ୟକତା ଆଛି, ସେମାନଙ୍କୁ ସାହାଯ୍ୟ କରିବା ପରାମର୍ଶଦାତାଙ୍କର କର୍ତ୍ତବ୍ୟ ଅଟେ ।ସେମାନେ ଅନ୍ୟମାନଙ୍କର ଆବେଗିକ ସ୍ଥିତି ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି । ଏଡସ୍ ରୋଗୀ ଏମାନଙ୍କଠାରୁ ସାହାଯ୍ୟ ଓ ଦୟା ପାଇବା ସହିତ , ଜୀବନକୁ କିପରି ସୃଜନାତ୍ମ କରି ହେବ ତାହାର ଉପାଦାନ ପାଇଥାନ୍ତି ଏହାଦ୍ୱାରା ରୋଗୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏହିଭାବ ସମାଧାନ କରିପାରେ । ଆତ୍ମ ଚେତନା : ଆତ୍ମ ଚେତନା ଜଣେ ପରାମର୍ଶଦାତାଙ୍କୁ ଅଧିକ ସହଯୋଗ କରିଥାଏ । ସେ ନିଜର ସୀମାକୁ ଭଲଭାବରେ ଜାଣି ରୋଗୀକୁ ପରାମର୍ଶ ଦେଇଥାନ୍ତି । ସାମଗ୍ରିକ ବିକାଶ ଏହାଦ୍ୱାରା ରୋଗୀର ସାମଗ୍ରିକ ବିକାଶ ହେବା ସହିତ ରୋଗୀ ଉତ୍ସାହିତ ହୋଇ ଜୀବନକୁ ଅଧିକ ସରସ ସୁନ୍ଦର କରିବାରେ ସମର୍ଥ ହୋଇଥାଏ । ଗୁଣାତ୍ମକ ଆତ୍ମ ସ୍ୱରୂପ ପରାମର୍ଶଦାତାଙ୍କର ନିଜର ଆତ୍ମାସ୍ଵରୂପ ଦ୍ଵାରା ରୋଗୀକୁ ନକରାତ୍ମକ ପ୍ରବୃତ୍ତିରୁ କ୍ଷାନ୍ତ କରି ସକାରାତ୍ମକ ଚିନ୍ତାଧାରା ଆଣିବାରେ ସାହାଯ୍ୟ କରିଥାଏ । ନିଜେ ରୋଗୀ ପାଇଁ ନିଷ୍ପତି ନ ନେବା ରୋଗୀକୁ ନିଷ୍ପତି ନେବାରେ ସାହାଯ୍ୟ କରିବା, ପରାମର୍ଶଦାତା ରୋଗୀ ଉପରେ ନିଜର ମୂଲ୍ୟ ଓ ବିଚାରବୋଧ ଲଦିଦେବା ଉଚିତ ନୁହେଁ ଓ ରୋଗୀ ପାଇଁ କେଉଁଟା ଖରାପ ବିଚାର କରିବା ଆଦୌ ଉଚିତ ନୁହେଁ । ରୋଗୀ ନିଜେ ଯେପରି ନିଜର ସମସ୍ୟା ସମାଧାନର ବାଟ ଖୋଲିପାରିବ ସେଥିପ୍ରତି ରୋଗୀକୁ ଉତ୍ସାହିତ କରିବା ଉଚିତ । ସହୃଦୟତା , ସମ୍ମାନ ଏହି ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଲୋକମାନଙ୍କ ଉପରେ ଆସ୍ଥା ଓ ବିଶ୍ଵାସ ରୋଗୀମାନଙ୍କ ସହିତ ମିଶି ସେମାନଙ୍କର ସୁଖ ଦୁଃଖରେ ସାଥି ହୋଇ କାର୍ଯ୍ୟକଲେ ରୋଗୀ ଜୀବନ ପ୍ରତି ଆଶା ପୂର୍ଣ୍ଣ ହୋଇଥାଏ । ରୋଗୀର ଆତ୍ମବଳ ବୃଦ୍ଧି ପାଇଥାଏ । ଶିକ୍ଷାଲାଭ ଜଣେ ଫଳପ୍ରଦ ପରାମର୍ଶଦାତା ଜୀବନସାରା ଶିକ୍ଷା ଗ୍ରହଣ କରିଥାନ୍ତି । ନୂଆ ପରାମର୍ଶଦାତାଙ୍କ ପାଇଁ କେତୋଟି ସାଧାରଣ ସମସ୍ୟା - ଗୋଟିଏ ଘଟଣାରେ ରହିଯିବା ଓ ଅନ୍ୟ ବିଷୟକୁ ଧ୍ୟାନ ନଦେବା । ରୋଗୀର ଦୁଃଖ ଲାଘବ ପାଇଁ ନିଜେ କିଛି କରିପକାଇବା । ରୋଗୀ ପାଇଁ ନିଷ୍ପତି କରିବା । ରୋଗୀଠାରୁ ଅନେକ କିଛି ଆଶା କରିବା । ରୋଗୀକୁ ଅଧିକ ସାହାଯ୍ୟ କରିବା । ପରାମର୍ଶ କିପରି ଦିଆଯାଏ ନ ଜାଣି ରୋଗୀକୁ ବିଭ୍ରାନ୍ତ କରିବା । ଅଧିକ ସାହାଯ୍ୟ କରିବା ପାଇଁ ଇଚ୍ଛା । ବ୍ୟକ୍ତିଗତ ଭାବରେ ସମସ୍ୟାକୁ ଗ୍ରହଣ କରିବା । ପରାମର୍ଶ ମାଧ୍ୟମରେ କମ ଅଭିଜ୍ଞତା ଇତ୍ୟାଦି । ପରାମର୍ଶର ଧାରା / ପଦ୍ଧତି ପରାମର୍ଶ ସେବାକୁ ବୃତ୍ତି ରୂପେ ଗ୍ରହଣ କରିଥିବା ବ୍ୟକ୍ତିମାନେ ପ୍ରଥମେ ସମସ୍ୟାର କାରଣକୁ ଜାଣିବା ପାଇଁ ବିଭିନ୍ନ ଉପାୟର ସାହାଯ୍ୟ ନେଇଥାନ୍ତି । ପରାମର୍ଶ ଗ୍ରହିତା ସହିତ ବିଭିନ୍ନ ପକାର କଥୋପକଥନ ମାଧ୍ୟମରେ ସଂପୃକ୍ତ ରହିପାରେ । କରିବାରେ ଅନେକ ସମୟ ଦେଇଥାନ୍ତି ପରାମର୍ଶଦାତା । ରୋଗୀଙ୍କ ଠାରୁ ସବୁ ବିଷୟ ଜାଣିବା ଉଦ୍ଦେଶ୍ୟରେ ତାଙ୍କ ଇତିହାସକୁ ସଂଗ୍ରହ କରିଥାନ୍ତି । ଏସବୁ କରିବାକୁ ହେଲେ ଜଣେ ପରାମର୍ଶଦାତାଙ୍କୁ କେତେକ ପଦ୍ଧତି ସାହାଯ୍ୟରେ ବିଭିନ୍ନ ସୋପାନ ଦେଇ ପରାମର୍ଶ କାର୍ଯ୍ୟ ସମ୍ପାଦାନ କରିବାକୁ ହୋଇଥାଏ । ଏଥର ଦେଖିବା ସେହି ପଦ୍ଧତିଗୁଡିକ କ ’ଣ ଏବଂ ପଦ୍ଧତି ପାଇଁ ପ୍ରତ୍ୟକ ସୋପାନର ଅନୁସରଣ କିପରି କରାଯାଉଛି । ପ୍ରଥମ ସୋପାନ : ସମ୍ପର୍କ ସ୍ଥାପନ - ଜଣକୁ ସାହାଯ୍ୟ କରିବାର ପ୍ରଥମ ସୋପାନରେ ସମ୍ପର୍କ ସ୍ଥାପନ କରାଯାଇଥାଏ । ଏହାଦ୍ୱାରା ପରାମର୍ଶ ଦେବା ଏବଂ ରୋଗୀକୁ ସାହାଯ୍ୟ କରିବାର ସମସ୍ତ ଦ୍ଵାର ଖୋଲା ହୋଇଯାଏ । ପରାମର୍ଶଦାତା ଓ ପରାମର୍ଶଗ୍ରହିତାଙ୍କ ସମ୍ପର୍କ ଦୁଇ ପ୍ରକାରର ....... ପରାମର୍ଶଦାତାଙ୍କର କର୍ତ୍ତବ୍ୟ ଓ ନିୟମ ପାଳନ ....... ପରାମର୍ଶଦାତା ଓ ପରାମର୍ଶ ଗ୍ରହିତା ଉଭୟଙ୍କର କର୍ତ୍ତବ୍ୟ ଓ ନିୟମ ପାଳନ ପରାମର୍ଶଦାତା ପାଳନ କରୁଥିବା ନିୟମ ଓ କର୍ତ୍ତବ୍ୟ ଗୁଡିକ ହେଲା – ସହାନୁଭୂତି /ସହୃଦୟତା ବା ଦୟାଭାବ ସମ୍ମାନ ପ୍ରଦର୍ଶନ ଉପଯୁକ୍ତତା ଆତ୍ମ – ପ୍ରକାଶ କହିରଖିବା/କଥାହେବା /ଦୃଢମନୋଭାବ ପରାମର୍ଶଦାତା ଓ ପରାମର୍ଶ ଗ୍ରହିତା ଉଭୟ ପାଳନ କରୁଥିବା ନିୟମ ଗୁଡିକ ହେଲା - ଉଭୟଙ୍କ ମଧ୍ୟରେ କାର୍ଯ୍ୟ ସମ୍ବନ୍ଧୀୟ ସମ୍ପର୍କ । ପରସ୍ପର ମଧ୍ୟରେ ବିଶ୍ଵାସ ଭାବକୁ ବୁଝିବା । ଦ୍ଵିତୀୟ ସୋପାନ : ନିରୂପଣ ଓ ଲକ୍ଷ୍ୟ ଧାର୍ଯ୍ୟ : ନିରୂପଣ ପଦ୍ଧତିରେ ଉଭୟ ପରାମର୍ଶଦାତା ଓ ପରାମର୍ଶ ଗ୍ରହିତାଙ୍କ ମଧ୍ୟରେ ରୋଗ ପୂର୍ବରୁ ଘଟଣା ଗୁଡିକ ଆଲୋଚନା କରାଯାଇଥାଏ । ଏହି ଆଲୋଚନା ମାଧ୍ୟମରେ ପରାମର୍ଶଦାତା , ପରାମର୍ଶ ଗ୍ରହିତାଙ୍କର ନିଜସ୍ଵ ଭାବ , ପ୍ରକୃତି , ଅନୁଭୂତି ଏବଂ ବିଭିନ୍ନ ବିଷୟକ ଭାବନା ଗୁଡିକୁ ଖୋଲାଖୋଲି ଆଲୋଚନା କରିଥାନ୍ତି । ଏହା କରିବା ଦ୍ଵାରା ପରାମର୍ଶ ଗ୍ରହିତାଙ୍କର କେଉଁ ପ୍ରକାର ପରାମର୍ଶ ଓ ସାହାଯ୍ୟର ଆବଶ୍ୟକତା ରହିଛି ତାହା ଜଣା ପଡିଥାଏ । କେବଳ ରୋଗୀକୁ ନେଇ ପରାମର୍ଶଦାତା ବିଭିନ୍ନ ପ୍ରକାର କଥାବାର୍ତ୍ତା ଦ୍ଵାରା ରୋଗୀର ବର୍ତ୍ତମାନ ସମୟର ଆବଶ୍ୟକତାକୁ ଜାଣିପାରନ୍ତି । ଏହାକୁ ଇଂରାଜୀରେ କ୍ଲାୟେଣ୍ଟ ସେଣ୍ଟର୍ଡ ଇନ୍ ଟରଭ୍ୟୁ ବୋଲି କୁହାଯାଏ । ଏହି ପଦ୍ଧତିରେ ଅନେକ ତଥ୍ୟର ଆବଶ୍ୟକତା ପଡେ ସେଗୁଡିକ ହେଲା – ରୋଗୀ କୈନ୍ଦ୍ରିକ କଥୋପ କଥନ ନାମ ବୟସ ଶିକ୍ଷାଗତ ଯୋଗ୍ୟତା ପିତାମାତା ଭାଇଭଉଣୀ ବିବାହିତା /ଅବିବାହିତା ଧର୍ମ ବିଭିନ୍ନ ଅବସ୍ଥା ସହିତ ଖାପ ଖୁଆଇ ଚଳିବାର କ୍ଷମତା ସ୍ୱାସ୍ଥ୍ୟ ପରାମର୍ଶ ଗ୍ରହିତାଙ୍କ ବର୍ତ୍ତମାନ ତଥା ପୂର୍ବ ସମୟ ସ୍ୱାସ୍ଥ୍ୟ ଅବସ୍ଥା ପରିବାରରେ କେହି ହେଲେ ଭୀଷଣ ଭାବେ ଅସୁସ୍ଥ ଥିଲେ କି ? ଯଦିଥିଲେ, ସେ ସମୟରେ ସାରା ପରିବାରର ମାନସିକ ଅବସ୍ଥା କିପରିଥିଲା ? ବିମୁଖଭାବ ପ୍ରଦର୍ଶନ କରିଥିଲେ । କ୍ରୋଧ ଭାବ ପ୍ରଦର୍ଶନ । ଅସୁସ୍ଥତାକୁ ସହ୍ୟ କରିନେଇଥିଲେ । ଉପରୋକ୍ତ ତିନୋଟି ମଧ୍ୟରୁ କେଉଁ ଭାବ ପ୍ରକାଶ ପାଇଥିଲା ତାହା ଜାଣିବା ଆବଶ୍ୟକ । ନିକଟ ଅତୀତରେ ପରିବାରର କେହି ମୃତ୍ୟୁବରଣ କରିଛନ୍ତି କି ? ଯଦି କାହାର ମୃତ୍ୟୁ ହୋଇଛି ସେଥିପାଇଁ ରୋଗୀ ଦୁଃଖିତ ଅଛନ୍ତି କି ? ଯଦି ଅଛନ୍ତି , ତାହା କେଉଁ ପ୍ରକାରର , ଯଥା : କେଉଁ ପ୍ରକାର ସମ୍ପର୍କ (ମୃତ୍ୟୁ ବ୍ୟକ୍ତି ସହିତ ) ସାଧାରଣ ଦୁଃଖ ଭାବ ବିଳମ୍ବିତ ଦୁଃଖ ଭାବ ବହୁଦିନ ଧରି ଦୁଃଖ ଭାବ ପ୍ରଦର୍ଶନ ଇତ୍ୟାଦି ; ପରାମର୍ଶ ଗ୍ରହିତାଙ୍କ ପରିବାର କେଉଁ ପ୍ରକାରର ଅଟନ୍ତି , ଯଥା – ମିଳୁଥିବା ସାହାଯ୍ୟ କେଉଁ ପ୍ରକାରର ସମ୍ପର୍କ ଉତ୍ତମ ସାଂସାରିକ ଚଳଣୀ ତୃଟିପୂର୍ଣ୍ଣ ସାଂସାରିକ ଚଳଣୀ ପରିବାରିକ ସାମାଜିକ / ଗୋଷ୍ଟୀଗତ ପରିବାର , ବନ୍ଧୁବାନ୍ଧବ ଓ ସାଙ୍ଗସାଥି ତଥା ସହକର୍ମୀ ମାନଙ୍କ ସହିତ ପରାମର୍ଶ ଗ୍ରହିତାଙ୍କର କିଭଳି ସମ୍ପର୍କ ରହିଛି । ରୋଗୀ (ପରାମର୍ଶ ଗ୍ରହିତା ) ତାଙ୍କର ଶୋଇବା ଢଙ୍ଗ କ୍ଷୁଧା ଓ ଶାରୀରିକ ଶକ୍ତି ପରାମର୍ଶ ଦେବା ପୂର୍ବରୁ ରୋଗୀ ବିଷୟରେ ଉପରୋକ୍ତ ତଥ୍ୟ ଗୁଡିକ ଜାଣି ରଖିବା ଉଚିତ୍ ପରାମର୍ଶ ଗ୍ରହିତାଙ୍କୁ କେନ୍ଦ୍ରକରି କିପରି ଭାବେ ପରାମର୍ଶ ଦେବା ଆରମ୍ଭ କରିବେ । ଏହି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବା ଉଚିତ । ନମୂନା ସହିତ ଏହାର ସ୍ଵତନ୍ତ୍ର ପଦ୍ଧତି ଗୁଡିକ ନିମ୍ନରେ ପ୍ରଦତ୍ତ ହେଲା । ଆପଣ ଏଠାକୁ କ ’ଣ ପାଇଁ ଆସିଛନ୍ତି । ମୁଁ ଆପଣଙ୍କୁ କେଉଁ ପ୍ରକାର ସାହାଯ୍ୟ କରିପାରିବି ? ଆମ ଦୁଇଜଣଙ୍କର ଆଲୋଚନା କେଉଁଠାରୁ ଆରମ୍ଭ କରିବା ? ଉପରୋକ୍ତ ପ୍ରଶ୍ନଗୁଡିକ ପରାମର୍ଶ ଗ୍ରହିତାଙ୍କୁ କେନ୍ଦ୍ରକରି ପଚରାଯିବା ଆବଶ୍ୟକ । ଏହା ତାଙ୍କର ଅଙ୍ଗେ ଲିଭାଇଥିବା ଘଟଣା ସବୁ କୁ ଜାଣିବାରେ ପରାମର୍ଶଦାତାଙ୍କୁ ସୁବିଧା ହୋଇଥାଏ । ଘଟଣାବଳୀର ବର୍ଣ୍ଣନା କ୍ରମେ ପରାମର୍ଶ ଗ୍ରହିତା ଜୀବନର ଅନେକ କଥା କୁ ଖୋଲାଖୋଲି ଭାବରେ କହିଥାନ୍ତି । କଥୋପକଥନର କିଛି ଅଂଶ (ଉଦାହରଣ) ପରାମର୍ଶ ଦାତା : ମୁଁ ବୁଝିଛି ଯେ ଆପଣ ଏହି କଥୋପକଥନ ପାଇଁ ରାଜି ଅଟନ୍ତି । ପରାମର୍ଶ ଗ୍ରହିତା : ହଁ (ଏସବୁ ପଚାରିଲା ବେଳେ ରୋଗୀ କହୁଥିବା କଥାକୁ ଗୋପନ ରଖନ୍ତୁ ଏବଂ କଥାବାର୍ତ୍ତାକୁ ଏକ ସ୍ଵତନ୍ତ୍ର ସୀମା ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ )ଏଥର ପୁଣି ପଚାରିବା ଆରମ୍ଭ କରନ୍ତୁ । ପରାମର୍ଶଦାତା : ଆପଣଙ୍କ ନାମ କ ’ଣ ? ପରାମର୍ଶଗ୍ରହିତା : ମୋ ନାମ ଚଞ୍ଚଳା । ପରାମର୍ଶଦାତା : ଆପଣଙ୍କ ବୟସ କେତେ ପରାମର୍ଶଗ୍ରହିତା : ବତିଶି । ଏହିପରି ଭାବରେ ବିଭିନ୍ନ ପ୍ରଶ୍ନ ପଚାରି ରୋଗୀ ବିଷୟରେ ଅନେକ କିଛି ଜାଣିଥାନ୍ତି ପରାମର୍ଶଦାତା (କେଉଁ ବିଷୟରେ ପଚରାଯିବ ଓ ଏହାର ପଦ୍ଧତି ପୂର୍ବରୁ ଆଲୋଚନା ହୋଇଛି ) ପରାମର୍ଶଗ୍ରାହି ତାଙ୍କଠାରୁ ସମସ୍ତ ବିଷୟ ଜାଣିସାରିଲା ପରେ ତାଙ୍କର କି ଆବଶ୍ୟକତା ରହିଛି ସେହି ସମ୍ବନ୍ଧୀୟ ଆଲୋଚନା କରିଥାନ୍ତି , ଉଦାହରଣ ସ୍ୱରୂପ :- ପରାମର୍ଶ ଗ୍ରହିତା : ମୋର ଜୀବନରେ ଯାହା କିଛି କରିବାର ଥିଲା ପ୍ରାୟ ସମସ୍ତ କଥା କରିସାରିଛି । ପରାମର୍ଶଦାତା : ଆପଣ ନ କରି ପାରିଥିବା କାର୍ଯ୍ୟଗୁଡିକ ମଧ୍ୟରୁ କ ’ଣ ସବୁ ଚାହୁଁଛନ୍ତି ? ଯଦି ପରାମର୍ଶଦାତା କେତୋଟି ସମସ୍ୟାକୁ ଜାଣିପାରୁଛନ୍ତି , ତେବେ ଅଧିକାଂଶ ସମୟରେ ଭୋଗୁଥିବା ସମସ୍ୟା ଓ ପୁରାତନ ସମସ୍ୟାଗୁଡ଼ିକୁ ଭଲଭାବରେ ବର୍ଣ୍ଣନା କରିବା ପାଇଁ ପରାମର୍ଶ ଗ୍ରହିତାଙ୍କୁ କୁହନ୍ତୁ । ଯେଉଁଠାରେ କେବଳ ଗୋଟିଏ ସମସ୍ୟା ନଥାଇ ବେଶୀ ସମସ୍ୟା ଦେଖାଦେଇଥିବ ସେ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ତର୍ଜମା କରି ପରସ୍ପର ମଧ୍ୟରେ ସମ୍ପର୍କ ମୂଳକାରଣ ସବୁକୁ ଜାଣିବା ବିଧେୟ । ଉଦାହରଣ ସ୍ୱରୂପ : ପରାମର୍ଶ ଗ୍ରହିତା : ରାତ୍ରିରେ ନିଦ୍ରା ହେବାକୁ କଷ୍ଟ ହେଉଛି । ରାତ୍ରିରେ ନିଦ ହେଉନାହିଁ । ପରାମର୍ଶଦାତା : ଆପଣ ଶୋଇବାବେଳେ କେଉଁ ଅସୁବିଧା ହେଉଛି । କେବେଠୁ ଏହି ଅସୁବିଧା ହେଉଛି । ଏହିପରି ମୁକ୍ତ ପ୍ରଶ୍ନ ସବୁ ପଚାରିବା ଦ୍ଵାରା ପରାମର୍ଶଗ୍ରହିତା ନିଜକଥା କହିବାକୁ ଇଚ୍ଛା କରିଥାନ୍ତି । ତୃତୀୟ ଥରରେ ଭଲକରି ଜାଣିବାକୁ ଚେଷ୍ଟା କରନ୍ତୁ , ପରାମର୍ଶ ଗ୍ରହିତା – ଦୁଃଖିତ ଅଛନ୍ତି କି ? କିଛି କହୁ ନାହାଁନ୍ତି କି ? ନିଜର କେତେକ ଦାବି ବା ଅଧିକାରକୁ ଜଣାଉଛନ୍ତି କି ? ତାଙ୍କ ଉପରେ କତ୍ତୃତ୍ଵ ଜାରି କରୁଥିବା ଭଳି ବ୍ୟକ୍ତିତ୍ଵଙ୍କୁ ପସନ୍ଦ କରୁନାହାଁନ୍ତି କି ? ଚତୁର୍ଥରେ ପରାମର୍ଶ ଦେବା ପୂର୍ବରୁ ଦେଖି ନିଅନ୍ତୁ ଯେ , ରୋଗୀ ର ଶରୀର ସୁସ୍ଥ ଅଛି କି ନାହିଁ । ଯଦି ଅସୁସ୍ଥ ତେବେ ଡାକ୍ତରଙ୍କ ପାଖରେ ଏଥିପାଇଁ ଚିକିତ୍ସା କରାଇ ସାରି ପରାମର୍ଶ କାର୍ଯ୍ୟ ଆରମ୍ଭ କରନ୍ତୁ । ଥରଟିଏ ପରାମର୍ଶଗ୍ରହିତାଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କଠାରୁ ସମସ୍ତ ପ୍ରକାର ତଥ୍ୟ ଜାଣିଗଲା ପରେ ତିନୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେଗୁଡିକ ହେଲା - ଆବଶ୍ୟକତାର ନିର୍ଣ୍ଣୟ ରୋଗୀଙ୍କ ସାଙ୍ଗରେ କଥାବାର୍ତ୍ତା ଏବଂ ଲକ୍ଷ୍ୟ ଧାର୍ଯ୍ୟ ନିର୍ଣ୍ଣୟ, ନିରୂପଣ, ନିର୍ଦ୍ଧାରଣ ରୋଗୀ ପାଇଁ କିଛି ପନ୍ଥା ନିର୍ଣ୍ଣୟ କରିବାକୁ ହେଲେ କେତେକେ ପ୍ରଶ୍ନ ମାଧ୍ୟମରେ ତାଙ୍କର ଇଚ୍ଛା , ମନୋବୃତ୍ତି ଇତ୍ୟାଦିକୁ ଲକ୍ଷ୍ୟ କରିବାକୁ ହୁଏ । ଏହାକୁ ନିର୍ଦ୍ଧାରଣ , ନିର୍ଣ୍ଣୟ , ବା ନିରୂପଣ ହେଲେ ବିଭିନ୍ନ ପ୍ରଶ୍ନ ପଚାରିବାକୁ ହୁଏ । ଉଦାହରଣ ସ୍ୱରୂପ : ପରାମର୍ଶଦାତା – ଆପଣ କ ’ଣ ସବୁ ଭୋଗୁଛନ୍ତି ବା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି ଉତ୍ତର ଦେବାକୁ ଯାଇ ପରାମର୍ଶଗ୍ରହିତା ଯେତେବେଳେ ନିଜର ଅନୁଭୂତିକୁ କହିବସନ୍ତି , ସେ ଭୋଗୁଥିବା ଦୁଃଖ ଏବଂ ବେଦନାକୁ ଭଙ୍ଗୀରେ ପ୍ରକାଶ ନ କରି ଶବ୍ଦରେ ପ୍ରକାଶ କରିବାକୁ କୁହନ୍ତି । ସୂଚନା ଯୋଗ୍ୟ କି ଆପଣଙ୍କର ସମସ୍ତ ଧ୍ୟାନ ବ୍ୟକ୍ତି ଠାରେ ରହିଛି ଏବଂ ତାଙ୍କ ଅସୁବିଧା ବିଷୟରେ ଆପଣ ବେଶୀ ଜାଣିବାକୁ ଚାହୁଁଛନ୍ତି । ଏହି ପରିସ୍ଥିତିରେ ରୋଗୀଙ୍କ ପୀଡା ବା ଅସୁସ୍ଥତାକୁ ଜାଣିବା ଉଚିତ । ଏହାର ଲକ୍ଷଣ ଜଣାଇ କିଛି ଲାଭ ହେବ ନାହିଁ । ଏହିସବୁ ପ୍ରଶ୍ନଉତ୍ତର ବା କଥୋପକଥନ ଦ୍ଵାରା ଦୁଇ ପ୍ରକାର ଉଦ୍ଦେଶ୍ୟ ସାଧନ ହୋଇଥାଏ । ଯଥା– ପରାମର୍ଶଗ୍ରହିତା ଭୋଗୁଥିବା ବେଦନାର ଭାବ ଓ ନିଜସ୍ଵଭାବ କେଉଁ ପ୍ରକାରର ଦୁଃଖିତ , ଚକିତ , କ୍ରୋଧାନ୍ଵିତ ପ୍ରଭୃତି । ଏପରି ପ୍ରଶ୍ନସବୁ ପଚାରି ରୋଗୀଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରିବା ଦ୍ଵାରା ଉଭୟ ପରାମର୍ଶଦାତା ଓ ପରାମର୍ଶଗ୍ରହିତାଙ୍କ ମଧ୍ୟରେ ସମ୍ପର୍କ ଦୃଢୀଭୂତ ହୋଇଥାଏ । ସହାନୁଭୁତି ପୂର୍ଣ୍ଣ ହୃଦୟରେ ପରାମର୍ଶ ଗ୍ରହିତାଙ୍କ କଥାସବୁ ଶୁଣନ୍ତୁ ଉଦାହରଣ ସ୍ୱରୂପ :- ପରାମର୍ଶଗ୍ରହିତା – ଆପଣ ଜାଣନ୍ତି ମୋର ସ୍ଵାମୀ ମରିଯାଇଛନ୍ତି । ମୋର ଗୁଜୁରାଣ ମେଣ୍ଟାଇବା ପାଇଁ କିଛି କାମ ନାହିଁ , ପିଲାମାନେ ଛୋଟ ହୋଇଛନ୍ତି , ଏଥିପାଇଁ ମୋର କିଛି ଋଣର ଆବଶ୍ୟକତା ରହିଛି । ସହାନୁଭୁତି ପୂର୍ଣ୍ଣ ପରାମର୍ଶଦାତା – ଏହି କ୍ଷେତ୍ରରେ ପରାମର୍ଶଦାତା ସହାନୁଭୁତି ପ୍ରଦର୍ଶନ କରି ରୋଗୀଙ୍କୁ ଏଥିରୁ ମୁକ୍ତ ହେବା ପାଇଁ ମୁଁ ଚେଷ୍ଟା କରିବି ବୋଲି ବୁଝାଇବେ । ଏହି ସମୟ ପରାମର୍ଶଦାତାଙ୍କ ପାଇଁ ଅନୁକୂଳ ସମୟ । ତେଣୁ ପରାମର୍ଶ ଗ୍ରହିତାଙ୍କୁ ବୁଝାଇ କୁହନ୍ତୁ କି , ସେ ଚାହୁଁଥିବା ଉଦ୍ଦେଶ୍ୟ ସାଧନରେ ନିଜେ ପରାମର୍ଶଦାତା ତାଙ୍କୁ ସାହାଯ୍ୟ କରିବେ ଓ ତାଙ୍କ ଅବସ୍ଥାରୁ ସୁଧୁରିବାକୁ ମଧ୍ୟ ଚେଷ୍ଟା କରିବେ । ଏଠାରେ ଅବସ୍ଥାରୁ ସୁଧୁରିବାର ମାନେ ନୁହେଁ ଯେ ରୋଗରୁ ସମ୍ପୁର୍ଣ୍ଣ ମୁକ୍ତ ହେବା କିନ୍ତୁ କିଛିଟା ଉପଶମ ହେବା ଓ ମାନସିକ ଆଶ୍ଵସ୍ତି ଲାଭ କରିବା ଯାହା ରୋଗୀର ଦୈହିକ ଓ ମାନସିକ ସ୍ତରରେ କିଛିଟା ଧୌର୍ଯ୍ୟ , ସାହାସ ଓ ଏକାଗ୍ରତା ଆଣି ସମସ୍ୟା ମୁକାବିଲା କରିବାକୁ ସାହାଯ୍ୟ କରିପାରିବେ , ଏଡସ୍ ର ରୋଗୀଙ୍କ କ୍ଷେତ୍ରରେ ଆରୋଗ୍ୟ ସମ୍ଭବ ହୋଇନଥାଏ ମାତ୍ର ଉପଶମ ବିଭିନ୍ନ ଉପାୟରେ ମିଳିଥାଏ । ଏହି ଉପଶମର ପ୍ରକାର ଭେଦ ଅନେକ । ଏଥର ପରାମର୍ଶଦାତା ଓ ପରାମର୍ଶଗ୍ରହିତା ଉଭୟ ମିଶି ପରବର୍ତ୍ତୀ ପର୍ଯାୟର କାର୍ଯ୍ୟକ୍ରମ ସ୍ଥିର କରିବେ । ତୃତୀୟ : ଉପାୟ ସ୍ଥିର ଓ କାର୍ଯ୍ୟକ୍ରମ ରୂପାୟନ – ତୃତୀୟ ପଦ୍ଧତିରେ ପରାମର୍ଶଦାତା ଓ ପରାମର୍ଶ ଗ୍ରହିତାଙ୍କ ପୂର୍ବ କଥୋପକଥନରୁ ଜଣାପଡିଥିବା ବିଭିନ୍ନ ଅସୁବିଧାପାଇଁ ଉପାୟ ସ୍ଥିର କରି ଏହାକୁ ମୁକାବିଲା କରିବା ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟଗୁଡିକୁ ଠିକ୍ ଭାବେ କରିବା ଉଦ୍ଦେଶ୍ୟରେ ଆଗେଇ ଥାନ୍ତି । ଉଦାହରଣ ସ୍ୱରୂପ – ୪୮ ବର୍ଷର ବ୍ୟକ୍ତି , ଯାହାକି ନାମ ହେଉଛି ‘ରାମ ’ । ସେ ତାଙ୍କ ପରାମର୍ଶଦାତାଙ୍କ ସାହାଯ୍ୟରେ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି । ତାଙ୍କ ସ୍ତ୍ରୀଙ୍କ ସହିତ ସମ୍ପର୍କ ଦୃଢ କରିବେ ଏଡସ୍ ପରୀକ୍ଷା କରାଇବା ପାଇଁ ହେଉଥିବା ଇଚ୍ଛାକୁ ସ୍ତ୍ରୀଙ୍କୁ କିପରି ଜଣାଇବେ । ଉକ୍ତ ଦୁଇଟି ଲକ୍ଷ୍ୟ ହାସଲ କରିବାରେ ବାଧା ଦେଇଥିବା କେତେକ ଅସୁବିଧାକୁ ଚିହ୍ନଟ କରାଯାଇଥିଲା , ଯଥା – ଦୃଢତାର ଅଭାବ ଶୁଣିବା କ୍ଷମତା ହ୍ରାସ ନିଜସ୍ଵ ଭାବମୂର୍ତ୍ତିର ନ୍ୟୁନ ଭାବ ଅଧୈର୍ଯ୍ୟ ଭାବ ତତ୍ ସହିତ ରାମର ଭଲ ଗୁଣଗୁଡିକୁ ମଧ୍ୟ ଚିହ୍ନଟ କରାଯାଇଥିଲା - ସେ କଠିନ ପରିଶ୍ରମୀ ନିର୍ଭରଶୀଳ ନିଜକୁ ତର୍ଜମା କରିବାକୁ ଇଚ୍ଛୁକ ଇତ୍ୟାଦି ନିଜ ମନର ଦୃଢତା ଆଣିବା ପାଇଁ ରାମକୁ ପ୍ରଶିକ୍ଷଣ ଦେବାକୁ ପଡିଲା । ପ୍ରାୟ ସପ୍ତାହ ଧରି ଏହି ବିଷୟରେ ଜାଣିବାକୁ ଲାଗିଥିଲା ରାମ । ପ୍ରତ୍ୟକ ସପ୍ତାହରେ ରାମକୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଥିଲା । ଏଭଳି ଅଭ୍ୟାସ ଦ୍ଵାରା ଏବେ ରାମ ନିଜ ସ୍ତ୍ରୀ ସହିତ ଉତ୍ତମ ସମ୍ପର୍କ ରକ୍ଷା କରି ମନର କଥା କହି ପାରୁଛନ୍ତି ଏବଂ ସ୍ତ୍ରୀର ଭାବକୁ ବୁଝିପାରୁଛନ୍ତି । ଏଥର ରାମ ନିଜର ଲକ୍ଷ୍ୟ ହାସଲ କରିପାରିଛି । ଚତୁର୍ଥ : ମୂଲ୍ୟାୟନ ଓ ସମାପନ ଏହା ହେଉଛି ପରାମର୍ଶ ପଦ୍ଧତିର ଅନ୍ତିମ ପର୍ଯାୟ । ପରାମର୍ଶର ଉଦ୍ଦେଶ୍ୟ ସମାଧାନ ହୋଇଛି କି ନାହିଁ , ପରାମର୍ଶ କାର୍ଯ୍ୟର ସମାପନ କେବେ ଏବଂ ପରାମର୍ଶ ଦାତାଙ୍କର ସଫଳତା ପ୍ରଭୃତି ଜାଣିବା ଓ ଏହାକୁ ତର୍ଜମା କରିବା କାର୍ଯ୍ୟ ଏହି ପର୍ଯାୟରେ ହୋଇଥାଏ । ସଫଳ ପରାମର୍ଶ ଦ୍ଵାରା ରୋଗୀ ପୁନଶ୍ଚ ପରାମର୍ଶ ଦାତାଙ୍କର ବିନା ସାହାଯ୍ୟରେ ଆସୁଥିବା ଅସୁବିଧାର ସମ୍ମୁଖୀନ ହୋଇ ତା ’ର ସମାଧନ ନିଜେ କରିପାରିବ ବୋଲି ଆତ୍ମବିଶ୍ଵାସ ପାଇଥାଏ । ଏହି ମୂଲ୍ୟାୟନ ଓ ସମାପନ ପର୍ଯାୟରେ ରୋଗୀର ଉଦ୍ଦେଶ୍ୟ ସମାଧନ , କାର୍ଯ୍ୟକ୍ରମର ସଫଳତା ଉଭୟକୁ ବିଚାରକୁ ନେଇ ପରାମର୍ଶଦାତା ଅନୁସରଣ କାର୍ଯ୍ୟର ବ୍ୟବସ୍ଥା କରିବା ଉଚିତ୍ ଉପସଂହାର : ପରାମର୍ଶକୁ ସଫଳ କରିବାକୁ ହେଲେ ପରାମର୍ଶଦାତାଙ୍କୁ ଅନେକ କୌଶଳ ଶିଖିବାକୁ ହୋଇଥାଏ । ଧୈର୍ଯ୍ୟ ପୂର୍ଣ୍ଣ ଶ୍ରବଣ , ସହାନୁବଭୂତି ଏବଂ ପୂର୍ଣ୍ଣ ଯୋଗାଯୋଗ ,ଯଥାର୍ଥବୋଧ ଇତ୍ୟାଦି । ପରାମର୍ଶଦାତା , ଦଳ ଓ ଗୋଷ୍ଠୀରେ ପରାମର୍ଶ କାର୍ଯ୍ୟକୁ ସଫଳ କରିବାକୁ ଚେଷ୍ଟା କରିବା ଉଚିତ୍ । ଦଳ ଓ ଗୋଷ୍ଠୀରେ ପରାମର୍ଶ କାର୍ଯ୍ୟକୁ ସଫଳ କରିବାକୁ ଚେଷ୍ଟା କରିବା ଉଚିତ୍ । ଦଳ ଓ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପରାମର୍ଶଦାତାଙ୍କର ଏକ ପ୍ରଧାନ ଲକ୍ଷ୍ୟ ଅଟେ । ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"