ଏଡସ୍ ରୋଗର ପୃଷ୍ଠଭୂମି ଆମେ ଏବେ ଯେଉଁ ରୋଗୀକୁ ଏଡସ୍ ରୋଗ ବୋଲି କହୁଛୁ , ତାହା ବିକାଶ ସମୃଦ୍ଧ ଦେଶ ଯଥା ଆମେରିକା , ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ୟୁରୋପରେ ପ୍ରଥମେ ୧୯୮୦ ମସିହାରେ ପୁରୁଷ ସମଲିଙ୍ଗୀ ଯୌନ କ୍ରିୟାରେ ଲିପ୍ତ ବ୍ୟକ୍ତିଙ୍କ ଠାରେ ଦେଖାଯାଇଥିଲା । ସମଲିଙ୍ଗୀ ଯୌନକ୍ରିୟା କ୍ଷେତ୍ରରେ ଏହିରୋଗ ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଦେଇଥିଲା । ଯେହେତୁ ଏହି ରୋଗ ଯୌନକ୍ଷମ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ ସେଥିପାଇଁ ବୈଜ୍ଞାନିକମାନେ ଏହାକୁ ଯୌନ ସଞ୍ଚାରିତ ରୋଗ ବୋଲି ଆଖ୍ୟା ଦେଇଥିଲେ । ୧୯୮୧ ମସିହାରେ ପ୍ରଥମ କରି ଆମେରିକାରେ ଏଡସ୍ ରୋଗ ଚିହ୍ନଟ କରାଯାଇଥିଲା । ଏହା ଏଚ.ଆଇ.ଭି. ନାମକ ଏକ ଭୂତାଣୁ ଦ୍ଵାରା ବ୍ୟାପିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ । ଫଳରେ ଶରୀର ବାହ୍ୟ ରୋଗ ସଂକ୍ରମଣରେ ସଠିକ୍ ମୁକାବିଲା କରିପାରେ ନାହିଁ ଓ ବ୍ୟକ୍ତି ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଏ । ଏଡସ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଭିନ୍ନ ପ୍ରକାର କର୍କଟରୋଗର ଶିକାର ହୋଇଥାନ୍ତି । ବ୍ୟକ୍ତି ମଧ୍ୟ ଫୁସ୍ ଫୁସ୍ , ପାଚନ କ୍ରିୟା , ଚର୍ମ ଓ ସି.ଏନ.ଭି ସଂକ୍ରମଣର ସମ୍ମୁଖୀନ ହୋଇଥାଏ । ଏଚ. ଆଇ. ଭି ସଞ୍ଚାରଣ ଏହି ଭୂତାଣୁ ମୁଖ୍ୟତଃ ରକ୍ତ , ବିର୍ଯ୍ୟ , ଯୋନି ସ୍ରାବରେ ଜୀବନଧାରଣ କରିଥାଏ । ଏଚ.ଆଇ.ଭି ସଂକ୍ରମଣ ଯୌନକ୍ରିୟା, ଦୂଷିତ ରକ୍ତ , ବିର୍ଯ୍ୟ ମାଧ୍ୟମରେ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ଯୌନକ୍ରିୟା ମାଧ୍ୟମରେ ରୋଗସଂକ୍ରମଣ ସବୁଠାରୁ ଅଧିକ । ସଂକ୍ରମିତ ବ୍ୟକ୍ତିଠାରୁ ସୁସ୍ଥବ୍ୟକ୍ତିକୁ ଉପରଲିଖିତ ମାଧ୍ୟମରେ ରୋଗ ସଂକ୍ରମଣ ହୋଇଥାଏ । ରକ୍ତ ସଞ୍ଚାରଣ ସମୟରେ ଏଚ.ଆଇ.ଭି ଥିବା ରକ୍ତ ଅନ୍ୟକୁ ରୋଗ ସଂକ୍ରମଣରେ ସାହାର୍ଯ୍ୟ କରିଥାଏ । ଏଚ.ଆଇ.ଭି ଭୂତାଣୁ ସଂକ୍ରମିତ ଛୁଞ୍ଚି ଓ ସିରିଞ୍ଚି ମାଧ୍ୟମରେ ମଧ୍ୟ ସଂକ୍ରମଣ ହୋଇଥାଏ । ଏଚ.ଆଇ.ଭି ସଂକ୍ରମିତ ମା ଠାରୁ ଗର୍ଭସ୍ଥ ଭୃଣକୁ ରୋଗ ସଂକ୍ରମଣ ହୋଇଥାଏ । ଏଚ.ଆଇ.ଭି. ସଂକ୍ରମଣ ହୋଇନଥାଏ : କାଶିବା ବା ଛିଙ୍କିବା ଦ୍ଵାରା ମଶା କାମୁଡିବା ଦ୍ଵାରା ଛୁଇଁବା ବା କୋଳାଗ୍ରତ କରିବା ଦ୍ଵାରା ପାଣି ଓ ଖାଦ୍ୟ ଦ୍ଵାରା ସାଧାରଣ ଚୁମ୍ବନ ଦ୍ଵାରା କରମର୍ଦ୍ଦନ ପାଇଖାନାର ସମୂହ ବ୍ୟବହାର ଟେଲିଫୋନ୍ ବ୍ୟବହାର ପୋଖରୀ ବ୍ୟବହାର ବାସନ କୁସନର ସମୂହ ବ୍ୟବହାର ଏଚ.ଆଇ.ଭି ପ୍ରତିଷେଧକ ବ୍ୟବସ୍ଥା କେତେଗୁଡିଏ ପ୍ରତିଷେଧାତ୍ମକ ବ୍ୟବସ୍ଥା ଆପଣେଇ ପାରିଲେ ଏଚ. ଆଇ. ଭି ର ବିପଦକୁ ରୋକାଯାଇପାରିବ । ଯଦି ଆପଣ ଯୌନକ୍ଷମ ତେବେ ଆପଣଙ୍କର ଯୌନ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ । ଯଥା– ବିବାହ ନ ହେବା ପର୍ଯ୍ୟନ୍ତ ଯୌନକାର୍ଯ୍ୟରେ ଲିପ୍ତ ହୁଅନ୍ତୁ ନାହିଁ । ଯଦି ଯୌନକ୍ଷମ, ତେବେ ଯୌନକ୍ରିୟା ନକରି ନିରାପଦ ଯୌନ ଯଥା କୋଳାଗ୍ରତ, ଚୁମ୍ବନ, ହସ୍ତମୌଥୁନ ଆଦି ଆପଣାନ୍ତୁ । ଯଦି ଆପଣଙ୍କର ଯୌନକ୍ରିୟା ଆବଶ୍ୟକ ତେବେ ଜଣେ ବିଶ୍ଵସ୍ତ ବ୍ୟକ୍ତି ସହିତ ସମ୍ପର୍କ ରଖନ୍ତୁ । ପ୍ରତ୍ୟକ ଥର କଣ୍ଡୋମ ବ୍ୟବହାର କରନ୍ତୁ । ରକ୍ତ ସଞ୍ଚାରଣ ମାଧ୍ୟମରେ ସଂକ୍ରମଣ ରୋକିବା ପାଇଁ – ସମସ୍ତ ଯନ୍ତ୍ରପାତି ବିଶୋଧନ କରି ବ୍ୟବହାର କରନ୍ତୁ । ଯଥା ଛୁଞ୍ଚି , ସିରିଞ୍ଜ୍ , କାନଫୋଡା ସରଞ୍ଜାମ , ଚିଟାକୁଟାଇବା ସରଞ୍ଜାମ । ଏଚ. ଆଇ. ଭି ମୁକ୍ତ ରକ୍ତ ବ୍ୟବହାର କରନ୍ତୁ । ଇଂଜେକସନ୍ ମାଧ୍ୟମରେ ଡ୍ରଗ୍ ନିଅନ୍ତୁ ନାହିଁ,ଯଦି ବ୍ୟବହାର କରନ୍ତି ତେବେ ନିଜ ଉପକରଣ ବ୍ୟବହାର କରନ୍ତୁ । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"