ଜରାୟୁ ମୁଖ କର୍କଟ ଜରାୟୁ ଗ୍ରୀବା କର୍କଟ (ଇଂରାଜୀରେ Cervical cancer) ଏକ ପ୍ରକାର କର୍କଟ ରୋଗ ଯାହା ଜରାୟୁ ଗ୍ରୀବାରୁ (ଇଂରାଜୀରେ cervix) ସୃଷ୍ଟି ହୁଏ । ଜୀବକୋଷମାନଙ୍କର ଅନିୟମିତ ତଥା ଅସ୍ୱାଭାବିକ ସଂଖ୍ୟା ବୃଦ୍ଧି ହୋଇ ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ମାଡ଼ିଯାଏ । ପ୍ରାରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ପରେ ହେଉଥିବା ଲକ୍ଷଣ ସମୂହ ହେଉଛି ଯୋନୀପଥରୁ ରକ୍ତସ୍ରାବ, ଶ୍ରୋଣୀରେ ଯନ୍ତ୍ରଣା (pelvic pain), ଯୌନକ୍ରିୟା ସମୟରେ କଷ୍ଟ । କାରଣ ହାରାହାରି ୯୦ % ରୋଗୀଙ୍କ କ୍ଷେତ୍ରରେ ମାନବ ପାପିଲୋମା ଭୁତାଣୁ ବା ଏଚ.ପି.ଭି. (ଇଂରାଜୀରେ Human papillomavirus or HPV ) ଏହାର କାରଣ ବୋଲି ଜଣାଯାଏ, କିନ୍ତୁ ଅଧିକାଂଶ ଏଚ.ପି.ଭି. ସଂକ୍ରମିତ ମହିଲାଙ୍କର ଏହି କର୍କଟ ହୁଏ ନାହିଁ ।ଅନ୍ୟାନ୍ୟ ସଙ୍କଟ ଜନକ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଦୂର୍ବଳ ଇମ୍ମ୍ୟୁନ ସିସ୍ଟମ, ଜନ୍ମ ନିରୋଧ ବଟିକା ବ୍ୟବହାର, ଅଳ୍ପ ବୟଷରେ ଯୌନ ସମ୍ଭୋଗ, ଏକାଧିକ ଯୌନ ଭାଗୀଦାରମାନଙ୍କ ନାମ ନିଆଯାଏ କିନ୍ତୁ ଏଗୁଡ଼ିକ ସ୍ୱଳ୍ପ ଗୁରୁତ୍ତ୍ୱପୂର୍ଣ୍ଣ ।ଦଶ କୋଡ଼ିଏ ବର୍ଷର ପ୍ରାକ୍ କର୍କଟ ଅବସ୍ଥା ପରେ ଏହା ବାହାରେ । ଏକାଧିକ ପ୍ରକାର ଜରାୟୁ ଗ୍ରୀବା କର୍କଟ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୯୦ % ହେଉଛି ସ୍କ୍ୱାମସ୍ ସେଲ କର୍କଟ (squamous cell carcinoma), ୧୦% ଆଡେନୋ କର୍କଟ (adenocarcinoma) ଓ ଏକ ସ୍ୱଳ୍ପ ଅଂଶ ଅନ୍ୟାନ୍ୟ ପ୍ରକାର ଦେଖାଯାଆନ୍ତି । ମେଡିକାଲ ଇମେଜିଙ୍ଗଦ୍ୱାରା (Medical imaging) ଏହା ସ୍ଥାନାନ୍ତର ହୋଇଛି କି ନାହିଁ ଜଣାପଡ଼େ । ଏଚ.ପି.ଭି. ଟିକା ଏହି ରୋଗ କରାଉଥିବା ଦୁଇ ପ୍ରଜାତିର ଏଚ.ପି.ଭି. ଟିକା (HPV vaccine) ଉପଲବ୍ଧ ଅଛି ଯାହା ୬୫ ରୁ ୭୫ % ଜରାୟୁ ଗ୍ରୀବା କର୍କଟରୁ ରକ୍ଷା କରେ ।ତଥାପି ରୋଗ ସଙ୍କଟ ଥିବାରୁ ନିୟମିତ ପାପ ସ୍ମିଅର (ଇଂରାଜୀରେ Pap smear) ନେଇ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଯୌନ ସମ୍ଭୋଗ ଆଦୌ ନ କଲେ, ଅଳ୍ପ ଲୋକଙ୍କ ସଙ୍ଗେ କଲେ ଓ କଣ୍ଡୋମ ବ୍ୟବହାର କଲେ ରୋଗ ନ ହୋଇପାରେ ।ପାପ ସ୍ମିଅର କରି ବା ଆସେଟିକ ଏସିଡ ପରୀକ୍ଷା କରି ପ୍ରାକ୍ ଜରାୟୁ ଗ୍ରୀବା କର୍କଟ ଥିବା ଜଣାପଡ଼ିଲେ ଚିକିତ୍ସା କରି ରହି ରୋଗକୁ ପ୍ରତିରୋଧ କରାଯାଇପାରେ । ଅପରେଶନ, କେମୋଥେରାପି ଓ ରେଡିଓଥେରାପି ସାହାଯ୍ୟରେ ଏହାର ମିଶ୍ରିତ ଚିକିତ୍ସା କରାଯାଏ ।ଆମେରିକାରେ ଏହାର ପାଞ୍ଚ ବର୍ଷିଆ ଆୟୁଷ ପ୍ରାୟ ୬୮ % ।କେତେ ଶୀଘ୍ର ଏହାର ରୋଗ ନିର୍ଣ୍ଣୟ ହୋଇଛି, ତାହା ଉପରେ ଏହି ଚିକିତ୍ସା ଫଳାଫଳ ନିର୍ଭର କରେ । ପୃଥିବୀରେ ସମୁଦାୟ କର୍କଟ ରୋଗ ମଧ୍ୟରେ ଏହାର ସ୍ଥାନ ଚତୁର୍ଥ ଓ ମହିଳା କର୍କଟ ମୃତ୍ୟୁ କାରଣ ମଧ୍ୟରେ ମଧ୍ୟ ଏହାର ସ୍ଥାନ ଚତୁର୍ଥ ।ସନ ୨୦୧୨ରେ ୫୨୮,୦୦୦ ଜରାୟୁ ଗ୍ରୀବା କର୍କଟ ରୋଗୀଙ୍କ ମଧ୍ୟରୁ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।ଏହି ଆକଳାନ ସମୁଦାୟ କର୍କଟ ରୋଗର ଓ ସମୁଦାୟ କର୍କଟ ମୃତ୍ୟୁ ସଂଖ୍ୟାର ୮ % ।[୧୩] ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୭୫ % ରୋଗୀ ଦେଖାଯାଆନ୍ତି ।[୫] ସ୍ୱଳ୍ପ ଆମଦାନୀକାରି ଦେଶମାନଙ୍କରେ କର୍କଟ ମୃତ୍ୟର ଏହା ଏକ ସାଧାରଣ କାରଣ । ବିକଶିତ ଦେଶମାନଙ୍କରେ ସ୍କ୍ରିନିଙ୍ଗ ଯୋଗୁ ଏହି ରୋଗ ହାର ନାଟକୀୟ ଭାବେ କମିଛି ।ଡାକ୍ତରୀ ଗବେଷଣା ଫଳରେ ବିଖ୍ୟାତ ସେଲ ଲାଇନ ଯାହା ହେଲା (ଇଂରାଜୀରେ HeLa) ନାମରେ ଜଣାଶୁଣା, ଆବଷ୍କୃତ ହୋଇଛି ହେନରିକ ଲାକ୍ସ (Henrietta Lacks) ନାମକ କର୍କଟ ରୋଗୀର ଜୀବକୋଷରୁ । ଆଧାର : "ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁସନ"