ଉପକ୍ରମ ଶରୀରରେ ବୃକକ ଏକ ଜରୁରୀ ଅଙ୍ଗ । ପେଟର ଦୁଇ ପାଶ୍ଵରେ ଦୁଇଟି ବୃକକ ରହିଛି । ଏହାଶରୀରରେ ଚାଲୁଣି ଭଳି କାମ କରିଥାଏ । ରକ୍ତରୁ ଦରକାରୀ ପଦାର୍ଥ ଛାଣି ରଖିବା ସହ ଆଦରକାରୀ ବିଷାକ୍ତ ପଦାର୍ଥ ଏବଂ ଅତିରିକ୍ତ ପାଣି ପରିସ୍ରା ଦ୍ଵାରା ବାହାର କରିଦେଇଥାଏ । ଏହା ମଧ୍ୟ ରକ୍ତଚାପକୁ ଠିକ୍ ରଖିବା ସହ ଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରେ । ତେବେ ଏହା ଖରାପ ହେଲେ ଶରୀରର ସମସ୍ୟା ବଢିଯାଇଥାଏ । ବୃକକ ଖରାପ ହେଲେ କିମ୍ବା ଠିକ୍ ରୂପେ କାର୍ଯ୍ୟ ନକଲେ, ବିଷାକ୍ତ ପଦାର୍ଥ ଶରୀରରୁ ବାହାରିପାରେ ନାହିଁ; ଯଦ୍ୱାରା ଶରୀର ଶକ୍ତିହୀନ ହୋଇ ଦୁର୍ବଳ ଲାଗିଥାଏ । ଏହାଛଡା ରକ୍ତହୀନତା ଦେଖାଯିବା, ଭୋକ ନ ଲାଗିବା, ବାନ୍ତି ଲାଗିବା, ଦେହ କୁଣ୍ଡାଇହେବା, ମାଂସପେଶୀ ଦୁର୍ବଳ ହେବା, ଝିମ୍ ଝିମ୍ ଲାଗିବା ସହ ଆଣ୍ଠୁ ଗଣ୍ଠି ଆଦି ପୀଡା ହୋଇଥାଏ । ପରିସ୍ରା କମିଯିବା ଦ୍ଵାରା ଶରୀରରେ ଅଧିକ ପାଣି ଜମିଯାଇ ପେଟ, ଗୋଡ଼, ପାଦଗଣ୍ଠି,ହାତ ଓ ମୁହଁ ଆଦି ଫୁଲିବା ଭଳି ଦେଖାଯାଏ । ଖାଦ୍ୟ ନିୟନ୍ତ୍ରଣ ବୃକକ ଖରାପ ଜନିତ ରୋଗୀଙ୍କ ପାଇଁ ନିତାନ୍ତ ଆବଶ୍ୟକ । ଏହି ରୋଗକୁ ନିହାତି ତିନିଟି ସୋପାନରେ ଚିକିତ୍ସା କରାଯାଏ । ଔଷଧ ଦ୍ଵାରା ନିୟନ୍ତ୍ରଣ ଡାଏଲିସିସ୍ ଦ୍ଵାରା ନିୟନ୍ତ୍ରଣ ବୃକକ ପ୍ରତିରୋପଣ ଏହି ଚିକିତ୍ସାର ବିଭିନ୍ନ ସୋପାନ ସହ ଖାଦ୍ୟପେୟ ନିୟମ ମଧ୍ୟ ବଦଳିଯାଏ । ବୃକକ ରୋଗରେ ଖାଦ୍ୟପେୟ ଉଚିତ୍ ନିୟନ୍ତ୍ରିତ ଖାଦ୍ୟପେୟ ବୃକକଜନିତ ରୋଗ ଚିକିତ୍ସାରେ ଅତି ଆବଶ୍ୟକ ଉପାଦାନ । ଏହି ରୋଗୀକୁ ସୁସ୍ଥ ଜୀବନ ଯୋପନରେ ସାହାଯ୍ୟ କରିବା ସହ ଏଥିସହିତ ଜଡିତ ଅନ୍ୟାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଯଥା ଶରୀରରେ ପାଣି ଜମିଯିବା, ଅତ୍ୟଧିକ ୟୁରିଆ ଜମି ବାନ୍ତି ହେବା,ପଟାସିୟମ ବଢି ଦୃଦୟର ସ୍ପନ୍ଦନକୁ ପ୍ରଭାବିତ କରିବା ସହିତ ହାଡଜନିତ ସମସ୍ୟା ଆଦିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ବୃକକ ରୋଗୀଙ୍କ ଖାଦ୍ୟ ସେମାନଙ୍କ ପରିସ୍ରାରେ ଆସୁଥିବା ବିଷାକ୍ତ ପଦାର୍ଥ, ଯଥା – ୟୁରିକ ଏସିଡ, ୟୁରିଆ,କ୍ରିଏଟିନିନ୍, ସୋଡିୟମ,ପଟାସିୟମ ଏବଂ ଫସଫରସ ଆଦିର ମାତ୍ରାକୁ ନେଇ ନିର୍ଦ୍ଧାରଣ କରାଯାଇଥାଏ। ଏହି ଧରଣର ରୋଗୀଙ୍କୁ ସାଧାରଣତଃ ଖାଦ୍ୟରେ କେତେକ ବିଶେଷ ଉପାଦାନ ନିୟନ୍ତ୍ରଣ କରିବାକୁ ପଡିଥାଏ। ଯଥା : ପ୍ରୋଟିନଯୁକ୍ତ ଖାଦ୍ୟ ପୋଟାସିୟୁମଯୁକ୍ତ ଖାଦ୍ୟ ସୋଡିୟମଯୁକ୍ତ ଖାଦ୍ୟ ଫସଫେଟଯୁକ୍ତ ଖାଦ୍ୟ ଓ ପାଣି ଏବଂ ଅନ୍ୟାନ୍ୟ ତରଳ ଖାଦ୍ୟର ନିୟନ୍ତ୍ରଣ ପ୍ରୋଟିନଯୁକ୍ତ ଖାଦ୍ୟ ପ୍ରୋଟିନ ବା ପୁଷ୍ଟିସାର ଶରୀରରେ ନୂତନ କୋଷିକା ଗଠନ କରିବା ସହ ସେମାନଙ୍କୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଥାଏ । କିନ୍ତୁ ବୃକକ ଖରାପ ଆଡକୁ ଗଲେ ପ୍ରୋଟିନୟୁକ୍ତ ଖାଦ୍ୟର ମାତ୍ରା କମେଇବାକୁ ପଡେ । ବୃକକ ରୋଗୀ କେବଳ ଛୋଟମାଛ (୫୦ ଗ୍ରାମ ଭିତରେ ), ପାଣିଆ ଡାଲି (୮୦ ଗ୍ରାମ୍ ଭିତରେ ), ଦହି (୮୦ ଗ୍ରାମ୍ ଭିତରେ), କ୍ଷୀର (୨୦୦ ମିଳି ଭିତରେ ) ଓ ଅଳ୍ପ ଛେନା (୫୦ ଗ୍ରାମ୍ ଭିତରେ ) ଖାଇପାରିବେ । ସେମାନଙ୍କ ଡ଼ାକ୍ତର ୟୁରିଆ, ୟୁରିକ୍ ଏସିଡ, କ୍ରିଏତିନିନ୍ ର ମାନ ଦେଖି କେତେ ପ୍ରୋଟିନ ଖାଇବେ, ତାହା ନିର୍ଦ୍ଧାରଣ କରିବାକୁ ପଡିଥାଏ । ପୋଟାସିୟୁମ୍ ଯୁକ୍ତ ଖାଦ୍ୟ ପୋଟାସିୟୁମ୍ ଶରୀରରେ ପାଣିରେ ସନ୍ତୁଳନ ରକ୍ଷା କରିଥାଏ । ବୃକକ ଖରାପ ହେଲେ ପରିସ୍ରାରେ ପୋଟାସିୟୁମ୍ ବାହାରିପାରେ ନାହିଁ । ଏଣୁ ଏହି ରୋଗୀଙ୍କ ଖାଦ୍ୟାରେପୋଟାସିୟମ ନିୟନ୍ତ୍ରଣ ନିହାରି ଜରୁରୀ । ଅତ୍ୟଧିକ ପଟାସିୟମ ଯୁକ୍ତ ଖାଦ୍ୟ, ଯଥା ପଇଡ ପାଣି କଦଳୀ, ଆମ୍ବ, ଅଙ୍ଗୁର, ସପେଟା, ପଣସ, ପାରିବ ରସ ,ତମାଟୋ, ଶାଗ,ସଜନା ଛୁଇଁ ଆଦି ବର୍ଜନ କରିବା ଉଚିତ । କମ୍ ପଟାସିୟମ ଯୁକ୍ତ ଫଳ ପିଜୁଳି,ସେଓ, ପାଚିଲା ଅମୃତଭଣ୍ଡା,ସପୁରି ଆଦି ଅଳ୍ପ ମାତ୍ରାରେ ଖାଇବା ଉଚିତ । ସୋଡିୟମ ଯୁକ୍ତଖାଦ୍ୟ ସୋଡିୟମ ବା ଲୁଣ ମଧ୍ୟ ଶରୀରରେ ପାଣିର ସନ୍ତୁଳନ ରକ୍ଷା କରିଥାଏ । ଆଧିକ ମାତ୍ରାରେ ସୋଡିୟମ ଉଚ୍ଚ ରକ୍ତତାପ ଏବଂ ବୃକକ ରୋଗୀ ଖାଦ୍ୟାରେ କଞ୍ଚା ଲୁଣର ବ୍ଯ୍ବହାର କମ୍ କରିବା ଦରକାର । ଅନ୍ୟାନ୍ୟ ଲୁଣ ଜିନିଷ ବର୍ଜନ କରିବା ଜରୁରୀ। ଫସ୍ ଫରସ୍ ଯୁକ୍ତ ଖାଦ୍ୟ ରକ୍ତ ଫସ୍ ଫରସ୍ ବଢିଗଲେ ମାଂସପେଶୀରେ ବ୍ୟଥା, ହାଡ଼ ଭାଙ୍ଗିଯିବା,ହୃତପିଣ୍ଡରେ କ୍ୟାଲସିଫିକେସନ ଭଳି ସମସ୍ୟା ଦେଖାଯାଇଥାଏ । ଏହି ରୋଗୀ ନିୟମିତ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ପାଣି ନିୟନ୍ତ୍ରଣ ଏହି ରୋଗୀଙ୍କ ପାଇଁ ପାଣି ନିୟନ୍ତ୍ରଣ ନିହାତି ଦରକାର । ଏହି ଧାରଣ ରୋଗୀଙ୍କ ପାଣିର ମାତ୍ରା ସେମାନଙ୍କ ଗୋଡ ହାତ ଫୁଲ ଓ ପରିସ୍ରା ଉପରେ ନିର୍ଭର କରେ । ଏହି ରୋଗୀ ପାଣି ପିଇବା ପାଇଁ ଛୋଟ ଗ୍ଲାସ ବ୍ୟବହାର କରିବା ଜରୁରୀ । ଅଧିକ ଶୋଷ ହେଲେ ବରଫ ଖଣ୍ଡ ଚାପି ଖାଇବା ଉଚିତ । ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ