ବୃକକ୍ ଓ ଏହାର କାର୍ଯ୍ୟ ବୃକକ୍ ମନୁଷ୍ୟ ଶରୀର ଏକ ଗୁରୁତ୍ଵପୂର୍ଣ୍ଣ ଅପରିହାର୍ଯ୍ୟ ଅଙ୍ଗ, ଏହାର ଅଚଳତା ଯୋଗୁଁ ରୋଗୀ ଗୁରୁତର ଅସୁସ୍ଥ ହୋଇଯାଏ । ବୃକକର ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ଶରୀରରୁ ସମସ୍ତ ବିଜାତୀୟ ଦୂଷିତ ପଦାର୍ଥକୁ ନିଷ୍କାସିତ କରିବା ଏବଂ ଶରୀରରେ ଜଳ, ଲବଣ, ରାସାୟନିକ, ମିନେରାଲ ଗୁଡିକର ପରିମାଣ ଓ ସମତା ରକ୍ଷା କରିବା । ଶରୀରରୁ ପରିଶ୍ରା ଦ୍ଵାରା ସମସ୍ତ ବିଜାତୀୟ, ବିଷାକ୍ତ ଦୂଷିତ ପଦାର୍ଥ ସହିତ ମାତ୍ରାଧିକ ଜଳକୁ ନିଷ୍କାସିତ କରିଥାଏ । ପରିଶ୍ରା ବୃକକ ନିମ୍ନରେ ସୃଷ୍ଟିହୋଇ ୟୁରେଟର ମୃମରେ ପ୍ରବେଶ କରି ବ୍ଲାଡ଼ରକୁ ପ୍ରବାହିତ ହେବା ପୂର୍ବରୁ ଛାଣି ହୋଇ ପରିଶ୍ରା ମୃମରେ ନିଷ୍କାସିତ ହୁଏ । ଅନେକାଂଶ (ପୁରୁଷ ଏବଂ ମହିଳା) ଲୋକଙ୍କର ଦୁଇଟି ବୃକକ ଥାଏ । ବୃକକ ଆବଡ଼ମେନର ଅନ୍ୟ ପ୍ରାନ୍ତ ବା ପଶ୍ଚାତ ଭାଗରେ ଥାଏ କିମ୍ବା ମେରୁଦଣ୍ଡର ଉଭୟ ପାର୍ଶ୍ଵ ରେ ଥାଏ । ସେମାନେ ନିମ୍ନ ରିବ ଦ୍ଵାରା ନଷ୍ଟ ହେବାରୁ ରକ୍ଷା ପାଇଥାଆନ୍ତି। ଏହା ଆବଡ଼ମେନର ପଛ ପାଖରେ ଏତେ ଗଭୀରରେ ଥାଏ ଯେ କେହି ସାଧାରଣଭାବେ ଏହାକୁ ଛୁଇଁ ଅନୁଭବ କରି ପାରିବ ନାହିଁ । ବୃକକ୍ ର ଯୋଡି ଦେଖିବାକୁ ବିନ ମଞ୍ଜିର ଯୋଡି ଆକାରର ଅଙ୍ଗ । ପରିପକ୍ଵ ଶରୀରରେ ଏହା ପ୍ରାୟତଃ ୧ ୦ ସେ.ମି. ଲମ୍ବ ଏବଂ ୬ ସେ.ମି. ଚଉଡା ଏବଂ ୪ ସେ.ମି. ମୋଟେଇ । ସାଧାରଣ ଭାବେ ଏହାର ଓଜନ ୧୫୦ ରୁ ୧୭o ଗ୍ରାମ ମୃରେ ଥାଏ । ପରିଶ୍ରା ତିଆରି ହେବା ମାତ୍ରେ ଏହା ପରିଶ୍ରା ଥଳି ମୁକୁ ୟୁରେଟର ମୃମରେ ବୋହି ଚାଲି ଆସେ । ୟୁରେଟର ପ୍ରାୟତଃ ୨୫ ସେ.ମି. ଲମ୍ଭ ଗାଡ଼ୁଆ ନଳୀ ଯାହାକି ସ୍ଵତନ୍ତ୍ର ମାଂସପେଶୀରେ ଗଢ଼ା ହୋଇଥବାର ଦୃଶ୍ୟମାନ ହୁଏ । ବୟସ୍କ ବ୍ୟକ୍ତିମାନଙ୍କ ପରିଶ୍ରା ଥଳିରେ ପାଖାପାଖୁ ୫୦୦ ମି.ଲି. ପର୍ଯ୍ୟନ୍ତ ପରିଶ୍ରା ଜମାହୋଇ ପରେ ଜଣକୁ ପରିଶ୍ରା ଲାଗିଥାଏ, ଏବଂ ସେତେବେଳେ ସେ ପରିଶ୍ରା କରେ । ପରିଶ୍ରା କରିବା ସମୟରେ ପରିଶ୍ରା ଥଳିରୁ ପରିଶ୍ରା ଦ୍ଵାର ଦେଇ ନିର୍ଗତ ହୁଏ । ଏହା ମହିଳା ମାନଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ପୁରୁଷ ମାନଙ୍କ କ୍ଷେତ୍ରରେ ପରିଶ୍ରା କରିବା ସମୟରେ ପରିଶ୍ରା ଦ୍ଵାର ବହୁତ ବଡ ହୋଇଯିବା ପରେ ହିଁ ପରିଶ୍ରା ନିର୍ଗତ ହୋଇଥାଏ । ବୃକକ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାହିଁକି ? ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ । ପ୍ରତ୍ୟେକଦିନ ଆମ ଶରୀରରେ ଜଳର ପରିମାଣ, ଲବଣ, ଅମୃର ପରିବା0ନ ହୋଇଥାଏ । ଖାଦ୍ୟ ପ୍ରକ୍ରିୟାକରଣ ହୋଇ ଶକ୍ତିରେ ପରିବ0ତ ହେବା ସମୟରେ କେତେଗୁଡିଏ କ୍ଷତି କରୁଥବା ବିଷାକ୍ତ ଜିନିଷ ଉତ୍ପନ୍ନ ହୁଏ । ଏହି ଘଟଣା ଶରୀରରେ ଜଳୀୟ ଅଂଶର ପରିମାଣ ଇଲେକ୍ନୋଲାଇଟ୍ସ୍ ଏବଂ ଏସିଡରେ ପରିବ0ନ କରିଥାଏ । ବୃକକ ଶରୀରରେ ଉତ୍ପନ୍ନ ହେଉଥିବା କ୍ଷତିଯୁକ୍ତ ଏବଂ ବିଷାକ୍ତ ଆସିଡ଼ିକ ଏବଂ ଟକ୍ଟିକ ଜିନିଷକୁ ସ’ କରି ବାହାରକୁ ବାହର କରିଥାଏ । ଏହାସହିତ ବୃକକ ଶରୀରର ଜଳୀୟ ଅଂଶ ଇଲେକ୍ନୋଲାଇଟସ୍ ଏବଂ ଏସିଡ ବେସକୁ ନିୟନ୍ତ୍ରଣ କରିବା ସହିତ ସମାନତା ରକ୍ଷା କରିଥାଏ । ବୃକକ ର କାର୍ଯ୍ୟ ଗୁଡିକ କ’ଣ ? ପରିଶ୍ରା ତିଆରି କରିବା ଏବଂ ରକ୍ତ ବିଶୁଦ୍ଧିକରଣ ହେଉଛି ବୃକକ ର ପ୍ରାଥମିକ କାର୍ଯ୍ୟ । ବୃକକ ଶରୀରର ଅଦରକାରୀ ଦ୍ରବ୍ଯ, ମାତ୍ରାଧିକ ଲବଶ୍ରା ତିଆଣା, ଏବଂ ରାସାୟନିକ ଦ୍ରବ୍ଯ ବାହାର କରିବା କାର୍ଯ୍ୟ କରିଥାଏ । ଏଗୁଡିକ ଶରୀର ପାଇଁ ଅନାବଶ୍ୟକ ଦ୍ରବ୍ୟ ନିମ୍ନରେ ବୃକକର ମୁଖ୍ୟ କାର୍ଯ୍ୟ ସଂପର୍କରେ ବର୍ଣ୍ଣନା କରାଯାଇଛି । ଅଦରକାରୀ ଦ୍ରବ୍ୟର ନିଷ୍କାସନ ଅଦରକାରୀ ଲବଣ ଓ ଦ୍ରବ୍ୟର ନିଷ୍କାସନ ଦ୍ଵାରା ରକ୍ତ ବିଶୁଦ୍ଧ ହୋଇଥାଏ । ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ ଖାଇଥାଉ ଏବଂ ଏହି ପୃଷ୍ଟିସାର ଆମ ଶରୀରର ବିକାଶ ଓ ଶରୀରର ମରାମତି ପାଇଁ ବହୁତ ଦରକାରୀ କିନ୍ତୁ ଶରୀର ଦ୍ଵାରା ପୃଷ୍ଟିସାରର ବ୍ୟବହାର ପରେ ଏଥରୁ ଅଦରକାରୀ ଦ୍ରବ୍ୟ ସବୁ ବାହାରିଥାଏ । ଏହି ଅଦରକାରୀ ଦ୍ରବ୍ୟର ଆକ୍ୟୁମୁଲେସନ ଆମ ଶରୀର ପାଇଁ ବିଷତୁଲ୍ୟ, ଏବଂ ଅନ୍ୟାନ୍ୟ ଟକ୍ସିନ୍ ଜାତୀୟ ଅଦରକାରୀ ଦ୍ରବ୍ୟ ପରିଶ୍ରା ଦ୍ଵାରା ନିର୍ଗତ ହୁଏ । କ୍ରିଏଟିନିନ ୟୁରିଆ ହେଉଛି ଦୁଇଟି ଅଦରକାରୀ ଉତ୍ପାଦନ ଯାହାର ପରିମାଣ ମନୁଷ୍ୟ ଶରୀର ସହଜରେ ମାପିଦେଇପାରେ । ସେମାନଙ୍କ "ଗୁରୁତ୍ଵ" ରକ୍ତରେ ଅବା ପରିମାଣ ବୃକକର କାର୍ଯ୍ୟକ୍ଷମତାକୁ ସୂଚିତ କରେ । ରକ୍ତ ପରୀକ୍ଷା କଲେ, ଯଦି କ୍ରିଏଟିନିନ ଏବଂ ୟୁରିଆର ପରିମାଣ ମାତ୍ରାଧିକ ହୋଇଯାଏ ସେତେବେଳେ ବୃକକ ଠିକଭାବରେ କାର୍ଯ୍ୟ କରୁନାହିଁ ବୋଲି ଜଣାପଡେ । ମାତ୍ରାଧୁକ ତରଳ ଦ୍ରବ୍ୟର ନିଷ୍କାସନ : ବୃକକ ର ଦ୍ବିତୀୟ ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ଆବଶ୍ୟକ ମାତ୍ରାର ତରଳ ପଦାର୍ଥର ନିୟନ୍ତ୍ରଣ କରିବା । ପରିଶ୍ରାରେ ମାତ୍ରାଧିକ ତରଳ ପଦାର୍ଥର ନିଷ୍କାସନ କରିବା ଏବଂ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଶରୀରକୁ ଯୋଗାଇବାରେ ସାହାଯ୍ୟ କରେ । ଅଧୁକ ଜଳ ଶରୀରକୁ ଲାଇ ଦିଏ । ଖଣିଜ ଲବଣ ଓ ରାସାୟନିକ ଦ୍ରବ୍ୟ ମୃରେ ସମାନତା ରକ୍ଷାକରେ ବୃକକ ଆଉ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରେ ତାହା ହେଉଛି ଖଣିଜ ଲବଣ ଏବଂ ରାସାୟନିକ ଦ୍ରବ୍ୟ ଉଦାହରଣ ସ୍ୱରୂପ ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ‘ସ’ରସ, ମ୍ୟାଗ୍ନେସିୟମ, ହାଇଡ୍ରୋଜେନ ଏବଂ ଶରୀରର ଯୌଗିକ ମାତ୍ରାକୁ ନିୟନ୍ତ୍ରଣ ରଖେ । ରକ୍ତ ଚାପର ନିୟନ୍ତ୍ରଣ ବୃକକ ଶରୀରରେ ବିଭିନ୍ନ ପ୍ରକାରର ହରମୋନ ଉତ୍ପାଦନ କରେ (ଯଥା – ରେନିନ, ଆଞ୍ଜିଓଟେନସିନ୍ ଆଲଡେରେଷ୍ଟରନ, ପ୍ରୋଷ୍ଟାଗ୍ନାଡିନ ଏବଂ ଅନ୍ୟାନ୍ୟ ଶ୍ରେକଣ୍ଡେତକ) ଜଳ ଏବଂ ଲବଣର ମାତ୍ରା ନିୟନ୍ତ୍ରଣାରେ ରଖେ । ଲୋହିତ ରକ୍ତ କଣିକାର ଉତ୍ପାଦନ ବୃକକରେ ଏରିଥ୍ରୋପୋଏଟିନ ଉତ୍ପାଦନ ହେବାଦ୍ଵାରା ଏହା ଲୋହିତ ରକ୍ତ କଣିକା ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ । ବୃକକ କାର୍ଯ୍ୟହୀନ ହେଲେ ଏରିଥ୍ରୋପୋଏଟିନର ଉତ୍ପାଦନ କମିଯାଏ ଯଦ୍ଵାରା ଲୋହିତ ରକ୍ତ କଣିକା ଉତ୍ପାଦନ ବାଧାପ୍ରାପ୍ତ ହୁଏ ଏବଂ ଶରୀରରେ ରକ୍ତହୀନତା ରୋଗ ଦେଖାଯାଏ । ସ୍ଵଳ୍ପ ମାତ୍ରାରେ ଏରିଥ୍ରୋପୋଏଟିନ୍ ଉତ୍ପାଦନ ହେବା କାରଣରୁ ରୋଗୀର ରେନାଲ ଖେଲଧୁଅର ହୋଇଥାଏ । ଲେହ ଏବଂ ପୃଷ୍ଟିସାର ଖାଦ୍ୟର ପରିମାଣ ଔଷଧ ବ୍ୟବହାର ନ କରିଛି ସେପର୍ଯ୍ୟନ୍ତ ରୋଗୀର ରକ୍ତ କଣିକା ପରିମାଣରେ ଉନ୍ନତି ପରିଲିକ୍ଷିତ ହୁଏ ନାହିଁ । ସୁସ୍ଥ ଅସ୍ଥିର ରକ୍ଷଣାବେକ୍ଷଣ ବୃକକ ଖାଦ୍ୟସାର ‘ଘ’ କୁ ସଚଳ କରେ । ଯଦ୍ଵାରା ଖାଦ୍ୟରୁ କ୍ୟାଲସିୟମ କୁ ଦ୍ରବିଭୂତ କରାଇ ହାଡ ଏବଂ ଦନ୍ତ ବୃଦ୍ଧିରେ ସହାୟକ ହେବା ସହିତ ଶକ୍ତ ଏବଂ ସୁସ୍ଥ ରକ୍ୟୁବାରେ ସାହାଯ୍ୟ କରେ । ବୃକକ ଠିକଭାବେ କାର୍ଯ୍ୟ ନକଲେ ଖାଦ୍ୟସାର ‘ଘ’ ର ଅଭାବ ଦେଖାଦିଏ । ହାଡ ବୃଦ୍ଧି ପରିବର୍ଷo କ୍ଷୟ ହୋଇ ଦୂର୍ବଳ ହୋଇଯାଏ । କିପରି ରକ୍ତ ବିଶୁଦ୍ଧ ହୁଏ ଏବଂ ପରିଶ୍ରା ସୃଷ୍ଟି ହୁଏ ? ଏଥର ଆସ ଜାଣିବା ପରିଶ୍ରା ସୃଷ୍ଟି ହେବାର କଠିନ ଏବଂ ଆମୋଦ ଦାୟକ ପ୍ରଣାଳୀ ବିଷୟରେ । ତୁମେ ଜାଣ କି ବୃକକ ମ୍ବକୁ ପ୍ରତି ମିନିଟରେ ୧୨୦୦ ମି.ଲି. ରକ୍ତ ପରିଷ୍କାର ହେବାପାଇଁ ପ୍ରବେଶ କରେ ଯାହାକି ହୃଦୟ ଦ୍ଵାର ପମ୍ପ ହେଉଥବା ପୁରା ରକ୍ତର ୨୦% ତେଣୁ ପ୍ରତ୍ୟେକ ଦିନରେ ୧୭୦୦ ଲିଟର ରକ୍ତ ବିଶୁଦ୍ଧ ହୁଏ । ଏହି ବିଶୁଦ୍ଧି କରଣ ପ୍ରକ୍ରିୟା ଏକ ଛୋଟ ଛଣା ମୃମରେ ହୋଇଥାଏ ଯାହାକୁ ଆମେ "ନେଫ୍ରାନ" କହିଥାଉ । ପ୍ରତ୍ୟେକ ବ୍ଲକକ ଏକ ଲକ୍ଷ ନେତ୍ଥାନ କୁ ନେଇ ଗଠିତ । ପ୍ରତ୍ୟେକ ନେଫ୍ରନ (ରେଗ୍ନାମ ରୁଲସ୍) ଏବଂ ଟ୍ୟୁଚୁଲେସ୍କୁ ନେଇ ଗଠିତ । ଗ୍ଲୋମେରୁଲି ବିଶୁଦ୍ଧି କରଣ ପ୍ରକ୍ରିୟା, କ୍ଷୁଦ୍ର କଣା ଏବଂ କେତେଗୁଡିଏ ବଛା ବଛା ବିଶୁଦ୍ଧିକରଣ ଛଣାକୁ ନେଇ କରାଯାଏ । ଜଳ ଏବଂ କ୍ଷୁଦ୍ର ଆକାରର ଜିନିଷ ଗୁଡିକ ସହଜରେ ଏହା ମାମରେ ଛାଣି ହୋଇଯାଏ କିନ୍ତୁ ବଡ ଆକାରର ଶ୍ରେତ ଏବଂ ଲୋହିତ ରକ୍ତ କଣିକା, ପ୍ଲେଟେଲେଟସ୍ ପୃଷ୍ଟିସାର କିନ୍ତୁ ଏହି କ୍ଷୁଦ୍ର କଣା ମୃମରେ ଯାଇପାରିନଥାନ୍ତି । ସେଥିପାଇଁ ଏକ ସୁସ୍ଥ ଲୋକର ପରିଶ୍ରାରେ ବଡ ବଡ ଜିନିଷ ନଥାଏ । ପ୍ରଥମେ ପରିଶ୍ରା ଗ୍ଲୋମେରୁଲିରେ ବାହାରେ । ଯେଉଁଟି ୧୨୫ ମି.ଲି. ପରିଶ୍ରା ପ୍ରତ୍ୟେକ ମିନିଟରେ ପରିଷ୍କୃତ ହୁଏ । ଏହା ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ ୨୪ ଘOରେ ୧୮୦ ଲିଟର ପରିଶ୍ରା ଉତ୍ପନ୍ନ ହୁଏ । ଏହା କେବଳ ଅଦରକାରୀ ଉତ୍ପାଦକ, ଲବଣ, ଟକ୍ସିକ୍ ସବଷ୍ଟାସେନସ୍ କୁ ନେଇ ଗଠିତ ତା ନୁହେଁ କିନ୍ତୁ ଏହା ପୁଣି ଗ୍ଲୁକୋଜ ଏବଂ ଅନ୍ୟାନ୍ୟ ଅଦରକାରୀ ସବଷ୍ଟାନସେସ୍ କୁ ନେଇ ଗଠିତ । ବୃକକ ବୃହତ ବୁଦ୍ଧିମତାର ସହିତ ପ୍ରତିଶୋଷଣ କାର୍ଯ୍ୟ ମ୍ଳ ସମ୍ପାଦନ କରେ । ୧୮୦ ଲିଟର ତରଳ ଯାହା ଟୁବୁଲେସ୍ ମ୍ବକୁ ପ୍ରବେଶ କରେ ସେଥିରୁ ୯୯% ଭାଗ ତରଳ ଅଂଶ ପ୍ରତିଶୋଷିତ ହୁଏ ଆଉ ୧% ଭାଗ ତରଳ ପରିଶ୍ରା ଆକାରରେ ନିଷ୍କାସିତ ହୁଏ । ଏହି ବୌଦ୍ଧିକ ପ୍ରକ୍ରିୟା ଦ୍ଵାରା ଅତ୍ୟାବଶ୍ୟକ ସବଷ୍ଟାନସେସ୍ ଏବଂ ୧୭୮ ଲିଟର ତରଳ ପଦାର୍ଥ ପ୍ରତିଶୋଷିତ ଟୁଲେସ୍ ମାମରେ ହୁଏ, ଏବଂ ୧ ରୁ ୨ ଲିଟର ଜଳ, ଅଦରକାରୀ ଦ୍ରବ୍ୟ, ମାତ୍ରାଧିକ ଲବଣ, ଅନ୍ୟାନ୍ୟ କ୍ଷତି କରୁଥିବା ସବଷ୍ଟାନସେସ୍ ସବୁ ନିଷ୍କାସିତ ହୁଏ । ବୃକକରେ ଗଠିତ ପରିଶ୍ରା ୟୁରେଟରକୁ ଗଡି ଆସେ, ଏବଂ ପରିଶ୍ରା ବ୍ଲାଡର ଦ୍ଵାରା ଗତିକରି ଶେଷରେ ପରିଶ୍ରା ଦ୍ଵାର ଦେଇ ନିଷ୍କାସିତ ହୁଏ । ସୁସ୍ଥ ବୃକକଧାରୀ ବ୍ୟକ୍ତିର ପରିଶ୍ରା ପରିମାଣରେ ବ୍ୟତିକ୍ରମ ଦେଖାଯାଇପାରେ ? ପାଣି ପିଇବାର ପରିମାଣ ଏବଂ ପାରିପାଶ୍ରିକ ଅବସ୍ଥା ଉପରେ ଜଣେ ବ୍ୟକ୍ତିର ପରିଶ୍ରାର ପରିମାଣ ସୁର Golo ଯଦି କମ ପାଣି ପିଆଯାଏ ପରିଶ୍ରା ବହଳିଆ ହୋଇଯାଏ ଏବଂ ପରିମାଣ କମିଥାଏ (୫୦୦ ମି.ଲି.) ମୃମରେ କିନ୍ତୁ ଯଦି ଅତ୍ୟଧିକ ପାଣି ପିଆଯାଏ ତେବେ ପରିଶ୍ରାର ପରିମାଣ ବଡ଼ିଯାଏ । ଗ୍ରୀଷ୍ମ ଋତୁ ରେ ପରସ୍ପିରେସନ କାରଣରୁ ଗରମ ବୃଦ୍ଧି ଯୋଗୁଁ ପରିଶ୍ରାର ପରିମାଣ ହ୍ରାସ ପାଏ । ଶୀତଦିନେ ମୁ ଅନ୍ୟ କାରଣ, କମ ଗରମ ପରସ୍ପିରେସନ ନଥିବା କାରଣରୁ ପରିଶ୍ରା ବହୁଥର ହୋଇଥାଏ । ଏକ ବ୍ୟକ୍ତି ଯିଏକି. ଆବଶ୍ୟକ ପରିମାଣର ପାଣି ପିଏ, ଯଦି ତାର ପରିଶ୍ରାର ପରିମାଣା ୫o o ମି.ଲି. ରୁ କମ କିସା ୩ooo ମି.ଲି. ରୁ ଅଧିକ ହୁଏ ତେବେ ଏହା ସୂଚାଇ ଦିଏ କି ବୃକକ ର ପରୀକ୍ଷା କରିବା ନିତ୍ଯନ୍ତ ଆବଶ୍ୟକ । ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ