ବେଡୱେଟିଙ୍ଗ ବା ଶୋଇଥବା ବେଳେ ହଠାତ ମୂତ୍ର ତ୍ୟାଗ କରିବା ପିଲାମାନଙ୍କର ଏକ ସାଧାରଣ ଏବଂ ସ୍କଭାବିକ ପ୍ରକ୍ରିୟା । ଶଯ୍ୟରେ ପରିଶ୍ରା 'ରାତ୍ରକାଳୀନ ଅନିଚ୍ଛାକୃତ ମୂତ୍ର ତ୍ୟାଗ" ନା ବ୍ଲକର ରୋଗ ନା ଦୁଷ୍ଟ ପଣିଆ, ନା ପିଲାଙ୍କର ଅଳସୁଆମିର ଫଳ । ଅଧୁକାଂଶ ସମୟରେ ଏହା ସ୍ଵତଃ ବନ୍ଦ ହୋଇଯାଏ । ପିଲା ବଡ ହେବାମାତ୍ରେ ବିନା ଚିକିସ୍ଥାରେ ସ୍କତ୫ ବନ୍ଦ ହୋଇଯାଏ । ଯାହାହେଉ ପିଲାମାନଙ୍କ ପାଇଁ ଶଯ୍ୟରେ ପରିଶ୍ରା ଏକ ଦୁଃଖ ବା ପରିତାପର ବିଷୟ । ସେମାନଙ୍କ ପରିବାର ପାଇଁ ଏବଂ ପିଲାଙ୍କ ପାଇଁ ମଧ୍ୟ ଏହା ଅସୁବିଧା ଏବଂ ହରେଚାସୁନ୍ଦର କାରଣ ହୋଇଥାଏ ।

କେତେଭାଗ ପିଲା ଶଯ୍ୟା ପରିଶ୍ରା ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ କେତେବର୍ଷରେ ଏହା ସ୍ଵାଭାବିକ ଭାବରେ ବନ୍ଦ ହୋଇଥାଏ ?

ପିଲା ବିଛଣାରେ ପରିଶ୍ରା କରିବା ଅତି ସାଧାରଣ । ଏହା ୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଅତି ସାଧାରଣ । ପାOବର୍ଷ ବୟସର ପ୍ରାୟତଃ ୧୫ ରୁ ୨ o ଭାଗ ପିଲାଙ୍କର ବିଛଣାରେ ପରିଶ୍ରା ହୋଇଯାଏ । ବୟସ ବଢିବା ସହ ଏହାର ମାତ୍ରା ତୁଳନାତ୍ମକ ଭାବେ କମିଯାଏ । ବୟସ ବଢିବା ସହ ଏହାର ମାତ୍ରା ତୁଳନାତ୍ମକ ଭାବେ କମିଯାଏ । ୧୦ ବର୍ଷ ବେଳକୁ ୫ ଭାଗ, ୧୫ ବର୍ଷ ବେଳକୁ ୨ ଭାଗ ଏବଂ ପ୍ରାପ୍ତ ବୟସ ବେଳକୁ ୧ ଭାଗରୁ କମ୍ ଲୋକଙ୍କର ହୋଇଥାଏ ।

କେଉଁ ପିଲା ଶଯ୍ୟ ପରିଶ୍ରା ରୋଗରେ ଆକ୍ରାନ୍ତ ହୁଅନ୍ତି

ଯେଉଁ ପିଲାଙ୍କର ପିତା ମାତାଙ୍କ ମଧରୁ ଜଣେ ହେଲେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବେ ।

ଯାହାର ସ୍ନାୟବିକ ଉନ୍ନତି ବିଳମ୍ବିତ ହୋଇଥିବ, ଯଦ୍ଵାରା ପିଲାର ବ୍ଲାଡର ପୂର୍ଣ୍ଣ ହେଲା ବୋଲି ଜାଣିବାର ଶକ୍ତି କମିଯାଇଥିବ ।

ଗାଢ ନିଦ୍ରାରେ ଶୋଇଥବା ପିଲାର ।

ଝିଅପିଲାଙ୍କ ଅପେକ୍ଷା ପୁଅ ପିଲାଙ୍କ କ୍ଷେତ୍ରରେ ଏହା ଅତ୍ୟ ସାଧାରଣ ।

ଏପରି ଅସୁବିଧା ହୁଏତ ଆରମ୍ଭରୁ ହୋଇଥାଏ ଅଥବା ମନସ୍ତାତ୍ଵିକ କିମ୍ବା ଶାରୀରିକ ଚାପ ଯୋଗୁଁ ଏହା କ୍ରମାଗତ ବଢ଼େ ।

ବହୁତ କମ ପୁଅପିଲା ପ୍ରାୟତଃ ୨ ରୁ ୩ ପ୍ରତିଶତ ପିଲାଙ୍କର ଡାକ୍ତରୀ ଅସୁବିଧା ଯେପରିକି ପରିଶ୍ରାନଳୀ ସଂକ୍ରମଣ, ମଧୁମେହ, ବୃକକ ହାନି, ପିନକୃମି, କୋଷ୍ଠ କାଠିନ୍ୟ, ଛୋଟ ବ୍ଲାଡର ଜନିତ ଅସୁବିଧା, ମେରୁଦଣ୍ଡରେ ଅସ୍କାଭିକତା କିମ୍ବା ୟୁରେଥାଲ ଭାଲଭର ଅସୁବିଧା କାରଣରୁ ଶଯ୍ୟା ପରିଶ୍ରା ହୋଇଥାଏ ।

ଶଯ୍ୟରେ ପରିଶ୍ରା କରୁଥୁବା ପିଲାମାନଙ୍କର କେତେବେଳେ ଏବଂ କେଉଁ ତଦ' କରାଯାଏ

ବିଛଣା ବା ଶଯ୍ୟରେ ପରିଶ୍ରା କରୁଥବା ପିଲାଙ୍କ ମଧ୍ୟରୁ ଯେଉଁମାନଙ୍କର ଡାକ୍ତରୀ କିମ୍ବା ଗଠନଗତ ଅସୁବିଧାର ସଯୋହ କରାଯାଏ ସେତେବେଳେ ତଦ' କରାଯାଏ । ବାରସାର କରାଯାଉଥବା ପରୀକ୍ଷା ଗୁଡିକ ହେଉଛି – ପରିଶ୍ରା ପରୀକ୍ଷା, ରକ୍ତ ଶର୍କରା, ଏକୃ-ରେ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ବୃକକ ଓ ବ୍ଲାଡରର ଅନ୍ୟାନ୍ୟ ଇମେଜିଂ ପରୀକ୍ଷା ।

ଚିକିତ୍ସା : ବିଛଣାରେ ପରିଶ୍ରା କରିବା ହେଉଛି ସ୍ଵତଃ ପ୍ରବୃତ । ଏହା ଜାଣିଶୁଣି କେହି କରେନାହିଁ । ତେଣୁ ପିଲାଙ୍କୁ ଏଥିପାଇଁ ଦଣ୍ଡଦେବା, ଗାଳିଦେବା, ମାଡଦେବା, ପାଟିତୁଣ୍ଡ କରିବା ଉଚିତ ନୁହେଁ । ଏହା ପରିବର୍ତ୍ତେ ପିଲାଙ୍କୁ ଆଶ୍ଵାସନା ଦେଇ ଚୁଝାଇଦେବା ଉଚିତ ଯେ ବିଛଣାରେ ପରିଶ୍ରା କରିବା ସମୟ ଅନୁସାରେ ବନ୍ଦ ହୋଇଯିବ ।

ଶଯ୍ୟା ପରିଶ୍ରା ପାଇଁ ମିଶ୍ରିତ ଚିକିତ୍ସା କରାଯାଏ ଯଥା ଶିକ୍ଷା, ପ୍ରେରଣାଦାୟକ ଚିକିତ୍ସା, ଅଭ୍ୟାସରେ ପରିବର୍ତ୍ତନ, ତରଳଦ୍ରବ୍ୟ ପିଇବା ଏବଂ ମୂତ୍ରତ୍ୟାଗ କରିବା ଅଭ୍ୟାସର ପରିବର୍ତ୍ତନ ଇତ୍ୟାଦି । ଏହା ସତ୍ଵେପରିଶ୍ରା ବନ୍ଦ ନହେଲେ ଉପରୋକ୍ତ ପ୍ରକ୍ରିୟା ଅନୁକରଣ ସହିତ ପରିଶ୍ରା କରିବା ସମୟର ସତର୍କ ଘଣ୍ଟି ଏବଂ ଔଷଧ ଚିକିତ୍ସା କରାଯାଇପାରେ ।

୧. ଶିକ୍ଷା ଏବଂ ପ୍ରବର୍ତ୍ତନ ଚିକିତ୍ସା

ଶଯ୍ୟାରେ ପରିଶ୍ରା କରିବା ବିଷୟରେ ପିଲା ନିଶ୍ଚିତଭାବରେ ପୂର୍ଣ୍ଣାଙ୍ଗ ଜ୍ଞାନ ପାଇବା ଉଚିତ ।

ଶଯ୍ୟା ପରିଶ୍ରା ପିଲାମାନଙ୍କର ଦୋଷ ବା ତ୍ରୁଟି ନୁହେଁ, ତେଣୁ ପିଲାଙ୍କ ଉପରେ ରାଗିବା ବା ସେମାନଙ୍କୁ ସାବଧାନ କରାଇବା ଅନୁଚିତ ।

ଏହା ପରିସ୍ଥିତିକୁ ଖରାପ କରିପାରେ ।

ବିଛଣାରେ ବା ଶଯ୍ୟରେ ପରିଶ୍ରା କରିବା କାରଣରୁ କେହି ପିଲାଙ୍କୁ ଉତ୍ୟକ୍ତ କରିବା ଉଚିତ ନୁହେଁ ।

ପିଲାଙ୍କୁ ଚାପମୁକ୍ତ କରିବାପାଇଁ, ଶଯ୍ୟାରେ ପରିଶ୍ରା କରୁଥବା ଯୋଗୁଁ ସେ କୌଣସି ସମସ୍ୟାର ସମ୍ମୁଖୀନ ହେବନାହିଁ ଏବଂ ପରିବାରର ଲୋକେ ତା’ସାଙ୍ଗରେ ଅଛି' ଏବଂ ଏପରି ସମସ୍ୟା କ୍ଷଣସ୍ଥାୟୀ ହୋଇଥୁବାରୁ କିଛିଦିନ ପରେ ତାହା ଠିକ୍ ହୋଇଯିବ, ଏକଥା ତାକୁ ବୁଝାଇ ଦେବା ଉଚିତ୍ ।

ଡାଇପର ପରିବର୍ତ୍ତେ ପ୍ୟାଣ୍ଟପିନ୍ଧିବା ପାଇଁ ପ୍ରଶିକ୍ଷଣ ଦେବା ଉଚିତ ।

ରାତ୍ରିରେ ଶୋଇଲାବେଳେ ରାତ୍ରକାଳୀନ ଆଲୋକ ବତୀ ଜଳାଇ ରଖିବା ଉଚିତ ଯଦ୍ୱାରା ରାତିରେ ପରିଶ୍ରା ଲାଗିଲେ ସେ ସହଜରେ ପରିଶ୍ରାଗାରକୁ ଯାଇ ପାରିବ ।

ପାଖରେ ବଳକା ଏକ ଯୋଡା ପାଇଜାମା, ବେଡସିଟ ଏବଂ ତଉଲିଆ ରଖିବା ଉଚିତ ଯଦ୍ୱାରା ପିଲାଟି ପରିଶ୍ରା କରିଦେବା ଯୋଗୁଁ ନିଦ ଭାଙ୍ଗିଗଲେ, ସଂଗେ ସଂଗେ ଓଦା ବସ୍ତ୍ର ସହଜରେ ଓ ସୁବିଧାରେ ବଦଳାଇ ଦେଇହେବ ।

ଗଦି ଉପରେ ପ୍ଲାଷ୍ଟିକ ଚାଦର ବିଛାଇଦେବା ଆବଶ୍ୟକ ଯଦ୍ୱାରା ଗଦି ବା ବିଛଣା ଓଦା ହେବନାହିଁ ।

ଗୋଟେ ଲମା ତଉଲିଆକୁ ବେଡସିଟର ତଳେ ରଖିବାଦ୍ଵାରା ବଳକା ପରିଶ୍ରା ତଉଲିଆରେ ଭିଜିଯିବ ଯଦ୍ୱାରା ପିଲା ପୁରା ଓଦା ହେବନାହିଁ ।

ସକାଳୁ ଗାଧୋଇବା ପାଇଁ କହିବା ଉଚିତ ଯଦ୍ୱାରା ପରିଶ୍ରାର ଗନ୍ଧ ରହିବ ନାହିଁ ।

ରାତିରେ ଶୁଖିଲାରେ ଶୋଇବା ପାଇଁ ପ୍ରୋତ୍ସାହିତ କରିବା ଉଚିତ ଏବଂ ରାତିରେ ଶଯ୍ୟାରେ ନମୂତିଲେ ପୁରସ୍କୃତ କରିବା ଯଦ୍ଵାରା ଛୋଟ ଉପହାର ପିଲାକୁ ଉତ୍ସାହିତ କରିଥାଏ ।

କୋଷ୍ଠକାଠିନ୍ୟକୁ ଅବହେଳା ନକରି ତୁରନ୍ତ ଚିକିତ୍ସା କରିବା ଉଚିତ୍ ।

୨. ସୀମିତ ତରଳ ଗ୍ରହଣ

ରାତିରେ ଶୋଇବାର ଦୁଇରୁ ତିନିଘଣ୍ଟା। ପୂର୍ବରୁ ପିଲାକୁ ସୀମିତ ତରଳ ପିଇବାକୁ ଦେବା ଉଚିତ । କିନ୍ତୁ ଦିନବେଳେ ପିଲା ପର୍ଯ୍ୟାପ୍ତ ପରିମାଣର ତରଳ ଗ୍ରହଣ କରୁଥୁବାର ଦୃଢ଼ନିଶ୍ଚିତ ହେବା ଉଚିତ |

ପ୍ୟାଫେନ (ଚା, କଫି) ଇତ୍ୟାଦିକୁ ଏଡାଇଯିବା ଉଚିତ ।

କାର୍ବୋନେଟ୍ ପାନୀୟ (କୋଲା) ଏବଂ ଚକୋଲେଟ୍ ପରି ଖାଦ୍ୟକୁ ସନ୍ଧ୍ୟା ସମୟରେ ନଖାଇବା ଉଚିତ । ଏସବୁ ଖାଦ୍ୟ, ମୂତ୍ର ତ୍ୟାଗ କରିବାର ଇଚ୍ଛାକୁ ବଢାଇ ପାରିବ ଏବଂ ଶଯ୍ୟାରେ ପରିଶ୍ରା କରିବାର ପ୍ରବୃତ୍ତିକୁ ଉତ୍ତେଜିତ କରିଥାନ୍ତି ।

୩. ଶୂନ୍ୟ କରିବା ଅଭ୍ୟସ ଉପରେ ପରାମର୍ଶ

ଶଯ୍ୟାକୁ ଯିବା ପୂର୍ବରୁ ଦୁଇଥର ପରିଶ୍ରା କରିବାପାଇଁ ପ୍ରୋତ୍ସାହିତ କରିବା ଉଚିତ । ପ୍ରଥମେ ନିୟମିତ କ୍ରମରେ ପରିଶ୍ରା କରି ଖାଲି କରିବା, ଦ୍ଵିତୀୟଥର ନିଦ ଲାଗିବାର କିଛିକ୍ଷଣ ପୂର୍ବରୁ ।

ଦିନସାରା ଯେତେଥର ପରିଶ୍ରା ଲାଗିଲେ ପରିଶ୍ରାଗାରରେ ଯାଇ ପରିଶ୍ରା କରିବାପାଇଁ ଅଭ୍ୟାସରେ ପକାଇବା ଉଚିତ ।

ରାତିରେ ପିଲାଟି ଶୋଇବାର ତିନିଘଣ୍ଟା ପରେ ଥରେ ଲେଖାଏଁ ତାକୁ ଉଠାଇ ପରିଶ୍ରା କରାଇଦେବା ଉଚିତ । ଯଦି ଆବଶ୍ୟକ ପଡେ ତେବେ ଆର୍ଲାମ ବ୍ୟବହାର କରିବା ଉଚିତ ।

ଏକ ନିର୍ଦ୍ଧିଷ୍ଟ ସମୟରେ ଶଯ୍ୟା ଓଦା ହେବାର ନିଶ୍ଚିତ ହେଲେ, ଉଠିବାର ସମୟକୁ ଯଥୋପଯୁକ୍ତ ବ୍ୟବସ୍ଥିତ କରାଯାଇପାରେ ।

୪. ଶଯ୍ୟ। ଓଦାର ସତର୍କ ଘଣ୍ଟି

୭ ବର୍ଷ ବୟସରୁ ଅଧୁକ ବୟସ୍କ ପିଲାଙ୍କ ପାଇଁ ଶଯ୍ୟା ଓଦା ହେବାକୁ ନିୟନ୍ତ୍ରଣ କରିବାପାଇଁ ସତର୍କ ଘଣ୍ଟି ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟବସ୍ଥା ।

ଏହି ସତର୍କ ଘଣ୍ଟିରେ ଗୋଟେ ସେନସର ପିଲାର ଅନ୍ତ ବସ୍ତ୍ର ସହ ଯୋଡା ହୋଇଥାଏ । ଯେତେବେଳେ ପିଲାଟି ମୂତ୍ର ନିଷ୍କାସନ କରେ, ପ୍ରଥମ ଟୋପା ପରିଶ୍ରା ପଡିବାରୁ ଯନ୍ତ୍ର ଚେତନା ଜାଗ୍ରତ ହୁଏ, ଏବଂ ସତର୍କ ଘଣ୍ଟି ବାଜିଉଠେ ଏବଂ ପିଲାଟି ଉଠି ପଡେ । ଯଦ୍ୱାରା ଶୈଚାଳୟକୁ ଯିବା ପର୍ଯ୍ୟନ୍ତ ପିଲାଟି ପରିଶ୍ରାକୁ ନିୟନ୍ତ୍ରିତ କରି ରଖେ ।

ସତର୍କ ଘଣ୍ଟି ସାହାଯ୍ୟରେ ଶଯ୍ୟା ଓଦା ହେବାର କିଛିକ୍ଷଣ ପୂର୍ବରୁ ପିଲାଟି ଉଠିଯିବାର ପ୍ରଶିକ୍ଷଣ ଦିଆଯାଇପାରେ ।

୫. ବ୍ଲାଡର ପ୍ରଶିକ୍ଷଣ ବ୍ୟାୟାମ

ଶଯ୍ୟ। ଓଦା କରୁଥବା ଅନେକ ପିଲାଙ୍କ ସମସ୍ୟା ହେଉଛି, ସେମାନଙ୍କର ଛୋଟ ମୂତ୍ରାଶୟ । ମୂତ୍ରାଶୟ ବା ବ୍ଲାଡର ପ୍ରଶିକ୍ଷଣର ଲକ୍ଷ୍ୟ ହେଉଛି ମୂତ୍ରାଶୟରେ ମୂତ୍ର ଧାରଣ କ୍ଷମତାକୁ ବଢ଼ାଇବା |

ମୂତ୍ରାଶୟ ପ୍ରଶିକ୍ଷଣ ପାଇଁ, ଦିନବେଳା ପିଲାକୁ ବହୁ ପରିମାଣରେ ପାଣି ପିଇବାକୁ ଦେଇ କୁହାଯିବ ଯେ ପରିଶ୍ରା ଲାଗିଲେ ତୁରନ୍ତ ପରିଶ୍ରା କରିବା ପରିବର୍ତ୍ତେ କିଛି ସମୟ ଅଟକାଇ ରଖି ତା’ପରେ କରିବ । ଯଦ୍ଵାରା ଏହା ଅଭ୍ୟାସରେ ପରିଣତ ହେବ ।

ଏପରି ଅଭ୍ୟାସ କରିବା ଦ୍ଵାରା ଜଣେ ପିଲା ଦୀର୍ଘସମୟ ପରିଶ୍ରା ଜାକି ଦେଇପାରେ । ଏହା ମୂତ୍ରାଶୟ ଏବଂ ମୂତ୍ରାଶୟର ମାଂସପେଶୀକୁ ଶକ୍ତିଶାଳୀ କରି ମୂତ୍ରାଶୟରେ ମୂତ୍ରଧାରଣ କ୍ଷମତା ବୃଦ୍ଧିକରେ ।

୬. ଔଷଧ ଚିକିତ୍ସା

ଶଯ୍ୟା ଓଦା ବନ୍ଦ କରିବାପାଇଁ ଔଷଧର ବ୍ୟବହାର ହେଉଛି ଶେଷ ଅବଲମ୍ବନ । ସାଧାରଣତଃ ୭ ବର୍ଷରୁ ଅଧିକ ବୟସର ପିଲାଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯାଇପାରେ । ଔଷଧ ଗୁଡିକ ବହୁତ ପ୍ରଭାବଯୁକ୍ତ ଏବଂ ଶଯ୍ୟା ଓଦାକୁ ପୁରାପୁରି ନିୟନ୍ତ୍ରଣ କରିପାରେ ନାହିଁ । ଏହା ସାମୟିକ ପ୍ରତିବଦଳର ଏକ ମାପକ ଏବଂ ଅଳ୍ପସମୟ ବ୍ୟବହାର ପାଇଁ ଉଚିତ୍ । ଶଯ୍ୟା ଓଦା ସାଧାରଣତଃ ପୁନଃ ପ୍ରତ୍ୟାବର୍ତ୍ତନ କରେ, ଯେତେବେଳେ ଔଷଧ ବନ୍ଦ ହୋଇଯାଏ । ଶଯ୍ୟା ଓଦା ହେବାର ସ୍ଥାୟୀ ସୁସ୍ଥତା, ସତର୍କଘଣ୍ଟିରେ ଔଷଧ ଅପେକ୍ଷା ଅଧିକ ସଫଳ ହୋଇଥାଏ ।

କ) ଡ଼େସମୋପ୍ରେସିନ୍ ଆସେଟେଡ (ଡିଡିଏଭିପି)

ଡେସମୋପ୍ରେସିନ, ଟାବଲେଟ୍ ବଜାରରେ ଉପଲବଧ ହୁଏ ଏବଂ ଅନ୍ୟ ସମସ୍ତ ପ୍ରଣାଳୀ ଅସଫଳ ହେଲେ ଡାକ୍ତରଙ୍କ ଦ୍ଵାରା ଏହି ଔଷଧ ଲେଖାଯାଏ ।

ଏହି ଔଷଧ ରାତିରେ ପିଲାମାନଙ୍କର ପରିଶ୍ରାର ପରିମାଣକୁ କମାଏ । ତେଣୁ ଯେଉଁ ପିଲାଙ୍କର ବହୁତ ପରିଶ୍ରା ହେଉଥାଏ ତାଙ୍କ ପାଇଁ ଏହି ଔଷଧ ଲାଭଦାୟକ । ମନେରଖିବାକୁ ହେବ କେବଳ ଇନଟକ୍ସିକେସନ ନିମି ସନ୍ଧ୍ୟାପରେ ପିଲାଟି କମ ପରିମାଣରେ ତରଳ ପିଇବ । ଏହି ଔଷଧ ସାଧାରଣତଃ ଶୋଇବା ପୂର୍ବରୁ ଦିଆଯାଏ । ଯଦି କୌଣସି କାରଣରୁ ରାତିରେ ପିଲାଟି ଅଧିକ ତରଳ ପିଇଦେଇଛି ତେବେ ଏହି ଔଷଧକୁ ରାତିରେ ନଦେବା ଉଚିତ ।

ଯଦିଓ ଏହି ଔଷଧ ବହୁତ ପ୍ରଭାବଶାଳୀ ଏବଂ କମ ପାର୍ଶ୍ଵ ପ୍ରତିକକ୍ରିୟାଯୁକ୍ତ ତଥାପି ଏହା ଅତ୍ୟଧିକ ମୂଲ୍ୟଯୁକ୍ତ ହୋଇଥବା ଯୋଗୁଁ ଅନେକ ପିତାମାତା ଏହା କିଣିବାକୁ ସମର୍ଥ ହୋଇ ନଥାନ୍ତି ।

ଖ) ଇମପ୍ରାସିନ୍: ଇମପ୍ରାସିନ (ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଇସ୍) ର ଏକ ଶିଥିଳ ପ୍ରଭାବ ମୂତ୍ରାଶୟ ଉପରେ ପଡେ । ଏହା ସଂକୋଚନ ପେଶୀ ଉପରେ ଚାପ ପ୍ରୟୋଗ କରେ ଯଦ୍ଵାରା ମୂତ୍ରାଶୟର ମୂତ୍ରଧାରଣ କ୍ଷମତା ବଢ଼େ, ଏବଂ ପରିଶ୍ରା ଧରି ରଖେ । ଏହା ସାଧାରଣତଃ ୩ରୁ ୬ ମାସ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ । ଏହି ଔଷଧର ଶିଘ୍ର ପ୍ରଭାବ ଯୋଗୁଁ, ଶୋଇବାର ଏକ ଘଣ୍ଟା। ପୂର୍ବରୁ ବ୍ୟବହାର କରାଯାଏ । ଏହି ଔଷଧ ଉଚ୍ଚ ପ୍ରଭାବଯୁକ୍ତ ହେଲେ ମଧ୍ୟ ଏହାର ପାର୍ଶ୍ଵପ୍ରତିକ୍ରିୟା କାରଣରୁ ଏହା ନିର୍ଦିଷ୍ଟ କେତେକ ଅବସ୍ଥାରେ ବ୍ୟବହୃତ ହୁଏ ।

ଗ) ଅକ୍ସିବୁଟିନିନ୍ : ଅକ୍ସିବୁଟିନିନ (ଆଣ୍ଟିକୋଲିନେରଜିକ୍ ଔଷଧ) ଦିନରେ ଶଯ୍ୟା ଓଦା କରୁଥୁବା ପିଲାଙ୍କ ପାଇଁ ଏହା ଦରକାରୀ । ଏହି ଔଷଧ ମୂତ୍ରାଶୟର ସଂକୋଚନକୁ କମ କରି ମୂତ୍ରାଶୟର କ୍ଷମତା ବୃଦ୍ଧି କରାଏ । ଏହାର ପାର୍ଶ୍ଵପ୍ରତିକ୍ରିୟା ଗୁଡିକ ମଧ୍ୟରେ ପାଟି ଶୁଝଯିବା, ମୁଁହ ଶୁଝଲା ଦେଖାଯିବା, କୋଷ୍ଠ କାଠିନ୍ୟ ଇତ୍ୟାଦି ଅନ୍ୟତମ ।

କେତେବେଳେ ଜଣେ ବ୍ୟକ୍ତି ତା’ପିଲାର ଶଯ୍ୟାମୂତ୍ର ସମସ୍ୟା ହେଲେ ଡାକ୍ତରଙ୍କୁ ଯୋଗାଯୋଗ କରିବ

ଶଯ୍ୟାମୂତ୍ର ସମସ୍ୟା ଏକ ପାରିବାରିକ ସମସ୍ୟା ହେଲେ ମଧ୍ୟ ଜଣେ ବ୍ୟକ୍ତି, ଡାକ୍ତରଙ୍କୁ ଯୋଗାଯୋଗ କରିବ, ଯଦି ତା ପିଲା :

ଦିନବେଳା ଶଯ୍ୟାରେ ପରିଶ୍ରା ବାରସାର କରୁଥାଏ ।

ସାତ ଆଠ ବର୍ଷରୁ ଅଧକ ବୟସରେ କ୍ରମାଗତ ଶଯ୍ୟାରେ ପରିଶ୍ରା କରିବା ସମସ୍ୟା ଲାଗିରହେ ।

ଛଅମାସ ଶୁଖିଲା ସମୟ ପରେ ପୁଣି ଯଦି ଶଯ୍ୟା। ଓଦା ସମସ୍ୟା ଆରମ୍ଭ ହୁଏ ।

ମଳତ୍ୟାଗ କରିବା ଉପରେ ନିୟନ୍ତ୍ରଣ ନରଖି ପାରୁଥାଏ ।

ଜ୍ଵର, ଯନ୍ତ୍ରଣା, ପୋଡିବା ଏବଂ ବାରମାର ପରିଶ୍ରା ଲାଗିବା କିମ୍ବା ଅସ୍ଵାଭାବିକ ଶୋଷ ଲଙ୍କଜ୍ଞରଥିବ ଅଥବା ମୁହଁ ଏବଂ ପାଦ ଫଉଲୁଥିବ ।

କମ ପରିଶ୍ରା ହେଲେ କିସା ପରିଶ୍ରା ସମୟରେ କଷ୍ଟ ଅନୁଭବ ହେଲେ କିସା ପରିଶ୍ରା କଲାବେଳେ ଚାପ ପ୍ରୟୋଗ କରିବାକୁ ପଡେ ତେବେ ଡ଼ାକ୍ତରଙ୍କ ସହ ଯୋଗାଯୋଗ ଜରୁରୀ ।

ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ