ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି । ବିଶେଷଜ୍ଞଙ୍କ ମତରେ ବହୁ ପୁର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ । ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ । ଥକ୍କା ଅନୁଭବ ହେବା ଥକ୍କା ଲାଗୁଛି କି! ଶୋଇ ଉଠିବା ପରେ ବି ନିନ୍ଦ ଆସୁଛି । ଏପରି ହେଉଥଲେ, ରକ୍ତରେ ଶୁଗାର ସ୍ତର ବଢ଼ିଥାଇପାରେ । ଯାହା ଡାଇବେଟିସ୍ ହେବାର ପ୍ରାଥମିକ ଲକ୍ଷଣ । ବାରମ୍ବାର ପରିସ୍ରା ଏବଂ ଶୋଷ ଲାଗିବା ଶରୀରରୁ ସୁଗାର ଅଂଶ ପରିସ୍ରା ଦେଇ ବାହାରିଲେ , ବାରମ୍ବାର ପରିସ୍ରା ଲାଗେ । ପରିସ୍ରା ଦେଇ ସୁଗାର ବାହାରିବା , ଡାଇବେଟିସ ହେବାର ଏକ ପ୍ରାଥମିକ ଲକ୍ଷଣ । ଏଣୁ ବାରମ୍ବାର ପରିସ୍ରା ଲାଗୁଥିଲେ ଡାଇବେଟିସ ଚେକଅପ କରନ୍ତୁ । ଶୋଷ ଲାଗିବା ଡାଇବେଟିସ ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ । ପରିସ୍ରାରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ । ଏଥିପାଇଁ ବାରମ୍ବାର ଶୋଷ ଲାଗିଥାଏ । ଏଣୁ ଏପରି ଲକ୍ଷଣ ଦେଖାଯାଉଥିଲେ ଡାଇବେଟିସ ପରୀକ୍ଷା କରିବା ଜରୁରୀ । ଆଖି ଦୁର୍ବଳ ହେବା ଡାଇବେଟିସ୍ ହୋଇଥିଲେ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିଥାଏ । ଏହାଦ୍ଵାରା ଦିନକୁ ଦିନ ଆଖି ଦୁର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି ହ୍ରାସ ପାଏ । ଯଦି ଆଖିକୁ ଝାପ୍ସା ଦେଖାଯାଏ, ତାହାଲେ ଡାଇବେଟିସ୍ ପରୀକ୍ଷା କରିବା ଏକାନ୍ତ ଆବଶ୍ୟକ । ନଚେତ୍ ଡାଇବେଟିସ୍ର ମାତ୍ରା ବୃଦ୍ଧି ପାଇ ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ । ଓଜନ କମିଯିବା ଡାଇଟ କିମ୍ବା ଏକ୍ସଅରସାଇଜରେ ଓଜନ କମିବା ଅଲଗା କଥା । ହେଲେ ଅଚାନକ ଓଜନ କମୁଥିଲେ ଜାଣିବେ ଏହା ଡାଇବେଟିସର ପ୍ରାଥମିକ କାରଣ । ଏଣୁ ଏପରି କିଛି କାରଣ ନଥାଇ ଓଜନ ତୀବ୍ର ବେଗରେ ହ୍ରାସ ପାଉଥିଲେ ଡାଇବେଟିସ ପରୀକ୍ଷା କରନ୍ତୁ । ଭୋକ ଅଧିକ ଲାଗୁଥିଲେ ଅଚାନକ ଭୋକ ବଢ଼ିଗଲେ, ବାରମ୍ବାର ଖାଇବାକୁ ମନ ହେଲେ, ଖାଇବାର କିଛି ସମୟ ପରେ ଭୋକ ହେଉଥଲେ, ଜାଣିବେ ଏହା ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ । ଏଣୁ ଏପରି ସମସ୍ୟା ଦେଖାଗଲେ ବିଳମ୍ବ ନ କରି ଡାଇବେଟିସ୍ ପରୀକ୍ଷା କରନ୍ତୁ । କ୍ଷତ, ନ ଶୁଖୁବା ଶରୀରରେ କ୍ଷତ କିମ୍ବା ଘାଆ ସହଜରେ ଶୁଖେ ନାହିଁ । ଏଥିପାଇଁ ଛୋଟମୋଟ କ୍ଷତ କିମ୍ବା ଘାଁ ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ । ଏଣୁ ଶରୀରରେ ଏପରି ସମସ୍ୟା ଦେଖାଦେଉଥଲେ,ଡାଇବେଟିସ୍ ପରୀକ୍ଷା ନିଶ୍ଚୟ କରନ୍ତୁ । ରୋଗ ଲାଗି ରହିବା ଡାଇବେଟିସ୍ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ଫଳରେ ଶରୀର ରୋଗକୁ ପ୍ରତିରୋଧ କରିପାରେ ନାହିଁ । ଏଥି ପାଇଁ ସର୍ବଦା ଅସୁସ୍ଥତା ଲାଗିରହେ । ଯଦି ଏପରି ହେଉଥାଏ , ତେବେ ଡାଇବେଟିସ ପରୀକ୍ଷା କରାନ୍ତୁ ହାତ ଓ ଗୋଡ଼ ପୋଡ଼ିବା ହାତ ପାପୁଲି ଅବା ଗୋଡ଼ର ପାଦରେ ଯଦି ପୋଡ଼ାଜଳା ହୁଏ କିମ୍ବା ପିମ୍ପୁଡ଼ି କାମୁଡ଼ି ପକାଇଲା ଭଳି ଲାଗେ, ଜାଣିବେ ଯେ ଏହା ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ । ଏପରି ହେଉଥଲେ । ଏହାକୁ ସାମାନ୍ୟ ମନେ ନକରି ଡାଇବେଟିସ୍ ପରୀକ୍ଷା କରନ୍ତୁ । କାନକୁ କମ୍ ଶୁଭିବା ଡାଇବେଟିସ୍ ହୋଇଥିଲେ କାନକୁ କମ୍ ଶୁଭେ । କାରଣ ଏହାର ପ୍ରଭାବରେ କାନ ଭିତର କୋଷ ଖରାପ ହୋଇଯାଏ । ଫଳରେ ଶୁଣିବା କ୍ଷମତା ହ୍ରାସ ପାଏ । ଏଣୁ ବ୍ୟକ୍ତି ଭଲ ଭାବରେ ଶୁଣିପାରେ ନାହିଁ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ । ତ୍ଵଚା ଅସୁସ୍ଥ ହେବା ବିଶେଷ କରି ବେକର ପଛ ଭାଗ, କହୁଣୀ ଓ ଆଶୁ କଳା ପଡ଼ିଯାଏ । ରକ୍ତରେ ଶୁଗାର ସ୍ତର ବଢ଼ିଲେ, ଏହି ସମସ୍ୟା ଦେଖାଯାଏ । ଏହା ମଧ୍ୟ ଡାଇବେଟିସ୍ର ଏକ ଲକ୍ଷଣ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ । ବ୍ରଣ ଓ ଦାଗ ରକ୍ତରେ ଶୁଗାର ସ୍ତର ବଢ଼ିଲେ ମୁହଁରେ ବ୍ରଣ ଓ ଦାଗ ହୋଇଥାଏ । ଏହା ଆଦୌ କମେ ନାହିଁ । ଏଣୁ ଏପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଡାଇବେଟିସ୍ର ଏହା ଏକ ଲକ୍ଷଣ । ଏଣୁ ଏହି ସମୟରେ ଡାଇବେଟିସ୍ ପରୀକ୍ଷା କରିବା ଦରକାର । ଆଧାର : ଓଡିଶା ରିପୋଟର