ସ୍ଵାଇନ୍ ଫ୍ଲୁ ଭୂତାଣୁ କଣ ? କୌଣସି ଲୋକ ସ୍ଵାଇନ୍ ଫ୍ଲୁ ଭୂତାଣୁ ଦ୍ଵାରା ମୃତ୍ୟୁବରଣ କରି ନଥାନ୍ତି ବରଂ ଏହି ଭୂତାଣୁ କରୁଥିବା ଅନ୍ୟାନ୍ୟ କ୍ଷତ ଓ ଅନ୍ୟ ସଂକ୍ରମଣ ଯୋଗୁ ଏହା ଘଟଆଏ। ଏହି ରୋଗ ସାଧାରଣତଃ ଇନ୍ଫ୍ଲୁଏଞ୍ଜା ପରି ଏକ ସାଧାରଣ ଥଣ୍ଡା ରୋଗ । ଏହା ଇନ୍ଫ୍ଲୁଏଞ୍ଜା ଲାଇକ୍ ଇଲନେସ୍ (ଆଇଏଲ୍ଆଇ)ରୁ ଆରମ୍ଭ ହେବାର ନଜିର ରହିଛି ଓ ସିଭିୟର ଅଟେ । ରେସ୍ପିରେଟୋରି ସିଣ୍ଟେଣ୍ଡାମ୍ (ଏସ୍ଏଆରଏସ୍) ପରି ଗୁରୁତର ଅବସ୍ଥା ସୃଷ୍ଟି କରିବା ପରିଲକ୍ଷିତ ହୋଇଛି । ଏବେ ସମସ୍ତଙ୍କର ଧାରଣା ଯେ, ଥରେ ସ୍ଵାଇନ୍ ଫ୍ଲୁ ହେଲେ ଆଉ ଭଲ ହେବା ସମ୍ଭବ ନୁହେଁ, ମାତ୍ର ଏହା ଆଦୌ ଠିକ୍ ଓ ବିଜ୍ଞାନସମ୍ମତ ନୁହେଁ। କୌଣସି ଲୋକ ସ୍ଵାଇନ୍ ଫ୍ଲୁ ଭୂତାଣୁ ଦ୍ଵାରା ମୃତ୍ୟୁବରଣ କରି ନ ଥାନ୍ତି ବରଂ ଏହି ଭୂତାଣୁ କରୁଥିବା ଅନ୍ୟାନ୍ୟ କ୍ଷତି ଓ ଅନ୍ୟ ସଂକ୍ରମଣ ଯୋଗୁ ଏହା ଘଟିଥାଏ । ଏହି ରୋଗ ସାଧାରଣତଃ ଇନ୍ଫ୍ଲୁଏଞ୍ଜା ପରି ଏକ ସାଧାରଣ ଥଣ୍ଡା ରୋଗ । ଏହା ଇନ୍ଫ୍ଲୁଏଞ୍ଜା ଲାଇକ୍ ଇଲନେସ୍ (ଆଇଏଲଆଇ)ରୁ ଆରମ୍ଭ ହେବାର ନଜିର ରହିଛି ଓ ସିଭିୟର ଅଟେ । ରେସପିରେଟୋରି ସିଣ୍ଡ୍ରୋମ୍ (ଏସ୍ଏଆରଏସ୍) ପରି ଗୁରୁତର ଅବସ୍ଥା ସୃଷ୍ଟି କରିବା ପରିଲକ୍ଷିତ ହୋଇଛି । ଲକ୍ଷଣ ଓ କିପରି ବ୍ୟାପେ ଇନ୍ଫ୍ଲୁଏଞ୍ଜାର ସବଟାଇପ-ଏ (ଏଚ୍-୧ଏନ୍-୧) ଭୁତାଣୁ । ମୁଖ୍ୟତଃ ଏହା ସୁସ୍ଥ ବୟସ୍କ ବ୍ୟକ୍ତିଙ୍କୁ ହୋଇଥାଏ । ଡ୍ରପଲେଟ୍ ସଂକ୍ରମଣ ଏବଂ ଶରୀରରୁ ନିର୍ଗତ ଦୃଷିତ ପଦାର୍ଥ (ଫୋମାଇଟ୍) ଦ୍ଵାରା । ସଂକ୍ରମଣର ୧ ରୁ ୭ଦିନ ମଧ୍ୟରେ ହୋଇଥାଏ । ଜ୍ଵର, ସର୍ଦ୍ଦି, ଥଣ୍ଡା, କାଶ, ନାକରୁ ପାଣି ଗଡିବା, ତଣ୍ଟି ଦରଜ, ମୁଣ୍ଡ ବ୍ୟଥା, ହାଲିଆ ଲାଗିବା, ପତଳା ଝାଡା, ବାନ୍ତି, ଆଖି ନାଲି ପଡିବାକୁ ସ୍ଵାଇନ୍ ଫ୍ଲୁ ଲକ୍ଷଣ ବୋଲି ଧରି ନିଆଯାଇଥାଏ । ରୋଗର ଜଟିଳତାକୁ ଦେଖି ରୋଗୀମାନଙ୍କୁ ଏ.ବି.ସି - ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । 'ଏ' କାଟେଗୋରିଭୁକ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ । ‘ବି’ କାଟେଗୋରିଭୂକ୍ତ ରୋଗୀଙ୍କୁ ଚିକିତ୍ସା ନ କରାଇଲେ ସେମାନଙ୍କ ଅବସ୍ଥା ଗୁରୁତର ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ "ଏସ୍ଏଫ୍ ଔଷଧ ବ୍ୟବହାର ଓ ଡାକ୍ତରଙ୍କ ପରାମର୍ଶ ଜରୁରୀ । ଆବଶ୍ୟକ ପଡିଲେ ରୋଗୀକୁ ହସପିଟାଲରେ ଆଡମିଶନ କରିବାକୁ ପଡିଥାଏ । ‘ସି’ କାଟେଗୋରିଭୁକ୍ତ ରୋଗୀମାନଙ୍କର ଅବସ୍ଥା ଗୁରୁତର ଥାଏ, ତେଣୁ ଏମାନଙ୍କୁ ତୁରନ୍ତ ଆଇସିୟୁ (ଇଣ୍ଟେନ୍ସିଭ କେୟାର ୟୁନିଟ୍)ରେ ରଖି ଚିକିତ୍ସା କରାଯାଏ । କିପରି ବ୍ୟାପେ ଥଣ୍ଡା ଜ୍ଵର ୩୮ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଲେ, ୭ଦିନ ପର୍ଯ୍ୟନ୍ତ ସ୍ଵାଇନ୍ ଫ୍ଲୁ ରୋଗୀ ପାଖରେ ରହିଲେ କିମ୍ବା ସଂସ୍ପର୍ଶରେ ଆସିଲେ, ଯେଉଁଠି ସ୍ଵାଇନ୍ ଫ୍ଲୁ ବ୍ୟାପିଛି ସେହି ଅଞ୍ଚଳରେ ବସବାସ କଲେ ଏବଂ ସ୍ଵାଇନ୍ ଫ୍ଲୁ ନମୁନା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ରହିଲେ । ଏହି ରୋଗ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ରୋଗର ଆଶଙ୍କା କିପରି ଅଧିକ ଥାଏ ? ଇନ୍ଫ୍ଲୁଏଞ୍ଜା-ଏ ପାଇଁ ପଜିଟିଭ କିନ୍ତୁ ଏଚ୍-୧ ଏନ୍-୧ ପାଇଁ ନେଗେଟିଭ । ଇନ୍ଫ୍ଲୁଏଞ୍ଜା ଇମନ୍ୟୁଫ୍ଲୋରୋ ଆସେ ନମୁନା ପଜିଟିଭ, ଆସିଲେ କିମ୍ବା ସ୍ଵାଇନ୍ ଫ୍ଲୁରେ ମୃତ୍ୟୁବରଣ କରିଥିଲେ, ଏହି ରୋଗର ଆଶଙ୍କା ଅଧିକ ଥାଏ । ଅନ୍ୟପକ୍ଷରେ ନିଶ୍ଚିତ ଚିହ୍ନିତ ହୋଇଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପଜିଟିଭ ଆସିଥାଏ । କାରଣ ଏମାନଙ୍କଠାରେ ଏଚ୍ ୧ଏନ୍-୧ ଆଣ୍ଟିବଡି ଅତିକମରେ ୪ ଗୁଣ ବଢ଼ିଯାଇଥାଏ । ହେଲେ ଏହାର ନମୁନା ପରୀକ୍ଷା କରାଯାଉଥିବା ପରୀକ୍ଷାଗାର (ୱାର୍ଲ୍ଡ ହେଲଥ ଅର୍ଗାନାଇଜେଶନ (ଡବ୍ଲୁଏଚଓ) ଦ୍ଵାରା ପ୍ରମାଣୀକୃତ ହୋଇଥିବା ଦରକାର । ଏମାନଙ୍କର ରିଅଲ ଟାଇମ୍ ପିସିଆର ପଜିଟିଭ, ଆସିଥାଏ । ଏଭଳି ବ୍ୟକ୍ତିଙ୍କର ଭାଇରାଲ କଲଚର କରାଯାଏ । ଚିକିତ୍ସା ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କାଟେଗୋରି-ଏ, ବି. ସି ଅନୁସାରେ ଚିକିତ୍ସା କରାଯାଇଥାଏ । ଆଜିକାଲି ଏହି ରୋଗ ପାଇଁ 'ଓସେଲଟାମିଭିର୍ ନାମକ ଔଷଧ ପ୍ରଥମରୁ ଫଳପ୍ରଦ ହୋଇପାରୁଛି। ଏହାକୁ ମଧ୍ୟ ପ୍ରତିଷେଧକ ରୂପେ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ବ୍ୟବହାର କରିପାରିବେ । ଏହି ଔଷଧ ସରକାରୀ ସ୍ତରରେ ମାଗଣାରେ ଯୋଗାଇ ଦିଆଯାଇଥାଏ । ଏହାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମାତ୍ରା ଅନୁଯାୟୀ ବ୍ୟବହାର କରାଯାଇଥାଏ । 'ଯାନାମିଭିର' ନାମକ ଆଉ ଏକ ଔଷଧ ମଧ୍ୟ ବେଶ୍ ଫଳପ୍ରଦ ହୋଇଥାଏ । ପ୍ରତିକାର ଓ ସତର୍କତା ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସବୁଠାରୁ ବଡ଼ କଥା । ବିଶେଷଭାବରେ ହାତକୁ ପରିଷ୍କାର ରଖନ୍ତୁ । ଶ୍ଵାସ -ପ୍ରଶ୍ଵାସ, କାଶ, ଛିଙ୍କ ପ୍ରତି ସତର୍କ ରହନ୍ତୁ । ଛିଙ୍କ କିମ୍ବା କାଶ ଆସିଲେ ପାଟିରେ ହାତ କିମ୍ବା ରୁମାଲ ଦେଇ କାଶନ୍ତୁ ନ ହେଲେ ଛିଙ୍କନ୍ତୁ । ଟିସୁ ପେପର ବ୍ୟବହାର କରନ୍ତୁ । ରୋଗୀଠାରୁ ଅତିକମରେ ତିନିପୁଟ ଦୂରତାରେ ରହନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ସଂକ୍ରମିତ ପଦାର୍ଥକୁ ଠିକ୍ ଭାବରେ ନିର୍ଗମନ କରିବା ଓ ଅନ୍ୟ କାହା ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ସଂଗୃହିତ : ଡାଃ ରାମଚନ୍ଦ ରାଉଦ, ଏଡିଏମଓ ବୌଦ୍ଧ