ଯୋଜନାର ଉଦ୍ଦେଶ୍ୟ ୨୦୦୨ -୦୩ ଓ ୨୦୦୩ -୦୪ ବର୍ଷରେ ଯୋଜନାରେ ଆୟୋଗ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିଥିବା ଏହି ଯୋଜନାକୁ ଭାରତ ସରକାର ୨୦୦୫ -୦୬ ବର୍ଷରୁ କାର୍ଯ୍ୟକାରୀ କରୁଛନ୍ତି । ୧୧ ରୁ ୧୫ ବର୍ଷ ବୟସ୍କା ୩୦ କି.ଗ୍ରାରୁ କମ୍ ଓଜନ ପୁଷ୍ଟିହିନା କିଶୋରୀମାନେ ଏବଂ ୧୫ ରୁ ୧୯ ବର୍ଷ ବୟସ୍କା ୩୫ କି.ଗ୍ରାରୁ କମ୍ ଓଜନ କିଶୋରୀମାନେ ଏହି ଯୋଜନାରେ ଅନ୍ତର୍ଭୃକ୍ତ । କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ହିତାଧିକାରୀମାନେ ମାସିକ ୬ କି.ଗ୍ରା ଖାଦ୍ୟ ମାଗଣା ପାଇଥାନ୍ତି। ହିତାଧିକାରୀଙ୍କ ପାଇଁ ସୂଚନା ହିତାଧିକାରୀଙ୍କ ଯୋଗ୍ୟତା -୧୧ ରୁ ୧୫ ରୁ ୧୯ ବର୍ଷ ବୟସ୍କା ପୁଷ୍ଟିହୀନା କିଶୋରୀ । ଆବେଦନ ପ୍ରଣାଳୀ – ଆବଶ୍ୟକ ନାହିଁ । ଚିହ୍ନଟ ପ୍ରକ୍ରିୟା - ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ଚିହ୍ନଟ କରାଯିବ । ସାହାଯ୍ୟକାରୀ ଅଧିକାରୀ – ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସାହାଯ୍ୟର ପରିମାଣ – ମାସିକ ୬ କିଗ୍ରା ପୁଷ୍ଟିକର ଖାଦ୍ୟ ହିତାଧିକାରୀଙ୍କୁ ଦିଆଯାଇଥାଏ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ