ମିଠା ରୁଟି ଜଣଙ୍କ ପାଇଁ ଦୁଇଟି ମଧ୍ୟମ ଆକାରର ରନ୍ଧା ରୁଟି ଓ ପ୍ରତ୍ୟେକ ରୁଟି ପ୍ରାୟ ୫୦ ଗ୍ରାମ୍ ଓଜନ । ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ଗହମ ଅଟା ୩୦ ଗ୍ରାମ୍ ୨ ଟେବୁଲ୍ ଚାମଚ ଭଜାହୋଇ ଗୁଣ୍ଡ କରାଯାଇଥିବା ସୋୟାବିନ ୨୦ ଗ୍ରାମ୍ ୨ ଚା ଚାମଚ ଭଜା ଚୀନାବାଦାମ ଗୁଣ୍ଡ ୫ ଗ୍ରାମ୍ ୧ ଚା ଚାମଚ ମାଣ୍ଡିଆ ଗୁଣ୍ଡ ୧୦ ଗ୍ରାମ୍ ୧ ଚା ଚାମଚ ତେଲ ୧୦ ଗ୍ରାମ୍ ୧ ଚା ଚାମଚ ଗୁଡ ବା ଚିନି ଗୁଣ୍ଡ ୧୦ ଗ୍ରାମ୍ ୨ ଚା ଚାମଚ ପ୍ରସ୍ତୁତି ପ୍ରଣାଳୀ : ଏହି ସବୁ ଖାଦ୍ୟ ସାମଗ୍ରୀ ସହିତ ୫ ଗ୍ରାମ୍ ତେଲ ମିଶାଇ ଚକଟି ଦିଅନ୍ତୁ । ଛୋଟ ଛୋଟ ଗୁଳା କରି ୧/୪ ଇଞ୍ଚ ମୋଟାର ରୁଟି ଆକାରରେ ବେଲନ୍ତୁ । ଚୂଲିରେ ତାୱା ବସାଇ ଶେକନ୍ତୁ । ତା ଉପରେ ଟିକିଏ ତେଲ ବୋଳି ଦିଅନ୍ତୁ ଏବଂ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଶେକନ୍ତୁ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୭୮ ପୃଷ୍ଟିସାର (ଗ୍ରାମ୍) ୧୪.୪ ସ୍ନେହସାର (ଗ୍ରାମ୍) ୧୬.୫ ଶ୍ଵେତସାର (ଗ୍ରାମ୍) ୪୩ ଭିଟାମିନ୍-ଏ (ମାଇକ୍ରୋଗ୍ରାମ) ୨୪.୫ ଭିଟାମିନ୍-ସି (ମିଲିଗ୍ରାମ) ୦ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୧୬ ଫଲିକ୍ ଏସିତ୍ (ମାଇକ୍ରୋଗ୍ରାମ) ୩୨.୬ କ୍ୟାଲସିୟମ (ମିଲିଗ୍ରାମ) ୧୦୯ ଲୌହସାର (ମିଲିଗ୍ରାମ) ୪.୪ ଦସ୍ତା (ମିଲିଗ୍ରାମ) ୧.୯ ପରିବର୍ତ୍ତନ/ବିକଳ୍ପ : ଖର୍ଚ୍ଚ ବହନ କରିପାରିଲେ ସୋୟାବିନ୍ ଗୁଣ୍ଡ ପରିବର୍ତ୍ତେ ବେସନ ବ୍ୟବହାର କରାଯାଇପାରେ । ମାଣ୍ଡିଆ ବଦଳରେ ମିଳୁଥିବା ଯେକୌଣସି ଅଳ୍ପ ଦାମର ସ୍ଥାନୀୟ ଶସ୍ୟ ଯଥା ବାଜରା ଓ ମକାଗୁଣ୍ଡ ବ୍ୟବହାର କରାଯାଇପାରେ । ଛତୁଆ ଜଣଙ୍କ ପାଇଁ ଖାଦ୍ୟର ମୋଟ୍ ପରିମାଣ ଗୋଟିଏ ଥର ପାଇଁ ୯୦ ଗ୍ରାମ (୬ ଟେବୁଲ ଚାମଚ )। ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ଗହମ ୩୦ ଗ୍ରାମ୍ ୨ ଟେବୁଲ୍ ଚାମଚ ମାଣ୍ଡିଆ ୩୦ ଗ୍ରାମ୍ ୨ ଟେବୁଲ୍ ଚାମଚ ଗୋଟାବୁଟ (ଭଜା) ୧୫ ଗ୍ରାମ୍ ୧ ଟେବୁଲ୍ ଚାମଚ ଚିନି ୫ ଗ୍ରାମ୍ ୧ ଚା ଚାମଚ ତେଲ ୫ ଗ୍ରାମ୍ ୧ ଚା ଚାମଚ ପ୍ରସ୍ତୁତି ପ୍ରଣାଳୀ ଗୋଟା ଗହମ, ମାଣ୍ଡିଆ ଓ ବୁଟକୁ ଭଲ ଭାବେ ସଫା କରି ରଙ୍ଗ ବଦଳିବା ଯାଏଁ ଭାଜନ୍ତୁ । ତିନୋଟି ଯାକ ଭଜା ଶସ୍ୟକୁ ଅଲଗା ଅଲଗା କରି ପେଶନ୍ତୁ । ତା ପରେ ତିନୋଟି ଯାକ ଗୁଣ୍ଡକୁ ଏକାଠି ମିଶାଇ ଏବଂ ଚାଲୁଣିରେ ଚଳାଇ ଖଦଡା ବାହାର କରନ୍ତୁ । ତେଲ ଗରମ କରନ୍ତୁ । ସେଥିରେ ଏହି ମିଶ୍ରଣକୁ ପକାଇ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ଚିନିଗୁଣ୍ଡ ମିଶାନ୍ତୁ ଏବଂ ଡବାରେ ସାଇତି ରଖନ୍ତୁ । ଏହି ମିଶ୍ରଣକୁ ପ୍ରାୟ ୧ ମାସ ପର୍ଯ୍ୟନ୍ତ ସାଇତି ରଖାଯାଇ ପାରିବ ଏବଂ ଏଥିରୁ ଖିରୀ ତିଆରି କରାଯାଇପାରିବ । ଏଥିରୁ ଖିରୀ ତିଆରି କରିବା ପାଇଁ (ପ୍ରସ୍ତୁତ ଖାଦ୍ୟର ଓଜନ ପ୍ରାୟ ୩୦୦ ଗ୍ରାମ ହେବ )ପୂର୍ବରୁ ଭଜା ହୋଇଥିବା ଏହି ମିଶ୍ରଣକୁ ୨୦୦ ମିଲିଲିଟର ଗରମ ପାଣିରେ ମିଶାଇ ଖିରୀ ପ୍ରସ୍ତୁତ କରାଯାଇ ପାରିବ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୨୦ ପୃଷ୍ଟିସାର (ଗ୍ରାମ) ୮.୪ ସ୍ନେହସାର (ଗ୍ରାମ) ୬.୭ ଶ୍ଵେତସାର (ଗ୍ରାମ) ୫୬.୫ ଭିଟାମିନ –ଏ (ମାଇକ୍ରୋଗ୍ରାମ) ୧୨.୪ ଭିଟାମିନ –ସି (ମିଲିଗ୍ରାମ) ୦.୫ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୧୩ ଫଲିକ୍ ଏସିଡ୍(ମାଇକ୍ରୋଗ୍ରାମ) ୪୪.୧ କ୍ୟାଲସିୟମ (ମିଲିଗ୍ରାମ) ୧୪୮.୫ ଲୌହସାର (ମିଲିଗ୍ରାମ) ୩.୩ ବସ୍ତା (ମିଲିଗ୍ରାମ) ୨.୪ ପରିବର୍ତ୍ତନ/ବିକଳ୍ପ : ଯଦି ମାଣ୍ଡିଆ ନ ମିଳେ, ତେବେ ତା ବଦଳରେ ସେ ଅଞ୍ଚଳରେ ସ୍ଥାନୀୟ ଭାବେ ଉପଲବ୍ଧ ହେଉଥିବା ବାଜରା ଜାତୀୟ ଶସ୍ୟ ଯଥା ବାଜରା, ଯବ ବାର୍ଲି ଆଦି ବ୍ୟଭାର କରିପାରିବେ । ମାଣ୍ଡିଆ ପରିବର୍ତ୍ତେ ଗୋଟା ଗହମକୁ ଗଜା କରି ବ୍ୟବହାର କରାଯାଇପାରେ । ଚାଉଳ ଓ ମୁଗ ଡାଲି ଜାଉ ଜଣଙ୍କ ପାଇଁ ଖାଦ୍ୟର ମୋଟ ପରିମାଣ ଗୋଟିଏ ଥର ପାଇଁ ୧୦ ଗ୍ରାମ୍ (୫ ଟେବୁଲ ଚାମଚ ) ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ଚାଉଳ ଗୁଣ୍ଡ ବା ଚୂନା ୫୫ ଗ୍ରାମ୍ ୪ ଟେବୁଲ୍ ଚାମଚ ଗୋଟା ମୁଗ ୨୦ ଗ୍ରାମ୍ ୪ ଚା ଚାମଚ ତେଲ ୫ ଗ୍ରାମ୍ ୧ ଚା ଚାମଚ ପ୍ରସ୍ତୁତି ପ୍ରଣାଳୀ : ଚାଉଳ ଓ ମୁଗଡାଲି (ଚୋପା ନଥାଇ) କୁ କଡେଇରେ ଅଲଗା ଅଲଗା କରି ରଙ୍ଗ ବଦଳିବା ଯାଏ ଭାଜନ୍ତୁ । ଗ୍ରାଇଣ୍ଡରରେ ଭଲ କରି ଗୁଣ୍ଡ କରନ୍ତୁ ଏବଂ ଚାଲୁଣିରେ ଚଳାଇ ଖଦଡା ଅଂଶକୁ ବାହାର କରନ୍ତୁ। ତେଲ ଗରମ କରନ୍ତୁ ଏବଂ ଉପରଲିଖିତ ମିଶ୍ରଣକୁ ଅଳ୍ପ ଭାଜନ୍ତୁ । ଜାଉ ତିଆରି କରିବା ପାଇଁ (ପ୍ରସ୍ତୁତ ଖାଦ୍ୟର ଓଜନ ପ୍ରାୟ ୩୦୦ ଗ୍ରାମ ହେବ ) ସେହି ମିଶ୍ରଣରେ ଗରମ ପାଣି (୨୦୦ ମି. ଲି. ମିଶାନ୍ତୁ, ସ୍ଵାଦ ଅନୁଯାୟୀ ଲୁଣ ବା ଚିନି ମଧ୍ୟ ମିଶାନ୍ତୁ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୦୨ ପୃଷ୍ଟିସାର (ଗ୍ରାମ୍) ୮.୫ ସ୍ନେହସାର (ଗ୍ରାମ) ୫.୫ ଶ୍ଵେତସାର (ଗ୍ରାମ) ୫୪.୪ ଭିଟାମିନ –ଏ (ମାଇକ୍ରୋଗ୍ରାମ) ୪.୮ ଭିଟାମିନ –ସି (ମିଲିଗ୍ରାମ) ୦.୨ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୧୦ ଫଲିକ୍ ଏସିଡ୍(ମାଇକ୍ରୋଗ୍ରାମ) ୪.୪ କ୍ୟାଲସିୟମ (ମିଲିଗ୍ରାମ) ୩୦.୩ ଲୌହସାର (ମିଲିଗ୍ରାମ) ୧.୩ ବସ୍ତା (ମିଲିଗ୍ରାମ) ୧.୩ ପରିବର୍ତ୍ତନ/ବିକଳ୍ପ : ୧୫ ଗ୍ରାମର ପାରିବା ମଣ୍ଡ ଯଥା- ପାଳଙ୍ଗ, କଖାରୁ, ବିଟ୍, ଆଳୁ ଆଦିର ମଣ୍ଡ ଏହି ଜାଉ ସହିତ ମିଶାଯାଇପାରେ । ଅବଶ୍ୟ ଏହା ଦ୍ଵାରା ଖାଦ୍ୟର ଦାମ୍ ଟ. ୧.୭୮ ପଇସାରୁ ଟ. ୧.୮୪ ପଇସାକୁ ବଢିଯିବ । କିନ୍ତୁ ଖାଦ୍ୟର ସୂକ୍ଷ୍ମ ଖାଦ୍ୟସାର ଉପାଦାନ ବୃଦ୍ଧି ପାଇବ; ଅର୍ଥାତ୍ ଦୃଷ୍ଟିପଟଳ +୬୭ କୁ ବଢିଯିବ ଏବଂ ଭିଟାମିନ୍ – ସି ୫.୩ ମି. ଗ୍ରା କୁ ବଢିଯିବ । ସେହି ଜାଉରେ ୫ ଗ୍ରାମ୍ (୧ ଚାମଚ) ଚିନି ମିଶାଯାଇପାରେ । ଫଳରେ କ୍ୟାଲେରୀ ଉପାଦାନ ୨୦ କିଲୋ କ୍ୟାଲେରୀ ବଢିଯିବ । ଅବଶ୍ୟ ଜାଉର ଦାମ୍ ବଢିଯାଇ ଟ. ୧.୭୮ ପଇସା ହୋଇଯିବ । ଏହି ଖାଦ୍ୟ ପରିମାଣର ଅଧା ଅଂଶ ପିଲା ଖାଇପାରିବ । ଗହମ ଅଟା ଏବଂ ସୋୟାବିନ୍ ବଫି ଜଣଙ୍କ ପାଇଁ ରନ୍ଧା ଖାଦ୍ୟର ପରିମାଣ ୨୦ ଗ୍ରାମ୍ । ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ଗହମ ଅଟା ୩୦ ଗ୍ରାମ୍ ୨ ଟେବୁଲ ଚାମଚ ସୋୟାବିନ ଅଟା ୨୦ ଗ୍ରାମ୍ ୪ ଚା ଚାମଚ ବାଦାମ ମଞ୍ଜି ୫ ଗ୍ରାମ୍ ୧ ଚା ଚାମଚ ଗୁଡ ୨୦ ଗ୍ରାମ୍ ୪ ଚା ଚାମଚ ତେଲ ୧୦ ଗ୍ରାମ୍ ୨ ଚା ଚାମଚ ପାଣି ୫୦ ମିଲି ଲିଟର ପ୍ରସ୍ତୁତି ପ୍ରଣାଳୀ : କଡେଇରେ ସୋୟାବିନ୍ ଗୁଣ୍ଡ ପକାଇ ୨ ରୁ ୩ ମିନିଟ୍ ଯାଏ ଭାଜନ୍ତୁ, ତାର ରଙ୍ଗ ବଦଳିବା ଯାଏ । ବାଦାମ ମଞ୍ଜିକୁ ଭାଜନ୍ତୁ ଏବଂ ତାକୁ ଖଦଡା କରି ଗୁଣ୍ଡ କରନ୍ତୁ । କଡେଇରେ ତେଲ ପକାଇ ଗରମ କରନ୍ତୁ ଏବଂ ଚୁଡାକୁ ଭଲ ଭାବରେ ଭାଜନ୍ତୁ ଏବଂ ଗ୍ରାଇଣ୍ଡରରେ ୧୦୦ ମି. ଲି. ପାଣି ପକାଇ ତାକୁ ଖଦଡା କରି ପେଷନ୍ତୁ । କଡେଇରେ ଗୁଡକୁ ଗରମ କରନ୍ତୁ ଏବଂ ସେଥିରେ ଚୂଡା ଗୁଣ୍ଡ, ସୋୟାବିନ୍ ଗୁଣ୍ଡ ଓ ବାଦାମ ମଞ୍ଜି ଗୁଣ୍ଡକୁ ପକାଇ ଘାଣ୍ଟନ୍ତୁ ହାଲୁକା ଭଳି ହେବାଯାଏ । ତାକୁ ଥଣ୍ଡା କରି ଫରଶି ଦିଅନ୍ତୁ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୦୦ ପୃଷ୍ଟିସାର (ଗ୍ରାମ୍) ୮ ସ୍ନେହସାର (ଗ୍ରାମ) ୧୨.୨ ଶ୍ଵେତସାର (ଗ୍ରାମ) ୪୦ ଭିଟାମିନ –ଏ (ମାଇକ୍ରୋଗ୍ରାମ) ୫.୩ ଭିଟାମିନ –ସି (ମିଲିଗ୍ରାମ) ୦ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୦୫ ଫଲିକ୍ ଏସିଡ୍(ମାଇକ୍ରୋଗ୍ରାମ) ୫ କ୍ୟାଲସିୟମ (ମିଲିଗ୍ରାମ) ୪୪ ଲୌହସାର (ମିଲିଗ୍ରାମ) ୫.୫ ବସ୍ତା (ମିଲିଗ୍ରାମ) ୦.୮ ପରିବର୍ତ୍ତନ/ବିକଳ୍ପ : ସୋୟାବିନ୍ ଗୁଣ୍ଡ ବଦଳରେ ବେସନ ବ୍ୟବହାର କରାଯାଇପାରେ । ଶାଗୁ ବରା ଜଣଙ୍କ ପାଇଁ ରନ୍ଧା ଖାଦ୍ୟର ପରିମାଣ ପ୍ରାୟ ୬୦ ଗ୍ରାମ । ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ଆଳୁ ୮୦ ଗ୍ରାମ୍ ୧ ଟି ମଧ୍ୟମ ଆକାରର ଶାଗୁ ୫ ଗ୍ରାମ୍ ୧ ଟେବୁଲ ଚାମଚ ବାଦାମ ମଞ୍ଜି ୨୦ ଗ୍ରାମ୍ ୪ ଚା ଚାମଚ ଧନିଆ ପତ୍ର ୨ ଗ୍ରାମ୍ ୧/୨ ଚା ଚାମଚ ଲୁଣ ସ୍ଵାଦ ଅନୁଯାୟୀ ଭାଜିବା ପାଇଁ ତେଲ ୧୦ ଗ୍ରାମ୍ ୧ ଚା ଚାମଚ ପ୍ରସ୍ତୁତି ପ୍ରଣାଳୀ : ଶାଗୁକୁ ପାଣିରେ ଅଧଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ । ତାପରେ ସେଥିରୁ ପାଣିକୁ ନିଗାଡ଼ି ଦେଇ ଗୋଟିଏ ପାତ୍ରରେ ରାଖୀ ଓଦା କଣା ଢାଙ୍କି ଦିଅନ୍ତୁ। ବାଦାମ ମଞ୍ଜିକୁ ଭାଜି ତାକୁ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗନ୍ତୁ । ଆଳୁକୁ ସିଝାଇ ତାକୁ ଚକଟି ଦିଅନ୍ତୁ । ସେଥିରେ ଶାଗୁ, ଭଙ୍ଗା ଯାଇଥିବା ବାଦାମ ମଞ୍ଜି, କଟା ଧନିଆ ପତ୍ର ଓ ଲୁଣ ମିଶାନ୍ତୁ । ବରା ଆକାରର କରି ଉଭୟ ପାଖ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତେଲରେ ଛାଣନ୍ତୁ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୦୦ ପୃଷ୍ଟିସାର (ଗ୍ରାମ୍) ୮ ସ୍ନେହସାର (ଗ୍ରାମ) ୧୮.୧ ଶ୍ଵେତସାର (ଗ୍ରାମ) ୨୮ ଭିଟାମିନ –ଏ (ମାଇକ୍ରୋଗ୍ରାମ) ୧୩.୫ ଭିଟାମିନ –ସି (ମିଲିଗ୍ରାମ) ୧୪.୩ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୦୪ ଫଲିକ୍ ଏସିଡ୍(ମାଇକ୍ରୋଗ୍ରାମ) ୫.୬ କ୍ୟାଲସିୟମ (ମିଲିଗ୍ରାମ) ୨୭ ଲୌହସାର (ମିଲିଗ୍ରାମ) ୧.୧ ବସ୍ତା (ମିଲିଗ୍ରାମ) ୧.୨ ମସୁର ଡାଲି ଖେଚୁଡି ଜଣଙ୍କ ପାଇଁ ରନ୍ଧା ଖାଦ୍ୟର ପରିମାଣ ପ୍ରାୟ ୨୦୦ ଗ୍ରାମ । ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ପରିମାଣ ଘରେଇ ମାପ ମସୁର ଡାଲି ୧୦ ଗ୍ରାମ୍ ୨ ଚା ଚାମଚ ବିଲାତି ୨୦ ଗ୍ରାମ୍ ୪ ଚା ଚାମଚ ଚାଉଳ ୪୫ ଗ୍ରାମ୍ ୩ ଟେବୁଲ ଚାମଚ ଆଳୁ ୩୦ ଗ୍ରାମ୍ ୧/୨ ମଧ୍ୟମ ଆକାରର ତେଲ ୫ ଗ୍ରାମ୍ ୧ ଚା ଚାମଚ ଲୁଣ ସ୍ଵାଦ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ : ମସୁର ଡାଲିକୁ ଭଲ ଭାବରେ ସଫା କରି ଧୋଇ ଦିଅନ୍ତୁ । ମସୁର ଓ ଚାଉଳକୁ ସିଝିବା ଯାଏ ଫୁଟାନ୍ତୁ । ଆଳୁକୁ ସିଝାଇ ଚକଟି ଦିଅନ୍ତୁ । ନରମ ହୋଇ ମିଶିଯିବା ପର୍ଯ୍ୟନ୍ତ ବିଲାତିକୁ ସିଝାନ୍ତୁ । ଗ୍ରାଇଣ୍ଡରରେ ଏସବୁକୁ ପକାଇ ମଣ୍ଡ ତିଆରି କରନ୍ତୁ ଏବଂ ଛାଣି ଦିଅନ୍ତୁ । ତେଲ ଓ ଲୁଣ ମିଶାନ୍ତୁ ଏବଂ ସବୁକୁ ଭଲକରି ଗୋଳାଇ ଦିଅନ୍ତୁ । ଜଣେ ଲୋକ ପାଇଁ ପ୍ରସ୍ତୁତ ଖାଦ୍ୟର ପରିମାଣରେ ଥିବା ପୃଷ୍ଟି ଉପାଦାନ ପୌଷ୍ଟିକ ଉପାଦାନ କ୍ୟାଲେରୀ (କିଲୋ କ୍ୟାଲେରୀ) ୩୦୨ ପୃଷ୍ଟିସାର (ଗ୍ରାମ୍) ୮.୭ ସ୍ନେହସାର (ଗ୍ରାମ) ୫.୪ ଶ୍ଵେତସାର (ଗ୍ରାମ) ୫୪.୫ ଭିଟାମିନ –ଏ (ମାଇକ୍ରୋଗ୍ରାମ) ୩୩ ଭିଟାମିନ –ସି (ମିଲିଗ୍ରାମ) ୧୦.୫ ରିବୋଫ୍ଲୋବିନ (ମିଲିଗ୍ରାମ) ୦.୦୮ ଫଲିକ୍ ଏସିଡ୍(ମାଇକ୍ରୋଗ୍ରାମ) ୧୯ କ୍ୟାଲସିୟମ (ମିଲିଗ୍ରାମ) ୩୧ ଲୌହସାର (ମିଲିଗ୍ରାମ) ୨.୧ ବସ୍ତା (ମିଲିଗ୍ରାମ) ୧.୫ ଆଧାର - ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର