ସ୍ଵାଇନ୍ ଫ୍ଲୁ “ସ୍ଵାଇନ୍ ଫ୍ଲୁ”, ଏଇ ଶବ୍ଦଟି ଶୁଣିବା ମାତ୍ରେ ସମସ୍ତଙ୍କ ମନ୍ ଭତରେ ଖେଳଯାଏ ଭୟର ଲହରି। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନବାଚୀ ‘ଟିକା ଓ ମାସ୍କ' । ତେବେ ଏହି ରୋଗ କ’ଣ ? ଏହା ଏକ ପ୍ରକାର ଭୂତାଣୁ ଜନିତ ଶ୍ଵାସରୋଗ ଯାହାକି ପ୍ରଥମେ ଘୁଷୁରି ମାନଙ୍କଠାରେ ଦେଖାଯାଇଥଲା । ଏଚ୍ ୧ଏନ୍ ୧ ଭୁତାଣୁ ସ୍ଵାଇନ୍ ଫ୍ଲୁ ବାର୍ଡଫ୍ଲୁ ଓ ମଣିଷ ଫ୍ଲୁ ଭାଇରସ୍ମାନଙ୍କର ଏକ ସମ୍ମିଶ୍ରଣ, ଯାହା କ ଥରେ ସଂକ୍ରମତ ହେଲେ ଚକତ୍ସା କରବା କଷ୍ଟସାଧ୍ୟ ହୋଇପଡ଼େ, ଏବଂ ମଣିଷ ମୃତ୍ୟୁ ମୁଖରେ ପଡିଥାଏ ଲକ୍ଷଣ ଏହି ରୋଗରେ ଆକ୍ରାନ୍ତ ହେଲେ ଅତ୍ୟଧିକ ଜ୍ଵର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବାହାରିବା, କ୍ଲାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡିବା, ଶୀତୁଆ ଲାଗିବା, ପେଟଗୋଳମାଳ, ଝାଡା, ନିମୋନିଆ ଆଦି ଲକ୍ଷଣ ମାନ ଦେଖାଯାଇଥାଏ | ତେବେ ସାଧାରଣ ମଣିଷଙ୍କ ଅପେକ୍ଷା ମଧୁମେହ ରୋଗୀ, ହୃଦ୍ରୋଗୀ, ଶ୍ଵାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏବଂ ସର୍ବୋପରି ଗର୍ଭବତୀଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ରୋଗର ଆଶଙ୍କା ବେଶି । ସତର୍କତା ଯେହେତୁ ଗର୍ଭବତୀଙ୍କୁ ସ୍ଵାଇନ୍ଫ୍ଲୁ ହେବାର ଆଶଙ୍କା ବେଶି, ତେଣୁ ଏ ସମୟରେ ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଯଦି ପରିବାରରେ ବା ପଡିଶାରେ କେହି ସ୍ଵାଇନ୍ଫ୍ଲୁରେ ଆକ୍ରାନ୍ତ ହୋଇଥାଆନ୍ତି, ତେବେ ସଂକ୍ରମଣର ଆଶଙ୍କା ଦ୍ଵିଗୁଣିତ ହୋଇଯାଏ । ଏହି ରୋଗରେ ଜ୍ଵର ସହ ଶ୍ଵାସନଳୀ ସଂକ୍ରମଣର ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ତେଣୁ ସଂକ୍ରମିତ ରୋଗୀ ନିକଟରୁ ଅତି କମ୍ ରେ ୬ ଫୁଟ୍ ଦୂରତ୍ଵ ରକ୍ଷା କରନ୍ତୁ । ଅପର ପକ୍ଷରେ ସ୍ଵାଇନ୍ଫ୍ଲୁ ଆକ୍ରାନ୍ତବ୍ୟକ୍ତ ମଧ୍ୟ ଜନଗହଳିଠାରୁ ଦୂରେଇ ରହିବା ଉଚିତ । କାରଣ ରୋଗୀ କାଶିଲେ ବା ଛିଙ୍କିଲେ ଏଥିରେ ଡ୍ରପଲେଟ୍ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ କରିଥାନ୍ତି, ଫଳରେ ଅନ୍ୟମାନଙ୍କ ଠାରେ ରୋଗ ଆଶଙ୍କା ବୃଦ୍ଧି ଜୋହାଇଥାଏ I ପୁରାତନ କାଳରୁ ଗର୍ଭବତୀମାନଙ୍କୁ ଗୁରୁଜନମାନେ ଘରୁ ବାହାରକୁ ଯିବା ଉପରେ କଟକଣା ଲଗାଇଥାନ୍ତି । ଏବେ ଏହା ମଧ୍ୟ ବିଜ୍ଞାନ ସମ୍ମତ । ଗର୍ଭବତୀମାନେ ଜନଗହଳି ସ୍ଥାନ ଯଥା ବସଷ୍ଟାଣ୍ଡ୍, ରେଳ ଷ୍ଟେଶନ୍ ଓ ବିମାନ ବନ୍ଦରକୁ ନ ଯିବା ଭଲ । ଏମିତିକି ପୂଜାପାର୍ବଣ, ସଭାସମିତି ଭଳି ସାର୍ବଜନୀନ ଗହଳି ସ୍ଥାନରେ ଯୋଗ ଦେବା ବି ଠିକ୍ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍ତ୍ର (ଏନ୍, ୯୫) ବା ମୁଖା ପିନ୍ଧନ୍ତୁ । ତେବେ ସେଠାରେ କୌଣସି ଜିନିଷ ଛୁଅନ୍ତୁ ନାହିଁ ବା ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ସଙ୍ଗେ ସଙ୍ଗେ ହାତ ସାବୁନ୍ କିମ୍ବା ହଲ୍ୟାଣ୍ଡୱାଶ୍ ଓ ପାଣିରେ ଅନ୍ତତଃ ପକ୍ଷେ ୨୦ ସେକେଣ୍ଡ୍ ଧରି ଧୋଇବା ଉଚିତ । ଏମିତିକି ଗର୍ଭବତୀ ମହିଳା କବାଟ ହ୍ୟାଣ୍ଡେଲ, ଟେଲିଫୋନ୍, କମ୍ପ୍ୟୁଟର କିବୋର୍ଡ, ଟେବୁଲ୍ ବା କୌଣସି ଜୈବିକ ପଦାର୍ଥ ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ । ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ୍ ବା ଟିସୁ ପେପର୍ ଦେବା ଦରକାର । ଜାଣି ରଖନ୍ତୁ ଗର୍ଭବତୀଙ୍କୁ ଅତ୍ୟଧକ ଜ୍ଵର କାଶ, ଛଙ୍କ, ପେଟ ଗୋଳମାଳ, ଝାଡା, ଦେହ ଦରଜ ବା ନିମୋନିଆ ହେଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏଚ ୱାନ୍ ଏନ୍, ୱାନ ଭୂତାଣୁ ପାଇଁ ସ୍ଵାବ୍ ଟେଷ୍ଟ କରାଇବା ଜରୂରୀ, କାରଣ ଗର୍ଭାବସ୍ଥାରେ ସ୍ଵାଇନ୍ଫ୍ଲୁ ଦ୍ଵାରା ଗଭସ୍ଥ ଶିଶୁଟ ଆକ୍ରାନ୍ତ ହୋଇଥାଏ । ସ୍ଥଳ ବିଶେଷରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥାଏ ଏବଂ ଗର୍ଭବତୀର ମଧ୍ୟ ଜୀବନ ଉପରେ ବିପଦ ଥାଏ । ପ୍ରସବ ଯଦି ରୋଗ ଚିହ୍ନଟ ହୁଏ ତେବେ ପ୍ରସବ ମେଡିକାଲ୍ କଲେଜ ବା” ଲେଭେଲ୍ ଥ୍ରୀ ସେଣ୍ଟରରେ କରାଇବା ଦରକାର । ପ୍ରସବ କରାଇବା ସମୟରେ ଡାକ୍ତର ଓ ସିଷ୍ଟରମାନେ ମାସ୍ତ୍ର ପିନ୍ଧିବା ଜରୁରୀ । ଏହି ଭୂତାଣୁ କବଳରୁ ଶିଶୁକୁ ରକ୍ଷା କରିବାକୁ ହେଲେ ତୁରନ୍ତ ଶିଶୁକୁ ନିଓନାଟାଲ କେୟାର ୟୁନିଟ୍ରେ ରଖିବା ଉଚିତ। ରୋଗିଣୀ ମଧ୍ୟ ଅନ୍ୟ ୱାର୍ଡରେ ରହିବା ଦରକାର । ଟିକା ମନେରଖନ୍ତୁ ଗର୍ଭବତୀ ମହିଳାମାନେ ଲାଇଭ ଭ୍ୟାକ୍ସିନ୍ ନେଇପାରିବେ ନାହିଁ। ତେଣୁ ସ୍ଵାଇନ୍ଫ୍ଲୁ ପାଇଁ ମିଳୁଥିବା ଟିକା ମଧ୍ୟରୁ ନାଜାଲସ୍ପ୍ରେରେ ଲାଇଭ ଭାକ୍ସିନ୍ ଥିବାରୁ ଏହା ଗର୍ଭବତୀ ମହିଳାଙ୍କୁ ଦିଆଯାଏ ନାହିଁ । ଯେଉଁ ଗର୍ଭବତୀ ମହିଳାମାନେ ଜୋରାଗୀମାନଙ୍କର ସଂସ୍ପର୍ଶରେ ଆସିବେ ସେମାନେ ଟିକା, ଇଞ୍ଜେକ୍ସନ୍ ଆକାରରେ ନେଇପାରିବେ । ସେହିଭଳି ଯେଉଁ ଗର୍ଭବତୀମାନଙ୍କର ପରିବାର ବା ପଡିଶାରେ କାହାର ସ୍ଵାଇନ୍ଫ୍ଲୁ ହୋଇଛି ତେବେ ସେମାନେ ‘ଟାମିଫ୍ଲୁ” ଟିକା ମଧ୍ୟ ନେଇପାରବେ । କମ୍ବା କାଶ, ଛଙ୍କା, ଜ୍ଵର ଓ ମୁଣ୍ଡ ବ୍ୟଥା ୪୮ ଘଣ୍ଟାରୁ ବେଶି ରହିଲେ ‘ଟାମିଫୁ' ବଟିକା ସେବନ ମଧ୍ୟ କରିପାରିବେ । ତେବେ ଗର୍ଭବତୀ ମହିଳା ସ୍ଵାଇନ୍ଫ୍ଲୁ ପାଇଁ ଚିକିତ୍ସା ଠାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଦରକାର । ସେଥିପାଇଁ ନିଜେ ସତର୍କ ରହି ନିଜ ଗର୍ଭସ୍ଥ ଶିଶୁକୁ ମଧ୍ୟ ନିରାପଦ ରଖିବା ବିଧେୟ । ସଂଗୃହିତ: ଡଃ ସରୋଜିନୀ ଷଡଙ୍ଗୀ, ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ