ଉପକ୍ରମ ସାଧାରଣତଃ ମା’ ଘର କାମ କରିବା ସହ ପିଲାଙ୍କର ଯତ୍ନ ନେଇଥାନ୍ତି । ଏଥିସହ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ ପଡେ । କେତେକ ମା’ କାମ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ଭାବରେ ନେଇପାରି ନଥାନ୍ତି । ତେବେ ଏମିତି କିଛି ଖାସ୍ ଟିପ୍ ରହିଛି ଯାହାକୁ ଆପଣେଇ ଜଣେ ମା’ ନିଜକୁ କେବଳ ଆକ୍ଟିଭ ତଥା ଫିଟ୍ ନୁହେଁ ଷ୍ଟାଇଲିସ୍ ବି ରହିପାରିବେ । ଶରୀର ପ୍ରତି ଧ୍ୟାନ ସବୁବେଳେ ମା’ ନିଜଠୁ ନୁଜ ପିଲାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା ଭିତରେ ନିଜର ଶରୀରକୁ ଅନାଦେଖା କରିଥାଆନ୍ତି । ଏହି କାରଣରୁ ଆପଣଙ୍କୁ କେତେ କ୍ଷତି ସହିବାକୁ ପଡିଥାଏ । ଏହାଦ୍ଵାରା ପିଲା ଓ ପରିବାର ଲୋକଙ୍କ ଉପରେ ବି ପ୍ରଭାବ ପଡିଥାଏ । ସେଥିପାଇଁ ନିଜପ୍ରତି ଧ୍ୟାନ ଦେବା ସହ ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ କରନ୍ତୁ । ସାଧାରଣତଃ ଦେଖାଯାଏ ମା’ ହେବାପରେ ମହିଳାଙ୍କ ଶରୀରରେ ଷ୍ଟ୍ରେଚ୍ ମାର୍କ ଦେଖାଯିବା ସହ ଶରୀର ଆବଶ୍ୟକତାଠାରୁ ଅଧିକ ମୋଟାହୋଇଯାଏ । ଯେଉଁ କାରଣରୁ ମହିଳାଙ୍କର ବଡି ପୋଷ୍ଟର ଖରାପ ହୋଇଯାଏ । ଆପେ ଆପେ ଭଲ ହେବ ଚିନ୍ତା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଚିନ୍ତାକୁ ଦୂର କରନ୍ତୁ । ମର୍ନିଂୱାର୍କ କୁହାଯାଏ ସକାଳର ଖୋଲା ପବନ ଶରୀର ଲାଗି ଆରାମଦାୟକ ହୋଇଥାଏ ଏବଂ ଏହା ଔଷଧ ପରି କାମ କରେ । ଏହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ସହ ତ୍ଵଚାରେ ଚମକ ଆଣିଦିଏ । ତେଣୁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ । ଖାଦ୍ୟ ଓ ବ୍ୟାୟାମ ଆବଶ୍ୟକ ପରିମାଣରୁ ଖାଦ୍ୟ ଗ୍ରହଣ କରନ୍ତୁ ଯାହା ତ୍ଵଚା ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରି । ଅଧିକ ପରିମାଣରେ ପାଣି ପିଆନ୍ତୁ । କାରଣ ପାଣି ଅଂର୍କ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ବ୍ୟାୟାମ ଯଦି ଆପଣଙ୍କ ପାଖରେ ସମୟ କମ୍ ତେବେ କିଛି ସମୟ ଯୋଗ କରିବା ଲାଗି ବାହାର କରନ୍ତୁ । ଏହା ଦ୍ଵାରା ଶରୀର ଫୁର୍ତ୍ତି ଲାଗେ । ଏହା ରୋଗ ଦାଉରୁ ବି ରକ୍ଷା କରିଥାଏ । ତା’ ସହିତ ଏମିତି କାମ କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ଥର ଉଠାବସ ହେବାକୁ ପଡୁଥିବ । ଏହା ଦ୍ଵାରା ଆପଣଙ୍କର ଭଲ ବ୍ୟାୟାମ ହୋଇଯିବ । ଫଳରେ ଆପଣ ଫିଟ୍ ଏବଂ ସୁସ୍ଥ ଲାଗିବେ । ଆଧାର - ସ୍ୱାସ୍ଥ୍ୟ ଡାଏରୀ