ଏଫ.ଆଇ.ଆର ଦର୍ଜ କରିବା ଘରୋଇ ହିଂସାର ଶିକାର ହୋଇ କୌଣସି ମହିଳା ପୋଲିସ ସହାୟତା ପାଇଁ ଥାନାକୁ ଗଲେ ପୋଲିସର ପ୍ରଥମ କର୍ତ୍ତବ୍ୟ ହେଲା ଏଫ.ଆଇ.ଆର ଦର୍ଜ କରିବା । ଜଣେ ମହିଳା ନିଜେ କିମ୍ବା ସୁରକ୍ଷା ଅଧିକାରୀଙ୍କ ସାହାଯ୍ୟରେ ଅଭିଯୋଗ କରିପାରିବେ କିମ୍ବା ସେ ମାର୍ଜିଷ୍ଟ୍ରଟଙ୍କ ନିକଟରେ ସିଧା ଅଭିଯୋଗ ଦାଖଲ କରିପାରିବେ । ଜଣେ ମହିଳା ଚିଠି ମାଧ୍ୟମରେ ହେଉ କିମ୍ବା ମେଲ ଦ୍ଵାରା ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବା ସଙ୍ଗେ ସଙ୍ଗେ ସେ ମଧ୍ୟ ପୋଲିସ, ସ୍ଵେଚ୍ଛାସେବି ଅନୁଷ୍ଠାନ ଓ ପାଖ ପଡୋଶିଙ୍କ ସହଯୋଗରେ ଅଭିଯୋଗ ଦାଖଲ କରିପାରିବେ । ଡାକ୍ତରୀ ସହାୟତା ଘରୋଇ ହିଂସାରେ ପୀଡ଼ିତା ମହିଳାକୁ ସଙ୍ଗେ ସଙ୍ଗେ ଡାକ୍ତରୀ ସହାୟତା ପ୍ରଦାନ କରିବା । ମହିଳା ଯଦି ସାଂଘାତିକ ଭାବରେ ଆହାତ ହୋଇଥିବେ ତାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ରଖାଇ ଚିକିତ୍ସା କରାଇବା ଆବଶ୍ୟକ । ଡାକ୍ତରୀ ଚିକିତ୍ସା ପରେ ମହିଳାଜଣଙ୍କୁ ନେଇ ମହିଳାସୁରକ୍ଷା କେନ୍ଦ୍ରରେ ଛାଡିବା ପୋଲିସର କର୍ତ୍ତବ୍ୟ । ମହିଳାଜଣଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଯେପରି ସୁରକ୍ଷିତ ରହିପାରିବେ । ମହିଳା ସୁରକ୍ଷା କେନ୍ଦ୍ର ମହିଳା ସୁରକ୍ଷା କେନ୍ଦ୍ରରେ ମହିଳାଜଣଙ୍କ ସୁସ୍ଥ ହେବାପରେ ଯଦି ଘରକୁ ଫେରିବାକୁ ନ ଚାହାନ୍ତି ତେବେ ତାକୁ ସ୍ୱଳ୍ପ ଅବଧି ଗୃହ ସମ୍ପର୍କରେ ସୂଚନା ଦେବା କିମ୍ବା ସେ ସ୍ଥାନରେ ନେଇ ଛାଡ଼ିବା ପୋଲିସର କର୍ତ୍ତବ୍ୟ । ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ପୋଲିସ ପୀଡ଼ିତା ମହିଳାକୁ ନେଇ ମହିଳା ଓ ଶିଶୁ ବିଭାଗର ର ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ କରାଇବା ଆବଶ୍ୟକ। ଆଇନ ସହାୟତା ସର୍ବଶେଷରେ ମହିଳାକୁ ନେଇ ପୋଲିସ ଆଇନ ସହାୟତା ଯୋଗାଇଦେବା ଉଚିତ୍ । ଆଧାର - ଅକ୍ସଫାମ