ଇନ୍ ପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର (ISD) ନିବେଶ ସେବା ବିତରକ କ’ଣ ? MGL ର ଅନୁଚ୍ଛେଦ ୨(୫୬) ଓ ISD ହେଉଛି ଏକ କାର୍ଯ୍ୟାଳୟ , ଯାହାକି ଦ୍ରବ୍ୟ ଉତ୍ପନ୍ନ ଓ ସେବା ଯୋଗାଣ କରିବା ସହ ଅନୁଚ୍ଛେଦ – ୨୩ ବଳରେ ନିବେଶ ସେବା ରସିଦ ଭିତ୍ତିରେ ଟିକସ ଚାଲାଣ ଗ୍ରହଣ କରିଥାଏ । ଏହାଛଡା ISD ସମାନ ପ୍ୟାନ ନମ୍ବର ଥିବା ଟିକସଯୁକ୍ତ ଦ୍ରବ୍ୟ ଓ ସେବା ଯୋଗାଣକାରୀଙ୍କ ଦ୍ଵାରା ଏହି ଯୋଗାଣ ଲାଗି ପଏଠ ହୋଇଥିବା ଓ CGST (ରାଜ୍ୟ ଆଇନରେ SGST) କିମ୍ବା IGST ର ଜମାରାଶି ବଣ୍ଟନ ପାଇଁ ଟିକସ ଚାଲାନ୍ ଓ ଏହି ଉଦ୍ଦେଶ୍ୟରେ ଥିବା ଅନ୍ୟାନ୍ୟ ଦଲିଲଙ୍କୁ ଜାରି କରିଥାଏ। ଜମାରାଶି ବଣ୍ଟନ ଉଦ୍ଦେଶ୍ୟ ଯୋଗୁ ISD କୁ ସେବା ଯୋଗାଣକାରୀ ରୂପେ ବିବେଚନା କରାଯାଇଥାଏ। ISD ପଞ୍ଜୀକରଣ ଲାଗି କ’ଣ ଆବଶ୍ୟକ ? ତୃତୀୟ ଧାରାର ଅନୁଚ୍ଛେଦ – ୧୯ ଅନ୍ତର୍ଗତ ପାରାଗ୍ରାଫ ୫(୭) ଅନୁଯାୟୀ ସେବା ଯୋଗାଣକାରୀ ମାନ୍ୟତା ଦୃଷ୍ଟିରୁ ISD ପଞ୍ଜୀକୃତ ହୋଇପାରିବ । ପଞ୍ଜୀକରଣ ପାଇଁ ଥିବା ସର୍ବନିମ୍ନ ସୀମା ISD ପାଇଁ ଲାଗୁ ହେବନାହିଁ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ହୋଇଥିବା ISDର ପଞ୍ଜୀକରଣ GST ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବନାହିଁ । ସଂପ୍ରତି କାର୍ଯ୍ୟକ୍ଷମ ଥିବା ISD ଭବିଷ୍ୟତରେ ସଞ୍ଚାଳନ କରିବାକୁ ଇଚ୍ଛୁକ ଥିଲେ ନୂତନ ବ୍ୟବସ୍ଥାନୁଯାୟୀ ସାନି ପଞ୍ଜୀକରଣ କରିବା ଆବଶ୍ୟକ ଜମାରାଶିର ବଣ୍ଟନ ଲାଗି କିଭଳି ସର୍ତ୍ତ ବା ନିୟନ୍ତ୍ରଣ ରହିଛି ? ନିମ୍ନଲିଖିତ ସର୍ତ୍ତାନୁଯାୟୀ ଜମାରାଶି ବଣ୍ଟନ କରାଯିବ – ନିର୍ଦ୍ଧାରିତ ନିୟମାନୁଯାୟୀ ଟିକସ ଚାଲାନ୍ ବା ଅନ୍ୟାନ୍ୟ ଦଲିଲ ଜରିଆରେ ଜମାରାଶି ବଣ୍ଟନ କରାଯିବ , ବଣ୍ଟନ ହେଉଥିବା ଜମାରାଶିର ପରିମାଣ ଲଭ୍ୟ ଜମାରାଶିଠାରୁ ଅଧିକ ହେଉନଥିବ , କେବଳ ଉପଯୁକ୍ତ ସେବା ଯୋଗାଣକାରୀଙ୍କୁ ହିଁ ଜମାରାଶି ବଣ୍ଟନ କରାଯିବ , ଏକାଧିକ ସେବା ଯୋଗାଣକାରୀ ଥିଲେ ପୂର୍ବ ଆର୍ଥିକ ବର୍ଷ ମଧ୍ୟରେ ସେମାନଙ୍କ କାରବାର ଭିତ୍ତିରେ ଯମରାଶି ସମାନୁପାତିକ ଭାବେ ବଣ୍ଟନ କରାଯିବ। ISD କ’ଣ ରିଟର୍ଣ୍ଣ ଫାଇଲ୍ କରିବା ଆବଶ୍ୟକ ? ହଁ, MGL ର ଅନୁଚ୍ଛେଦ ୨୭(୬) ଅନୁଯାୟୀ ପରବର୍ତ୍ତୀ ମାସର ୧୩ ତାରିଖରେ GSTR 6 ବଳରେ ISD ତାଙ୍କର ମାସିକ ରିଟର୍ଣ୍ଣ ଫାଇଲ୍ କରି ପାରିବେ । ଗୋଟିଏ କମ୍ପାନୀ ବହୁ ସଂଖ୍ୟକ ISD ରଖି ପାରିବେ ? ଉତ୍ତର ହଁ , ବିପଣନ ପ୍ରଭାଗ , ସୁରକ୍ଷା ପ୍ରଭାଗ ଆଦି କାର୍ଯ୍ୟାଳୟ ପାଇଁ ପୃଥକ ISD ଆବେଦନ କରାଯାଇ ପାରିବ । ISD ଦ୍ଵାରା ଅଧିକ ବା ତ୍ରୁଟିପୂର୍ଣ୍ଣ ଜମାରାଶି ବଣ୍ଟନ ହୋଇଥିଲେ ଏହାକୁ କିଭଳି ଆଦାୟ କରାଯାଇ ପାରିବ ? ଅନୁଚ୍ଛେଦ ୧୮(୧) ଓ ୧୮(୨) ରେ ବର୍ଣ୍ଣିତ ଅଛି ଯେ, ISD ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅତ୍ୟଧିକ ବା ତ୍ରୁଟିପୂର୍ଣ୍ଣଭାବେ ବଣ୍ଟିତ ଜମାରାଶି ଆଦାୟ ହୋଇପାରିବ । ଏହାଛଡା ଆଦର୍ଶ GST ଆଇନର ଅନୁଚ୍ଛେଦ -୫୧ ବଳରେ ଗ୍ରହୀତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ଜମାରାଶି ଉଦ୍ଧାର କରାଯାଇ ପାରିବ । ବିଭିନ୍ନ ରାଜ୍ୟରେ ଥିବା ୟୁନିଟଗୁଡିକ ପାଇଁ CGST ଓ IGST ଜମାରାଶି ଆଇଏସଡ଼ି ଦ୍ଵାରା IGST ଜମାରାଶି ଭାବେ ବଣ୍ଟନ କରାଯାଇ ପାରିବ କି ? ଅନୁଚ୍ଛେଦ ୧୭(୧) ଅନୁଯାୟୀ , ବିଭିନ୍ନ ରାଜ୍ୟରେ ଥିବା ୟୁନିଟଗୁଡିକ ପାଇଁ ISD ଦ୍ଵାରା CGST ଜମାରାଶି IGST ଭାବେ ଓ IGST ଜମାରାଶି ମଧ୍ୟ IGST ଭାବେ ବଣ୍ଟନ କରାଯାଇ ପାରିବ । ବିଭିନ୍ନ ରାଜ୍ୟରେ ଥିବା ୟୁନିଟଗୁଡିକ ପାଇଁ ISD ଦ୍ଵାରା SGST ଜମାରାଶି IGST ଜମାରାଶି ଭାବେ ବଣ୍ଟିତ ହୋଇ ପାରିବ କି ? ହଁ, ବିଭିନ୍ନ ରାଜ୍ୟରେ ଥିବା ୟୁନିଟଗୁଡିକ ପାଇଁ ISD SGST ଜମାରାଶିକୁ IGST ଭାବେ ବଣ୍ଟନ କରିପାରିବେ ଅନୁଚ୍ଛେଦ ୧୭ (୨) । ISD କ’ଣ CGST ଓ IGST ଜମାରାଶି CGST ଜମାରାଶି ଭାବେ ବଣ୍ଟନ କରିପାରିବେ ? ହଁ , ଗୋଟିଏ ରାଜ୍ୟ ଭିତରେ ଥିବା ୟୁନିଟଗୁଡିକ ପାଇଁ ISD CGST ଓ IGST ଜମାରାଶିକୁ CGST ଜମାରାଶିଭାବେ ବଣ୍ଟନ କରିପାରିବେ । SGST ଓ IGST ଜମାରାଶି କ’ଣ SGST ଜମାରାଶି ଭାବେ ବଣ୍ଟିତ ହୋଇପାରିବ କି ? ହଁ, ଗୋଟିଏ ରାଜ୍ୟ ଭିତରେ ଥିବା ୟୁନିଟଗୁଡିକ ପାଇଁ OSD CGST ଓ IGST ଜମାରାଶି ବଣ୍ଟନ କରିପାରିବେ । କେଉଁ କେଉଁ ଦଲିଲ୍ ବଳରେ ISD ଦ୍ଵାରା ଜମାରାଶି ବଣ୍ଟନ କରାଯାଇ ପାରିବ ? କେଉଁ ଦଲିଲ ବଳରେ ଜମାରାଶି ବଣ୍ଟନ କରାଯିବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ । କେବଳ ନିର୍ଦ୍ଧାରିତ ଦଲିଲ୍ ବଳରେ ଜମାରାଶି ବଣ୍ଟନ କରାଯାଇ ପାରିବ ବୋଲି ପ୍ରସ୍ତାବିତ ଆଇନରେ ଉଲ୍ଲେଖିତ ରହିଛି । ISD ର ସବୁ ୟୁନିଟକୁ ସାର୍ବଜନୀନ ଭାବେ ଜମାରାଶି କିପରି ବଣ୍ଟନ କରାଯାଇ ପାରିବ ? ପ୍ରୋ – ରାଟା ବା ଆନୁପାତିକ ହାତରେ ISD ଦ୍ଵାରା ସବୁ ୟୁନିଟ ସାର୍ବଜନୀନଭାବେ ଜମାରାଶି ବ୍ୟବହାର କରିପାରିବେ । ଆନୁପାତିକ ହାର ଭିତ୍ତି ହେଲା , ପ୍ରତ୍ୟକ ୟୁନିଟର କାରବାରକୁ ମିଶାଇ ସମସ୍ତ ୟୁନିଟର ସାମଗ୍ରିକ ଉପରେ ଜମାରାଶି ବଣ୍ଟନ କରାଯାଇଥାଏ କେଉଁ ଟିକସ ବଳରେ ରାଜ୍ୟ ବାହାର ଗ୍ରହୀତାଙ୍କୁ ISD CGST ଓ IGST ଜମାରାଶି ବଣ୍ଟନ କରିପାରିବେ ?(କ) IGST, (ଖ) CGST, (ଗ) SGST IGST କେଉଁ ଟିକସ ବଳରେ ରାଜ୍ୟ ଭିତରେ ଗ୍ରହୀତାଙ୍କୁ ISD CGST ଜମାରାଶି ବଣ୍ଟନ କରିପାରିବେ ? (କ) IGST, (ଖ) CGST , (ଗ) SGST, (ଘ) କେଉଁଠି ନୁହେଁ CGST ନିବେଶ ସେବା ଉପରେ ପଏଠ ଟିକସର ଜମାରାଶି ଏକାଧିକ ଯୋଗାଣକାରୀ ବ୍ୟବହାର କରିପାରିବ କି? କେଉଁ ପଦ୍ଧତି ବଳରେ ଏହା ସମ୍ଭବ ? (କ) ସମ୍ପୃକ୍ତ ରାଜ୍ୟରେ କାରବାରର ଆନୁପାତିକ ହାତରେ ଏଭଳି ନିବେଶ ସେବା ବ୍ୟବହାର କରୁଥିବା ଯୋଗାଣକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ । (ଖ) ସବୁ ଯୋଗାଣକାରୀଙ୍କ ମଧ୍ୟରେ ସମାନ ହାରରେ ଅଣତଣ (ଗ) କେବଳ ଜଣେ ଯୋଗାଣକାରୀଙ୍କୁ ବଣ୍ଟନ (ଘ) ଆଦୌ ବଣ୍ଟନ କରାଯିବ ନାହିଁ । ଉତ୍ତର (କ) ଯଦି ଅତିରିକ୍ତ ଜମାରାଶି ବଣ୍ଟନ କରାଯାଇଛି , ତାହାଲେ ବିଭାଗ ପକ୍ଷରୁ ଏହା ଆଦାୟ କରାଯିବ କି ? ହଁ, ସମ୍ପୃକ୍ତ ବିଭାଗ ଦ୍ଵାରା ISD ଠାରୁ ସୁଧ ସହ ବଣ୍ଟନ କରାଯାଇଥିବା ଅତିରିକ୍ତ ଜମାରାଶି ଆଦାୟ କରାଯାଇ ପାରିବ । ଆଇନର ବ୍ୟବସ୍ଥା ଉଲ୍ଲଘଂନ କରାଯାଇ ଯେଉଁ ଜମାରାଶି ବଣ୍ଟନ କରାଯାଇଥିବ , ତାହାର ପରିଣାମ କ’ଣ ହେବ ? ଆଇନ ଉଲ୍ଲଘଂନ କରାଯାଇ ଯେଉଁ ଜମାରାଶି ବଣ୍ଟନ କରାଯାଇଥିବ , ତାହା ୟୁନିଟଠାରୁ ଆଦାୟ କରାଯିବ । ସୁଧ ସହ ଜମାରାଶି ଆଦାୟ କରାଯିବ । ଯେଉଁ ଜମାରାଶିଟି ସୁଧସହ ବଣ୍ଟନ କରାଯିବ । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼