ନିୟମ – ୩୭ ବାଧାପ୍ରାପ୍ତ ଅଥବା ସ୍ଥଗିତ ନିର୍ବାଚନ କାର୍ଯ୍ୟଧାରାର ପୁନରାରମ୍ଭ ଯଦି ନିର୍ବାଚନର କୌଣସି ସ୍ତରର ଦଙ୍ଗାଗୋଳ ଅଥବା ପ୍ରକାଶ୍ୟ ହିଂସା ଦ୍ଵାରା ନିର୍ବାଚନ କାର୍ଯ୍ୟଧାରା ବାଧାପ୍ରାପ୍ତ ହୁଏ, ଧାର୍ଯ୍ୟ ସମୟ ମଧ୍ୟରେ ଉକ୍ତ କାର୍ଯ୍ୟଧାରା ସମାପ୍ତ କରିବାକୁ ଅସମ୍ଭବ ହୁଏ ଅଥବା ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଅଥବା ଅନ୍ୟ କୌଣସି କାରଣରୁ ନିର୍ବାଚନ କାର୍ଯ୍ୟ ସମ୍ଭବ ହୁଏ ନାହିଁ ତେବେ ପ୍ରୀଜାଇଡିଂ ଅଫିସର ତତକ୍ଷଣାତ ଏ ବିଷୟରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ । ନିର୍ବାଚନ ଅଧିକାରୀ ରିପୋର୍ଟ ପାଇବା ପରେ ଅଥବା ନିର୍ବାଚନ କାର୍ଯ୍ୟଧାରାର ସେପରି ବାଧା ଅଥବା ସ୍ଥଗନ ସମ୍ବନ୍ଧରେ ତାଙ୍କ ନିଜର ସୂଚନାକୁ ସମ୍ବାଦକୁ ଭିତ୍ତି କରି ଏବଂ ସେ ଆବଶ୍ୟକ ବିବେଚନା ସହ ସେପରି କୌଣସି ତଦନ୍ତ କରି ସାରିବା ପରେ ସେପରି ବାଧା ଅଥବା ସ୍ଥଗନ କରାଇଥିବା ଘଟନାର ତଥ୍ୟାବଳି ସମ୍ବନ୍ଧୀୟ ଏକ ରିପୋର୍ଟ ସହିତ କେଉଁ ତାରିଖ, ସମୟ ଏବଂ ସ୍ତରରୁ କଥିତ କାର୍ଯ୍ୟଧାରା ପୁନରାମ୍ଭ କରାଯିବ ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିବେ । ଉପ- ନିୟମ (୧) ଅନୁଯାୟୀ ନିର୍ବାଚନ ଅଧିକାରୀ ଠାରୁ ପାଇଥିବା ରିପୋର୍ଟକୁ ଭିତ୍ତିକରି ଅଥବା ତାଙ୍କ ନିଜ ସମ୍ବାଦ ବା ସୂଚନାକୁ ଭିତ୍ତିକରି ଯଦି ମୁଖ୍ୟ ନିର୍ବାଚନ କାର୍ଯ୍ୟଧାରାର ବାଧା ଅଥବା ସ୍ଥଗିତର ତଥ୍ୟାବଳୀ ସଂପର୍କରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଉପଯୁକ୍ତ ବିବେଚନା କରି ସେପରି ସ୍ତର ଏବଂ ସେପରି ତାରିଖ ସ୍ଥାନ, ଏବଂ ସମୟରେ ନିର୍ବାଚନ କାର୍ଯ୍ୟଧାରା ପୁନରାରାମ୍ଭ କରିବାକୁ ନିର୍ଦ୍ଦେଶ କରିପାରନ୍ତି । ନିର୍ବାଚନ ସଂପର୍କରେ ଓଡିଶା ସମବାୟ ସମିତି ଆଇନ ୧୯୬୨, ଓଡିଶା ସମବାୟ ସମିତି ନିୟମାବଳୀ,୧୯୬୫ ଏବଂ ତଦନୁସାରେ ପ୍ରମୀତ ଉପ-ବିଧି ଏବଂ ଏହି ନିୟମାବଳୀର ବ୍ୟବସ୍ଥାସମୂହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ ପୁନରାରାମ୍ଭ କାର୍ଯ୍ୟଧାରା ପ୍ରତି ପ୍ରଯୁଜ୍ୟ ହେବ । ନିୟମ – ୩୮ ଏବଂ ୩୯ ନିୟମ – ୩୮ - ଭୋଟ ଗଣନା ଭୋଟ ଗ୍ରହଣ କରଯାଉଥିବା ପ୍ରତ୍ୟେକ ନିର୍ବାଚନରେ ଭୋଟଗୁଡିକ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଙ୍କ ଦ୍ଵାରା ଏବଂ ତତ୍ଵାବଧାନ ଓ ନିର୍ଦ୍ଦେଶ ଅନୁଯାୟୀ ଗଣତି କରାଯିବ ଏବଂ ଭୋଟଗଣତି ସମୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ତାଙ୍କର ନିର୍ବାଚନ ଏଜେଣ୍ଟ ଓ କାଉଣ୍ଟିଂ ଏଜେଣ୍ଟଙ୍କର ସେଠାରେ ଉପସ୍ଥିତ ରହିଥିବା ଅଧିକାର ରହିବ । ନିୟମ – ୩୯ - ଗଣନା ନିମନ୍ତେ ସ୍ଥିରୀକୃତ ସ୍ଥାନରେ ପ୍ରବେଶ ନିମ୍ନଲିଖିତ ବ୍ୟତୀତ ନିର୍ବାଚନ ଅଧିକାରୀ ଇଲେକସାନ ଅଫିସର, ଭୋଟଗଣନା ନିମନ୍ତେ ସ୍ଥିର କରାଯାଇଥିବା ସ୍ଥାନରେ ପ୍ରବେଶ କରିବାକାଉ ସମସ୍ତ ବ୍ୟକ୍ତିଙ୍କୁ ବାଦ ଦେବେ । ଯଥା :- ତାଙ୍କୁ ସହାୟତା ପ୍ରଦାନ କରିବାକୁ ନିଯୁକ୍ତ ହୋଇଥିବା ବ୍ୟକ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ [ ରାଜ୍ୟ ସମବାୟ ନିର୍ବାଚନ କମିଶନ ] ଅଥବା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତି । ନିର୍ବାଚନ କାର୍ଯ୍ୟରେ କର୍ତ୍ତବ୍ୟରତ ଥିବା ସରକାରୀ କର୍ମଚାରୀ ଏବଂ ପ୍ରାର୍ଥୀ ଏବଂ ସେମାନଙ୍କର ନିର୍ବାଚନ ଏଜେଣ୍ଟ ଓ କାଉଣ୍ଟିଂ ଏଜେଣ୍ଟ । ଜଣେ ପ୍ରାର୍ଥୀଙ୍କ ଦ୍ଵାରା ଅଥବା ତରଫରୁ ନିଯୋଜିତ କିମ୍ବା ଅନ୍ୟଥା କାର୍ଯ୍ୟ କରୁଥିବା ଏଜେଣ୍ଟ ଦୃଷ୍ଟି ରଖିବେ ତାହା ନିର୍ବାଚନ ଅଧିକାରୀ(ଇଲେକସନ ଏଜେଣ୍ଟ) ନିଷ୍ପତ୍ତି କରିବେ । କେଉଁ କାଉଣ୍ଟିଂ ଟେବୁଲ ଅଥବା କାଉଣ୍ଟିଂ ଟେବୁଲ ଗୁଡିକରେ କେଉଁ କେଉଁ ଏଜେଣ୍ଟ ଦୃଷ୍ଟି ରଖିବେ ତାହା ନିର୍ବାଚନ ଅଧିକାରୀ (ଇଲେକସନ ଏଜେଣ୍ଟ)ନିଷ୍ପତ୍ତି କରିବେ। ଭୋଟ ଗଣନା ସମୟରେ ଅସଦାଚରଣ କରୁଥିବା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ନିର୍ଦ୍ଦେଶ ଅମାନ୍ୟ କରୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ ଅଧିକାରୀ ଅଥବା କର୍ତ୍ତବ୍ୟରତ ଆରକ୍ଷୀ ଅଧିକାରୀ (ପୋଲିସ ଅଫିସର) କିମ୍ବା ଏଥି ନିମନ୍ତେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର ) ଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ଭୋଟ ଗଣନା ସ୍ଥାନରୁ ବାହାର କରାଯାଇପାରେ । ନିୟମ – ୪୦ଭୋଟ ବାକ୍ସଗୁଡିକ ଯାଞ୍ଚ କରିବା ଏବଂ ଖୋଲିବା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଏକାଧିକ ଭୋଟ କେନ୍ଦ୍ରରେ ବ୍ୟବହୃତ ହୋଇଥିବା ଭୋଟ ବାକ୍ସଗୁଡିକୁ ଖୋଳିବେ ଏବଂ ଏକ ସମୟରେ ସେଗୁଡିକରେ ଥିବା ଭୋଟଗୁଡିକ ଗଣତି କରିବେ । କାଉଣ୍ଟିଂ ଟେବୁଲ ଉପରେ ଭୋଟ ବାକ୍ସଗୁଡିକୁ ଖୋଲାଯିବା ପୂର୍ବରୁ କାଉଣ୍ଟିଂ ଟେବୁଲ ନିକଟରେ ଉପସ୍ଥିତ ଥିବା କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଭୋଟ ବାକ୍ସ ଉପରେ ଦିଆଯାଇଥିବା ପେପର ସିଲ ଓ ସେପରି ଅନ୍ୟ କୌଣସି ସିଲ ଅତୁଟ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଅନୁମତି ଦିଆଯିବ । ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ନିଜେ ସନ୍ତୁଷ୍ଟ ହେବେ ଯେ, କୌଣସି ଭୋଟ ବାକ୍ସରେ ହସ୍ତକ୍ଷେପ କରାଯାଇନାହିଁ । କୌଣସି ଭୋଟ ବାକ୍ସରେ ହସ୍ତକ୍ଷେପ କରାଯାଇଛି ବୋଲି ଯଦି ନିର୍ବାଚନ ଅଧିକାରୀ ସନ୍ତୁଷ୍ଟ ହୁଅନ୍ତୁ ତେବେ ସେ ଉକ୍ତ ବାକ୍ସରେ ଥିବା ଭୋଟଗୁଡିକ ଗଣତି କରିବେ ନାହିଁ ଏବଂ ସେହି ଭୋଟ କେନ୍ଦ୍ର ସଂପର୍କରେ ନିୟମ ୩୬ରେ ଉଲ୍ଲିଖିତ କାର୍ଯ୍ୟଧାରା ଅନୁସରଣ କରିବେ। ନିୟମ ୪୧- ଭୋଟ କାଗଜ ଯାଞ୍ଚ ଏବଂ ରଦ୍ଦ କରାଯିବ ପ୍ରତ୍ୟେକ ଭୋଟ ବାକ୍ସରୁ ବାହାର କରାଯାଇଥିବା ଭୋଟ କାଗଜଗୁଡିକ ସୁବିଧାଜନକ ଭାବରେ ନିର୍ଦ୍ଧିଷ୍ଟ ସଂଖ୍ୟାରେ ବିଡା ବନ୍ଧାଯିବ ଏବଂ ବିଡା ଆକାରରେ ଯାଞ୍ଚ କରାଯିବ। ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଗୋଟିଏ ଭୋଟ କାଗଜ ରଦ୍ଦ କରିବେ, ଯଦି - ସେଥିରେ ଏପରି ଚିହ୍ନ ଦିଆଯାଇପାରେ ଯାହା ଫଳରେ ଭୋଟରମାନଙ୍କୁ ଚିହ୍ନ ହେଉଥିବା , କିମ୍ବା ସେଥିରେ କୌଣସି ଭୋଟ ଦିଆଯାଇ ନଥିବ , କିମ୍ବା ଯେଉଁଠାରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବାକୁ ଥିବେ , ସେଥିରେ ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦିଆଯାଇଥିବ , କିମ୍ବା ଯେଉଁଠାରେ ଏକାଧିକ ପ୍ରାର୍ଥୀ ନିର୍ବାଚିତ ହେବାକୁ ଥିବେ ସେଠାରେ ଭୋଟର ଜନକ ଆବଶ୍ୟକ ମୁତାବକ ଚିହ୍ନ ନ ଦେଇ ଭୋଟ କାଗଜରେ ଏକାଧିକ ଚିହ୍ନ ଦେଇଥିବେ , କିମ୍ବା ଭୋଟ କାଗଜର ଏପରି ଚିହ୍ନ ଦିଆଯାଇଆଥିବ ଯାହା ଦ୍ଵାରା କେଉଁ ପ୍ରାର୍ଥୀଙ୍କୁ ଭୋଟ ଦିଆଯାଇଅଛି ସେ ବିଷୟରେ ସନ୍ଦେହଜାତ ହେଉଥିବ , କିମ୍ବା ଭୋଟ କାଗଜଟି ନକଲ ହୋଇଥିବ , କିମ୍ବା ଭୋଟ କାଗଜଟି ଏପରି ଭାବେ ନଷ୍ଟ ଅଥବା ଖଣ୍ଡ ଖଣ୍ଡ ହୋଇଥିବ ଯଦ୍ଵାରା ଉକ୍ତ ଭୋଟକାଗତ ବୈଧତା ପ୍ରମନାୟତ ହୋଇ ପାରୁନଥିବ , କିମ୍ବା ଭୋଟ କେନ୍ଦ୍ରରେ ବ୍ୟବହାର ନିମନ୍ତେ ପ୍ରାଧିକୃତ ଭୋଟ କାଗଜର କ୍ରମିକ ନମ୍ବର ଅଥବା ନକ୍ସାଠାରୁ ଏଥିରେ ଭିନ୍ନ ପ୍ରକାରର କ୍ରମିକ ନ୍ମବାର ଅଥବା ନକ୍ସା ଥିବ , କିମ୍ବା ନିୟମ ୨୫ର ଉପନିୟମ (୩) ର ବ୍ୟବସ୍ଥାନୁଯାୟୀ ଭୋଟ କାଗଜରେ ଯେଉଁ ଚିହ୍ନ ଅଥବା ଦସ୍ତଖତ ରହିବା କଥା ସେଥିରେ ସେପରି ଚିହ୍ନ ଅଥବା ଦସ୍ତଖତ ନଥିବ , କିମ୍ବା ଉଲ୍ଲେଖଥାଉକି , ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର ) ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ,ଉପପ୍ରକରଣ (ଜ) ଅଥବା (ଝ) ରେ ଉଲ୍ଲିଖିତ ଦୋଷ ତ୍ରୁଟି ପ୍ରୀଜାଇଡିଂ ଅଫିସର ଅଥବା ଫୋଲିଂ ଅଫିସରଙ୍କ ଭୁଲ ଅଥବା ଅବହେଳାରୁ ହୋଇଛି ତେବେ କେବଳ ଉକ୍ତ ଦୋଷ ତ୍ରୁଟି କାନରୁ ଭୋଟ କାଗଜ ରଦ୍ଦ ହେବ ନାହିଁ । ପୁନଶ୍ଚ ଉଲ୍ଲେଖଥାଉକି ଭୋଟକୁ ସୂଚିତ କରୁଥିବା ଚିହ୍ନ ଦେଖାଯାଉ ନାହିଁ ଅଥବା ଭୋଟରକୁ ସୂଚିତ କରୁଥିବା ଚିହ୍ନ ଏକାଧିକ ଥର ଦିଆଯାଇଛି – ଏହି କାରଣରୁ ଭୋଟ କାଗଜଟି ରଦ୍ଦ କରାଯିବ ନାହିଁ ,ଯଦି ଯେଉଁଭଳି ଭାବରେ ଭୋଟ କାଗଜଟି ଚିହ୍ନିତ ହୋଇଛି ସେଥିରୁ ସ୍ପଷ୍ଟଭାବେ ପ୍ରତୀୟମାନ ହେଉଥାଏ ଯେ , ଜଣେ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦିଆଯାଇଛି । ଉପନିୟମ (୨) ଅନୁଯାୟୀ କୌଣସି ଭୋଟ କାଗଜ ରଦ୍ଦ କରିବା ପୂର୍ବରୁ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଉପସ୍ଥିତ ପ୍ରତ୍ୟେକ ପ୍ରାର୍ଥୀ ଏବଂ ତାଙ୍କର ନିର୍ବାଚନ ଏଜେଣ୍ଟ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଭୋଟ କାଗଜଟି ଯାଞ୍ଚ କରିବା ନିମନ୍ତେ ଯୁକ୍ତିଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ । ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଯେଉଁ ଭୋଟ କାଗଜଟିକୁ ରଦ୍ଦ କରିଥିବେ ସେହି ଭୋଟ କାଗଜରେ “ଆର“ ଅକ୍ଷର ଲେଖିବେ ଏବଂ କେଉଁ କାରଣରୁ ଭୋଟ କାଗଜଟି ରଦ୍ଦ କରାଗଲା ସେହି କାରଣ ତାଙ୍କ ନିଜ ହାତରେ ହେଉ ରବର ସ୍ତମ୍ଫରେ ହେଉ ସଂକ୍ଷିପ୍ତ ଭାବରେ ଲେଖିବେ । ରଦ୍ଦ ହୋଇଥିବା ସମସ୍ତ ଭୋଟ କାଗଜ ଏହି ନିୟମାନୁଯାୟୀ ଏକତ୍ର ବିଦା କରାଯାଇ ରଖାଯିବ। ନିୟମ – ୪୨ ଏବଂ ୪୩ ନିୟମ – ୪୨ - ଭୋଟ ଗଣନା ନିମନ୍ତେ କାର୍ଯ୍ୟଧାରା ନିୟମ ୪୧ ଅନୁଯାୟୀ ଯେଉଁ ଭୋଟ କାଗଜ ରଦ୍ଦ ହୋଇନଥିବ ସେହି ଭୋଟ କାଗଜ ପ୍ରାର୍ଥୀଙ୍କ ନିମନ୍ତେ ଗୋଟିଏ ବୈଧ ଭୋଟ ଗଣନା କରାଯିବ, ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟଟି ଭୋଟ କାଗଜରେ ରେକର୍ଡ ହୋଇଥିବ। ଉଲ୍ଲେଖଥାଉକି , ନିୟମ ୨୭ରେ ଅବଧାରିତ ଘଟନାରେ ଭୋଟରଙ୍କ ଦ୍ଵାରା ବ୍ୟବହୃତ ଭୋଟ କାଗଜରୁ ଯେଉଁ କ୍ଷେତ୍ରରେ ଏକାଧିକ ପ୍ରାର୍ଥୀ ଭୋଟ ପାଇବାର ଆବଶ୍ୟକତା ଥାଏ ସେ କ୍ଷେତ୍ରରେ ରଦ୍ଦ ହୋଇନଥିବା ଭୋଟ କାଗଜରେ ରେକର୍ଡ ହୋଇଥିବା ଭୋଟ ଯଥା କ୍ରମାନୁଯାୟୀ ସେହି ପ୍ରାର୍ଥୀଙ୍କ ବୈଧ ଭୋଟରୂପେ ଗଣତି ହେବ ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦିଆଯାଇଥିବ । ପନଶ୍ଚ ଉଲ୍ଲେଖଥାଉକି ଟେଣ୍ଡର ବ୍ୟାଲେଟ ପେପରର କୌଣସି କଭର ଖୋଲାଯିବ ନାହିଁ ଏବଂ ସେପରି ଭୋଟ କାଗଜ ଗଣନା କରାଯିବ ନାହିଁ । ଭୋଟ କେନ୍ଦ୍ରରେ ବ୍ୟବହୃତ ହୋଇଥିବା ସମସ୍ତ ଭୋଟ ବାକ୍ସରେ ଥିବା ସମସ୍ତ ଭୋଟ କାଗଜ ଗଣତି ଶେଷ ହେବାପରେ ନିର୍ବାଚନ ଅଧିକାରୀ ଫାରମ ନମ୍ବର XII ରେ ଥିବା ଫଳାଳ ଫର୍ଦ୍ଦରେ ଏଣ୍ଟ୍ରି କରିବେ ଏବଂ ବିଷୟବସ୍ତୁ ଘୋଷଣା କରିବେ। ତତପରେ ବୈଧ ଭୋଟ କାଗଜଗୁଡିକ ଏକତ୍ର ଏବଂ ଏକ ପୃଥକ ପ୍ୟାକେଟରେ ରଦ୍ଦ ଭୋଟ କାଗଜର ବିଦା ସହିତ ରଖାଯିବ ଏବଂ ସେଥିରେ ସିଲ କରାଯିବ ଓ ସେଥିରେ ନିମ୍ନଲିଖିତ ବିଷୟ ଲିପିବଦ୍ଧ କରାଯିବ । ଯଥା – ନିର୍ବାଚନ ମଣ୍ଡଳୀର ନାମ ଭୋଟ କାଗଜ ବ୍ୟବହୃତ ହୋଇଥିବା ଭୋଟ କେନ୍ଦ୍ରରେ ବିଷୟବସ୍ତୁ ଗଣନା ତାରିଖ କାଉଣ୍ଟିଂ ଟେବୁଲ ଉପରେ ଭୋଟ ବାକ୍ସଗୁଡିକୁ ଖୋଲାଯିବା ପୂର୍ବରୁ କାଉଣ୍ଟିଂ ଟେବୁଲ ନିକଟରେ ଉପସ୍ଥିତ ଥିବା କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଭୋଟ ବାକ୍ସ ଉପରେ ଦିଆଯାଇଥିବା ପେପର ସିଲ ଓ ସେପରି ଅନ୍ୟ କୌଣସି ସିଲ ଅତୁଟ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଅନୁମତି ଦିଆଯିବ । ନିୟମ – ୪୩ - ନିରନ୍ତର ଭାବରେ ଗଣନା କରାଯିବ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର ) ଯେତେ ଦୂର ସମ୍ଭବ ନିରନ୍ତର ଭାବରେ ଭୋଟ ଗଣନା କାର୍ଯ୍ୟ ଚଳାଇବେ ଏବଂ ଗଣନା ସ୍ଥଗିତ ହେବା ସମୟରେ ହେଉଥିବା ମଧ୍ୟବର୍ତ୍ତୀ ସମୟ ମଧ୍ୟରେ ନିର୍ବାଚନ ସମ୍ପର୍କୀୟ ଭୋଟ କାଗଜ, ପ୍ୟାକେଟ ଏବଂ ଅନ୍ୟାନ୍ୟ କାଗଜାତ ତାଙ୍କର ନିଜ ସିଲ ଦ୍ଵାରା ସୁଲଯୁକ୍ତ କରିବେ ଏବଂ ପ୍ରାର୍ଥୀ ଅଥବା ତାଙ୍କର ନିର୍ବାଚନ ଏଜେଣ୍ଟ ଅଥବା କାଉଣ୍ଟିଂ ଏଜେଣ୍ଟ ଯଦି ଇଚ୍ଛା ପ୍ରକାର କରନ୍ତି ତେବେ ସେମାନଙ୍କର ସିଲ ଦେଇ ରଖିବେ ଏବଂ ଉକ୍ତ ମଧ୍ୟବର୍ତ୍ତୀ ସମୟ ମଧ୍ୟରେ ସେଗୁଡିକୁ ନିରାପଦ ରଖିବା ନିମନ୍ତେ , ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ । ନିୟମ – ୪୪ ଏବଂ ୪୫ ନିୟମ - ୪୪ - ସାନିଭୋଟ ପରେ ଗଣନା ପୁନରାରାମ୍ଭ ନିୟମ 36 ଅଥବା ନିୟମ ୩୭ ଅନୁଯାଇ ଯଦି ସାନି ଭୋଟ ଗ୍ରହଣ କରାଯାଏ ତେବେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେହି ଭୋଟ ଗ୍ରହଣ ଶେଷ ହେବା ପରେ ଏଥି ନିମନ୍ତେ ତାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ତାରିଖ , ସମୟ ଏବଂ ସ୍ଥାନରେ ଭୋଟ ଗଣତି ପୁନରାରାମ୍ଭ କରିବେ ଯେଉଁଥିପାଇଁ ପ୍ରାର୍ଥୀଙ୍କ ପୂର୍ବରୁ ନୋଟିସ ଦିଆଯାଇଥିବ । ପୁନଃ ଭୋଟ ଗ୍ରହଣ ପ୍ରତି ନିୟମ ୪୧ ଏବଂ ୪୨ ର ବ୍ୟବସ୍ଥାସମୂହ ପ୍ରଯୁଜ୍ୟ ହେବ । ନିୟମ – ୪୫ - ଭୋଟ ପୁନଃଗଣନା ଗଣନା ଶେଷ ହେବା ପରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଫାରମ XII ରେ ଥିବା ଫଳାଫଳ ଫର୍ଦ୍ଦ (ରେଜଲ୍ଟ ସିଟ)ରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଦ୍ଵାରା ପାୟା ଯାଇଥିବା ମୋଟ ସଂଖ୍ୟକ ଭୋଟ ଲିପିବଦ୍ଧ (ରେକର୍ଡ) କରିବେ ଏବଂ ତାହା ଘୋଷଣା କରିବେ। ଉଲ୍ଲେଖ ଥାଉକି, ଯେତେବେଳେ ଯେ କୌଣସି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ସମାନତା ଦୃଷ୍ଟିଗୋଚର ହୁଏ ଏବଂ ଗୋଟିଏ ଭୋଟର ସମଷ୍ଟି ବା ମିଶ୍ରଣରେ ଯେ କୌଣସି ଜଣେ ପ୍ରାର୍ଥୀ ନିର୍ବାଚିତ ଘୋଷିତ ହେବାକୁ ହକଦାର ହୁଅନ୍ତି ସେତେବେଳେ ସେପରି ଅତିରିକ୍ତ (ଆସିଡନାଲ) ଭୋଟ ଖଣ୍ଡିକ କେଉଁ ପ୍ରାର୍ଥୀଙ୍କ ଦିଆଯିବ ତାହାର ନିର୍ଧାରଣ, ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଏବଂ ଉପସ୍ଥିତ ରହିବାକୁ ଇଚ୍ଛା ପ୍ରକାଶ କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତରେ ଧର୍ମଗୁଳା ପକାଯାଇ ଉତନ କରାଯାଇ ଓ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଙ୍କ ନିର୍ଦ୍ଧାରିତ ପଦ୍ଧତି ପ୍ରକାରେ ନିର୍ଦ୍ଧାରଣ କରାଯିବ । ଉପରୋକ୍ତମତେ ଘୋଷଣା କରାଯିବା ପରେ ଜଣେ ପ୍ରାର୍ଥୀ ଅଥବା ତାଙ୍କର ଅନୁପସ୍ଥିତରେ ତାଙ୍କ ନିର୍ବାଚନ ଏଜେଣ୍ଟ , ପୂର୍ବରୁ ଗଣତି କରାଯାଇଥିବା ସମସ୍ତ ଅଥବା ଯେ କୌଣସି ଭୋଟ କାଗଜ ପୁନଃଗଣନା ପାଇଁ, ସେ ଦାବି କରୁଥିବା ପୁନଃଗଣନାର କାରଣଗୁଡିକ ଦର୍ଶାଇ ଲିଖିତଭାବରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିବେ । ଉପରୋକ୍ତ ଆବେଦନକୁ ଭିତ୍ତି କରି ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର ) ବିଷୟବସ୍ତୁ ବିଚାରକରି ଆବେଦନଟିକୁ ସଂପୂର୍ଣ୍ଣ ଅଥବା ଆଂଶିକ ରୂପେ ମଞ୍ଜୁର କରିପାରନ୍ତି ଅଥବା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଙ୍କୁ ଯଦି ପ୍ରତୀୟମାନ ହୁଏ ଯେ, ଆବେଦନଟି ତୁଚ୍ଛ ଏବଂ ଅଯୌକ୍ତିକ ତେବେ ତାହାକୁ ନାମଞ୍ଜୁର କରିପାରନ୍ତି । ଉପ- ନିୟମ (3) ଅନୁଯାୟୀ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ଦ୍ଵାରା କରାଯାଇଥିବା ପ୍ରତ୍ୟେକ ବିଚାର ବା ନିଷ୍ପତ୍ତି ଲିଖିତଭାବରେ କରାଯିବ ଏବଂ ସେଥିରେ ତାହାର କାରଣଗୁଡିକ ରହିବ । ନିର୍ବାଚନ ଅଧିକାରୀ ଯଦି ଉପ- ନିୟମ (3) ଅନୁଯାୟୀ ଆବେଦନଟିକୁ ସଂପୂର୍ଣ୍ଣ ଅଥବା ଆଂଶିକ ରୂପେ ମଞ୍ଜୁର କରନ୍ତି ତେବେ, ସେ- ତାଙ୍କର ନିଷ୍ପତ୍ତି ବା ବିଚାର ଅନୁଯାୟୀ ଭୋଟ କାଗଜକୁ ପୁନଃଗଣନା କରିବେ । ଫାରମ XIII ରେ କରାଯାଇଥିବା ଫଳାଫଳ ଫର୍ଦ୍ଦକୁ ସେପରି ପୁନଃଗଣନା ପରେ ଆବଶ୍ୟକ ମୁତବକ ସଂଶୋଧନ କରିବେ, ଏବଂ ତାଙ୍କ ଦ୍ଵାରା କରାଯାଇଥିବା ସଂଶୋଧନ ବିଷୟରେ ଘୋଷଣା କରିବେ । ଉପ ନିୟମ (୨) ଅନୁଯାୟୀ ପୁନଃଗଣନା ନିମନ୍ତେ କୌଣସି ଆବେଦନ ଦାଖଲ ହୋଇନଥିବା କ୍ଷେତ୍ରରେ ଅଥବା ଉପନିୟମ (୩),(୪),(୫) ଅନୁଯାୟୀ ଉଲ୍ଲିଖିତ ପଦ୍ଧତିରେ ବିଚାର ହେବାପରେ ସେପରି ଆବେଦନ କରାଯିବ କ୍ଷେତ୍ରରେ ନିର୍ବାଚନ ଅଧିକାରୀ ଫାରମ XII ରେ ଥିବା ଫଳାଫଳ ଫର୍ଦ୍ଦ ଦସ୍ତଖତ କରିବେ ଏବଂ ତତପରେ କୌଣସି ପୁନଃଗଣନା ପାଇଁ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ । ନିୟମ – ୪୬ ଏବଂ ୪୭ ନିୟମ – ୪୬ - ନିର୍ବାଚନ ଫଳାଫଳର ଘୋଷଣା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ତା ପରେ ଅଧିକ ସଂଖ୍ୟାକ ବୈଧ ଭୋଟ ପାଇଥିବା ପ୍ରାର୍ଥୀ ନିର୍ବାଚିତ ହେଲେ ବୋଲି ଘୋଷଣା କରିବେ ଏବଂ ଫାରମ XIII ରେ ନିର୍ବାଚନ ଋଟର୍ଣ୍ଣ ଲେଖିବେ । ଉଲ୍ଲେଖଥାଉକି ଯେଉଁ କ୍ଷେତ୍ରରେ ଗୋଟିଏ ନିର୍ବାଚନମଣ୍ଡଳୀରୁ ଏକାଧିକ ପ୍ରାର୍ଥୀ ନିର୍ବାଚିତ ହେବାକୁ ଥିବେ ସେ କ୍ଷେତ୍ରରେ ଅଧିକ ସଂଖ୍ୟକ ଭୋଟ ପାଇଥିବା ପ୍ରାର୍ଥୀ ନିର୍ବାଚିତ ହେଲେ ବୋଲି ଘୋଷିତ ହେବେ ଏବଂ ସେପରି କୌଣସି ଶେଷ ସ୍ଥାନ ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଭୋଟ ସମାନତା ହେବା କ୍ଷେତ୍ରରେ ଉକ୍ତ ଶେଷ ସ୍ଥାନ ପାଇଁ କେଉଁ ପ୍ରାର୍ଥୀ ନିର୍ବାଚିତ ହେଲେ ବୋଲି ଘୋଷିତ ହେଲେ ତାହା ନିଷ୍ପତ୍ତି କରିବାକୁ ନିୟମ ୪୫ର ଉପନିୟମ (୧) ର ବ୍ୟବସ୍ଥାରେ ଉଲ୍ଲିଖିତ କାର୍ଯ୍ୟଧାରା ଅନୁସରଣ କରାଯିବ । ନିର୍ବାଚିତ ଅଧିକାରୀ (ଇଲେକସନ ଅଫିସର) ତତପରେ ତତକ୍ଷଣାତଫାରମ XIII ରେ ନିର୍ବାଚନ ଋଟର୍ଣ୍ଣର ବୈଠକ ନିଜର ଦସ୍ତଖତ ଓ ସିଲ କରି ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ମୁଖ୍ୟ ନିର୍ବାଚନ ଅଧିକାରୀ [ରାଜ୍ୟ ସମବାଯ ନିର୍ବାଚନ କମିଶନ] ଏବଂ ସମବାୟ ସମିତି ସମୂହର [ନିବନ୍ଧକ] ଉପ- ନିବନ୍ଧକ (ଡେପୁଟି –ରେଜିଷ୍ଟର) ଓ ସହାୟକ ରେଜିଷ୍ଟର ଯାହାଙ୍କ କ୍ଷେତ୍ରାଧିକାର ମଧ୍ୟରେ ସମିତିର ମୁଖ୍ୟ ଦପ୍ତର ଅବସ୍ଥିତଙ୍କ ନିକଟକୁ ପଠାଇବେ । ନିୟମ ୪୭ - ନିର୍ବାଚନ ଖର୍ଚ୍ଚର ହିସାବ ନିର୍ବାଚନ ତାରିଖର ପ୍ରକାଶନ ତାରିଖ ଏବଂ ନିର୍ବାଚନ ଫଳାଫଳ ଘୋଷଣା ହେବ ତାରିଖ ମଧ୍ୟରେ ନିର୍ବାଚନରେ ଯେଉଁ ସବୁ ବ୍ୟୟ କରାଗଲା ତାହାର ଏକ ପୃଥକ ଏବଂ ସଠିକ ହିସାବ ପ୍ରତ୍ୟେକ ପ୍ରାର୍ଥୀ, ତାଙ୍କର ନିର୍ବାଚନ ଏଜେଣ୍ଟ ରଖିବେ। ନିୟମ ୪୮ରେ ଉଲ୍ଲିଖିତ ବିଷୟ ବସ୍ତୁ ହିସାବରେ ଅନ୍ତର୍ବିଷ୍ଟ ହେବ । ଆଇନର ଅନୁସୂଚି ୩ର ପରିଚ୍ଛେଦ ୧ର ଉପ-ପରିଚ୍ଛେଦ (୫) ଅନୁଯାଇ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିସୂଚିତ ହୋଇଥିବା ପରିମାଣରୁ ଉକ୍ତ ବ୍ୟୟରୁ ମୋଟ ଅଧିକ ହେବ ନାହିଁ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ, ଯେଉଁ ତାରିଖରେ ନିର୍ବାଚିତ ହେଲେ ବୋଲି ଘୋଷିତ ହେଲେ ଅଥବା ନିର୍ବାଚିତନ ହେଲେ ସେହି ତାରିଖରୁ ତିରିଶ ଦିନ ସମୟ ମଧ୍ୟରେ ତାଙ୍କର ନିର୍ବାଚନ ଖର୍ଚ୍ଚର ଏକ ହିସାବ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଙ୍କୁ ଦେବେ । ନିୟମ – ୪୮ ଏବଂ ୪୯ ନିୟମ – ୪୮ - ନିର୍ବାଚନ ଖର୍ଚ୍ଚ ହିସାବର ବିବରଣୀ ନିର୍ବାଚନ ଖର୍ଚ୍ଚର ହିସାବ ପ୍ରାର୍ଥୀ ଅଥବା ତାଙ୍କର ନିର୍ବାଚନ ଏଜେଣ୍ଟଙ୍କ ଦ୍ଵାରା ରଖାଯିବ । ସେଥିରେ ନିମ୍ନଲିଖିତ ପ୍ରତ୍ୟେକ ପ୍ରକାରର ବ୍ୟୟ ସମ୍ପର୍କୀୟ ବିବରଣୀ ସ୍ଥାନ ପାଇବ । ଯଥା – କେଉଁ ତାରିଖରେ ବ୍ୟୟ କରାଯାଇଥିବା ଅଥବା ପ୍ରାଧିକୃତ ହୋଇଥିଲା କେଉଁ ପ୍ରକାରରେ ଖର୍ଚ୍ଚ କରାଯାଇଥିଲା – ଉଦାହରଣ ସ୍ୱରୂପ ଗ୍ରସ୍ତ ଖର୍ଚ୍ଚ ଡାକ ଖର୍ଚ୍ଚ ଏବଂ ଛପା ଖର୍ଚ୍ଚ ଖର୍ଚ୍ଚର ପରିମାଣ ଦିଆଯାଇଥିବା ପରିମାଣ ବକେୟା ପରିମାଣ ଦେୟ ତାରିଖ ଗ୍ରହିତା ଅଥବା ଗ୍ରହିତାମାନଙ୍କ ନାମ ଓ ଠିକଣା ଦେୟ ପରିମାଣ କ୍ଷେତ୍ରରେ ଭାଉଚରର କ୍ରମିକ ସଂଖ୍ୟା ବକେୟା ପରିମାଣ କ୍ଷେତ୍ରରେ ବିଲ, ଯଦି କିଛି ଥାଏ , ତାହାର କ୍ରମିକ ସଂଖ୍ୟା ବକେୟା ପରିମାଣ କେଉଁ ବ୍ୟକ୍ତିଙ୍କୁ ଦିଆଯିବ ସେହି ବ୍ୟକ୍ତିଙ୍କ ନାମ ଓ ଠିକଣା ନିର୍ବାଚନ ଖର୍ଚ୍ଚର ହିସାବ ସମସ୍ତ ଭାଉଚର ପ୍ରାର୍ଥୀ ଅଥବା ଟଙ୍କାର ନିର୍ବାଚନ ଏଜେଣ୍ଟଙ୍କ ଦ୍ଵାରା ଦିଆଯିବ, ପେମେଣ୍ଟ ତାରିଖ ଅନୁସାରେ ବନ୍ଦୋବସ୍ତ କରାଯିବ ଏବଂ କ୍ରମାନୁସାରେ ନମ୍ବର କରାଯିବ ଓ ସେପରି କ୍ରମିକ ନମ୍ବର ଉପ- ନିୟମ (1)ର ପ୍ରକରଣ (ଚ)ର ବ୍ୟବସ୍ଥିତ ପ୍ରକାରେ ହିସାବରେ ଲେଖାଯିବ ବା ଏଣ୍ଟ୍ରି କରାଯିବ । ନିୟମ – ୪୯ ହିସାବ ତଦାରଖ କରିବାକୁ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ନୋଟିସ ନିୟମ ୪୭ ଅନୁଯାୟୀ ପ୍ରାର୍ଥୀଙ୍କ ଦ୍ଵାରା ନିର୍ବାଚନ ଖର୍ଚ୍ଚର ହିସାବ ଯେଉଁ ତାରିଖରେ ଦିଆଯାଇଛି ବୋଲି ସେଇ ତାରିଖରୁ ଦୁଇଦିନ ମଧ୍ୟରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ନିମ୍ନଲିଖିତ ବିଷୟବସ୍ତୁ ଉଲ୍ଲେଖ କରି ତାଙ୍କର ଦପ୍ତରର ନୋଟିସ ବୋର୍ଡରେ ଟାଙ୍ଗି ଦେବେ । ଯଥା – କେଉଁ ତାରିଖରେ ହିସାବ ଦିଆଯାଇଛି ପ୍ରାର୍ଥୀଙ୍କ ନାମ ଏବଂ ସେପରି ହିସାବ କେଉଁ ତାରିଖରେ ଏବଂ ସମୟରେ ତଦାରଖ ହେବ ବ ତଦାରଖ କରାଯିବ । ନିୟମ – ୫୦ ଏବଂ ୫୧ ନିୟମ – ୫୦ - ହିସାବର ଯାଞ୍ଚ ଏବଂ ତାହାର ନକଲ ପାଇବା ସମିତିର ଯେ କୌଣସି ସଭ୍ୟ ପାଞ୍ଚ ଟଙ୍କା ଫିସ ଦାଖଲ କରି ସେପରି ହିସାବର ଯାଞ୍ଚ କରି ପାରିବେ ଏବଂ ଏଥି ନିମନ୍ତେ [ରାଜ୍ୟ ସମବାୟ ନିର୍ବାଚନ କମିଶନ ] ଦ୍ଵାରା ଧାର୍ଯ୍ୟ ଫିସ ଦାଖଲ କଲେ ସମିତିର ଯେକୌଣସି ସଭ୍ୟ ଉକ୍ତ ହିସାବର ପ୍ରମାଣିତ ଅବିକଳ ନକଲ ଅଥବା ତାହା ଯେକୌଣସି ଅଂଶ ବିଶେଷ ପାଇପାରିବେ । ନିୟମ – ୫୧ ପ୍ରାର୍ଥୀଙ୍କ ଦ୍ଵାରା ନିର୍ବାଚନର ଖର୍ଚ୍ଚ ହିସାବର ଦିଆଯାଇଥିବା ବିବରଣୀର ପ୍ରକାଶନ ଯେକୌଣସି ନିର୍ବାଚନରେ ନିର୍ବାଚନ ଖର୍ଚ୍ଚ ହିସାବ ଦେବା ନିମନ୍ତେ ନିୟମ ୪୭ ରେ ଉଲ୍ଲିଖିତ ସମୟ ଅତିବାହିତ ବା ସମୟ ସୀମା ଶେଷ ହେବାପରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେଥିରେ ନିମ୍ନଲିଖିତ ବିଷୟବସ୍ତୁ ଦର୍ଶାଇ ତାଙ୍କର ଦସ୍ତଖତ ଏବଂ ସିଲ ଦେଇ ଗୋଟିଏ ବିବରଣୀ ପ୍ରକାଶ କରିବେ। ଯଥା :- ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତିଦ୍ଵନ୍ଦୀଙ୍କ ନାମ ଉକ୍ତ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚର ତାଙ୍କ ହିସାବ ଦେଇକହନ୍ତି କି ଏବଂ ଯଦି ହେଇଥାଆନ୍ତି ତେବେ ନିର୍ବାଚନ ଖର୍ଚ୍ଚ ହିସାବ କେଉଁ ତାରିଖରେ ହେଲେ ସେହି ତାରିଖ , ଏବଂ ତାଙ୍କ ମତରେ ଉକ୍ତ ହିସାବ ନିୟମ ୪୭ ଦ୍ଵାରା ଆବଶ୍ୟକ କରାଯାଉଥିବା ପଦ୍ଧତି ଓ ସମୟ ମଧ୍ୟରେ ଦିଆଯାଇଛି କି ? ଏ ସମସ୍ତ ବିଷୟବସ୍ତୁ ସମିତିର ମୁଖ୍ୟ ଦପ୍ତର (ହେଡକ୍ଵାଟର) ର ନୋଟିସ ବୋର୍ଡରେ ପ୍ରକାଶ କରାଇବେ । ପ୍ରକାଶିତ ହୋଇଥିବା ବିବରଣୀର ଅଫିସ ନକଲ ଗୋଟିଏ ପ୍ୟାକେଟରେ ରଖାଯିବ ଯଦି ଉପନିୟମ (୧) ଅନୁଯାୟୀ ପ୍ରକାଶିତ ହୋଇଥାଏ ଏବଂ ଉକ୍ତ ପ୍ୟାକେଟଟି ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଅଥବା ସେଠାରେ ଉପସ୍ଥିତ ଥିବା ପ୍ରାର୍ଥୀ ଅଥବା ନିର୍ବାଚନ ଏଜେଣ୍ଟଙ୍କ ସିଲ ଦ୍ଵାରା ସିଲ ଯୁକ୍ତ କରାଯିବ । ନିୟମ – ୫୨ ଏବଂ ୫୩ ନିୟମ – ୫୨ - ନିର୍ବାଚନ ସଂପର୍କୀୟ କାଗଜାତର ହେପାଜତ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ନିର୍ବାଚନ ସଂପର୍କୀୟ ସିଲଯୁକ୍ତ ପ୍ୟାକେଟ ଏବଂ ଅନ୍ୟାନ୍ୟ ସମସ୍ତ , କାଗଜାତ, ନିୟମ ୫୧- ର ଉପ- ନିୟମ (୧) ରେ ଉଲ୍ଲିଖିତ ବିବରଣୀ ପ୍ରକାଶିତ ହେବାର ଠିକ ପରେ ସମିତିର ମୁଖ୍ୟ ପରିଚାଳକ (ମୁଖ୍ୟ ଏକଜିକ୍ୟୁଟିଭ) ଙ୍କୁ ଯଥାବିଧି ରୂପେ ଚାବି ପକାଯାଇ ସେଗୁଡିକୁ ଏକ ଆଧାରରେ ନିରାପଦରେ ରଖି ଏବଂ ତାଙ୍କର ସିଲ ସମିତିର ସିଲ ଏବଂ ଉପସ୍ଥିତି ଥିବା ପ୍ରାର୍ଥୀ ଅଥବା ତାଙ୍କର ନିର୍ବାଚନ ଏଜେଣ୍ଟଙ୍କ ସିଲ, ଯଦି ସେମାନେ ସେମାନଙ୍କ ସିଲ ଦେବାକୁ ଇଚ୍ଛା ପ୍ରକାଶ କରୁଥାଆନ୍ତି, ଦେଇ ସମର୍ପଣ କରିବେ। କ୍ଷେତ୍ରାଧିକାରୀ ଥିବା ଏକ ଅଦାଲତ ଅଥବା କର୍ତ୍ତୁପକ୍ଷ ଅଥବା ଏଥି ନିମନ୍ତେ ଉପରୋକ୍ତ ଅଦାଲତ ଓ କର୍ତ୍ତୃପକ୍ଷଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତିଙ୍କ ବ୍ୟତୀତ ସମିତିର ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ଙ୍କ ଦାୟିତ୍ଵ ବା ହେପାଜତରେ ରହିଥିବା ଉକ୍ତ କାଗଜାତ ଖୋଲାଯିବା ନାହିଁ ଏବଂ ସେଗୁଡିକର ବିଷୟବସ୍ତୁ ଯାଞ୍ଚ କରାଯିବ ନାହିଁ ଅଥବା ଉପସ୍ଥାପିତ କରାଯିବ ନାହିଁ । ନିୟମ – ୫୩ - ନିର୍ବାଚନ କାଗଜାତର ବିକ୍ରୟ ବା ବିନ୍ୟାସ ନିୟମ ୫୨ରେ ଉଲ୍ଲିଖିତ ହୋଇଥିବା ନିର୍ବାଚନ କାଗଜାତ ଛଅ ମାସ ପର୍ଯ୍ୟନ୍ତ ରଖାଯିବ ଏବଂ ନିର୍ବାଚନ ସଂପର୍କୀୟ ବିବାଦ ଭଳି କାର୍ଯ୍ୟଧାରାର ବିଚାର କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଅଥବା କ୍ଷେତ୍ରାଧିକାର ଥିବା ଅଦାଲତ ଅଥବା ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଦିଆଯାଇଥିବା ଯେକୌଣସି ନିର୍ଦ୍ଦେଶକୁ ଭିତ୍ତିକରି ତାହାସବୁ ତତପରେ ନଷ୍ଟ କରି ଦିଆଯିବ । ନିୟମ – ୫୪ ଏବଂ ୫୫ ନିୟମ – ୫୪ - ନିର୍ବାଚନ କାଗଜାତ ସାହି ମୋହର ନକଲ ନିର୍ବାଚନ କାର୍ଯ୍ୟଧାରା ଚାଲୁଥିବା ସମୟରେ ଯେକୌଣସି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ପାସ କରାଯାଇଥିବା ଆଦେଶ (ଅର୍ଡର) ର ସାହି ମୋହର ନକଲମାନ ସମ୍ପୃକ୍ତ ପ୍ରାର୍ଥୀ ଅଥବା ସେମାନଙ୍କର ଏଜେଣ୍ଟ ଏବଂ ସମିତିର ଯେକୌଣସି ସଭ୍ୟଙ୍କୁ ମଧ୍ୟ ଆବେଦନ କଲେ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଆବଶ୍ୟକୀୟ ଫିସ ଦାଖଲ କଲେ ଉକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯଥାବିଧି ରୂପେ ପ୍ରମାଣୀକୃତ କରାଯାଇ ଯୋଗାଇ ଦିଆଯିବ । ଉଲ୍ଲେଖ ଥାଉକି , ଏହି ନିୟମାବଳୀର ବ୍ୟବସ୍ଥାନୁଯଯାଇ ଉକ୍ତ ନିର୍ବାଚନ କାଗଜାତ ସିଲ ହେବା ପରେ ଉକ୍ତ କାଗଜାତ ପାଇଁ କରାଯାଉଥିବା କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ । ନିୟମ – ୫୫ ନିର୍ବାଚନ ଅଧିକାରୀଙ୍କୁ ସହାୟତା ସମ୍ପୃକ୍ତ ସମିତିର ଅଫିସର, ପଦାଧିକାରୀ (ଅଫିସ –ବିଅରର) କର୍ମଚାରୀ ଅଥବା ଯେକୌଣସି ସଭ୍ୟ, ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଅଥବା ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ଦ୍ଵାରା ନିଯୁକ୍ତ ଅଥବା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ନିର୍ବାଚନ ଅନୁଷ୍ଠିତ ଅଥବା ପରିଚାଳନା କରିବା ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ଏବଂ ଏଥି ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ ହେଉଥିବା ତଥା ଉକ୍ତ ଅଫିସର, ପଦାଧିକାରୀ କର୍ମଚାରୀ ଅଥବା ସଭ୍ୟଙ୍କ ହେପାଜତ ଅଥବା ଜ୍ଞାନରେ ଥିବା ଯେକୌଣସି ରେକର୍ଡ ଅଥବା ସମ୍ବାଦ ମଧ୍ୟ ଯୋଗାଇ ଦେବେ । ନିୟମ – ୫୬ ଏବଂ ୫୭ ନିୟମ – ୫୬ ଅପରାଧମାନ ନିର୍ବାଚନ ଅନୁଷ୍ଠିତ କରାଇବାକୁ ଅଥବା ପରିଚାଳନା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅଥବା ନିର୍ବାଚନ ଅଧିକାରୀ ଅଥବା ସେମାନଙ୍କ ଦ୍ଵାରା ନିଯୁକ୍ତ ଅଥବା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ଆଇନର ଏହି ନିଯମାବଳୀ ଅନୁଯାଇ ଅଥବା ଆଇନ ଅଥବା ଏହି ନିୟମାବଳୀକୁ ଭିତ୍ତିକରି ଇଶୁ କରାଯାଇଥିବା ଯେକୌଣସି ଲିଖିତ ଆଦେଶ ର ଅମାନ୍ୟକାରଣ କଲେ ଅଥବା ଅନ୍ୟ ଜଣେ ଭୋଟରଙ୍କ ସମେତ ଯେକୌଣସି ବ୍ୟକ୍ତି ଜଣେ ଭୋଟରଙ୍କ ବେଶ ଧାରଣ କରି ଭୋଟ ଦେଲେ ଆଇନର ଦଫା ୧୧୫ ର ଉପ-ଦଫା (୫) ର ପ୍ରକରଣ (ଜ) ର ଉଦ୍ଦେଶ୍ୟ ନିମନ୍ତେ ଏକ ଅପରାଧ ହେବ । ନିୟମ – ୫୭ ନିର୍ବାଚନ ବିବାଦ ଦଫା ୨୮ (ଖ) ର ବ୍ୟବସ୍ଥା ସମୂହର ବଶବର୍ତ୍ତୀତାରେ ସମିତିର ସଭାପତି ଅଥବା କମିଟିର ସଭ୍ୟଙ୍କ ନିର୍ବାଚନ ସଂପର୍କରେ ଯେକୌଣସି ବିଷୟବସ୍ତୁ ସଂପର୍କୀୟ ବିବାଦ,ଆଇନନୁଯାୟୀ ସେ ସଂପର୍କରେ ଯେକୌଣସି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉଟଥାପିତ କରାଯାଇପାରେ ଏବଂ ସେହି କେଶ ବା ମାମଲାରେ ଓଡିଶା ସମବାୟ ସମିତି ନିୟମାବଳୀ,୧୯୬୫ ପରିଚ୍ଛେଦ -୭ ଅନୁଯାୟୀ ନିୟମର ବ୍ୟବସ୍ଥା ସମୂହ ଆବଶ୍ୟକ ପରିବର୍ତ୍ତନ ସହିତ ସେପରି ବିବାଦ ସଂପର୍କରେ ପ୍ରଯୁଜ୍ୟ ହେବ । ନିୟମ - ୫୮ ଏବଂ ୫୯ ନିୟମ – ୫୮ ଉପ- ବିଧିର ପ୍ରଯୁଜ୍ୟତା ଏହି ନିୟମାବଳୀର ବ୍ୟବସ୍ଥା ପ୍ରତି ଅସଙ୍ଗତ ନ ହୋଇ ଗୋଟିଏ ସମିତିର ଉପ-ବିଧି ଏହି ନିୟମାବଳୀ ଅନୁଯାୟୀ ଅନୁଷ୍ଠିତ ଏବଂ ପରିଚାଳିତ ନିର୍ବାଚନ ପ୍ରତି ପ୍ରଯୁଜ୍ୟ ହେବ । ନିୟମ – ୫୯ ନିୟମାବଳୀର ବ୍ୟାଖ୍ୟା ଏହି ନିୟମାବଳୀର ବ୍ୟାଖ୍ୟା ସଂପର୍କରେ ଯଦି କୌଣସି ପ୍ରଶ୍ନ ଉଠାଯାଏ ତେବେ ବିଚାର ନିମନ୍ତେ ଏହା ସରକାରଙ୍କୁ ଉଲ୍ଲେଖ କରାଯିବ । ସରକାର, ନିମ୍ନଲିଖିତ ପାଇଁ ପରିସ୍ଥିତି ଅନୁଯାଇ ଏହି ନିୟମାବଳୀର ଅସଙ୍ଗତି ନକରି ସମୟକୁ ସମୟ ହୁଏତ ସେପରି କୌଣସି ଆଦେଶ ଇଶୁ କରିପାରନ୍ତି । ଯଥା- ଏହି ନିୟମାବଳୀ ସୂଚାରୁ ରୂପେ କାର୍ଯ୍ୟକାରୀ କରିବାକୁ ଏହି ନିୟମାବଳୀର କାର୍ଯ୍ୟକାରିତା ପାଇଁ ଅଥବା ଅନ୍ୟଥା ଉଦ୍ଭୁଦ ଯେ କୌଣସି ସନ୍ଦେହ ଅଥବା ଅସୁବିଧା ଦୂର କରିବାକୁ । ନିୟମ – ୬୦ ପ୍ରତ୍ୟାହାର ଏବଂ ବ୍ୟାବୃତ୍ତି ସମିତିର ସମୂହର ସଭାପତି ଅଥବା କମିଟିର ସଭ୍ୟଙ୍କ ନିର୍ବାଚନ ସଂପର୍କରେ ଓଡିଶା ସମବାୟ ସମିତି ନିୟମାବଳୀ,୧୯୬୫ ର ଦଫା ୩୦- କ , ୩୦-ଖ ଏବଂ ଏଠାରେ ବିଶେଷ ରୂପେ ବା ସ୍ଵତନ୍ତ୍ର ରୂପେ ଉଲ୍ଲିଖିତ ହୋଇନଥିବା ସମସ୍ତ ଅନ୍ୟାନ୍ୟ ବ୍ୟବସ୍ଥାସମୂହ ଏତଦ୍ଵାରା ପ୍ରତ୍ୟାହୃତ ହେଲା । ସେପରି କୌଣସି ପ୍ରତ୍ୟାହାରରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ସେପରି ପ୍ରତ୍ୟାହୃତ ନିୟମାବଳୀ ଅନୁଯାୟୀ ତାହା କରାଯାଇଛି ଅଥବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଏହି ନିୟମାବଳୀ ଅନୁଯାୟୀ କରଯାଇଛି ବୋଲି ମନେ କରାଯିବ । "ଫର୍ମ"ସମ୍ବନ୍ଧରେ ସୂଚନା । ଆଧାର - ଦ ଲ ହାଉସ