ନିୟମ ୧୧ ଏବଂ ୧୨ ନିୟମ ୧୧ - ମନୋନୟନ ପତ୍ରର ପ୍ରତ୍ୟାହରଣ ଯେକୌଣସି ମନୋନୟନ ପତ୍ର ହୁଏତ, ସମ୍ପୃକ୍ତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ହେଉ ଅଥବା ତାଙ୍କର ପ୍ରସ୍ତାବକଙ୍କ ଜରିଆରେ ହେଉ ନିର୍ବାଚନ ଅଧିକାରୀଙ୍କୁ ସମ୍ବୋଧିତ କରି ଏବଂ ପ୍ରଦତ୍ତ କରି ଓ ଦସ୍ତକ୍ଷତ କରି ଅଫିସ ସମୟ ମଧ୍ୟରେ ବୈଧ ମନୋନୟନ ପତ୍ର ତାଲିକା ପ୍ରକାଶନ ତାରିଖର ଠିକ ପରବର୍ତ୍ତୀ ତାରିଖରେ ଏକ ଲିଖିତ ଆବେଦନ କରି ପ୍ରତ୍ୟାହାର କରାଯାଇପରେ । ମନୋନୟନ ପତ୍ର ପ୍ରତ୍ୟାହାର ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ଏକଦା ପ୍ରଦତ୍ତ ଗୋଟିଏ ଦରଖାସ୍ତ ଚୁଡାନ୍ତ ଏବଂ ଅପରିବର୍ତ୍ତନୀୟ ଅଟେ। ପ୍ରତ୍ୟାହାରକରଣ ନୋଟିସର ସଠିକତା ସମ୍ପର୍କରେ ସନ୍ତୁଷ୍ଟ ହେବାପରେ ନିର୍ବାଚନ ଅଧିକାରୀ, ତାହାକୁ ଉପନିୟମ (୧) ଅନୁଯାୟୀ ମନୋନୟନ ପତ୍ର ପ୍ରତ୍ୟାହାର ନିମନ୍ତେ ଆବେଦନ ବା ଦରଖାସ୍ତ ଦାଖଲପାଇଁ ଧାର୍ଯ୍ୟ କରାଯାଇଥିବା ତାରିଖର ଠିକ ପରବର୍ତ୍ତୀ ତାରିଖରେ ଅନୁମତି ଦେବେ ଏବଂ ସମିତିର ମୁଖ୍ୟ ଦପ୍ତରର ନୋଟିସ ବୋର୍ଡରେ ପ୍ରତିଯୋଗୀତା କରୁଥିବା ପ୍ରାର୍ଥୀ ମାନଙ୍କର ଚୁଡାନ୍ତ ତାଲିକା ପ୍ରସ୍ତୁତ କରିବେ । ପ୍ରତ୍ୟାହାର କରାଯାଇଆଥିବା ମନୋନୟନ ପତ୍ର ଏହି ନିୟମାବଳୀର ଉଦ୍ଦେଶ୍ୟ ନିମନ୍ତେ ରଦ୍ଦ ମନୋନୟନ ପତ୍ର ରୂପେ ବିବେଚିତ ହେବ । ନିୟମ ୧୨ - ନିର୍ବାଚନ ପ୍ରତିନିଧି ନିଯୁକ୍ତ ଏବଂ ସେପରି ନିଯୁକ୍ତ ରଦ୍ଦ ଯଦି କୌଣସି ପ୍ରତିଯୋଗୀ ପ୍ରାର୍ଥୀ ଯେ କୌଣସି ବ୍ୟକ୍ତିଙ୍କୁ ତାଙ୍କର ନିର୍ବାଚନ ପ୍ରତିନିଧି ରୂପେ ନିଯୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେପରି ନିଯୁକ୍ତି , ଉପ- ନିୟମ (୩)ର ବ୍ୟବସ୍ଥାସମୂହକୁ ଭିତ୍ତିକରି ତାଙ୍କ ଦ୍ଵାରା (ପ୍ରାର୍ଥୀଙ୍କ) ଫାରମ ୩ରେ ପ୍ରସ୍ତୁତ କରାଯିବ । ପ୍ରାର୍ଥୀ ଯେପରି ନିଯୁକ୍ତି ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଥବା ପଠାଇ ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ଯେକୌଣସି ସମୟରେ ଅବଗତ କରାଇବ । ପ୍ରାର୍ଥୀ ମଧ୍ୟ ନିଯୁକ୍ତି ପତ୍ରର ଏକ ଅନୁଲିପି ନିଯୁକ୍ତି ହୋଇଥିବା ନିର୍ବାଚନ ପ୍ରତିନିଧିଙ୍କୁ ପ୍ରଦାନ କରିବେ । ନିର୍ବାଚନ ପ୍ରତିନିଧିଙ୍କର ନିଯୁକ୍ତି ହୁଏତ, ପ୍ରାର୍ଥୀଙ୍କ ଦ୍ଵାରା ଏକ ଲିଖିତ ଘୋଷଣା ଦ୍ଵାରା ଏବଂ ସେଥିରେ ତାଙ୍କର ଦସ୍ତଖତ ହୋଇ ଓ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ସମ୍ମୁଖରେ ଦାଖଲ କରାଯାଇ ଯେକୌଣସି ସମୟରେ ପ୍ରତ୍ୟାହୃତ ବା ରଦ୍ଦ କରାଯାଇପାରେ । ସେପରି ପ୍ରତ୍ୟାହାର ବା ରଦ୍ଦ, ଯେଉଁ ତାରିଖରେ ବା ଦାଖଲ ହୋଇଥିବ ସେହି ତାରିଖରୁ କାର୍ଯ୍ୟକାରୀ ହେବ ସେପରି ପ୍ରତ୍ୟାହାର ବା ରଦ୍ଦ ଅଥବା ନିର୍ବାଚନ ପ୍ରତିନିଧିଙ୍କର ମୃତ୍ୟୁ କାରଣରୁ ପ୍ରାର୍ଥୀ ହୁଏତ, ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ନିର୍ବାଚନ ପ୍ରତିନିଧି ରୂପେ ନିଯୁକ୍ତି ଦେଇପାରନ୍ତି ଏବଂ ଉପନିୟମ (୧) ରେ ବ୍ୟବସ୍ଥିତ ପଦ୍ଧତି ଅନୁସାରେ ତାହାର ଏକ ନୋଟିସ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କୁ ଦିଆଯିବ । ଯେଉଁ ନିର୍ବାଚନମଣ୍ଡଳୀକୁ ପ୍ରାର୍ଥୀ ପ୍ରତିଯୋଗୀତା କରୁଛନ୍ତି ସେହି ନିର୍ବାଚନମଣ୍ଡଳୀରୁ ଚୁଡାନ୍ତ ଭୋଟର ତାଲିକା ଯଦି କୌଣସି ବ୍ୟକ୍ତିଙ୍କର ନାମ ଉଲ୍ଲେଖ କରାଯାଇନଥାଏ ବା ଦରଜ ହୋଇନଥାଏ ତେବେ ସେପରି କୌଣସି ବ୍ୟକ୍ତି ପ୍ରାର୍ଥୀ ଦ୍ଵାରା ନିର୍ବାଚନ ପ୍ରତିନିଧି ରୂପେ ନିଯୁକ୍ତ ପାଇପାରିବେ ନାହିଁ । ନିୟମ ୧୩ ଏବଂ ୧୪ ନିୟମ ୧୩ - ପୋଲିଂ ଏଜେଣ୍ଟ ଏବଂ କାଉଣ୍ଟିଂ ଏଗେଣ୍ଟମାନଙ୍କ ନିଯୁକ୍ତି ଯେଉଁ ନିର୍ବାଚନରେ ଭୋଟ ନିଆଯିବ ସେହି ନିର୍ବାଚନରେ ପ୍ରତିଯୋଗୀତା କରୁଥିବା ଯେ କୌଣସି ପ୍ରାର୍ଥୀ ହୁଏତ , ପ୍ରତ୍ୟେକ ଭୋଟ କେନ୍ଦ୍ର ନିମନ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କର ପୋଲିଂ ଏଜେଣ୍ଟ ରୂପେ କାର୍ଯ୍ୟ କରିବାକୁ ଜଣେ ଏଜେଣ୍ଟ ବା ପ୍ରତିନିଧି ଅଥବା ଜଣେ ସାହାଯ୍ୟକାରୀ ପ୍ରତିନିଧି ନିଯୁକ୍ତି କରିପାରନ୍ତି । ସେପରି ନିଯୁକ୍ତ ଫାରମ IV ରେ ଲିଖିତାକାରରେ ଏକ ପତ୍ର ଦ୍ଵାରା ପ୍ରସ୍ତୁତ କରାଯିବ ଏବଂ ପ୍ରାର୍ଥୀଙ୍କ ଦ୍ଵାରା ଦସ୍ତଖତ କରାଯିବ। ପ୍ରାର୍ଥୀ ଉକ୍ତ ନିଯୁକ୍ତ ପତ୍ର ପୋଲିଂ ଏଜେଣ୍ଟଙ୍କୁ ପ୍ରଦାନ କରିବେ । ପୋଲିଂ ଏଜେଣ୍ଟ, ଭୋଟ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ତାରିଖରେ ଉକ୍ତ ନିଯୁକ୍ତି ପତ୍ର ପ୍ରିଜାଇଡିଂ ଅଫିସରଙ୍କ ସମ୍ମୁଖରେ ଦାଖଲ କରିବେ ଏବଂ ସେଥିରେ ଅନ୍ତର୍ବିଷ୍ଟ ହୋଇଥିବା ଘୋଷଣାନାମାରେ ଦସ୍ତଖତ କରିବେ ପ୍ରିଜାଇଡିଂ ଅଫିସର ଉକ୍ତ ନିଯୁକ୍ତିପତ୍ରକୁ ନିଜ ହେପାଜତରେ ରଖିବେ । ପୋଲିଂ ଏଜେଣ୍ଟ ହୁଏତ, ପ୍ରାର୍ଥୀଙ୍କ ଦ୍ଵାରା ଫାରମ IV ରେ ଦିଆଯାଇଥିବା କ୍ଷମତାବଳୀରେ କାଉଡିଂ ଏଜେଣ୍ଟ ରୂପେ କାର୍ଯ୍ୟ କରିପାରନ୍ତି । ପ୍ରତିଯୋଗୀତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ହୁଏତ,ସେମାନଙ୍କ କାଉଣ୍ଟିଂ ଏଜେଣ୍ଟ ରୂପେ କାର୍ଯ୍ୟ ରୂପେ କାର୍ଯ୍ୟ କରିବାକୁ ୪ ଜଣ ଏଜେଣ୍ଟକୁ ନିଯୁକ୍ତି କରିପାରନ୍ତି । ଭୋଟ ଗଣନା ହେବା ପୂର୍ବରୁ ପ୍ରାର୍ଥୀ ସେପରି କାଉଣ୍ଟିଂ ନିଯୁକ୍ତି ସଂପର୍କରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ନିକଟକୁ ନିଯୁକ୍ତ ପତ୍ର ପଠାଇ ସୂଚନା ଦେବେ । ପ୍ରାର୍ଥୀ ମଧ୍ୟ ନିଯୁକ୍ତ ପତ୍ର ର ଏକ ଅନୁଲିପି କାଉଣ୍ଟିଂ ଏଜେଣ୍ଟଙ୍କୁ ପ୍ରଦାନ କରିବେ । କାଉଣ୍ଟିଂ ଏଜେଣ୍ଟ ଭୋଟ ଗଣନା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ତାରିଖରେ ତାହାକୁ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର)ଙ୍କ ସମ୍ମୁଖରେ ଦାଖଲ କରିବେ ଏବଂ ସେଥିରେ ଅନ୍ତର୍ବିଷ୍ଟ ହୋଇଥିବା ଘୋଷଣାନାମାରେ ଦସ୍ତଖତ କରିବେ । ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ଅନୁଲିପି ଟି ସେ ନିଜ ହେପାଜତରେ ରଖିବେ । ନିୟମ ୧୪ - ନିର୍ଦ୍ଵନ୍ଦ୍ଵ ନିର୍ବାଚନ ନିୟମ ୧୦ ଅନୁଯାୟୀ ବୈଧ ମନୋନୟନ ର ତାଲିକା ପ୍ରକାଶନ ହେବା ପରେ ଯଦି ଦେଖାଯାଏ ଯେ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ସଂଖ୍ୟା ପୂରଣ ହେବାକୁଥିବା ସ୍ଥାନ ସଂଖ୍ୟା ସହିତ ସମାନ ହୁଏତ ତଥବା କମ ହୁଏ ତେବେ ନିର୍ବାଚନ ଅଧିକାରୀ ତତକ୍ଷଣାତ ସେପରି ପ୍ରାର୍ଥୀ ଯଥାବିଧି ରୂପେ ନିର୍ବାଚିତ ହେଲେ ଘୋଷଣା ଏବଂ ଫାରମ V ରେ ଘୋଷଣାନାମାଟିକୁ ସମାପ୍ତ ଏବଂ ପ୍ରମାଣ କରିବେ ଘୋଷଣା ର ଏକ ଦସ୍ତଖତ ନକଲ ତତକ୍ଷଣାତ ରାଜ୍ୟ ନିର୍ବାଚନ କମିଶନ [ ରାଜ୍ୟ ସମବାୟ ନିର୍ବାଚନ କମିଶନ] ସମବାୟ ସମିତିର ଉପ-ନିବନ୍ଧକ ଏବଂ ସମବାୟ ସମିତି ସମୂହର ସହାୟକ ନିବନ୍ଧକଙ୍କ ନିକଟକୁ ପଠାଯିବ ଯେଉଁମାନଙ୍କର କ୍ଷେତ୍ରାଧିକାର ମଧ୍ୟରେ ସମିତିର ମୁଖ୍ୟ ଦପ୍ତର (ହେଡ ଅଫିସ) ଅବସ୍ଥିତ । ନିୟମ ୧୫ ଏବଂ ୧୬ ନିୟମ ୧୫ - ନିର୍ବାଚନ ଭୋଟ ଦେବାର ପଦ୍ଧତି - ଯେଉଁ ନିର୍ବାଚନରେ ଭୋଟ ଗ୍ରହଣ କରାଯାଉଥିବା ସେପରି ପ୍ରତ୍ୟେକ ନିର୍ବାଚନରେ ଏଥି ପରେ ବ୍ୟବସ୍ଥିତ ପଦ୍ଧତି ଅନୁସାରେ ଗୁପ୍ତ ମତଦ୍ଵାରା ଭୋଟ ଦିଆଯିବ ଏବଂ କୌଣସି ଭୋଟ ପ୍ରକ୍ସି ନିଆଯିବ ନାହିଁ । ନିୟମ ୧୬ - ନିର୍ବାଚନ ଉପକରଣ ଯୋଗାଣ – ସମିତିର ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ଆବଶ୍ୟକୀୟ ସଂଖ୍ୟକ ଭୋଟବାକ୍ସ, ଭୋଟ କାଗଜ, ଅନ୍ୟାନ୍ୟ ସମସ୍ତ ଉପକାରଣ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କୁ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ନିର୍ଦ୍ଦେଶ କରିଥିବା ସେପରି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଯୋଗାଇଦେବେ । ନିୟମ ୧୭ ଏବଂ ୧୮ ନିୟମ ୧୭ - ଭୋଟ ବାକ୍ସ - [ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ] ଦ୍ଵାରା ଆମୋଦିତ ନକ୍ସା (ଡିଜାଇନ) ମତ ପ୍ରତ୍ୟେକ ଭୋଟ ବାକ୍ସ ହେବ । ନିୟମ ୧୮ - ଭୋଟ କାଗଜର ଫାରମ (1) - ପ୍ରତ୍ୟେକ ଭୋଟ କାଗଜ ଫାରମ VI ଅଥବା ଆବଶ୍ୟକ ସ୍ଥଳେ ଫାରମ VI – A ରେ ହେବ । ବର୍ଣ୍ଣନାନୁକ୍ରମିକ ସୂଚୀ ଅନୁସାରେ ପ୍ରାର୍ଥୀଙ୍କ ନାମ ଭୋଟ କାଗଜରେ ସଜାଯିବା । ଯଦି ଦୁଇ ଅଥବା ଦ୍ଵିଦାଧିକ ପ୍ରାର୍ଥୀ ଗୋଟିଏ ନାମ ବହନ କରିଥାଆନ୍ତି ତେବେ ସେମାନଙ୍କର ପେଶା ଅଥବା ବାସସ୍ଥାନ ଅଥବା ଅନ୍ୟାନ୍ୟ ଯୋଗ ଦ୍ଵାରା ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ପାର୍ଥକ୍ୟ ହେବ । ନିୟମ ୧୯ - ଭୋଟ କେନ୍ଦ୍ରର ବ୍ୟବସ୍ଥା ପ୍ରତ୍ୟେକ ଭୋଟ କେନ୍ଦ୍ର ବାହାରେ ନିମ୍ନଲିଖିତ ବିଷୟମାନ ସୁସ୍ପଷ୍ଟଭାବରେ ପ୍ରଦର୍ଶିତ କରାଯିବ । ଯଥା – ଭୋଟ ଅଞ୍ଚଳ ଭୋଟ କେନ୍ଦ୍ରରେ ଭୋଟ ଦେଉଥିବା ଭୋଟରଙ୍କ ତାଲିକା ନିର୍ଦ୍ଧିଷ୍ଟ କରି ଏକ ନୋଟିସ ଏବଂ ଯେଉଁଠାରେ ଭୋଟ କେନ୍ଦ୍ରର ଏକାଧିକ ପୋଲିଂ ବୁଥ ଥିବ ସେଠାରେ ସେପରି ପ୍ରତ୍ୟେକ ବୁଥରେ କେତେ ଭୋଟର ଅଛନ୍ତି ତାହାର ବିବରଣୀ । ପ୍ରତିଯୋଗୀତା କରୁଥିବା ପ୍ରାର୍ଥୀଙ୍କର ତାଲିକା ର ଏକ ନକଲ ତା ସହିତ ସେମାନଙ୍କୁ ଦିଆଯାଇଥିବା ଚିହ୍ନ । ପ୍ରତ୍ୟେକ ଭୋଟ କେନ୍ଦ୍ରରେ ଗୋଟିଏ ଭୋଟଦାନ କାମରା ରହିବ ଯେଉଁଠାରେ ପଦ୍ଦା ଆଢୁଆଳରେ ରହି ଭୋଟରମାନେ ସେମାନଙ୍କର ଭୋଟ ଦେଇପାରିବେ । ପ୍ରତ୍ୟେକ ଭୋଟ କେନ୍ଦ୍ରରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ପର୍ଯ୍ୟାପ୍ତ ପରିମାଣରେ ଭୋଟ ବାକ୍ସ ଭୋଟ କାଗଜ ଭୋଟରଙ୍କ ତାଲିକା ନକଲ, ଭୋଟ କାଗଜରେ ଚିହ୍ନ ଦେବାକୁ ବ୍ୟବହୃତ ହେଉଥିବା ଉପକାରଣ ଏବଂ ଭୋଟ କାଗଜରେ ଚିହ୍ନ ଦେବାକୁ ଭୋଟରମାନଙ୍କ ନିମନ୍ତେ ପ୍ରୟୋଜନ ହେଉଥିବା ଜିନିଷମାନ ବ୍ୟବସ୍ଥା କରିବେ । ନିର୍ବାଚନ ଅଧିକାରୀ ସେପରି ଭୋଟ ଦାନ କେନ୍ଦ୍ରରେ ଭୋଟ ଦେବା ନିମନ୍ତେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଉପକରଣଗୁଡିକର ମଧ୍ୟ ବ୍ୟବସ୍ଥା କରିବେ । ନିୟମ ୨୦ - ଭୋଟ କେନ୍ଦ୍ରରେ ପ୍ରବେଶ ଭୋଟ କେନ୍ଦ୍ର ଭିତରକୁ ଯେକୌଣସି ଗୋଟିଏ ସମୟରେ ଗ୍ରହଣ କରିବାକୁ ଭୋଟରଙ୍କ ସଂଖ୍ୟାକୁ ପ୍ରିଜାଡ଼ିଙ୍ଗ ଅଫିସର ନିୟନ୍ତ୍ରଣ କରିବେ ଏବଂ ନିମ୍ନଲିଖିତ ବ୍ୟତୀତ ବ୍ୟକ୍ତିଙ୍କୁ ସେଠାରୁ ବହିସ୍କୃତ କରିବେ । ଯଥା – ପୋଲିଂ ଅଫିସର ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତିଗଣ । ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ଏଜେଣ୍ଟଗଣ ଏବଂ ନିୟମ ୧୨ ର ବ୍ୟବସ୍ଥାକୁ ଭିତ୍ତିକରି ପ୍ରତ୍ୟେକ ପ୍ରାର୍ଥୀଙ୍କର ଗୋଟିଏ ପୋଲିଂ ଏଜେଣ୍ଟ । ଜଣେ ଭୋଟରଙ୍କୁ ବାହୁ ବେଷ୍ଟିତ ଶିଶୁ ସାହାଯ୍ୟ ବ୍ୟକ୍ତିଗତ ଚଳପ୍ରଚଳ କରିପାରୁ ନଥିବା ଅନ୍ଧ ବା ଅକ୍ଷମ ଭୋଟରଙ୍କ ସହିତ ଥିବା ଜଣେ ବ୍ୟକ୍ତି । ଭୋଟରମାନଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀ ଅଥବା ପ୍ରିଜାଡିଂ ଅଫିସର ନିଯୁକ୍ତ କରୁଥିବା ସେପରି ଅନ୍ୟାନ୍ୟ ବ୍ୟକ୍ତି ସମୂହ । ନିୟମ ୨୧ - ଭୋଟ ପାଇଁ ଗୋଟିଏ ବାକ୍ସର ପ୍ରସ୍ତୁତ ଗୋଟିଏ ଭୋଟ ବାକ୍ସକୁ ସୁରକ୍ଷିତ କରିବା ପାଇଁ ଯେଉଁଠାରେ କାଗଜ ସିଲ ବ୍ୟବହୃତ ହେଉଥିବା ସେଠାରେ ପ୍ରିଜାଡିଂ ଉକ୍ତ କାଗଜ ସିଲରେ ନିଜର ଦସ୍ତଖତ କରିବେ ଏବଂ ସେଠାରେ ଉପସ୍ଥିତ ଥିବା ଓ ଦସ୍ତଖତ କରିବାକୁ ଚାହୁଁଥିବା ସେପରି ପୋଲିଂ ଏଜେଣ୍ଟଙ୍କ ଦସ୍ତଖତ ସେଥିରେ କରାଇବେ । ଯେଉଁଠାରେ ଭୋଟ ବାକ୍ସଟିକୁ ନିରାପଦରେ ରଖିବାକୁ କାଗଜ ସଲର ବ୍ୟବହାର ଆବଶ୍ୟକ ନହୁଏ ସେଠାରେ ପ୍ରିଜାଡିଂ ଅଫିସର ଭୋଟ ବାକ୍ସଟିକୁ ଏପରି ନିରାପଦରେ ରଖିବେ ଏବଂ ସିଲ କରିବେ ଯେପରି ଭୋଟ ପୁରାଇବା ପାଇଁ ଖୋଲା ସ୍ଥାନ ରହିବ ଏବଂ ସେଠାରେ ଉପସ୍ଥିତ ଥିବା ଏବଂ ସିଲ ଦେବାକୁ ଇଚ୍ଛା କରୁଥିବା ପୋଲିଂ ଏଜେଣ୍ଟକୁ ସେମାନଙ୍କର ସିଲ ଦେବାକୁ ଅନୁମତି ଦେବେ । ଭୋଟ କେନ୍ଦ୍ରରେ ବ୍ୟବହୃତ ପ୍ରତ୍ୟେକ ଭୋଟ ବାକ୍ସର ଉଭୟ ଭିତର ଏବଂ ବାହାର ପାର୍ଶ୍ଵରେ ନିମ୍ନଲିଖିତ ମତେ ଚିହ୍ନଟ କରାଯାଇ ଏକ ଲେବର (ଚିହ୍ନ ପତ୍ର) ରଖାଯିବ । ଯଥା – ଭୋଟ ଗ୍ରହଣ ଆରମ୍ଭ ହେବାରେ ଠିକ ପୂର୍ବରୁ ପ୍ରିଜାଡିଂ ଅଫିସର ସେଠାରେ ଉପସ୍ଥିତ ଥିବା ପୋଲିଂ ଏଜେଣ୍ଟ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ଭୋଟ ବାକ୍ସଟିକୁ ଖାଲି ଏବଂ ଉପ- ନିୟମ (୫) ରେ ଉଲ୍ଲିଖିତ ଲେବୁଲ ବହନ କରୁଛି ବୋଲି ସ୍ପଷ୍ଟ ଭାବେ ଦର୍ଶାଇବେ । ଭୋଟ ବାକ୍ସଟିକୁ ତତପରେ ବନ୍ଦ କରାଯିବ, ସିଲ କରାଯିବ ଏବଂ ସୁରକ୍ଷିତ ରଖାଯିବ ଏବଂ ପ୍ରିଜାଡିଂ ଅଫିସର ଓ ପୋଲିଂ ଏଜେଣ୍ଟଙ୍କୁ ସଂପୂର୍ଣ୍ଣ ରୂପେ ଦୃଶ୍ୟ ହେଲା ଭଳି ସ୍ଥାନରେ ରଖାଯିବ । ତତପରେ ପ୍ରିଜାଡିଂ ଅଫିସର ଦସ୍ତଖତ ହୋଇଥିବା କାଗଜ ସିଲଟକୁ ଭୋଟ ବାକ୍ସରେ ଏଥି ନିମନ୍ତେ ଉଦ୍ଧିଷ୍ଟ ଥିବା ସ୍ଥାନରେ ସଂଯୁକ୍ତ କରିବେ ଏବଂ ତତପରେ ବାକ୍ସଟିକୁ ଏପରି ଭାବରେ ନିରାପଦ କରି ରଖିବେ ଏବଂ ସିଲ କରିବେ ଯେପରିକି ଭୋଟ କାଗଜ ପୁରାଇବାକୁ ଥିବା ଛିଦ୍ର ଫାଙ୍କା ରହିବ । ଭୋଟ ବାକ୍ସକୁ ନିରାପଦରେ ରଖିବା ନିମନ୍ତେ ବ୍ୟବହୃତ ହୋଇଥିବା ସିଲ ଏପରି ଭାବରେ ସଂଯୁକ୍ତ କରାଯିବ ଯେପରି ଭୋଟ ବାକ୍ସଟି ବନ୍ଦ ହେବା ପରେ ସିଲ ଭଙ୍ଗା ନଯାଇ ବାକ୍ସଟିକୁ ଖୋଲିବା ସମ୍ଭବ ହେବ ନାହିଁ । କ୍ରମିକ ସଂଖ୍ୟା, ଯଦି ଥାଏ ଏବଂ ନିର୍ବାଚନମଣ୍ଡଳୀର ନାମ କ୍ରମିକ ସଂଖ୍ୟା ଏବଂ ଭୋଟ କେନ୍ଦ୍ରର ନାମ ଭୋଟ ବାକ୍ସର କ୍ରମିକ ସଂଖ୍ୟା (କେବଳ ଭୋଟ ବାକ୍ସ ବାହାରେ ଥିବା ଲେବର ଉପରେ ଭୋଟ ଗ୍ରହଣ ଶେଷ ହେବାପରେ ପୂର୍ଣ୍ଣ କରାଯିବ),ଏବଂ ପ୍ରୀଜାଇଡିଂ ଅଫିସର ଦସ୍ତଖତ ଏବଂ ସିଲ ଥାଇ ଭୋଟ ଦାନର ତାରିଖ ନିୟମ ୨୨ - ଭୋଟରଙ୍କୁ ଚିହ୍ନଟ କରିବା ଭୋଟରମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ଅଥବା ଭୋଟ ପରିଚାଳନା କରିବାକୁ ଅଥବା ତାଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରିଜାଡିଙ୍ଗ ଅଫିସର ଉପଯୁକ୍ତ ବିବେଚନା କରି ହୁଏତ ଭୋଟ କେନ୍ଦ୍ରରେ ସେପରି କୌଣସି ବ୍ୟକ୍ତି ନିଯୁକ୍ତ କରିପାରିବେ । ପ୍ରତ୍ୟେକ ଭୋଟର ଭୋଟ କେନ୍ଦ୍ରରେ ପ୍ରବେଶ କଲାପରେ, ପ୍ରିଜାଡିଂ ଅଫିସର ଅଥବା ଏଥିନିମନ୍ତେ ତାଙ୍କ ଦ୍ୱ୍ରା କ୍ଷମତାପ୍ରାପ୍ତ ପୋଲିଂ ଅଫିସର, ଭୋଟରଙ୍କ ନାମ ଓ ଅନ୍ୟାନ୍ୟ ବିଷୟ ବସ୍ତୁ ସହିତ ତାଙ୍କ ପାଖରେ ଥିବା ଚୁଡାନ୍ତ ଭୋଟର ତାଲିକାର ନକଲ ପ୍ରବିଷ୍ଟ କରାଯାଇଥିବା ବିଷୟବସ୍ତୁ ଠିକ ଅଛି କି ନାହିଁ ଯାଞ୍ଚ କରିବେ ଏବଂ ତାପରେ ଭୋଟରଙ୍କ କ୍ରମିକ ସଂଖ୍ୟା, ନାମ, ଏବଂ ଅନ୍ୟାନ୍ୟ ବିବରଣୀ ଡାକିବେ ଏବଂ ଡକାଯାଇଥିବା ବିବରଣୀ ଭୋଟର ଜଣକ ପୂର୍ଣ୍ଣ କରୁଛନ୍ତି ଓ ତାଙ୍କର ଚିହ୍ନଟ ଉପରେ କୌଣସି ବିପଦ ନାହିଁ ସେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭୋଟରଙ୍କୁ ଭୋଟକାଗଜ ଇଶୁ କରିବେ । ପ୍ରକାଶଥାଉକି, ଯେଉଁ କ୍ଷେତ୍ରରେ ସମିତିର ସଭାପତି ପଦ ଏବଂ କମିଟିର ସଭ୍ୟପଦ ନିମନ୍ତେ ଏକ ସାଙ୍ଗରେ ନିର୍ବାଚନ ହୁଏ ସେ କ୍ଷେତ୍ରରେ ଭୋଟରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରୁ ସଭାପତି ଓ କମିଟିର ସଭ୍ୟ ନିର୍ବାଚନ ନିମନ୍ତେ ଦୁଇଟି ଭୋଟେ କାଗଜ, ଗୋଟିଏ ସଭାପତି ନିର୍ବାଚନ କରିବାକାଉ ଏବଂ ଅନ୍ୟଟି କମିଟିର ସଭ୍ୟ ନିର୍ବାଚନ କରିବାକୁ ଇଶୁ କରାଯିବ । ଭୋଟ କାଗଜ ପାଇବାକୁ ଜଣେ ବ୍ୟକ୍ତିଙ୍କର ଅଧିକାର ସାବ୍ୟସ୍ଥ କରିବାରେ ପ୍ରୀଜାଇଡିଂ ଅଫିସର ଅଥବା ଆବଶ୍ୟକ ସ୍ଥଳେ ପୋଲିଂ ଅଫିସର ଚୂଡାନ୍ତ ଭୋଟର ତାଲିକା ରେ ଏଣ୍ଟ୍ରି କରାଯାଇଥିବା ଯେକୌଣସି ଲେଖାଗତ ଅଥବା ମୁଦ୍ରଣଗତ ଦୋଷତ୍ରୁଟିକୁ ଛାଡିଯିବେ ଯଦି ସେ ସନ୍ତୁଷ୍ଟ ହୁଅନ୍ତି ଯେ ସେପରିବ୍ୟକ୍ତି ଭୋଟରଙ୍କ ଅନ୍ୟାନ୍ୟ ରୂପ ଅଟନ୍ତି ସେପରି ଏଣ୍ଟ୍ରି ଯାହାଙ୍କ ସମ୍ପର୍କରେ କରାଯାଇଛି । ସଂଶୋଧନ କଥିତ ନିୟମାବଳୀରେ, ନିୟମ ୨୨ର ଉପ-ନିୟମ (୨) ରେ ଶବ୍ଦାବଳୀ ଏବଂ କୋଲୋନ ପାଇଁ “ ତାଙ୍କୁ “ ଶବ୍ଦାବଳୀ ଏବଂ କୋଲୋନ “ନିର୍ବାଚନ ମଣ୍ଡଳୀ ଯାହାକୁ ସେ ଅନ୍ତର୍ଗତ“ ପ୍ରତିସ୍ଥାପିତ ହେବ । (ଏସ.ଆର.ଓ.ନଂ ୨୯୩/୨୦୫ ,ତା ୧୩.୦୭.୨୦୦୫ ରିଖ) ନିୟମ ୨୩ - ଆପତ୍ତିଯୁକ୍ତ ଚିହ୍ନଟ ଯେ କୌଣସି ପୋଲିଂ ଏଜେଣ୍ଟ ହୁଏତ ଯେକୋଣସି ବିଶେଷ ଭୋଟର ରୂପେ ଦାବୀ କରୁଥିବା ଜଣେ ବ୍ୟକ୍ତିଙ୍କର ଚିହ୍ନଟ ଉପରେ ଆପତ୍ତି କରିପାରନ୍ତି । ସେପରି ପ୍ରତ୍ୟେକ ଆପତ୍ତି ପାଇଁ ପୋଲିଂ ଏଜେଣ୍ଟ ପ୍ରଥମେ ବ୍ୟକ୍ତିଙ୍କର ଚିହ୍ନଟ ଉପରେ ଆପତ୍ତି କରିପାରନ୍ତି । ସେପରି ପ୍ରତ୍ୟେକ ଆପତ୍ତିପାଇଁ ପୋଲିଂ ଏଜେଣ୍ଟ ପ୍ରଥମେ ବ୍ୟକ୍ତିଙ୍କର ଚିହ୍ନଟ ଉପରେ ଆପତ୍ତି କରିପାରନ୍ତି । ସେପରି ପ୍ରତ୍ୟେକ ପୋଲିଂ ଏଜେଣ୍ଟ ପ୍ରଥମେ ପ୍ରୀଜାଇଡିଂ ଅଫିସରଙ୍କ ନିକଟରେ ନଗଦ ଟଙ୍କା ଆକାରରେ ୫ ଟଙ୍କା ଡିପୋଜିଟ କରି ଆପତ୍ତି କରିପାରିବେ । ସେପରି ଜମା କରାଯିବ ପରେ ପ୍ରୀଜାଇଡିଂ ଅଫିସର - ଯେଉଁ ବ୍ୟକ୍ତିଙ୍କ ଉପରେ ଆପତ୍ତି କରାଯାଇଛି ସେହି ବ୍ୟକ୍ତିଙ୍କୁ ଅନ୍ୟରୂପଣ ନିମନ୍ତେ ଦଣ୍ଡ ଦିଆଯିବା ବୋଲି ସାବଧାନ କରାଇପାରନ୍ତି । ଚୂଡାନ୍ତ ଭୋଟର ତାଲିକାରେ କରାଯାଇଥିବା ପ୍ରାସଙ୍ଗିକ ଏଣ୍ଟ୍ରି ପୂର୍ଣ୍ଣ ଭାବରେ ପଢିପାରନ୍ତି ଏବଂ ସେହି ଏଣ୍ଟ୍ରିରେ ଉଲ୍ଲିଖିତ ହୋଇଥିବା ବ୍ୟକ୍ତିଜଣଙ୍କ ସେ କି ନୁହେଁ ତାହା ପଚାରିପାରନ୍ତି । ଆପତ୍ତିଯୁକ୍ତ ଭୋଟର ତାଲିକାରେ ତାଙ୍କର ନାମ ଏବଂ ଠିକଣା ଫାରମ ନମ୍ବର VII ରେ ପ୍ରବେଶ କରାଇପାରନ୍ତି , ଏବଂ ଉକ୍ତ ତାଲିକାରେ ତାଙ୍କର ଦସ୍ତଖତ ଦେବାକୁ ତାଙ୍କୁ ଆବଶ୍ୟକ କରିପାରନ୍ତି । ତତପରେ ପ୍ରୀଜାଇଡିଂ ଅଫିସର ଆପତ୍ତି ସମ୍ପର୍କରେ ଏକ ସଂକ୍ଷିପ୍ତ ଯା କରିବେ ଏବଂ ସେହି ଉଦ୍ଦେଶ୍ୟରେ - ଯାହା ପରେ ଯଦି ପ୍ରୀଜାଇଡିଂ ଅଫିସର ବିଚାର କରନ୍ତି ଯେ, ଆପତ୍ତିଟି ଦୃଢ ବା ସାବ୍ୟସ୍ତ ହୋଇପାରିଲା ନାହିଁ ତେବେ ସେ ଆପତ୍ତିଯୁକ୍ତ ବ୍ୟକ୍ତିଙ୍କୁ ଭୋଟ ଦେବାକୁ ଅନୁମତି ଦେବେ ଏବଂ ସେ ଯଦି ବିବେଚନା କରନ୍ତି ଯେ ଆପତ୍ତିଟି ଦୃଢ ବା ସାବ୍ୟସ୍ତ ହୋଇପାରିଛି ତେବେ ସେ ଆପତ୍ତିଯୁକ୍ତ ବ୍ୟକ୍ତିଙ୍କୁ ଭୋଟ ଦେବାକୁ ବିରତ କରିବେ । ପ୍ରୀଜାଇଡିଂ ଅଫିସର ଯଦି ମତବ୍ୟକ୍ତ କରନ୍ତି ଯେ , ଆପତ୍ତିଟି ତୁଚ୍ଛ ଏବଂ ସରଳ ବିଶ୍ଵାସରେ କରାଯାଇ ନାହିଁ ତେବେ ସେ , ଉପ- ନିୟମ (୧) ଅନୁଯାୟୀ କରାଯାଇଥିବା ଜମା (ଡିପୋଜିଟ) କୁ ବ୍ୟାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେବେ ତଥା ସମ୍ପୃକ୍ତ ସମିତିରେ ଜମା କରିବେ ଏବଂ ଅନ୍ୟ କ୍ଷେତ୍ରରେ ସେ ସେପରି ଜିମାକୁ ଯାଞ୍ଚ ଶେଷରେ ଆପତ୍ତିକାରୀଙ୍କୁ ଫେରସ୍ତ କରିଦେବେ । ଆପତ୍ତି ଉପରେ ସାକ୍ଷ୍ୟ ପ୍ରମାଣ ଦେବାକୁ ଏବଂ ଆପତ୍ତିଯୁକ୍ତ ବ୍ୟକ୍ତିଙ୍କର ଚିହ୍ନଟ ସମ୍ବନ୍ଧରେ ସାକ୍ଷ୍ୟ ପ୍ରମାଣ ଦେବାକୁ ଆପତ୍ତିକାରୀଙ୍କୁ ଆବଶ୍ୟକ କରିପାରନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଆପତ୍ତି କରାଯାଇଛି ସେହି ବ୍ୟକ୍ତିଙ୍କର ଚିହ୍ନଟକୁ ଦୃଢ କରିବା ଉଦ୍ଦେଶ୍ୟରେ ତାଙ୍କୁ ପ୍ରଶ୍ନ ପଚାରି ପାରନ୍ତି ଏବଂ ତାଙ୍କୁ ଶପଥ ପୂର୍ବକ ଉତ୍ତର ଦେବାକୁ ଆବଶ୍ୟକ କରିପାରନ୍ତି । ଆପତ୍ତିଯୁକ୍ତ ବ୍ୟକ୍ତି ଏବଂ ସାକ୍ଷ୍ୟ ଦେବାକୁ ଚାହୁଁଥିବା ଯେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଶପଥ କରାଇପାରନ୍ତି , ଏବଂ ନିୟମ – ୨୪ - ଛଦ୍ମବେଶ ବା ଅନ୍ୟ ରୂପତା ବିରୁଦ୍ଧେ ରକ୍ଷା କବଚ ଭୋଟରଙ୍କ ଛଦ୍ମବେଶ ବା ଅନ୍ୟରୂପେ ନିବାରଣ କରିବାର ଉଦ୍ଦେଶ୍ୟ ନିମନ୍ତେ ଯେଉଁ ଭୋଟଙ୍କୁ ଏକରୂପତା ଉପରେ ପ୍ରିଜାଇଡ଼ିଂ ଅଫିସର ଅଥବା ଆବଶ୍ୟକସ୍ଥଳେ ପୋଲିଂ ଅଫିସର ସନ୍ତୋଷଭାଜନ ହୁଅନ୍ତି ସେହିପରି ପ୍ରତ୍ୟେକ ଭୋଟରଙ୍କ ବାମ ବିଶି ଆଙ୍ଗୁଠି ଉକ୍ତ ପ୍ରିଜାଇଡ଼ିଂ ଅଫିସର ଅଥବା ପୋଲିଂ ଅଫିସରଙ୍କ ଦ୍ଵାରା ଯାଞ୍ଚ କରାଯିବାକୁ କରାଯିବାକୁ ଅନୁମତି ଦେଇପାରନ୍ତି ଏବେ ସେଥିରେ ଲିଭି ପାରୁନଥିବା କାଳି ଲଗାଇ ପାରନ୍ତି । ଯଦି କୌଣସି ଭୋଟର ବାମ ବିଶି ଆଙ୍ଗୁଠିଟି ଯାଞ୍ଚ କରାଯିବାକୁ ଅନୁମତି ଦେବାକୁ ଅସ୍ଵୀକାର କରନ୍ତି ଅଥବା ଉପ-ନିୟମ (୧) ଅନୁଯାୟୀ ଚିହ୍ନିତ କରିବାକୁ ଅସ୍ଵୀକାର କରନ୍ତି ଅଥବା ତାଙ୍କର ବାମ ବିଶି ଆଙ୍ଗୁଠିରେ ପୂର୍ବରୁ ସେପରି କୌଣସି ଏକ ଚିହ୍ନ ଥାଏ ଅଥବା କାଳି ଚିହ୍ନ ଲିଭାଇବାକୁ କୌଣସି କାର୍ଯ୍ୟ କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯିବ ନାହିଁ ନତୁବା ତାଙ୍କୁ ଭୋଟ କାଗଜ ଦିଆଯିବ ନାହିଁ । ଜଣେ ଭୋଟରଙ୍କ ବାମ ବିଶିଅଙ୍ଗୁଳିଠି ସମ୍ପର୍କରେ ଏହି ନିୟମରେ ଥିବା ଯେ କୌଣସି ନିର୍ଦ୍ଦେଶ ସତ୍ତ୍ଵେ, ଯେଉଁ କ୍ଷେତ୍ରରେ ଭୋଟର ଜଣକ ତାଙ୍କର ବିଶିଆଙ୍ଗୁଠି ହରାଇପାରନ୍ତି ସେ କ୍ଷେତ୍ରରେ ତାଙ୍କ ବାମ ହାତର ଅନ୍ୟ ଯେ କୌଣସି ଆଙ୍ଗୁଠି ସମ୍ପକରେ ନିର୍ଦ୍ଦେଶ ରୂପେ ବ୍ୟାଖ୍ୟା କରାଯିବ ଏବଂ ଯେଉଁ କ୍ଷେତ୍ରରେ ଭୋଟରଙ୍କ ବାମ ହାତରେ ସମସ୍ତ ଆଙ୍ଗୁଠି ନ ଥିବ ସେ କ୍ଷେତ୍ରରେ ତାଙ୍କର ଡାହାଣ ହାତର ବିଶି ଆଙ୍ଗୁଠି ସମ୍ପର୍କରେ ନିର୍ଦ୍ଦେଶ ରୂପେ ବ୍ୟାଖ୍ୟା କରାଯିବ ଏବଂ ଯେଉଁ କ୍ଷେତ୍ରରେ ଭୋଟରଙ୍କ ବାମ ହାତରେ ସମସ୍ତ ଆଙ୍ଗୁଠି ନ ଥିବ ସେ କ୍ଷେତ୍ରରେ ତାଙ୍କର ଡାହାଣ ହାତର ବିଶି ଆଙ୍ଗୁଠି ଅଥବା ଯେ କୌଣସି ସମ୍ପର୍କରେ ନିର୍ଦ୍ଦେଶ ରୂପେ ବ୍ୟାଖ୍ୟା କରାଯିବ ଏବଂ ଯେଉଁ କ୍ଷେତ୍ରରେ ଭୋଟର ଉଭୟ ହସ୍ତର ଆଙ୍ଗୁଠି ନ ଥାଏ ସେ କ୍ଷେତ୍ରରେ ତାଙ୍କର ଦକ୍ଷିଣ ଅଥବା ସେ ବାହୁ , ଯାହାଥିବ ତାହାଙ୍କ ନିର୍ଦ୍ଦେଶ ବୋଲି ବୁଝିବାକୁ ହେବ। ନିୟମ – ୨୫ -ଭୋଟ କାଗଜ ଇଶୁ କରାଯିବା ଭୋଟ ଆରମ୍ଭ ହେବ ନିମନ୍ତେ ସ୍ଥିର କରାଯାଇଥିବା ସମୟ ପୂର୍ବରୁ କୌଣସି ଭୋଟରଙ୍କୁ ଭୋଟ କାଗଜ ଦିଆଯିବ ନାହିଁ । ଭୋଟ ଶେଷ ହେବା ନିମନ୍ତେ ସ୍ଥିର କରାଯାଇଥିବା ସମୟ ପରେ କୌଣସି ଭୋଟରଙ୍କୁ ଭୋଟ କାଗଜ ଦିଆଯିବ ନାହିଁ, କିନ୍ତୁ ଭୋଟ ଗ୍ରହଣ ଶେଷ ହେବା ସମୟରେ ଯେଉଁ ଭୋଟର ଭୋଟ କେନ୍ଦ୍ରରେ ଉପସ୍ଥିତ ଥିବେ ସେହି ଭୋଟରମାନଙ୍କୁ ଭୋଟ କାଗଜ ଦିଆଯିବ । ଏପରି ଭୋଟର (ଉପସ୍ଥିତ ଥିବା ଭୋଟରଙ୍କ) ଭୋଟ ଦାନ ଶେଷ ହେବା ପରେ ମଧ୍ୟ ଭୋଟ ଦେବାକୁ ଅନୁମତି ପ୍ରଦାନ କରାଯିବ । ଜଣେ ଭୋଟରଙ୍କ ଭୋଟ କାଗଜ ଇଶୁ କରାଯିବ ପୂର୍ବରୁ ପ୍ରତ୍ୟେକ ଭୋଟ କାଗଜରେ - [ରାଜ୍ୟ ସମବାୟ ନିର୍ବାଚନ କମିଶନ] ନିର୍ଦ୍ଦେଶ ମତେ ସେପରି କୌଣସି ସ୍ପଷ୍ଟ ରୂପେ ଚିହ୍ନ ଭୋଟ କାଗଜ ପଛ ପାଖରେ ଚିହ୍ନିତ କରାଯିବା ସହିତ ସମିତିର ମୋହର ରହିବ । ଭୋଟ କାଗଜର ପଛପଟେ ପ୍ରୀଜାଇଡିଂ ଅଫିସରଙ୍କ ଗୁପ୍ତ ଦସ୍ତକ୍ଷତ ରହିବ । ଜଣେ ଭୋଟରଙ୍କୁ ଭୋଟ କାଗଜ ଇଶୁ କରାଯାଉଥିବା ସମୟ ପୋଲିଂ ଅଫିସର, ଏହି ଉଦ୍ଦେଶ୍ୟରେ ଥିବା ଚୂଡାନ୍ତ ତାଲିକାର ନକଲ ରେ ଭୋଟର ଙ୍କୁ ସମ୍ପର୍କରେ କରାଯାଇଥିବା ଏଣ୍ଟ୍ରି ବିପକ୍ଷରେ ତାହାର (ଭୋଟ କାଗଜ) କ୍ରମିକ ସଂଖ୍ୟା ରେକର୍ଡ କରିବେ । ଉପ-ନିୟମ (୪) ରେ ବ୍ୟବସ୍ଥିତ ବ୍ୟତୀତ, ଜଣେ ବିଶେଷ ଭୋଟରଙ୍କୁ ଦିଆଯାଇଆଥିବା ଭୋଟ କାଗଜର କ୍ରମିକ ସଂଖ୍ୟାକୁ କୌଣସି ବ୍ୟକ୍ତି ଭୋଟ କେନ୍ଦ୍ରରେ ଟିପି ପାରିବେ ନାହିଁ । ନିୟମ ୨୬ ଏବଂ ୨୭ ନିୟମ ୨୬ - ଭୋଟ ଦେବାର ପ୍ରକ୍ରିୟା ଭୋଟର ଭୋଟ କାଗଜ ପାଇବାର ଠିକ ପରେ - ଜଣେ ଭୋଟର ଭୋଟ ଦେବା ନିମତନେ ଉଦ୍ଧିଷ୍ଟ କାମରାରେ ଥିବା ସମୟରେ ଅନ୍ୟ କୌଣସି ଭୋଟରଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଭୋଟ କାମେରା କୁ ଅଗ୍ରସର ହେବେ । ସେଠାରେ, ଏହି ଉଦ୍ଦେଶ୍ୟରେ ଯୋଗାଇ ଦିଆଯାଇଥିବା ଉପକାରଣ ସାହାଯ୍ୟରେ ଭୋଟ କାଗଜ ଉପରେ, ଯେଉଁ ପ୍ରାର୍ଥୀଙ୍କୁ ସେ ଭୋଟ ଦେବାକୁ ଇଚ୍ଛା କରୁଛନ୍ତି ସେହି ପ୍ରାର୍ଥୀଙ୍କ ଅଥବା ଚିହ୍ନ ଉପରେ ଅଥବା ପାଖରେ ଏକ ଚିହ୍ନ ଉପରେ ଅଥବା ପାଖରେ ଏକ ଚିହ୍ନ ଦେବେ । ତାଙ୍କ ଭୋଟକୁ ଲୁଚାଇବା ଉଦ୍ଦେଶ୍ୟରେ ଭୋଟ କାଗଜଟିକୁ ଭାଙ୍ଗି କରିବେ । ଯଦି ଆବଶ୍ୟକ ହୁଏ ତେବେ ଭୋଟ କାଗଜ ଉପରେ ଦିଆଯାଇଥିବା ସ୍ପଷ୍ଟ ଚିହ୍ନକୁ ପ୍ରିଜାଇଡ଼ିଂ ଅଫିସରଙ୍କୁ ଦେଖାଇବେ । ଭାଙ୍ଗ କରାଯାଇଥିବା ଭୋଟ କାଗଜଟିକୁ ଭୋଟ ବାକ୍ସ ଭିତରେ ଭର୍ତ୍ତି କରିବେ, ଏବଂ ଭୋଟ କେନ୍ଦ୍ରକ ତ୍ୟାଗ କରିବେ । ନିୟମ ୨୭ - ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଯେଉଁଠାରେ ଏକାଧିକ ସଭ୍ୟ ନିର୍ବାଚିତ ହେବାକୁ ଥିବେ ସେଠାରେ ଭୋଟ ଗ୍ରହଣର ପ୍ରଣାଳୀ ବା ପ୍ରକ୍ରିୟା - ଯେଉଁଠାରେ ଯେକୌଣସି ନିର୍ବାଚନ ମଣ୍ଡଳୀରୁ ଏକାଧିକ ସଭ୍ୟ ନିର୍ବାଚିତ ହେବାକୁ ଆବଶ୍ୟକ ହୁଏ ଅଥବା ଯେଉଁଠାରେ ନିୟମ ୬ର ଉପ- ନିୟମ (୩) ଅନୁଯାୟୀ ସମିତିର ସଭ୍ୟପଦ ଗୋଟିଏ ନିର୍ବାଚନ ମଣ୍ଡଳୀର ସଂଘଠିତ ହୋଇଥାଏ ସେଠାରେ ସେପରି ନିର୍ବାଚନ ମଣ୍ଡଳୀର ଜଣେ ଭୋଟର ତାଙ୍କର ଗୋଟିଏ ଭୋଟ ଦ୍ଵାରା ତାଙ୍କ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହେବାକୁ ଥିବା ଆବଶ୍ୟକ ସଂଖ୍ୟକ ସଭ୍ୟକୁ ନିର୍ବାଚିତ କରିବେ,ସେ ଯାହା ହେଉନା କାହିଁକି ସେ ଭୋଟ ଦେଉଥିବା ସମୟରେ ଭୋଟ କାଗଜ ଉପରେ ଯେକୌଣସି ଜଣେ ପ୍ରାର୍ଥୀଙ୍କ ନାମ ଅଥବା ଚିହ୍ନ ଉପରେ ଥିବା ନିକଟରେ ଏକାଧିକ ଚିହ୍ନ ଦେଇପାରିବେ ନାହିଁ । ସଂଶୋଧନ -୨୦୦୫ କଥିତ ନିୟମାବଳୀରେ, ମାର୍ଜିନାଲେ ହେଡିଙ୍ଗ ଅନ୍ତର୍ଗତ ନିୟମ ୨୭ ପାଇଁ ନିମ୍ନଲିଖିତ ନିୟମ ଏବଂ ମାର୍ଜିନାଲ ହେଡିଂ ପ୍ରତିସ୍ଥାପିତ ହେବ, ଯଥା – “ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ବିରୁଦ୍ଧରେ ଭୋଟରଙ୍କ ଭୋଟ ଅଧିକାର ସାବ୍ୟସ୍ତ କରିବାକୁ “ । “୨୭ କେବଳ ତାଙ୍କର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ପ୍ରତିଦ୍ଵନ୍ଦିତା କରୁଥିବା ଜଣେ ପ୍ରାର୍ଥୀଙ୍କ ବିରୁଦ୍ଧରେ ଏକ ନିର୍ବାଚନ ମଣ୍ଡଳୀର ଜଣେ ଭୋଟର ତାଙ୍କର ଭୋଟ ସାବ୍ୟସ୍ତ କରିବେ ।(ଏସ.ଆର.ଓ ନଂ ୨୯୩/୨୦୫, ତା ୧୩.୦୭.୨୦୦୫ ରିଖ) ନିୟମ ୨୮ ଏବଂ ୨୯ ନିୟମ – ୨୮ ଅନ୍ଧ ବା ଅକ୍ଷମ ବା ଅସମର୍ଥ ଭୋଟରଙ୍କ ଭୋଟ ରେକର୍ଡ କରିବା ପ୍ରୀଜାଇଡିଂ ଅଫିସର ଯଦି ସନ୍ତୁଷ୍ଟ ହୁଅନ୍ତି ଯେ, ଅନ୍ଧତ୍ଵ ଅଥବା ଅନ୍ୟାନ୍ୟ ଶାରୀରିକ ଅକ୍ଷମତା ବା ଅସାମର୍ଥ୍ୟ କାରଣରୁ ଜଣେ ଭୋଟର ଭୋଟ କାଗଜ ଉପରେ ଥିବା ଚିହ୍ନକୁ ଚିହ୍ନିବାକୁ ଅଥବା ସାହାଯ୍ୟବିନା ସେଥିରେ ଚିହ୍ନ ଦେବାକୁ ଅସମର୍ଥ ତେବେ ପ୍ରୀଜାଇଡିଂ ଅଫିସର ଉକ୍ତ ଭୋଟରଙ୍କ ତରଫରୁ ଅଥବା ତାଙ୍କ ଇଚ୍ଛାନୁଜଯୀ ଭୋଟ କାଗଜରେ ଭୋଟ ଦେବାକୁ ତାଙ୍କ ସହିତ ୧୮ ବର୍ଷରୁ କମ ହୋଇନଥିବା ଜଣେ ସହଯୋଗୀଙ୍କୁ ଭୋଟ କାମରାକୁ ନେବା ନିମନ୍ତେ ଅନୁମତି ଦେବେ ଏବଂ ଯଦି ଆବଶ୍ୟକ ହୁଏ, ତେବେ ଭୋଟ ଲୁଚାଇବା ଉଦ୍ଦେଶ୍ୟରେ ଭୋଟ କାଗଜଟି ଭାଙ୍ଗି ଭୋଟ ବାକ୍ସରେ ପକାଇ ଦେବେ । ପ୍ରକାଶଥାଉକି କୌଣସି ବ୍ୟକ୍ତିଙ୍କୁ ସେହି ଗୋଟିଏ ଦିନରେ ଯେକୌଣସି ଭୋଟ କେନ୍ଦ୍ରରେ ଏକାଧିକ ଭୋଟରଙ୍କ ପାଇଁ ସହଯୋଗୀ ରୂପେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ପୁନଶ୍ଚ ପ୍ରକାଶଥାଉକି, ଏହି ନିୟମାନୁଯଯାଇ ଯେକୌଣସି ଦିନରେ ଜଣେ ଭୋଟରଙ୍କ ସହଯୋଗୀ ରୂପେ କାର୍ଯ୍ୟ କରିବାକୁ ଯେ କୌଣସି ବ୍ୟକ୍ତିଙ୍କୁ ଅନୁମତି ଦେବା ପୂର୍ବରୁ ସେପରି ବ୍ୟକ୍ତି ଏକ ଘୋଷଣାନାମା କରିବେ ଯେ- ଭୋଟରଙ୍କ ତରଫରୁ ତାଙ୍କ ଦ୍ଵାରା ଦିଆଯାଇଥିବା ଭୋଟଟିକୁ ସେ ଗୁପ୍ତ ରଖିବେ ଏବଂ ସେହି ଦିନରେ କୌଣସି ଭୋଟ କେନ୍ଦ୍ରରେ ଅନ୍ୟ କୌଣସି ଭୋଟରଙ୍କ ନିମନ୍ତେ ସହଯୋଗୀ ରୂପେ କାର୍ଯ୍ୟ କରୁନାହାନ୍ତି । ଯଦି ନିୟମାନୁଯାଇ ପ୍ରୀଜାଇଡିଂ ଅଫିସର ବିଷୟବସ୍ତୁ ଏକ ରେକର୍ଡ ଫରମ ଅମ୍ବର IX ରେ ରଖିବେ । ନିୟମ – ୨୯ ନଷ୍ଟ ଏବଂ ଫେରସ୍ତ ହୋଇଥିବା ଭୋଟକାଗଜ ଜଣେ ଭୋଟର ଯେ କି ତାଙ୍କର କାଗଜଟି ଅସାବଧାନତା ସହକାରେ ଏପରି ଭାବରେ ବ୍ୟବହୃତ କରେ ଯେପରିକି ତାହା ସୁବିଧାଜନକ ଭାବରେ ଭୋଟ କାଗଜ ରୂପେ ବ୍ୟବହୃତ ହୋଇପାରେ ନାହିଁ । ସେହି ଭୋଟ କାଗଜକୁ ପ୍ରୀଜାଇଡିଂ ଅଫିସରଙ୍କୁ ଫେରସ୍ତ ଦେଇ ଏବଂ ତାଙ୍କୁ ଅସାବଧନତା ବିଷୟରେ ସନ୍ତୁଷ୍ଟ କରାଇଲେ ସେପରି ଭୋଟ କାଗଜ ଦିଆଯିବ ଏବଂ ଫେରସ୍ତ ହୋଇଥିବା ଭୋଟ କାଗଜରେ ପ୍ରୀଜାଇଡିଂ ଅଫିସରଙ୍କ ଦ୍ଵାରା “ନଷ୍ଟ ରଦ୍ଦ“ ବୋଲି ଚିହ୍ନିତ କରାଯିବ । ଯଦି ଜଣେ ଭୋଟର ଗୋଟିଏ କାଗଜ ପାଇବାପରେ ତାହାକୁ ବ୍ୟବହାର ନ କରିବାକୁ ନିଷ୍ପତ୍ତି କରେ ତେବେ ସେ (ଭୋଟର) ଉକ୍ତ ଭୋଟ କାଗଜଟି ପ୍ରୀଜାଇଡିଂ ଅଫିସରଙ୍କୁ ଫେରସ୍ତ କରିବେ ଏବଂ ଫେରସ୍ତ କରାଯାଇଥିବା ଭୋଟ କାଗଜଟିକୁ ପ୍ରୀଜାଇଡିଂ ଅଫିସର “ଫେରସ୍ତ ରଦ୍ଦ“ ବୋଲି ଚିହ୍ନିତ କରିବେ। ଉପ- ନିୟମ (୧) ଏବଂ (୩) ଅନୁଯାୟୀ ରଦ୍ଦ କରାଯାଇଥିବା ସମସ୍ତ ଭୋଟରକାଗଜଗୁଡିକ ପୃଥକ ପ୍ୟାକେଟ କରି ରଖାଯିବ। ନିୟମ – ୩୦ ଟେଣ୍ଡର ଭୋଟ ଅନ୍ୟ ଜଣେ ବ୍ୟକ୍ତି ଜଣେ ନିର୍ଦ୍ଧିଷ୍ଟ ଭୋଟର ରୂପେ ପୂର୍ବରୁ ଭୋଟ ଦେଇ ସାରିବାପରେ ଜଣେ ଭୋଟର ନିଜକୁ ସେପରି ନିର୍ଦ୍ଧିଷ୍ଟ ରୂପେ ବର୍ଣ୍ଣନା କରି ଭୋଟ କାଗଜ ପାଇଁ ଆବେଦନ କରି ତେବେ ପ୍ରୀଜାଇଡିଂ ଅଫିସର ପଚାରିବେ । ମତେ ତାଙ୍କର ପରିଚୟ ସଂପର୍କରେ ସେପରି ପ୍ରଶ୍ନ ଉତ୍ତର ସନ୍ତୋଷଜନକ ଭାବରେ ଦେବା ପରେ ଉପ- ନିୟମ (୨), (୩) ଏବଂ (୪) କୁ ଭିତ୍ତିକରି ଅନ୍ୟ ଭୋଟରଙ୍କ ଭଳି ସେପରି ସମାନ ବା ଏକା ପଦ୍ଧତିରେ ଭୋଟ କାଗଜ (ଏଥିରେ ଟେଣ୍ଡର ବ୍ୟାଲେଟ ଯେପରି ରୂପେ ଉଲ୍ଲିଖିତ )ରେ ଚିହ୍ନ ଦେବାକୁ ହକଦାର ହେବେ । ଭୋଟ କାମରାରେ ଭୋଟର ଜଣକ ଟେଣ୍ଡର ବ୍ୟାଲେଟ ପେପରରେ ଚିହ୍ନ ଦେଇ ସାରିଲା ପରେ ଏବଂ ଭାଙ୍ଗି ସାରିବା ପରେ ତାହାକୁ ଭୋଟ ବାକ୍ସରେ ନ ପକାଇ ପ୍ରୀଜାଇଡିଂ ଅଫିସରଙ୍କୁ ଦେବେ । ପ୍ରିଜାଡିଙ୍ଗ ଅଫିସର, ଏହି ଉଦ୍ଦେଶ୍ୟରେ ବିଶେଷ ବା ସ୍ଵତନ୍ତ୍ର ଭାବେ ରଖାଯାଇଥିବା ଏକ ଖୋଳ ଭିତରେ “ଟେଣ୍ଡର ବ୍ୟାଲେଟ ପେପର“ କୁ ରଖିବେ ସେପରି ପ୍ରତ୍ୟେକ ବ୍ୟକ୍ତି ଟେଣ୍ଡର ବ୍ୟଲେଟ ପେପର ପାଇଁ ଆବେଦନ କରିବା ପୂର୍ବରୁ ଫରମ Xର ଏକ ତାଲିକାରେ ତାଙ୍କର ନାମ ଯେଉଁଠାରେ ଏଣ୍ଟ୍ରି କରାଯାଇଥିବା ତାହାର ବିପରୀତ ପାର୍ଶ୍ଵରେ ଦସ୍ତଖତ କରିବେ । ଭୋଟ କେନ୍ଦ୍ରରେ ବ୍ୟବହୃତ ହେଉଥିବା ଭୋଟ କାଗଜ ଭଳି ଟେଣ୍ଡର ବ୍ୟାଲେଟ ପେପର ହେବ ତା ବ୍ୟତୀତ - ଭୋଟ କେନ୍ଦ୍ରରେ ବ୍ୟବହାର ନିମନ୍ତେ ଇସୁ କରାଯାଉଥିବା ଭୋଟ କାଗଜ ବିଦା ଶେଷରେ କ୍ରମଶଃ ଭାବେ ରହିବ। ତାର ପୃଷ୍ଠ ଭାଗରେ ପ୍ରୀଜାଇଡିଂ ଅଫିସର ନିଜ ହାତରେ“ଟେଣ୍ଡର ବ୍ୟାଲେଟ ପେପର“ ଶବ୍ଦ ଲେଖିବେ ଏବଂ ଦସ୍ତଖତ କରିବେ । ନିୟମ - ୩୧ ଏବଂ ୩୨ ନିୟମ – ୩୧ ଭୋଟ କାର୍ଯ୍ୟ ଶେଷ କରିବା ପ୍ରୀଜାଇଡିଂ ଅଫିସର ଏଥି ନିମନ୍ତେ ଧାର୍ଯ୍ୟ କରାଯାଇଥିବା ସମୟରେ ଭୋଟ କେନ୍ଦ୍ରକୁ ବନ୍ଦ କରିବେ ଏବଂ ତତପରେ କୋଣସି ଭୋଟରଙ୍କୁ ଭୋଟ କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦେବେ ନାହିଁ । ଉଲ୍ଲେଖଥାଉ କି, ଭୋଟ କେନ୍ଦ୍ର ବନ୍ଦ ହେବା ପୂର୍ବରୁ ଭୋଟ କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତ ଭୋଟରଙ୍କୁ ସେମାନଙ୍କର ଭୋଟ ଦେବାକୁ ଅନୁମତି ଦିଆଯିବ । ନିୟମ ୩୨ - ଭୋଟ ଦେବା ଶେଷ ହେବା ପରେ ଭୋଟ ବାକ୍ସଗୁଡିକୁ ସିଲ କରାଯିବ ଭୋଟ ଦେବା ବନ୍ଦ ହେବା ପରେ ପ୍ରୀଜାଇଡିଂ ଅଫିସର ଯେତେ ଶୀଘ୍ର ସମ୍ଭବ, ଉପସ୍ଥିତ ଥିବା ଯେକୋଣସି ପ୍ରାର୍ଥୀ ଅଥବା ସେମାନଙ୍କର ନିର୍ବାଚନ ଏଜେଣ୍ଟ ଅଥବା ଉପସ୍ଥିତ ଥିବା ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ଭୋଟ ବାକ୍ସରେ ସଂକୀର୍ଣ୍ଣ ଫାଙ୍କାକୁ ବନ୍ଦ କରିବେ ଏବଂ ଯେଉଁଠାରେ ଫାଙ୍କଟିକୁ ବନ୍ଦ କରିବା ନିମନ୍ତେ ଭୋଟ ବାକ୍ସରେ କୌଣସି ଯାନ୍ତ୍ରିକ କୌଶଳ ନଥାଏ, ସେଠାରେ ପ୍ରୀଜାଇଡିଂ ଅଫିସର ଫାଙ୍କଟିକୁ ସିଲ କରିବେ ଏବଂ ଯେକୌଣସି ପୋଲିଂ ଏଜେଣ୍ଟଙ୍କୁ,ସେଥିରେ ତାଙ୍କ ସିଲ ଦେବାକୁ ଅନୁମତି ଦେବେ । ତତପରେ ଭୋଟ ବାକ୍ସଟି ସିଲ କରାଯାଇ ସୁରକ୍ଷିତ ରଖାଯିବ । ପ୍ରଥମ ଭୋଟ ବାକ୍ସଟି ପୂର୍ଣ୍ଣ ହେବା କାରଣରୁ ଯେଉଁଠାରେ ଦ୍ଵିତୀୟ ଭୋଟ ବାକ୍ସ ଆବଶ୍ୟକ କରାଯାଏ ବା ହୁଏ ସେଠାରେ ଅନ୍ୟ ବା ଦ୍ଵିତୀୟ ଭୋଟ ବାକ୍ସଟି ବ୍ୟବହାର କରାଯିବା ପୂର୍ବରୁ ପ୍ରଥମ ଭୋଟ ବାକ୍ସଟି ଉପନିୟମ (୧) ଏବଂ (୨) ବ୍ୟବସ୍ଥିତ ପ୍ରକାରେ ବନ୍ଦ କରାଯିବ, ସିଲ କରାଯିବ ଏବଂ ସୁରକ୍ଷିତ ଭାବର ରଖାଯିବ । ନିୟମ – ୩୩ ଭୋଟ କାଗଜଗୁଡିକର ଗଣନା ଭୋଟ ଗ୍ରହଣ ବନ୍ଦ ହେବା ପରେ ପ୍ରୀଜାଇଡିଂ ଅଫିସର ଫାରମ XI ରେ ଭୋଟ କାଗଜ ଗଣନା ପ୍ରସ୍ତୁତ କରିବେ ଏବଂ ତାହାକୁ ଗୋଟିଏ ପୃଥକ ଖୋଳରେ ବନେଦ କରି ତାହାର ପୃଷ୍ଠ ଭାଗରେ ଭୋଟ କାଗଜ ଗଣନା (ବ୍ୟାଲେଟ ପେପର ଏକାଉଣ୍ଟ) ଲେଖିବେ। ଯଦି କୌଣସି ପୋଲିଂ ଏଜେଣ୍ଟ , ଭୋଟ କାଗଜ ଗଣନାରେ କରାଯାଇଥିବା ଏଣ୍ଟ୍ରିର ଅବିକଳ ନକଲ ନେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ପ୍ରୀଜାଇଡିଂ ଅଫିସର ତାହାର ସେପରି ନିକଲ ପୋଲିଂ ଏଜେଣ୍ଟଙ୍କୁ ଦେବେ ଏବଂ ତାହାକୁ “ଅବିକଳ ନକଲ ବୋଲି ପ୍ରମାଣ କରିବେ । ନିୟମ - ୩୪ ଏବଂ ୩୫ ନିୟମ – ୩୪ - ଅନ୍ୟାନ୍ୟ ପ୍ୟାକେଟ ସିଲ କରାଯିବ ପ୍ରୀଜାଇଡିଂ ଅଫିସର ତତପରେ ନିମ୍ନଲିଖିତଗୁଡିକର ପୃଥକ ପୃଥକ ପ୍ୟାକେଟ କରିବେ । ଯଥା – ନିର୍ବାଚନ ନାମାବଳି ବା ଭୋଟ ତାଲିକାରେ ଚିହ୍ନିତ ନକଲ ଅବ୍ୟବହୃତ ଭୋଟ କାଗଜ ରଦ୍ଦ ହୋଇଥିବା ଭୋଟ କାଗଜ ଟେଣ୍ଡର ବ୍ୟାଲେଟ ପେପର ଥିବା ଖୋଳ ଏବଂ ଟେଣ୍ଡର ବ୍ୟାଲେଟ ପେପରର ତାଲିକା । ଆପତ୍ତିଯୁକ୍ତ ଭୋଟରଙ୍କ ତାଲିକା, ଏବଂ ସିଲଯୁକ୍ତ ପ୍ୟାକେଟରେ ରଖାଯିବାକୁ [ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ] ଦ୍ଵାରା ନିର୍ଦ୍ଦେଶିତ ଅନ୍ୟାନ୍ୟ କୌଣସି କାଗଜାତ । ସେପରି ପ୍ରତ୍ୟେକ ପ୍ୟାକେଟରେ ପ୍ରୀଜାଇଡିଂ ଅଫିସର ରହିବ ଏବଂ ଭୋଟ କେନ୍ଦ୍ରରେ ଉପସ୍ଥିତ ଥାଇ ଉପରୋକ୍ତ ପ୍ୟାକେଟରେ ସେମାନଙ୍କର ସିଲ ଦେବକାଉ ଇଚ୍ଛା ପ୍ରକାଶ କରୁଥିବା ପ୍ରାର୍ଥୀ ଏବଂ ସେମାନଙ୍କର ନିର୍ବାଚନ ପୋଲିଂ ଏଜେଣ୍ଟ ସିଲ ମଧ୍ୟ ରହିବ। ନିୟମ – ୩୫ ଭୋଟ ବାକ୍ସ, ପ୍ୟାକେଟ ଆଦି ନିର୍ବାଚନ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ ପ୍ରିଜାଇଡିଂ ଅଫିସର ତତପରେ ନିମ୍ନଲିଖିତମାନ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶିତ ସ୍ଥାନରେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଯଥା- ଭୋଟ ବାକ୍ସ ଭୋଟ କାଗଜ ହିସାବ ନିୟମ ୩୪ରେ ଉଲ୍ଲିଖିତ ସିଲ ପ୍ୟାକେଟ, ଏବଂ ଭୋଟ କେନ୍ଦ୍ରରେ ବ୍ୟବହୃତ ହୋଇଥିବା ଅନ୍ୟାନ୍ୟ କାଗଜାତ ଭୋଟ ଗଣନା ହେବ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ସମସ୍ତ ଭୋଟ ବାକ୍ସ ପ୍ୟାକେଟ ଏବଂ ଅନ୍ୟାନ୍ୟ କାଗଜାତରେ ସୁରକ୍ଷିତ ପରିବହନ ଏବଂ ସେଗୁଡିକର ନିରାପଦ ହେପାଜତ ନିମନ୍ତେ ପର୍ଯ୍ୟାପ୍ତ ବନ୍ଦୋବସ୍ତ (ବ୍ୟବସ୍ଥା) କରିବେ । ନିୟମ – ୩୬ ଭୋଟ ବାକ୍ସଗୁଡିକର ନଷ୍ଟ ବା ଧ୍ଵଂସ କ୍ଷେତ୍ରରେ ସାନି ଭୋଟ ଗ୍ରହଣ ଯଦି କୌଣସି ନିର୍ବାଚନରେ – ଭୋଟ କେନ୍ଦ୍ରରେ ବ୍ୟବହୃତ କୌଣସି ଭୋଟ ବାକ୍ସକୁ ଅବୈଧ ଉପାୟରେ ପ୍ରିଜାଇଡିଂ ଅଫିସର ଅଥବା ନିରବାହନ ଅଧିକାରୀଙ୍କ ହେପାଜତରୁ ନିଆଯାଏ ଅଥବା ଦୁର୍ଘଟଣା ବଶତଃ ଅଥବା ଜାଣିଶୁଣି ଧ୍ଵଂସ କରାଯାଏ ଅଥବା ହଜିଯାଏ ଅଥବା କ୍ଷତି ହୁଏ ଅଥବା ଏପରି ମାତ୍ରାରେ ବେଆଇନ ଭାବେ ପରିବର୍ତ୍ତନ କରାଯାଏ ଯଦ୍ଵାରା କି ଭୋଟ କେନ୍ଦ୍ରରେ ଭୋଟର ଫଳାଫଳ ନିର୍ଧାରଣ କରି ହୁଏ ନାହିଁ ,ଅଥବା । ଅନ୍ୟଥା ଅନ୍ୟ କୌଣସି କାରଣରୁ ନିର୍ବାଚନ ପରିଚାଳିତ ହୁଏ ନାହିଁ ଅଥବା ଅନ୍ୟ କୌଣସି ଭ୍ରମ ବା ତ୍ରୁଟି ଅଥବା ଅନିୟମିତତା କାରଣରୁ ଭୋଟ କାର୍ଯ୍ୟଧାରା ସମ୍ଭବତଃ ଗୋଟିଏ ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇପରେ ନାହିଁ ତେବେ [ନିର୍ବାଚନ ଅଧିକାରୀ ତତକ୍ଷନାଥ ଏ ବିଷୟରେ [ରାଜ୍ୟ ସମବାୟ ନିର୍ବାଚନ କମିଶନ]ଙ୍କୁ ରିପୋର୍ଟ କରିବେ । [ରାଜ୍ୟ ସମବାୟ ନିର୍ବାଚନ କମିଶନ] ଅଧିକାରୀ ସେପରି ରିପୋର୍ଟ ପାଇବା ପରେ ଅଥବା ଉପ- ନିୟମ (୧) ରେ ବର୍ଣ୍ଣିତ ପରିସ୍ଥିତିକୁ ଦୃଷ୍ଟି ରଖି ନିଜର ବିବେଚନାନୁସାରେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ହିସାବକୁ ନେବା ପରେ – ଓଡିଶା ସମବାୟ ସମିତି ଆଇନ,୧୯୬୨, ଓଡିଶା ସମବାଯ ସମିତି ନିୟମାବଳି ୧୯୬୫ ଏବଂ ତଦନୁଯାୟୀ ପ୍ରଣୀତ ଉପବିଧିର ବ୍ୟବସ୍ଥା ସମୂହ ଏବଂ ଏହି ନିୟମାବଳି ଏପରି ସମସ୍ତ ସାନି ଭୋଟ ଗ୍ରହଣକୁ ପ୍ରଯୁଜ୍ୟ ହେବ ଯେପରି ତାହା ମୂଳ ଭୋଟକୁ ପ୍ରଯୁଜ୍ୟ । ଭୋଟ କେନ୍ଦ୍ରର ଭୋଟକୁ ଅସିଦ୍ଧଘୋଷଣା କରିବେ ଏବଂ ସେହି ଭୋଟ କେନ୍ଦ୍ରରେ ସାନି ଭୋଟ ଗ୍ରହଣ ପାଇଁ ଦିନ ଏବଂ ସମୟ ଧାର୍ଯ୍ୟ କରିବେ ଏବେ ସେ ଉପଯୁକ୍ତ ବିବେଚନା କରି ଧାର୍ଯ୍ୟ ତାରିଖ ଏବଂ ସମୟକୁ ଅଧିସୂଚିତ କରିବେ, ଅଥବା। ଅବାଧ ନିର୍ବାଚନ ସମାପ୍ତ କରିବାକୁ ସେ ଉପଯୁକ୍ତ ବିବେଚନା କରି ନିର୍ବାଚନ ଅଧିକାରୀଙ୍କୁ ସେପରି କୌଣସି ନିର୍ଦ୍ଦେଶ ଦେବେ ଅଥବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଧାର – ଦ ଲ ହାଉସ