ଅଧିସୂଚନା ତା ୩.୯.୧୯୯୨ ରିଖ ଏସ.ଆର.ଓ ନଂ ୧୦୨୪/୯୨ – ଓଡିଶା ସମବାୟ ସମିତି ଆଇନର ଦଫା ୧୩୪ର ଉପ-ଦଫା (୧) ଦ୍ଵାରା ଆବଶ୍ୟକ ମତରେ ଯେହେତୁ ଓଡିଶା ସମବାୟ ସମିତିର (କମିଟି ନିର୍ବାଚନ ନିୟମାବଳୀ,୧୯୯୨ ର ଏକ ଚିଠା ଓଡିଶା ଗେଜେଟର ଏକଷ୍ଟ୍ରା ଅଡିନାରୀ ୨୯୪ରେ ତା ୩.୬.୧୯୯୨ ରିଖ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅଧିସୂଚନା ସଂଖ୍ୟା ୭୧୦/୯୨ରେ ତା ୨୮.୦୬.୧୯୯୨ ରିଖରେ ପ୍ରକାଶିତ ହୋଇଥିଲା । ଏହି ଅଧିସୂଚନା ପ୍ରକାଶନ ହେବା ତାରିଖରୁ ୩୦ ଦିନ ସମୟ ମଧ୍ୟରେ ତଦ୍ଵାରା ସମ୍ଭବତଃ ପ୍ରଭାବିତ ହୋଇଥିବା ବ୍ୟକ୍ତି ବିଶେଷଙ୍କଠାରୁ ଆପତ୍ତି ଅଭିଯୋଗମାନ ମଗା ଯାଇଥିଲା । ଏବଂ ଯେହେତୁ ଆପତ୍ତି ଅଭିଯୋଗମାନ ଉଲ୍ଲିଖିତ ତିରିଶ ଦିନ ସମୟ ମଧ୍ୟରେ ପ୍ରାପ୍ତବ୍ୟ ହୋଇ ରାଜ୍ୟ ସରକାରଙ୍କ ଦ୍ଵାରା ଯଥା ବିଧି ରୂପେ ବିଚାର ହୋଇଥିଲା । ତେଣୁ ରାଜ୍ୟ ସରକାର ସମବାୟ ସମିତି ଆଇନ ୧୯୬୨ ଦଫା ୧୩୪ ଦ୍ଵାରା (ତା ସହିତ ଦଫା ୨୮-କ ପଢାଯାଇ) ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଏତଦ୍ଵାରା ନିମ୍ନଲିଖିତ ନିୟମାବଳୀ ପ୍ରଣୟନ କଲେ, ଯଥା – ନିୟମ – ୧ ସଂକ୍ଷିପ୍ତ ନାମ ଏବଂ ପ୍ରାରମ୍ଭ ଏହି ନିୟମାବଳୀ, ଓଡିଶା ସମବାୟ ସମିତିର (କମିଟି ନିର୍ବାଚନ) ନିୟମାବଳୀ ୧୯୯୨ ନାମରେ କଥିତ ହେବ । ରାଜ୍ୟ ସରକାର ଅଧିସୂଚନା ଦ୍ଵାରା ଯେଉଁ ତାରିଖ ଧାର୍ଯ୍ୟ କରିବେ ସେହି ତାରିଖରୁ ଏହି ନିୟମାବଳୀ ବଳବତ୍ତର ହେବ ବା ପ୍ରଚଳିତ ହେବ । ନିୟମ - ୨ସଂଜ୍ଞା ପ୍ରସଙ୍ଗଗତ ଅସଙ୍ଗତି ନଥିଲେ ଏହି ନିୟମାବଳୀରେ - ଆଇନ ଅର୍ଥାତ ଓଡିଶା ସମବାୟ ସମିତି ଆଇନ,୧୯୬୨ “ମୁଖ୍ୟ ପରିଚାଳକ“ ଅର୍ଥାତ ସମବାୟ ସମିତି ଆଇନର ଦଫା ୮ର ଉପଦଫା (୩-ଖ) ଅନୁଯାଇ କମିଟି ଦ୍ଵାରା ନିଯୁକ୍ତ ପରିଚାଳନା ନିର୍ଦ୍ଦେଶକ (ମ୍ୟାନେଜିଂ ଡାଇରେକ୍ଟର,ଅଥବା ସମ୍ପାଦକ (ସେକ୍ରେଟାରୀ) ଅଥବା ମନୋନୀତ ଯେ କୌଣସି ଅଧିକାରୀ ଏଥିରେ ଅନ୍ତର୍ଭୁକ୍ତ। ସଂଶୋଧନ -୨୦୦୫ ଏକ “ ଶ୍ରେଣୀ “ ଅର୍ଥାତ ସମବାୟ ସମିତିର ସଭ୍ୟ ଅନ୍ତର୍ଗତ ଅନ୍ୟାନ୍ୟ ସମବାୟ ସମିତିର ପ୍ରତିନିଧି ଯେକି ଅନୁସୂଚିତ ଜାତି,ଅନୁସୂଚିତ ଉପଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ମହିଳା ଅନ୍ତର୍ଭୁକ୍ତ ହୋଇଥିବେ , ଏବଂ (ଏସ.ଆର.ଓ.ନଂ ୨୯୩/୨୦୫, ତା ୧୩.୦୭.୨୦୦୫) “ ନିର୍ବାଚନ ମଣ୍ଡଳୀ“ ଅର୍ଥାତ ନିୟମ ୬ର ଉପ- ନିୟମ (୧) ଅନୁଯାୟୀ ସଂଘଠିତ ଗୋଟିଏ ନିର୍ବାଚନ ମଣ୍ଡଳୀ ସହାୟକ ନିର୍ବାଚନ ଅଧିକାରୀ (ଆସିଷ୍ଟାଣ୍ଡ ଇଲେକସନ ଅଫିସର) ନିର୍ବାଚନ ଅଧିକାରୀ (ଇଲେକସନ ଅଧିକାରୀ) ରେ ଅନ୍ତର୍ଭୁକ୍ତ । ନିର୍ବାଚନ ଗଣ “Electoral college“ ଅର୍ଥ,ଦଫା ୨୮-“କ” ର ଉପଦଫା (୧) ର ଖଣ୍ଡ (୨-କ) ଅନୁଯାୟୀ ଗଠିତ ଏବଂ ନିୟମ ୪-“ କ” ରେ ବିହିତ ନିର୍ବାଚନ ଗଣ । “ଫର୍ମ “ ଅର୍ଥାତ ଏହି ନିୟମାବଳୀରେ ସଂଲଗ୍ନ ଫର୍ମ । “ସରକାରୀ କର୍ମଚାରି“ ଅର୍ଥାତ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧ରେ ଯେଉଁ ଅର୍ଥ ବର୍ଣ୍ଣିତ ବା ଉଲ୍ଲିଖିତ ସେହି ଅର୍ଥ । ସଂରକ୍ଷିତ ନିର୍ବାଚନ ମଣ୍ଡଳୀ“ କିମ୍ବା ଉଲ୍ଲିଖିତ ନିର୍ବାଚନ ମଣ୍ଡଳୀ“ ଅର୍ଥାତ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି [ଅନ୍ୟାନ୍ୟ ପଛୁଆ ଶ୍ରେଣୀ ମହିଳା] ଯଥାସ୍ଥିତି। ସଂଯୋଗ -୨୦୦୫ ଟୀକା - ସମୟେ ସମୟେ ସରକାରଙ୍କର ପ୍ରଦତ୍ତ ଆଦେଶ ଅନୁଯାୟୀ ସ୍ଥିର ହୋଇଥିବା “ ଅନ୍ୟାନ୍ୟ ପଛୁଆ ବର୍ଗ” ର ପରିପ୍ରକାଶ ସମାନ ଅର୍ଥ ବହନ କରିବ ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ହେବ । (ଏସ.ଆର.ଓ.ନଂ ୨୯୩/୨୦୫,ତା ୧୩.୦୭.୨୦୦୫ ରିଖ) ଦଫା ବା ଧାରା ଅର୍ଥାତ ଆଇନର ଦଫା ବା ଧାରା ଭୋଟଦାତା ଅର୍ଥାତ କିମ୍ବା ଶୀର୍ଷ ସମିତି ସ୍ଥଳେ, ଏହାର ନାମ ମାତ୍ର ସଦସ୍ୟ, ଏବଂ ନିର୍ବାଚକ ଗଣ ସଭ୍ୟଙ୍କ ବ୍ୟତୀତ ପ୍ରାଥମିକ ସମିତିର ସଦସ୍ୟ, ଯଥାସ୍ଥିତି ଯେଉଁ ମାନଙ୍କର ନାମ ସେମାନଙ୍କ,ପାରିସ୍ପରିକ ସମିତିର ଚୁଡାନ୍ତ ନିର୍ବାଚନ ନାମାବଳୀରେ ପ୍ରକାଶିତ ହୋଇଥାଏ । ଏହି ନିୟମାବଳୀରେ ବ୍ୟବହୃତ କିନ୍ତୁ ବିର୍ଣ୍ଣିତ ହୋଇ ନଥିବା ଶବଦାବଳୀ ଏବଂ ପଦ ସଂହତି ସେହି ଅର୍ଥ କରିବ ଯେଉଁ ଅର୍ଥ ଯଥାକ୍ରମାନୁଯାୟୀ ଓଡିଶା ସମବାୟ ସମିତି ଆଇନ ୧୯୬୨ ଏବଂ ଓଡିଶା ସମବାୟ ସମିତିର ନିୟମାବଳୀ, ୧୯୬୫ ରେ ପ୍ରଦତ୍ତ । ନିୟମ – ୩ କମିଟିର ସଭାପତି ଏବଂ ସଭ୍ୟମାନଙ୍କ ନିର୍ବାଚନ ଏଥିପରେ ଉଲ୍ଲିଖିତ ପଦ୍ଧତି ଅନୁଯାୟୀ ଗୋଟିଏ ସମିତିର ସଭାପତି (ପ୍ରେସିଡେଣ୍ଟ) ଉପ-ସଭାପତି ଏବଂ ସଭ୍ୟମାନଙ୍କ ନିର୍ବାଚନ । (୧- କ) ରାଜ୍ୟ ସରକାର, ଓଡିଶା ଗେଜେଟର ପ୍ରକାଶିତ ଏକ କିମ୍ବା ଅଧିକ ବିଜ୍ଞପ୍ତି ଦ୍ଵାରା ତାରିଖ ଯାହାକି ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ସିଫାରିଣ ହେବା ପ୍ରକାରେ ଆଇନର ବ୍ୟବସ୍ଥାବଳୀ ଏବଂ ତଦଧୀନରେ ପ୍ରସ୍ତୁତ ନିୟମାବଳୀ ଅନୁସାରେ ସମିତିରେ କମିଟିଗୁଡିକର ସଭ୍ୟ ନିର୍ବାଚନ କରିବାକୁ, ସମବାୟ ସମିତିଗୁଡିକ ନିର୍ଦ୍ଦେଶ ଦେଇପାରନ୍ତି। ଦଫା ୨୮ର ଉପଦଫା (୨) ଅନୁଯାୟୀ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ନିଯୁକ୍ତି ଓଡିଶା ଗେଜେଟରେ ପ୍ରକାଶିତ ହେବ ଏବଂ ନିମ୍ନଲିଖିତମାନଙ୍କ ନିକଟକୁ ପଠାଯିବ । ଯଥା- ସମ୍ପୃକ୍ତ ନିର୍ବାଚନ ଅଧିକାରୀ ସମ୍ପୃକ୍ତ ସମିତି ସମୂହ ଦଫା ୩ ଅନୁଯାୟୀ ନିଯୁକ୍ତ ସମ୍ପୃକ୍ତ ବ୍ୟକ୍ତି, ଯାହାର ସ୍ଥାନୀୟ ସୀମା ମଧ୍ୟରେ ସମିତିର ମୁଖ୍ୟଦପ୍ତର ଅବସ୍ଥିତ । ଦଫା ୨୮ର ଉପଦଫା (୩) ଦ୍ଵାରା ଆବଶ୍ୟକ ପ୍ରକାରେ ସମିତିର ମୁଖ୍ୟ ପରିଚାଳକ (ଚିପ ଏକଜିକ୍ୟୁଟିଭି ) ପ୍ରାପ୍ତି ସ୍ଵୀକାର ଅନୁଯାୟୀ ରେଜିଷ୍ଟ୍ରି ଡାକ ଦ୍ଵାରା ଅଥବା ଉପଯୁକ୍ତ ପ୍ରାପ୍ତି ସ୍ଵୀକାର ଅନୁଯାୟୀ ବ୍ୟକ୍ତିଗତ ଭାବେ ସମିତିର ନିର୍ବାଚନ ଅଧିକାରୀଙ୍କୁ ସୂଚନା ପଠାଇବେ । ପ୍ରକରଣ (କ) ରେ ଉଲ୍ଲିଖିତ ସୂଚନା ସହ ଯେଉଁ କ୍ଷେତ୍ରରେ ସମିତିର ସଭ୍ୟପଦ କମିଟି ଦ୍ଵାରା ନିର୍ବାଚନ ମଣ୍ଡଳୀରେ ସଂଘଠିତ ହୋଇଛି ସେ କ୍ଷେତ୍ରରେ ସେପରି ସମସ୍ତ ନିର୍ବାଚନମଣ୍ଡଳୀରେ ସଂଗଠିତ ହୋଇଛି ସେ କ୍ଷେତ୍ରରେ ସେପରି ସମସ୍ତ ନିର୍ବାଚନମଣ୍ଡଳୀ ଗୁଡିକର ପୂର୍ଣ୍ଣାଙ୍ଗ ବିବରଣୀ ସହିତ କମିଟିର ପ୍ରସ୍ତାବ ଦ୍ଵାରା ଅନୁମୋଦିତ ହୋଇଥିବା ଦପ୍ତର ସମ୍ପର୍କୀୟ ପୂର୍ଣ୍ଣାଙ୍ଗ ବିବରଣୀ ସହିତ କମିଟିର ପ୍ରସ୍ତାବ ଦ୍ଵାରା ଅନୁମୋଦିତ ହୋଇଥିବା ଦପ୍ତର ସମ୍ପର୍କୀୟ ପୂର୍ଣ୍ଣାଙ୍ଗ ବିବରଣୀ ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ଦାଖଲ କରିବେ ଏବଂ ଯେଉଁ କ୍ଷେତ୍ରରେ ସେପରି କୌଣସି ନିର୍ବାଚନ ମଣ୍ଡଳୀ ସଂଘଠିତ ନଥିବ ସେ କ୍ଷେତ୍ରରେ ପରିଚାଳକ (ଚିଫ ଏକଜିକ୍ୟୁଟିଭ), ନିୟମ 6ର ଉପ- ନିୟମ (3) ଅନୁଯାୟୀ ସେପରି ନିର୍ବାଚନମଣ୍ଡଳୀଗୁଡିକର ସଂଘଠନ ନିମନ୍ତେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ନିକଟକୁ ହୁକୁମ- ଦଖଲ ରିକ୍ୟୁଜିସନ ପଠାଇବେ । ସଂଶୋଧନ -୨୦୦୫ କଥିତ ନିୟମାବଳୀରେ, ନିୟମ ୩ରେ ଉପ- ନିୟମ (୩) ର ପ୍ରକରଣ (ଖ) ଶେଷରେ “ଶବ୍ଦାବଳୀ“ ପୂର୍ବ ନିର୍ବାଚନରେ ସମିତିର ସଭ୍ୟମାନଙ୍କର ବିଭିନ୍ନ ଶ୍ରେଣୀ ପାଇଁ ଗଠିତ ନିର୍ବାଚନ ମଣ୍ଡଳୀର ଆରକ୍ଷଣ ସବିଶେଷ ବିବରଣୀ ସହ ଏବଂ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସୂଚନା“ ସଂଲଗ୍ନ ହେବ। (ଏସ.ଆର.ଓ. ନଂ ୨୯୩/-୨୦୫, ତା ୧୩.୦୭.୨୦୦୫ ରିଖ) ନିୟମ – ୪ ନିର୍ବାଚନ ତାରିଖ ଏବଂ ଭୋଟ ଗ୍ରହଣ କେନ୍ଦ୍ର ସ୍ଥିର କରିବା ସମିତିର ନିର୍ବାଚନ ଅଧିକାରୀ(ଇଲେକସନ ଅଫିସର) କମିଟିର ସଭାପତି (ପ୍ରେସିଡେଣ୍ଟ) ଏବଂ ସଭ୍ୟମାନଙ୍କର ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ ଏବଂ ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ (ଯଦି ଥାଆନ୍ତି)ଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ନିର୍ବାଚନ ସମ୍ପର୍କରେ ସମିତି କାର୍ଯ୍ୟ କରୁଥିବା ଅଞ୍ଚଳ ମଧ୍ୟରେ ବିସ୍ତୁତ ଭାବେ ପ୍ରସାରିତ ଦୈନିକ ନୋଟିସ ବୋର୍ଡରେ ହେଉ- ଗ୍ରାମାପଞ୍ଚାୟତ- ଦପ୍ତର , ପଞ୍ଚାୟତ ସମିତି ଦପ୍ତର, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ସମବାୟ ସମିତିର ସମୂହର ଉପନିବନ୍ଧକ, ସମବାୟ ସମତି ସମୂହର ସହକାରୀ ନିବନ୍ଧଙ୍କ ଦପ୍ତର ନୋଟିସ ବୋର୍ଡରେ ହେଉ ଅଥବା କଥିତ ଅଞ୍ଚଳରେ ଡେଙ୍ଗୁରା ପିଟି ହେଉ ଅଥବା ଉପଯୁକ୍ତ ବିବେଚନା ସହ ଅନ୍ୟ କୌଣସି ପଦ୍ଧତି ବା ପ୍ରକାରେ ହେଉ ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ତାରିଖର ଅନ୍ତତଃ ପକ୍ଷେ ଦୁଇମାସ ପୂର୍ବରୁ ନିର୍ବାଚନ ବିଷୟ ପ୍ରକାଶ କରିବେ । ପ୍ରକାଶଥାଉକି, ଯେଉଁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ସେପରି କୌଣସି ସମିତି ଅଥବା ସମିତି ସମୂହର କମିଟିର ନିର୍ବାଚନ ଯେ କୌଣସି ବିଶେଷ ବା ସ୍ଵତନ୍ତ୍ର ତାରିଖରେ ଅନୁଷ୍ଠିତ କରାଇବାକୁ ସେପରି ସମିତି ଅଥବା ସମିତି ସମୂହକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ସେ କ୍ଷେତ୍ରରେ ନିର୍ବାଚନ ଅଧିକାରୀ । ତଦନୁଯାୟୀ ସେହି ସବୁ ସମିତି ସମୂହର କମିଟିର ନିର୍ବାଚନ ନିମନ୍ତେ ସେହି ତାରିଖ ଧାର୍ଯ୍ୟ କରିବେ । ନିର୍ବାଚନ ଅଧିକାରୀ ଯେଉଁଠାରେ ଉପଯୁକ୍ତ ବିବେଚନା କରିବେ ସେଠାରେ ଆବଶ୍ୟକୀୟ ଅନୁସନ୍ଧାନ କରିସାରିବା ପରେ ଏକ ହଜାର ଭୋଟରଙ୍କ ପାଇଁ ଅନ୍ତତଃପକ୍ଷେ ଗୋଟିଏ ଭୋଟ କେନ୍ଦ୍ର ବଣ୍ଟନର ସାଧାରଣ ନୀତି କୁ ଦ୍ରୁଷ୍ଟିରେ ରଖୀ କେନ୍ଦ୍ରର ସଂଖ୍ୟା ଏବଂ ଅବସ୍ଥିତିକୁ ଚୁଡାନ୍ତ କରିବେ । ନିୟମ ୪ – କ - ଆଇନର ଦଫା ୨୮ – “ କ” ର ଉପଦଫା (୧) ର ଖଣ୍ଡ (୨- କ) ର ଉଦ୍ଦେଶ୍ୟ ପାଇଁ ଏକ କେନ୍ଦ୍ର କିମ୍ବା ଶୀର୍ଷ ସମିତିର ସଭ୍ୟମାନଙ୍କ ନିର୍ବାଚିତ କରିବାକୁ ନିର୍ବାଚିତ ଗଣ, କେନ୍ଦ୍ରୀୟ ସମିତିର ସଭାପତି, ଉପସଭାପତିଙ୍କୁ ଅନ୍ତର୍ଭୁକ୍ତ କରି କମିଟିର ନିର୍ବାଚିତ ସଭ୍ୟମାନଙ୍କୁ ନେଇ ଗଠିତ ହେବ କିମ୍ବା ଯଥାସ୍ଥିତି ଶୀର୍ଷ ସମିତି, ସ୍ଥାନୀୟ ନିକାୟର ମୁଖ୍ୟ, ନିଗମ ନିକାୟଙ୍କୁ ନେଇ ଗଠିତ ଦେବ, ସମିତିଗୁଡିକ ଛଡା ଯେଉଁମାନେ ନିୟମାବଳୀ ୪ ର ଉପ ନିୟମ (୧) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶନର ଚାରିଖ ସୁଦ୍ଧା ଏହାର ସଭ୍ୟ ଥିବେ । ଏହି ସର୍ତ୍ତରେ ଯେ, ଜଣେ ବ୍ୟକ୍ତି ଏକରୁ ଅଧିକ ଅନୁଷ୍ଠାନ , କିମ୍ବା ସମିତି କିମ୍ବା ନିଗମ ନିକାୟର ନିର୍ବାଚନ ଗଣର ସଭ୍ୟ ଭାବେ ପ୍ରତିନିଧିତ୍ଵ କରିବାକୁ ଯୋଗ୍ୟ ହେବେ ନାହିଁ , ଯଦି ତାଙ୍କ ନାମ ଏକରୁ ଅଧିକ ନିର୍ବାଚନ ଗଣର ଅସ୍ଥାୟୀ ଭୋଟର ତାଲିକାରେ ପ୍ରକାଶ ହୋଇଥାଏ ,ସେପରି ବ୍ୟକ୍ତି, ଅସ୍ଥାୟୀ ହୋଇ ତାଲିକାକୁ ଆପତ୍ତି ଦଖଲ ପାଇଁ ଧାର୍ଯ୍ୟ ତାରିଖ ମଧ୍ୟର , ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଙ୍କର ଲିଖିତ ଇଚ୍ଛାଧିକାର ବ୍ୟକ୍ତି କରିବେ ଯେ କେଉଁ ଗୋଟିକୁ ସେ ପ୍ରତିନିଧିତ୍ଵ କରିବେ, ଯେଉଁଠିରେ ଅସଫଳ ହେଲେ, ଏହା ନିର୍ବାଚନ ଅଧିକାରୀଙ୍କ ପାଇଁ ଆଇନ ସମ୍ମତ ହେବ ନିର୍ଣ୍ଣୟ ନେବାକୁ ଯେ କେଉଁଠାରୁ ସେ ପ୍ରତିନିଧିତ୍ଵ କରିବେ । ନିୟମ – ୫ - ନିର୍ବାଚନର ବିଭିନ୍ନ ସ୍ତର ନିମନ୍ତେ ନୋଟିସ ସମବାୟ ସମିତି ଆଇଆନର ଦଫା ୨୮-କ- କ ଉପଦଫା (୪)ରେ ପ୍ରକରଣ (ଖ) ର ଉଲ୍ଲିଖିତ ନୋଟିସ ଫର୍ମରେ ନିର୍ବାଚନମଣ୍ଡଳୀର ଯେଉଁ ଦପ୍ତରଗୁଡିକର ନିର୍ବାଚନ ହେବ ସେହିଗୁଡିକର ପୂର୍ଣ୍ଣାଙ୍ଗ ବିବରଣୀ, କେଉଁ ତାରିଖ, ସ୍ଥାନ ଓ ସମୟ ମଧ୍ୟରେ - ଅସ୍ଥାୟୀ ଭୋଟର ତାଲିକା ପ୍ରକାଶିତ ହେବ । ଅସ୍ଥାୟୀ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା , ପ୍ରକାଶିତ ହୋଇନଥିବା ଭୁଲ କ୍ରମେ ପ୍ରକାଶିତ ହୋଇଥିବା, ପ୍ରକାଶିତ ହୋଇଥିବା ସମ୍ପୃକ୍ତ ଅଭିଯୋଗର ଯେକୌଣସି ବିଷୟ ବସ୍ତୁର ଦାଖଲ କରାଯିବ,ଶୁଣାଣୀ ଏବଂ ବିଚାର ହେବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ମନୋନୟନ ପତ୍ର ଦାଖଲ କରାଯିବ। ଯାଞ୍ଚ ପାଇଁ ମନୋନୟନ ପତ୍ର ଖୋଲା ରହିବ, ଅଭିଯୋଗ ଦାଖଲ କରାଯିବ ଏବଂ ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ ହେବ, ଅଭିଯୋଗର ଯାଞ୍ଚ କରାଯିବ, ଶୁଣାଣୀ ଏବଂ ବିଚାର ହେବ । ବୈଧ ମନୋନୟନ ର ତାଲିକା ପ୍ରକାଶିତ ହେବ । ମନୋନୟନ ପ୍ରତ୍ୟାହାରକାରଣ ପ୍ରସ୍ତୁତ କରାଯିବ । ପ୍ରତିଯୋଗୀତା କରୁଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହେବ । ଆବଶ୍ୟକ ହେଲେ ନିର୍ବାଚନ କରାଯିବ । ଭୋଟ ଗଣନା ଏବଂ ନିର୍ବାଚନ ଫଳାଫଳର ଘୋଷଣା କରାଯିବ । ନୋଟିସ ଫର୍ମ ପାଇବା ପରେ ନିର୍ବାଚନ ଅଧିକାରୀ ତାହା ପ୍ରକାଶ କରିବେ ଏବଂ ସମିତି କାର୍ଯ୍ୟ କରୁଥିବା ଅଞ୍ଚଳରେ ବିସ୍ତୁତ ଭାବେ ପ୍ରସାରିତ ଦୈନିକ ସମ୍ବାଦ ପତ୍ରରେ ପ୍ରକାଶ କରି ଅଥବା ସମିତି କାର୍ଯ୍ୟ କରୁଥିବା ଅଞ୍ଚଳର ସମିତି ତାହର ଶାଖା ସମୂହର (ଯଦିଥାଏ) ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ତହସିଲଦାର, ଉପ- ଜିଲ୍ଲାପାଳ, ସମବାୟ ସମିତି ସମୂହର , ଉପ-ନିବନ୍ଧକ, ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ ଦପ୍ତରର ନୋଟିସ ବୋର୍ଡରେ ପ୍ରକାଶ କରି ଅଥବା ଉପରୋକ୍ତ ଅଞ୍ଚଳଗୁଡିକର ଡେଙ୍ଗୁରା ପିଟି, ନିର୍ବାଚନ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ତାରିଖର ଅନ୍ତତଃ ପକ୍ଷେ ୩୦ଦିନ ପୂର୍ବରୁ ଏକମାତ୍ର ସଭ୍ୟଙ୍କ ବ୍ୟତୀତ ସଭ୍ୟମାନଙ୍କ ଉପରେ ତାହା ଜାରି କରିବେ । ନିୟମ – ୬ ଭୋଟର ତାଲିକା ବା ନିର୍ବାଚନ ନିୟମାବଳୀ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ନିମନ୍ତେ ସମିତିର ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ନିମ୍ନଲିଖିତ ବିଷୟବସ୍ତୁକୁ ଅନ୍ତର୍ବିଷ୍ଟ କରି ଅସ୍ଥାୟୀ ଭୋଟର ତାଲିକା ପ୍ରସ୍ତୁତ କରିବେ, ଯଥା- ବ୍ୟକ୍ତିଗତ ସଭ୍ୟ କ୍ଷେତ୍ରରେ ଆଇନର ଦଫା ୨୮- କର ଉପ-ଦଫା (୪) ର ପ୍ରକରଣ (କ) ଅନୁଯାୟୀ ନିର୍ବାଚନ ତାରିଖ ପ୍ରକାଶନ ତାରିଖରେ ସଭ୍ୟ ଥିବା ଏବଂ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କର ନାମ ସହିତ ସଭ୍ୟ ପଦ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇଥିବା ସେମାନଙ୍କର ଠିକଣାମାନ, ତାସହିତ ସେମାନଙ୍କର ପିତା/ସ୍ଵାମୀଙ୍କ ନାମ, ସ୍ତ୍ରୀ କିମ୍ବା ପୁରୁଷ ଏବଂ ସେମାନେ ତଫସିଲଭୁକ୍ତ ଜାତି/ସ୍ଵାମୀଙ୍କ ନାମ ସ୍ତ୍ରୀ କିମ୍ବା ପୁରୁଷ ଏବଂ ସେମାନେ ତଫସିଲଭୁକ୍ତ ଜାତି/ତଫସିଲଭୁକ୍ତ ଉପଜାତି ଅଥବା କ୍ଷୁଦ୍ର ଚାଷୀ ଭୂମିହୀନ କୃଷକ ଏହି ସଂଦର୍କୀୟ ଅନ୍ୟାନ୍ୟ ବିଷୟବସ୍ତୁ ଏବଂ । ସ୍ଥାନୀୟ କର୍ତ୍ତୁପକ୍ଷ, ସମିତିସମୂହ, ଅନ୍ୟାନ୍ୟ ନିଗମ ନିକାୟ ଅଥବା ରାଜ୍ୟ ଅଥବା କେନ୍ଦ୍ର ସରକାର ଭଳି- ଅ- ବ୍ୟକ୍ତିଗତ ସଭ୍ୟମାନଙ୍କ କ୍ଷେତ୍ରରେ ଆଇନର ଦଫା ୨୧ ଅନୁଯାୟୀ ବ୍ୟବସ୍ଥିତ ପ୍ରକାରେ ସେପରି ସଭ୍ୟଙ୍କ ତରଫରୁ ଯଥା କ୍ରମାନୁସାରେ ଭୋଟ ପ୍ରୟୋଗ କରୁଥିବା ବ୍ୟକ୍ତିମାନଙ୍କର ନାମ ଏବଂ ଠିକଣା ସହିତ ଚିହ୍ନଟ କରିବାକୁ ସୁବିଧା ପାଇଁ ନାମ, ରେଜିଷ୍ଟ୍ରେସନ ନମ୍ବର ଏବଂ ଅନ୍ୟାନ୍ୟ ବିଷୟବସ୍ତୁ । ଯେଉଁ ବ୍ୟକ୍ତିମାନେ ଅ- ବ୍ୟକ୍ତିଗତ ସଭ୍ୟମାନଙ୍କ ତରଫରୁ ଭୋଟ ପ୍ରୟୋଗ କରୁଥିବେ ସେହି ବ୍ୟକ୍ତିମାନଙ୍କର ନାମ ଏବଂ ଠିକଣା ସହିତ ଯେଉଁ କର୍ତ୍ତୃପକ୍ଷ ଏହା କରିଥିବେ ସେହି କର୍ତ୍ତୃପକ୍ଷଙ୍କ ନାମ ଓ ଠିକଣାମାନ, ସମିତିର ଅ - ବ୍ୟକ୍ତିଗତ ସଭ୍ୟମାନେ ନିର୍ବାଚନ ତାରିଖ ଧାର୍ଯ୍ୟ ହେବାର ୫୦ ଦିନ ପୂର୍ବରୁ ସମିତିର ମୁଖ୍ୟ ପରିଚାଳକଙ୍କୁ ଜଣାଇବେ । ଗୋଟିଏ ସମିତିର ସଭ୍ୟପଦ ହୁଏତ, ଓଡିଶା ସମବାୟ ସମିତି ନିୟମାବଳୀ,୧୯୬୫ ଏବଂ ଉପବିଧି (ଯଦିଥାଏ ର ବ୍ୟବସ୍ଥା ସମ୍ପର୍କରେ ଦୃଷ୍ଟି ରଖି କମିଟି ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ପ୍ରାନ୍ତୀୟ ବା ପ୍ରାଦେଶିକ ଶ୍ରେଣୀ ଅଥବା ଅନ୍ୟାନ୍ୟ ଜାତୀୟସ୍ତରକୁ ଭିତ୍ତିକରି ଗୋଟିଏ ସମିତିର ସଭ୍ୟପଦ ହୁଏତ ପୃଥକ ପୃଥକ ନିର୍ବାଚନ ମଣ୍ଡଳୀରେ ସଂଗଠିତ ହୋଇପାରେ ଏବଂ ସେ ଯାହା ହେଉନା କାହିଁକି ଏ ସମ୍ପର୍କରେ ଯେଉଁଠାରେ ମହିଳା, ତହସିଲଭୁକ୍ତ ଜାତି, ତହସିଲଭୁକ୍ତ ଉପଜାତି, କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ କୃଷକ ଅଥବା ଅନ୍ୟାନ୍ୟ ଶ୍ରେଣୀର ନିର୍ଦ୍ଧିଷ୍ଟ ସଂଖ୍ୟକ ପ୍ରତିନିଧି ନିର୍ବାଚିତ ହେବାକୁଥିବା ସେଠାରେ ସେପରି ପ୍ରତ୍ୟେକ ଶ୍ରେଣୀ ନିମନ୍ତେ ପୃଥକ ପୃଥକ ନିର୍ବାଚନ ମଣ୍ଡଳୀ ରହିବ । ପ୍ରକାଶଥାଉ କି, ଯେଉଁଠାରେ ଉପରୋକ୍ତ ପଦ୍ଧତିରେ କମିଟି ସମିତିର ସଭ୍ୟପଦ ନିର୍ବାଚନ ମଣ୍ଡଳୀର ସଂଘଠିତ ନ କରିଛନ୍ତି ସେଠାରେ ଏ ସମ୍ପର୍କରେ ସମିତିର ନିର୍ବାଚନ ଅଧିକାରୀ ( ଇଲେକସନ ଅଫିସର) ଓଡିଶା ସମବାୟ ସମିତି ଆଇନ, ୧୯୬୨ ଓଡିଶା ସମିତି ୧୯୬୫ ଏବଂ ଉପ-ବିଧିର ବ୍ୟବସ୍ଥାନୁଯାୟୀ ନିର୍ବାଚନା ମଣ୍ଡଳୀଗୁଡିକ ସଂଗଠନ କରିବେ । (୩-କ) ଯେଉଁଠାରେ ଉପନିଯମାବଳୀ (୩) ରେ ବ୍ୟବସ୍ଥା ହେବା ପ୍ରକାରେ କମିଟି ସମିତିର ସଭ୍ୟପଦ, ନିର୍ବାଚନ ମଣ୍ଡଳୀରେ ସଂଗଠିତ ନ କରିଛନ୍ତି, ତେବେ ଆଇନର ବ୍ୟବସ୍ଥାବଳୀ ଏବଂ ତଦଧିନରେ ପ୍ରସ୍ତୁତ ନିୟମାବଳୀ ଅନୁସାରେ ନିର୍ବାଚନ ମଣ୍ଡଳୀଗୁଡିକୁ ସଂଗଠିତ କରିବାକୁ ପ୍ରାଥମିକ, କେନ୍ଦ୍ରୀୟ କିମ୍ବା ଶୀର୍ଷ କମିଟିର ନିର୍ବାଚନ ଅଧିକାରୀଙ୍କୁ ଏହା ଆଇନ ସମ୍ମତ ହେବ । ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ ହେବାର ଅନ୍ତତଃପକ୍ଷେ ୪୦ ଦିନ ପୂର୍ବରୁ ମୁଖ୍ୟ ପରିଚାଳକ (ଚିଫ ଏଜକ୍ୟୁଟିଭ), ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କୁ ପ୍ରମାଣୀକୃତ ଅସ୍ଥାୟୀ ବା ସାମୟିକ ଭୋଟ ତାଲିକାର ନକଲ ଦେବେ ଏବଂ ନିର୍ବାଚନ ଅଧିକାରୀ ଇଲେକସନ ଅଫିସର ଏବଂ ଏଥି ନିମନ୍ତେ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ତାହାକୁ ନିର୍ବାଚନ ତାରିଖର ୩୦ ଦିନ ପୂର୍ବରୁ ସମିତିର ମୁଖ୍ୟ ଦପ୍ତର ଏବଂ ତାହାର ସଖା ଦପ୍ତରଗୁଡିକର ନୋଟିସ ବୋର୍ଡରେ ପ୍ରକାଶ କରିବେ । ଉପ- ନିୟମ (୪) ଅନୁଯାୟୀ ପ୍ରକାଶିତ ହୋଇଥିବା ସାମୟିକ ବା ଅସ୍ଥାୟୀ ଭୋଟର ତାଲିକା ବିରୁଦ୍ଧରେ ଯଦି କୌଣସି ଆପତ୍ତି ଅଭିଯୋଗ ହୁଏ ତେବେ ସେପରି ଅଭିଯୋଗର ପୂର୍ଣ୍ଣ ବିବରଣୀ ଏବଂ ଅଭିଯୋଗକାରୀଙ୍କ ପୂର୍ଣ୍ଣ ବିବରଣୀ ଦର୍ଶାଇ କଥିତ ଭୋଟର ତାଲିକା ପ୍ରକାଶନ ହେବାର ୩୦ ଦିନ ମଧ୍ୟରେ ଲିଖିତାକାରରେ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ଦାଖଲ କରାଯିବ ଏବଂ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେପରି ଅଭିଯୋଗ ସମ୍ପର୍କରେ ଆବଶ୍ୟକମତେ ଅନୁସନ୍ଧାନ କରିସାରିବା ପରେ ଅଭିଯୋଗର ଶୁଣାଣୀ କରି ନିଷ୍ପତ୍ତି କରିବେ । ସମସ୍ତ ଦାବି ଏବଂ ଆପତ୍ତି ଅଭିଯୋଗର ନିଷ୍ପତ୍ତି କରିସାରିବା ପରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଭୋଟରା ତାଲିକା ସଂଶୋଧନ କରିବା ଏବଂ ଅଭିଯୋଗ ପାଇବାର ଶେଷ ତାରିଖରୁ ୩ ଦିନ ସମୟ ମଧ୍ୟରେ ଉକ୍ତ ଭୋଟର ତାଲିକା ଚୁଡାନ୍ତ କରିବେ । ଉପ- ନିୟମ (୫) ଅନୁଯାଇ ଭୋଟର ତାଲିକା ଚୁଡାନ୍ତ ହେବାର ଠିକ ୨ ଦିନ ପରେ ନିର୍ବାଚନ ଫିସ ପଇଠ କାଲେ ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ଯେକୌଣସି ସଭ୍ୟଙ୍କୁ ଚୁଡାନ୍ତ ଭୋଟର ତାଲିକା ଯୋଗାଇଦେବେ । ସଂଶୋଧନ - ୨୦୦୫ କଥିତ ନିୟମାବଳୀରେ , ନିୟମ ୬ରେ- ଉପ-ନିୟମ (୧) ର ପ୍ରକରଣ (ଖ) ରେ “ନାମ ସହିତ “ଶବ୍ଦାବଳୀ ପରେ ଓ “ଏବଂ ଠିକଣା“ ଶବ୍ଦାବଳୀ ପୂର୍ବରୁ “ଶବ୍ଦାବଳୀ “କମା“ ଲିଙ୍ଗ” “ବର୍ଗ” ଯାହାକୁ ପୁଅ କିମ୍ବା ଝିଅ ଅନ୍ତର୍ଗତ“ ତାହା ସନ୍ନିବିଷ୍ଟ ହେବ; ଉପ- ନିୟମ (୩) ପାଇଁ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ, ଯଥା – “(୩) କମିଟି ଦ୍ଵାରା ସ୍ଥିର ହୋଇଥିବା ଆଞ୍ଚଳିକ କିମ୍ବା ସାଂଖିକ ସଭ୍ୟପଦ ଭିତ୍ତି ରୂପେ ନିର୍ବାଚନ ମଣ୍ଡଳୀ ଅନୁଯାଇ ସମିତିର ସଭ୍ୟପିଡ଼ି ସୁବ୍ୟବସ୍ଥିତ ହେବ ଏବଂ ଏହାପରେ ପ୍ରଦତ୍ତ ରୀତିରେ ସଜ୍ଜିତ ହେବ । ତେଣୁ ଯେଉଁ କ୍ଷେତ୍ରରେ ସଭ୍ୟପଦ ଭିତ୍ତିରେ ନିର୍ବାଚନ ମଣ୍ଡଳୀ ସୁବ୍ୟବସ୍ଥିତ କରିବା ଆବଶ୍ୟକ ଅଟେ ସେ କ୍ଷେତ୍ରରେ ନିର୍ବାଚନ ମଣ୍ଡଳୀ ସମବାୟ ସମିତି ସଭ୍ୟପଦ ରେଜିଷ୍ଟରରେ ସଭ୍ୟମାନଙ୍କର ସଂଖ୍ୟା କ୍ରମାନୁଶାରେ ସମୟାନୁକ୍ରମିକ ସୁବ୍ୟବସ୍ଥିତ ହେବ ଏବଂ ଯେଉଁ କ୍ଷେତ୍ରରେ ଆଳିକ ଭିତ୍ତିରେ ନିର୍ବାଚନ ମଣ୍ଡଳୀ ସୁବ୍ୟବସ୍ଥିତ କରିବା ଆବଶ୍ୟକ ଅଟେ ସେ କ୍ଷେତ୍ରରେ ଭୌଗୋଳିକ ଭାବେ ସନ୍ନିହିତ ଅଞ୍ଚଳ ଦ୍ଵାରା ନିର୍ବାଚନ ମଣ୍ଡଳୀ କ୍ରମାନୁଶାରେ ଗଣନା ହେବ । ଉଲ୍ଲେଖଥାଉ କି, ଯେଉଁ କ୍ଷେତ୍ରରେ ସମିତିର ସଭ୍ୟପଦ ନିର୍ବାଚନ ମଣ୍ଡଳୀକୁ କମିଟି ସୁବ୍ୟବସ୍ଥିତ କରି ନଥିବ ସେ କ୍ଷେତ୍ରରେ ଓଡିଶା ସମବାୟ ସମିତି ନିୟମାବଳୀ, ୧୯୬୫ ଏବଂ ଆଇନ ବ୍ୟବସ୍ଥାନୁଶାରେ ସମିତିର ନିର୍ବାଚନ ଅଧିକାରୀ ନିର୍ବାଚନ ମଣ୍ଡଳୀକୁ ସୁବ୍ୟବସ୍ଥିତ କରିବାକୁ ଆଇନ ସମ୍ମତ ହେବେ । "ଆଦିବାସୀ ସ୍ଥଳେ ବହୁମୂଖୀ ସମବାୟ ସମିତି" ସ୍ପଷ୍ଟୀକରଣ - “ଅସଂରକ୍ଷିତ “ଶବ୍ଦର ଅର୍ଥ ନିର୍ବାଚନ ମଣ୍ଡଳୀ ଯାହା କି ସମବାୟ ସମିତି ଅନୁସୂଚିତ ଜାତି,ଅନୁସୂଚିତ ଉପକାର, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ମହିଳା ସଭ୍ୟଙ୍କ ପାଇଁ ସଂରକ୍ଷିତ ନୁହେଁ । ଉପ-ନିୟମ (୩) ରେ ନିମ୍ନଲିଖିତ ଉପନିୟମ ସଂଲଗ୍ନ ହେବ , ଯଥା- “(୩-କ) ପ୍ରଥମତଃ ଉପ- ନିୟମ ୩ରେ ଉଲ୍ଲିଖିତ ରୀତିରେ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥିତ ହେବ ଏବଂ ତାପରେ ପ୍ରତ୍ୟେକ ପରବର୍ତ୍ତୀ ନିର୍ବାଚନରେ ନିମ୍ନାଭିମୁଖୀ କ୍ରମରେ ଆବର୍ତ୍ତନ ହେବ । “(ଏସ.ଆର.ଓ.ନଂ ୨୯୩ /୨୦୫ ତା ୧୩.୦୭.୨୦୦୫ ରିଖ) ନିୟମ – ୭ ପ୍ରାର୍ଥୀମାନଙ୍କର ମନୋନୟନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖରୁ ୩ ଦିନ ସମୟ ମଧ୍ୟରେ ଉପନିୟମ (୪)କୁ (୧) ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖରୁ ୩ ଦିନ ସମୟ ମଧ୍ୟରେ ଉପନିୟମ (୪)କୁ ଭିତ୍ତିକରି ମନୋନୟନପତ୍ର, ଫର୍ମ-୧ ରେ ପ୍ରାର୍ଥୀଙ୍କ ଦ୍ଵାରା ଅଥବା ପ୍ରସ୍ତାବକଙ୍କ ଜରିଆରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ଫିସ ଦାଖଲ କରି ମୁଖ୍ୟ ପରିଚାଳକ (ଚିଫ ଏକଜିକ୍ୟୁଟିଭ) ଙ୍କୁ ଆବେଦନ କଲେ ଫର୍ମ ଯୋଗାଇ ଦିଆଯିବ । ପ୍ରାର୍ଥୀମାନଙ୍କୁ ଯେଉଁ ଚିହ୍ନ ଦିଆଯିବ ସେହି ଚିହ୍ନ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ନିର୍ଦ୍ଧାରଣ କରିବେ , କିନ୍ତୁ ରାଜନୈତିକ ଦଳ ସହ ସମ୍ପୃକ୍ତ ବା ସଂଯୁକ୍ତ କୌଣସି ଚିହ୍ନ ସେ ଦେଇପାରିବେ ନାହିଁ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଫିସ ଏବଂ ସିକ୍ୟୁରୀଟି ଡିପୋଜିଟ (ଯଦିଥାଏ) ସହ ପ୍ରତ୍ୟେକ ମନୋନୟନ ପତ୍ର ଯଥାବିଧି ରୂପେ ପୂରଣ କରାଯାଇ ଏବଂ ପ୍ରାର୍ଥୀ, ତାଙ୍କର ସମର୍ଥକ ଓ ପ୍ରସ୍ତାବଙ୍କ ଦ୍ଵାରା ଦସ୍ତଖତ ହୋଇ ଦାଖଲ କରାଯିବ । ଚୂଡାନ୍ତ ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ କୌଣସି ବିଶେଷ ନିର୍ବାଚନମଣ୍ଡଳୀରେ ଥାଏ ସେହି ଭୋଟର ନିର୍ବାଚନ ମଣ୍ଡଳୀରୁ ସଭ୍ୟ ନିମନ୍ତେ ପ୍ରାର୍ଥୀ ରୂପେ ଯୋଗ୍ୟ ବିବେଚିତ ହେବେ ଏବଂ ସେହି ନିର୍ବାଚନ ମଣ୍ଡଳୀକୁ ଉକ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରସ୍ତାବକ ଅଥବା ସମର୍ଥକ ରୂପେ ଯୋଗ୍ୟ ବିବେଚିତ ହେବେ। ସଭାପତି ଏବଂ ଉପସଭାପତିଙ୍କ କାର୍ଯ୍ୟାଳୟ ପାଇଁ ମନୋନୟନ, ଫ୍ୟରାମ- ୧୧ ରେ ପ୍ରାର୍ଥୀଙ୍କ ଦ୍ଵାରା ପୂରଣ କରାଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ କରାଯିବ, କିନ୍ତୁ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରସ୍ତାବକଙ୍କ ଜରିଆରେ କରାଯିବ । ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଦରଖାସ୍ତ ଉପରେ, ସେପରି ଫିସ ପ୍ରଦାନ ପରେ ଫର୍ମଗୁଡିକ ଯୋଗାଇ ଦିଆଯିବ ଯାହାକି ସମୟକୁ ସମୟ [ରାଜ୍ୟ ସମବାୟ ନିର୍ବାଚନ କମିଶନ] ଙ୍କ ଦ୍ଵାରା ଧାର୍ଯ୍ୟ ହେବ। ପ୍ରକାଶଥାଉକି, ଯେଉଁ ଭୋଟରଙ୍କ ନାମ ସମିତିର ଯେକୌଣସି ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଚୂଡାନ୍ତ ଭୋଟର ତାଲିକାରେ ଥାଏ ସେହି ଭୋଟର ସଭାପତି (ପ୍ରେସିଡେଣ୍ଟ) ପଦ ପାଇଁ ପ୍ରାର୍ଥୀହେବାକୁ ଯୋଗ୍ୟ ବିବେଚିତ ହେବେ ଅଥବା ସଭାପତି ପଦର ପ୍ରାର୍ଥୀଙ୍କ ସମର୍ଥନ ଅଥବା ପ୍ରସ୍ତାବକ ହେବାକୁ ଯୋଗ୍ୟ ବିବେଚିତ ହେବେ । ଆହୁରି ପ୍ରକାଶ ଥାଉକି, ଜଣେ ପ୍ରାର୍ଥୀ,ଅନ୍ୟ କୌଣସି ପ୍ରାର୍ଥୀଙ୍କର ପ୍ରସ୍ତାବକ ଅଥବା ସମର୍ଥକ ହୋଇପାରିବେ ନାହିଁ ଏବଂ କୌଣସି ଭୋଟର ଏକାଧିକ ପ୍ରାର୍ଥୀଙ୍କର ପ୍ରସ୍ତାବକ ଅଥବା ସମର୍ଥନ ହୋଇ ପାରିବେ ନାହିଁ । ଯେଉଁସ୍ଥଳରେ ସଭାପତି ପଦ ନିମନ୍ତେ ପ୍ରାର୍ଥୀଙ୍କ ସଂଖ୍ୟା ସମସ୍ତ ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ସହ ଏକାଠି ହୋଇଥିବା ଭୋଟରଙ୍କ ସଂଖ୍ୟା ସହିତ ସମାନ ହୁଏ ଅଥବା ଯେଉଁଠାରେ କୌଣସି ବିଶେଷ ବା ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀରୁ ସଭ୍ୟପଦ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ସେହି ନିର୍ବାଚନ ମଣ୍ଡଳୀ ନିମିତ୍ତ ପ୍ରସ୍ତୁତ ଚୂଡାନ୍ତ ଭୋଟର ତାଲିକା ଭୁକ୍ତ ଭୋଟରଙ୍କ ସଂଖ୍ୟା ସହିତ ସମାନ ହୁଏ ସେଠାରେ ମନୋନୟନ ପତ୍ରରେ ପ୍ରସ୍ତାବକ ଅଥବା ସମର୍ଥକଙ୍କ ଦ୍ଵାରା ଦସ୍ତଖତ କରାଯିବା ସମ୍ପର୍କରେ ଉପନିୟମ 3 ଏବଂ 4 ର ଆବଶ୍ୟକତାନୁଯାୟୀ ତାହାର କାରଣଗୁଡିକ ଲିପିବଦ୍ଧ କରିସାରିବା ପରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ଦ୍ଵାରା ଛାଡ କରାଯିବ । ଏହି ନିୟମାବଳୀ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଜଣେ ଭୋଟର ନିର୍ବାଚନରେ ଏକ ପ୍ରାର୍ଥୀ ହୋଇପାରିବେ ନାହିଁ ସେ ଆଇନ ଓ ତଦନୁଯାୟୀ ପ୍ରଣୀତ ନିୟମାବଳୀ ଅନୁସାରେ ସମିତିର ସଭ୍ୟ ଅଥବା ସଭାପତି ରୂପେ ଅଯୋଗ୍ୟ ବିବେଚିତ ହୁଅନ୍ତି । ସଂଶୋଧନ- ୨୦୦୫ କଥିତ ନିୟମାବଳୀରେ ନିୟମ ୭ରେ - ଉପନିୟମ ୪ ପାଇଁ ଅନ୍ତର୍ଭୁକ୍ତ ପରନ୍ତୁକ ସହ, ନିମ୍ନଲିଖିତ ଉପ-ନିୟମ ଏବଂ ପରନ୍ତୁକ ପ୍ରତିସ୍ଥାପିତ ହେବ, ଯଥା- ଅନୁସୂଚିତ ଜାତି/ଅନୁସୂଚିତ ଉପଜାତି /ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ମହିଳା ଅନ୍ତର୍ଗତ ଭୋଟର ଯଦି ତାଙ୍କର ବ୍ୟକ୍ତିଗତ କିମ୍ବା ପ୍ରତିନିଧି କ୍ଷମତାରେ , ଯାହାର ନାମ କୌଣସି ନିର୍ବାଚନ ମଣ୍ଡଳୀରୁ ଚୂଡାନ୍ତ ନିର୍ବାଚନ ତାଲିକାରେ ସୂଚିତ ହୋଇଥିବ ତେବେ କୌଣସି ଅସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ କମିଟିକୁ ସଭ୍ୟମାନଙ୍କ କାର୍ଯ୍ୟକାଳ ପାଇଁ ଜଣେ ପ୍ରାର୍ଥୀ ହେବାକୁ ସମର୍ଥ ହେବେ । ପୁନଶ୍ଚ ଉଲ୍ଲେଖଥାଉ କି ଜଣେ ଭୋଟର ଏକରୁ ଏକାଧିକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ପାଇଁ ପ୍ରତିଦ୍ଵନ୍ଦିତା କରିବାକୁ ସମର୍ଥ ହେବେ ନାହିଁ । ଜଣେ ଭୋଟର, ଯାହାର ନାମ ଏକ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀରୁ ଚୂଡାନ୍ତ ନିର୍ବାଚନ ତାଲିକାରେ ସୂଚିତ ହୋଇଥିବ ତେବେ ସେହି ନିର୍ବାଚନ ମଣ୍ଡଳୀରୁ କଥିତ କାର୍ଯ୍ୟାଳୟ ଉଦ୍ଦେଶ୍ୟରେ ଜଣେ ପ୍ରାର୍ଥୀ ପାଇଁ ଏକ ପ୍ରସ୍ତାବକ ଏବଂ ସମର୍ଥକ ହେବାକୁ ସମର୍ଥ ହେବେ । ପୁନଶ୍ଚ ଉଲ୍ଲେଖଥାଉକି, ଜଣେ ପ୍ରାର୍ଥୀ ସେହିଭଳି ନିର୍ବାଚନ ମଣ୍ଡଳୀରୁ ଅନ୍ୟ କୌଣସି ପ୍ରାର୍ଥୀ ପାଇଁ ପ୍ରସ୍ତାବକ ଏବଂ ସମର୍ଥକ ହୋଇପାରିବେ ନାହିଁ ,ଏବଂ ଏକରୁ ଏକାଧିକ ପ୍ରାର୍ଥୀଙ୍କ ପାଇଁ କୌଣସି ଭୋଟର ଜଣେ ପ୍ରସ୍ତାବକ କିମ୍ବା ସମର୍ଥକ ହୋଇପାରିବେ ନାହିଁ , ଏବଂ ଉପନିୟମ (୫) ରେ “ଭୋଟର ସଂଖ୍ୟା” ଶବ୍ଦାବଳି ପରେ ଏବଂ ଚୁଡାନ୍ତରେ ଶବ୍ଦାବଳି ପୂର୍ବରୁ କିମ୍ବା ଯେଉଁକ୍ଷେତ୍ରରେ ଭୋଟରମାନଙ୍କ ସଂଖ୍ୟା ୬ଠାରୁ କମ ନୁହେଁ , ଶବ୍ଦାବଳି ସଂଲଗ୍ନ ହେବ । (ଏସ.ଆର. ଓ.ନଂ ୨୯୩/୨୦୫, ତା ୧୩.୦୭.୨୦୦୫) ନିୟମ – ୮ - ମନୋନୟନ ପତ୍ରଗୁଡିକର ରେଜିଷ୍ଟର ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଗୋଟିଏ ରେଜିଷ୍ଟର ରଖିବେ ଏବଂ ସେଥିରେ ତାଙ୍କ ଦ୍ଵାରା ପ୍ରାପ୍ତ ହୋଇଥିବା ମନୋନୟନ ପତ୍ରଗୁଡିକ କାଳକ୍ରମାନୁଯାୟୀ ଏଣ୍ଟ୍ରି କରିବେ ଓ ସମ୍ପୃକ୍ତ ପ୍ରାର୍ଥୀ ଦ୍ଵାରା ଯଦି ଦାବି କରାଯାଏ ତେବେ ସେ ତାହାର ପ୍ରାପ୍ତି ସ୍ଵୀକାର ରସିଦ ଦେବେ । ନିର୍ଦ୍ଧିଷ୍ଟ ସମୟ ଏବଂ ତାରିଖ ପରେ କୌଣସି ମନୋନୟନ ପତ୍ର ଗ୍ରହଣ କରାଯିବ ନାହିଁ। ରେଜିଷ୍ଟରରେ ସାଧାରଣତଃ ନିମ୍ନଲିଖିତ ସୂଚନା ବା ବିଷୟବସ୍ତୁ ରହିବ । ଯଥା- ନିର୍ବାଚନ ମଣ୍ଡଳୀର ନାମ ଏବଂ କେଉଁ ପଦ ପାଇଁ ମନୋନୟନ ପତ୍ର ଦାଖଲ କରାଯାଇଛି ତାହାର ନାମ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବକଙ୍କ ନାମ ସମର୍ଥକଙ୍କ ନାମ ମନୋନୟନ ପତ୍ର ପ୍ରାପ୍ତ କରିବାର ତାରିଖ ଏବଂ ସମୟ ମନୋନୟନ ପତ୍ର ସଂରକ୍ଷିତ ସ୍ଥାନ ପାଇଁ କି ? ଏବଂ ଯଦି ସଂରକ୍ଷିତ ସ୍ଥାନ ପାଇଁ ହୋଇଥାଏ, ତେବେ ତାହର ଶ୍ରେଣୀଏ ଏବଂ ସେଥିରେ ଥିବା ଆନୁସଙ୍ଗିକ ସ୍ତମ୍ଭରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଙ୍କ ଦସ୍ତଖତ । ମନୋନୟନ ପତ୍ର ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ସମୟରେ ଅବସାନ ହେବା ପରେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର), ସର୍ବଶେଷରେ ପ୍ରାପ୍ତି କରାଯାଇଥିବା ମନୋନୟନ ପତ୍ର ତଳେ ରେଜିଷ୍ଟରରେ ଏକ ଅନୁପ୍ରସ୍ଥ ରେଖା ପକାଇବେ ଏବଂ ଠିକ ତା ତଳେ “ମନୋନୟନ ବନ୍ଦ “ ବୋଲି ଲେଖିବେ ଏବଂ ତାରିଖ ଓ ସମୟ ସହିତ ତାଙ୍କ ଦସ୍ତଖତ କରିବେ ମନୋନୟନ ପତ୍ର ରଖିବା ବନ୍ଦ ହେବାପରେ କୌଣସି ମନୋନୟନ ପତ୍ର ଗ୍ରହଣ କରାଯିବ ନାହିଁ । ମନୋନୟନ ପତ୍ର ରଖିବା ହେବ ଠିକ ପରେ ପରେ ନିର୍ବାଚନ ଅଧିକାରୀ ମନୋନୟନ ପତ୍ର ଦାଖଲ କରାଯିବାକୁ ସ୍ଥିର କରାଯାଇଥିବା ସ୍ଥାନର ଏକ ଖୋଲା ସ୍ଥାନରେ ଉପ-ନିୟମ (୧)ଅନୁସାରେ ପ୍ରସ୍ତୁତ କରାଯାଇଥିବା ରେଜିଷ୍ଟରରେ ଏଣ୍ଟ୍ରି ହୋଇଥିବା ମନୋନୟନ ପତ୍ରଗୁଡିକର ତାଲିକା ଫର୍ମ -୧ ରେ ଝୁଲାଇ ଦେବେ । ସଂଶୋଧନ- ୨୦୦୫ କଥିତ ନିୟମାବଳୀରେ ନିୟମାବଳୀରେ ନିୟମ ୮ର ଉପ- ନିୟମ (୧) ରେ - ପ୍ରକରଣ (i) ରେ “ ନାମ” ଶବ୍ଦ ପରେ ଏବଂ “ ନିର୍ବାଚନ ମଣ୍ଡଳୀ “ ର ଶବ୍ଦାବଳୀ ପୂର୍ବରୁ “ ଏବଂ ସଂଖ୍ୟା “ ଶବ୍ଦାବଳୀ ସଂଲଗ୍ନ ହେବ । ପ୍ରକରଣ (vi) ପାଇଁ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ , ଯଥା – “(vi) ସଂରକ୍ଷିତ ଆସନ ସମ୍ବନ୍ଧରେ ନାମାଙ୍କନ ହୋଇପାରେ କିମ୍ବା ନହୋଇପାରେ ଏବଂ ଯଦି ସେପରି ହୁଏ ତେବେ ନିର୍ବାଚନ ମଣ୍ଡଳୀର ସଂଖ୍ୟା, ବର୍ଗ ଏବଂ (ଏସ.ଆର.ଓ.ନଂ ୨୯୩/୨୦୫, ତା ୧୩.୦୭.୨୦୦୫) ନିୟମ ୯- ମନୋନୟନ ପତ୍ରଗୁଡିକର ଯାଞ୍ଚ ମନୋନୟନ ପତ୍ରର ଯାଞ୍ଚ ନିମନ୍ତେ ୪ ର ଉପନିୟମ (୧-କ) ଏବଂ ନିୟମ ୫ର ଉପନିୟମ (୧) ଅନୁଯାୟୀ ସ୍ଥିର କରାଯାଇଥିବା ସ୍ଥାନ ଏବଂ ତାରିଖ ଓ ସମୟରେ ପ୍ରାର୍ଥୀ ଅଥବା ସେମାନଙ୍କର ନିର୍ବାଚନ ପ୍ରତିନିଧି ଅଥବା ପ୍ରତ୍ୟେକ ପ୍ରାର୍ଥୀଙ୍କ ଜଣେ ଲେଖାଏଁ ପ୍ରସ୍ତାବକ ହୁଏତ ସେଠାରେ ଉପସ୍ଥିତ ରହିବେ ଏବଂ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେମାନଙ୍କୁ ମନୋନୟନ ପତ୍ର ପରୀକ୍ଷା କରିବା ପାଇଁ ସମସ୍ତ ଯୁକ୍ତିଯୁକ୍ତ ସୁବିଧା ସୁଯୋଗ ଦେବେ ଏବଂ କୌଣସି ମନୋନୟନ ପତ୍ର ସଂପର୍କରେ ଯଦି କୌଣସି ଆପତ୍ତି ଅଭିଯୋଗ କରାଯାଏ ତେବେ ସେ ସଂପର୍କରେ ପ୍ରମାଣ ସହିତ ତାହାର ବୈଧତା ଉପରେ ଲିଖିତାକାରରେ ମନୋନୟନ ପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଶେଷ ତାରିଖରୁ ଦୁଇ ଦିନ ମଧ୍ୟରେ ଦାଖଲ କରାଯିବ । ନିର୍ବାଚନ ଅଧିକାରୀ ମନୋନୟନ ପତ୍ରଗୁଡିକର ପରୀକ୍ଷା କରିବେ ଏବଂ ଯେ କୌଣସି ମନୋନୟନ ପତ୍ର ବିରୁଦ୍ଧରେ କରାଯାଇଥିବା ସମସ୍ତ ଆପତ୍ତି ଅଭିଯୋଗର ବିଚାର ଏବଂ ସେହି ଆପତ୍ତି ଅଭିଯୋଗର ବିଚାର ଏବଂ ସେହି ଆପତ୍ତି ଅଭିଯୋଗ ଉପରେ ହେଉ ଅଥବା ତାଙ୍କ ନିଜର ବିବେଚନାନୁସାରେ ହେଉ ସେ ଆବଶ୍ୟକମତେ ବିବେଚନା ସହ ସେପରି କୌଣସି ସଂକ୍ଷିପ୍ତ ଯାଞ୍ଚ କରି ସାରିବା ପରେ ଆପତ୍ତି ଅଭିଯୋଗ ଦାଖଲ ହେବାକୁ ଧାର୍ଯ୍ୟ କରାଯାଇଥିବା ଶେଷ ତାରିଖର ଠିକ ପରଦିନ ତାଙ୍କର ନିଷ୍ପତ୍ତି ଜଣାଇବେ । ଯେଉଁଠାରେ ଆବଶ୍ୟକ ବିବେଚନା କରିବେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେଠାରେ ତାଙ୍କର ନିଷ୍ପତ୍ତିକୁ ଅଧିକ ଗୋଟିଏ ଦିନ ସ୍ଥଗିତ ରଖିବେ ଏବଂ ସମ୍ପୃକ୍ତ ପ୍ରାର୍ଥୀଙ୍କ ଆପତ୍ତି ଅଭିଯୋଗ ଅପ୍ରମାଣ ବା ଖଣ୍ଡନ କରିବାକୁ ସୁବିଧା ଦେବାପରେ ତାଙ୍କର ନିଷ୍ପତ୍ତି ଜଣାଇବେ । ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ମନୋନୟନ ପତ୍ର ଗ୍ରହଣ କଲେ ଅଥବା ଖାରଜ କଲେ ସେ ସମ୍ପର୍କରେ ତାଙ୍କର ନିଷ୍ପତ୍ତି ପ୍ରତ୍ୟେକ ମନୋନୟନ ପତ୍ରରେ ସହି କରିବେ ଏବଂ ମନୋନୟନ ପତ୍ର ଖାରଜ ହୁଏ ତେବେ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ସେପରି ଖାରଜ କରିବା କାରଣର ସଂକ୍ଷିପ୍ତ ବିବରଣୀ ଲିଖିତାକାରରେ ଲିପିବଦ୍ଧ କରିବେ। ଯେକୌଣସି ମନୋନୟନରେ ପ୍ରସ୍ତାବିତ ଏକ ଚିହ୍ନ ଗ୍ରହଣ ଅଥବା ଖାରଜ କରିବାକୁ ଏବଂ ଯେକୌଣସି ପ୍ରାର୍ଥୀଙ୍କୁ ଯେ କୌଣସି ଚିହ୍ନ ଦେବାକୁ ନିର୍ବାଚନ ଅଧିକାରୀ (ଇଲେକସନ ଅଫିସର) ଚୁଡାନ୍ତ କର୍ତ୍ତୃପକ୍ଷ ଅଟନ୍ତି । ନିୟମ ୧୦ - ବୈଧ ମନୋୟନ ଏବଂ ଚିହ୍ନମାନ ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା ବୈଧ ମନୋନୟନ ପତ୍ର ଏବଂ ଚିହ୍ନଗୁଡିକ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ସମ୍ପୃକ୍ତ ସମିତିର ମୁଖ୍ୟ ଦପ୍ତର (ହେଡ ଅଫିସର) ର ନୋଟିସ ବୋର୍ଡରେ ଫର୍ମ- ୨ରେ, ମନୋନୟନ ପତ୍ର ବିରୁଦ୍ଧେ କରାଯାଇଥିବା ଆପତ୍ତି ଅଭିଯୋଗ ନିଷ୍ପତ୍ତିର ଶେଷ ତାରିଖର ଠିକ ପରବର୍ତ୍ତୀ ତାରିଖରେ ପ୍ରଦର୍ଶିତ କରାଯିବ ।[ଏବଂ ତାହାର ଏକ ନକଲ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଉପଲବ୍ଧ କରାଯିବ। ଆଧାର - ଦ ଲ ହାଉସ