ନଂ ୧୨୪୮୭ ସି.ଏଫ. – ସମବାୟ ସମିତି ଆଇନ, ୧୯୬୨ (ଓଡିଶା ଆଇନ ୨୧୯୬)ର ୧୩୪ ଧାରାରେ ନିର୍ଦ୍ଧିଷ୍ଟ କରାଯାଇଥିବା କ୍ଷମତାର ପ୍ରୟୋଗ ନିମନ୍ତେ ରାଜ୍ୟ ସରକାର ଏତଦ୍ଵାରା ନିମ୍ନଲିଖିତ ନିୟମାବଳୀମାନ ପ୍ରସ୍ତୁତ କଲେ, ଯାହାକି ସମବାୟ ସମିତି ଆଇନର ୧୩୪ ଧାରାର ଉପଧାରା (୧) ଅନୁଯାୟୀ ପୂର୍ବରୁ ପ୍ରକାଶିତ ହୋଇଥିଲା । ସଂକ୍ଷିପ୍ତ ନାମ ଏବଂ ପ୍ରାରମ୍ଭ, ସଂଜ୍ଞା ନିୟମ ୧, ସଂକ୍ଷିପ୍ତ ନାମ ଏବଂ ପ୍ରାରମ୍ଭ – ଏହି ନିୟମାବଳୀ ଓଡିଶା ସମବାୟ ସମିତି, ନିୟମାବଳୀ ୧୯୬୫ ନାମରେ ନାମିତ ହେବ । ନିୟମ ୨. ସଂଜ୍ଞା – ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନହେଲେ, ଏହି ନିୟମାବଳୀରେ - “ ଆଇନ” ଅର୍ଥାତ ଓଡିଶା ସମବାୟ ଆଇନ, ୧୯୬୨ ଏବଂ ଏହି ନିୟମାବଳୀରେ ବ୍ୟବହୃତ ହେଉଥିବା , କିନ୍ତୁ ସଂଜ୍ଞା ନିରୂପଣ କରାଯାଇ ନଥିବା ପ୍ରତ୍ୟେକ ଶବ୍ଦ ଓ ପଦାବଳି ଆଇନରେ ନିରୂପଣ କରାଯାଇଥିବା ଶବ୍ଦ ଓ ପଦାବଳୀ ଅନୁଯାୟୀ ବ୍ୟାଖ୍ୟା କରାଯିବ। “ମଧ୍ୟସ୍ଥ “ ଅର୍ଥାତ ବାଦ ବିବାଦ ମୀମାଂସା କରିବାକୁ ୭୦ ଧାରାର ଉପଧାରା ୧ ର ପ୍ରକରଣ “ଗ” ଅନୁଯାୟୀ ନିଯୁକ୍ତ ଯେକୌଣସି ବ୍ୟକ୍ତି । “ହିସାବ – ପରିକ୍ଷକ “ ଅର୍ଥାତ ସମିତିର ହିସାବ ଅଡିଟ କରିବାକୁ ନିବନ୍ଧକଙ୍କର ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ୬୨ ଧାରା ଅନୁଯାୟୀ କ୍ଷମତା ପ୍ରାପ୍ତ ବ୍ୟକ୍ତି । “ଅତିରିକ୍ତ ଲାଭାଂଶ“ (ବୋନସ) ଅର୍ଥାତ ୫୬ ଧାରା ଉପ- ଧାରା (୨) ର ପ୍ରକରଣ ଖ, ଙ, ଚ, ଅନୁଯାୟୀ ସମିତିର ଲାଭାଂଶରୁ ଟଙ୍କା ଆକାରରେ ଦେୟ; “ସମବାୟ ବର୍ଷ“ ଅର୍ଥାତ ନିବନ୍ଧକ, ସମିତି କିମ୍ବା ସମିତି ସମୂହକୁ ଅନ୍ୟାଥା ଲିଖିତ ନିର୍ଦ୍ଦେଶନା ଦେବା ପର୍ଯ୍ୟନ୍ତ ଗୋଟିଏ ବର୍ଷର ଜୁଲାଇ ମାସର ୧ମ ତାରିଖରୁ ଅନ୍ୟ ବର୍ଷ ୩୦ ତାରିଖ ପର୍ଯ୍ୟନ୍ତ ୧୨ ମାସକୁ ସମବାୟ ବର୍ଷ ବୁଝାଇବ । “ଖିଲାପ“ (ଡିଫଲଟର) ଅର୍ଥାତ ଯେ କୌଣସି ସମିତି କିମ୍ବା ଯେ କୌଣସି ବ୍ୟକ୍ତି ଯାହାଙ୍କ ବିରୁଦ୍ଧରେ ୧୦୩ ଧାରା ଅନୁଯାଇ ଡିଗ୍ରୀ କିମ୍ବା ଆଦେଶ ଜାରି କରାଯାଇଛି ଏବଂ ସେଭଳି ବ୍ୟକ୍ତି କିମ୍ବା ବ୍ୟକ୍ତି ସମୂହର ବିରୁଦ୍ଧରେ ଧାରା ୯୦ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । “ନିର୍ଦ୍ଦେଶକ“ ଅର୍ଥାତ ଏକ କମିଟିର ସଦସ୍ୟ । “ବିବାଦ“ ଅର୍ଥାତ ୬୮ ଧାରା ଅନୁଯାଇ ନିବନ୍ଧକଙ୍କ ପାଖରେ ଉଲ୍ଲେଖ କରାଯାଇଥିବା ଯେ କୌଣସି ବିବାଦ । “ଲାଭାଂଶ“ ଅର୍ଥାତ ସମିତିର ଜୈନୀକ ସଦସ୍ୟକୁ ତାଙ୍କର ଅଂଶ ମୂଳଧନ ପାଇଁ ସମିତିର ମୋଟ ଲାଭାଂଶରୁ ଦିଆଯିବାକୁ ଥିବା ଦେୟ; “ସରକାର“ ଅର୍ଥାତ ଓଡିଶା ସରକାର “ନିକାସକାରୀ“ ଅର୍ଥାତ ସମିତିର ବିଷୟବସ୍ତୁର ସମାପନ ନିମନ୍ତେ ୭୩ ଧାରାର ଉପଧାରା ୧ ଅନୁଯାଇ ନିବନ୍ଧକଙ୍କ ଦ୍ଵାରା ନିଯୁକ୍ତ ବ୍ୟକ୍ତି । କୌଣସି ସ୍ଥାନକୁ ଭିତ୍ତି କରି “ବିଭାଗର ମୁଖ୍ୟ ଅଧିକାରୀ“ ଅର୍ଥାତ ସେଭଳି ଇଲାକ ମଧ୍ୟରେ ସାଧାରଣତଃ ନିବନ୍ଧକଙ୍କୁ ପ୍ରଶାସନରେ ସହାୟକ ନିମନ୍ତେ ୩ ଧାରାର ଉପଧାରା ୧ ଓ ୭ ନିୟମାନୁଯାୟୀ, ନିଯୁକ୍ତ ସହାୟକ ନିବନ୍ଧକ । “ବିକ୍ରୟ ଅଧିକାରୀ” ଅର୍ଥାତ ଅଧିନସ୍ଥ ଯେକୌଣସି ବ୍ୟକ୍ତି, ଯେକି ନିବନ୍ଧକ ଓ ନିବନ୍ଧକଙ୍କ କ୍ଷମତା ପ୍ରୟୋଗ କରୁଥିବା ଅନ୍ୟ କୌଣସି ବ୍ୟକ୍ତିରେ ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ୧୦୩ ଧାରାନୁଯାୟୀ ଡିଗ୍ରୀ ଦ୍ଵାରା, ବିକ୍ରୟ ଦ୍ଵାରା କିମ୍ବା କୋରଖ ବିନା ବିକ୍ରୟ ଦ୍ଵାରା ୯୦ ଧାରାନୁଯାୟୀ ବିକ୍ରୟ ଦ୍ଵାରା ପ୍ରାପ୍ୟ ଅର୍ଥର ଆଦାୟ ନିମନ୍ତେ ନିବନ୍ଧକଙ୍କ କ୍ଷମତା ପ୍ରୟୋଗ କରିଥାନ୍ତି । “ସମ୍ପାଦକ“ ଅର୍ଥାତ କୌଣସି ବ୍ୟକ୍ତି ଯେଉଁ ବ୍ୟକ୍ତିଙ୍କ ଉପରେ ଉପ- ବିଧିର ବ୍ୟବସ୍ଥାନୁଯାୟୀ ସମିତିର କାର୍ଯ୍ୟ ପରିଚାଳନା ଭାର ନ୍ୟସ୍ତ ଥାଏ ଏବଂ ସମିତିର କୌଣସି ସଦସ୍ୟ ବା ଅନ୍ୟ କୌଣସି ବ୍ୟକ୍ତି ଯେକି ସମିତିର ସେକ୍ରେଟାରୀ ଦାୟିତ୍ଵ ତୁଲାଉଛନ୍ତି । “ଧାର” ଅର୍ଥାତ ଆଇନ ଅନ୍ତର୍ଗତ ଧାରା “ଅନୁସୂଚୀ” ଅର୍ଥାତ ଏହି ନିୟମାବଳୀର ସମ୍ପୃକ୍ତ ଫାରମରେ ଅନୁସୂଚୀ । ସଂଶୋଧନ - ୧୯୯୭ ନିୟମ ୨ର ସଂଶୋଧନ - ଓଡିଶା ସମବାୟ ସମିତି ନିୟମାବଳୀ,୧୬୬୫ (ଏଥିପରେ କଥିତ ନିୟମାବଳୀ ରୂପେ ଉଲ୍ଲିଖିତ) ର ନିୟମ ୨ର - ପ୍ରକରଣ ବା ଖଣ୍ଡ(ଗ) ରେ ପ୍ରତୀୟମାନ ହେଉଥିବା ଶବ୍ଦ “ନିବନ୍ଧକ” ନିମନ୍ତେ ଶବ୍ଦାବଳୀ ମହା- ସମୀକ୍ଷକ ପ୍ରତିସ୍ଥାପିତ ହେବ । ଖଣ୍ଡ ବା ପ୍ରକରଣ (ଘ) ରେ ପ୍ରତୀୟମାନ ହେଉଥିବା ଶବ୍ଦାବଳୀ “ନଗଦ” ଅଥବା ପ୍ରକାରେ“ ବିଲୁପ୍ତ ହେବ । ଖଣ୍ଡ (ଙ) ଏବଂ (ଚ) ବିଲୁପ୍ତ ହେବ । ଖଣ୍ଡ(ଜ) ର ଶବ୍ଦଏବଂ ଅଙ୍କ” ଧାରା ୬୮ “ ପରେ ନିମ୍ନଲିଖିତ ଶବ୍ଦାବଳୀ ଏବଂ ଅଙ୍କ ଶେଷରେ ଯୋଗ କରାଯିବା ଯଥା - “ଅଥବା ସମାପକ” ସମ୍ମୁଖରେ ଉଠାଇଥିବା ଅଥବା ଆବଶ୍ୟକସ୍ଥଳେ ଧାରା ୭୫ ଅନୁଯାୟୀ ତାଙ୍କ ନିଜ ପ୍ରସ୍ତାବ ଉପରେ ତାଙ୍କ ଦ୍ଵାରା ଆରମ୍ଭ ହୋଇଥିବ । “ଝ” ପ୍ରକରଣ ପାଇଁ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ । ଯଥା - “ଏହି ନିୟମାବଳୀ ଉଦ୍ଦେଶ୍ୟରେ “ମୁଖ୍ୟ ଅଧିକାରୀ“ କହିଲେ “ମହା- ସମୀକ୍ଷକ“ ଅଥବା ଆଇନର ଧାରା ୩- କ ଅନୁଯାୟୀ ତାଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ଯେକୌଣସି ବ୍ୟକ୍ତିଙ୍କୁ ବୁଝାଇବ । ପ୍ରକରଣ (ଡ) (ଢ) ଏବଂ (ଣ) ପାଇଁ ନିମ୍ନଲିଖିତ ପ୍ରକରଣମାନ ପ୍ରତିସ୍ଥାପିତ ହେବ । ଯଥା - “ବିକ୍ରୟ ଅଧିକାରୀ ଅର୍ଥାତ ଏହି ଆଇନାନୁଯାୟୀ କୌଣସି ଆଦେଶ (ଅର୍ଡର) ନିସ୍ପତି ଅଥବା ଅଧିନିର୍ଣ୍ଣୟ ଆୱାର୍ଡ଼ ଦ୍ଵାରା ଅନ୍ତର୍ଭୁକ୍ତ ଦେୟ ଅସୁଲ କରିବାକୁ ମହା- ସମୀକ୍ଷକ ଙ୍କ ଏକ ସାଧାରଣ ଅଟଭା ବିଶେଷ ଆଦେଶ ଦ୍ଵାରା କ୍ଷମତାପ୍ରାପ୍ତ ଜେନ ବ୍ୟକ୍ତିଙ୍କୁ ବୁଝାଇବ । “ମୁଖ୍ୟ ନିର୍ବାହୀ” ଅର୍ଥାତ ଏହି ଆଇନ, ନିୟମାବଳୀ ଏବଂ ଉପ- ବିଧିର ବ୍ୟବସ୍ଥାନୁଯାୟୀ “ମୁଖ୍ୟ ନିର୍ବାହୀ“ଙ୍କର କାର୍ଯ୍ୟନିର୍ବାହ କରିବାକୁ ଏକ ସମିତିର ଜଣେ ଅଧିକାରୀ (ଅଫିସର) ଙ୍କୁ ବୁଝାଇବ ଯେ କି ଉପ- ବିଧିରେ ସେପରିଭାବେ ଉଲ୍ଲିଖିତ। “ଅନୁସୂଚୀ“ ଅର୍ଥାତ ଆଇନ ଏବଂ ନିୟମାବଳୀ ସଂଲଗ୍ନ ଯେକୌଣସି ଅନୁସୂଚୀ କୁ ବୁଝାଇବ, ଏବଂ ପ୍ରକରଣ (ଣ) ପରେ ନିମ୍ନଲିଖିତ ପ୍ରକରଣ ସନ୍ନିବିଷ୍ଟ ହେବ । ଯଥା - ପଦସଂହତି “ ଅନୁସୂଚୀତ ଜାତି “ ଅନୁସୂଚୀତ ଉପଜାତି ଏବଂ “ ଅନ୍ୟାନ୍ୟ ପଛୁଆ ବର୍ଗ “ ସମୟକୁ ସମୟ ସରକାରଙ୍କ ଆଦେଶାନୁଯଯାଇ ସେଗୁଡିକୁ ପ୍ରଦତ୍ତ ଅର୍ଥାନୁଯାଇ ଯଥାକ୍ରମେ ସମାନ ଅର୍ଥ କରିବ । (ଏସ.ଆର.ଓ,ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭) ନିୟମ ୩. ୧।୨, ୧।୩ ଆଦିର ନିର୍ଦ୍ଧାରଣ ଯେତେବେଳେ କୌଣସି ନିୟମ କିମ୍ବା ଉପବିଧି, କୌଣସି ଏକ ସଂଖ୍ୟାର ଏକ ତୃତୀୟାଂସ ଓ ଏକତୃତୀୟାଂସ କିମ୍ବା ଅନ୍ୟ କୌଣସି ଭଗ୍ନାଂଶ ସଂଖ୍ୟାର ନିର୍ଦ୍ଧାରଣ ଆବଶ୍ୟକ କରନ୍ତି ଏବଂ ସେଭଳି ସଂଖ୍ୟା ଯଦି ୨,୩ କିମ୍ବା ଅନ୍ୟ କୌଣସି ଅଙ୍କ ଦ୍ଵାରା ବିଭାଜ୍ୟ, ଶେବହଳି ସଂଖ୍ୟା କୁ- ମୌଳିକ ସଂଖ୍ୟା ରୂପେ ଧରି ନିଆଯିବ । ନିୟମ ୪. ଫାରମ ସମିତି ସମୂହର ବିଷୟବସ୍ତୁ ପରିଚାଳନା, ସଂଗଠନକୁ ଭିତ୍ତିକରି ନିବନ୍ଧନ, ଫାରମ, ରେଜିଷ୍ଟର ଓ ବିବୃତିର ରକ୍ଷଣାବେକ୍ଷଣା ତଥା ସମୟକୁ ସମୟ ସେ ସବୁର ରୂପାନ୍ତରୀକାରଣ ବା ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇପାରିବେ । ସଂଶୋଧନ -୧୯୯୭ ନିୟମ ୪ର ସଂଶୋଧନ - କଥିତ ନିୟମାବଳୀର ନିୟମ ୪ରେ ଥିବା ଶବ୍ଦ “ନିବନ୍ଧକ” ପରେ ଏବଂ ଶବ୍ଦାବଳୀ “ହୁଏତ ଉଲ୍ଲିଖିତ କରିବ“ ପୂର୍ବରୁ ଶବ୍ଦାବଳୀ ଏବଂ କମା “ଅଥବା ମହା – ସମୀକ୍ଷକ“ (ଅଡିଟର ଜେନେରାଲ) ସନ୍ନିବିଷ୍ଟ ହେବ ।(ଏସ.ଆର.ଓ.ସଂଖ୍ୟା, ୧୭/୯୭, ତା ୨୩.୦୪.୧୯୯୭) ନିୟମ ୪- କ. ନିଟ ଲାଭ – ନିମ୍ନଲିଖିତ ଖର୍ଚ୍ଚ ମଞ୍ଜୁର କରିସାରିବା ପରେ ବଳକା ଥିବା ଅର୍ଥକୁ ସମିତିର “ନିଟ ଲାଭ” ବୋଲି କୁହାଯିବ, ଯଥା - ସ୍ଥାପନା ବ୍ୟୟ ଆକସ୍ମିକ ବ୍ୟୟ ବା ଅନିୟତ ବ୍ୟୟ ଜମା ଏବଂ ଋଣରୁ ଭିତ୍ତିକରି ପରିଶୋଧ କରାଯାଉଥିବା ସୁଧ । ଫିସ ମରାମତି , ଭଡା, ଟିକସ ଇତ୍ୟାଦି,ଅନ୍ୟାନ୍ୟ ନୀତିଦିନିଆ କାର୍ଯ୍ୟକରି ଖର୍ଚ୍ଚ ଅପଚୟ ବା ଅନାଦେୟ ଯୋଗ୍ୟ ଋଣ ଯଦି ଲାଭାଂଶରୁ ବାଦ ଦିଆଯାଇଥାଏ । ମୂଳଧାନ ବ୍ୟୟ ଯଦି ସଂପୂର୍ଣ୍ଣଭାବେ ବା ଆଂଶିକଭାବେ ବାଦ ଦିଆଯାଇଥାଏ । ପ୍ରକୃତ ପକ୍ଷେ ମୂଳଧାନର କ୍ଷତି ବା ଲୋକସାନ ହୋଇଥିବେ ଏବଂ ସମୟ ସମୟରେ ନିବନ୍ଧକଙ୍କ ନିର୍ଦ୍ଦେଶ ଦ୍ଵାରା କରାଯାଇଥିବା ଅନ୍ୟାନ୍ୟ କାଟ । ସଂଶୋଧନ - ୧୯୯୭ ନିୟମ ୪- କ ର ସଂଶୋଧନ - କଥିତ ନିୟମାବଳୀର ନିୟମ ୪- କ ର ପ୍ରକରଣ (i) ରେ ଥିବା ଶବ୍ଦ “ନିବନ୍ଧକ “ ନିମନ୍ତେ ଶବ୍ଦାବଳି “ମହା- ସମୀକ୍ଷକ” (ଅଡିଟର ଜେନେରାଲ) ପ୍ରତିସ୍ଥାପିତ ହେବ । (ଏସ.ଆର.ଓ ସଂଖ୍ୟା ୧୭/୯୭ ତା ୨୩.୦୪.୧୯୯୭) ଆଧାର – ଦ ଲ ହାଉସ