ହିନ୍ଦୁ ମାନଙ୍କ ମଧ୍ୟରେ ବିବାହ ସଂବନ୍ଧୀୟ ଆଇନକୁ ସଂଶୋଧନ କରିବା ଏବଂ ସନ୍ନିବଦ୍ଧ କରିବା ନିମନ୍ତେ ଏକ ଆଇନ। ଭାରତୀୟ ଗଣତନ୍ତ୍ରର ସପ୍ତମ ବାର୍ଷିକୀରେ, ପାର୍ଲାମେଣ୍ଟ ଦ୍ଵାରା, ନିମ୍ନଭାବେ ଆଇନ୍ ରେ ପରିଣତ କରାଗଲା : - ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ଏହା , ହିନ୍ଦୁ ସଂହିତା ର ଅନ୍ୟ ଏକ ଉଦାହରଣ ଅଟେ ଏବଂ ଏହା ନାବାଳକତ୍ଵ ଏବଂ ଅଭିଭାବକତ୍ଵ ସଂବନ୍ଧୀୟ ଆଇନ୍ ବିଷୟ ଉଲ୍ଲେଖ କରେ । ଭାରତୀୟ ନାବାଳକତ୍ୱ ଆଇନ୍, ୧୯୫୬ ଅନୁଯାୟୀ, କୌଣସି ବ୍ୟକ୍ତି ୧୮ ବର୍ଷ ସମାପ୍ତ କରିବା ପରେ ସାବାଳକତ୍ଵ ପ୍ରାପ୍ତ ହୋଇଥାଏ; ମାତ୍ର ଯଦି ଉକ୍ତ ବୟସର ସମାପ୍ତି ପୂର୍ବରୁ , ତାଙ୍କର ନ୍ୟାୟାଳୟ ଦ୍ଵାରା ନିଯୁକ୍ତ ଜଣେ ଅଭିଭାବକ ଥାଆନ୍ତି, ସେପରିସ୍ଥଳେ ସେ ୨୧ ବର୍ଷ ବୟସ ସମାପ୍ତ କରିବା ପରେ, ସାବାଳକତ୍ଵ ପ୍ରାପ୍ତ ହୁଅନ୍ତି । ଏହି ଆଇନ୍, ହିନ୍ଦୁମାନଙ୍କ ସହିତ, ସମସ୍ତ ବ୍ୟକ୍ତିଙ୍କ ପ୍ରତି ପ୍ରୟୋଗନୀୟ ଅଟେ ; ମାତ୍ର ବିବାହ, ଯୌତୁକ, ଛାଡପତ୍ର ଏବଂ ଗ୍ରହଣ ବିଷୟରେ କାର୍ଯ୍ୟ କରିବାରେ କୌଣସି ବ୍ୟକ୍ତିର କ୍ଷମତା ସଂବନ୍ଧରେ ଏକ ବ୍ୟତିକ୍ରମ କରାଯାଇଛି । ଯେତେଦୂର ପର୍ଯ୍ୟନ୍ତ, ହିନ୍ଦୁମାନେ ସଂପୃକ୍ତ, ବିବାହ ଏବଂ ଛାଡପତ୍ର ବିଷୟ ପୂର୍ବରୁ ଉଲ୍ଲେଖ କରାଯାଇଛି ଏବଂ ଏହି ବିଲ୍ ରେ, ନାବାଳକର ସଂଜ୍ଞା, ଏହା ନିଶ୍ଚିତ କରିବା ଯେ, ସାବାଳକତ୍ଵର ବୟସ ସମସ୍ତ ବିଷୟ ଉଦ୍ଦେଶ୍ୟରେ, ୧୮ ବର୍ଷ ଅଟେ । ଅଭିଭାବକମାନଙ୍କୁ, ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା : - ପ୍ରାକୃତିକ ଅଭିଭାବକ; ଦଲିଲୀୟ ଅଭିଭାବକ; ଏବଂ ଅଭିଭାବକ ଏବଂ ସନ୍ତାନ ଆଇନ୍ ୧୮୯୦ ଅନୁଯାୟୀ ନିଯୁକ୍ତ ଅଭିଭାବକ ; ଏବଂ ଅଧୁନା ବିଲ୍ ଟି, ଅଭିଭାବକ ଏବଂ ସନ୍ତାନ ଆଇନ୍ , ୧୮୯୦ ପ୍ରତି ପରିପୂରକ ଅଟେ ଏବଂ ବିଷୟଗତ ଅଭିଭାବକଙ୍କୁ ଉଚ୍ଛେଦକରି, ଆନୁସଂଗୀକଭାବେ, ଦଲିଲୀୟ ଅଭିଭାବକ ଏବଂ ପ୍ରାକୃତିକ ଅଭିଭାବକ ବିଷୟ ଆଲୋଚନା କରେ । ଯେଉଁ ସ୍ଥଳରେ ଆବଶ୍ୟକ, ଧାରା ଉପରେ ଟିପ୍ପଣୀ, ଏହି ବିଲ୍ ରେ ଧାରୀତ ବିଭିନ୍ନ ବ୍ୟବସ୍ଥାବଳୀର ସ୍ପଷ୍ଟୀକରଣ ପ୍ରଦାନ କରିଥାଏ । ସଂକ୍ଷିପ୍ତ ଆଖ୍ୟା ଏବଂ ପରିସର ଏହି ଆଇନ୍ କୁ, ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵ ଆଇନ୍, ୧୯୫୬ ବୋଲି କୁହାଯାଇପାରେ । ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ , ଏହା ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ ଏବଂ ସେହି ସମସ୍ତ ଅଞ୍ଚଳରେ ବାସ କରୁଥିବା ହିନ୍ଦୁମାନଙ୍କ ପ୍ରତି ମଧ୍ୟ ପ୍ରୟୋଗ ହୁଏ , ଯେଉଁଥି ପ୍ରତି ଏହି ଆଇନ୍ ପରିବର୍ଦ୍ଧିତ ଅଟେ ; ଯେଉଁମାନେ କି ଉକ୍ତ ଅଞ୍ଚଳ ବାହାରେ ଥାଆନ୍ତି । ଏହି ଆଇନ୍ , ଆଇନ୍ ସଂଖ୍ୟା ୮/୧୮୯୦ ପ୍ରତି ପରିପୂରକ ହେବ ଏହି ଆଇନ୍ ର ବ୍ୟବସ୍ଥାବଳୀ ଅଭିଭାବକ ଏବଂ ସନ୍ତାନ ଆଇନ୍, ୧୮୯୦ (୮/୧୮୯୦) ର ବିପକ୍ଷରେ ଏତଦ୍ ଦ୍ଵାରା ସ୍ପଷ୍ଟଭାବେ ବ୍ୟବସ୍ଥାୟୀତ ବ୍ୟତୀତ, ହେବ ନାହିଁ; ମାତ୍ର ଅଧିକନ୍ତୁ ହେବ । ଆଇନ୍ ର ପ୍ରୟୋଗ ଏହି ଆଇନ୍ ପ୍ରୟୋଗ ହୁଏ : - ଏହି ଆଇନ୍ କୌଣସି ବ୍ୟକ୍ତି ପ୍ରତି ପ୍ରୟୋଗ ହୁଏ , ଯେକି ଏହାର ଆକାର ଏବଂ ବିକାଶରେ, ଧର୍ମନୈତିକଭାବେ ଜଣେ ହିନ୍ଦୁ ଅଟନ୍ତି, ଏବଂ ତା ସହିତ କୌଣସି ‘ବିରାଶୈବ’, କୌଣସି ଲିଙ୍ଗାୟତ କିମ୍ବା ବ୍ରହ୍ମ, ପାରଥନା କିମ୍ବା ଆର୍ଯ୍ୟ ସମାଜ ପ୍ରତି । କୌଣସି ବ୍ୟକ୍ତି ପ୍ରତି, ଯେକି ଧର୍ମାନୁଯାୟୀ ଜଣେ ବୌଦ୍ଧ, ଜୈନ କିମ୍ବା ଶିଖ୍ ହୋଇଥାଏ; ଏବଂ ସେହି ସମସ୍ତ ଅଞ୍ଚଳରେ ବାସ କରୁଥିବା ଅନ୍ୟ କୌଣସି ବ୍ୟକ୍ତି, ଯେଉଁଥିପ୍ରତି ଏହି ଆଇନ୍ ପରିବର୍ଦ୍ଧିତ ଏବଂ ଯେକି ଧର୍ମାନୁଯାୟୀ ଜଣେ ମୁସଲିମ୍, ଖ୍ରୀଷ୍ଟିୟାନ୍ , ପାର୍ସି , କିମ୍ବା ଜୀଉ ହୋଇନଥିବେ, ଯଦି ଏହା ପ୍ରମାଣ କରାନଯାଏ ଯେ, ଏପରି କୌଣସି ବ୍ୟକ୍ତି , ହିନ୍ଦୁ ଆଇନ୍, ଦ୍ଵାରା ପରିଚାଳିତ ହୋଇନଥାଆନ୍ତେ କିମ୍ବା କୌଣସି ବିଷୟ ସଂବନ୍ଧରେ , ଉକ୍ତ ଆଇନ୍ ର ଅଂଶ ଭାବେ ; କୌଣସି ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ପରିଚାଳିତ ହୋଇନଥାଆନ୍ତେ , ଯାହାକି , ଏଠାରେ ଆଲୋଚନା କରାଯାଇଛି , ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା। ସ୍ପଷ୍ଟୀକରଣ : - ନିମ୍ନଲିଖିତ ବ୍ୟକ୍ତିମାନେ, ଧର୍ମାନୁଯାୟୀ, ହିନ୍ଦୁ , ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟନ୍ତି : - କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ, ଯାହାର ଉଭୟ ପିତାମାତା, ଧର୍ମାନୁଯାୟୀ, ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟନ୍ତି; କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ, ଯାହାଙ୍କର ପିତାମାତାଙ୍କ ମଧ୍ୟରୁ ଜଣେ, ଧର୍ମାନୁଯାୟୀ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟନ୍ତି ଏବଂ ଯେକି ଜଣେ ସଦସ୍ୟଭାବେ , ଉକ୍ତ ଜାତି, ସଂପ୍ରଦାୟ, ଦଳ କିମ୍ବା ପରିବାରରେ ଲାଳିତପାଳିତ ହୋଇଥାଆନ୍ତି, ଯେଉଁଥି ପ୍ରତି ଏପରି ପିତାମାତା ଅଟନ୍ତି; ଏବଂ କୌଣସି ବ୍ୟକ୍ତି, ଯେକି ହିନ୍ଦୁ, ବୌଦ୍ଧ , ଜୈନ କିମ୍ବା ଶିଖ୍ ଧର୍ମକୁ ପରିବର୍ତ୍ତିତ କିମ୍ବା ପୁନଃ ପରିବର୍ତ୍ତିତ ହୋଇଥାଏ। ଉପ – ଦଫା (୧) ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ , ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା, ସଂବିଧାନର ଅନୁଚ୍ଛେଦ ୩୬୬ର ଧାରା(୨୫) ର ଅର୍ଥ ମଧ୍ୟରେ ତଫସିଲ୍ ଭୁକ୍ତ ଉପଜାତିର ସଦସ୍ୟମାନଙ୍କ ପ୍ରତି ପ୍ରୟୋଗନୀୟ ହେବ ନାହିଁ ; ଯଦି କେନ୍ଦ୍ରସରକାର, କାର୍ଯ୍ୟାଳୟ ଗେଜେଟ୍ ରେ, ବିଜ୍ଞପ୍ତି ଦ୍ଵାରା, ଅନ୍ୟଥା ନିର୍ଦ୍ଦେଶିତ ନକରନ୍ତି । ଏହି ଆଇନ୍ ର କୌଣସି ଅଂଶରେ , ଭକ୍ତି ‘ହିନ୍ଦୁ’ କୁ ବ୍ୟାଖ୍ୟା କରାଯିବ, ଯେପରିକି ଏହା କୌଣସି ବ୍ୟକ୍ତିକୁ ଅନ୍ତର୍ଭୁକ୍ତ କରେ, ଯେକି, ଯଦିଓ ଧର୍ମାନୁଯାୟୀ ଜଣେ ହିନ୍ଦୁ ହୋଇ ନଥାଆନ୍ତି, ତଥାପି ସେ ଜଣେ ବ୍ୟକ୍ତି ଅଟନ୍ତି ଯାହାଙ୍କ ପ୍ରତି ଏହି ଆଇନ୍, ଏହି ଦଫାରେ ଧାରୀତ ବ୍ୟବସ୍ଥାବଳୀ ଯୋଗୁ ପ୍ରୟୋଗ ହୁଏ । ସଂଜ୍ଞା ଏହି ଆଇନ୍ ରେ : - ‘ନାବାଳକ’ ଅର୍ଥ କୌଣସି ବ୍ୟକ୍ତି ଯେକି ଅଠର ବର୍ଷ ବୟସ ସମାପ୍ତ କରି ନାହିଁ ; ‘ଅଭିଭାବକ’ ଅର୍ଥ, କୌଣସି ବ୍ୟକ୍ତି ଯେକି କୌଣସି ନାବାଳକର ଶରୀର କିମ୍ବା ସମ୍ପତ୍ତିର କିମ୍ବା ଉଭୟର ଯତ୍ନ ନିଅନ୍ତି, ଏବଂ ଏହା ଅନ୍ତର୍ଭୁକ୍ତ କରେ : - କୌଣସି ପ୍ରାକୃତିକ ଅଭିଭାବକ ; ନାବାଳକର ପିତା କିମ୍ବା ମାତାଙ୍କର ଇଛାପତ୍ର ଦ୍ଵାରା ନିଯୁକ୍ତ କୌଣସି ଅଭିଭାବକ ; କୌଣସି ନ୍ୟାୟାଳୟ ଦ୍ଵାରା ନିଯୁକ୍ତ କିମ୍ବା ଘୋଷିତ ଜଣେ ଅଭିଭାବକ ; ଏବଂ କୌଣସି ସନ୍ତାନ ନ୍ୟାୟାଳୟ ସଂବନ୍ଧରେ କୌଣସି ଆଇନ୍ ଅନୁଯାୟୀ କିମ୍ବା ଦ୍ଵାରା କାର୍ଯ୍ୟ କରିବା ନିମନ୍ତେ କ୍ଷମତାୟୀତ କୌଣସି ବ୍ୟକ୍ତି । ‘ପ୍ରାକୃତିକ ଅଭିଭାବକ’ ଅର୍ଥ, ଦଫା ୬ରେ ଉଲ୍ଲେଖିତ କୌଣସି ଅଭିଭାବକ । ଆଇନ୍ ର ଅତିକ୍ରମଣୀୟ ପ୍ରଭାବ ଏହି ଆଇନ୍ ରେ ସ୍ପଷ୍ଟଭାବେ ବ୍ୟବସ୍ଥାୟୀତ ବ୍ୟତୀତ : - ଏହି ଆଇନ୍ ର ଠିକ୍ ପ୍ରାରମ୍ଭ ପୂର୍ବରୁ ବଳବତ୍ତର ଥିବା ସେହି ଆଇନ୍ ର ଅଂଶଭାବେ କୌଣସି ପ୍ରଥା କିମ୍ବା ବ୍ୟବହାର କିମ୍ବା କୌଣସି ପୁସ୍ତକ, ନିୟମ କିମ୍ବା ହିନ୍ଦୁ ଆଇନ୍ ର ବ୍ୟାଖ୍ୟା, କୌଣସି ବିଷୟ ସଂବନ୍ଧରେ ପ୍ରଭାବିତ ହେବାରୁ ରହିତ ହେବ ଯେଉଁଥି ନିମନ୍ତେ ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି । ଏହି ଆଇନ୍ ର ଠିକ୍ ପ୍ରାରମ୍ଭ ପୂର୍ବରୁ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ପ୍ରଭାବିତ ହେବାରୁ ରହିତ ହେବ, ଯେତେ ଦୂର ପର୍ଯ୍ୟନ୍ତ ଏହା, ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସହିତ ଅସାମଞ୍ଜସ୍ୟ ହୋଇଥାଏ । କୌଣସି ହିନ୍ଦୁ ନାବାଳକର ପ୍ରାକୃତିକ ଅଭିଭାବକ ତା’ର ଶରୀର ତଥା ତା’ର ସମ୍ପତ୍ତି ସଂବନ୍ଧରେ କୌଣସି ହିନ୍ଦୁ ନାବାଳକର ପ୍ରାକୃତିକ ଅଭିଭାବକ (ଯୁଗ୍ମ ପରିବାରରେ ତାଙ୍କର ଅବିଭକ୍ତ ସ୍ଵାର୍ଥର ବର୍ହିଭୂତିକରଣ ସହିତ ), ନିମ୍ନମାନେ ଅଟନ୍ତି : - କୌଣସି ବାଳକ କିମ୍ବା ଅବିବାହିତା କନ୍ୟା କ୍ଷେତ୍ରରେ – ପିତା ଏବଂ ତାଙ୍କ ପରେ; ମାତା ; ଉଲ୍ଲେଖଥାଉଯେ, କୌଣସି ନାବାଳକର ତତ୍ତ୍ଵାବଧାନ, ଯେକି ପାଞ୍ଚବର୍ଷ ବୟସ ସମାପ୍ତ କରି ନାହିଁ, ତାହା ତାଙ୍କ ମାଆଙ୍କଠାରେ ସାଧାରଣତଃ ରୁହେ; କୌଣସି ଅବୈଧ ପୁତ୍ର କିମ୍ବା ଅବୈଧ ଅବିବାହିତା କନ୍ୟା କ୍ଷେତ୍ରରେ – ମାଆ ଏବଂ ତାଙ୍କ ପରେ, ପିତା ; କୌଣସି ବିବାହିତା କନ୍ୟା କ୍ଷେତ୍ରରେ , ସ୍ଵାମୀ ; ଉଲ୍ଲେଖଥାଉ ଯେ, ଏହି ଦଫାର ବ୍ୟବସ୍ଥାବଳୀ ଅନୁଯାୟୀ , ଜଣେ ନାବାଳକର , ପ୍ରାକୃତିକ ଅଭିଭାବକଭାବେ କୌଣସି ବ୍ୟକ୍ତି କାର୍ଯ୍ୟ କରିବା ନିମନ୍ତେ ହକ୍ ଦାର୍ ହେବେ ନାହିଁ : - ଯଦି ସେ ଜଣେ ହିନ୍ଦୁ ହେବାରୁ ରହିତ ହୋଇଥାଆନ୍ତି ; କିମ୍ବା ଯଦି ସେ ଜଣେ ଭିକ୍ଷୁ କିମ୍ବା ଜଣେ ସନ୍ୟାସୀ ହୋଇ ସଂପୂର୍ଣ୍ଣ ଭାବେ ସଂସାର ପରିତ୍ୟାଗ କରିଥାଆନ୍ତି । ସ୍ପଷ୍ଟୀକରଣ : - ଏହି ଦଫାରେ ଉକ୍ତି ‘ପିତା’ ଏବଂ ‘ମାତା’ , ଜଣେ ସାବତ ପିତା ଏବଂ ଜଣେ ‘ସାବତ - ମାତା’ଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ । ଟିପ୍ପଣୀ ନାବାଳକର ମଙ୍ଗଳ , ଆବଶ୍ୟକ ଅଟେ - (ଏ.ଆଇ.ଆର୍. ୧୯୮୪ ସୁପ୍ରିମ୍ କୋର୍ଟ – ୧୨୨୪ ; ୧୯୮୪ (୩) ଏସ୍.ସି.ସି – ୬୯୮ ) । ଯେଉଁ ସ୍ଥଳରେ ପ୍ରଶ୍ନଗତ ପ୍ରସ୍ତାବ ୯ ବର୍ଷ ବୟସର ଜଣେ ବାଳିକା ଥିଲା ଏବଂ ଯେହେତୁ ତା’ର ମାଆ ଦ୍ଵିତୀୟ ଥର ନିମନ୍ତେ ଜଣେ ବିଖ୍ୟାତ କ୍ରିକେଟରଙ୍କୁ ବିବାହ କରିଥିଲେ, ସେ ତାଙ୍କ ସ୍ଵାମୀଙ୍କ ସହିତ ଗସ୍ତରେ ଦେଶ ବାହାରକୁ ଯାଇ ପାରନ୍ତି ଏବଂ ତା’ର ଅବକାଶ ସମୟରେ ମଧ୍ୟ ତାକୁ ସଂଗରେ ନିଅନ୍ତିନି ; ଏହା ଦର୍ଶାଯାଇଥିଲା ଯେ, ପରିବାରର ଅନ୍ୟ କୌଣସି ସଦସ୍ୟଙ୍କର ତତ୍ତ୍ଵାବଧାନରେ ସନ୍ତାନକୁ ଛାଡିବା ପରିବର୍ତ୍ତେ , ସନ୍ତାନର ତତ୍ତ୍ଵାବଧାନ , ଗୃହରୁ ଅନୁପସ୍ଥିତି ସମୟରେ , ପ୍ରାକୃତିକ ପିତାଙ୍କୁ ଦିଆଯିବା ଉଚିତ୍ – (କୁମାର ଭି. ଜାହଗିହାର୍ ବନାମ ଚେଥନା ସେରେଆ – (୨୦୦୪) ୨ ଏସ୍.ସି.ସି – ୬୮୮ ; ଏ.ଆଇ.ଆର୍ – ୨୦୪ ସୁପ୍ରିମ୍ କୋର୍ଟ - ୧୫୨୫ ) । ଋଣ ପରିଶୋଧ କରିବା ନିମନ୍ତେ କର୍ତ୍ତାଙ୍କ ଦ୍ଵାରା ସମ୍ପତ୍ତି ବିକ୍ରୀ କରାଯାଇଥିଲା , ଯେଉଁଥିରେ ନାବାଳକର ଏକ ଅବିଭକ୍ତ ଅଂଶ ଥିଲା – ଏପରି ବିକ୍ରୀ ବାଧ୍ୟତା ମୂଳକ ଅଟେ – (ଏମ୍.ହରିଶ୍ ବନାମ କୁମ୍ ସିନ୍ଧୁ – ଏ.ଆଇ.ଆର୍. ୨୦୧୨ କର୍ଣ୍ଣାଟକ - ୧)। ଗୃହୀତ ପୁତ୍ରର ପ୍ରାକୃତକ ଅଭିଭାବକତ୍ଵ କୌଣସି ଗୃହୀତ ପୁତ୍ରର ପ୍ରାକୃତିକ ଅଭିଭାବକତ୍ୱ, ଯେକି ଜଣେ ନାବାଳକ ଅଟେ; ଗ୍ରହଣ ପରେ , ଗ୍ରହଣକାରୀ ପିତାଙ୍କ ପ୍ରତି ଯାଏ ଏବଂ ତାଙ୍କ ପରେ, ଗ୍ରହଣକାରୀ ମାତାଙ୍କ ନିକଟକୁ ଯାଏ । ପ୍ରାକୃତିକ ଅଭିଭାବକଙ୍କ କ୍ଷମତା କୌଣସି ହିନ୍ଦୁ ନାବାଳକର ପ୍ରାକୃତିକ ଅଭିଭାବକଙ୍କର, ଏହି ଦଫାର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ସେହି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ଅଟେ; ଯାହାକି ଆବଶ୍ୟକ କିମ୍ବା ନାବାଳକର ଉପକାର ନିମନ୍ତେ ଯଥାଯଥ ଏବଂ ଉପଯୁକ୍ତ ଅଟେ କିମ୍ବା ନାବାଳକର ସମ୍ପତ୍ତି ଆଦାୟ କରିବା, ସୁରକ୍ଷିତ ରଖିବା କିମ୍ବା ଉପକାର ନିମନ୍ତେ; ମାତ୍ର ଅଭିଭାବକ, କୌଣସି କ୍ଷେତ୍ରରେ, ଏକ ବ୍ୟକ୍ତିଗତ ଦଲିଲ୍ ଦ୍ଵାରା, ନାବାଳକକୁ ଆବଦ୍ଧ କରିବେ ନାହିଁ । ପ୍ରାକୃତିକ ଅଭିଭାବକ, ନ୍ୟାୟାଳୟଙ୍କ ପୂର୍ବ ଅନୁମତି ବିନା ଯେ : - ନାବାଳକଙ୍କର ସ୍ଥାବର ସମ୍ପତ୍ତିର କୌଣସି ଅଂଶକୁ ବନ୍ଧକ ଦେଇପାରିବେ ନାହିଁ , ଭାରାକ୍ରାନ୍ତ କରିପାରିବେ ନାହିଁ କିମ୍ବା ଡିକ୍ରୀ , ଦାନ , ପ୍ରତିବଦଳନ କରିପାରିବେ ନାହିଁ; କିମ୍ବା ପାଞ୍ଚବର୍ଷରୁ ଉର୍ଦ୍ଧ୍ଵ ସମୟ ନିମନ୍ତେ କିମ୍ବା ସେହି ତାରିଖ ପରେ ଏକବର୍ଷରୁ ଉର୍ଦ୍ଧ୍ଵ ନୁହେଁ, ଯେବେ ନାବାଳକ ସାବାଳକତ୍ଵ ପ୍ରାପ୍ତ ହେବ , ଏପରି ସମ୍ପତ୍ତିରେ କୌଣସି ଅଂଶକୁ ପଟ୍ଟା ଦେଇ ପାରିବେ ନାହିଁ । ଉପ – ଦଫା (୧) କିମ୍ବା ଉପ – ଦଫା (୨)ର ଉଲ୍ଲଘଂନରେ , କୌଣସି ପ୍ରାକୃତିକ ଅଭିଭାବକଙ୍କ ଦ୍ଵାରା ସ୍ଥାବର ସମ୍ପତ୍ତିର ହସ୍ତାନ୍ତରଣ , ନାବାଳକ କିମ୍ବା ତାଙ୍କ ଅଧିନରେ ଦାବୀ କରୁଥିବା ବ୍ୟକ୍ତିଙ୍କର ନିର୍ଦ୍ଦେଶରେ, ଅସିଦ୍ଧ ହେବ ; କେବଳ ଆବଶ୍ୟକତା କିମ୍ବା ନାବାଳକ ପ୍ରତି ସ୍ପଷ୍ଟ ସୁବିଧା ବ୍ୟତୀତ , ଉପ – ଦଫା (୨) ରେ ଉଲ୍ଲେଖିତ କୌଣସି କାର୍ଯ୍ୟ କରିବା ନିମନ୍ତେ, ନ୍ୟାୟାଳୟ, ପ୍ରାକୃତିକ ଅଭିଭାବକଙ୍କୁ ଅନୁମତି ମଞ୍ଜୁର କରିବେ । ସମସ୍ତ ବିଷୟରେ , ଉପ – ଦଫା (୨) ଅନୁଯାୟୀ , ନ୍ୟାୟାଳୟଙ୍କ ଅନୁମତି ଗ୍ରହଣ କରିବା ନିମନ୍ତେ କୌଣସି ଆବେଦନପତ୍ର ସଂବନ୍ଧରେ , ଅଭିଭାବକ ଏବଂ ସନ୍ତାନ ଆଇନ୍, ୧୮୯୦(୮/୧୮୯୦) ପ୍ରୟୋଗ ହେବ , ଯେପରିକି ଉକ୍ତ ଆଇନ୍ ର ଦଫା ୨୯ ଅନୁଯାୟୀ , ନ୍ୟାୟାଳୟର ଅନୁମତି ଗ୍ରହଣ କରିବା ନିମନ୍ତେ , ଏହା ଏକ ଆବେଦନପତ୍ର ଅଟେ, ଏବଂ ନିର୍ଦ୍ଧିଷ୍ଟ ଭାବେ : - ଆବେଦନପତ୍ର ସଂବନ୍ଧରେ କାର୍ଯ୍ୟାନୁଷ୍ଠାନକୁ ସେଥିରେ ଦଫା ୪ – ‘କ’ ର ଅର୍ଥ ମଧ୍ୟରେ , ଉକ୍ତ ଆଇନ୍ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ ବୋଲି ଧରାଯିବ ; ନ୍ୟାୟାଳୟ , ପଦ୍ଧତିକୁ ପରିପାଳନ କରିବେ ଏବଂ ଉକ୍ତ ଆଇନ୍ ର ଦଫା ୩୧ର ଉପ – ଦଫା (୨) , (୩) ଏବଂ (୪) ରେ ଧାର୍ଯ୍ୟ କ୍ଷମତା ଧାରଣ କରିବେ ; ଏବଂ ସେହି ନ୍ୟାୟାଳୟକୁ , ଏହି ଦଫାର ଉପ – ଦଫା (୨)ରେ ଉଲ୍ଲେଖିତ କୌଣସି କାର୍ଯ୍ୟ କରିବାରେ ପ୍ରାକୃତିକ ଅଭିଭାବକଙ୍କୁ ଅନୁମତି ଦେବାକୁ ପ୍ରତ୍ୟାଖ୍ୟାନ କରିବାର କୌଣସି ଆଦେଶରୁ ଏକ ଅପିଲ୍ ଦାଏର୍ କରାଯିବ , ଯେଉଁଠି , ଉକ୍ତ ନ୍ୟାୟାଳୟର ସିଦ୍ଧାନ୍ତରୁ ସାଧାରଣତଃ ଅପିଲ୍ ଦାଏରନୀୟ ହୋଇଥାଏ । ଏହି ଦଫାରେ, ‘ନ୍ୟାୟାଳୟ’ ଅର୍ଥ ନଗରୀୟ ଦେୱାନୀ ନ୍ୟାୟାଳୟ କିମ୍ବା କୌଣସି ଜିଲ୍ଲା ନ୍ୟାୟାଳୟ କିମ୍ବା ଅଭିଭାବକ ଏବଂ ସନ୍ତାନ ଆଇନ୍ , ୧୮୯୦(୮/୧୮୯୦) ର ଦଫା ୪ – ‘କ’ ଅନୁଯାୟୀ କ୍ଷମତାୟୀତ କୌଣସି ଜିଲ୍ଲା ନ୍ୟାୟାଳୟ, ଯାହାର ସ୍ଥାନୀୟ କର୍ତ୍ତୁତ୍ଵାଧୀନ ଅଞ୍ଚଳ ମଧ୍ୟରେ ସେପରି ସ୍ଥାବର ସମ୍ପତ୍ତି , ଯାହା ସଂବନ୍ଧରେ ଆବେଦନ କରାଯାଇଛି, ତାହା ସ୍ଥିତି ଅଟେ ଏବଂ ଯେଉଁ ସ୍ଥଳରେ ସ୍ଥାବର ସମ୍ପତ୍ତି , ଏପରି ଗୋଟିକରୁ ଅଧିକ ନ୍ୟାୟାଳୟର କର୍ତ୍ତୁତ୍ଵାଧୀନ ଅଞ୍ଚଳ ମଧ୍ୟରେ ଅବସ୍ଥିତ , ତାହା ସେହି ନ୍ୟାୟାଳୟକୁ ଅର୍ଥାୟୀତ କରେ, ଯାହାର ସ୍ଥାନୀୟ କର୍ତ୍ତୁତ୍ଵାଧୀନ ଅଞ୍ଚଳ ମଧ୍ୟରେ, ସମ୍ପତ୍ତିର କୌଣସି ଅଂଶ ଅବସ୍ଥିତ । ଟିପ୍ପଣୀ ଯେଉଁ ସ୍ଥଳରେ , ଉଚ୍ଚନ୍ୟାୟାଳୟ , ଉପଯୁକ୍ତଭାବେ ନାବାଳକ ସନ୍ତାନର ମଙ୍ଗଳ ବିଷୟ ବିବେଚନା କରିନଥାଆନ୍ତି , ସେପରିସ୍ଥଳେ ଉଚ୍ଚନ୍ୟାୟାଳୟ ଦ୍ଵାରା ନିର୍ଗମ କରାଯାଇଥିବା ଆଦେଶ ଏବଂ ନିର୍ଦ୍ଦେଶ , ପରିବାର ନ୍ୟାୟାଳୟକୁ କରିନଥାଏ ବୋଲି ଦର୍ଶାଯାଇଥିଲା , ଯେତେବେଳେ ଏହା ସନ୍ତାନର ତତ୍ତ୍ଵାବଧାନ ବିଷୟ ସ୍ଥିର କରନ୍ତି (କୁମାର ଭି. ଜାହଗିରଦାର ବନାମ ଚେତିନାକେ ରାମତୀର୍ଥ – ଏ.ଆଇ.ଆର୍ - ୨୦୦୧ ସୁପ୍ରିମ୍ କୋର୍ଟ – ୨୧୭୯) । ଦଫା ୮ (୨) : ଆଇନ୍ ର ଦଫା ୮ ଅନୁଯାୟୀ ପ୍ରାକୃତିକ ଅଭିଭାବକ , ନ୍ୟାୟାଳୟଙ୍କ ପୂର୍ବ ଅନୁମତି ବିନା , ନାବାଳକର ହୋଇଥିବା ସ୍ଥାବର ସମ୍ପତ୍ତିର କୌଣସି ଅଂଶକୁ , ବିକ୍ରିଦ୍ଵାରା ହସ୍ତାନ୍ତରଣ କରିପାରିବେ ନାହିଁ – (କିଶ୍ଵମ୍ଭର ଏବଂ ଅନ୍ୟମାନେ ବନାମ ଲକ୍ଷ୍ମୀ ନାରାୟଣ (ମୃତ) , ତାଙ୍କର ଆଇନଗତ ପ୍ରତିନିଧିଙ୍କ ଜରିଆରେ ଏବଂ ଅନ୍ୟମାନେ -ଏ.ଆଇ.ଆର୍. ୨୦୦୧ ସୁପ୍ରିମ୍ କୋର୍ଟ – ୨୬୦୭) । ନ୍ୟାୟାଳୟଙ୍କ ମଞ୍ଜୁରୀ ବ୍ୟତୀତ , ପ୍ରାକୃତିକ ଅଭିଭାବକଙ୍କ ଦ୍ଵାରା କରାଯାଇଥିବା କୌଣସି ହସ୍ତାନ୍ତରଣକୁ ନାକଚ କରିବା ନିମନ୍ତେ ଏକ ପ୍ରାର୍ଥନା କରାଯିବା ଉଚିତ୍ – (ରାମଦାସ ମେନନ୍ ବନାମ ଶ୍ରୀଦେବୀ –୨୦୦୪ (୧୬), ଆଇ.ଏଲ୍.ଡି. – ୨୫୭ କେରଳ (ଏଫ୍.ବି) । ଦଲିଲୀୟ ଅଭିଭାବକ ଏବଂ ସେମାନଙ୍କର କ୍ଷମତା ଜଣେ ହିନ୍ଦୁ ପିତା , ଯେକି ତା’ର ବୈଧ ସନ୍ତାନର ପ୍ରାକୃତିକ ଅଭିଭାବକଭାବେ କାର୍ଯ୍ୟ କରିବା ନିମନ୍ତେ ହକ୍ ଦାର୍ ଅଟେ , ଇଛାପତ୍ର ଦ୍ଵାରା , ନାବାଳକର ଶରୀର କିମ୍ବା ନାବାଳକର ସମ୍ପତ୍ତି ସଂବନ୍ଧରେ ଜଣେ ଅଭିଭାବକଙ୍କୁ ନିଯୁକ୍ତ କରିପାରନ୍ତି (ଦଫା ୧୨ରେ ଉଲ୍ଲେଖିତ ଅବିଭକ୍ତି ସ୍ଵାର୍ଥ ବ୍ୟତୀତ) କିମ୍ବା ଉଭୟ ନିମନ୍ତେ ) । ଉପ – ଦଫା (୧) ଅନୁଯାୟୀ କରାଯାଇଥିବା କୌଣସି ନିଯୁକ୍ତିର କୌଣସି ପ୍ରଭାବ ରହିବ ନାହିଁ , ଯଦି ପିତା , ମାତାଙ୍କ ପୂର୍ବରୁ ମୃତ୍ୟୁ ବରଣ କରନ୍ତି ; ମାତ୍ର ତା’ର ପୁନରୁଦ୍ଧାର ଘଟିବ ଯଦି ଅଭିଭାବକଭାବେ କୌଣସି ବ୍ୟକ୍ତିକୁ ଇଚ୍ଛାପତ୍ର ଦ୍ଵାରା ନିଯୁକ୍ତନକରି , ମାଆ ମୃତ୍ୟୁବରଣ କରେ । ଜଣେ ହିନ୍ଦୁ ବିଧବା, ତା’ର ନାବାଳକ ବୈଧ ସନ୍ତାନର ପ୍ରାକୃତିକ ଅଭିଭାବକଭାବେ କାର୍ଯ୍ୟ କରିବା ନିମନ୍ତେ ହକ୍ ଦାର୍ ଅଟେ ଏବଂ ଏହି କାରଣ ଉପରେ ତା’ର ନାବାଳକ ବୈଧ ସନ୍ତାନର ପ୍ରାକୃତିକ ଅଭିଭାବକ ଭାବେ କାର୍ଯ୍ୟ କରିବା ନିମନ୍ତେ ଜଣେ ହିନ୍ଦୁମାଆ ହକ୍ ଦାର୍ ଅଟେ ଯେ , ପିତା ଏପରି କାର୍ଯ୍ୟ କରିବା ନିମନ୍ତେ ଅଣ – ହକ୍ ଦାର୍ ଅଟନ୍ତି ଏବଂ ସେ, ଇଚ୍ଛା ପତ୍ର ଦ୍ଵାରା , ସେଗୁଡିକ ମଧ୍ୟରୁ ନାବାଳକର ଶରୀର କିମ୍ବା ନାବାଳକର ସମ୍ପତ୍ତି (ଦଫା ୧୨ରେ ଉଲ୍ଲେଖିତ ଅବିଭକ୍ତ ସ୍ଵାର୍ଥ ବ୍ୟତୀତ) କିମ୍ବା ଉଭୟ ସମ୍ବନ୍ଧରେ ଜଣେ ଅଭିଭାବକ ନିଯୁକ୍ତ କରିପାରନ୍ତି । ତ’ର ନାବାଳକ, ଅବୈଧ ସନ୍ତାନର ପ୍ରାକୃତିକ ଅଭିଭାବକଭାବେ କାର୍ଯ୍ୟ କରିବା ନିମନ୍ତେ ହକ୍ ଦାର୍ କୌଣସି ହିନ୍ଦୁ ମାଆ, ନାବାଳକଙ୍କ ଶରୀତ କିମ୍ବା ତାଙ୍କର ସମ୍ପତ୍ତି ସଂବନ୍ଧରେ କିମ୍ବା ଉଭୟ ସଂବନ୍ଧରେ, ଜଣେ ଅଭିଭାବକଙ୍କୁ ନିଯୁକ୍ତ କରିପାରନ୍ତି । ଇଚ୍ଛାପତ୍ର ଦ୍ଵାରା ଏପରି ନିଯୁକ୍ତ ଅଭିଭାବକ, ନାବାଳକର ପିତା କିମ୍ବା ମାତାଙ୍କ ମୃତ୍ୟୁପରେ ନାବାଳକର ଅଭିଭାବକଭାବେ କାର୍ଯ୍ୟ କରିବାର ଅଧିକାର ରହିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏବଂ ଏପରି ପରିମାଣରେ ଏବଂ ଏପରି କଟକଣାର ନିୟନ୍ତ୍ରଣାଧିନରେ, ଯଦି କିଛି ଥାଏ, ଏହି ଆଇନ୍ ନୁଯାୟୀ , ଜଣେ ପ୍ରକୃତିକ ଅଭିଭାବକଙ୍କର ସମସ୍ତ ଅଧିକାର ପରିଚାଳନା କରିବେ । ଇଚ୍ଛାପତ୍ର ଦ୍ଵାରା ଏପରି ନିଯୁକ୍ତ ଅଭିଭାବକଙ୍କର ଅଧିକାର , ଯେଉଁସ୍ଥଳରେ ନାବାଳକ ଏକ କନ୍ୟା ହୋଇଥାଏ, ତା’ର ବିବାହ ଉପରେ କିମ୍ବା ବିବାହ ପରେ ରହିତ ହେବ । ସମ୍ପତ୍ତିର ଅଭିଭାବକଭାବେ କାର୍ଯ୍ୟ କରିବାରେ, ନାବାଳକର ଅକ୍ଷମତା ନାବାଳକର ସମ୍ପତ୍ତିର ଅଭିଭାବକଭାବେ କାର୍ଯ୍ୟ କରିବା ନିମନ୍ତେ , ଜଣେ ନାବାଳକ ଅଦକ୍ଷ ହେବ । ବିଷୟଗତ ଅଭିଭାବକ, ନାବାଳକର ସମ୍ପତ୍ତି ସହିତ କାରବାର ଏହି ଆଇନ୍ ପ୍ରଚଳନ ପରେ , ଏହି କାରଣ ଉପରେ ଯେ , ସେ କିମ୍ବା ଉକ୍ତ ମହିଳା , ନାବାଳକର ପ୍ରକୃତ ଅଭିଭାବକ ଅଟନ୍ତି , କୌଣସି ହିନ୍ଦୁ ନାବାଳକର ସମ୍ପତ୍ତି ହସ୍ତାନ୍ତରଣ କରିବା କିମ୍ବା ତାହା ବ୍ୟବହାର କରିବା ନିମନ୍ତେ ହକ୍ ଦାର୍ ହେବେ ନାହିଁ । ଯୁଗ୍ମ ପରିବାର ସମ୍ପତ୍ତିରେ ନାବାଳକର ଅବିଭକ୍ତ ସ୍ଵାର୍ଥ ନିମନ୍ତେ , ଅଭିଭାବକ ନିଯୁକ୍ତ ହେବେ ନାହିଁ ଯେଉଁ ସ୍ଥଳରେ କୌଣସି ନାବାଳକର, ଯୁଗ୍ମ ପରିବାର ସମ୍ପତ୍ତିରେ ଅବିଭକ୍ତ ସ୍ଵାର୍ଥ ଥାଏ ଏବଂ ଉକ୍ତ ସମ୍ପତ୍ତି, ପରିବାରର ଜଣେ ବୟସ୍କ ସଦସ୍ୟଙ୍କ ପରିଚାଳନା ଅଧିନରେ ଥାଏ, ସେପରିସ୍ଥଳେ ଏପରି ଅବିଭକ୍ତ ସ୍ଵାର୍ଥ ସଂବନ୍ଧରେ, ନାବାଳକ ନିମନ୍ତେ କୌଣସି ଅଭିଭାବକ ନିଯୁକ୍ତ ହେବେ ନାହିଁ ; ଉଲ୍ଲେଖ ଥାଉ ଯେ, ଏପରି ସ୍ଵାର୍ଥ ସଂବନ୍ଧରେ ଜଣେ ଅଭିଭାବକଙ୍କୁ ନିଯୁକ୍ତ କରିବାରେ କୌଣସି ଉଚ୍ଚନ୍ୟାୟାଳୟଙ୍କ କର୍ତ୍ତୁତ୍ଵକୁ ଏହି ଦଫା ପ୍ରଭାବିତ କରେ ବୋଲି ଧରାଯିବ ନାହିଁ । ନାବାଳକର ମଙ୍ଗଳ, ସର୍ବୋଚ୍ଚ ବିଚାର କୌଣସି ନ୍ୟାୟାଳୟ ଦ୍ଵାରା ଜଣେ ହିନ୍ଦୁ ନାବାଳକର ଅଭିଭାବକଭାବେ କୌଣସି ବ୍ୟକ୍ତିର ନିଯୁକ୍ତିରେ , ନାବାଳକର ମଙ୍ଗଳ, ସର୍ବୋଚ୍ଚ ବିବେଚନା ହେବ । ଏହି ଆଇନ୍ କିମ୍ବା ହିନ୍ଦୁମାନଙ୍କ ମଧ୍ୟରେ ବିବାହରେ ଅଭିଭାବକତ୍ଵ ସଂବନ୍ଧୀୟ କୌଣସି ଆଇନ୍ ର ବ୍ୟବସ୍ଥାବଳୀ ଯୋଗୁ , କୌଣସି ବ୍ୟକ୍ତି , ଅଭିଭାବକତ୍ଵ ନିମନ୍ତେ ହକ୍ ଦାର୍ ହେବେ ନାହିଁ ; ଯଦି ନ୍ୟାୟାଳୟ ମତପୋଷଣ କରନ୍ତି ଯେ , ତାଙ୍କର କିମ୍ବା ଉକ୍ତ ମହିଳାଙ୍କର ଅଭିଭାବକତ୍ଵ ନାବାଳକର ମଙ୍ଗଳ ନିମନ୍ତେ ନୁହେଁ । ଟିପ୍ପଣୀ ପାଞ୍ଚ ବର୍ଷ ତଳେ କୌଣସି ସନ୍ତାନର ତତ୍ତ୍ଵାବଧାନ , ମାଆଙ୍କୁ ଦିଆଯିବ – (୧୯୯୦ ଏସ୍.ସି.ସି. (କ୍ରାଇମ୍ସ)- ୬୦୯ ; ୧୯୯୦ ଏସ୍.ସି.ସି. (ସପ୍ଲିମେଣ୍ଟାରୀ) – ୫୩ ) । ଆଧାର – ଲଅ ହାଉସ