ବିଲ୍ ପ୍ରତି ସଂଯୁକ୍ତ ‘ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ’ ନିମ୍ନ ପ୍ରକାର ଅଟେ । ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ମହିଳାମାନଙ୍କର ଅନେକ ଅବସ୍ଥା, ଅନ୍ୟାନ୍ୟ ସଂସ୍ଥା ଏବଂ ବ୍ୟକ୍ତିମାନେ, ସମୟାନୁକ୍ରମେ ଦାବୀ କରିଛନ୍ତି ଯେ , ପରିବାର କଳହର ସମାଧାନ ନିମନ୍ତେ, ପରିବାର ନ୍ୟାୟାଳୟ ସ୍ଥାପନ କରାଯାଉ, ଯେଉଁଠାରେ ସାମାଜିକ ଭାବେ ଇସ୍ପିତ ଫଳ ଲାଭ କରିବା ନିମନ୍ତେ, ମିଳାମିଶା ଉପରେ ଗୁରୁତ୍ଵ ଦିଆଯିବା ସହିତ, ଜଟିଳ ନିୟମାବଳୀ ଏବଂ ସାକ୍ଷର ଗ୍ରହଣକୁ ପରିହାର କରାଯିବା ଉଚିତ୍ । ଆଇନ୍ କମିଶନ୍, ଏହାର 59ତମ ବିବରଣୀ (୧୯୭୪)ରେ, ଏହି ଦୃଢୋକ୍ତି କରିହିଲେ ଯେ ପରିବାରସହ ସମ୍ପୃକ୍ତ ବିବାଦର ବିଚାର କରିବା ସମୟରେ ନ୍ୟାୟାଳୟ ଏପରି ଏକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ , ଯାହାକି ସାଧାରଣ ଦେୱାନୀ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରାଯାଉଥିବା ପଦ୍ଧତିଠାରୁ ସଂପୂର୍ଣ୍ଣଭାବେ ପୃଥକ୍ ହେବ ଏବଂ ଏହା , ବିଚାର ଆରମ୍ଭ କରିବା ପୂର୍ବରୁ, ସମାଧାନ ନିମନ୍ତେ ଯଥାଯଥ ଚେଷ୍ଟା କରିବ । ପରିବାରକୁ ସଂପୃକ୍ତ କରୁଥିବା ବିଷୟରେ ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ଦେୱାନୀ କାର୍ଯ୍ୟବିଧି ସଂହିତାକୁ ୧୯୭୬ରେ ସଂଶୋଧନ କରାଯାଇଛି, ଯାହାକି ଏଥି ନିମନ୍ତେ ଏକ ବିଶେଷ ପଦ୍ଧତି ଯୋଗାଇ ଦେବ । ଯାହେଉନା କାହିଁକି, ଏପରି ମିଳାମିଶା ପଦ୍ଧତି ଗ୍ରହଣ କରିବାରେ, ନ୍ୟାୟାଳୟ ଦ୍ଵାରା ଏହାର ଅଧିକ ଉପଯୋଗ କରାଯାଇ ନାହିଁ ଏବଂ ନ୍ୟାୟାଳୟ ଗୁଡିକ, ପରିବାର କଳହକୁ, ଅନ୍ୟାନ୍ୟ ଦେୱାନୀ ବିଷୟ ଭାବେ ବିଚାର କରୁଛନ୍ତି ଏବଂ ସେହି ବିମୁଖୀ ଆଭିମୁଖ୍ୟ ପ୍ରଚଳିତ ଅଛି । ସେଥିପାଇଁ, ପରିବାର କଳହର ତୁରନ୍ତ ସମାଧାନ ନିମନ୍ତେ ତଥା ସର୍ବସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ, ପରିବାର ନ୍ୟାୟାଳୟ ସ୍ଥାପନ କରିବାର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏହି ବିଲ୍, ନିମ୍ନଭାବେ ଉଲ୍ଲେଖ କରେ : - ରାଜ୍ୟ ସରକାରଙ୍କ ଦ୍ଵାରା ପରିବାର ନ୍ୟାୟାଳୟର ସ୍ଥାପନା ନିମନ୍ତେ ବ୍ୟବସ୍ଥାୟୀତ କରିବା; ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ପ୍ରତ୍ୟକ ନଗରୀ କିମ୍ବା ସହରରେ ଏକ ପରିବାର ନ୍ୟାୟାଳୟ ସ୍ଥାପନା କରିବା ନିମନ୍ତେ , ରାଜ୍ୟ ସରକାରଙ୍କୁ ବାଧ୍ୟ କରିବା; ଉପରେ ଉଲ୍ଲେଖିତ (ଖ) ରେ ଧାର୍ଯ୍ୟ ଅଞ୍ଚଳ ବ୍ୟତୀତ , ସେହି ଅଞ୍ଚଳରେ ଏପରି ନ୍ୟାୟାଳୟ ସ୍ଥାପନା କରିବାରେ ରାଜ୍ୟ ସରକାରଙ୍କୁ ସକ୍ଷମ କରିବା । ନିମ୍ନ ବିଷୟ ସଂବନ୍ଧରେ , ପରିବାର ନ୍ୟାୟାଳୟର କର୍ତ୍ତୁତ୍ଵ ମଧ୍ୟରେ ସଂପୂର୍ଣ୍ଣଭାବେ ବ୍ୟବସ୍ଥା କରିବା :- ବୈବାହିକ ନିଦାନ; ସହିତ ବିବାହ, ବୈଚାରୀକ ପୃଥକୀକରଣ , ଛାଡପତ୍ର , ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନାର ଅବୈଧତା କିମ୍ବା ବୈଧତା କିମ୍ବା କୌଣସି ବ୍ୟକ୍ତିର ବୈବାହିକ ସ୍ଥିତି ସଂବନ୍ଧରେ ଘୋଷଣା ; ଦାମ୍ପତ୍ୟମାନଙ୍କର ସମ୍ପତ୍ତି କିମ୍ବା ସେମାନଙ୍କ ମଧ୍ୟରୁ କାହାର ସମ୍ପତ୍ତି ; କୌଣସି ବ୍ୟକ୍ତିର ବୈଧତା ସଂବନ୍ଧରେ ଘୋଷଣା ; କୌଣସି ବ୍ୟକ୍ତିର ଅଭିଭାବକତ୍ଵ କିମ୍ବା କୌଣସି ନାବାଳକର ଦାୟିତ୍ଵ ; ଭରଣପୋଷଣ ସହିତ , ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଅଧ୍ୟାୟ – ୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ; ପରିବାର କଳହ ପ୍ରତି, ପକ୍ଷମାନଙ୍କ ମଧ୍ୟରେ, ଏକ ମିଳାମିଶା କିମ୍ବା ସମାଧାନ ନିମନ୍ତେ ପ୍ରଥମେ ଚେଷ୍ଟା କରିବା ନିମନ୍ତେ, ପରିବାର ନ୍ୟାୟାଳୟ ଉପରେ ବାଧ୍ୟତାମୂଳକ କରିବା । ଏହି ସ୍ତରରେ, କାର୍ଯ୍ୟାନୁଷ୍ଠାନ ଅଣ – ମୌଳିକ ହେବ ଏବଂ ଜଟିଳ ନିୟମାବଳୀର ପଦ୍ଧତିକୁ ପ୍ରୟୋଗ କରାଯିବ ନାହିଁ । ମିଳାମିଶା ସ୍ତରରେ, ସାମାଜିକ ମଙ୍ଗଳ ସଂସ୍ଥା, ଉପଦେଷ୍ଟା ଇତ୍ୟାଦି ନିମନ୍ତେ ବ୍ୟବସ୍ଥାୟୀତ କରିବା ଏବଂ ଡାକ୍ତରୀ ଏବଂ ମଙ୍ଗଳକାରୀ ବିଶେଷଜ୍ଞଙ୍କ ସେବା ଆହରଣ କରିବା ନିମନ୍ତେ ବ୍ୟବସ୍ଥା କରିବେ; ବ୍ୟବସ୍ଥାୟୀତ କରିବ ଯେ, କୌଣସି ପରିବାର ନ୍ୟାୟାଳୟ ସମ୍ମୁଖରେ କୌଣସି ବିବାଦ ପ୍ରତି ପକ୍ଷମାନେ , ଅଧିକାର ସ୍ୱରୂପ, ଆଇନ୍ ଗତ ବ୍ୟବସାୟୀଙ୍କ ଦ୍ଵାରା ପ୍ରତିନିଧିତ୍ଵ ହେବା ନିମନ୍ତେ ହକ୍ ଦାର୍ ହେବେ ନାହିଁ। ଯାହେଉନା କାହିଁକି ,ନ୍ୟାୟାଳୟ , ନ୍ୟାୟର ସ୍ଵାର୍ଥ ଦୃଷ୍ଟିରୁ “ଆମକସ୍ କ୍ୟୁରିୟ” ଭାବେ ଜେନ ଆଇନ୍ ଗତ ବିଶେଷଜ୍ଞଙ୍କ ସହାୟତା ଚାହିଁପାରନ୍ତି ; ସାକ୍ଷ୍ୟ ଏବଂ ପଦ୍ଧତିର ନିୟମାବଳୀକୁ ସରଲା କରିବେ , ଯାହା ଫଳରେ କୌଣସି ବିବାଦକୁ ପ୍ରଭାବିତ ଭାବେ ବିଚାର କରିବା ନିମନ୍ତେ , ପରିବାର ନ୍ୟାୟାଳୟକୁ ସକ୍ଷମ କରିପାରିବେ ; କେବଳମାତ୍ର ଗୋଟିଏ ଅପିଲ୍ ଅଧିକାର ବ୍ୟବସ୍ଥାୟିତ କରିବେ , ଯାହାକି ଉଚ୍ଚନ୍ୟାୟାଳୟରେ ଦାଏରନୀୟ ହେବ। ଉପରୋକ୍ତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଏହି ବିଲ୍ ଉଦ୍ଦେଶିତ ଅଟେ । ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ (ସଂଶୋଧନ ଆଇନ୍ ୫୯/୧୯୯୧) ସ୍ତ୍ରୀ, ସନ୍ତାନ ଏବଂ ପିତାମାତାଙ୍କ ପ୍ରତି ଭରଣପୋଷଣ ଉଭା ପ୍ରତି ସଂପର୍କିତ ବିଷୟଗୁଡିକ, ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ର ଦଫା ୧୨୫ ଅନୁଯାୟୀ ଶୁଣାଣୀ କରାଯାଏ । ପରିବାର ନ୍ୟାୟାଳୟ ଆଇନ୍, ୧୯୮୪ର ପ୍ରଣୟନ ପରେ, ସେହି ସମସ୍ତ ସ୍ଥାନରେ ପରିବାର ନ୍ୟାୟାଳୟ ମଧ୍ୟରେ , ଭରଣପୋଷଣ ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ, ପଡେ, ଯେଉଁଠାରେ ଏପରି ନ୍ୟାୟାଳୟ ସ୍ଥାପିତ ହୋଇଛି । ଅନ୍ୟାନ୍ୟ ସ୍ଥାନରେ , ଉକ୍ତ ଅଞ୍ଚଳର ମାଜିଷ୍ଟ୍ରେଟ୍ , ଏପରି ବିଷୟଗୁଡିକରେ , କର୍ତ୍ତୁତ୍ଵ ପରିଚାଳନା କରନ୍ତି । କୌଣସି ପରିବାର ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ ବିରୁଦ୍ଧରେ , ପରିବାର ନ୍ୟାୟାଳୟ ଆଇନ୍ , ୧୯୮୪ ଅନୁଯାୟୀ , ଅପିଲ୍ ର ବ୍ୟବସ୍ଥା ଅଛି । ମାତ୍ର ଯେତେବେଳେ କୌଣସି ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା ଭରଣପୋଷଣ ଆଦେଶ ପ୍ରଦାନ କରାଯାଏ , ସେପରିସ୍ଥଳେ ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩ ଅନୁଯାୟୀ , ଏକ ‘ ରିଭିଜନ୍ ’ ଦାୟରନୀୟ ଅଟେ । ୧୯୮୯ ମସିହା ଡିସେମ୍ବର ମାସରେ ହୋଇଥିବା ମୁଖ୍ୟ ବିଚାରପତିମାନଙ୍କର ସମ୍ମିଳନୀ, ଏହା ସୁପାରିସ୍ କରିଛନ୍ତି ଯେ , ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩ର ଦଫା ୧୨୫ ଅନୁଯାୟୀ , କୌଣସି ପରିବାର ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ ବିରୁଦ୍ଧରେ ଅପିଲ୍ ସଂବନ୍ଧରେ ପରିବାର ନ୍ୟାୟାଳୟ ଆଇନ୍ , ୧୯୮୭ ରେ ସ୍ଥିତ ବ୍ୟବସ୍ଥାକୁ ବାଦ୍ ଦିଆଯାଇପାରେ ଏବଂ ଏହା ସ୍ଥାନରେ ଉକ୍ତ ଆଇନ୍ ରେ , ‘ ରିଭିଜନ୍ ’ ବ୍ୟବସ୍ଥାୟୀତ କରାଯାଇପାରେ । ସେଥିପାଇଁ , ବିଲ୍ ର ଧାରା – ୨ , ପରିବାର ନ୍ୟାୟାଳୟ ଆଇନ୍ , ୧୯୮୪ର ଦଫା ୧୯କୁ ସଂଶୋଧନ କରିବାକୁ ଚାହେଁ । ଯାହେଉନା କାହିଁକି , ଏହା , ସଂଶୋଧନ ଆଇନ୍ ର ପ୍ରାରମ୍ଭ ପୂର୍ବରୁ ପ୍ରଦାନ କରାଯାଇଥିବା ଆଦେଶରୁ ଅପିଲ୍ ପ୍ରତି ଅଧିକାର ଏବଂ ସ୍ଥଗୀତ ଅପିଲ୍ ଗୁଡିକୁ ରକ୍ଷା କରିବାକୁ ଚାହେଁ । ଏହି ବିଲ୍ , ଉପରୋକ୍ତ ଉଦ୍ଦେଶ୍ୟ ହାସଲ କରିବାକୁ ଚାହେଁ । ବିବାହ ଏବଂ ପାରିବାରିକ ବ୍ୟବସ୍ଥା ସଂବନ୍ଧୀୟ ବିବାଦର ତୁରନ୍ତ ସମାଧାନ ଆହରଣ କରିବା ଏବଂ ସେ ସଂବନ୍ଧୀୟ ବିଷୟଗୁଡ଼ିକୁ ମୀମାଂସା କରିବା ଦୃଷ୍ଟିରୁ , ପରିବାର ନ୍ୟାୟାଳୟ ସ୍ଥାପନ କରିବାକୁ ଏହି ଆଇନ୍ ବ୍ୟବସ୍ଥାୟୀତ କରେ । ଭାରତୀୟ ଗଣତନ୍ତ୍ରର ପଇଁତିରିଶତମ ବର୍ଷରେ ଏହାକୁ ପାର୍ଲାମେଣ୍ଟ ଦ୍ଵାରା ନିମ୍ନଭାବେ ପ୍ରଣୟନ କରାଯାଉ : - ପରିସର ଏବଂ ପ୍ରାରମ୍ଭ ଏହି ଆଇନ୍ କୁ ‘ପରିବାର ନ୍ୟାୟାଳୟ ଆଇନ୍, ୧୯୮୪ ବୋଲି କୁହାଯିବ । ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ, ଏହା ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ । ଏହା, ଏପରି ତାରିଖରୁ ବଳବତ୍ତର ହେବ, ଯେପରି କେନ୍ଦ୍ର ସରକାର କାର୍ଯ୍ୟାଳୟ ଗେଜେଟ୍ ରେ ଧାର୍ଯ୍ୟ କରିପାରନ୍ତି ଏବଂ ବିଭିନ୍ନ ରାଜ୍ୟ ନିମନ୍ତେ, ବିଭିନ୍ନ ତାରିଖ ଧାର୍ଯ୍ୟ କରାଯାଇପାରେ । ଟିପ୍ପଣୀ ପରିବାର ନ୍ୟାୟାଳୟ ସମ୍ମୁଖରେ, ଅଧିବକ୍ତା କିମ୍ବା ଓକିଲଙ୍କର ଉପସ୍ଥିତ , ପ୍ରତିବନ୍ଧିତ ନୁହେଁ – (୧୯୯୯ (୧) ଫେମି ଜୁରୀସ ସି.ସି. – ୩୪୬, ୧୯୯୯ (୧) ଫେମି ଜୁରୀସ ସି.ସି. - ୩୭୮) । ସଂଜ୍ଞା ଏହି ଆଇନ୍ ରେ ଯଦି ସୂଚୀ ଅନ୍ୟତା ଆବଶ୍ୟକ ନକରେ : - ‘ବିଚାର ପତି ’ ଅର୍ଥ, କୌଣସି ପରିବାର ନ୍ୟାୟାଳୟର ବିଚାରପତି, କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ମୁଖ୍ୟ ବିଚାରପତି, ଅତିରିକ୍ତ ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି; ‘ବିଜ୍ଞପ୍ତି’ ଅର୍ଥ, କାର୍ଯ୍ୟାଳୟ ଗେଜେଟ୍ ରେ ପ୍ରକାଶିତ କୌଣସି ବିଜ୍ଞପ୍ତି ; ‘ଧାର୍ଯ୍ୟ’ ଅର୍ଥ, ଏହି ଆଇନ୍ ଅନୁଯାୟୀ ପ୍ରଣୀତ ନିୟମାବଳୀ ଦ୍ଵାରା ଧାର୍ଯ୍ୟ ; ‘ପରିବାର – ନ୍ୟାୟାଳୟ ’ ଅର୍ଥ, ଦଫା – ୩ ଅନୁଯାୟୀ ସ୍ଥାପିତ କୌଣସି ପରିବାର ନ୍ୟାୟାଳୟ, ବ୍ୟବହୃତ ଅନ୍ୟାନ୍ୟ ସମସ୍ତ ଶବ୍ଦାବଳୀ ଏବଂ ଉକ୍ତି, ମାତ୍ର ଏହି ଆଇନ୍ ରେ ସଂଜ୍ଞାୟୀତ ହୋଇନାହିଁ ଏବଂ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮)ରେ ସଂଜ୍ଞାୟୀତର ସେହି ସମସ୍ତ ଅର୍ଥ ରହିବ , ଯାହାକି ଉକ୍ତ ସଂହିତାରେ ସେଗୁଡିକୁ ନ୍ୟସ୍ତ କରାଯାଇଛି । ଆଧାର – ଦ ଲ ହାଉସ