ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ଏହି ବିଲ୍, ବିଶେଷ ବିବାହ ଆଇନ୍, ୧୮୭୨କୁ ସଂଶୋଧନ କରିବା ଏବଂ ସ୍ଥାନାନ୍ତରୀତ କରିବା ନିମନ୍ତେ ଚାହେଁ, ଯାହା ଫଳରେ ଏକ ବିଶେଷ ଆକାରର ବିବାହ ବ୍ୟବସ୍ଥାୟୀତ କରାଯାଇପାରିବ, ଯାହାକି ଭାରତରେ କୌଣସି ବ୍ୟକ୍ତିଦ୍ଵାରା ସୁବିଧା ନିଆଯାଇପାରିବ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କ ଦ୍ଵାରା ମଧ୍ୟ ଉପଭୋଗ କରାଯାଇପାରିବ ଏବଂ ଏହା ବିଶ୍ଵାସର ନିର୍ବିଶେଷରେ ଯାହାକି ବିବାହର, କୌଣସି ପକ୍ଷ ଧାରଣ କରିଥାଆନ୍ତି । ପକ୍ଷମାନେ ସେମାନଙ୍କର ବିବାହ ସଂପାଦନ ନିମନ୍ତେ ଯେକୌଣସି ଉତ୍ସବ ପାଳନ କରିପାରନ୍ତି; ମାତ୍ର ବିବାହ ଅଧିକାରୀଙ୍କ ଦ୍ଵାରା ବିବାହ ନିବନ୍ଧନ ହେବା ପୂର୍ବରୁ କେତେକ ନିର୍ଦ୍ଧିଷ୍ଟ ମୌଳିକତାକୁ ଧାର୍ଯ୍ୟ କରାଯାଇଛି । ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ଉପକାର ନିମନ୍ତେ, ଏହି ବିଲ୍ କୂଟନୈତିକ ଏବଂ ‘କନ୍ ସୁଲାର୍ ’ ଅଧିକାରୀଙ୍କୁ , କୌଣସି ବିଦେଶ ରାଷ୍ଟ୍ରରେ ଭାରତୀୟ ନାଗରିକମାନଙ୍କ ମଧ୍ୟରେ ବିବାହ ସଂପାଦନ କରିବା ଏବଂ ନିବନ୍ଧନ କରିବା ନିମନ୍ତେ ନିଯୁକ୍ତ କରାଯାଉଛନ୍ତି । ଏହି ଆଇନ ଅନୁଯାୟୀ, ସେମାନଙ୍କ ବିବାହକୁ ନିବନ୍ଧନ କରିବା ନିମନ୍ତେ ବିବାହର ପ୍ରକାର ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କର ବିବାହ କରାଯାଉଛି , ତା ନିମନ୍ତେ ବ୍ୟବସ୍ଥା କରାଯାଇଛି ଏବଂ ତତ୍ ଦ୍ଵାରା ସେମାନଙ୍କୁ ଏହି ବ୍ୟବସ୍ଥାବଳୀ ଉପଲବ୍ଧ କରାଇବା । ଏହି ବିଲ୍ କୁ, ସ୍ଥିତ ବିଶେଷ ବିବାହ ଆଇନ୍ , ୧୮୭୨ର ଧାରାରେ ସାଧାରଣଭାବେ ପ୍ରଣୟନ କରାଯାଇଛି ଏବଂ ସେଥିପ୍ରତି ସଂଯୁକ୍ତ ଧାରା ଉପରେ ଟିପ୍ପଣୀ ବିଲ୍ ରେ କରାଯାଇଥିବା କେତେକ ପରିବର୍ତ୍ତନକୁ ସ୍ପଷ୍ଟ କରିଛି । ସଂଶୋଧନୀୟ ଆଇନ୍ ୩୨/୧୯୬୩ ବିଶେଷ ବିବାହ ଆଇନ୍, ୧୯୫୪ ଅନୁଯାୟୀ , ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ହୋଇପାରେ, ଯେଉଁମାନେ କି ପ୍ରତିବନ୍ଧିତ ସଂପର୍କର ମାତ୍ରା ମଧ୍ୟରେ ନ ଥାଆନ୍ତି । ସାଧାରଣତଃ, ଏପରି ବିବାହ ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ହୋଇଥାଏ, ଯେଉଁମାନେ ଭିନ୍ନ ଧର୍ମର ହୋଇଥାଆନ୍ତି କିମ୍ବା ବିଭିନ୍ନ ସଂପ୍ରଦାୟର ହୋଇଥାଆନ୍ତି ଏବଂ ପକ୍ଷମାନଙ୍କ ମଧ୍ୟରେ ପ୍ରତିବନ୍ଧିତ ମାତ୍ରାର ପ୍ରଶ୍ନ , ସାଧାରଣ ଭାବେ ଉଦ୍ରେକ୍ ହୁଏ ନାହିଁ । ଯାହେଉନା କାହିଁକି, କେତେକ ଘଟଣା ଥାଇପାରେ , ଯେଉଁସ୍ଥଳରେ ବିବାହ , ବିଶେଷ ବିବାହ ଆଇନ୍ ଅନୁଯାୟୀ ବ୍ୟକ୍ତିମାନଙ୍କ ମଧ୍ୟରେ ସଂପାଦିତ ହୋଇଥାଏ , ଯେଉଁମାନେ ଏକା ଧର୍ମ ଗ୍ରହଣ କରିଥାଆନ୍ତି ଏବଂ ସେହି ଏକା ଦଳ କିମ୍ବା ପରିବାରର ହୋଇଥାଆନ୍ତି । ଏପରି କୌଣସି ଘଟଣାରେ , ସେହି ପକ୍ଷମାନଙ୍କ ମଧ୍ୟରେ ବିବାହ ସଂଗଠିତ ହୋଇପାରିବ ନାହିଁ , ଯେଉଁମାନେ କି ପ୍ରତିବନ୍ଧିତ ସଂପର୍କ ମାତ୍ରା ମଧ୍ୟରେ ଥାଆନ୍ତି । ହିନ୍ଦୁ ଆଇନ୍ ଅନୁଯାୟୀ ମଧ୍ୟ, ସେହି ବ୍ୟକ୍ତିମାନଙ୍କ ମଶୟରେ ସାଧାରଣଭାବେ ବିବାହ ପ୍ରତିବନ୍ଧିତ ଅଟେ, ଯେଉଁମାନେ ପ୍ରତିବନ୍ଧିତ ସଂପର୍କ ମାତ୍ରା ମଧ୍ୟରେ ଥାଆନ୍ତି କିମ୍ବା ଯେଉଁମାନେ ପରସ୍ପରର ସପିଣ୍ଡ ଅଟନ୍ତି। ମାତ୍ର ଭାରତର କେତେକ ଅଂଶରେ ଏବଂ କେତେକ ଜାତି ଏବଂ ସଂପ୍ରଦାୟରେ , ଏକ ଉତ୍ତମଭାବେ ସ୍ଵୀକୃତ ପ୍ରଥା ଅଛି, ଯାହାକି ପ୍ରତିବନ୍ଧିତ ସଂପର୍କ ମାତ୍ରା ମଧ୍ୟରେ, ବ୍ୟକ୍ତିମାନଙ୍କ ମଧ୍ୟରେ ବିବାହକୁ ଅନୁମୋଦନ କରିଥାଏ । ହିନ୍ଦୁ ବିବାହ ଆଇନ୍ , ୧୯୫୬ରେ, ଏପରି ପ୍ରଥାକୁ ରକ୍ଷା କରିବା ନିମନ୍ତେ ସେଥିପାଇଁ ଏକ ବିଶେଷ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହେଉନା କାହିଁକି, ସଂପୂର୍ଣ୍ଣଭାବେ ପ୍ରତିବନ୍ଧିତ ଅଟେ ଏବଂ ପ୍ରଥା କିମ୍ବା ବ୍ୟବହାର କାରଣ ଉପରେ, କୌଣସି ବ୍ୟତିକ୍ରମ , ହିନ୍ଦୁ ବିବାହ ଆଇନ୍ ରେ କରାଯାଇନାହିଁ । ସେଥିପାଇଁ ଏହା ଆବଶ୍ୟକ ବୋଲି ବିବେଚନା କରାଯାଏ ଯେ, ପ୍ରତିବନ୍ଧିତ ସଂପର୍କ ମାତ୍ରା ମଧ୍ୟରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବିବାହକୁ ଅନୁମୋଦନ କରିବା ନିମନ୍ତେ, ବିଶେଷ ବିବାହ ଆଇନ୍ ରେ ଏକ ଧାର୍ଯ୍ୟ ବ୍ୟବସ୍ଥା ସଂଯୋଗ କରାଯିବା ଉଚିତ୍ , ଯଦି ଏକ ଉତ୍ତମ ଭାବେ ସ୍ଵୀକୃତ ପ୍ରଥା ହୁଏ, ଯାହାକି ଗୋଟିଏ ପକ୍ଷ ପ୍ରତି ପ୍ରୟୋଗନୀୟ ଅଟେ ; ଯାହାକୁ ଏପରି ବିବାହ ଅନୁମୋଦନ କରିଥାଏ । ଏଣୁ ଏହି ବିଲ୍ - ସଂଶୋଧନୀୟ ଆଇନ୍ , ୬୮/୧୯୭୬ ହିନ୍ଦୁ ବିବାହ ଆଇନ୍, ୧୯୫୫(୨୫/୧୯୫୫), ୧୯୫୫ ମସିହା ମେ ୧୮ ତାରିଖରେ ପ୍ରଚଳିତ ହେଲା । ଏହା ସମସ୍ତ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ମାନଙ୍କ ପ୍ରତି ପ୍ରୟୋଗ ହୁଏ । ଏହା ମଧ୍ୟ ଅନ୍ୟାନ୍ୟ ସମସ୍ତ ବ୍ୟକ୍ତିଙ୍କ ପ୍ରତି ପ୍ରୟୋଗ ହୁ, ଯେଉଁମାନେ କି ମୁସଲିମ୍ , ଖ୍ରୀଷ୍ଟିୟାନ, ଫାର୍ସି କିମ୍ବା ଜୀଉ ନୁହଁନ୍ତି, ଯଦି ସେମାନେ ଏହା ପ୍ରମାଣିତ ନକରନ୍ତି ଯେ, ସେମାନେ ଏହି ଆଇନ୍ ପୂର୍ବରୁ, ହିନ୍ଦୁ ଆଇନ୍ ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ପରିଚାଳିତ ହୋଇନଥାଆନ୍ତି । ହିନ୍ଦୁ ବିବାହ ଆଇନ୍ ର ମଞ୍ଜୁରୀଠାରୁ, ତାହା ସଂଶୋଧନ କରିବା ତଥା ବିଶେଷ ବିବାହ ଆଇନ୍, ୧୯୫୪କୁ ସଂଶୋଧନ କରିବା ନିମନ୍ତେ, ପାର୍ଲାମେଣ୍ଟର କେତେକ ସଦସ୍ୟ ଏବଂ ଜନସାଧାରଣଙ୍କ ଠାରୁ ପରାମର୍ଶ ନେଇଥିଲେ। ବିଶେଷ ବିବାହ ଆଇନ୍ ; ୧୯୫୪, ଏକ ଦେୱାନୀ ଆଇନ୍ ହୋଇଥିବାରୁ , ତାହା ସମସ୍ତଙ୍କ ପ୍ରତି ପ୍ରୟୋଗନୀୟ ଅଟେ, ତାହା ବୈବାହିକ ଆଇନ୍ ର କୌଣସି ସଂସ୍କାର ସହିତ ଗତି ରକ୍ଷା କରିବ । ଏହି ବିଷୟକୁ ପରୀକ୍ଷା କରିବା ନିମନ୍ତେ , ଆଇନ୍ କମିଶନ୍ କୁ ଅନୁରୋଧ କରାଯାଇଥିଲା ଏବଂ ସେମାନେ , ସେମାନଙ୍କର ଅଣଷଠିତମ ବିବରଣୀ ଉପସ୍ଥାପନ କରିଛନ୍ତି , ଯାହାକି ସେମାନଙ୍କର ସୁପାରିସ୍ ଧାରଣ କରିଛି । ଏହି ବିଲ୍ , ଉପରୋକ୍ତ ଉଭୟ ଆଇନ୍ କୁ ସଂଶୋଧନ କରିବାକୁ ଚାହେଁ , ଯାହା ଫଳରେ ଉକ୍ତ ବିବରଣୀରେ ଧାରୀତ ସୁପାରିସ୍ ର ଆବଶ୍ୟକ ସଂଶୋଧନ କରି କାର୍ଯ୍ୟକାରୀ କରାଯିବ । ଭାରତରେ ମହିଳାଙ୍କର ସ୍ଥିତି ଉପରେ ସମିତି, ଆଇନ୍ କମିଶନ୍ ଦ୍ଵାରା ପ୍ରସ୍ତାବିତ୍ ସଂଶୋଧନକୁ ସାଧାରଣଭାବେ ସମର୍ଥନ କରିଛନ୍ତି ଏବଂ ବିଶେଷ ବିବାହ ଆଇନ୍ ର ଦଫା ୨୮ରେ ସେ ସଂବନ୍ଧରେ ଏକ ବ୍ୟବସ୍ଥା ହିନ୍ଦୁ ବିବାହ ଆଇନ୍ ରେ ପାରସ୍ପରିକ ସମ୍ମତି ନିମନ୍ତେ ଏକ ଉପଯୁକ୍ତ ବ୍ୟବସ୍ଥାର ଅନ୍ତର୍ଭୁକ୍ତିକରଣ ନିମନ୍ତେ ପରାମର୍ଶ ଦେଇଥିଲେ । ଯାହେଉନା କାହିଁକି, ଏହା ଅନୁଭବ କରାଯାଇଛି ଯେ, ଯେତେବେଳେ ପକ୍ଷମାନେ ପାରସ୍ପରିକ ସମ୍ମତି ଦ୍ଵାରା ଛାଡପତ୍ର ନିମନ୍ତେ ନ୍ୟାୟାଳୟକୁ ଯିବା ନିମନ୍ତେ ପସନ୍ଦ କରନ୍ତି ସେପରିସ୍ଥଳେ, ନିଦାନ ଗ୍ରହଣ କରିବା ନିମନ୍ତେ ଅଧିକ ଏକ ବର୍ଷ ନିମନ୍ତେ ସେମାନଙ୍କୁ ଅପେକ୍ଷାକରିବା ଆବଶ୍ୟକ ନୁହେଁ । ଏପରି ଅପେକ୍ଷା କରିବା ସମୟକୁ ସେଥିପାଇଁ, ଏକବର୍ଷରୁ ଛଅମାସକୁ ହ୍ରାସ କରିବା ନିମନ୍ତେ ପ୍ରସ୍ତାବିତ୍ କରାଯାଇଛି । ସମିତି ଅଧିକ ପରାମର୍ଶ ଦେଇଛନ୍ତି ଯେ, ବାଲ୍ୟ ବିବାହ ପ୍ରତିବନ୍ଧନ ଆଇନ୍ ର ବ୍ୟବସ୍ଥାବଳୀର ଅଧିକାଂଶ ସମୟରେ ଉଲ୍ଲଘଂନକୁ ବିବେଚନାକରି, ବାଳିକାଙ୍କ ଉପରେ ପ୍ରତ୍ୟାଖ୍ୟାନ ଅଧିକାର ନ୍ୟସ୍ତକରିବାର ଏକ ଉପଯୁକ୍ତ ବ୍ୟବସ୍ଥାକୁ , ହିନ୍ଦୁ ବିବାହ ଆଇନ୍ ରେ ବ୍ୟବସ୍ଥାୟୀତ କରିବା ଆବଶ୍ୟକ, ଯେଉଁମାନେ ଏପରି ବିବାହର ନିୟନ୍ତ୍ରଣାଧିନ ହୋଇଥାଆନ୍ତି, ଯଦିଓ ଏପରି ବିବାହ ଉପଭୋଗ କରାଯାଇଥାଉ କିମ୍ବା ନାହିଁ । ଏପରି ପ୍ରତ୍ୟାଖ୍ୟାନ କରିବା ଅଧିକାର ଏପରି ବାଳିକାଙ୍କ ଉପରେ ନ୍ୟସ୍ତ କରିବା ନିମନ୍ତେ ପ୍ରସ୍ତାବିତ୍, ଯେଉଁମାନେ କି ୧୮ବର୍ଷ ବୟସରେ ଉପନୀତ ହେବା ପୂର୍ବରୁ, ତାହା ପରିଚାଳନା କରିବାର ନିୟନ୍ତ୍ରଣାଧିନରେ ଥାଆନ୍ତି, ମାମଲାର ବହୁଳତାକୁ ପରିହାର କରିବା ଏବଂ ପାରିଣତିକ ବିଳମ୍ବତାକୁ ପରିହାର କରିବା ନିମନ୍ତେ ଉପାଦେୟ ଆଇନ୍ ଅନୁଯାୟୀ ସ୍ଥଗୀତ ସମସ୍ତ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ, ସଂଶୋଧିତ ଆଇନ୍ କୁ ମଧ୍ୟ ପ୍ରୟୋଗ କରିବା ନିମନ୍ତେ ପ୍ରସ୍ତାବିତ ଏହି ବିଲ୍ ପ୍ରତି ସଂଯୁକ୍ତ ଧାରାଗୁଡିକ ଉପରେ ଟିପ୍ପଣୀ ଆଇନ୍ ପ୍ରତି ପ୍ରସ୍ତାବିତ ପରିବର୍ତ୍ତନକୁ ସୂଚୀତ କରେ । ଏପରି ଆଇନ୍ ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି (୧) ଛାଡପତ୍ର ସଂବନ୍ଧୀୟ ବ୍ୟବସ୍ଥାବଳୀକୁ କୋହଳ କରିବା । (୨) ଆଇନ୍ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନର ତୁରନ୍ତ ଫଇସଲାକୁ ସକ୍ଷମ କରିବ; ଏବଂ (୩) କେତେକ ବ୍ୟତିକ୍ରମ ଏବଂ ପ୍ରତିବନ୍ଧନକୁ ଅପସାରଣ କରିବା, ଯାହାକି ଏହି ଆଇନ୍ ମଞ୍ଜୁର ହେବା ପରେ ଆଲୋକକୁ ଆସିଥିଲା । ଉପରେ ଉଲ୍ଲେଖିତ ଉଦ୍ଦେଶ୍ୟଗୁଡିକୁ ହାସଲ କରିବା ନିମନ୍ତେ ଏହି ବିଲ୍ ଉଦ୍ଦେଶିତ ଅଟେ । ସଂକ୍ଷିପ୍ତ ଆଖ୍ୟା, ପରିସର ଏବଂ ପ୍ରାରମ୍ଭ ଏହି ଆଇନ୍ କୁ, ବିଶେଷ ବିବାହ ଆଇନ୍ ,୧୯୫୪ ବୋଲି କୁହାଯିବ । ଏହା, ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ ଏବଂ ଏହା ମଧ୍ୟରେ ଭାରତରେ ବାସ କରୁଥିବା ନାଗରିକମାନଙ୍କ ପ୍ରତି ପ୍ରୟୋଗ ହୁଏ ଯେଉଁମାନେ ସେହି ସମସ୍ତ ଅଞ୍ଚଳରେ ବାସ କରନ୍ତି, ଯେଉଁଥିପ୍ରତି ଏହି ଆଇନ୍ ପରିବର୍ଦ୍ଧିତ ଅଟେ; ଏବଂ ଯେଉଁମାନେ [ଜାମ୍ମୁ ଏବଂ କାଶ୍ମୀର ରାଜ୍ୟରେ ଅଛନ୍ତି।] ଏହା ଏପରି ତାରିଖରେ ବଳବତ୍ତର ହେବ, ଯେପରି କେନ୍ଦ୍ରସରକାର, କାର୍ଯ୍ୟାଳୟ ଗେଜେଟ୍ ରେ, ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିବେ । ସଂଜ୍ଞା ଏହି ଆଇନ୍ ରେ,ଅଜାଡି ପ୍ରସଙ୍ଗ କିମ୍ବା ସୂଚୀ ଅନ୍ୟଥା ଆବଶ୍ୟକ ନକରେ : - ପ୍ରତିବନ୍ଧିତ ସଂପର୍କର ମାତ୍ରା - କୌଣସି ବ୍ୟକ୍ତି ଏବଂ ପ୍ରଥମ ସୂଚୀର ଅଂଶ – ୧ ଉଲ୍ଲେଖିତ କୌଣସି ବ୍ୟକ୍ତି ଏବଂ ଜେନ ମହିଳା ଏବଂ ଉକ୍ତ ସୂଚୀର ଅଂଶ – ୨ ରେ ଉଲ୍ଲେଖିତ ନ୍ୟାକ୍ତିମାନେ ପ୍ରତିବନ୍ଧିତ ସଂପର୍କର ମାତ୍ରା ମଧ୍ୟରେ ଥାଆନ୍ତି । ସ୍ପଷ୍ଟୀକରଣ – ୧ ସଂପର୍କ ଅନ୍ତର୍ଭୁକ୍ତ କରେ : - ଅଧା କିମ୍ବା ‘ଇଉଟେରାଇନ୍’ ରକ୍ତ ଦ୍ଵାରା ଏବଂ ପୂର୍ଣ୍ଣ ରକ୍ତ ଦ୍ଵାରା ସଂପର୍କ । ଅବୈଧ ରକ୍ତ ସଂପର୍କ ତଥା ବୈଧରକ୍ତ ସଂପର୍କ ; ଗ୍ରହଣ ତଥା ରକ୍ତଦ୍ଵାରା ସଂପର୍କ ; ଏବଂ ଏହି ଆଇନ୍ ରେ ସଂପର୍କରେ ସମସ୍ତ ଉକ୍ତିକୁ ସେହି ଅନୁଯାୟୀ ବ୍ୟାଖ୍ୟା କରାଯିବ । ସ୍ପଷ୍ଟୀକରଣ -୨ ‘ପୂର୍ଣ୍ଣରକ୍ତ ଏବଂ ଅଧା ରକ୍ତ’ – ଦୁଇ ଜଣ ବ୍ୟକ୍ତି , ପରସ୍ପର ସହିତ ପୂର୍ଣ୍ଣ ରକ୍ତରେ ସଂପର୍କିତ ବୋଲି କୁହାଯାଏ, ଯେତେବେଳେ ସେମାନେ କୌଣସି ସାଧାରଣ ପୂର୍ବ ପୁରୁଷ ଏବଂ ସେହି ଏକା ସ୍ତ୍ରୀଠାରୁ ଜନ୍ମ ଗ୍ରହଣ କରିଥାଆନ୍ତି ଏବଂ ‘ଅଧାରକ୍ତ’ ଦ୍ଵାରା ସଂପର୍କିତ ବୋଲି କୁହାଯାଏ, ଯେତେବେଳେ ସେମାନେ ଜେନ ସାଧାରଣ ପୂର୍ବ ପୁରୁଷ, ମାତ୍ର ଭିନ୍ନ ଭିନ୍ନ ସ୍ତ୍ରୀଙ୍କ ଠାରୁ ଜାତ ହୋଇଥାଆନ୍ତି । ସ୍ପଷ୍ଟୀକରଣ – ୩ ‘ଇଏଡେବଲ୍ – ରକ୍ତ ’ – ଦୁଇ ଜଣ ବ୍ୟକ୍ତି ପରସ୍ପର ସହ ‘ଏଡେରାଇନ୍’ ରକ୍ତ ଦ୍ଵାରା ସଂପର୍କିତ ବୋଲି କୁହାଯାଏ, ଯେତେବେଳେ ସେମାନେ ଏକ ସାଧାରଣ ପୂର୍ବ ମହିଳା; ଭିନ୍ନ ସ୍ଵାମୀଦ୍ଵାରା ଜନ୍ମଲାଭ କରିଥାଆନ୍ତି । ସ୍ପଷ୍ଟୀକରଣ – ୪ ସ୍ପଷ୍ଟୀକରଣ – ୨ ଏବଂ ୩ରେ , ‘ପୂର୍ବପୁରୁଷ’, ପିତାକୁ ଅନ୍ତର୍ଭୁକ୍ତ କରେ ଏବଂ ‘ପୂର୍ବ – ମହିଳା’, ‘ମାତାଙ୍କୁ’ ଅନ୍ତର୍ଭୁକ୍ତ କରେ; କୌଣସି ବିବାହ ଅଧିକାରୀଙ୍କ ସଂବନ୍ଧରେ ‘ଜିଲ୍ଲା’ ଅର୍ଥ, ସେହି ଅଞ୍ଚଳ, ଯେଉଁଥି ନିମନ୍ତେ ସେ ଦଫା ୩ରେ ଉପ – ଦଫା (୧) କିମ୍ବା ଉପ – ଦଫା (୨) ଅନୁଯାୟୀ, ଏପରି ନିଯୁକ୍ତ; [‘ ଜିଲ୍ଲା – ନ୍ୟାୟାଳୟ’ ଅର୍ଥ, କୌଣସି ଅଞ୍ଚଳରେ, ଯେଉଁଥି ନିମନ୍ତେ ଏକ ନଗରୀ ଦେୱାନୀ ନ୍ୟାୟାଳୟ ଅଛି, ସେହି ନ୍ୟାୟାଳୟ ଏବଂ ଅନ୍ୟ କୌଣସି ଅଞ୍ଚଳରେ , ମୂଳ କର୍ତ୍ତୃତ୍ଵର ମୁଖ୍ୟ ଦେୱାନୀ ନ୍ୟାୟାଳୟ ଏବଂ ଅନ୍ୟ କୌଣସି ଦେୱାନୀ ନ୍ୟାୟାଳୟକୁ ଅନ୍ତର୍ଭୁକ୍ତ କରେ, ଯାହାକି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରାଯାଇପାରେ ଏବଂ ଯାହାର ଏହି ଆଇନ୍ ଅନୁଯାୟୀ ବିଷୟଗୁଡ଼ିକ ବିଚାର କରିବା ନିମନ୍ତେ କର୍ତ୍ତୃତ୍ଵ ଅଛି ;] ‘ଧାର୍ଯ୍ୟ’ ଅର୍ଥ, ଏହି ଆଇନ୍ ଅନୁଯାୟୀ ପ୍ରଣୀତ ନିୟମାବଳୀ ଦ୍ଵାରା ଧାର୍ଯ୍ୟ ; [ ‘ରାଜ୍ୟ ସରକାର’, କୌଣସି କେନ୍ଦ୍ରଶାସିତ ଅଞ୍ଚଳ ସଂବନ୍ଧରେ, ସେଠାରେ ପ୍ରଶାସନକୁ ଅର୍ଥାୟୀତ କରେ ।] ‘ବିବାହ – ଅଧିକାରୀ’ ଏହି ଆଇନ୍ ଉଦ୍ଦେଶ୍ୟରେ, ରାଜ୍ୟ ସରକାର, କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା ସମଗ୍ର ରାଜ୍ୟ କିମ୍ବା ଏହାର କୌଣସି ଅଂଶ ନିମନ୍ତେ, ଜଣେ କିମ୍ବା ଅଧିକ ବିବାହ ଅଧିକାରୀଙ୍କୁ ନିଯୁକ୍ତ କରିପାରନ୍ତି । [ଏହି ଆଇନ୍ ଉଦ୍ଦେଶ୍ୟରେ, ସେହି ସମସ୍ତ ଅଞ୍ଚଳରେ ବାସ କରୁଥିବା ଭାରତୀୟ ନାଗରିକମାନଙ୍କ ପ୍ରତି ଏହାର ପ୍ରୟୋଗରେ, ଯେଉଁଥି ପ୍ରତି ଏହି ଆଇନ୍ ପରିବର୍ଦ୍ଧିତ ଅଟେ – ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟରେ ଅଛନ୍ତି; କେନ୍ଦ୍ର ସରକାର, କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା କେନ୍ଦ୍ର ସରକାରର ଏପରି ଅଧିକାରୀମାନଙ୍କୁ ଧାର୍ଯ୍ୟ କରିପାରନ୍ତି, ଯେଉଁମାନେ କି ରାଜ୍ୟ କିମ୍ବା ଏହାର କୌଣସି ଅଂଶ ନିମନ୍ତେ, ବିବାହ ଅଧିକାରୀ ହେବା ନିମନ୍ତେ ଉପଯୁକ୍ତ ଅଟନ୍ତି ।] ଆଧାର – ଦ ଲ ହାଉସ