ସ୍ତ୍ରୀର ଭରଣପୋଷଣ ଏହି ଦଫାର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, କୌଣସି ହିନ୍ଦୁ ସ୍ତ୍ରୀ, ଏହି ଆଇନର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ବିବାହ, କରିଥାଉ, ସେ ତା’ର ଜୀବନକାଳ ମଧ୍ୟରେ ତା’ର ସ୍ଵାମୀଙ୍କ ଦ୍ଵାରା ଭରଣପୋଷଣ ନିମନ୍ତେ ହକ୍ ଦାର୍ ହେବ । ଭରଣପୋଷଣ ପ୍ରତି, ତା’ର ଦାବୀକୁ ବ୍ୟାଜ୍ୟାପ୍ତନକରି, କୌଣସି ହିନ୍ଦୁ ସ୍ତ୍ରୀ, ତା’ର ସ୍ଵାମୀଙ୍କ ଠାରୁ ପୃଥକ୍ ଭାବେ ରହିବା ନିମନ୍ତେ ହକ୍ ଦାର୍ ହେବ : - ଯଦି ସେ ପରିତ୍ୟକ୍ତରେ ଦୋଷୀ ହୋଇଥାଏ, ଅର୍ଥାତ୍, କୌଣସି ଯଥାଯଥ କାରଣ ବିନା ଏବଂ ତାଙ୍କର (ସ୍ତ୍ରୀ)ର ସମ୍ମତି ବିନା କିମ୍ବା ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ତାଙ୍କୁ ପରିତ୍ୟାଗ କରିଥାଆନ୍ତି; କିମ୍ବା ଜାଣିଶୁଣି ତାଙ୍କୁ ଅବହେଳା କରନ୍ତି; ଯଦି ସେ ତାଙ୍କ ପ୍ରତି ଏପରି ନିଷ୍ଠୁର ବ୍ୟବହାର କରିଥାଆନ୍ତି, ଯାହାକି ତାଙ୍କ ମନରେ ଏକ ଯଥାଯଥ ଏକ ଆଂଶକା ଘଟାଇଥାଏ ଯେ, ତାଙ୍କ ସ୍ଵାମୀଙ୍କ ସହିତ ବାସ କରିବା କ୍ଷତିକାରକ ହେବ; ଯଦି ସେ , ସଂକ୍ରମଣୀୟ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି; ଯଦି ତାଙ୍କର ଅନ୍ୟ କୌଣସି ସ୍ତ୍ରୀ ଜୀବିତଥାଆନ୍ତି; ଯଦି ସେ , ସେହି ଏକା ଗୃହରେ ଜଣେ ରକ୍ଷିତାକୁ ରଖନ୍ତି , ଯେଉଁଠି ତାଙ୍କର ସ୍ତ୍ରୀ ବାସ କରୁଛି କିମ୍ବା ଅନ୍ୟତ୍ର , କୌଣସି ରକ୍ଷୀତା ସହ ଅଭ୍ୟାସାନୁଗତିକ ଭାବେ ବାସ କରନ୍ତି; ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇ, ଯଦି ସେ ହିନ୍ଦୁ ହେବାରୁ ରହିତ ହୋଇଥାଆନ୍ତି; ପୃଥକ୍ ଭାବେ ରହିବା ନିମନ୍ତେ ଯଦି ଅନ୍ୟ କୌଣସି ନ୍ୟାୟୋଦିତ କାରଣ ଥାଏ । ଜଣେ ହିନ୍ଦୁ ସ୍ତ୍ରୀ, ତା’ର ସ୍ଵାମୀଙ୍କୁ ଠାରୁ ପୃଥକ୍ ବାସସ୍ଥାନ ଏବଂ ଭରଣପୋଷଣ ନିମନ୍ତେ ହକ୍ ଦାର୍ ହେବ ନାହିଁ , ଯଦି ସେ ଅସତୀ ହୋଇଥାଏ କିମ୍ବା ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇ ଜଣେ ହିନ୍ଦୁ ହେବାରୁ ରହିତ ହୋଇଥାଏ। ଟିପ୍ପଣୀ କୌଣସି ହିନ୍ଦୁ ମହିଳା , ଯେକି ହିନ୍ଦୁ ବିବାହ ଆଇନ୍ ବଳବତ୍ତର ହେବାପରେ , ଏକ ବୈଧ ସ୍ତ୍ରୀ ଥିବା ଜଣେ ହିନ୍ଦୁ ପୁରୁଷକୁ ବିବାହ କରେ , ସେ , ହିନ୍ଦୁ ପୋଷ୍ୟ ପୁତ୍ରଗ୍ରହଣ ଏବଂ ଭରଣପୋଷଣ ଆଇନ୍ ର ଦଫା ୧୮ ଅନୁଯାୟୀ , ଭରଣପୋଷଣ ନିମନ୍ତେ କୌଣସି ଦାବୀକରି ପାରିବ ନାହିଁ – (ସୁବାରେଡି ବନାମ ପଦ୍ନାମ୍ମା – ଏ.ଆଇ.ଆର୍ ୧୯୯୯ ଆନ୍ଧ୍ରପ୍ରଦେଶ - ୧୯) । ଯେତେବେଳେ ସ୍ଵାମୀ ଅନ୍ୟ ସ୍ତ୍ରୀ ସହ ବାସ କରୁଥାଏ , ସେପରିସ୍ଥଳେ ସ୍ତ୍ରୀ ଭରଣପୋଷଣ ଦାବୀ କରିବା ନିମନ୍ତେ ହକ୍ ଦାର୍ ଅଟେ, ଯଦିଓ ସେ ଭାରତୀୟ ଦଣ୍ଡ ବିଧିସଂହିତାର ଦଫା ୪୯୪ ଅନୁଯାୟୀ , ସ୍ଵାମୀ ଦ୍ଵାରା ଦ୍ଵିତୀୟ ବିବାହର ଅଭିଯୋଗ ପ୍ରମାଣ କରିବାରେ ଅକୃତକାର୍ଯ୍ୟ ହୁଏ – (ରାଜାଧି ବନାମ ଗଣେଷନ୍ – ୧୯୯୯ (୬) ଏସ୍.ସି.ସି.- ୩୨୬)। ହିନ୍ଦୁ ପୋଷ୍ୟପୁତ୍ର ଗ୍ରହଣ ଏବଂ ଭରଣପୋଷଣ ଆଇନ୍ , ୧୯୫୬ ର ଦଫା ୧୮କୁ ରଖିବା ଉପଯୁକ୍ତ ଅଟେ , ଯାହା ବ୍ୟବସ୍ଥାୟୀତ କରେ , ଯେ , ଜଣେ ହିନ୍ଦୁ ସ୍ତ୍ରୀ , ସେ ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ବିବାହ କରିଥାଉ , ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୧୨୫ ଅନୁଯାୟୀ ଆବେଦନପତ୍ରର ବିଚାର ସମୟରେ , ତା’ର ଜୀବନକାଳ ମଧ୍ୟରେ , ତା’ର ସ୍ଵାମୀଙ୍କ ଦ୍ଵାରା ଭରଣପୋଷଣ ହେବା ନିମନ୍ତେ ହକ୍ ଦାର୍ ଅଟେ – (ରାଜନା ବନାମ ଗଣେଷନ୍ – ଏ.ଆଇ.ଆର୍. ୧୯୯୯ ସୁପ୍ରିମ୍ କୋର୍ଟ - ୨୩୭୪)। ବାସସ୍ଥାନର ଅଧିକାର , ଭରଣପୋଷଣ ଅଧିକାରର ଏକ ଅଂଶ ଅଟେ , ଏବଂ ଛାଡପତ୍ର ନିମନ୍ତେ , କାର୍ଯ୍ୟାନୁଷ୍ଠାନରେ , ବୈବାହିକ ନ୍ୟାୟାଳୟ ଦ୍ଵାରା ଏକ ଆଦେଶର ଅନୁପସ୍ଥିତିରେ , ସେ , ତା’ର ସ୍ଵାମୀଙ୍କ ବିରୁଦ୍ଧରେ ଏକ ଗୃହ ସଂବନ୍ଧରେ ମଧ୍ୟ ଦାବୀ ଉପସ୍ଥାପନ କରିବା ନିମନ୍ତେ ସକ୍ଷମ ହେବ ନାହିଁ ; ତା’ର ସ୍ଵାମୀଙ୍କ ଜମିଦାର ବିଷୟ ଉଲ୍ଲେଖ କରିବା ଅନୁଚିତ୍ – (ବି.ପି. ଅଚଳାଆନନ୍ଦ ବନାମ ଏସ୍.ଆସ୍ପାରେଡି ଏବଂ ଅନ୍ୟଜଣେ – ଏ.ଆଇ.ଆର୍ ୨୦୦୫ ସୁପ୍ରିମ୍ କୋର୍ଟ – ୯୮୬ (ତିନି ସଦସ୍ୟ ଖଣ୍ଡପୀଠ ) । ଦଫା ୧୮ ଏବଂ ୨୦ – ସାଧାରଣତଃ, ଉଚ୍ଚତମ ନ୍ୟାୟାଳୟ କୌଣସି ଅପିଲ୍ ଗ୍ରହଣ କରିବେ ନାହିଁ, ସ୍ଥଳରେ ଏହା ଏକ ଆଦେଶ ବିରୁଦ୍ଧରେ ନିର୍ଦ୍ଦେଶିତ ହୋଇଥାଏ, ଯେଉଁଥିରେ କେବଳ ଏହି ଆଇନ୍ ଅନୁଯାୟୀ, ସ୍ତ୍ରୀ ଦ୍ଵାରା ଭରଣପୋଷଣ ଦାବୀର ବିଚାରର ସ୍ଥାଗୀତାବସ୍ଥାରେ, ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଧାର୍ଯ୍ୟ କରାଯାଇଥିଲା । ବିଦ୍ୟମାନ ମୋକଦ୍ଦମାରେ, ପକ୍ଷମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସଂବନ୍ଧରେ ସଠିକ ସାକ୍ଷ୍ୟମ ଉପରେ , ଉଚ୍ଚତମ ନ୍ୟାୟାଳୟ ଏହା ଦେଖିଲେଯେ, ଉଚ୍ଚ ନ୍ୟାୟାଳୟର ବିଦ୍ଵାନ୍ ଖଣ୍ଡପୀଠ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ମାସିକ ଟ ୭୦୦ = ୦୦ର ଭରଣପୋଷଣ ଭତ୍ତା ଅତି କମ୍ ଥିଲା, ଏବଂ ସେଥିପାଇଁ, ମଧ୍ୟବର୍ତ୍ତୀକାଲଲିନ ଭରଣପୋଷଣକୁ ମାସିକ ଟ ୧୫୦୦=୦୦ କୁ ଆଂଶିକଭାବେ ଅନୁମୋଦନ କରି, ବୃଦ୍ଧି କରିଥିଲେ । ଏହି ମୋକଦ୍ଦମାରେ, ଏହି ଆଇନ୍ ଅନୁଯାୟୀ ଏବଂ ଏହାର ପରିମାଣର ଭରଣପୋଷଣ ଦାବୀ କରିବାରେ ଦ୍ଵିତୀୟ ସ୍ତ୍ରୀର ଆଇନଗତ ଅଧିକାର ଥିଲା ମୁଖ୍ୟ ମୋକଦ୍ଦମାର ବିଷୟ । (ନରୀନ୍ଦର ପାଲ କାଉର୍ ଚାଉଲା ବନାମ୍ ମନଜିତ୍ ସିଂହ ଚାଉଲା (୨୦୦୪) ୯ ଏସ୍.ସି.ସି. – ୬୧୭; ଏ.ଆଇ.ଆର୍. ୨୦୦୪ ସୁପ୍ରିମ୍ କୋର୍ଟ – ୩୪୫୩) । ବୈଧବା ଲାଭ କରିଥିବା ବୋହୂର ଭରଣପୋଷଣ ଜଣେ ହିନ୍ଦୁ ସ୍ତ୍ରୀ, ସେ ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ବିବାହ କରିଥାଉ, ତାଙ୍କ ସ୍ଵାମୀଙ୍କ ମୃତ୍ୟୁପରେ, ତାଙ୍କ ଶ୍ଵଶୁରଙ୍କ ଦ୍ଵାରା ଭରଣପୋଷଣ କରାଯିବ । ଉଲ୍ଲେଖଥାଉ ଯେ, ଏବଂ ସେହି ପରିମାଣରେ ଯେ , ସେ ତାଙ୍କ ନିଜର ଉପାର୍ଜନ କିମ୍ବା ଅନ୍ୟ ସମ୍ପତ୍ତିରୁ ନିଜକୁ ଭରଣପୋଷଣ କରିବା ନିମନ୍ତେ ଅକ୍ଷମ କିମ୍ବା ଯେଉଁସ୍ଥଳରେ ତା’ର କୌଣସି ସମ୍ପତ୍ତି ନଥାଏ ଏବଂ ଭରଣପୋଷଣ ଗ୍ରହଣକରିବା ନିମନ୍ତେ ଅକ୍ଷମ ହୋଇଥାଏ । ତାଙ୍କ ସ୍ଵାମୀଙ୍କ ସମ୍ପତ୍ତିରୁ କିମ୍ବା ତାଙ୍କର ପିତା କିମ୍ବା ମାତାଙ୍କ ସମ୍ପତ୍ତିରୁ; କିମ୍ବା ତାଙ୍କର ପୁତ୍ର କିମ୍ବା କନ୍ୟାଠାରୁ, ଯଦି କେହି ଥାଆନ୍ତି, କିମ୍ବା ତାଙ୍କର କିମ୍ବା କନ୍ୟାର ସମ୍ପତ୍ତିରୁ । ଉପ – ଦଫା (୧) ଅନୁଯାୟୀ କୌଣସି ଦାୟୀତ୍ଵ , ବଳବତ୍ତର ହେବ ନାହିଁ, ଯଦି ତାଙ୍କ ଦଖଲରେ ଥିବା ଯୁଗ୍ମ ସମ୍ପତ୍ତିରୁ ଏପରି କରିବା ନିମନ୍ତେ, ଶ୍ଵଶୁରଙ୍କର କୌଣସି ଉପାୟ ନଥାଏ, ଯେଉଁଥିରୁ ବୋହୁ କୌଣସି ଅଂଶ ଗ୍ରହଣ କରି ନାହିଁ ଏବଂ ଏପରି କୌଣସି ଦାୟୀତ୍ଵ, ବୋହୁର ପୁନଃ ବିବାହ ଉପରେ, ରହିତ ହେବ । ସନ୍ତାନ ଏବଂ ବୟସ୍କ ପିତାମାତାଙ୍କର ଭରଣପୋଷଣ ଏହି ଦଫାର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ଜଣେ ହିନ୍ଦୁ ତାର ଜୀବନକାଳ ମଧ୍ୟରେ, ତାର ବୈଧ କିମ୍ବା ଅବୈଧ ସନ୍ତାନକୁ ଏବଂ ତାଙ୍କର ବୟସ୍କ କିମ୍ବା ଅକ୍ଷମ ପିତାମାତାଙ୍କୁ ଭରଣପୋଷଣ କରିବା ନିମନ୍ତେ ବାଧ୍ୟ ଅଟନ୍ତି । ଜଣେ ବୈଧ କିମ୍ବା ଅବୈଧ ସନ୍ତାନ ତାର ପିତା କିମ୍ବା ମାତାଙ୍କ ଠାରୁ ଭରଣ ପୋଷଣ ଦାବୀ କରିପାରେ , ଯେ ପର୍ଯ୍ୟନ୍ତ ଏପରି ସନ୍ତାନ ନାବାଳକ ଥାଏ । ତାଙ୍କର ବୟସ୍କ କିମ୍ବା ଅକ୍ଷମ ପିତାମାତା କିମ୍ବା କନ୍ୟାକୁ ଭରଣପୋଷଣ କରିବାରେ କୌଣସି ବ୍ୟକ୍ତିର ଦାୟୀତ୍ଵ, ଯେ କି ଅବିବାହିତ, ତାହା ପରିବର୍ଦ୍ଧିତ ଅଟେ, ଯେତେଦୂର ପର୍ଯ୍ୟନ୍ତ ପିତାମାତା କିମ୍ବା ଅବିବାହିତା କନ୍ୟା, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ତାଙ୍କର ରୋଜଗାରରୁ କିମ୍ବା ଅନ୍ୟ ସମ୍ପତ୍ତିରୁ ନିଜକୁ ଭରଣପୋଷଣ କରିବା ନିମନ୍ତେ ଅକ୍ଷମ ହୋଇଥାଆନ୍ତି । ସ୍ପଷ୍ଟୀକରଣ :- ଏହି ଦଫାରେ ‘ପିତାମାତା’, କୌଣସି ସନ୍ତାନହୀନ ସାବତମାଆଙ୍କୁ ଅନ୍ତର୍ଭୁକ୍ତ କରେ । ଟିପ୍ପଣୀ (୧୯୯୩ (୧) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର – ୪୫; ୧୯୮୭ (୧) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର – ୨୫୩; ୧୯୮୭ (୧) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର - ୨୪୬; ୧୯୮୭(୨) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର – ୪୭; ୧୯୯୮ (୧) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର – ୩୩; ୧୯୯୧ (୨) ସର୍ବଭାରତୀୟ ହିନ୍ଦୁ ଆଇନ୍ ରିପୋର୍ଟର - ୪୮୯ ) । ନିର୍ଭରଶୀଳ ସଂଜ୍ଞାୟୀତ ଏହି ଅଧ୍ୟାୟର ଉଦ୍ଦେଶ୍ୟ ନିମନ୍ତେ; ‘ନିର୍ଭରଶୀଳ’ ଅର୍ଥ, ମୃତକର ନିମ୍ନଲିଖିତ ସଂପର୍କୀୟ ମାନେ : - ତା’ର ପିତା ତା’ର ମାଆ ତାଙ୍କର ବିଧବା, ଯେ ପର୍ଯ୍ୟନ୍ତ ସେ ବିବାହ କରିନଥାଏ ; ତାଙ୍କର ପୁତ୍ର କିମ୍ବା ତାଙ୍କର ପୂର୍ବ ମୃତ ପୁତ୍ରର କିମ୍ବା ତାଙ୍କର ପୂର୍ବମୃତ ପୁତ୍ରର ପୂର୍ବ ମୃତ ପୁତ୍ରର ଯେ ପର୍ଯ୍ୟନ୍ତ ସେ ନାବାଳକ ଥାଏ; ଉଲ୍ଲେଖ ଥାଉ ଏବଂ ସେହି ପରିମାଣର ଯେ , ସେ ଭରଣ ପୋଷଣ ପାଇବା ନିମନ୍ତେ ଅକ୍ଷମ ହୋଇଥାଏ , କୌଣସି ନାତି କ୍ଷେତ୍ରରେ ତାଙ୍କର ପିତାଙ୍କ ଠାରୁ କିମ୍ବା ମାତାଙ୍କ ସମ୍ପତ୍ତିରୁ ଏବଂ ଅଣ – ନାତି କ୍ଷେତ୍ରରେ , ତାଙ୍କର ପିତା କିମ୍ବା ମାତାଙ୍କ ସମ୍ପତ୍ତିରୁ କିମ୍ବା ପିତାଙ୍କର ପିତା କିମ୍ବା ପିତାଙ୍କ ମାତାଙ୍କ ସମ୍ପତ୍ତିରୁ । ତାଙ୍କର ଅବିବାହିତା କନ୍ୟା କିମ୍ବା ତାଙ୍କର ପୂର୍ବ ମୃତ ପୁତ୍ରର ଅବିବାହିତା କନ୍ୟା କିମ୍ବା ତାଙ୍କର ପୂର୍ବ ମୃତ ପୁତ୍ରର ପୂର୍ବ – ମୃତ ପୁତ୍ରର ଅବିବାହିତା କନ୍ୟା, ଯେ ପର୍ଯ୍ୟନ୍ତ ସେ ଅବିବାହିତା ଥାଏ; ଉଲ୍ଲେଖଥାଉ ଏବଂ ସେହି ପରିମାଣରେ ଯେ , ସେ ଭରଣପୋଷଣ ପାଇବା ନିମନ୍ତେ ଅକ୍ଷମଅଟେ – ତାର ସ୍ଵାମୀଙ୍କ ସମ୍ପତ୍ତିରୁ ; କିମ୍ବା ତାର ପୁତ୍ର କିମ୍ବା କନ୍ୟାଠାରୁ , ଯଦି କେହି ଥାଆନ୍ତି , କିମ୍ବା ତାଙ୍କର ସମ୍ପତ୍ତିରୁ ; କିମ୍ବା ତାଙ୍କର ଶ୍ଵଶୁର କିମ୍ବା ତାଙ୍କର ପିତାଙ୍କଠାରୁ କିମ୍ବା ସେମାନଙ୍କ ମଧ୍ୟରୁ କାହାର ସମ୍ପତ୍ତିରୁ ; ତାଙ୍କର ପୁତ୍ରର କିମ୍ବା ପୂର୍ବ ମୃତ ପୁତ୍ରର କୌଣସି ବିଧବା , ଯେପର୍ଯ୍ୟନ୍ତ ସେ ବିବାହ କରିନାହିଁ ; ଉଲ୍ଲେଖଥାଉ ଏବଂ ସେହି ପରିମାଣରେ ଯେ , ସେ ତାଙ୍କର ସ୍ଵାମୀଙ୍କର ସମ୍ପତ୍ତିରୁ କିମ୍ବା ତାଙ୍କ ପୁତ୍ର କିମ୍ବା କନ୍ୟାଠାରୁ ଭରଣପୋଷଣ ଗ୍ରହଣ କରିବା ନିମନ୍ତେ ଅକ୍ଷମ ହୋଇଥାଏ କିମ୍ବା ତାଙ୍କର ସମ୍ପତ୍ତିରୁ କିମ୍ବା କୌଣସି ନାତିର ବିଧବା କ୍ଷେତ୍ରରେ ମଧ୍ୟ ତାଙ୍କ ଶ୍ଵଶୁରଙ୍କ ସମ୍ପତ୍ତିରୁ ; ତାଙ୍କର ନାବାଳକ ଅବୈଧ ସନ୍ତାନ , ଯେପର୍ଯ୍ୟନ୍ତ ସେ ଜଣେ ନାବାଳକ ଥାଏ । ତାଙ୍କର ଅବୈଧ କନ୍ୟା , ଯେପର୍ଯ୍ୟନ୍ତ ସେ ଅବିବାହିତା ରହିଛି । ନିର୍ଭରଶୀଳଙ୍କର ଭରଣପୋଷଣ ଉପ – ଦଫା (୧) ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, କୌଣସି ମୃତ ହିନ୍ଦୁର ଉତ୍ତରାଧିକାରୀମାନେ, ମୃତକଙ୍କଠାରୁ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ସମ୍ପତ୍ତିରୁ ମୃତକର ନିର୍ଭରଶୀଳଙ୍କୁ ଭରଣ ପୋଷଣ କରିବାକୁ ବାଧ୍ୟ ଅଟନ୍ତି । ଯେଉଁ ସ୍ଥଳରେ, ଏହି ଆଇନ୍ ର ପ୍ରାରମ୍ଭ ପରେ ମରିଥିବା କୌଣସି ହିନ୍ଦୁର ସମ୍ପତ୍ତିରେ ଅଂଶ, କୌଣସି ନିର୍ଭରଶୀଳ ଗ୍ରହଣ କରିନଥାଏ, ସେପରି ସ୍ଥଳେ ଏପରି ନିର୍ଭରଶୀଳ, ବ୍ୟକ୍ତି, ଏହି ଆଇନ୍ ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ସେହିମାନଙ୍କଠାରୁ ଭରଣ ପୋଷଣ ପାଇବା ନିମନ୍ତେ ହକ୍ ଦାର୍ ହୁଅନ୍ତୁ , ଯେଉଁମାନେ କି ଏପରି ସମ୍ପତ୍ତି ଗ୍ରହଣ କରନ୍ତି । ଯେଉଁମାନେ ଏପରି ସମ୍ପତ୍ତି ଗ୍ରହଣ କରନ୍ତି, ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରତ୍ୟକର ଦାୟୀତ୍ଵ ତାଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ସମ୍ପତ୍ତିର ଅଂଶର ମୂଲ୍ୟର ଅନୁପାତିକ । ଉପ – ଦଫା (୨) କିମ୍ବା ଉପ – ଦଫା (୩)ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ କୌଣସି ବ୍ୟକ୍ତି ଯେକି ନିଜେ ଜଣେ ନିର୍ଭରଶୀଳ ଅଟନ୍ତି, ଅନ୍ୟମାନଙ୍କର ଭରଣପୋଷଣ ପ୍ରତି ଅନୁଦାନ କରିବା ନିମନ୍ତେ ଦାୟୀ ହେବେ ନାହିଁ, ଯଦି ସେ କୌଣସି ଅଂଶ ଗ୍ରହଣ କରନ୍ତି, ତାହାର ମୂଲ୍ୟ, ଯଦି ଅନୁଦାନ କରିବାର ଦାୟୀତ୍ଵ କୁ ବଳବତ୍ତର କରାଯାଏ, ତାହା ତାଙ୍କୁ ଏହି ଆଇନ୍ ଅନୁଯାୟୀ, ଭରଣ ପୋଷଣ ଭାବେ ପ୍ରଦାନ କରାଯିବାକୁ ଥିବା ଅର୍ଥ ରାଶି ଠାରୁ କମ୍ ହେବ । ଭରଣ ପୋଷଣ ରାଶି ଏହା ସ୍ଥିର କରିବା , ନ୍ୟାୟାଳୟଙ୍କ ବିବେକ ଉପରେ ନିର୍ଭର କରେ ଯେ, କଣ କିମ୍ବା କେତେ ପରିମାଣର ଭରଣ ପୋଷଣ , ଏହି ଆଇନ୍ ର ବ୍ୟବସ୍ଥାବଳୀ ଅନୁଯାୟୀ ପ୍ରଦାନ କରାଯିବ ଏବଂ ଏପରି କରିବାରେ ନ୍ୟାୟାଳୟ , ଉପ – ଦଫା (୨) କିମ୍ବା ଉପ – ଦଫା(୩) ରେ ଉଲ୍ଲେଖିତ ବିବେଚନାକୁ ଯେତେଦୂର ସମ୍ଭବ, ବିଚାର କରିବେ ; ଭରଣ ପୋଷଣ ଅର୍ଥ ରାଶି ସ୍ଥିର କରିବାରେ, ଏହି ଆଇନ୍ ଅନୁଯାୟୀ, ସ୍ତ୍ରୀ, ସନ୍ତାନ କିମ୍ବା ବୟସ୍କ କିମ୍ବା ଅକ୍ଷମ ପିତା ମାତାଙ୍କୁ ଯାହା ପ୍ରଦାନ କରାଯିବ, ନିମ୍ନ ବିଷୟକୁ ବିଚାରକୁ ନିଆଯିବ : ପକ୍ଷମାନଙ୍କର ସ୍ଥିତି ; ଦାବୀଦାରଙ୍କର ଯଥାଯଥ ଆବଶ୍ୟକତା ; ଯଦି ଦାବୀଦାର ପୃଥକ୍ ଭାବେ ବାସ କରୁଥାଏ , ତାହେଲେ ଏପରି କରିବାରେ, ଦାବୀଦାର ନ୍ୟାୟୋଜିତ କି ନୁହେଁ; ଦାବୀଦାରଙ୍କ ସମ୍ପତ୍ତିର ମୂଲ୍ୟ ଏବଂ ଏପରି ସମ୍ପତ୍ତିର କିମ୍ବା ଦାବୀଦାରଙ୍କର ନିଜ ରୋଜଗାର କିମ୍ବା ଅନ୍ୟ କୌଣସି ଉତ୍ସରୁ ଆୟ; ଏହି ଆଇନ୍ ଅନୁଯାୟୀ ଭରଣପୋଷଣ ନିମନ୍ତେ ହକଦାର୍ ବ୍ୟକ୍ତିଙ୍କର ସଂଖ୍ୟା । ଏହି ଆଇନ୍ ଅନୁଯାୟୀ, କୌଣସି ନିର୍ଭରଶୀଳଙ୍କୁ ପ୍ରଦାନ କରିବାକୁ ଥିବା ଭରଣପୋଷଣ ଅର୍ଥରାଶି ସ୍ଥିର କରିବାରେ , ନିମ୍ନ ବିଷୟକୁ ବିଚାରକୁ ନିଆଯିବ : - ତାଙ୍କର ଋଣ ପରିଶୋଧ କରିବା ନିମନ୍ତେ ବନ୍ଦୋବସ୍ତ କରିବା ପରେ, ମୃତକର ସମ୍ପତ୍ତିର ହାରାହାରି ମୂଲ୍ୟ ; ନିର୍ଭରଶୀଳ ସଂବନ୍ଧରେ, ମୃତକଙ୍କ ଇଚ୍ଛାପତ୍ର ଅନୁଯାୟୀ କରାଯାଇଥିବା ବ୍ୟବସ୍ଥା ; ଦୁଇ ଜଣଙ୍କ ମଧ୍ୟରେ, ସଂପର୍କର ମାତ୍ର ; ନିର୍ଭରଶୀଳଙ୍କର ଯଥାଯଥ ଆବଶ୍ୟକତା ; ନିର୍ଭରଶୀଳ ଏବଂ ମୃତକଙ୍କ ମଧ୍ୟରେ ଅତୀତ ସଂପର୍କ ; ନିର୍ଭରଶୀଳଙ୍କ ସମ୍ପତ୍ତିର ମୂଲ୍ୟ ଏବଂ ଏପରି ସମ୍ପତ୍ତିରୁ ଉଦ୍ରେକ ଆୟ କିମ୍ବା ତାଙ୍କର ନିଜ ରୋଜଗାର କିମ୍ବା ଅନ୍ୟ ଉତ୍ସରୁ ଆୟ । ଏହି ଆଇନ୍ ଅନୁଯାୟୀ , ଭରଣପୋଷଣ ନିମନ୍ତେ ହକ୍ ଦାର୍ ନିର୍ଭରଶୀଳଙ୍କର ସଂଖ୍ୟା । ଭରଣପୋଷଣ ପ୍ରତି ଦାବୀଦାର ଜଣେ ହିନ୍ଦୁ ହେବା ଉଚିତ ଏହି ଅଧ୍ୟାୟ ଅନୁଯାୟୀ, ଭରଣପୋଷଣ ଦାବୀ କରିବା ନିମନ୍ତେ କୌଣସି ବ୍ୟକ୍ତି ହକ୍ ଦାର୍ ହେବେ ନାହିଁ, ଯଦି ସେ କିମ୍ବା ଉକ୍ତ ମହିଳା, ଅନ୍ୟ ଧର୍ମକୁ ପରିବର୍ତ୍ତିତ ଦ୍ଵାରା, ହିନ୍ଦୁ ହେବାରୁ ରହିତ ହୁଅନ୍ତି । ପରିସ୍ଥିତିର ପରିବର୍ତ୍ତନ ଉପରେ, ଭରଣପୋଷଣ ଅର୍ଥରାଶିକୁ ପରିବର୍ତ୍ତନ ଭରଣପୋଷଣ ଅର୍ଥରାଶିର ପରିମାଣ, ତାହା ନ୍ୟାୟାଳୟଙ୍କର କୌଣସି ଡିକ୍ରୀ ଦ୍ଵାରା କିମ୍ବା ଚୁକ୍ତିଦ୍ଵାରା ଧାର୍ଯ୍ୟ ହୋଇଥାଉ ଏବଂ ତାହା, ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ହୋଇଥାଉ, ତାକୁ ପରେ ପରିବର୍ତ୍ତନ କରାଯାଇପାରେ, ଯଦି ଏପରି ପରିବର୍ତ୍ତନକୁ ନ୍ୟାୟୋଦିତ କରୁଥିବା ପରିସ୍ଥିତିରେ, ଉପାଦେୟ ପରିବର୍ତ୍ତନ ଘଟିଥାଏ । ଟିପ୍ପଣୀ ସ୍ତ୍ରୀକୁ ଭରଣପୋଷଣ ଏବଂ ପୃଥକ୍ ବାସଗୃହ ଯୋଗାଇ ଦେବା ନିମନ୍ତେ , ସ୍ଵାମୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ବିଭାଜନ କିମ୍ବା ସମ୍ପତ୍ତିର ବିଭାଜନ ଘଟିପାରେ – (ଶ୍ରୀମତୀ ମନାଲି ସିଂଗାଲ୍ ବନାମ ସିଂହାଲ – ଏ.ଆଇ.ଆର୍. ୧୯୯୯ ଦିଲ୍ଲୀ – ୧୫୬) । ଋଣପ୍ରତି ଆଗ୍ରାଧିକାର ଦଫା ୨୭ରେ ଧାରୀତ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ମୃତକଙ୍କ ଦ୍ଵାରା ଚୁକ୍ତି କରାଯାଇଥିବା କିମ୍ବା ଦେୟ ପ୍ରତ୍ୟକ ବର୍ଣ୍ଣନୀୟ ଋଣର, ଏହି ଆଇନ୍ ଅନୁଯାୟୀ, ଭରଣପୋଷଣ ନିମନ୍ତେ, ତାଙ୍କ ନିର୍ଭରଶୀଳଏନକେ ଠାରୁ ଅଗ୍ରାଧିକାର ରହିବ। ଭରଣପୋଷଣ, କେତେବେଳେ ଏକ ଭାର ହେବ ଏହି ଆଇନ୍ ଅନୁଯାୟୀ, ଭରଣପୋଷଣ ନିମନ୍ତେ କୌଣସି ନିର୍ଭରଶୀଳଙ୍କର ଦାବୀ, ମୃତକର ସମ୍ପତ୍ତି ଉପରେ କିମ୍ବା ତା’ର କୌଣସି ଅଂଶ ଉପରେ ଏକ ଭାର ହେବ ନାହିଁ, ଯଦି ସମ୍ପତ୍ତିର ମାଲିକ ଏବଂ ନିର୍ଭରଶୀଳଙ୍କ ମଧ୍ୟରେ , ଚୁକ୍ତି ଦ୍ଵାରା କିମ୍ବା ନ୍ୟାୟାଳୟଙ୍କ ଡିକ୍ରୀ ଦ୍ଵାରା, ମୃତକରି ଇଚ୍ଛାପତ୍ର ଦ୍ଵାରା ସୃଷ୍ଟି ହୋଇନଥାଏ । ଭରଣପୋଷଣ ପ୍ରତି ଅଧିକାର ଉପରେ, ସମ୍ପତ୍ତିର ହସ୍ତାନ୍ତରଣର ପ୍ରଭାବ ଯେଉଁ ସ୍ଥଳରେ କୌଣସି ନିର୍ଭରଶୀଳର ସମ୍ପତ୍ତିରୁ ଭରଣପୋଷଣ ଗ୍ରହଣ କରିବା ଅଧିକାର ଥାଏ , ଏବଂ ଏପରି ସମ୍ପତ୍ତି କିମ୍ବା ତା’ର କୌଣସି ଅଂଶକୁ ହସ୍ତାନ୍ତରଣ କରାଯାଇଥାଏ , ସେପରିସ୍ଥଳେ ଭରଣପୋଷଣ ଗ୍ରହଣ କରିବା ଅଧିକାରକୁ , ହସ୍ତାନ୍ତରୀତଙ୍କ ବିରୁଦ୍ଧରେ ବଳବତ୍ତର କରାଯାଇପାରେ , ଯଦି ଏପରି ହସ୍ତାନ୍ତରୀତ ବ୍ୟକ୍ତିଙ୍କର ଏପରି ଅଧିକାର ସଂବନ୍ଧରେ ସୂଚନା ଥାଏ, କିମ୍ବା ଯଦି ଏପରି ହସ୍ତାନ୍ତରଣ ମାଗଣାରେ ହୋଇଥାଏ ; ମାତ୍ର କୌଣସି ଜରସମନ ବିରୁଦ୍ଧରେ ଏବଂ ଅଧିକାରର ସୂଚନା ବିନା ହୋଇଥାଏ । ରଦ୍ଦିକରଣ ଏବଂ ସଂରକ୍ଷଣ ରଦ୍ଦିକରଣ ଏବଂ ସଂଶୋଧନୀୟ ଆଇନ୍,୧୯୬୦ (୫୮/୧୯୬୦) ଦଫା ୨ ସୂଚୀ – ୧ ଦ୍ଵାରା ରଦ୍ଦିକୃତ)। ସଂରକ୍ଷଣ ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା, ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କରାଯାଇଥିବା ଗ୍ରହଣକୁ ପ୍ରଭାବିତ କରିବ ନାହିଁ ଏବଂ ଏପରି କୌଣସି ଗ୍ରହଣର ବୈଧତା ଏବଂ ପ୍ରଭାବ ସ୍ଥିର କରାଯିବ, ଯେପରିକି ଏହି ଆଇନ୍ ମଞ୍ଜୁର କରାଯାଇନାହିଁ । ଆଧାର – ଦ ଲ ହାଉସ