ପୋଷ୍ୟପୁତ୍ର ଗ୍ରହଣକୁ ନିୟନ୍ତ୍ରଣ ଏହି ଅଧ୍ୟାୟରେ ଧାରୀତ ବ୍ୟବସ୍ଥାବଳୀ ସହ ସମ୍ବନିତ ବ୍ୟତୀତ, କୌଣସି ହିନ୍ଦୁଦ୍ୱାରା ; ଏହି ଆଇନ୍ ର ପ୍ରାରମ୍ଭ ପରେ କୌଣସି ପୋଷ୍ୟପୁତ୍ର ଗ୍ରହଣ ହେବ ନାହିଁ ; ଏବଂ ଉକ୍ତ ବ୍ୟବସ୍ଥାର ଉଲ୍ଲଘଂନରେ କରାଯାଇଥିବା ଗ୍ରହଣ , ଅବୈଧ ହେବ । କୌଣସି ଅବୈଧ ଗ୍ରହଣ, କୌଣସି ବ୍ୟକ୍ତିର ସପକ୍ଷରେ ଗ୍ରହଣକାରୀ ପରିବାରରେ କୌଣସି ଅଧିକାର ସୃଷ୍ଟି କରିବ ନାହିଁ, ଯାହାକୁ ସେ କିମ୍ବା ଉକ୍ତ ମହିଳା ଆହରଣ କରିପାରିନଥାଆନ୍ତେ ଏବଂ ତାହା ଗ୍ରହଣ କାରଣ ବ୍ୟତୀତ , କିମ୍ବା ତା’ର ନିଜ ଜନ୍ମଗତ ପରିବାର କୌଣସି ବ୍ୟକ୍ତିର ଅଧିକାରକୁ ନଷ୍ଟ କରିବ ନାହିଁ । ଏକ ବୈଧ ଗ୍ରହଣର ଆବଶ୍ୟକତା କୌଣସି ଗ୍ରହଣ (ପୋଷ୍ୟ ପୁତ୍ର ଗ୍ରହଣ) ବୈଧ ହେବ ନାହିଁ; ଯଦି : - ଗ୍ରହଣ କରୁଥିବା ବ୍ୟକ୍ତିର ଗ୍ରହଣ କରିବା କ୍ଷମତା ଏବଂ ଅଧିକାର ନଥାଏ; ଗ୍ରହଣରେ ପ୍ରଦାନ କରୁଥିବା ବ୍ୟକ୍ତିର, ସେପରି କରିବାର କ୍ଷମତା ଥିବ; ଗୃହିତ ବ୍ୟକ୍ତି, ଗ୍ରହଣଯୋଗ୍ୟ ହୋଇଥିବ; ଏବଂ ଏପରି ଗ୍ରହଣ କିମ୍ବା ପୋଷ୍ୟ ପୁତ୍ର ଗ୍ରହଣ, ଏହି ଅଧ୍ୟାୟରେ ଉଲ୍ଲେଖିତ ଅନ୍ୟାନ୍ୟ ସର୍ତ୍ତାବଳୀ ସହିତ ପରିପାଳନ କରାଯାଉଥିବ । ଟିପ୍ପଣୀ ଯେତେବେଳେ ଗ୍ରହଣ (କିମ୍ବା ପୋଷ୍ୟ ପୁତ୍ର ଗ୍ରହଣ), ଦେବା ଏବଂ ନେବା ଉତ୍ସକ ଦ୍ଵାରା ସଂପାଦିତ ହୋଇଥାଏ , ଏହା ଏକ ବୈଧ ଗ୍ରହଣ ହୋଇଥାଏ – (ଚନ୍ଦନ ବିଲାସିନୀ , ଆଇନ୍ ଗତ ପ୍ରତିନିଧିଙ୍କ ଦ୍ଵାରା ବନାମ ଆଲ୍ଲାବୁଦ୍ଧିନ ଖାନ୍ – ଏ.ଆଇ.ଆର୍. ୨୦୦୦ ଓଡିଶା - ୧୫୮ ।) ଯେଉଁ ସ୍ଥଳରେ ଗ୍ରହଣ କାରୀ ମାଆ ଗ୍ରହଣକୁ ମନାକରେ , ସେପରିସ୍ଥଳେ , ଗ୍ରହଣକୁ ପ୍ରମାଣିତ କରିବା ଭାର , ବାଦୀ ଉପରେ ଥାଏ – (ସେବତୀ ବରାଳ (ମୃତ), ଆଇନ୍ ଗତ ପ୍ରତିନିଧିଙ୍କ ଦ୍ଵାରା ବନାମ୍ ଡଙ୍ଗେଇ ବରାଳ – ଏ.ଆଇ.ଆର୍ ୨୦୦୦ ଓଡିଶା – ୧୫୮) । ଆଇନ୍ ରେ ସେପରି କୌଣସି ପ୍ରତିବନ୍ଧନ ନାହିଁ ଯେ , କୌଣସି ସମ୍ପତ୍ତିର ମାଲିକାନାକୁ , ଏହାର ଉପଭୋଗ ବିନା ଦାନ କରାଯାଇ ପାରିବ ନାହିଁ । ବିଦ୍ୟମାନ ମୋକଦ୍ଦମାରେ ଏପରି ଦାନ ୧୯୪୫ ମସିହାରେ ସଂପାଦନ କରାଯାଇଥିଲା ଏବଂ ପ୍ରାୟ ପଚିଶ (୨୫) ବର୍ଷ ପର୍ଯ୍ୟନ୍ତ ବଳବତ୍ତର ଥିଲା, ଗ୍ରହୀତା ସାବାଳକତ୍ଵ ପ୍ରାପ୍ତ ହୋଇଥିଲା ଏବଂ ତାହା ପ୍ରତ୍ୟାଖ୍ୟାନ କରିନଥିଲା । ସେଥିପାଇଁ ଏହା ଦର୍ଶା ଯାଇଥିଲା ଯେ, ଏପରି ଦାନକୁ ନାକଚ୍ କରିବା ଦାତାଙ୍କ ପକ୍ଷରେ ଦକ୍ଷ ଥିଲା ଏବଂ ସମ୍ପତ୍ତି ସଂବନ୍ଧରେ ଏକ ଇଚ୍ଛାପତ୍ର ସଂପାଦନ କରିବା । ସଂପାଦନ ସମୟରେ, ଡାଟା ମାଆ ଥିଲେ ଏବଂ ଗ୍ରହୀତା ତାଙ୍କର ନାବାଳକ ପୁତ୍ର ଥିଲା; ନିବନ୍ଧନ ଦାନ ଦଲିଲ, ତାଙ୍କର ମାମୁଙ୍କ ଅଜାଙ୍କ ଠାରୁ ତାଙ୍କ ଦ୍ଵାରା ଉତ୍ତରାଧିକାରୀଭାବେ ସମ୍ପତ୍ତିର ଏକ ଅଂଶକୁ ଧାର୍ଯ୍ୟ କରେ – (କେ. ବାଲକ୍ରିଷ୍ଣନନ୍ ବନାମ କେ . ୨୦୦୪ ସୁପ୍ରିମ୍ କୋର୍ଟ – ୧୨୫୭ ) । ପୋଷ୍ୟପୁତ୍ର ଗ୍ରହଣରେ, ଜଣେ ପୁରୁଷ ହିନ୍ଦୁର କ୍ଷମତା କୌଣସି ପୁରୁଷ ହିନ୍ଦୁ, ଯେକି, ସୁସ୍ଥ ମସ୍ତିସ୍କର ହୋଇଥାଏ ଏବଂ ଜଣେ ନାବାଳକ ହୋଇନଥାଏ , ତା’ର କୌଣସି ପୁତ୍ର କିମ୍ବା କନ୍ୟାକୁ ଗ୍ରହଣ କରିବା କ୍ଷମତା ଅଛି । ଉଲ୍ଲେଖ ଥାଉ ଯେ, ଯଦି ତାଙ୍କର ଜଣେ ସ୍ତ୍ରୀ ଜୀବିତ ଥାଆନ୍ତି, ସେପରିସ୍ଥଳେ ସେ ତାଙ୍କ ସ୍ତ୍ରୀଙ୍କର ସମ୍ମତି ବିନା ଗ୍ରହଣ କରି ପାରିବେ ନାହିଁ, ଯଦି ସ୍ତ୍ରୀ ସଂପୂର୍ଣ୍ଣଭାବେ ପୃଥିବୀ ପରିତ୍ୟାଗ କରିନଥାଆନ୍ତି କିମ୍ବା ହିନ୍ଦୁ ହେବାରୁ ରହିତ ହୋଇନଥାଆନ୍ତି କିମ୍ବା କୌଣସି ଦକ୍ଷ କର୍ତ୍ତୁତ୍ଵ ନ୍ୟାୟାଳୟ ଦ୍ଵାରା ଅସୁସ୍ଥ ମସ୍ତିସ୍କର ବୋଲି ଘୋଷିତ ହୋଇନଥାଆନ୍ତି। ସ୍ପଷ୍ଟୀକରଣ :- ଯଦି କୌଣସି ବ୍ୟକ୍ତିର, ପୋଷ୍ୟପୁତ୍ର ଗ୍ରହଣ ସମୟରେ, ଗୋଟିଏରୁ ଅଧିକ ସ୍ତ୍ରୀ ଜୀବିତ ଥାଆନ୍ତି, ସେପରିସ୍ଥଳେ ସମସ୍ତ ସ୍ତ୍ରୀଙ୍କର ସମ୍ମତି ଆବଶ୍ୟକ ଅଟେ, ଯଦି ପୂର୍ବ ପ୍ରତିବନ୍ଧରେ ଧାର୍ଯ୍ୟ କୌଣସି କାରଣ ନିମନ୍ତେ ସେମାନଙ୍କ ଜଣଙ୍କର ସମ୍ମତି ଅନାବଶ୍ୟକ ହୁଏ । ଟିପ୍ପଣୀ କୌଣସି ବ୍ୟକ୍ତି, ଯାହାଙ୍କର ଜଣେ ସ୍ତ୍ରୀ ଜୀବିତ ଅଛନ୍ତି , ସେ ତାଙ୍କ ସମ୍ମତି ବିନା ପୋଷ୍ୟପୁତ୍ର ଗ୍ରହଣ କରିପାରିବ ନାହିଁ - (କାସିବାଇ ବନାମ ପାର୍ବତୀ ବାଈ – ୧୯୯୫(୨) ସର୍ବଭାରତୀୟ ହିନ୍ଦୁ ‘ଲ’ ରିପୋର୍ଟର (ସୁପ୍ରିମ୍ କୋର୍ଟ) - ୭୧୨ ) । ତାଙ୍କ ସ୍ଵାମୀଙ୍କ ଦ୍ଵାରା ପୁତ୍ରର ଗ୍ରହଣ ଉତ୍ସବରେ ଜଣେ ମୁକ ଦର୍ଶକଭାବେ ସ୍ତ୍ରୀଙ୍କର ଉପସ୍ଥିତି । ସ୍ତ୍ରୀଙ୍କ ଦ୍ଵାରା କୌଣସି ସକ୍ରିୟ ଅଂଶ ଗ୍ରହଣ କରାଯାଇ ନଥିଲା । ସେପରିସ୍ଥଳେ ତାଙ୍କର ସମ୍ମତିକୁ ଅନୁମାନ କରାଯାଇ ପାରିବ ନାହିଁ । ତାଙ୍କର ସମ୍ମତିର ଅନୁପସ୍ଥିତିରେ , ସ୍ଵାମୀଙ୍କ ଦ୍ଵାରା ଗ୍ରହଣ , ଅବୈଧ ହେବ – (ଘିରାଲାଲ୍ ବନାମ ଧପୁବାଇ – ଏ.ଆଇ.ଆର୍. ୨୦୧୧ ସୁପ୍ରିମ୍ କୋର୍ଟ – ୬୪୪)। ପୋଷ୍ୟପୁତ୍ର ଗ୍ରହଣ କରିବାରେ ଜଣେ ମହିଳା ହିନ୍ଦୁର କ୍ଷମତା କୌଣସି ହିନ୍ଦୁ ମହିଳା, ଯେକି ସୁସ୍ଥ ମସ୍ତିସ୍କ ଅଟନ୍ତି ଏବଂ ନାବାଳିକା ନୁହଁନ୍ତି, ତାଙ୍କର କୌଣସି ପୁତ୍ର କିମ୍ବା କନ୍ୟାକୁ ଗ୍ରହଣ କରିବା କ୍ଷମତା ଅଛି ; ଉଲ୍ଲେଖଥାଉ ଯେ, ଯଦି ତାଙ୍କର କୌଣସି ସ୍ଵାମୀ ଜୀବିତ ଥାଆନ୍ତି , ସେପରିସ୍ଥଳେ ସେ ତାଙ୍କର ସ୍ଵାମୀଙ୍କ ସମ୍ମତି ବିନା କୌଣସି ପୁତ୍ର କିମ୍ବା କନ୍ୟାକୁ ଗ୍ରହଣ କରିପାରିବେ ନାହିଁ , ଯଦି ତାଙ୍କର ସ୍ଵାମୀ ସଂପୂର୍ଣ୍ଣଭାବେ ପୃଥିବୀ ପରିତ୍ୟାଗ କରି ନଥାଆନ୍ତି କିମ୍ବା ହିନ୍ଦୁ ହେବାରୁ ରହିତ ହୋଇନଥାଆନ୍ତି କିମ୍ବା କୌଣସି ଦକ୍ଷ କର୍ତ୍ତୁତ୍ଵ ନ୍ୟାୟାଳୟ ଦ୍ଵାରା ଅସୁସ୍ଥ ମସ୍ତିସ୍କ ବୋଲି ଘୋଷିତ ହୋଇ ନଥାଆନ୍ତି । ଗ୍ରହଣରେ ଦେବା ନିମନ୍ତେ ସକ୍ଷମ ବ୍ୟକ୍ତିମାନେ କୌଣସି ସନ୍ତାନର ପିତା – ମାତା କିମ୍ବା ଅଭିଭାବକଙ୍କ ବ୍ୟତୀତ , କୌଣସି ବ୍ୟକ୍ତିର କୌଣସି ସନ୍ତାନକୁ ଗ୍ରହଣରେ ଦେବାର କ୍ଷମତା ରହିବ ନାହିଁ । ଉପ – ଦଫା (୪) ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ପିତା କିମ୍ବା ମାତା, ଯଦି ଜୀବିତ ଥାଆନ୍ତି , ତାହେଲେ ଗ୍ରହଣରେ କୌଣସି ପୁତ୍ର କିମ୍ବା କନ୍ୟାକୁ ଦେବାରେ ସମାନ ଅଧିକାର ରହିବ; ଉଲ୍ଲେଖଥାଉ ଯେ, ଏପରି ଅଧିକାର ସେମାନଙ୍କ ମଧ୍ୟରୁ କାହାଦ୍ଵାରା ପରିଚାଳନା କରାଯାଇପାରିବ ନାହିଁ ଏବଂ ତାହା ଅନ୍ୟର ସମ୍ମତି ବିନା , ଯଦି ସେମାନଙ୍କ ମଧ୍ୟରୁ କେହି ସଂପୂର୍ଣ୍ଣ ଭାବେ ପୃଥିବୀ ପରିତ୍ୟାଗ କରି ନଥାଆନ୍ତି ଏବଂ ଜଣେ ହିନ୍ଦୁ ହେବାରୁ ରହିତ ହୋଇ ନଥାଆନ୍ତି କିମ୍ବା କୌଣସି ଦକ୍ଷ ନ୍ୟାୟାଳୟଦ୍ଵାରା ଅସୁସ୍ଥ ମସ୍ତିସ୍କ ବୋଲି ଘୋଷିତ ନ ହୋଇଥାଆନ୍ତି ।] ଯେଉଁ ସ୍ଥଳରେ , ଉଭୟ ପିତା ଏବଂ ମାତା ମୃତ ହୋଇଥାଆନ୍ତି କିମ୍ବା ସଂପୂର୍ଣ୍ଣ ଏବଂ ଚୂଡାନ୍ତଭାବେ ପୃଥିବୀ ପରିତ୍ୟାଗ କରିଥାଆନ୍ତି କିମ୍ବା ସନ୍ତାନକୁ ପରିତ୍ୟାଗ କରିଥାଆନ୍ତି , କିମ୍ବା କୌଣସି ଦକ୍ଷ କର୍ତ୍ତୁତ୍ଵ ନ୍ୟାୟାଳୟ ଦ୍ଵାରା ଅସୁସ୍ଥ ମସ୍ତିସ୍କ ବୋଲି ଘୋଷିତ ହୋଇଥାଆନ୍ତି କିମ୍ବା ଯେଉଁ ସ୍ଥଳରେ ସନ୍ତାନର ପିତୃତ୍ଵ ଜଣାନଥାଏ , ସେପରିସ୍ଥଳେ ଅଭିଭାବକ, ନିଜ ସହିତ, କୌଣସି ବ୍ୟକ୍ତିଙ୍କୁ, ନ୍ୟାୟାଳୟଙ୍କର ପୂର୍ବ ସମ୍ମତି ସହିତ , ଉକ୍ତ ସନ୍ତାନକୁ ଗ୍ରହଣରେ ଦେଇପାରନ୍ତି ।] ଉପ – ଦଫା (୪) ଅନୁଯାୟୀ, କୌଣସି ଅଭିଭାବକଙ୍କୁ ଅନୁମତି ମଞ୍ଜୁର କରିବା ପୂର୍ବରୁ , ନ୍ୟାୟାଳୟ ସନ୍ତୁଷ୍ଟ ହେବେ ଯେ, ଏପରି ଗ୍ରହଣ, ସନ୍ତାନର ମଙ୍ଗଳ ନିମନ୍ତେ ହେବ ଏବଂ ସନ୍ତାନର ବୟସ ଏବଂ ବୋଧଗମ୍ୟତାକୁ ବିବେଚନା କରିବା ସହିତ ସନ୍ତାନର ଇଚ୍ଛାକୁ ମଧ୍ୟ ବିବେଚନା କରାଯିବ ଏବଂ ଯେ, ଅନୁମତି ନିମନ୍ତେ ଆବେଦନକାରୀ ଏପରି ଗ୍ରହଣ ନିମନ୍ତେ କୌଣସି ଅର୍ଥ କିମ୍ବା ପୁରସ୍କାର ଗ୍ରହଣକରି ନାହାଁନ୍ତି, କେବଳ ସେହି ବିଷୟ ବ୍ୟତୀତ, ଯେପରି ନ୍ୟାୟାଳୟ ମଞ୍ଜୁର କରିବେ : - ସ୍ପଷ୍ଟୀକରଣ :- ଏହି ଦଫା ଉଦ୍ଦେଶ୍ୟରେ - ଉକ୍ତି ‘ ପିତା ’ ଏବଂ ‘ମାତା’, ଜଣେ ଗ୍ରହଣକାରୀ ପିତା ଏବଂ ଜଣେ ଗ୍ରହଣକାରୀ ମାତାଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ। ‘ଅଭିଭାବକ’ ଅର୍ଥ, କୌଣସି ବ୍ୟକ୍ତି, ଯେକି କୌଣସି ସନ୍ତାନର ଶରୀରର ଯତ୍ନ ନିଅନ୍ତି କିମ୍ବା ତାଙ୍କ ଶରୀର ଏବଂ ସମ୍ପତ୍ତିର ଯତ୍ନ ନିଅନ୍ତି ଏବଂ ଏହା ଅନ୍ତର୍ଭୁକ୍ତ କରେ : - ସନ୍ତାନର ପିତା କିମ୍ବା ମାତାଙ୍କର ଇଚ୍ଛାପତ୍ର ଦ୍ଵାରା ନିଯୁକ୍ତି କୌଣସି ଅଭିଭାବକ; ଏବଂ ନ୍ୟାୟାଳୟଙ୍କ ଦ୍ଵାରା ନିଯୁକ୍ତ କିମ୍ବା ଘୋଷିତ ଜଣେ ଅଭିଭାବକ ; ଏବଂ ] ‘ନ୍ୟାୟାଳୟ ’ ଅର୍ଥ, ନଗରୀୟ ଦେୱାନୀ ନ୍ୟାୟାଳୟ କିମ୍ବା ଜିଲ୍ଲା ନ୍ୟାୟାଳୟ , ଯାହାଙ୍କର କର୍ତ୍ତୁତ୍ଵାଧିନ ସ୍ଥାନୀୟ ଅଞ୍ଚଳ ମଧ୍ୟରେ, ଗ୍ରହଣ କରାଯିବାକୁ ଥିବା ସନ୍ତାନ ସାଧାରଣତଃ ବାସ କରେ । ଟିପ୍ପଣୀ ଜଣେ ପରିତ୍ୟକ୍ତ ସନ୍ତାନ , ନାବାଳକ ନ୍ୟାୟ ପରିଷଦର ଅଭିଭାକତ୍ଵରେ ଥାଏ ବୋଲି ଧରାଯିବ – (ଏ.ଆଇ.ଆର୍ ୧୯୯୬ କଲିକତା - ୧୬୪) । କେଉଁ ବ୍ୟକ୍ତିମାନଙ୍କୁ ଗ୍ରହଣ କରାଯାଇପାରେ କୌଣସି ବ୍ୟକ୍ତି ଗ୍ରହଣ ଯୋଗ୍ୟ ହେବେ ନାହିଁ , ଯଦି ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରାନଯାଏ , ଯଥା : - ସେ, କିମ୍ବା ଉକ୍ତ ଝିଅ ଜଣେ ହିନ୍ଦୁ ହୋଇଥିବ; ସେ (ପୁତ୍ର) କିମ୍ବା କନ୍ୟା ପୂର୍ବରୁ ଗୃହୀତ ହୋଇନଥିବ ; ସେ (କିମ୍ବା ପୁତ୍ର) କିମ୍ବା କନ୍ୟା, ପନ୍ଦର ବର୍ଷ ବୟସ ସମାପ୍ତ କରିନଥିବେ ; ଯଦି ପକ୍ଷମାନଙ୍କ ପ୍ରତି ପ୍ରୟୋଗନୀୟ ପ୍ରଥା କିମ୍ବା ବ୍ୟବହାର, ଯାହାକି ବିବାହିତକୁ ଗ୍ରହଣ କରିବା ନିମନ୍ତେ ଅନୁମୋଦନ କରେ ; ସେ (ପୁତ୍ର) କିମ୍ବା କନ୍ୟା, ପନ୍ଦର ବର୍ଷ ବୟସ ସମାପ୍ତ କରିନଥିବା ; ଯଦି ପକ୍ଷମାନଙ୍କ ପ୍ରତି ପ୍ରୟୋଗନୀୟ ପ୍ରଥା କିମ୍ବା ବ୍ୟବହାର, ସେହି ବ୍ୟକ୍ତିମାନଙ୍କୁ ଗ୍ରହଣ ନିମନ୍ତେ ଅନୁମୋଦନ କରେ, ଯେଉଁମାନେ କି ପନ୍ଦରବର୍ଷ ବୟସ ସମାପ୍ତ କରିନଥାଆନ୍ତି । ଟିପ୍ପଣୀ ୨୮ ବର୍ଷ ବୟସର କୌଣସି ବ୍ୟକ୍ତିଙ୍କୁ ଗ୍ରହଣ କରାଯାଇ ପାରିବ ନାହିଁ । ହିନ୍ଦୁ ପୋଷ୍ୟପୁତ୍ର ଗ୍ରହଣ ଏବଂ ଭରଣପୋଷଣ ଆଇନ୍, ୧୯୫୬, ୧୫ ବର୍ଷ ବୟସ ଧାର୍ଯ୍ୟ କରିଛି । ଏପରି ଗ୍ରହଣ ନିମନ୍ତେ, ଧାର୍ଯ୍ୟ ପଦ୍ଧତିକୁ ଅନୁସରଣ କରିବ; ଯଥା : - ଆଇନ୍ ର ଦଫା ୧୧(୬) ରେ ଯେପରି ଧାର୍ଯ୍ୟ ଗ୍ରହଣରେ ପ୍ରଦାନ ଏବଂ ଗ୍ରହଣ ପ୍ରକୃତରେ ହୋଇଥିବ – (ରାଖି ବନାମ ପ୍ରଥମ ଅତିରିକ୍ତ ଜିଲ୍ଲା ବିଚାରପତି – ଏ.ଆଇ.ଆର୍ ୨୦୦୦ ଆଲ୍ଲାହାବାଦ୍ - ୧୬୬) । ଆନ୍ଧ୍ର ପ୍ରଦେଶ ‘କାମ - ସଂପ୍ରଦାୟ’ ରେ ପ୍ରଥା ଯେ , ୧୫ କିମ୍ବା ଅଧିକ ବୟସ୍କଙ୍କୁ ଗ୍ରହଣ ନିମନ୍ତେ ଅନୁମୋଦନକରେ । ଦାନ ପାତ୍ର କିମ୍ବା ଦାନ – ଦଳିଲ୍ ରେ , ଉକ୍ତ ପ୍ରଥାକୁ ଲିପିବଦ୍ଧ କରାଯାଇଥିଲା। ନ୍ୟାୟାଳୟ ଅନୁମାନ କରିବେ ଯେ , ଏପରି ଗ୍ରହଣ ବୈଧ ଅଟେ (ଆତ୍ ଲୁରୀ ବ୍ରହ୍ମାନନ୍ଦମ୍ ବନାମ୍ ଆନି ସାଇ ବାଗୁଜୀ – ଏ.ଆଇ.ଆର୍ ୨୦୧୧ ସୁପ୍ରିମ୍ କୋର୍ଟ – ୫୪୫) । ଏକ ବୈଧ ଗ୍ରହଣ ନିମନ୍ତେ, ଅନ୍ୟାନ୍ୟ ସର୍ତ୍ତାବଳୀ ପ୍ରତ୍ୟକ ଗ୍ରହଣରେ, ନିମ୍ନଲିଖିତ ସର୍ତ୍ତାବଳୀକୁ ନିଶ୍ଚିତଭାବେ ପରିପାଳନ କରାଯିବ : - ଯଦି କୌଣସି ପୁତ୍ରର ଗ୍ରହଣ ହେଉଥାଏ , ସେପରିସ୍ଥଳେ , ଗ୍ରହଣକାରୀ ପିତା କିମ୍ବା ମାତା , ଯାହାଙ୍କ ଦ୍ଵାରା ଗ୍ରହଣ କରାଯାଏ , ତାଙ୍କର ଜଣେ ହିନ୍ଦୁ ପୁତ୍ର , ପୁତ୍ରର ପୁତ୍ର କିମ୍ବା ପୁତ୍ରର ପୁତ୍ର ନଥିବ (ତାହା ବୈଧ ରକ୍ତ ସଂପର୍କ ଦ୍ଵାରା ହୋଇଥାଉ କିମ୍ବା ଗ୍ରହଣ ଦ୍ଵାରା ହୋଇଥାଉ) ଯେକି ଗ୍ରହଣ ସମୟରେ ଜୀବିତ ଥିବ; ଯଦି କୌଣସି କନ୍ୟାର ଗ୍ରହଣ ହେଉଥାଉ ସେପରିସ୍ଥଳେ ଗ୍ରହଣକାରୀ ପିତା କିମ୍ବା ମାତା , ଯାହାଙ୍କ ଦ୍ଵାରା ଏପରି ଗ୍ରହଣ କରାଯାଏ , ତାଙ୍କର ନିଶ୍ଚିତଭାବେ ଜଣେ ହିନ୍ଦୁକନ୍ୟା କିମ୍ବା ପୁତ୍ରର କନ୍ୟା (ତାହା ବୈଧ ରକ୍ତ ସଂପର୍କ ଦ୍ଵାରା ହୋଇଥାଉ କିମ୍ବା ଗ୍ରହଣ ଦ୍ଵାରା ହୋଇଥାଉ) ସେ ଏପରି ଗ୍ରହଣ ସମୟରେ ଜୀବିତ ଥାଏ । ଯଦି ଏପରି ଗ୍ରହଣ କୌଣସି ପୁରୁଷ ଦ୍ଵାରା ହେଉଥାଏ ଏବଂ ଗୃହୀତ ହେଉଥିବା ବ୍ୟକ୍ତି ଜଣେ ମହିଳା ହୋଇଥାଏ, ସେପରିସ୍ଥଳେ ଗ୍ରହଣକାରୀ ପିତା , ଗୃହୀତ ହେବାକୁ ଥିବା ବ୍ୟକ୍ତିଠାରୁ ଖୁବ୍ କମ୍ ରେ ୨୧ ବର୍ଷ ଅଧିକ ବୟସର ହୋଇଥିବ; ଯଦି ଏପରି ଗ୍ରହଣ କୌଣସି ମହିଳାଙ୍କ ଦ୍ଵାରା ହେଉଥାଏ ଏବଂ ଗୃହୀତ ହେବାକୁ ଥିବା ବ୍ୟକ୍ତି ଜଣେ ପୁରୁଷ ହୋଇଥାଏ, ସେପରିସ୍ଥଳେ ଗ୍ରହଣକାରୀ ମାତା ଗୃହୀତ ହେବାକୁ ଥିବା ବ୍ୟକ୍ତିଠାରୁ ଖୁବ୍ କମ୍ ରେ ଏକୋଇଶି (୨୧) ବର୍ଷ ଅଧିକ ବୟସର ହୋଇଥିବ; ସେହି ଏକା ସନ୍ତାନକୁ ଏକ ସମୟରେ ଦୁଇ କିମ୍ବା ଅଧିକ ବ୍ୟକ୍ତିଙ୍କ ଦ୍ଵାରା ଗ୍ରହଣ କରାଯାଇପାରିବ ନାହିଁ । ଯେଉଁ ସନ୍ତାନକୁ ଗ୍ରହଣ କରାଯିବ ତାଙ୍କୁ ନିଶ୍ଚିତଭାବେ ପ୍ରକୃତରେ ଗ୍ରହଣରେ ପିତାମାତାଙ୍କ ଦ୍ଵାରା ଗ୍ରହଣ କରାଯିବା କିମ୍ବା ସଂପୃକ୍ତ ଅଭିଭାବକଙ୍କ ଦ୍ଵାରା କିମ୍ବା ସେମାନଙ୍କ କ୍ଷମତା ଅନୁଯାୟୀ ଗ୍ରହଣ କରାଯିବ ଏହି ଉଦ୍ଦେଶ୍ୟ ଯେ, ଜନ୍ମିତ ପରିବାରରୁ [କିମ୍ବା କୌଣସି ପରିତ୍ୟକ୍ତ ସନ୍ତାନ କ୍ଷେତ୍ରରେ କିମ୍ବା କୌଣସି ସନ୍ତାନ, ଯାହାର ପିତୃତ୍ଵ ଜଣା ନାହିଁ , ତାଙ୍କୁ ସେହି ସ୍ଥାନରୁ କିମ୍ବା ପରିବାରରୁ, ଯେଉଁଠାରେ ସେ ଲାଳିତ ପାଳିତ ହେଉଛି ] ଗ୍ରହଣକାରୀ ପରିବାରକୁ ସ୍ଥାନାନ୍ତର କରାଯିବ; ଉଲ୍ଲେଖଥାଉ ଯେ , ଦତ୍ତ – ହୋମର ସଂପାଦନ , ଏକ ଗ୍ରହଣରେ ବୈଧତା ପ୍ରତି, ଆବଶ୍ୟକ ନୁହେଁ । ଟିପ୍ପଣୀ ଯେତେବେଳେ କୌଣସି ଗ୍ରହଣ ଦଳିଲ୍ ନିବନ୍ଧନ ହୋଇନଥାଏ , ମାତ୍ର ଏହା ନୋଟାରୀଙ୍କ ଦ୍ଵାରା ସ୍ଵାକ୍ଷରିତ ହୋଇଥାଏ , ଏପରି ଗ୍ରହଣକୁ ପ୍ରମାଣ କରିବା ନିମନ୍ତେ ଏପରି କୌଣସି ଦଳିଲ୍ ସାକ୍ଷ୍ୟରେ ଗ୍ରହଣୀୟ ନୁହେଁ – (ରାକ୍ଷୀ ବନାମ ପ୍ରଥମ ଅତିରିକ୍ତ ଜିଲ୍ଲା ବିଚାରପତି – ଏ.ଆଇ.ଆର୍. ୨୦୦୦ ଆଲ୍ଲାହାବାଦ – ୧୬୬) । ଯେତେବେଳେ ନଥିରେ ଥିବା ସାକ୍ଷ୍ୟରୁ ଏହା ଦେଖାଯାଏ ଯେ , ଅପିଲ୍ କର୍ତ୍ତା ଏହା ପ୍ରମାଣ କରିବା ନିମନ୍ତେ ଅକୃତକାର୍ଯ୍ୟ ହୋଇଛନ୍ତି ଯେ , ତାଙ୍କୁ ତାଙ୍କ ପିତାଙ୍କ ଦ୍ଵାରା ପ୍ରକୃତରେ ଦିଆଯାଇଛି ଏବଂ ମୃତ ରମେଶ ଚାନ୍ଦ୍ ଗାଙ୍ଗୁଲିଙ୍କ ଦ୍ଵାରା ଗ୍ରହଣ କରାଯାଇଛି । ସେଥିପାଇଁ , ଦର୍ଶାଯାଇଥିଲା ଯେ , ଉଭୟ ନିମ୍ନ ନ୍ୟାୟାଳୟ , ଗ୍ରହଣ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବାରେ ନ୍ୟୟୋଦିତ ଅଟନ୍ତି – (ନୀଳିମା ମୁଖାର୍ଜୀ ବନାମ କାନ୍ତ ଭୂଷଣ ଘୋଷ – ଏ.ଆଇ.ଆର୍ ୨୦୦୧ ସୁପ୍ରିମ୍ କୋର୍ଟ – ୨୭୨୫ ) । ଗ୍ରହଣର ପ୍ରଭାବ ଜଣେ ଗୃହୀତ ସନ୍ତାନକୁ ଗ୍ରହଣକାରୀ ପିତା କିମ୍ବା ତାର ସନ୍ତାନ ଭାବେ , ସମସ୍ତ ଉଦ୍ଦେଶ୍ୟ ନିମନ୍ତେ ଗ୍ରହଣ ତାରିଖରୁ ତାଙ୍କର ସନ୍ତାନ ବୋଲି ଧରାଯାଏ ଏବଂ ଏହି ତାରିଖରୁ ତା’ର ଜନ୍ମ ପରିବାରରେ ଉକ୍ତ ସନ୍ତାନର ସମସ୍ତ ବନ୍ଧନ ବୋଲି ଧରାଯାଏ ଏବଂ ଗୃହୀତ ପରିବାରରେ, ଗ୍ରହଣ ଦ୍ଵାରା ସୃଷ୍ଟି ହୋଇଥାଏ ; ଉଲ୍ଲେଖଥାଉ ଯେ : - ଏପରି ସନ୍ତାନ, ଅନ୍ୟ କୌଣସି ବ୍ୟକ୍ତିକୁ ବିବାହ କରିପାରିବ ନାହିଁ, ଯାହାଙ୍କୁ ସେ (ପୁତ୍ର) କିମ୍ବା ଝିଅ ବିବାହ କରିପାରି ନଥାଆନ୍ତା, ଯଦି ସେ ତା’ର ଜନ୍ମିତ ପରିବାରରେ, ଥାଆନ୍ତା; ଗ୍ରହଣ ପୂର୍ବରୁ, ଗୃହୀତ ସନ୍ତାନ ଉପରେ ନ୍ୟସ୍ତ କୌଣସି ସମ୍ପତ୍ତି, ଏପରି ସମ୍ପତ୍ତିର ମାଲିକାନା ପ୍ରତି ସଂଯୁକ୍ତ କୌଣସି ଦାୟିତ୍ଵରେ ନିୟନ୍ତ୍ରଣାଧିନରେ, ଉକ୍ତ ବ୍ୟକ୍ତି ଉପରେ ନ୍ୟସ୍ତ ରହିବ ଯାହାକି ତା’ର ଜନ୍ମିତ ପରିବାରରେ ସଂପର୍କୀୟଙ୍କୁ ଭରଣପୋଷଣ କରିବା ଦାୟିତ୍ଵ ସହିତ; ଗୃହୀତ ସନ୍ତାନ କୌଣସି ସମ୍ପତ୍ତିରୁ କୌଣସି ବ୍ୟକ୍ତିଙ୍କୁ ବଞ୍ଚିତ କରିବ ନାହିଁ, ଯାହାକି ଗ୍ରହଣ ପୂର୍ବରୁ ତା ଉପରେ ନ୍ୟସ୍ତ ଥିଲା । ଟିପ୍ପଣୀ ଏହା ସ୍ଥିର କରିବା ସମୟରେ ଯେ; ନାବାଳକ ଆବେଦନକାରୀ ଜଣେ ଦେୱାଳିଆ ବ୍ୟକ୍ତି କି ନୁହେଁ ଅଭିଭାବକ କିମ୍ବା ଅନ୍ୟ ସଂପର୍କୀୟଙ୍କର ଆର୍ଥିକ ଅବସ୍ଥା ଉପାଦେୟ ନୁହେଁ – (ସଂଗାମା ବନାମ ମାନାସ୍କା – ୨୦୦୦ (୧) ଏ.ଏଲ୍.ଟି. – ୨୧୮) । ଦଫା ୧୨ – ପ୍ରତିବନ୍ଧ – ଏହା ଅତି ସ୍ପଷ୍ଟ ଯେ , ଜଣେ ଗୃହୀତ ସନ୍ତାନ , ଦଫା ୧୨ର ମୁଖ୍ୟ ଅଂଶରୁ ଯେପରି ସ୍ପଷ୍ଟ , ଗ୍ରହଣ ତାରିଖରୁ , ସମସ୍ତ ଉଦ୍ଦେଶ୍ୟ ନିମନ୍ତେ , ଗ୍ରହଣକାରୀ ପିତା କିମ୍ବା ମାତାର ସନ୍ତାନଭାବେ ଧରାଯାଏ । ଦଫା ୧୨ର ପ୍ରତିବନ୍ଧ (ଗ) ସ୍ପଷ୍ଟ ଉକ୍ତିରେ ଦର୍ଶାଯାଏ ଯେ , ଗୃହୀତ ସନ୍ତାନ, କୌଣସି ସମ୍ପତ୍ତିରୁ କୌଣସି ବ୍ୟକ୍ତିଙ୍କୁ ବଞ୍ଚିତ କରିବ ନାହିଁ , ଯାହାକି ଗ୍ରହଣ ପୂର୍ବରୁ ତାଙ୍କ ଠାରେ ନ୍ୟସ୍ତ ଥିଲା । ବିଦ୍ୟମାନ୍ ମୋକଦ୍ଦମାରେ ପ୍ରତିବାଦୀ ୬, ଜଣେ ଭଯନାକାଙ୍କ ମୃତ୍ୟୁପରେ ଏବଂ ତାଙ୍କର ଉତ୍ତରାଧିକାରୀଙ୍କ ଉପରେ ସମ୍ପତ୍ତିର ନ୍ୟସ୍ତିକରଣ ପରେ ଗୃହୀତ ହୋଇଥିବାରୁ , ଉକ୍ତ ସମପଟଟିରେ କୌଣସି ଅଂଶ ନିମନ୍ତେ ହକ୍ ଦାର୍ ନୁହେଁ ବୋଲି ଦର୍ଶାଯାଇଥିଲା - (ନାମଦେବ ଭୟାଙ୍କଟ୍ ଘାଡଗେ ଏବଂ ଅନ୍ୟ ଜଣେ ବନାମ ଚନ୍ଦ୍ରକାନ୍ତ ଗଣପତ ଘାଡଗେ ଏବଂ ଅନ୍ୟମାନେ – (୨୦୦୩) ୪ ଏସ୍.ସି.ସି.ସି. – ୭୧; ଏ. ଆଇ.ଆର୍. ୨୦୦୩ ସୁପ୍ରିମ୍ କୋର୍ଟ – ୧୭୪୫) । ସମ୍ପତ୍ତି ହସ୍ତାନ୍ତର କିମ୍ବା ବିକ୍ରି କରିବାରେ, ଗ୍ରହଣକାରୀ ପିତାମାତାଙ୍କ ଅଧିକାର ବିପରୀତାର୍ଥରେ କୌଣସି ଚୁକ୍ତିର ନିୟନ୍ତ୍ରଣାଧିନରେ , ପରସ୍ପର ମଧ୍ୟରେ କିମ୍ବା ଇଚ୍ଛା ପତ୍ରଦ୍ଵାରା ତାଙ୍କର ସମ୍ପତ୍ତିକୁ ହସ୍ତାନ୍ତ୍ର କରିବା କ୍ଷମତାରୁ , ଗ୍ରହଣକାରୀ ପିତା କିମ୍ବା ମାତାଙ୍କୁ ବଞ୍ଚିତ କରେ ନାହିଁ । କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ, ଗ୍ରହଣକାରୀ ମାତାର ସ୍ଥିରୀକରଣ ଯେଉଁ ସ୍ଥଳରେ ଜଣେ ହିନ୍ଦୁ , ଯାହାର ଜଣେ ସ୍ତ୍ରୀ ଜୀବିତ ଅଛି , ସେ ଏକ ପୁତ୍ର ଗ୍ରହଣ କରନ୍ତି , ସେପରିସ୍ଥଳେ ଉକ୍ତ ସ୍ତ୍ରୀକୁ ଗ୍ରହୀତା ମାଆ ବୋଲି ଧରାଯିବ । ଯେଉଁସ୍ଥଳରେ କୌଣସି ଗ୍ରହଣ , ଜଣକରୁ ଅଧିକ ସ୍ତ୍ରୀର ସମ୍ମତି ସହିତ କରାଯାଇଥାଏ ; ସେପରିସ୍ଥଳେ ସେମାନଙ୍କ ମଧ୍ୟରୁ ବିବାହରେ ସବୁଠୁ ବରିଷ୍ଠଙ୍କୁ ଗ୍ରହୀତା ମାଆ ବୋଲି ଧରାଯିବ ଏବଂ ଅନ୍ୟମାନେ ସାବତ ମାଆ ହେବେ । ଯେଉଁସ୍ଥଳରେ ଜଣେ ବୈଧବା ବ୍ୟକ୍ତି କିମ୍ବା ଅବିବାହିତ ବ୍ୟକ୍ତି କୌଣସି ସନ୍ତାନକୁ ଗ୍ରହଣ କରନ୍ତି , ସେପରିସ୍ଥଳେ କୌଣସି ସ୍ତ୍ରୀ , ଯାହାଙ୍କୁ ସେ ପରେ ବିବାହ କରନ୍ତି , ସେ ଗୃହୀତ ସନ୍ତାନର ସାବତ ମାଆ ବୋଲି ଧରାଯିବ । ଯେଉଁ ସ୍ଥଳରେ କୌଣସି ବିଧବା କିମ୍ବା କୌଣସି ଅବିବାହିତ ମହିଳା କୌଣସି ସନ୍ତାନକୁ ଗ୍ରହଣ କରେ , ସେପରି ସ୍ଥଳେ କୌଣସି ସ୍ଵାମୀ , ଯାହାଙ୍କୁ ସେ ପରେ ବିବାହ କରେ , ତାଙ୍କୁ , ଉକ୍ତ ସନ୍ତାନର ସାବତ ପିତା ବୋଲି ଧରାଯିବ । ବୈଧ ଗ୍ରହଣକୁ ନାକଚ କରାଯିବ ନାହିଁ କୌଣସି ଗ୍ରହଣ, ଯାହାକି ବୈଧ ଭାବେ କରାଯାଇଛି, ତାହା ଗ୍ରହୀତା ପିତା କିମ୍ବା ମାତା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ଵାରା ନାକଚ୍ କରାଯାଇପାରିବ ନାହିଁ, କିମ୍ବା ଗୃହୀତ ସନ୍ତାନ ତା’ର ଏପରି ସ୍ଥିତିକୁ ପରିତ୍ୟାଗ କରିପାରିବ ନାହିଁ ଏବଂ ତା’ର ଜନ୍ମତ ପରିବାରକୁ ଫେରସ୍ତ ଆସିପାରିବ ନାହିଁ । ଗ୍ରହଣ ସଂବନ୍ଧରେ, ନିବନ୍ଧନ ଦଳିଲ୍ ପ୍ରତି ଅନୁମାନ ଯେତେବେଳେ, ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ ନିବନ୍ଧିତ କୌଣସି ଦଳିଲ୍ କୌଣସି ନ୍ୟାୟାଳୟରେ ଉପସ୍ଥାପନ କରାଯାଏ, ଯାହାକି କୌଣସି ଗ୍ରହଣକୁ ସୁଚିତା କରୁଥାଏ ତାହା ଗ୍ରହଣ କରିଥିବା ଏବଂ ଗ୍ରହଣରେ ନେଇଥିବା ବ୍ୟକ୍ତିଙ୍କ ଦ୍ଵାରା ସ୍ଵାକ୍ଷରୀତ ହୋଇଥାଏ, ସେପରିସ୍ଥଳେ, ନ୍ୟାୟାଳୟ ଅନୁମାନ କରିବେ ଯେ, ଆଇନ୍ ର ବ୍ୟବସ୍ଥାବଳୀର ପରିପାଳନରେ ଗ୍ରହଣ କରାଯାଇଛି ଯେପର୍ଯ୍ୟନ୍ତ ଏହାକୁ ଅପ୍ରମାଣିତ କରାଯାଇନାହିଁ । ଟିପ୍ପଣୀ ଗ୍ରହଣରେ, ଦେବା ଏବଂ ନେବା ଉତ୍ସବକୁ ପ୍ରମାଣିତ କରାଯିବ – ଏ.ଆଇ.ଆର୍. , ୧୯୯୬ ପଞ୍ଜାବ ଏବଂ ହରିୟାନା - ୨୦୦୩ ) । ଗ୍ରହଣର କଟକଣିତ ପ୍ରମାଣକୁ ସଂଶୋଧନ କରାଯାଇଛି – (ଏ.ଆଇ.ଆର୍. ୧୯୯୬ ଆନ୍ଧ୍ରପ୍ରଦେଶ – ୩୦୦) । କେତେକ ନିର୍ଦ୍ଧିଷ୍ଟ ଅର୍ଥ ପ୍ରଦାନର ପ୍ରତିବନ୍ଧନ କୌଣସି ବ୍ୟକ୍ତିର ଗ୍ରହଣରେ ବିବେଚନାରେ, କୌଣସି ବ୍ୟକ୍ତି କୌଣସି ଅର୍ଥ ଗ୍ରହଣ କରିବା କିମ୍ବା ପୁରସ୍କାର ଅନ୍ୟ ବ୍ୟକ୍ତିଠାରୁ ଗ୍ରହଣ କରିବେ ନାହିଁ, ଏବଂ କୌଣସି ବ୍ୟକ୍ତି ଅନ୍ୟ କୌଣସି ଅର୍ଥ କିମ୍ବା ପୁରସ୍କାର ଦେବା ନିମନ୍ତେ ସମ୍ମତି ହେବେ ନାହିଁ, ଯାହାର ଗ୍ରହଣ, ଏହି ଦଫା ଦ୍ଵାରା ପ୍ରତିବନ୍ଧିତ ଅଟେ । ଯଦି କୌଣସି ବ୍ୟକ୍ତି, ଉପ – ଦଫା (୧) ର ବ୍ୟବସ୍ଥାବଳୀକୁ ଉଲ୍ଲଘଂନ କରେ , ତାହେଲେ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯିବ, ଯାହାକୁ ଛଅମାସ ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରୀମାନା ସହିତ କିମ୍ବା ଉଭୟରେ ଦଣ୍ଡିତ କରାଯିବ । ଏହି ଦଫା ଅନୁଯାୟୀ, ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରୀ ବିନା କିମ୍ବା ଏ ସଂବନ୍ଧରେ ରାଜ୍ୟ ସରକାର ଦ୍ଵାରା କ୍ଷମତାୟୀତ କୌଣସି ଅଧିକାରୀଙ୍କ ମଞ୍ଜୁରୀ ବିନା, କୌଣସି ମୋକଦ୍ଦମା ଅନୁଷ୍ଠିତ କରାଯିବ ନାହିଁ । ଟିପ୍ପଣୀ ପିଲାମାନଙ୍କର ଚାଲାଣକୁ ପ୍ରତିବନ୍ଧିତ କରିବା ଦୃଷ୍ଟିରୁ , ଦଫା ୧୭କୁ ଅନ୍ତର୍ଭୁକ୍ତ କରାଯାଇଛି । ଉପ – ଦଫା (୧) ର ଉଲ୍ଲଘଂନ, କାରାଦଣ୍ଡରେ ଦଣ୍ଡନୀୟ ଅଟେ, ଯାହାକି ଛଅମାସ ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପାରେ, କିମ୍ବା ଜୋରୀମାନାରେ କିମ୍ବା ଉଭୟରେ ଦଣ୍ଡିତ କରାଯିବ, ଯେପରି ଦଫା ୧୭ର ଉପ – ଦଫା (୨) ରେ ବ୍ୟବସ୍ଥାୟୀତ । ଦଫା ୧୭ର, ଏକ ଅତିକ୍ରମଣୀୟ ପ୍ରଭାବ ଥିବାର ଦର୍ଶାଯାଇପାରିବ ନାହିଁ, ଯାହାଫଳରେ ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ ପ୍ରଚଳିତ ଆଇନ୍ ଗତ ନୀତିକୁ ପରିବର୍ତ୍ତନ କରାଯିବ । ଦଫା ୧୭ ଅନୁଯାୟୀ, ଜଣେ ଗ୍ରହଣର ବିବେଚନାରେ, କୌଣସି ଅର୍ଥ କିମ୍ବା ପୁରସ୍କାର ଗ୍ରହଣ କରିବ କିମ୍ବା ଗ୍ରହଣ କରିବା ନିମନ୍ତେ ସମ୍ମତ ହେବ । ଉଭୟ ଗ୍ରହଣକାରୀ ଏବଂ ପ୍ରଦାନକାରୀ, ଦଫା ୧୭ର ପରିସର ମଧ୍ୟରେ ଆସନ୍ତି – (ପୁପୁଡି ଭେଙ୍କଟା ବିଜୟ ଭାସ୍କର ବନାମ ପୁପୁଡି କେଶବା ରାଓ (ମୃତ) ଏବଂ ଅନ୍ୟମାନେ – (୨୮୦୩) ୮ ଏସ୍.ସି.ସି. – ୨୮୨; ଏ.ଆଇ.ଆର୍ ୨୦୦୩ ସୁପ୍ରିମ୍ କୋର୍ଟ - ୩୩୧୪) । ଆଧାର – ଦ ଲ ହାଉସ