ନ୍ୟାୟାଳୟ, ଯେଉଁଠି ଆବେଦନପତ୍ର ଉପସ୍ଥାପନ ଏହି ଆଇନ୍ ଅନୁଯାୟୀ, ପ୍ରତ୍ୟକ ଆବେଦନପତ୍ର,ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନ କରାଯିବ, ଯାହାର ସ୍ଥାନୀୟ କର୍ତ୍ତୁତ୍ଵାଧୀନ ଅଂଚଳ ମଧ୍ୟରେ : - ବିବାହ ସଂପାଦିତ ହୋଇଥିଲା; କିମ୍ବା ପ୍ରତିବାଦୀ , ଆବେଦନପତ୍ର ଉପସ୍ଥାପନ କରାଯିବା ସମୟରେ, ବାସକରୁଥିଲା; କିମ୍ବା ‘କ’ – ଯଦି ସ୍ତ୍ରୀ ଆବେଦନକାରୀ ହୋଇଥାଏ, ଯେଉଁଠାରେ ସେ, ଆବେଦନପତ୍ର ଉପସ୍ଥାପନ ତାରିଖରେ ବାସ କରୁଥାଏ କିମ୍ବା ଆବେଦନକାରୀ , ଆବେଦନପତ୍ରର ଉପସ୍ଥାପନ ସମୟରେ ବାସକରୁଥିଲା , ସେହି କ୍ଷେତ୍ରରେ ଯେଉଁ ସ୍ଥଳରେ ପ୍ରତିବାଦୀ ସେହି ସମୟରେ ସେହି ଅଂଚଳ ବାହାରେ ବାସ କରୁଥାଏ , ଯେଉଁଥିପ୍ରତି ଏହି ଆଇନ୍ ପରିବର୍ଦ୍ଧିତ କିମ୍ବା ସାତବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପର୍ଯ୍ୟନ୍ତ ସେହି ବ୍ୟକ୍ତିମାନଙ୍କ ଦ୍ଵାରା ଜୀବିତ ବୋଲି ଶୁଣାଯାଇନଥାଆନ୍ତା , ଯେଉଁମାନେ କି ସାଧାରଣତଃ ତାଙ୍କ ସଂବନ୍ଧରେ ଜାଣିଥାଆନ୍ତେ , ଯଦି ସେ ଜୀବିତ ଥାଆନ୍ତା । ] ଟିପ୍ପଣୀ ଦଫା ୧୯ ସହିତ ଦଫା ୨୩ ‘କ’ ୧୦ , ୨୦, ୨୧ – ଜଣେ ପ୍ରତିନିଧିଙ୍କ ଜରୀଆରେ ଉପସ୍ଥାପନ କରାଯାଉଥିବା କୌଣସି ଦରଖାସ୍ତ କିମ୍ବା କୌଣସି ଅର୍ଜିକୁ ଅନୁମୋଦିତ କରିବା , ନିଶ୍ଚିତ ଭାବେ ପଥରେ ଆସିବ ନାହିଁ କିମ୍ବା ଏପରି ଏକ ଚେଷ୍ଟାରୁ ନ୍ୟାୟାଳୟ ନିବୃତି ରହିବେ ନାହିଁ । ପକ୍ଷମାନେ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବାରେ ହି, ନ୍ୟାୟାଳୟ ସମ୍ମୁଖରେ କୌଣସି ବିବାଦ ଉପସ୍ଥାପନ କରାଯାଇପାରେ ଏବଂ କେବଳ ତାପରେ ହିଁ ଯେ, ପରିବାର – ନ୍ୟାୟାଳୟ, ପକ୍ଷମାନଙ୍କ ମଧ୍ୟରେ ବିବାଦର ପ୍ରକୃତି ସ୍ଥିର କରିବା ସ୍ଥିତିରେ ରହିବେ ଏବଂ ଉକ୍ତ ମୋକଦ୍ଦମା ମୀମାଂସା କରିବା ନିମନ୍ତେ ଚେଷ୍ଟା କରିବେ । ଏପରି ଏକ ପରିସ୍ଥିତିରେ ପକ୍ଷମାନେ ଉପସ୍ଥିତ ରହିବା ନିମନ୍ତେ, ପରିବାର ନ୍ୟାୟାଳୟ ସର୍ବଦା ନିର୍ଦ୍ଦେଶ ଦେଇପାରନ୍ତି - (କାପ୍ରିୟାନ ଡି, ସୌଜା ବନାମ୍ ଶ୍ରୀମତୀ ରେନେଡି ସୌଜା – ୨୦୦୩ (୧) ଆଇ.ଏଲ୍.ଡି - ୫୨୪ (କର୍ଣ୍ଣାଟକ) । ଆବେଦନ ପତ୍ରର ବିଷୟବସ୍ତୁ ଏବଂ ଯାଞ୍ଚ ଏହି ଆଇନ୍ ଅନୁଯାୟୀ ଉପସ୍ଥାପନା କରାଯାଇଥିବା ପ୍ରତ୍ୟକ ଆବେଦନପତ୍ର, ଯେପରି ଭାବେ ମୋକଦ୍ଦମାର ପ୍ରକୃତ ଅନୁମୋଦନ କରେ, ସେହିପରିଭାବେ ବିଷୟ ବସ୍ତୁକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବ, ଯାହା ଉପରେ ନିଦାନ – ଦାବୀ ପର୍ଯ୍ୟବେସିତ ଅଟେ, [ଏବଂ ଦଫା ୧୧ ଅନୁଯାୟୀ ଏକ ଆବେଦନ ପତ୍ର ବ୍ୟତୀତ, ଆହୁରି ମଧ୍ୟ ଉଲ୍ଲେଖ କରିବ ] ଯେ, ବିବାହ ପ୍ରତି, ଆବେଦନକାରୀ ଏବଂ ଅନ୍ୟ ପକ୍ଷ ମଧ୍ୟରେ କୌଣସି ଷଡଯନ୍ତ୍ର ନଥିଲା । ଏହି ଆଇନ୍ ଅନୁଯାୟୀ ପ୍ରତ୍ୟକ ଆବେଦନ ପତ୍ରରେ ଧାରୀତ ବିବରଣୀକୁ , ଆବେଦନକାରୀଙ୍କ ଦ୍ଵାରା କିମ୍ବା ଅନ୍ୟ କୌଣସି ଦକ୍ଷ ବ୍ୟକ୍ତି ଦ୍ଵାରା ସେହିପରି ଭାବେ ଦୃଢୀ କରଣ କରାଯିବ ଯେପରି ଅର୍ଜିର ଦୃଢୀକରଣ ନିମନ୍ତେ ଆଇନ୍ ଦ୍ଵାରା ଆବଶ୍ୟକ କରାଯାଏ ଏବଂ ଶୁଣାଣୀରେ ସାକ୍ଷ୍ୟଭାବେ ଉଲ୍ଲେଖ କରାଯାଇପାରେ । ଆଇନ୍ ସଂଖ୍ୟା ୫/୧୯୦୮ର ପ୍ରୟୋଗ ( ନିୟମ ୨୧) ଏହି ଆଇନ୍ ରେ ଧାରୀତ ଅନ୍ୟାନ୍ୟ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ଏବଂ ଏପରି ନିୟମାବଳୀ ପ୍ରତି, ଯେପରି ଉଚ୍ଚ ନ୍ୟାୟାଳୟ ଏ ସଂବନ୍ଧରେ ପ୍ରଣୟନ କରିପାରନ୍ତି , ଏହି ଆଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ଦେୱାନୀ କାର୍ଯ୍ୟବିଧି ସଂହିତା ୧୯୦୮ ଦ୍ଵାରା ଯେତେଦୂର ସମ୍ଭବ ହେବ । କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଆବେଦନପତ୍ରର ହସ୍ତାନ୍ତରଣ ନିମନ୍ତେ କ୍ଷମତା ( ନିୟମ ୨୧ (କ))– ଯେଉଁ ସ୍ଥଳରେ : - କୌଣସି ବିବାହ ପ୍ରତି କୌଣସି ଦଫା ପକ୍ଷ ଦ୍ଵାରା କର୍ତ୍ତୁତ୍ଵ ଥିବା କୌଣସି ଜିଲ୍ଲା ନ୍ୟାୟାଳୟରେ ଏହି ଆଇନ୍ ଅନୁଯାୟୀ ଏକ ଆବେଦନ ପତ୍ର ଉପସ୍ଥାପନ କରାଯାଇଥାଏ, ଯେଉଁତିରେ ଦଫା ୧୦ ଅନୁଯାୟୀ, ବୈଚାରିକ ପୃଥକୀକରଣ ନିମନ୍ତେ ଆକ ଡିକ୍ରୀ ନିମନ୍ତେ କିମ୍ବା ଦଫା ୧୩ ଅନୁଯାୟୀ, ଛାଡପତ୍ର ପାଇଁ ଏକ ଡିକ୍ରୀ ନିମନ୍ତେ ପ୍ରାର୍ଥନା କରାଯାଇଥାଏ; ଏବଂ ବିବାହ ପ୍ରତି, ଅନ୍ୟପକ୍ଷ ଦ୍ଵାରା ତାପରେ ଏହି ଆଇନ୍ ଅନୁଯାୟୀ ଅନ୍ୟ ଏକ ଆବେଦନପତ୍ର ଉପସ୍ଥାପନ କରାଯାଇଥାଏ, ଯେଉଁଥିରେ, ଦଫା ୧୦ ଅନୁଯାୟୀ, ବୈଚାରିକ ପୃଥକୀକରଣ ର ଏକ ଡିକ୍ରୀ ନିମନ୍ତେ କିମ୍ବା ଦଫା ୧୩ ଅନୁଯାୟୀ ଏକ ଛାଡପତ୍ର ଡିକ୍ରୀ ନିମନ୍ତେ, କୌଣସି କାରଣ ଉପରେ ପ୍ରାର୍ଥନା କରାଯାଇଥାଏ , ଏବଂ ତାହା ସେହି ଏକା ଜିଲ୍ଲା ନ୍ୟାୟାଳୟରେ କିମ୍ବା ସେହି ରାଜ୍ୟରେ ଏକ ପୃଥକ ଜିଲ୍ଲା ନ୍ୟାୟାଳୟରେ କିମ୍ବା ଅନ୍ୟ ଏକ ରାଜ୍ୟର ଜିଲ୍ଲା ନ୍ୟାୟାଳୟରେ ହୋଇଥାଉ ; ଏପରି ଆବେଦନପତ୍ର , ଉପ – ଦଫା (୨) ରେ ଧାର୍ଯ୍ୟାନୁଯାୟୀ ବିଚାର କରାଯିବ । କୌଣସି ମୋକଦ୍ଦମାରେ , ଯେଉଁ ସ୍ଥଳରେ ଉପ – ଦଫା (୧) ପ୍ରୟୋଗନୀୟ ଅଟେ : - ଯଦି ଏପରି ଆବେଦନପତ୍ରଗୁଡିକ ସେହି ଏକ ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନ କରାଯାଏ, ସେପରିସ୍ଥଳେ ସେହି ଜିଲ୍ଲା ନ୍ୟାୟାଳୟ ଦ୍ଵାରା , ଉଭୟ ଆବେଦନପତ୍ରକୁ ଏକତ୍ରୀତ ଭାବେ ବିଚାର କରାଯିବ ଏବଂ ଶୁଣାଯିବ; ଯଦି ଆବେଦନପତ୍ରଗୁଡ଼ିକୁ ଭିନ୍ନ ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନ କରାଯାଏ, ଯେଉଁ ଆବେଦନପତ୍ର ପରେ ଉପସ୍ଥାପନ କରାଯାଇଥାଏ , ତାକୁ ସେହି ଜିଲ୍ଲା – ନ୍ୟାୟାଳୟକୁ ହସ୍ତାନ୍ତରଣ କରାଯିବ, ଯେଉଁଠି ପୂର୍ବ ଆବେଦନପତ୍ର ଉପସ୍ଥାପନ କରାଯାଇଥିଲା ଏବଂ ଜିଲ୍ଲା ନ୍ୟାୟାଳୟ ଦ୍ଵାରା ଉଭୟ ଆବେଦନପତ୍ରକୁ ଶୁଣାଣୀ କରି ଫଇସଲା କରାଯିବ, ଯେଉଁଠି ପୂର୍ବ ଆବେଦନପତ୍ର ଉପସ୍ଥାପନ କରାଯାଇଥିଲା । କୌଣସି ମୋକଦ୍ଦମାରେ, ଯେଉଁ ସ୍ଥଳରେ ଉପ – ଦଫା (୨) ର ଧାରା (ଖ) ପ୍ରୟୋଗ ହୁଏ , ସେପରିସ୍ଥଳେ ନ୍ୟାୟାଳୟ କିମ୍ବା ସରକାର, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ସେହି ଜିଲ୍ଲା ନ୍ୟାୟାଳୟରୁ , କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନକୁ ହସ୍ତାନ୍ତର କରିବା ନିମନ୍ତେ , ଦେୱାନୀ କାର୍ଯ୍ୟବିଧି ସଂହିତା , ୧୯୦୮ (୫/୧୯୦୮) ଅନୁୟାଯୀ ଦକ୍ଷହେବେ , ଯେଉଁଥିରେ ପରବର୍ତ୍ତୀ ଆବେଦନପତ୍ର ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନ କରାଯାଇଥିଲା , ଯେଉଁଥିରେ ପୂର୍ବ ଆବେଦନପତ୍ର ସ୍ଥଗିତ ଅଛି ଏବଂ ଉକ୍ତ ନ୍ୟାୟାଳୟ, ଏପରି ପରବର୍ତ୍ତୀ ଆବେଦନପତ୍ର ହସ୍ତାନ୍ତର କରିବା ନିମନ୍ତେ ଏହାର କ୍ଷମତା ପରିଚାଳନା କରିବେ, ଯେପରିକି ସେ ଉକ୍ତ ସଂହିତା ଅନୁଯାୟୀ, ଏପରି କରିବା ନିମନ୍ତେ କ୍ଷମତାୟୀତ ଅଟନ୍ତି । ଏହି ଆଇନ୍ ଅନୁଯାୟୀ ଆବେଦନପତ୍ରର ବିଚାର ଏବଂ ଫଇସଲା ସଂବନ୍ଧରେ ବିଶେଷ ବ୍ୟବସ୍ଥା ( ନିୟମ ୨୧ (ଖ))- ଏହି ଆଇନ୍ ଅନୁଯାୟୀ, କୌଣସି ଆବେଦନ ପତ୍ରର ବିଚାର, ଯେତେଦୂର ପର୍ଯ୍ୟନ୍ତ ବିଚାର ସଂବନ୍ଧରେ ନ୍ୟାୟର ସ୍ଵାର୍ଥ, ସହ ସମନ୍ଵୟ ରକ୍ଷାକରି, ଦୈନନ୍ଦିନ ଭିତ୍ତିରେ ଆରମ୍ଭ କରାଯିବ, ଯେପର୍ଯ୍ୟନ୍ତ ଏହା ଫଇସଲା ନହୋଇଛି, ଯଦି ନ୍ୟାୟାଳୟ ଏହା ନ ଦେଖନ୍ତି ଯେ, ପରବର୍ତ୍ତୀ ଦିନକୁ, ବିଚାରର ସ୍ଥଗିତୀକରଣ ସେହି କାରଣରୁ ଆବଶ୍ୟକ ଅଟେ, ଯାହାକି ଲିପିବଦ୍ଧ କରାଯିବ । ଏହି ଆଇନ୍ ଅନୁଯାୟୀ, ପ୍ରତ୍ୟକ ଆବେଦନ ପତ୍ର, ଯେତେ ଶୀଘ୍ର ସମ୍ଭବ ବିଚାର କରାଯିବ ଏବଂ ପ୍ରଗତିବାଦୀଙ୍କ ଉପରେ ଆବେଦନର ସୂଚନାଜାରୀ ତାରିଖରୁ, ଛଅମାସ ମଧ୍ୟରେ, ବିଚାର ସମାପ୍ତ କରିବା ନିମନ୍ତେ ଚେଷ୍ଟା କରାଯିବ। ଏହି ଆଇନ୍ ଅନୁଯାୟୀ, ପ୍ରତ୍ୟକ ଅପିଲ୍ ଯେତେ ଶୀଘ୍ର ସମ୍ଭବ ଶୁଣାଣୀ କରାଯିବ ଏବଂ ପ୍ରତିବାଦୀଙ୍କ ଉପରେ ଅପିଲ୍ ସୂଚନା ଜାରୀ ତାରିଖରୁ ତିନିମାସ ମଧ୍ୟରେ ଶୁଣାଣୀ ସମାପ୍ତ କରିବା ନିମନ୍ତେ ଚେଷ୍ଟା କରାଯିବ । ଦଲିଲୀୟ ସାକ୍ଷ୍ୟ ( ନିୟମ ୨୧ (ଗ))– ଅନ୍ୟ କୌଣସି ଆଇନ୍ ରେ କୌଣସି ବିପରୀତାର୍ଥ ସତ୍ତ୍ୱେ, ଏହି କାରଣ ଉପରେ ଏହି ଆଇନ୍ ଅନୁଯାୟୀ କୌଣସି ଆବେଦନପତ୍ରର ବିଚାରରେ କୌଣସି କାର୍ଯ୍ୟାନୁଷ୍ଠାନରେ କୌଣସି ଦଲିଲ୍ ଅଗ୍ରହଣୀୟ ହେବ ନାହିଁ ଯେ, ଏହାକୁ ସଠିକ୍ ଭାବେ ମୋହରୀତ କରାଯାଇନାହିଁ କିମ୍ବା ନିବନ୍ଧନ କରାଯାଇ ନାହିଁ । କାର୍ଯ୍ୟାନୁଷ୍ଠାନ, ଆବଦ୍ଧ ପ୍ରକୋଷ୍ଠରେ ହେବ ଏବଂ ଏହାକୁ ମୁଦ୍ରଣ କରାଯିବ ନାହିଁ କିମ୍ବା ପ୍ରକାଶନ କରାଯିବ ନାହିଁ ।ଏହି ଆଇନ୍ ଅନୁଯାୟୀ, ପ୍ରତ୍ୟକ କାର୍ଯ୍ୟାନୁଷ୍ଠାନ, ଆବଦ୍ଧ ପ୍ରକୋଷ୍ଠରେ କରାଯିବ ଏବଂ କେବଳ ନ୍ୟାୟାଳୟଙ୍କର ପୂର୍ବ ଅନୁମତି ସହିତ, ଉଚ୍ଚନ୍ୟାୟାଳୟ କିମ୍ବା ଉଚ୍ଚତମ ନ୍ୟାୟାଳୟଙ୍କ ଡ଼ଏ ବ୍ୟତୀତ, ଏପରି କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ କୌଣସି ବିଷୟ ମୁଦ୍ରଣ କରିବା କିମ୍ବା ପ୍ରକାଶନ କରିବା କୌଣସି ବ୍ୟକ୍ତି ନିମନ୍ତେ ଆଇନ୍ ସମ୍ମତ ହେବ ନାହିଁ । ଯଦି କୌଣସି ବ୍ୟକ୍ତି , ଉପ – ଦଫା (୧) ରେ ଧାରୀତ ବ୍ୟବସ୍ଥାବଳୀର ଉଲ୍ଲଘଂନରେ କୌଣସି ବିଷୟ ମୁଦ୍ରଣ କରେ କିମ୍ବା ପ୍ରକାଶନ କରେ , ତାହେଲେ ତାଙ୍କୁ ଜୋରୀମାନାରେ ଦଣ୍ଡିତ କରାଯିବ , ଯାହାକୁ ଏକ ହଜାର ଟଙ୍କାକୁ ପରିବର୍ଦ୍ଧନ କରାଯାଇପାରେ । ] କାର୍ଯ୍ୟାନୁଷ୍ଠାନରେ ଡିକ୍ରୀ ( ନିୟମ ୨୩) ଏହି ଆଇନ୍ ଅନୁଯାୟୀ, କୌଣସି କାର୍ଯ୍ୟାନୁଷ୍ଠାନରେ, ତାହା ପ୍ରତିରୋଧିତ ହୋଇଥାଉ କିମ୍ବା ନାହିଁ, ଯଦି ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଯେ – ନିଦାନ ମଞ୍ଜୁର କରିବା ନିମନ୍ତେ କୌଣସି କାରଣ ସ୍ଥିତ ଅଟେ ଏବଂ ଆବେଦନକାରୀ [ ସେହି ସମସ୍ତ ମୋକଦ୍ଦମା ବ୍ୟତୀତ , ଯେଉଁସ୍ଥଳରେ ଡାକ ଦ୍ଵାରା , ଦଫା ୫ର ଧାରା (୨) ର ଉପ – ଧାରା (କ) , ଉପ – ଧାରା (ଖ) କିମ୍ବା ଉପଧାରା (ଗ) ରେ ଧାର୍ଯ୍ୟ କାରଣ ଉପରେ ତାଙ୍କ ଦ୍ଵାରା ଭିକ୍ଷା କରାଯାଇଛି ଏବଂ ସେ ଏପରି ନିଦାନ ନିମନ୍ତେ ତାଙ୍କର ନିଜ ତ୍ରୁଟି କିମ୍ବା ଅକର୍ମଣ୍ୟତାର କୌଣସି ପ୍ରକାର ସୁଯୋଗ ନେଉ ନାହାନ୍ତି; ଏବଂ ଯେଉଁ ସ୍ଥଳରେ, ଆବେଦନ ପତ୍ରର କାରଣ ଦଫା ୧୩ର ଉପ – ଦଫା (୧) ର ଧାରା (୧)ରେ ଧାର୍ଯ୍ୟ କାରଣ ହୋଇଥାଏ, ଆବେଦନକାରୀ, କୌଣସି ପ୍ରକାର ଅଭିଯୋଗ କରାଯାଇଥିବା କାର୍ଯ୍ୟରେ ପକ୍ଷଭୁକ୍ତ ନୁହେଁ କିମ୍ବା କ୍ଷମଣୀୟ କରି ନାହିଁ, କିମ୍ବା ଯେଉଁସ୍ଥଳରେ ଆବେଦନ ପତ୍ରର କାରଣ ନିଷ୍ଠୁରତା ହୋଇଥାଏ ଆବେଦନକାରୀ , କୌଣସି ପ୍ରକାର ଏପରି ନିଷ୍ଠୁରତାକୁ କ୍ଷମଣୀୟ କରିନଥିଲେ; ଏବଂ ଯେତେବେଳେ ପାରସ୍ପରିକ ସମ୍ମତି କାରଣ ଉପରେ ଛାଡପତ୍ର ଭିକ୍ଷା କରାଯାଇଥାଏ , ଏବଂ ଏପରି ସମ୍ମତି ବଳପ୍ରୟୋଗ, ଚଞ୍ଚକତା କିମ୍ବା ଅଯଥା ପ୍ରତିପତ୍ତି ଦ୍ଵାରା ଗ୍ରହଣ କରାଯାଇଥାଏ ; ଏବଂ [ଆବେଦନପତ୍ର (ଯାହାକି ଦଫା ୧୧ ଅନୁଯାୟୀ ଉପସ୍ଥାପନ କରାଯାଉଥିବା ଏକ ଆବେଦନପତ୍ର ହୋଇନଥାଏ ) ଏବଂ ତାହା ପ୍ରତିବାଦୀଙ୍କ ସହ ସଲାସୁତୁରାରେ ଉପସ୍ଥାପନ କରାଯାଇନଥାଏ; ଏବଂ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ କରିବାରେ କୌଣସି ଅଯଥା ବିଳମ୍ବ ଘଟି ନାହିଁ; ଏବଂ ଅନ୍ୟ କୌଣସି ଆଇନଗତ କାରଣ ନାହିଁ ଯେ, କାହିଁକି ନିଦାନ ମଞ୍ଜୁର କରାଯାଇପାରିବ ନାହିଁ । ତା’ପରେ ଏବଂ ଏପରି ଏକ ମୋକଦ୍ଦମାରେ ମାତ୍ର ଅନ୍ୟଥା ନୁହେଁ, ନ୍ୟାୟାଳୟ ଏପରି ନିଦାନ ସେହି ଅନୁଯାୟୀ ଡିକ୍ରୀ କରିବେ । ଏହି ଆଇନ୍ ଅନୁଯାୟୀ କୌଣସି ନିଦାନ ମଞ୍ଜୁର କରିବା ନିମନ୍ତେ ଅଗ୍ରସର ହେବା ପୂର୍ବରୁ, ପ୍ରତ୍ୟକ ମୋକଦ୍ଦମାରେ, ପ୍ରଥମେ ନ୍ୟାୟାଳୟଙ୍କ କର୍ତ୍ତବ୍ୟ ହେବ, ଯେଉଁସ୍ଥଳରେ ଏପରି ସମ୍ଭବ, ପକ୍ଷମାନଙ୍କ ମଧ୍ୟରେ ଏକ ମୀମାଂସା ଆଣିବା ନିମନ୍ତେ ପ୍ରତ୍ୟକ ଚେଷ୍ଟା କରାଯିବା ଉଚିତ୍, ଯେଉଁସ୍ଥଳରେ ମୋକଦ୍ଦମାର ପ୍ରକୃତ ଏବଂ ପରିସ୍ଥିତି ସେପରି ଅନୁମୋଦନ କରେ; [ଉଲ୍ଲେଖଥାଉ ଯେ, ଏହି ଉପ – ଦଫାରେ ଧାରୀତ କୌଣସି ବ୍ୟବସ୍ଥା , କୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରୟୋଗ ହେବ ନାହିଁ, ଯେଉଁଥିରେ ନିଦାନ, ଦଫା ୧୩ର ଉପ – ଦଫା (୧) ର ଧାରା(୨), ଧାରା(୩), ଧାରା(୪), ଧାରା(୫), ଧାରା(୬), (୭) ରେ ଧାର୍ଯ୍ୟ କୌଣସି କାରଣ ଉପରେ ଭିକ୍ଷା କରାଯାଏ । ଏପରି ମିଳାମିଶା ଆଣିବାରେ ନ୍ୟାୟାଳୟଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ , ନ୍ୟାୟାଳୟ , ଯଦି ପକ୍ଷମାନେ ସେପରି ଇଚ୍ଛା କରନ୍ତି କିମ୍ବା ଯଦି ଏପରି କରିବା ନିମନ୍ତେ ନ୍ୟାୟାଳୟ ଏହା ଉପଯୁକ୍ତ ବୋଲି ବିବେଚନା କରନ୍ତି , ତାହେଲେ ପନ୍ଦର ଦିନରୁ ଅଧିକ (ନୁହେଁ) ସମୟ ନିମନ୍ତେ କାର୍ଯ୍ୟାନୁଷ୍ଠାନକୁ ମୁଲତବି ରଖି , ପକ୍ଷମାନଙ୍କ ଦ୍ଵାରା ଏ ସଂବନ୍ଧରେ ନାମିତ କୌଣସି ବ୍ୟକ୍ତିଙ୍କୁ ଉଲ୍ଲେଖ କରିପାରନ୍ତି କିମ୍ବା ନ୍ୟାୟାଳୟ ଦ୍ଵାରା ମନୋନୀତ କୌଣସି ବ୍ୟକ୍ତିଙ୍କୁ ନାମିତ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି ଏବଂ ଏହି ନିର୍ଦ୍ଦେଶ ଯେ ସେମାନେ ନ୍ୟାୟାଳୟଙ୍କୁ ସୂଚୀତ କରିବେ ଯେ , ମିଳାମିଶା କରାଯାଇଛି କି ନାହିଁ ଏବଂ ନ୍ୟାୟାଳୟ ଏପରି କାର୍ଯ୍ୟାନୁଷ୍ଠାନ ଫଇସଲା କରିବାରେ , ଏପରି ବିବରଣୀକୁ ବିବେଚନା କରିବେ । ପ୍ରତ୍ୟକ ମୋକଦ୍ଦମାରେ, ଯେଉଁ ସ୍ଥଳରେ କୌଣସି ବିବାହକୁ, ଏକ ଛାଡପତ୍ର ଡିକ୍ରୀ ଦ୍ଵାରା ଭଙ୍ଗ କରାଯାଏ , ସେପରିସ୍ଥଳେ ଡିକ୍ରୀ ମଞ୍ଜୁରକାରୀ ନ୍ୟାୟାଳୟ, ପ୍ରତ୍ୟକ ପକ୍ଷକୁ ମାଗଣାରେ ତା’ର ଏକ ନକଲ ଯୋଗାଇଦେବେ । ଟିପ୍ପଣୀ ଉପ – ଦଫା (୧-କ)ର ଉଦ୍ଦେଶ୍ୟ ହେଉଛି, ଛାଡପତ୍ର ପ୍ରତି ଅଧିକାରକୁ କେବଳ ପରିବର୍ଦ୍ଧନ କରିବା । ଦଫା ୨୩ର ଭାଷା ଦର୍ଶାଏ ଯେ, ଏହା ଏହି ଆଇନ୍ ଅନୁଯାୟୀ, ପ୍ରତ୍ୟକ କାର୍ଯ୍ୟାନୁଷ୍ଠାନକୁ ପରିଚାଳନା କରେ ଏବଂ ନ୍ୟାୟାଳୟ ଉପରେ ଏକ କର୍ତ୍ତବ୍ୟ ନ୍ୟସ୍ତଥାଏ ଯେ , ଭିକ୍ଷା କରାଯାଇଥିବା ନିଦାନକୁ ଡିକ୍ରୀ କରିବେ, ଯଦି ଉପ – ଦଫା (୧- କ) ରେ ଉଲ୍ଲେଖିତ ସର୍ତ୍ତାବଳୀ ପରିପୂରଣ କରାଯାଇଥାଏ ଏବଂ ଅନ୍ୟଥା ନୁହେଁ – (ହିରାଚାନ୍ଦ୍ ଶ୍ରୀନିବାସ ମାନ ଗୋବିନ୍ଦ ବନାମ ସୁନନ୍ଦା – ଏ.ଆଇ.ଆର୍. ୨୦୦୧ ସୁପ୍ରିମ୍ କୋର୍ଟ - ୧୨୮୫) । ସେହି ପକ୍ଷ ଉପରେ ପ୍ରମାଣର ଭାର ଭାରି ହୋଇଥାଏ , ଯେକି ସଂପାଦିତ ବିବାହର ଭଙ୍ଗୀକରଣ ନିମନ୍ତେ ନ୍ୟାୟାଳୟର ଦ୍ଵାରସ୍ଥ ହୋଇ ଥାଆନ୍ତି । ମାନସିକ ବିକୃତି କାରଣ ଉପରେ ବିବାହ ନିମନ୍ତେ ତଥା ସନ୍ତାନ ପ୍ରସବ ନିମନ୍ତେ , ସ୍ତ୍ରୀକୁ ଅନୁପଯୁକ୍ତ ବୋଲି ଉଲ୍ଲେଖ କରିବାରେ , ଏହା ପ୍ରମାଣ କରିବା ଆବଶ୍ୟକ ଯେ , ଯେଉଁ ଅଧିନରେ ସେ ପୀଡିତ , ତାହା ଏପରି ପ୍ରକୃତିର କିମ୍ବା ଏପରି ପରିମାଣରେ ଏକ ସାଧାରଣ ଜୀବନ ଅତିବାହିତ କରିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ । (ଆର୍. ଲକ୍ଷ୍ମୀ . ନାରାୟଣ ବନାମ୍ ଶାନ୍ତି – ଏ.ଆଇ.ଆର୍ ୨୦୦୧ ସୁପ୍ରିମ୍ କୋର୍ଟ – ୨୦୧୦ ) । ଛାଡପତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନରେ, ପ୍ରତିବାଦୀ ନିମନ୍ତେ ନିଦାନ ( ନିୟମ ୨୩ (କ)) – ଛାଡପତ୍ର କିମ୍ବା ବୈଚାରୀକ ପୃଥକୀକରଣ କିମ୍ବା ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନାର କୌଣସି କାର୍ଯ୍ୟାନୁଷ୍ଠାନରେ, ପ୍ରତିବାଦୀ, ଆବେଦନକାରୀର ଉକ୍ତ ବ୍ୟଭିଚାର, ନିଷ୍ଠୁରତା କିମ୍ବା ପରିତ୍ୟାଗ କାରଣ ଉପରେ ହିଁ ନିଦାନକୁ ବିରୋଧ କରିବେ ନାହିଁ; ମାତ୍ର କାରଣ ଉପରେ, ଏହି ଅନୁଯାୟୀ କୌଣସି ନିଦାନ ନିମନ୍ତେ ବିପରୀତ ଦାବୀ କରିବେ ଏବଂ ଯଦି ଆବେଦନକାରୀଙ୍କ ବ୍ୟଭିଚାର, ନିଷ୍ଠୁରତା କିମ୍ବା ପରିତ୍ୟାଗକୁ ପ୍ରମାଣିତ କରାଯାଏ , ସେପରିସ୍ଥଳେ ନ୍ୟାୟାଳୟ , ଏହି ଆଇନ୍ ଅନୁଯାୟୀ, ପ୍ରତିବାଦୀକୁ କୌଣସି ନିଦାନ ପ୍ରଦାନକରି ପାରନ୍ତି , ଯେଉଁଥି ପ୍ରତି ସେ କିମ୍ବା ଉକ୍ତ ମହିଳା ହକ୍ ଦାର୍ ହୋଇଥାଆନ୍ତେ , ଯଦି ସେ କିମ୍ବା ଉକ୍ତ ମହିଳା , ଉକ୍ତ କାରଣ ଉପରେ ଏପରି ନିଦାନ ନିମନ୍ତେ ଏକ ଆବେଦନପତ୍ର ଉପସ୍ଥାପନ କରିଥାଆନ୍ତି । ଭରଣପୋଷଣର ସ୍ଥାଗୀତିକରଣ ଏବଂ କାର୍ଯ୍ୟାନୁଷ୍ଠାନରେ ଖର୍ଚ୍ଚ ଯେଉଁ ସ୍ଥଳରେ ଏହି ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ, ଏହା ନ୍ୟାୟାଳୟଙ୍କୁ ପ୍ରତୀତ ହୁଏଯେ, ସ୍ତ୍ରୀ କିମ୍ବା ସ୍ଵାମୀର, ସ୍ଵାଧୀନ କିମ୍ବା ନିଜର ଆୟ ନାହିଁ , ଯାହାକି ତାଙ୍କୁ କିମ୍ବା ଉକ୍ତ ମହିଳାଙ୍କୁ ସମର୍ଥନ କରିପାରିବ ଏବଂ କାର୍ଯ୍ୟାନୁଷ୍ଠାନରେ ଆବଶ୍ୟକ ଖର୍ଚ୍ଚ ଭରଣା କରିପାରିବ , ସେପରିସ୍ଥଳେ ସେ, ସ୍ତ୍ରୀ କିମ୍ବା ସ୍ଵାମୀର ଆବେଦନ ଉପରେ , କାର୍ଯ୍ୟାନୁଷ୍ଠାନରେ ଖର୍ଚ୍ଚ ପ୍ରଦାନ କରିବା ନିମନ୍ତେ ଏବଂ ମାସିକିଆ ଭରଣପୋଷଣ ନିମନ୍ତେ ଏପରି କରିବା ସମୟରେ, ଆବେଦନକାରୀ ତାଙ୍କର ନିଜ ଆୟ ଏବଂ ପ୍ରତିବାଦୀଙ୍କ ଆୟକୁ ବିଚାରକୁ ନେବେ, ଯେପରି ନ୍ୟାୟାଳୟ ଉପଯୁକ୍ତ ବୋଲି ବିବେଚନା କରନ୍ତି ; [ଉଲ୍ଲେଖଥାଉ ଯେ, କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ପ୍ରଦାନ କରିବା ତଥା କାର୍ଯ୍ୟାନୁଷ୍ଠାନ ସମୟ ମଧ୍ୟରେ ଏପରି ମାସିକ ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ଆବେଦନ ପାତ୍ର, ଯେତେଦୂର ସମ୍ଭବ, ସ୍ତ୍ରୀ କିମ୍ବା ସ୍ଵାମୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟଙ୍କ, ଉପରେ ସୂଚନା ଜାରି ତାରିଖରୁ ଷାଠିଏଦିନ ମଧ୍ୟରେ, ଫଇସଲା କରାଯିବ । ଟିପ୍ପଣୀ ଯେଉଁ ସ୍ଥଳରେ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଏବଂ ମୋକଦ୍ଦମା ଖର୍ଚ୍ଚ ନିମନ୍ତେ ଆଦେଶ ପରିପାଳନ କରାଯାଇନଥିଲା ଏବଂ ଅଧିକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖାଯାଇଥିଲା ସେପରିସ୍ଥଳେ ସେ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ, ଏପରି ସ୍ଥଗିତିକରଣ ସମୟରେ ମଧ୍ୟ ପ୍ରଦାନ କରିବା ନିମନ୍ତେ ବାଧ୍ୟ ଅଟେ – (ପି.ଏସ୍. ଦେବାରଞ୍ଜନ ବନାମ ଆର. ଘିଆ – ଏ.ଆଇ.ଆର୍.୨୦୦୦ ମାଡ୍ରାସ୍ – ୪୪୦) । ଯେଉଁ ସ୍ଥଳରେ ସ୍ଵାମୀ ବେକାର ଥାଏ ଏବଂ ତାଙ୍କ ମାଆଙ୍କ ଉପରେ ନିର୍ଭରଶୀଳ ଥାଏ , ସେପରିସ୍ଥଳେ ସ୍ତ୍ରୀ , ଭରଣପୋଷଣ ନିମନ୍ତେ ହକ୍ ଦାର୍ ନୁହେଁ – (ଶ୍ରୀମତୀ ପ୍ରମିଳା ଭାଟିଆ ବନାମ ବିଜୟ କୁମାର ଭାଟିଆ – ଏ.ଆଇ.ଆର୍ ୨୦୦୦ ରାଜସ୍ଥାନ - ୩୬୨ ) । ବୈବାହିକ ନ୍ୟାୟାଳୟଙ୍କର କର୍ତ୍ତବ୍ୟ ହେଉଛି , ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୧୫୧ ଅନୁଯାୟୀ ଅନ୍ତର୍ନିହିତ କ୍ଷମତାକୁ ଆହାରଣ କରିବେ ଏବଂ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବକେୟା ଭରଣପୋଷଣ ଏବଂ ଖର୍ଚ୍ଚ ଜମା କରିବା ନିମନ୍ତେ , ଦୋଷୀ ସ୍ଵାମୀଙ୍କୁ ବାଧ୍ୟ କରିବେ – (ବନ୍ ମାଲା ବନାମ ମାରାଟି ସମେଇ ଶ୍ରୀହାତ୍ କର – ଏ.ଆଇ.ଆର୍. ୧୯୯୯ ବମ୍ବେ – ୩୮୮) । ଭରଣପୋଷଣ ଆବେଦନପତ୍ର ବିଚାର କରିବା ସମୟରେ , ନ୍ୟାୟାଳୟଙ୍କ ସମ୍ମୁଖରେ କେବଳମାତ୍ର ବିଚାରନୀୟ ବିଷୟ ହେଉଛି ଆର୍ଥିକଅବସ୍ଥାର ଅଭାବରୁ ଦମ୍ପତି ନିଜକୁ ଭରଣପୋଷଣ କରିପାରିବ କି ନାହିଁ ଏବଂ ଆବେଦନକାରୀ ଦମ୍ପତି ଦୁଶ୍ଚରିତ୍ର କିନୁହେଁ - (ଏ.ଆଇ.ଆର୍. ୧୯୯୯ ବମ୍ବେ – ୨୩୭) । ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୧୨୫ ଅନୁଯାୟୀ ପ୍ରଦାନ କରାଯାଇଥିବା ଭରଣପୋଷଣକୁ ଆଇନ୍ ର ଦଫା ୨୪ ଅନୁଯାୟୀ ପ୍ରଦାନ କରାଯାଇଥିବା ଅର୍ଥରାଶି ବିରୁଦ୍ଧରେ ସମନ୍ଵୟ କରାଯିବ - ( ସନ୍ଦିପ୍ ଚୌଧୁରୀ ବନାମ ରାଧା ଚୌଧୁରୀ - ଏ.ଆଇ.ଆର୍ ୧୯୯୯ ସୁପ୍ରିମ୍ କୋର୍ଟ – ୫୩୬) । ଶାଶୁ ଭରଣପୋଷଣ ନିମନ୍ତେ ହକ୍ ଦାର୍ ନୁହନ୍ତି - (ଏ.ଆଇ.ଆର୍. ୧୯୮୯ ଆଲ୍ଲାହାବାଦ - ୪୯ ) । ସ୍ଵାମୀର ଆୟକୁ ବିଚାର କରି , ମଧ୍ୟବର୍ତ୍ତୀ କାଳୀନ ଭରଣପୋଷଣ ମଞ୍ଜୁର କରାଯିବ ଏବଂ ଯଦି ସ୍ଵାମୀ କିମ୍ବା ସ୍ତ୍ରୀ ଦ୍ଵାରା କୌଣସି ସାକ୍ଷ୍ୟ ପ୍ରଦାନ କରାନଯାଏ । ସେପରିସ୍ଥଳେ ସ୍ତ୍ରୀଙ୍କ ସପକ୍ଷରେ ସନ୍ଦେହରେ ସୁଯୋଗ ଯିବ ଏବଂ ସ୍ତ୍ରୀ ଦ୍ଵାରା ଉଲ୍ଲେଖ କରାଯାଇଥିବା ଆୟକୁ ଗ୍ରହଣ କରାଯିବ - ଏ.ଆ.ଆର୍ ୨୦୦୦ ଗୁଜୁରାଟ୍ – ୨୩୨ ) । ଦଫା ୧୨ ଅନୁଯାୟୀ ଆବେଦନପତ୍ରର ସ୍ଥଗିତାବସ୍ଥାରେ , ସ୍ତ୍ରୀ ଦ୍ଵାରା ଦଫା ୨୪ ଅନୁଯାୟୀ ଆବେଦନପତ୍ର ଗ୍ରହଣୀୟ ଅଟେ – ବିବାହର ଅସିଦ୍ଧତା – (ଟି.ପି. ସୁଦିଶ୍ ବନାମ୍ ସେଲୀ ପି. – ଏ. ଆଇ.ଆର୍.୨୦୧୦ କେରଳ - ୩୭) । ସ୍ଵାମୀର ସପକ୍ଷରେ ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ନିମନ୍ତେ ଡିକ୍ରୀ ସତ୍ତ୍ୱେ , ସ୍ତ୍ରୀ ପ୍ରତି ଭରଣପୋଷଣର ମଞ୍ଜୁରୀ , ଉପଯୁକ୍ତ ନୁହେଁ - (ଶ୍ରୀମତୀ ମଞ୍ଜୁ କମଲ୍ ମେହେରା ବନାମ୍ କମଲ୍ ପୁଷ୍କର ମେହେରା - ଏ.ଆଇ.ଆର୍. ୨୦୧୦ ବମ୍ବେ - ୩୪ ) । ବିଷୟଗୁଡିକୁ ବିବେଚନା କରାଯିବ , ଯେପରି ସାମାଜିକ ସ୍ଥିତି , କେଉଁଠାରୁ ଉଭୟ ପକ୍ଷ ଆସିଛନ୍ତି , ଆବେଦନକାରୀଙ୍କର ଆର୍ଥିକ ନିର୍ଭରଶୀଳତା ଇତ୍ୟାଦି - (ନୀତା ରାକେଶ ଜୈନ ବନାମ୍ ରାକେଶ ଜେଠ୍ ମାଲ ଜୈନ – ଏ.ଆଇ.ଆର୍. ୨୦୧୦ ସୁପ୍ରିମ୍ କୋର୍ଟ - ୩୫୪୦ ) । ପରିବର୍ଦ୍ଧନ - ସ୍ଵାମୀର ବିଗତ ସ୍ଥିତି ଏବଂ ସ୍ତ୍ରୀର ଖର୍ଚ୍ଚକୁ ବିଚାରକରି, ମାସିକ ଟ ୨୦୦୦ = ୦୦ ର ଘୋଷଣାକୁ ମାସିକ ଟ . ୫୦୦୦ =୦୦ କୁ ପରିବର୍ଦ୍ଧନ କରାଯାଇଥିଲା (ଜୋତ୍ସ୍ନା ସୋଫାଟ୍ ବନାମ୍ ଗୌରବ ସୋଫାକ୍ – ଏ.ଆଇ.ଆର୍. ୨୦୧୧ ଦିଲ୍ଲୀ – ୧୧୨) । ସ୍ଥାୟୀ ବ୍ୟବସ୍ଥା ଏବଂ ଭରଣପୋଷଣ ଏହି ଆଇନ୍ ଅନୁଯାୟୀ, କ୍ଷମତା ପରିଚାଳନା କରୁଥିବା କୌଣସି ନ୍ୟାୟାଳୟ, କୌଣସି ଡିକ୍ରୀ ମଞ୍ଜୁର କରିବା ସମୟରେ କିମ୍ବା ତା ପରେ କୌଣସି ସମୟରେ, ସ୍ତ୍ରୀ କିମ୍ବା ସ୍ଵାମୀ ଦ୍ଵାରା ଏହି ଉଦ୍ଦେଶ୍ୟରେ ତାଙ୍କୁ କରାଯାଇଥିବା ଆବେଦନ ପତ୍ର ଉପରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଆଦେଶ ପ୍ରଦାନ କରିବେ ଯେ, ପ୍ରତିବାଦୀ ଆବେଦନକାରୀଙ୍କୁ, ତାଙ୍କର ଭରଣପୋଷଣ ଏବଂ ସମର୍ଥନ ନିମନ୍ତେ ଏପରି ଏକ କାଳୀନ ଅର୍ଥରାଶି କିମ୍ବା ଏପରି ମାସିକିଆ କିମ୍ବା ସାମୟୀକ ଅର୍ଥରାଶି, ଆବେଦନକାରୀଙ୍କ ଜୀବନ ସମୟ ପର୍ଯ୍ୟନ୍ତ ପ୍ରଦାନ କରିବେ ଏବଂ ପ୍ରତିବାଦୀଙ୍କ ଆୟ ତଥା ଅନ୍ୟାନ୍ୟ ସମ୍ପତ୍ତି, ଯଦି କିଛି ଥାଏ ଏବଂ ଆବେଦନକାରୀଙ୍କ ଅନ୍ୟାନ୍ୟ ସମ୍ପତ୍ତି [ପକ୍ଷମାନଙ୍କର କାର୍ଯ୍ୟକଳାପ କିମ୍ବା ଚରିତ୍ରକୁ ତଥା ଅନ୍ୟାନ୍ୟ ପରିସ୍ଥିତିକୁ ବିଚାରକୁ ନେବେ , ଯେପରି ନ୍ୟାୟାଳୟଙ୍କୁ ଉଚିତ୍ ବୋଲି ପ୍ରତୀତ ହୁଏ ଏବଂ ଏପରି କୌଣସି ଅର୍ଥ ପ୍ରଦାନ ଆହରଣ କରାଯାଇପାରେ , ଯଦି ଆବଶ୍ୟକ ହୁଏ ଏବଂ ତାହା ପ୍ରତିବାଦୀଙ୍କର ସ୍ଥାବର ସମ୍ପତ୍ତି ଉପରେ ଏକ ଭାର ଧାର୍ଯ୍ୟ ଦ୍ଵାରା । ଯଦି ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଯେ, ସେ ଉପ – ଦଫା (୧) ଅନୁଯାୟୀ ପ୍ରଦାନ କରିଥିବା କୌଣସି ଆଦେଶ ଉପରେ, କୌଣସି ସମୟରେ, କୌଣସି ପକ୍ଷର ପରିସ୍ଥିତିରେ ପରିବର୍ତ୍ତନ ଘଟିଛି, ସେପରିସ୍ଥଳେ ସେ, ଯେକୌଣସି ପକ୍ଷର ଆବେଦନପତ୍ର ଉପରେ ଏପରି କୌଣସି ଆଦେଶକୁ ଏପରିଭାବେ ସଂଶୋଧନ କରିପାରନ୍ତି , ପରିବର୍ତ୍ତନ କରିପାରନ୍ତି କିମ୍ବା ରଦ୍ଦ କରିପାରନ୍ତି, ଯେପରି ନ୍ୟାୟାଳୟ ଉପଯୁକ୍ତ ବୋଲି ବିବେଚନା କରନ୍ତି । ଯଦି ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଯେ , ସେହି ପକ୍ଷ , ଯାହାଙ୍କ ସପକ୍ଷରେ ଏପରି ଆଦେଶ ପ୍ରଦାନ : - କରାଯାଇଛି , ସେ ପୁନଃ ବିବାହ କରିଛନ୍ତି କିମ୍ବା ଯଦି ଏପରି ପକ୍ଷ ସ୍ତ୍ରୀ ହୋଇଥାଏ , ଯେ , ସେ ସତୀତ୍ଵ ରକ୍ଷା କରିନାହାଁନ୍ତି କିମ୍ବା ଯଦି ଏପରି ପକ୍ଷ ସ୍ଵାମୀ ହୋଇ ଥାଆନ୍ତି ଯେ , ତାଙ୍କର ବୈବାହିକ ଜୀବନ ବାହାରେ କୌଣସି ସ୍ତ୍ରୀ ସହିତ ଯୌନ ସମ୍ପର୍କ ଥିଲା ; [ ସେପରି ସ୍ଥଳେ , ସେ , ଅନ୍ୟ ପକ୍ଷର ଅନୁରୋଧରେ , ଏପରି ଆଦେଶକୁ ପରିବର୍ତ୍ତନ କରିପାରନ୍ତି , ସଂଶୋଧନ କରିପାରନ୍ତି କିମ୍ବା ଏପରି ଭାବେ ରଦ୍ଦ କରିପାରନ୍ତି , ଯେପରି ନ୍ୟାୟାଳୟ ଉପଯୁକ୍ତ ମନେ କରନ୍ତି । ] ଟିପ୍ପଣୀ ସ୍ଥାୟୀ ଭରଣପୋଷଣ ନିମନ୍ତେ, ସ୍ତ୍ରୀ ଦ୍ଵାରା ଜବାବରେ ପ୍ରାର୍ଥନା, ତାହା ମଞ୍ଜୁର କରିବା ନିମନ୍ତେ ଯଥେଷ୍ଟ ଅଟେ , ଏବଂ ସେହି ଉଦ୍ଦେଶ୍ୟରେ, ପୃଥକ୍ ଆବେଦନ ପାତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ - (ଏ.ଆଇ.ଆର୍ ୨୦୦୦ ମଧ୍ୟ ପ୍ରଦେଶ – ୪୮) । କୌଣସି ଛାଡପତ୍ର ସ୍ତ୍ରୀକୁ ସ୍ଥାୟୀ ଭରଣପୋଷଣ ମଞ୍ଜୁର କରିବା ସମୟରେ , ବିବେଚନା କରାଯାଉଥିବା ବିଷୟଗୁଡିକ ହେଉଛି, ପକ୍ଷମାନଙ୍କର ସ୍ଥିତି, ସେମାନଙ୍କର ଆୟର ଉତ୍ସ , ସମ୍ପତ୍ତି , ସେମାନଙ୍କର ନିଯୁକ୍ତି ଇତ୍ୟାଦି - (ଲୋକେଶ୍ଵରୀ ବନାମ୍ ଶ୍ରୀନିବାସ ରାଓ – (୨୦୦୩ (୩) ଏ.ଏଲ୍.ଟି. – ୧୩୦) । ଦଫା ୨୫ କେବଳ ସ୍ତ୍ରୀର ମଙ୍ଗଳ ନିମନ୍ତେ ନୁହେଁ । ବ୍ୟବସ୍ଥାର ପାର୍ଥକ୍ୟରେ , ଯେପରି ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୧୨୫, ଯାହାକି ,ସ୍ଵାମୀଙ୍କଠାରୁ ଭରଣପୋଷଣ ଆହାରଣ କରିବା ନିମନ୍ତେ ସ୍ତ୍ରୀକୁ ହିଁ ସକ୍ଷମ କରିଥାଏ, ଦଫା ୨୫ ମଧ୍ୟ ଜଣେ ସ୍ଵାମୀକୁ ସକ୍ଷମ କରିଥାଏ , ଯାହାର ଯଥେଷ୍ଟ ଆୟ ନାହିଁ , ସେ ସ୍ତ୍ରୀଠାରୁ ଭରଣପୋଷଣ ଆଦାୟ କରିବେ, ଯଦି ତାଙ୍କର ଯଥେଷ୍ଟ ସମ୍ବଳ ଥାଏ ; ଦଫା ୨୫ , ସ୍ତ୍ରୀର ଦାବୀ ସପକ୍ଷରେ ଏକ ପୃଥକ୍ ପକ୍ଷପାତ ହୁଏ ନାହିଁ, ଯାହାଫଳରେ, ଭରଣପୋଷଣ ଦାବୀ କରିବା ନିମନ୍ତେ କୌଣସି ‘ଅବୈଧ – ସ୍ତ୍ରୀକୁ ’ ସକ୍ଷମ କରିପାରିବ (ଭାଉସାହେବ ବନାମ ଲିଲାବାଈ – ୨୦୦୪ (୧୪) ଆଇ.ଏଲ୍.ଡି – ୨୩୧ (ବମ୍ବେ) (ଏଫ୍.ବି) । ଏହି ଆଇନ୍ ଅନୁଯାୟୀ, ଏକ ଛାଡପତ୍ର ଡିକ୍ରୀ ଦ୍ଵାରା (ସ୍ତ୍ରୀର ସ୍ଥିତିର ସମାପ୍ତି ଉପରେ , ଛାଡପତ୍ର ପାଇଥିବା ସ୍ତ୍ରୀର ଅଧିକାର, ଏହି ଆଇନ୍ ର ବ୍ୟବସ୍ଥାବଳୀ ଦ୍ଵାରା ହ୍ରାସ ପାଇଥାଏ, ଏବଂ ଆଇନ୍ ର ଦଫା ୨୫ ଏବଂ ୨୭ ଅନୁଯାୟୀ ଅଧିକାର ଉପଲବ୍ଧ ହୋଇଥାଏ – (ଉମା ପାରେଖ ଓରଫ୍ ଉମା ଯୋଶୀ , ଓରଫ୍ ପିଙ୍କୁ ବନାମ ଅଜିତ୍ ପାରିକ୍, ଓରଫ୍ ଗୋବିନ୍ଦ ପାରିକ୍ ଏବଂ ଅନ୍ୟମାନେ – ((୨୦୦୫) ୯ ଏସ୍.ସି.ସି – ୬୦୦) । ଆଇନ୍ ସମ୍ମତ ହିନ୍ଦୁ ଆଇନ୍ ର ବର୍ତ୍ତମାନ୍ ସ୍ଥିତିକୁ ବିଚାରକୁ ନେଇ କୌଣସି ଦୈତ ବିବାହକୁ ଅବୈଧ ବୋଲି ଘୋଷଣା କରାଯାଇପାରେ, ଯାହାକି ଆଇନ୍ ର ବ୍ୟବସ୍ଥାବଳୀର ଉଲ୍ଲଘଂନ କରେ , ମାତ୍ର ଏହାକୁ ଅନୈତିକ ବୋଲି କୁହାଯାଇ ପାରିବ ନାହିଁ, ଯାହାଫଳରେ କୌଣସି ଦମ୍ପତ୍ତି କୁ ଭରଣପୋଷଣ ପ୍ରତ୍ୟାଖ୍ୟାନ କରାଯିବ, ଯଦି ଆର୍ଥିକଭାବେ ଦୁର୍ବଳ ଏବଂ ନିର୍ଭରଶୀଳ ଅଟେ । ବର୍ତ୍ତମାନ ମୋକଦ୍ଦମାରେ, ସ୍ତ୍ରୀର ମୋକଦ୍ଦମା ଏହା ଅଟେ ଯେ, ମଲେଶ୍ଵରୀ ସଂପ୍ରଦାୟରେ ପ୍ରଚଳିତ ପ୍ରଥା ସହ ସମନ୍ଵୟ ରକ୍ଷା କରି, ଏକ (ବିବାହ ଭଙ୍ଗୀକରଣ ଏକ ଦଲିଲ, ତାଙ୍କ ତଥା ତାଙ୍କର ପୂର୍ବ ସ୍ଵାମୀଙ୍କ ମଧ୍ୟରେ ସଂପାଦନ କରାଯାଇନଥିଲା, ଯାହାକୁ ପରେ, ନିବନ୍ଧନ କରାଯାଉଥିଲା – (ରମେଶ ଚନ୍ଦ୍ର ରାମ୍ ପ୍ରତାପଜୀ ବନାମ୍ ରାମେଶ୍ଵରୀ ରମେଶ ଚନ୍ଦ୍ରଭାଗା – ଏ.ଆଇ.ଆର୍ ୨୦୦୫ ସୁପ୍ରିମ୍ କୋର୍ଟ – ୪୦୨ (୪୨୭), (୨୦୦୫) ୨ ଏସ୍.ସି.ସି – ୩୩ ) । ଦୁଇଟି ସର୍ତ୍ତାବଳୀର ପରିପୂରଣର ନିୟନ୍ତ୍ରଣାଧିନରେ, ଜଣେ ରୟତର କ୍ଷମତାରେ, ତାଙ୍କ ସ୍ଵାମୀ ବିରୁଦ୍ଧରେ ଦାଏର କରାଯାଉଥିବା ଉଚ୍ଛେଦ ମୋକଦ୍ଦମାରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ, ଜଣେ ପରିତ୍ୟକ୍ତ ସ୍ତ୍ରୀ, ଯେକି ବୈବାହିକ ଗୃହ ଦଖଲ କରିବା ନିମନ୍ତେ ହକ୍ ଦାର୍ ଅଟେ, ସେ ଏପରି ମୋକଦ୍ଦମା ଲଢିବା ନିମନ୍ତେ ହକ୍ ଦାର୍ ଅଟେ – ପ୍ରଥମ – ଯେ , ରୟତ୍ ପ୍ରତିଦ୍ଵନ୍ଦିତାରୁ ଓହରି ଯାଇଛି କିମ୍ବା ମୋକଦ୍ଦମାରେ ଲଢିବା ନିମନ୍ତେ ଇଛୁକ ନୁହେଁ ଏବଂ ରୟତ୍ – ସ୍ଵାମୀଙ୍କ ଦ୍ଵାରା ଏପରି ପ୍ରତ୍ୟାଖ୍ୟାନ, ପରିତ୍ୟକ୍ତ ସ୍ତ୍ରୀକୁ କ୍ଷତିଗ୍ରସ୍ତ କରିବା, ଯେକି ଉକ୍ତ ପରିସରରେ ବାସକରେ ଏବଂ ଦ୍ଵିତୀୟରେ ସ୍ତ୍ରୀ ଦ୍ଵାରା ପ୍ରତିରକ୍ଷାର ପରିସର, ରୟତ ଠାରୁ ଉଚ୍ଚସ୍ତରରେ ହୋଇ ପାରିବ ନାହିଁ । ଛାଡପତ୍ର ପାଇଥିବା ସ୍ତ୍ରୀ କ୍ଷେତ୍ରରେ , ସେ ମଧ୍ୟ ସେହିପରି ଉଚ୍ଛେଦ ନିମନ୍ତେ ଦାୟୀ ରହିବ, ଯେଉଁଥିରେ ତାଙ୍କର ସ୍ଵାମୀ , ଜଣେ ରୟତ୍ ଭାବେ ଉଚ୍ଛେଦ କିମ୍ବା ବହିସ୍କୃତ ହେବା ନିମନ୍ତେ ଦାୟୀ ଅଟନ୍ତି - (ଉମା ପାରେଖ ଓରଫ୍ ଉମା ଯୋଶୀ , ଓରଫ୍ ପିଙ୍କୁ ବନାମ ଅଜିତ୍ ପାରିକ୍ , ଓରଫ୍ ଗୋବିନ୍ଦ ପାରିକ୍ ଏବଂ ଅନ୍ୟମାନେ – (୨୦୦୫) ୯ ଏସ୍.ସି.ସି – ୬୦୦) । ସ୍ତ୍ରୀ ଦ୍ଵାରା ନିଷ୍ଠୁରତା ଏବଂ ପରିତ୍ୟାଗ କାରଣ ଉପରେ ଛାଡପତ୍ର , ତାଙ୍କୁ ଭରଣପୋଷଣ ପ୍ରତ୍ୟାଖ୍ୟାନ ନିମନ୍ତେ ଏକ ଉପାଦେୟ କାରଣ ହେବ ନାହିଁ (ସୁନିଲ୍ ଶର୍ମା ବନାମ୍ ମୀରା ଶର୍ମା – ଏ.ଆଇ.ଆର୍ ୨୦୧୧ ଆଲ୍ଲାହାବାଦ – ୨୯) । ସନ୍ତାନଙ୍କର ତତ୍ୱାବଧାନ ଏହି ଆଇନ୍ ଅନୁଯାୟୀ , କୌଣସି କାର୍ଯ୍ୟାନୁଷ୍ଠାନରେ, ନ୍ୟାୟାଳୟ, ସମାୟାନୁକ୍ରମେ, ଏପରି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇପାରନ୍ତି ଏବଂ ଡିକ୍ରୀରେ ଏପରି ବ୍ୟବସ୍ଥା କରିପାରନ୍ତି, ଯେପରି ସେ, ନାବାଳିକା ସନ୍ତାନର ତତ୍ୱାବଧାନ , ଭରଣପୋଷଣ ଏବଂ ଶିକ୍ଷା ସଂବନ୍ଧରେ ଉପଯୁକ୍ତ ବୋଲି ବିବେଚନା କରନ୍ତି, ଏବଂ ଏହା ସେମାନଙ୍କର ଇଚ୍ଛା ସହିତ ସମନ୍ଵୟ ରକ୍ଷା କରି ଯେଉଁଠାରେ ସମ୍ଭବ ଏବଂ ଡିକ୍ରୀ ପରେ, ଏହି ଉଦ୍ଦେଶ୍ୟରେ ଆବେଦନପତ୍ର ଉପରେ , ସମାୟାନୁକ୍ରମେ, ଏପରି ସନ୍ତାନ ମାନଙ୍କର ତତ୍ଵାବଧାନ, ଭରଣ ପୋଷଣ ଏବଂ ଶିକ୍ଷା ନିମନ୍ତେ ଏପରି ଆଦେଶ ଏବଂ ବ୍ୟବସ୍ଥା କରିବେ, ଯେପରି ଏପରି ଡିକ୍ରୀ କିମ୍ବା ମଧ୍ୟବର୍ତ୍ତୀ କାଳୀନ ଆଦେଶ ଦ୍ଵାରା କରାଯାଇଥାଆନ୍ତା ଯଦି ଏପରି ଡିକ୍ରୀ ପାଇବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ସ୍ଥଗୀତ ଥାଏ, ଏବଂ ନ୍ୟାୟାଳୟ, ସମୟାନୁକ୍ରମେ, ପୂର୍ବରୁ କରାଯାଇଥିବା ଏପରି ଆଦେଶ ଏବଂ ବ୍ୟବସ୍ଥାବଳୀକୁ ରଦ୍ଦକରିପାରନ୍ତି, ନିଲମ୍ବନ କରିପାରନ୍ତି କିମ୍ବା ପରିବର୍ତ୍ତନ କରିପାରନ୍ତି ; [ଉଲ୍ଲେଖ ଥାଉଯେ, ନାବାଳିକା ସନ୍ତାନ ମାନଙ୍କର ଭରଣପୋଷଣ ଏବଂ ଶିକ୍ଷା ସଂବନ୍ଧରେ ଆବେଦନପତ୍ର ଏପରି ଡିକ୍ରୀ ଗ୍ରହଣ ନିମନ୍ତେ କାର୍ଯ୍ୟାନୁଷ୍ଠାନର ସ୍ଥଗୀତାବସ୍ଥାରେ, ଯେତେଦୂର ସମ୍ଭବ, ପ୍ରତିବାଦୀଙ୍କ ଉପରେ ସୂଚନାଜାରୀ ତାରିଖରୁ ଷାଠିଏ ଦିନ ମଧ୍ୟରେ , ଫଇସଲା କରାଯିବ ।] ଟିପ୍ପଣୀ ନାବାଳକ ସନ୍ତାନ ମାନଙ୍କର ତତ୍ଵାବଧାନ କ୍ଷେତ୍ରରେ, ନାବାଳକର ମଙ୍ଗଳ ସର୍ବୋଚ୍ଚ ବିଚାରନୀୟ ବିଷୟ ଅଟେ – (ସର୍ଦ୍ଦାର ଭୂପେନ୍ଦ୍ର ସିଂହ ବନାମ୍ ଶ୍ରୀମତୀ ଜସବୀର କାଉର – ଏ.ଆଇ. ଆର୍ ୨୦୦୦ ମଧ୍ୟପ୍ରଦେଶ ୩୩୦) । ଯେଉଁ ସ୍ଥଳରେ ଉଭୟ ପିତାମାତା ନିଯୁକ୍ତି ଥାଆନ୍ତି, ସେମାନେ, ସେମାନଙ୍କର ବେତନର ଅନୁପାତରେ , ସନ୍ତାନକୁ ଭରଣ ପୋଷଣ ପ୍ରଦାନ କରିବେ – (ପଦ୍ମଜା ଶର୍ମା ବନାମ ରତନ୍ ଲାଲ୍ ଶର୍ମା – ଏ.ଆଇ.ଆର୍ ୨୦୦୦ ସୁପ୍ରିମ୍ କୋର୍ଟ ୧୩୯୮ (୨); ୧୯୯୮ (୨) ହିନ୍ଦୁ ଏଲ୍.ଆର୍ - ୬୦୩ (ରାଜସ୍ଥାନ) ଦ୍ରଷ୍ଟବ୍ୟ । ସନ୍ତାନ ମାନଙ୍କର ତତ୍ଵାବଧାନ ପ୍ରଦାନ କରିବାରେ ସର୍ବୋଚ୍ଚ ବିଚାର ନିଶ୍ଚିତଭାବେ , ସନ୍ତାନ ମାନଙ୍କର ମଙ୍ଗଳ ହୋଇଥିବ – (ସରିତା ଶର୍ମା ବନାମ ସୁଶୀଲ୍ ଶର୍ମା – ୨୦୦୦(୩) ଏସ୍.ସି.ସି ୧୪) । ସମ୍ପତ୍ତିର ହସ୍ତାନ୍ତରଣ ଏହି ଆଇନ୍ ଅନୁଯାୟୀ, କୌଣସି କାର୍ଯ୍ୟାନୁଷ୍ଠାନରେ, ନ୍ୟାୟାଳୟ ଡିକ୍ରୀରେ ଏପରି ବ୍ୟବସ୍ଥାବଳୀ ରଖି ପାରନ୍ତି ଯେପରି ସେ, ବିବାହ ସମୟରେ ଉପସ୍ଥାପନ କରାଯାଇଥିବା କୌଣସି ସମ୍ପତ୍ତି ସଂବନ୍ଧରେ ଉପଯୁକ୍ତ ମନେ କରନ୍ତି, ଯାହାକି ଯୁଗ୍ମ ଭାବେ, ଉଭୟ ସ୍ଵାମୀ ଏବଂ ସ୍ତ୍ରୀର ହୋଇଥାଏ । ଛାଡପତ୍ର ଆବେଦନପତ୍ର , ପରିବାର ନ୍ୟାୟାଳୟ ବିଚାର କରୁଥିଲେ , ଯେକି ସ୍ତ୍ରୀ – ଧନର ଫେରସ୍ତି ବିଷୟ ସ୍ଥିର କରିବା ନିମନ୍ତେ ଦକ୍ଷ ନୁହଁନ୍ତି । ପରିବାର ନ୍ୟାୟାଳୟ ଆଇନ୍ ର ଦଫା ୭ରେ , ପୃଥକ ମୋକଦ୍ଦମା , ଗ୍ରହଣୀୟ ଅଟେ (ନୀଳକଣ୍ଠ ଜୟସୁଆଲ୍ ବନାମ ମଞ୍ଜୁ ଜୟସୁଆଲ୍ – ଏ.ଆଇ.ଆର୍. ୨୦୧୧ ସି.ଏଚ୍.ଏଚ୍ – ୬ ) । ଡିକ୍ରୀ ଏବଂ ଆଦେଶରୁ ଅପିଲ (ନିୟମ ୨୮) ଏହି ଆଇନ୍ ଅନୁଯାୟୀ, କୌଣସି କାର୍ଯ୍ୟାନୁଷ୍ଠାନରେ, ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ଡିକ୍ରୀ ଉପ – ଦଫା (୩) ର, ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ଏହାର ମୂଳ ଦେୱାନୀ କର୍ତ୍ତୁତ୍ଵର ପରିଚାଳନାରେ, ନ୍ୟାୟାଳୟର ଡିକ୍ରୀଭାବେ ଅପିଲୀୟ ଅଟେ, ଏବଂ ଏପରି ପ୍ରତ୍ୟକ ଅପିଲ୍ ସେହି ନ୍ୟାୟାଳୟରେ ଦାଏର କରାଯିବ, ଯେଉଁଠାରେ, ମୂଳ ଦେୱାନୀ କର୍ତ୍ତୁତ୍ଵ ପରିଚାଳନା କରୁଥିବା ନ୍ୟାୟାଳୟର ସିଦ୍ଧାନ୍ତରୁ ଅପିଲ୍ ଦାଏର କରାଯାଏ । ଦଫା ୨୫ କିମ୍ବା ଦଫା ୨୬, ଅନୁଯାୟୀ, ଏହି ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ, ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା, ଆଦେଶ, ଉପ – ଦଫା (୩) ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ଅପିଲୀୟ ହେବ, ଯଦି ସେ ଗୁଡିକ ମଧ୍ୟବର୍ତ୍ତୀକାଳୀନ ଆଦେଶ ହୋଇନଥାଏ ଏବଂ ଏପରି ପ୍ରତ୍ୟକ ଅପିଲ୍ ସେହି ନ୍ୟାୟାଳୟରେ କରାଯିବ, ଯେଉଁଥି ପ୍ରତି , ଏହାର ମୂଳ ଦେୱାନୀ କର୍ତ୍ତୁତ୍ଵ ପରିଚାଳନାରେ ପ୍ରଦାନ କରିଥିବା ନ୍ୟାୟାଳୟର ସିଦ୍ଧାନ୍ତରୁ ଅପିଲ୍, ସାଧାରଣତଃ ଦାଏର କରାଯାଇଥାଏ । କେବଳ ମାତ୍ର ଖର୍ଚ୍ଚ ବିଷୟ ଉପରେ, ଏହି ଦଫା ଅନୁଯାୟୀ, କୌଣସି ଅପିଲ୍ ହେବ ନାହିଁ । ଏହି ଦଫା ଅନୁଯାୟୀ, ପ୍ରତ୍ୟକ ଅପିଲ୍ କୁ [ନବେ ଦିନ] ମଧ୍ୟରେ, ଡିକ୍ରୀ କିମ୍ବା ଆଦେଶ ତାରିଖରୁ ଦାଏର କରାଯିବ । ଟିପ୍ପଣୀ ଆଇନ୍ ର ଦଫା ୨୮ (୪) ଅନୁଯାୟୀ ଅପିଲ୍ କରିଥିବା କୌଣସି ପକ୍ଷ, ଡିକ୍ରୀର ପ୍ରମାଣିତ ନକଲ ଗ୍ରହଣ କରିବାରେ ଦିଆଯାଇଥିବା ସମୟର ବହିର୍ଭୂତକରଣ ନିମନ୍ତେ ହକ୍ ଦାର୍ ଅଟେ । ଯଦି ଅପିଲ୍, ଆଦେଶର ନକଲ ଗ୍ରହଣ ନିମନ୍ତେ ପକ୍ଷ ଦ୍ଵାରା ନିଆଯାଉଥିବା ସମୟକୁ ବାଦ୍ କରିବା ପରେ ଯଥା ସମୟରେ ଦାଏର କରାଯାଇଥାଏ, ସେପରିସ୍ଥଳେ ଏପରି ଏକ ଅପିଲ୍ କୁ ଆଇନ୍ ର ଦଫା ୨୮ (୪) ରେ ବ୍ୟବସ୍ଥାୟୀତ ସମୟରେ ଦାଏର କରାଯାଇଛି ବୋଲି ବିବେଚନା କରାଯିବ । - (ଲୋକେଶ୍ଵରୀ ବନାମ ଶ୍ରୀନିବାସ ରାଓ – ୨୦୦୦(୩)ଏ.ଏଲ୍.ଟି – ୧୩୬) । ଆଇନ୍ ୧୯୫୫, ବିଶେଷ ଆଇନ ଅଟେ ଏବଂ ଆଇନ୍ ୧୯୮୪ ଏକ ସାଧାରଣ ଆଇନ୍ ଅଟେ । ଏଣୁ ଆଇନ୍ ସଂଖ୍ୟା ୧୯୫୫ ରେ ଧାର୍ଯ୍ୟ ତମାଦି ଏହି ଆଇନ୍ ଉପରେ ପ୍ରଚଳିତ ହେବ । ବିବାହ ଆଇନ୍ ଉପରେ ପ୍ରଚଳିତ ହେବ (ବିଶ୍ଵନାଥନ୍ ବନାମ ସିଦ୍ଧୁ – ଏ.ଆଇ.ଆର୍. ୨୦୧୦ କେରଳ – ୫୮)। (ନିୟମ ୨୮ (କ)) - ଏହି ଆଇନ୍ ଅନୁଯାୟୀ , କୌଣସି କାର୍ଯ୍ୟାନୁଷ୍ଠାନରେ ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ଡିକ୍ରୀ ଏବଂ ଆଦେଶ , ସେହିପରିଭାବେ ବଳବତ୍ତର କରାଯିବ ଯେପରି ଏହାରମୂଳକ କର୍ତ୍ତୁତ୍ଵର ପରିଚାଳନାରେ ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ଡିକ୍ରୀ ଏବଂ ଆଦେଶ ବଳବତ୍ତର କରାଯାଇଥାଏ । ] ଆଧାର – ଦ ଲ ହାଉସ