ହିନ୍ଦୁ ବିବାହ ଆଇନ୍, ୧୯୫୫ ଅନୁଯାୟୀ, କେତେକ ନିର୍ଦ୍ଧିଷ୍ଟ କାର୍ଯ୍ୟାନୁଷ୍ଠାନକୁ ବୈଧ କରିବା ନିମନ୍ତେ, ଏକ ଆଇନ୍; ଭାରତୀୟ ଗଣତନ୍ତ୍ରର ଏଗାରତମ ବାର୍ଷିକୀରେ ପାର୍ଲାମେଣ୍ଟ ଦ୍ଵାରା, ନିମ୍ନଭାବେ ଆଇନ୍ ରେ ପରିଣତ ହେଲା : - ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ “ହିନ୍ଦୁ ବିବାହ ଆଇନ୍, ୧୯୫୫ ର ଦଫା ୧୯ ବ୍ୟବସ୍ଥାୟୀତ କରେ ଯେ, ଉକ୍ତ ଆଇନ୍ ଅନୁଯାୟୀ ଭିକ୍ଷା କରାଯାଇଥିବା ନିଦାନ ନିମନ୍ତେ, ପ୍ରତ୍ୟକ ଆବେଦନପତ୍ରକୁ ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନ କରାଯିବ । ଉକ୍ତ ଆଇନ୍ ରେ ଜିଲ୍ଲା ନ୍ୟାୟାଳୟକୁ ଏହା ଅର୍ଥାୟୀତ କରିବା ନିମନ୍ତ ସଜ୍ଞାୟୀତ କରାଯାଇଛି ଯେ, - ଏହା ଉକ୍ତ ଅଞ୍ଚଳରେ ମୂଳ କର୍ତ୍ତୁତ୍ଵର ମୁଖ୍ୟ ଦେୱାନୀ ନ୍ୟାୟାଳୟ ଏବଂ ଅନ୍ୟ ଦେୱାନୀ ନ୍ୟାୟାଳୟକୁ ଅନ୍ତର୍ଭୁକ୍ତ କରିବ, ଯାହାକି ବିଜ୍ଞପ୍ତି ଦ୍ଵାରା, ରାଜ୍ୟସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ , ଯାହାକି ଉକ୍ତ ଆଇନ୍ ଦ୍ଵାରା ବିଚାର କରାଯାଇଥିବା ବିଷୟଗୁଡିକ କର୍ତ୍ତୁତ୍ଵ ଧାରଣ କରେ। ପଞ୍ଜାବ ନ୍ୟାୟାଳୟ ଆଇନ୍, ୧୯୧୮ ର ଦଫା ୨୧ ଅନୁଯାୟୀ, କୌଣସି ଜିଲ୍ଲା ବିଚାରପତିଙ୍କର ଏପରି କାର୍ଯ୍ୟ ସଂପାଦନ କରିବା ନିମନ୍ତେ, ଅତିରିକ୍ତ ବିଚାରପତିଙ୍କ ନ୍ୟାୟାଳୟ ନିମନ୍ତେ ବ୍ୟବସ୍ଥା କରାଯାଇଛି, ଯାହାକି ଜିଲ୍ଲା ବିଚାରପତିଙ୍କ ଦ୍ଵାରା ସେମାନଙ୍କୁ ନ୍ୟସ୍ତ କରାଯାଇପାରେ ଏବଂ ଯେଉଁମାନେ କି ସେମାନଙ୍କର କାର୍ଯ୍ୟ ସଂପାଦନରେ , ଜିଲ୍ଲା ବିଚାରପତିଙ୍କ ପରି ସେହି ଏକ ପ୍ରକାର ଅ କ୍ଷମତା ପରିଚାଳନା କରିବେ । ପଞ୍ଜାବ ଉଚ୍ଚ ନ୍ୟାୟାଳୟ ଏକ ଅଧୁନା ସିଦ୍ଧାନ୍ତରେ (କନକଦୁଲାରୀ ବନାମ ନାରାୟାଣ ଦାସ - ଏ.ଆଇ.ଆର୍. ୧୯୯୯ ପଞ୍ଜାବ – ୫୪ )ରେ ନ୍ୟାୟାଳୟ, ଯାହେଉନା କାହିଁକି, ଦର୍ଶାଇଛନ୍ତି ଯେ, କୌଣସି ଅତିରିକ୍ତ ବିଚାରପତିଙ୍କ ନ୍ୟାୟାଳୟକୁ , ହିନ୍ଦୁ ହିନ୍ଦୁ ବିବାହ ଆଇନ୍ ର ଅର୍ଥ ମଧ୍ୟରେ ଦେୱାନୀ କର୍ତ୍ତୁତ୍ଵର ମୁଖ୍ୟନ୍ୟାୟାଳୟ ଭାବେ ବିବେଚନା କରାଯାଇ ପାରିବ ନାହିଁ ଏବଂ ଯେ, ଜଣେ ଜିଲ୍ଲା ବିଚାପତି , ଯାହାଙ୍କୁ ଏହି ଆଇନ୍ ଅନୁଯାୟୀ ଏକ ଆବେଦନପତ୍ର ଉପସ୍ଥାପନ କରାଯାଇଛି , ସେ, ଏହାକୁ ବିଚାର ନିମନ୍ତେ , ଅତିରିକ୍ତ ବିଚାରପତିଙ୍କୁ ହସ୍ତାନ୍ତର କରିପାରିବେ ନାହିଁ । ପଞ୍ଜାବ ନ୍ୟାୟାଳୟ ଆଇନ୍ , ୧୯୧୮ , ଦିଲ୍ଲୀ ନିୟମ ଆଇନ୍, ୧୯୨୨ ଅନୁଯାୟୀ ନିର୍ଗମ ଏକ ବିଜ୍ଞପ୍ତି ବଳରେ , ଦିଲ୍ଲୀର କେନ୍ଦ୍ରଶାସିତ ଅଂଚଳ ପ୍ରତି ପରିବର୍ଦ୍ଧିତ ଅଟେ ଏବଂ ଦିଲ୍ଲୀ ପ୍ରଶାସନ ଦ୍ଵାରା ନିର୍ଗମ କରାଯାଇଥିବା ବିଜ୍ଞପ୍ତି ଫଳରେ ଏବଂ ପଞ୍ଜାବ ରାଜ୍ୟ ସରକାର, ୧୯୫୯ ମସିହା ଅଗଷ୍ଟ ୨୪ ତାରିଖରେ ଏବଂ ୧୯୬୦ ମସିହା ଜାନୁୟାରୀ ୨୬ ତାରିଖରେ, ହିନ୍ଦୁ ବିବାହ ଆଇନ୍, ୧୯୫୫ ର ଦଫା ୩ (ଖ) ଅନୁଯାୟୀ ଅତିରିକ୍ତ ବିଚାରପତିଙ୍କ ନ୍ୟାୟାଳୟର, ଉକ୍ତ ଆଇନ୍ ଅନୁଯାୟୀ ଉଦ୍ରେକ ବିଷୟ ବିଚାର କରିବା ନିମନ୍ତେ କର୍ତ୍ତୁତ୍ଵ ଅଛି । ଏହି ବିଜ୍ଞପ୍ତିର ନିର୍ଗମ ପୂର୍ବରୁ ଅତିରିକ୍ତ ବିଚାରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଡିକ୍ରୀ ଏବଂ ଆଦେଶକୁ ବୈଧ କରିବା ନିମନ୍ତେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଏହା ସମ୍ଭବ ଯେ, ପଞ୍ଜାବ ଉଚ୍ଚ ନ୍ୟାୟାଳୟଙ୍କ ରାୟ, ହିନ୍ଦୁ ବିବାହ ଆଇନ୍, ୧୯୫୫ ଅନୁଯାୟୀ ପ୍ରଦାନ କରାଯାଇଥିବା ଡିକ୍ରୀ ଏବଂ ଆଦେଶକୁ ମଧ୍ୟ ପ୍ରଭାବିତ କରିପାରେ; ଅନ୍ୟାନ୍ୟ ରାଜ୍ୟରେ ଜିଲ୍ଲା ନ୍ୟାୟାଳୟଙ୍କ ବ୍ୟତୀତ; ଅନ୍ୟ ନ୍ୟାୟାଳୟ ଦ୍ଵାରା, ପଞ୍ଜାବ ନ୍ୟାୟାଳୟ ଆଇନ୍, ୧୯୧୮ ପ୍ରତି ସମସାମୟିକ ଆଇନ୍ ର ବ୍ୟବସ୍ଥାବଳୀ ଅନୁଯାୟୀ , ଜିଲ୍ଲା ନ୍ୟାୟାଳୟକୁ ସାହାଯ୍ୟ କରିବା ନିମନ୍ତେ ଗଠିତ ହୋଇଛି । ଏହି ବିଲ୍ ଟି ସେହି ଅନୁଯାୟୀ, ହିନ୍ଦୁ ବିବାହ ଆଇନ୍ ୧୯୫୫ ଅନୁଯାୟୀ କର୍ତ୍ତୁତ୍ଵ ପରିଚାଳନା କରୁଥିବା ଏବଂ ଧାରା (୨) ରେ ଧାର୍ଯ୍ୟ କୌଣସି ନ୍ୟାୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ଡିକ୍ରୀ ଏବଂ ଆଦେଶ ଏବଂ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବୈଧ କରିବା ନିମନ୍ତେ ଉଦ୍ଦେଶିତ ଅଟେ । ସଂକ୍ଷିପ୍ତ ଆଖ୍ୟା ଏକ ପରିସର ଏହି ଆଇନ୍ କୁ, ହିନ୍ଦୁ ବିବାହ (କାର୍ଯ୍ୟାନୁଷ୍ଠାନ ବୈଧିକରଣ ଆଇନ୍ ୧୯୬୦ ବୋଲି କୁହାଯିବ । ଏହା, ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ, ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ । ଆଇନ ସଂଖ୍ୟା ୨୫/୧୯୫୫ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ, ନ୍ୟାୟାଳୟର କାର୍ଯ୍ୟାନୁଷ୍ଠାନର ବୈଧିକରଣ ହିନ୍ଦୁ ବିବାହ ଆଇନ୍, ୧୯୫୫ (୨୫/୧୯୫୫) ଅନୁଯାୟୀ କର୍ତ୍ତୁତ୍ଵ ପରିଚାଳନା କରୁଥିବା ଏବଂ ଉପ – ଦଫା (୨) ରେ ଉଲ୍ଲେଖିତ କୌଣସି ନ୍ୟାୟାଳୟ ଦ୍ଵାରା, ଏହି ଆଇନ୍ ର ପ୍ରଚଳନ ପୂର୍ବରୁ ପ୍ରଦାନ କରାଯାଇଥିବା ଡିକ୍ରୀ ଏବଂ ଆଦେଶ ଏବଂ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ; କୌଣସି ନ୍ୟାୟାଳୟର କୌଣସି ରାଏ, ଡିକ୍ରୀ କିମ୍ବା ଆଦେଶ ସତ୍ୱେ, ଆଇନ୍ ରେ ଉତ୍ତମ ଏବଂ ବୈଧ ବୋଲି ଧରାଯିବ, ଯେପରିକି ଏପରି କର୍ତ୍ତୁତ୍ଵ ପରିଚାଳନା କରୁଥିବା ନ୍ୟାୟାଳୟ ଉକ୍ତ ଆଇନ୍ ର ଅର୍ଥ ମଧ୍ୟରେ, ଏକ ଜିଲ୍ଲା ନ୍ୟାୟାଳୟ ଅଟେ । ଉପ – ଦଫା (୧) ରେ ଉଲ୍ଲେଖିତ ନ୍ୟାୟାଳୟ ଗୁଡିକ ନିମ୍ନଲିଖିତ ଅଟେ, ଯଥା : - କୌଣସି ଅତିରିକ୍ତ ବିଚାରପତି; ଅତିରିକ୍ତ ଜିଲ୍ଲା ବିଚାରପତି, ଯୁଗ୍ମ ଜିଲ୍ଲା ବିଚାରପତି, ସହକାରୀ ଜିଲ୍ଲା ବିଚାରପତି, ସହକାରୀ ବିଚାରପତିଙ୍କ ନ୍ୟାୟାଳୟ ଏବଂ ଅନ୍ୟ କୌଣସି ନ୍ୟାୟାଳୟ, ତାହା ଯେକୌଣସି ନାମରେ କୁହାଯାଉ, ଏବଂ ଏକ ଅଧସ୍ତନ ବିଚାରପତିଙ୍କ ନ୍ୟାୟାଳୟ ଠାରୁ ନ୍ୟୂନ ହୋଇନଥିବ । ଆଧାର – ଦ ଲ ହାଉସ