ଉପକ୍ରମ ଏକ ଜାତୀୟ ମାନବିକ ଅଧିକାର କମିଶନ୍ ରାଜ୍ୟରେ ରାଜ୍ୟ ମାନବିକ ଅଧିକାର କମିଶନ୍ ଏବଂ ମାନବିକ ଅଧିକାରର ଉତ୍ତମ ସୁରକ୍ଷା ନିମନ୍ତେ ମାନବିକ ଅଧିକାର ନ୍ୟାୟାଳୟ ଗଠନ ଏବଂ ସେଥିସହ ସଂପୃକ୍ତ ବିଷୟ କିମ୍ବା ସେଥିରେ ଆନୁଷଙ୍ଗିକ ବିଷୟ ନିମନ୍ତେ ଏକ ଆଇନ୍, ଭାରତୀୟ ଗଣତନ୍ତ୍ରର ଚଉରାଳିଶତମ ବାର୍ଷିକିରେ, ପାର୍ଲମେଟ ଦ୍ଵାରା ନିମ୍ନ ଭାବେ ଆଇନ୍ରେ ପରିଣତ ହେଲା :- ସଂକ୍ଷିପ୍ତ ଆଖ୍ୟା, ପରିସର ଏବଂ ପ୍ରାରମ୍ଭ ଏହି ଆଇନ୍ କୁ, ମାନବିକ ଅଧିକାର ସୁରକ୍ଷା ଆଇନ୍ ୧୯୯୩ ବୋଲି କୁହାଯିବ । ଏହା ସମଗ୍ର ଭାରତ ପ୍ରତି ବରିବର୍ଦ୍ଧିତ ଅଟେ, ଉଲ୍ଲେଖଥାଉଯେ, ଏହା ସେତେଦୂର ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପ୍ରତି ପ୍ରୟୋଗ ହେବ । ଯେତେଦୂର ପର୍ଯ୍ୟନ୍ତ ଏହା ସେହି ସମସ୍ତ ବିଷୟ ସହ ସମ୍ପୃକ୍ତ ଥାଏ, ଯାହାକି ସମ୍ବିଧାନର ସପ୍ତମ ସୁଚିରେ, ତାଲିକା-୧ କିମ୍ବା ତାଲିକା-୩ରେ ଉଲ୍ଲେଖ ଓ ଅନ୍ତର୍ଭୁକ୍ତିକରଣ ପ୍ରତି ସମ୍ପୃକ୍ତି ଯେପରି ଉକ୍ତ ରାଜ୍ୟ ପ୍ରତି ପ୍ରୟୋଗନୀୟ ଅଟେ । ଏହା ୧୯୯୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ବଳବ ର ହେଲା ବୋଲି ଧରାଯିବ । ମନ୍ତବ୍ୟ ଏହି ଆଇନ୍ ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ (ଅର୍ଥାତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ) ଯାହାକି ଜାତିସଂଘର ସାଧାରଣ ପରିଷଦ ଦ୍ଵାରା ଗୃହିତ ହୋଇଥିଲା, ଯେପରି କେନ୍ଦ୍ର ସରକାର, ବିଜ୍ଞପ୍ତି ଦ୍ଵାରା ଧାର୍ଯ୍ୟ କରିପାରନ୍ତି । “ସଦସ୍ୟ” ଅର୍ଥ, କମିଶନ୍ କିମ୍ବା ରାଜ୍ୟ କମିଶନ୍ ର ଜଣେ ସଦସ୍ୟ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ । “ଲଘୁ ସଂପ୍ରଦାୟ ନିମନ୍ତେ ଜାତୀୟ କମିଶନ୍” ଅର୍ଥ ଲଘୁ ସଂପ୍ରଦାୟ ଆଇନ୍ ୧୯୯୨(୧୯/୧୯୯୨) ନିମନ୍ତେ ଜାତୀୟ କମିଶନ୍ ର ଦଫା ୩ ଅନୁଯାଇ ଗଠିତ ଲଘୁ ସଂପ୍ରଦାୟ ନିମନ୍ତେ ଜାତୀୟ କମିଶନ୍; ”ତଫସିଲ ଭୁକ୍ତ ଜାତି ନିମନ୍ତେ ଜାତୀୟ କମିଶନ୍” ଅର୍ଥ ସମ୍ବିଧାନର ଅନୁଛେଦ ୩୩୮ରେ ଉଲ୍ଲେଖିତ ସାହସିଲ ଭୁକ୍ତ ଜାତି ନିମନ୍ତେ, ଜାତୀୟ କମିଶନ୍ , “ତଫସିଲ ଭୁକ୍ତ ଜାତି ଉପଜାତି ନିମନ୍ତେ ଜାତୀୟ କମିଶନ୍ “ଅର୍ଥ ସମ୍ବିଧାନର ଅଣୁଚ୍ଛେଦ ୩୩୮- କ ରେ ଉଲ୍ଲେଖିତ ତଫସିଲ ଭୁକ୍ତ ଉପଜାତି ନିମନ୍ତେ ଜାତୀୟ କମିଶନ୍); “ମହିଳା ମାନଙ୍କ ନିମନ୍ତେ ଜାତୀୟ କମିଶନ୍” ଅର୍ଥ ମହିଳା ମାନଙ୍କ ନିମନ୍ତେ ଜାତୀୟ କମିଶନ୍ ଆଇନ୍ ୧୯୯୦ (୨୦/୧୯୯୦)ର ଦଫା ୩ ଅନୁଯାୟୀ ଗଠିତ ମହିଳା ମାନଙ୍କ ପାଇଁ ମହିଳା କମିଶନ୍); ସମସ୍ତ ପ୍ରକାର ଜାତିଗତ ବୈଷମ୍ୟତା(ସିଇ ଆରତି) ଉପରେ ସମ୍ମିଳନୀୟ ଚୁକ୍ତି ଏସ୍.ଓ. ୨୩୩୯ (ଟ)ତା -୨୧ ସେପ୍ଟେମ୍ବର ୨୦୦୦ ଦ୍ଵାରା ଭାରତରେ ପ୍ରୟୋଗନୀୟ ଅଟେ । ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୨ଦ୍ଵାରା (ଛ) ନିମନ୍ତେ,୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ । ଏପରି ପରିବର୍ତ୍ତନ ପୂର୍ବରୁ,ଏହା ନିମ୍ନ ଭାବେ ଗଠନ କରାଯାଉଥିଲା – “ସଦସ୍ୟ“ ଅର୍ଥ କମିଶନ୍ କିମ୍ବା ରାଜ୍ୟ କମିଶନ୍ ର ଜଣେ ସଦସ୍ୟ ଏବଂ ଏହା ସଭାପତିଙ୍କୁ ଅନ୍ତର୍ଭୁକ୍ତ କରେ । ଧାରା(ଞ) ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୨ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ପରିବର୍ତ୍ତନ ପୂର୍ବରୁ ଏହା ନିମ୍ନ ଭାବେ ଗଠନ କରାଯାଉଥିଲା- ତଫସିଲ ଭୁକ୍ତ ଜାତି ଏବଂ ତଫସିଲ ଭୁକ୍ତ ଉପଜାତି ନିମନ୍ତେ ଜାତୀୟ କମିଶନ୍ ଅର୍ଥ ସମ୍ବିଧାନର ଅଣୁଚ୍ଛେଦ ୩୩୮ରେ ଉଲ୍ଲେଖିତ ତଫସିଲ ଭୁକ୍ତ ଜାତି ଏବଂ ତଫସିଲ ଭୁକ୍ତ ଉପଜାତି ନିମନ୍ତେ ଜାତୀୟ କମିସନ ଜାମ୍ମୁ ଓ କାଶ୍ମୀର ରାଜ୍ୟ,ବ୍ୟତିକ୍ରମିତ ନୁହେଁ । ଏହା,୨୮/୦୯/୧୯୯୩ ଠାରୁ ବଳବତର ହେଲାବୋଲି ଧରାଯାଏ (ଯେତେବେଳେ ଅଧ୍ୟା ଦେଶ ସଂଖ୍ୟା ୩୦/୧୯୯୩ ରାଷ୍ଟ୍ରପତିଙ୍କ ଦ୍ଵାରା ଘୋଷିତ ହେଲା ) । ସଂଜ୍ଞା ଏହି ଆଇନ୍ ରେ ଯଦି ସୂଚୀ ଅନ୍ୟଥା ଆବଶ୍ୟକ ନ କରେ- “ସଶସ୍ତ୍ର ବାହିନୀ” ଅର୍ଥ ନୌବାହିନୀ, ପଦାତିକ ବାହିନୀ ଏବଂ ବାୟୁସେନା ବାହିନୀ ଏବଂ ଏହା କେନ୍ଦ୍ରର ଅନ୍ୟ କୌଣସି ସଶସ୍ତ୍ର ବାହିନୀକୁ ଅନ୍ତର୍ଭୁକ୍ତ କରେ। “ସଭାପିତ” ଅର୍ଥ, ସମ୍ବିଧାନ କିମ୍ବା ରାଜ୍ୟ କମିଶନ୍ ର ସଭାପତି,ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ; “ସମ୍ବିଧାନ” ଅର୍ଥ ଦଫା ୩ ଅନୁଯାୟୀ ଗଠିତ ଜାତୀୟ ମାନବିକ ଅଧିକାର ସମ୍ବିଧାନ, “ମାନବିକ ଅଧିକାର” ଅର୍ଥ ସମ୍ବିଧାନ ଦ୍ଵାରା ଅଙ୍ଗୀକାରବଦ୍ଧ କିମ୍ବା ଆନ୍ତର୍ଜାତୀୟ ଚୁକ୍ତିରେ ଅନ୍ତର୍ଭୁକ୍ତ ବ୍ୟକ୍ତିର ଜୀବନ ସ୍ଵାଧୀନତା, ସମାନତା ଏବଂ ସମ୍ମାନ ସମ୍ବନ୍ଧୀୟ ଅଧିକାର ଯାହାକି ଭାରତରେ ନ୍ୟାୟାଳୟ ଗୁଡିକ ଦ୍ଵାରା ବଳବର୍ତ୍ତରଣୀୟ ଅଟେ, “ମାନବିକ ଅଧିକାର ନ୍ୟାୟାଳୟ” ଅର୍ଥ ଦଫା ୩୦ରେ ଧାର୍ଯ୍ୟ ମାନବିକ ଅଧିକାର- ନ୍ୟାୟାଳୟ, ”ଆନ୍ତର୍ଜାତୀୟ ଚୁକ୍ତି“ ଅର୍ଥ ସାମାଜିକ ଏବଂ ରାଜନୈତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତି ଏବଂ ଅର୍ଥନୈତିକ,ସାମାଜିକ ଏବଂ ସାଂସ୍କୃତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତି,ଯାହାକି ୧୯୬୬ ମସିହା ଡେସେମ୍ବର ୧୬ ତାରିଖରେ ଜାତିସଂଘର ସାଧାରଣ ସଭାରେ ଗୃହିତ ହୋଇଥିଲା, ଏବଂ ଏପରି ଅନ୍ୟ ଚୁକ୍ତି, ଧାରା(ଚ) ନିମନ୍ତେ,ଆଇନ୍ ସଂଖ୍ୟା ୪୩/୨୦୦୬,ଦଫା ୨ ଦ୍ଵାରା ୨୩/୧୧/୨୦୦୬ଠାରୁ ପରିବର୍ତ୍ତିତ ପରିବର୍ତ୍ତନ ପୂର୍ବରୁ,ଧାରା (ଚ) ନିମ୍ନ ଭାବେ ଗଠନ କରାଯାଉଥିଲା- “ଆନ୍ତର୍ଜାତୀୟ ଚୁକ୍ତି", ଅର୍ଥ,ସାମାଜିକ ଏବଂ ରାଜନୈତିକତା ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତି ଏବଂ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଅଧିକାର ଉପରେ ଆତାର୍ଜାତୀୟ ଚୁକ୍ତି, ଯାହାକି ୧୯୬୬ ମସିହା ଡିସେମ୍ବର ୧୬ ତାରିଖରେ ଜାତିସଂଘର ସାଧାରଣ ସଭାଦ୍ଵାରା ଗୃହିତ ହୋଇଥିଲା । ଜାମ୍ମୁ ଏବଂ କାଶ୍ମୀରରେ ସମସାମୟିକ ଆଇନ୍ ଗୁଡିକ ନିମ୍ନ ପ୍ରକାର ଅଟେ – ରନବୀର ଗଣ୍ଡବିଧି ସଂହିତା, ଫୌଜଦାରି କାର୍ଯ୍ୟବିଧି ସଂହିତା ୧୮୯୮, ଦେୱାନୀ କାର୍ଯ୍ୟବିଧି ସଂହିତା, ଆଧାର – ଲ ହାଉସ