ଜିଲ୍ଲା ସମ୍ବନ୍ଧରେ ପୁରାତନ ଐତିହାସିକ ଦୃଷ୍ଟିକୋଣରୁ ରାୟଗଡା ଜିଲ୍ଲା, ଓଡିଶାରେ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର ସୃଷ୍ଟି 1992 ମସିହା ଅକ୍ଟୋବର ମାସ ଦୁଇ ତାରିଖ ହୋଇଥିଲା । ମାତ୍ର ତାର ଅବସ୍ଥିତି ତାମ୍ର ଯୁଗ ଓଲୌହ ଯୁଗ ଆରମ୍ଭରୁ ବିଖ୍ୟାତ। ଲାଙ୍ଗୁଳି ନଦୀ ଓ ବଂଶଧାରା ନଦୀର ମଧ୍ୟ ଭାଗରେ ଥିବା ପାହାଡିଆ ଅଞ୍ଚଳ, ସମ୍ରାଟ ଅଶୋକଙ୍କ ଦୃଷ୍ଟିରେ ଆସିଥିଲା। ତୃତୀୟ ଶତାବ୍ଦୀ ବି॰ସିରେ କଳିଙ୍ଗ ସମ୍ରାଟ ଅଶୋକଙ୍କ ଶାସନ ଚାଲୁଥିଲା। ଦୁଇଟି ନଦୀ ମଧ୍ୟରେ ଥିବା ଏହି ପାହାଡିଆ ଅଞ୍ଚଳଟି ବିଭିନ୍ନ ପ୍ରକାର ଗରମ ମସଲା ପାଇଁ ଖ୍ୟାତ ଥିଲା । ଏହା ଆନ୍ଧ୍ର ପ୍ରଦେଶର ଐତିହାସିକ ସାମୟିକ ପତ୍ରିକା 27 ତମ ସଂସ୍କରଣ ର ପୃଷ୍ଠା 46ରେ ଲିପିବଦ୍ଧ ହୋଇଅଛି । ମାନଧାତା ରାଜାଙ୍କ ଅମଳରେ ଏହି ଅଞ୍ଚଳ ଉପରେ ବ୍ରାହ୍ମୀ ଭାଷାରେ ପଥରରେ ଖୋଦିତ ହୋଇ ଅନେକ ତଥ୍ୟ ଲିପିବଦ୍ଧ ହୋଇ ରହିଛି। ସମ୍ରାଟ ସମୁଦ୍ରଗୁପ୍ତଙ୍କ ରାଜୁତି ସମୟରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ଦ୍ଵାରା ସେ ଚୌପାଗଡ ଯୁଦ୍ଧରେ ପରାଜିତ ହୋଇଥିଲେ। ଏହି ତଥ୍ୟ ମହାମନ୍ତ୍ରୀ ହରିସେନାଙ୍କ ଦ୍ଵାରା ଆହ୍ଳାବାଦରେ ମିଳିଥିବା ପଥରରେ ଖୋଦିତ ହୋଇ ରହିଛି । ରାୟଗଡା ନିକଟରେ ଅବସ୍ଥିତ ଚମ୍ପିକୋଟାରୁ ଐତିହାସିକ ମହାକାଳ ଭୈରବ ଓ ମାଟିରେ ନିର୍ମିତ ଦୁର୍ଗର ଭଗ୍ନାବଶେଶରୁ ପୁରାତନ ଚମ୍ପାଗଡ ଦୁର୍ଗ ଥିବାର ପ୍ରତୀୟମାନ ହୁଏ । ଏହି ବିଷୟଟି ପାଟଳେଶ୍ଵର ମନ୍ଦିରରେ ଥିବା ପଥରରେ ବ୍ରାହ୍ମୀ ଭାଷାରେ ଲିଖିତ ହୋଇ ରହିଛି । ଏହିଭଳି ଭାବରେ ପାଟଳେଶ୍ଵର ମନ୍ଦିର ନିକଟରୁ ମିଳିଥିବା ପଥରରେ ଖୋଦିତ ସାହିତ୍ୟରୁ ଲାଙ୍ଗୁଳିନଦାର ଅବସ୍ଥିତ ବିଷୟରେ ଅନେକ କିଛି ତଥ୍ୟ ମିଳିଛି । 1519ରେ ଯେତେବେଳେ ରାଜା ମୁକୁନ୍ଦ ଦେବ ଗୋହେରା ଟିକ୍ରିରେ ପରାଜିତ ହୋଇଥିଲେ ସେତେବେଳେ ଏହି ଅଞ୍ଚଳଟି ବାହାମନୀଶଙ୍କ ଅଧୀନକୁ ଆସିଥିଲା । ତାପରେ ଏହା ନନ୍ଦପୁର ରାଜାଙ୍କ ଅଧୀନରେ 47 ବର୍ଷ ଧରି ରହିଥିଲା। ହଶିନ ଖାନଙ୍କ ଦ୍ଵାରା ପରାଜିତ ହୋଇ ମୃତ୍ୟୁବରଣ କରିଥିବା ବିଶ୍ଵମ୍ବର ଦେବ ସମ୍ଭବତଃ ରାୟଗଡାର ତୃତୀୟ ରାଜା ଥିଲେ। ଦେବୀ ମଝିଘରିଆଣୀଙ୍କ ସତୀକୁଣ୍ଡ ଓ ମାଟିରେ ନିର୍ମିତ ଦୁର୍ଗ ଏହାର ମୁକସାକ୍ଷୀ ରୂପେ ପ୍ରତୀୟମାନ। ପରେ ଏହା ବିଜୟନଗରମ୍ ର ତହସିଲ ବୋବିଲିଅଞ୍ଚଳରେ ରହିଥିଲା । ପରେ ଇଂରେଜ ଶାସନ ସମୟରେ ସ୍ଵାଧୀନତା ପର୍ଯ୍ୟନ୍ତ ରାୟଗଡାଜୟପୁର ଜମିଦାରୀ ଅଧୀନରେ ରହିଥିଲା। କ୍ଷେତ୍ରଫଳ: ୭,୦୭୩.୦୦ ବର୍ଗ.କିମି ଜନସଂଖ୍ୟା: ୯,୬୭,୯୧୧ ସ୍ଵାକ୍ଷରତା ହାର: ୪୨.୧୩% ବ୍ଲକ: ୧୧ ଗ୍ରାମ: ୧୬୬୭ ପୌର ସଂସ୍ଥା: ୧ ଥାନା: ୧୫ ଗ୍ରାମ ପଂଚାୟତ: ୧୮୨ କିଭଳି ପହଁଞ୍ଚିବେ ଆକାଶ ମାର୍ଗ ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ। ରେଳପଥ ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ। ସଡକପଥ ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି । ସଂସ୍କୃତି ଏବଂ ଐତିହ୍ୟ ପରିଚୟ ରାୟଗଡା ଜିଲ୍ଲା ପୂର୍ବତନ କୋରାପୁଟ ଜିଲ୍ଲାରୁ 02.10.1992ରେ ଜିଲ୍ଲା ସଂପ୍ରସାରଣ ଯୋଜନାରେ ଅଲଗା ହୋଇଯାଇଛି। ଏହି ଜିଲ୍ଲାର ଲୋକସଂଖ୍ୟା 832019 । ଏଠି ମଧ୍ୟରୁ 473379 ଆଦିବାସୀ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ଜିଲ୍ଲାଟି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହାର 57.52% ଭାଗ ଲୋକସଂଖ୍ୟା ହେଉଛି ଆଦିବାସୀ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ 11ଟି ବ୍ଲକକୁ ଆଦିବାସୀ ଉପଯୋଜନାରେ ସମ୍ମିଳିତ କରାଯାଇଛି । ଏଠାରେ ପୂର୍ବ-ସାକ୍ଷର ମୂଳ ଆଦିବାସୀ ସଂପ୍ରଦାୟ ପାଇଁ 3ଟି (Micro Projects ) ସୂକ୍ଷ୍ମ ପରିଯୋଜନା ଚାଲୁଅଛି । ରାୟଗଡାର ପ୍ରାକୃତିକ ଅବସ୍ଥିତି ଆଦିବାସୀଙ୍କର ଜାତୀୟ-ସାଂସ୍କୃତିକ ପରିଚୟକୁ ଧରି ରଖିବା ପାଇଁ ଅନୁକୁଳ। ଏଠାରେ 4755.31 ସ୍କୋୟାର କି. ମି ଜଙ୍ଗଲ ଅଛି। ସେଥିମଧ୍ୟରୁ 777.27 ସ୍କୋୟାର କି. ମି ସଂରକ୍ଷିତ ଜଙ୍ଗଲ ଅଟେ। ଏହି ଜିଲ୍ଲାଟି ବିଭିନ୍ନ ଆଦିବାସୀ ଓ ତାଙ୍କର ଉପଜାତି ମାନଙ୍କର ବାସସ୍ଥଳୀ ଅଟେ, ଯେଉଁମାନେ ଆଧୁନିକ ସଂପ୍ରଦାୟର ମୁଖ୍ୟ ସ୍ରୋତରେ ଧୀରେ ଧୀରେ ବିକଶିତ ହେଉଛନ୍ତି। ସଂଖ୍ୟାତ୍ମକ ଦୃଷ୍ଟିରୁ ଜିଲ୍ଲାରେ କନ୍ଧ ଉପଜାତି ଗୁଡିକ ହେଉଛନ୍ତି ପ୍ରମୁଖ ଆଦିବାସୀ। ତୃତୀୟ ସ୍ଥାନରେ ସୌରା ଆଦିବାସୀଙ୍କର ସଂଖ୍ୟା ଅଟେ। କନ୍ଧ ଏକଦା ବ୍ରିଟିଶ ଉପନିବେଶବାଦ ସମୟରେ ମଣିଷ ବଳି ପାଇଁ ବଦନାମ ହୋଇଥିବା କନ୍ଧ ମାନଙ୍କୁ ପ୍ରୋଟୋ –ଅସ୍ତ୍ରାଲୋଏଡ ବର୍ଣ୍ଣରୁ ଆସିଥିବା କୁହାଯାଏ। ସେମାନଙ୍କର ଏକ ବିଶେଷ ଭାଷା ‘କୁଇ’ ଅଟେ ଯାହାର କିଛି ଲିଖିତ ଲିପି ନାହିଁ। ସେମାନେ ସମାନ୍ତରାଳ ଭୂମିରେ ବସବାସ କରିଥାନ୍ତି ଓ ଜଙ୍ଗଲ ପରିବେଶ ସହିତ ବେଶ ପରିଚିତ। ଶିକ୍ଷା, ସ୍ୱାସ୍ଥ୍ୟ, ବୃକ୍ଷରୋପଣ ଓ ଜଳସେଚନ କ୍ଷେତ୍ରରେ ବିକାଶ ହେତୁ କନ୍ଧମାନେ ଅନେକାଂଶରେ ଆଧୁନିକ ସଭ୍ୟତାକୁ ଆପଣାଇଲେଣି। ସମୟର ଗତିରେ ସେମାନଙ୍କ ପରମ୍ପରାଗତ ଜୀବନ ଶୈଳୀ, ପୋଷାକ ପରିପାଟୀ, ରାଜନୈତିକ ସଂଗଠନ, ମୂଲ୍ୟବୋଧ ଏବଂ ବିଶ୍ଵବୋଧରେ ଅନେକ ପରିବର୍ତ୍ତନ ହୋଇଛି। କନ୍ଧ ଆଦିବାସୀମାନଙ୍କର ଉପ ଆଦିବାସୀ ହେଉଛନ୍ତି ‘ଡୋଙ୍ଗରିଆ କନ୍ଧ’। ସେମାନେ ରାୟଗଡା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କିଛି ଭାଗରେ ନିୟମଗିରି ପର୍ବତରେ ବସବାସ କରନ୍ତି। ସେମାନେ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡାରେ ଅଧିକ ବସବାସ କରନ୍ତି । ସେମାନଙ୍କୁ ଡୋଙ୍ଗର (ପର୍ବତ) ର ଡୋଙ୍ଗରିଆ ବା ନିବାସୀ କୁହାଯାଏ। ସେମାନେ ଉଚ୍ଛସ୍ଥାନରେ ନିଜର ଆର୍ଥିକ ଅବଶ୍ୟକତା ପୂରଣ ପାଇଁ ବସବାସ କରିବାକୁ ପସନ୍ଦ କରନ୍ତି। ସେମାନେ ଆଦିମ ଆଦିବାସୀ ଓ ରାଜ୍ୟର 13ଟି ଆଦିବାସୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଘୋଷଣା କରାଯାଇଛି । ଜିଲ୍ଲାରେ ଅନ୍ୟ ଆଦିବାସୀ ସଂପ୍ରଦାୟ ମଧ୍ୟ ଅଛନ୍ତି ମାତ୍ର ସେମାନଙ୍କ ସଂଖ୍ୟା ନଗଣ୍ୟ। କିନ୍ତୁ ଏମାନେ ମଧ୍ୟ ଜିଲ୍ଲାର ପାରସ୍ପରିକ ସଂସ୍କୃତିକୁ ପରିଭାଷିତ କରନ୍ତି । ଓଡିଶାର ଜାତୀୟ ସାଂସ୍କୃତିକ ମାନଚିତ୍ରରେ ଦୁଇଟି ଜନଜାତି ସେମାନଙ୍କର ଶିକ୍ଷାରେ ପଛୁଆ। ମାତ୍ର ସେମାନେ ପାରମ୍ପରିକ ସାଂସ୍କୃତିକ ପରିଚୟ ପାଇଁ ବିଶେଷ ଭାବରେ ପରିଚିତ। ପ୍ରଥମରେ ‘କନ୍ଧ’ ଆଦିମ ଆଦିବାସୀ ଯେଉଁମାନେ ଜିଲ୍ଲାରେ ସମସ୍ତ ବ୍ଲକରେ ବସବାସ କରନ୍ତି । ସେମାନେ ବହୁ ସଂଖ୍ୟାରେ ରାୟଗଡା, ମଣିପୁର, କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକରେ ବସବାସ କରିଥାନ୍ତି । ଦ୍ୱିତୀୟରେ ‘ସୌରା’ ବା ‘ଲାଞ୍ଜିଆ ସୌର।’ । ସେମାନଙ୍କ ପୋଷାକ ପରିପାଟିରେ ଅଣ୍ଟାରେ ପିନ୍ଧୁଥିବା କପଡା ତଳକୁ ଓହଳି ଗୋଟାଏ ଲାଞ୍ଜ ପରି ଦେଖାଯାଏ । ସେଥିପାଇଁ ସେମାନଙ୍କୁ ଲାଞ୍ଜିଆ ସୌରା କୁହାଯାଏ । ସେମାନେ ଗୁଣୁପୁର, ପଦ୍ମପୁର ଏବଂ ଗୁଡାରି ବ୍ଲକରେ ବସବାସକରନ୍ତି । ସେମାନେ ପଟ୍ଟାସିଂଗି ଅଞ୍ଚଳରେ ଅଧିକ ଦେଖାଯାନ୍ତି । ଏହି ସ୍ଥାନଟି ଗୁଣୁପୁର NAC ଠାରୁ 25 କି.ମି ଦୂରରେ ଅବସ୍ଥିତ। ଯଦିଓ ସେମାନେ ଆଧୁନିକ ସଂସ୍କୃତିକୁ ଆପଣାଉଛନ୍ତି ତଥାପି କିଛି ଗ୍ରାମପଞ୍ଚାୟତ ଯଥା ରେଜିଙ୍ଗଟାଳ, ସଗଡା ଏବଂ ପଟ୍ଟାସିଂଗି ରେ ସୌରାମାନେ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ବଜାୟ ରଖିଛନ୍ତି। ହସ୍ତଶିଳ୍ପ ରାୟଗଡା ଜ଼ିଲ୍ଲା ର ଡଙ୍ଗରିଆ କନ୍ଧ ମାନେ ପାରମ୍ପରିକ ଖଦି ବ୍ୟବହାର କରି ସାଲ, କପଡା ଗୁଣ୍ଡ, କଲେଜ ବେଗ, ମୋବାଇଲ କଭର ଇତ୍ୟାଦି ତାଆରି କରୁଛନ୍ତି । ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣୁପୁର କାର୍ଯ୍ୟାଳୟ । ୦୬୮୫୭-୨୫୦୪୩୫ ଅର୍ଥବ୍ୟବସ୍ଥା ଜିଲ୍ଲାଯୋଜନା କମିଟି, ରାୟଗଡ ପ୍ରତିଜିଲ୍ଲାର ଯୋଜନା କମିଟି ଗଠନ କରାଯାଇଛି। ପଞ୍ଚାୟତ ଓ ମ୍ୟୁନିସିପାଲିଟି ଦ୍ଵାରା ପ୍ରସ୍ତୁତ ଯୋଜନା ଖସଡାକୁ ସଂକଳିତ କରି ସମଗ୍ର ଜିଲ୍ଲା ପାଇଁ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ଏହି କମିଟିର ଉଦ୍ଦେଶ୍ୟ । ଜିଲ୍ଲା ଯୋଜନା କମିଟି ରାୟଗଡା ଏକ ପ୍ରମୁଖ ଅନୁଷ୍ଠାନ ଯାହା ଜିଲ୍ଲାର ସମସ୍ତ ଉନ୍ନତି ମୂଳକ ଯୋଜନାକୁ ଅନୁମୋଦିତ କରିଥାଏ। ବିଜୁ କେବିକେ ଯୋଜନା, ବିଆରଜିଏଫ ଯୋଜନା ଓ ପୂର୍ବରୁ ହୋଇଥିବା ସମସ୍ତ ଯୋଜନାଗୁଡ଼ିକର ବ୍ୟୟକୁ ସମୀକ୍ଷା କରିବା ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ଅଟେ । ୧୯୯୮ ମସିହାରେ ନିର୍ମିତ ହୋଇଥିବା ଓ.ଦି.ପି.ସି ନିୟମ ଅନୁଯାୟୀ ଜିଲ୍ଲା ଯୋଜନା କମିଟିରେ ସଭ୍ୟମାନଙ୍କୁ ଚୟନ କରାଯାଏ। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ସଭ୍ୟ ଜିଲ୍ଲା ପରିଷଦ ଏବଂ ମ୍ୟୁନିସିପାଲିଟି ବା ଏନ॰ଏ॰ସି ରୁ ନିର୍ବାଚିତ ହୋଇଥାନ୍ତି । ରାଜ୍ୟ ମନ୍ତ୍ରୀ ପରିଷଦ ମଧ୍ୟରୁ ଜଣଙ୍କୁ ଅଧକ୍ଷ ପଦରେ ରାଜ୍ୟ ସରକାର ମନୋନୀତ କରିଥାନ୍ତି । ଜିଲ୍ଲା କଲେକ୍ଟର ଏହାର ସଦସ୍ୟ ସଚିବ ଅଟନ୍ତି । କୃଷି, ଅର୍ଥନୀତି, ଜଳସେଚନ, ଶିକ୍ଷା, ସାମାଜିକ ଓ ଗ୍ରାମୀଣ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଥିବା ଦୁଇଜଣ ସଭ୍ୟଙ୍କୁ ସରକାର ମନୋନୀତ କରିଥାନ୍ତି । ଏହି ଜିଲ୍ଲାର ବିଧାୟକ ଓ ଲୋକସଭା ସଭ୍ୟ ଏହି କମିଟିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବରେ ରହିଥାନ୍ତି । ଅଙ୍ଗନୱାଡି କେନ୍ଦ୍ରକୁ ଗ୍ୟାସ ଯୋଜନା ଅଙ୍ଗନୱାଡି କେନ୍ଦ୍ରକୁ ଗ୍ୟାସ ସଂଯୋଗ କରାଯାଇଛି । ବିଜୁ କେ.ବି.କେ ଯୋଜନା କୋରାପୁଟ, ବଲାଙ୍ଗିର, କଳାହାଣ୍ଡି (KBK) ଅଞ୍ଚଳର ସମନ୍ଵିତ ବିକାଶ ପାଇଁ ସରକାର ନିରନ୍ତର ଭାବରେ ଚେଷ୍ଟା କରୁଛନ୍ତି। ଅନେକଗୁଡିଏ ଯୋଜନା ସରକାର ହାତକୁ ନେଇଛନ୍ତି। ସରକାର ସଂଶୋଧିତ ଦୀର୍ଘ ମିଆଦି କାର୍ଯ୍ୟାନୁଷ୍ଠାନ ଯୋଜନା (ଆରଏଲଟିଏପି) ଓ ସାର୍ବଜନୀନ ବିନିବେଶ ପାଇଁ KBK ଅଞ୍ଚଳରେ ବିଜୁ KBK ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ରୂପେ ସମର୍ପିତ କରାଯାଇଛି। ବିଜୁବାବୁ KBK ଅଞ୍ଚଳର ବିକାଶ ପାଇଁ ଦୀର୍ଘମିଆଦି ଉନ୍ନୟନ ମୂଳକ ପଦକ୍ଷେପ ନେବା ପାଇଁ ଆହ୍ଵାନ ଦେଇଥିଲେ। ବିଜୁ KBK ଯୋଜନା ଅନ୍ତର୍ଗତ ଜିଲ୍ଲା କାର୍ଯ୍ୟାନୁଷ୍ଠାନ ଯୋଜନା ମାଧ୍ୟମରେ ସରକାର ତିନୋଟି ବିଭାଗକୁ ପ୍ରାଧାନ୍ୟ ଦେଇଛନ୍ତି। ସେମଧ୍ୟରୁ ପ୍ରଥମଟି ବିଜୁଳି (ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା) ଦ୍ଵିତୀୟଟି ସଡକ (ସବୁ ଗ୍ରାମରେ ଭଲ ରାସ୍ତା ରହିବା, ପ୍ରତେକ ଗାଁକୁ ସଡକ ପଥ ଦ୍ଵାରା ଯାତାୟାତର ବ୍ୟବସ୍ଥା କରିବା) ଓ ତୃତୀୟରେ ପାଣି (ଜଳସେଚନ ଦ୍ଵାରା ପିଇବା ପାଣିର ଆବଶ୍ୟକତା ମେଣ୍ଟାଇବା) ଏହାଛଡା ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ଅନ୍ୟ ପରିଯୋଜନାକୁ ମଧ୍ୟ ସରକାର ବିଜୁ KBK ଯୋଜନା ମାଧ୍ୟମରେ ଅଗ୍ରାଧିକାର ଦେବାକୁ ସ୍ଥିର କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା- ଅର୍ଥନୈତିକ, ସାମାଜିକ ଓ ମାନବ ସମ୍ବଳ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା। ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବା। ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା। ଗ୍ରାମୀଣ ଲୋକଙ୍କୁ ସଶକ୍ତିକରଣ କରିବା ଓ ସଂଗଠିତ କରିବା। ବି.ଆର.ଜି.ଏଫ ଦ୍ଵାରା ଅନ୍ତର୍ଭୁକ୍ତ ହୋଇନଥିବା ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବା। ପୋଷଣ ଯୋଜନା ଅଧିକ ଜାଣିବା ପାଇଁ "ପୋଷଣ ଯୋଜନା, ୨୦୨୦" ଶିକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଉତ୍ତରଦାୟୀ। ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ମଧ୍ୟାହ୍ନ ଭୋଜନ,RMSA,INSPIRE, କନ୍ୟା ପ୍ରୋସାହନ, ଦିବ୍ୟାଙ୍ଗ ମାନଙ୍କ ପାଇଁ ସମନ୍ଵିତ ଶିକ୍ଷା, ସାକ୍ଷର ଭାରତ, ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ,UNICEF,UNESCO, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଆଦି ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି । ବିଦ୍ୟାଳୟରେ ଛାତ୍ର ଉପସ୍ଥାନ ବୃଦ୍ଧି, ବିଜ୍ଞାନ ଓ ପ୍ରଦ୍ୟୋଗିକୀର ପ୍ରୟୋଗ, ଶିକ୍ଷା ସାମଗ୍ରୀ ପ୍ରସ୍ତୁତି ଆଦିକୁ ସଫଳତାର ସହ ଆଗେଇ ନେବା ପାଇଁ ଅଧିକ ସଂଖ୍ୟକ Project Post ସୃଷ୍ଟି କରାଯାଇଅଛି । ସ୍ୱାସ୍ଥ୍ୟ କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ । ଆଶା କର୍ମୀ ଏବଂ ଅଙ୍ଗନବାଡିଙ୍କ ଭୂମିକା କରୋନା ମିକାବିଲା ପାଇଁ ଆଶା କର୍ମୀଙ୍କ ସଚେତନତା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ୪ ନମ୍ବର ୱାର୍ଡରେ କରୋନା ମୁକାବିଲା ପାଇଁ ସଚେତନତା କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲାବନ୍ଦକୁ ସମସ୍ତେ ମିଶି ସହଯୋଗ କରିବା ସହ କରୋନାକୁ ଦୂରେଇବା ପାଇଁ ମୁକୁନ୍ଦପୁର ଗ୍ରାମର ଆଶାକର୍ମୀ କୁନି ଦୋରା ପ୍ରତି ସାହି ସାହି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ବିନା କାରଣରେ ଘରୁ ବାହାରକୁ ବାହାରିବା ନାହିଁ । ପରସ୍ପର ସତର୍କତା ଅବଲମ୍ବନ କରିବା, ପରିଷ୍କାର ପରିଚ୍ଛନ୍ନ ରହିବା ସହ ହାତ, ଆଖି, କାନ ଓ ନାକ ଛୁଇଁବା ନାହିଁ, ହାତକୁ ବାରମାର ସାବୁନରେ ଭଲଭାବେ ଧୋଇବା, ଗୋଟିଏ ସ୍ଥାନରେ ଭିଡ କରିବା ନାହିଁ ଓ ବାହାରକୁ ଯାଇଥିବା ଲୋକ ଆସିଲେ ସେମାନଙ୍କ ଠାରୁ ୧ ମିଟର ଦୂରତାରେ ରହି କାଶ, ଥଣ୍ଡା, ତଥା ତଣ୍ଟି ଦରଜ ହେଲେ ଏବଂ ନିଶ୍ୱାସ ନେବାରେ ସମସ୍ୟା ହେଲେ ତୁରନ୍ତ ଚିକିତ୍ସାଳୟ ଯାଇ ଡାକ୍ତରଙ୍କ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପରାମର୍ଶ ନେଇ ଚିକିତ୍ସିତ ହେବାକୁ । ଆଶାକର୍ମୀ କୁନି ଦୋରା ଉପସ୍ଥିତ ଲୋକଙ୍କୁ ଅବଗତ କରୁଛନ୍ତି । ଏଥିରେ ସମସ୍ତେ ମିଳିମିଶି କରୋନାକୁ ରୋକିବା ସହ ସରକାରଙ୍କ ଆଦେଶକୁ ଅବମାନନା ନ କରି ସହଯୋଗ କରିବା ନେଇ ଶପଥ ନେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ୪ ନମ୍ବର ୱାର୍ଡର ମହିଳା ଉପସ୍ଥିତ ରହି ସହଯୋଗ କରିଥିଲେ। ଅଙ୍ଗନବାଡିକେନ୍ଦ୍ର ରଡାଙ୍ଗି ଏବଂ ଅଙ୍ଗନବାଡି ଦିଦିଙ୍କ ଭୂମିକା ରାୟଗଡ଼ ଜିଲ୍ଲାର କଲନୋରା ବ୍ଲକର ସୁରି ଫଚାୟତର ରଡ଼ାଙ୍ଗି ଗ୍ରାମ । ଦିଦି ଶିଶୁଙ୍କୁ ନିଜ ମାତୃଭାଷା କୁଇରେ ଖାଦ୍ୟଶସ୍ୟକୁ ନେଇ ସଂଗୀତ ମାଧ୍ୟମରେ ଶିକ୍ଷା ଦିଆଯାଏ । ସଂଗୀତ ସଂଦେଶ ଦେଉଥିଲା । ଜଙ୍ଗଲଜାତ ଫଳ ତଥା ଜାମ୍ମୁକୋଳି , ବରକୋଳି, କେନ୍ଦୁ, ଆଦି ଜଙ୍ଗଲଜାତ୍ର ଦ୍ରବ୍ୟର ଫଳକୁ କିପରି ଆମେ ଖାଦ୍ୟ ରୂପେ ନେଉ । କେନ୍ଦ୍ରର ସବୁଠାରୁ ବିଶେଷତ୍ୱ ହେଲା ଅଙ୍ଗନବାଡି ଦିଦି ମାତୃଭାଷା କୁଇ ଏବଂ ଓଡ଼ିଆରେ ଶିକ୍ଷାଦାନ କରୁଛନ୍ତି । ଦିଦିଙ୍କ ପାଖରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷାଦାନ ନିମନ୍ତେ କୁଇ ଭାଷାଭାଷୀଙ୍କ ନିମନ୍ତେ ପ୍ରସ୍ତୁତ ନୂଆ ଅରୁଣିମାର ସହାୟତା ନେଉଛନ୍ତି କିନ୍ତୁ ନିଜର ଶିଶୁଙ୍କ ଆଗ୍ରହ, ନିଜ ଅଂଚଳର ଶବ୍ଦ ଏବଂ ଜ୍ଞାନବିଜ୍ଞାନକୁ ନେଇ ଗଳ୍ପ, ଗୀତ ଆକାରରେ ଶିକ୍ଷାଦାନ କରୁଛନ୍ତି । ଅଙ୍ଗନବାଡ଼ି ଦିଦି ମାତୃଭାଷା ଆଧାରିତ ଶିକ୍ଷାକୁ ଗୁରୁତ୍ଵ ଉପଲବ୍ଧ କରିଛନ୍ତି ଏବଂ ଏହାକୁ ପ୍ରୟୋଗ କରୁଛନ୍ତି । ରାୟଗଢ଼ ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରୁ କଲନୋରା ଗୋଟିଏ ବ୍ଲକ । ସୁରି ଫଚାୟତରେ ବା ରଡ଼ାଙ୍ଗି ଗ୍ରାମଟି କଲନୋରା ବ୍ଳକ ଠାରୁ ପାଖାପାଖୁ ୭ କିଲୋମିଟର ଦୂର ହେବ । ନିକଟରେ ଏହି ଗ୍ରାମକୁ ଯିବା ରାସ୍ତାଟି ପିଚୁରାସ୍ତା ହୋଇଛି । ବ୍ଲକ ମହକୁମାକୁ ଯିବା ନିମନ୍ତେ ଗ୍ରାମବାସୀଙ୍କ ଗମନାଗମନ ପାଇଁ କେବଳ ଗ୍ରାମରେ ବା ଟାଟା ମେଜିକୁ ଭୂପରେ ନିର୍ଭର କରିଥାଆନ୍ତି । ଗ୍ରାମରେ ୧୨୪ ଟି ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ହେଉଛି ୫୪୭ । ସେମାନଙ୍କ ମଧ୍ୟରୁ ୨୫୦ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨୯୭ ଶୂନରୁ ତିନିବର୍ଷ ଶିଶୁଙ୍କ ସଂଖ୍ୟା ୧୧ଟି ପୁଅ ଅବା ବେଳେ ୨୩ ଜଣ ଝିଅ ଅଛନ୍ତି । ତିନିରୁ ଝିଅବର୍ଷର ଶିଶୁ ପୁଅ ସଂଖ୍ୟା ୧୧ ଏବଂ ଝିଅଙ୍କ ସଂଖ୍ୟା ୧୬ । ଗ୍ରାମର ସମସ୍ତ ତିନିବର୍ଷରୁ ୬ ବର୍ଷ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଛନ୍ତି । ଅଙ୍ଗନବାଢ଼ିର ଦାୟିତ୍ଵରେ ଅଛନ୍ତି ସୁଶ୍ରୀ ବୃନ୍ଦାବତି କଣ୍ଡାଗିରି। ୧୯୯୧ ମସିହାରୁ ରଡ଼ାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଭାବରେ ଏହି କେନ୍ଦ୍ରରେ କାର୍ଯ୍ୟରତ । ଅଙ୍ଗନବାଡ଼ି କେନ୍ଦ୍ରକୁ, ୨୭ଟି ଶିଶୁ ନାମ ଲେଖା ହୋଇଥିବା ବେଳେ ନିୟମିତ ଭାବରେ ୨୫, ୨୬ କଣ କେନ୍ଦ୍ରକୁ ଆସୁଛନ୍ତି । ଅଙ୍ଗନବାଡ଼ି ଦିଦି ଛୋଟ ଛୋଟ ଶିଶୁଙ୍କ ଦାୟିତ୍ଵ ନେଇଛନ୍ତି, ସ୍ନେହ ଯୋଗାଇଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରକୁ ସୁନ୍ଦର ଭାବରେ ସଜାଇଛନ୍ତି ଏବଂ କେନ୍ଦ୍ରକୁ ଆସୁଥିବା ଶିଶୁମାନେ ମଧ୍ୟ ଏହି ଶିକ୍ଷଣସାମ୍ରଗୀକୁ ତାଙ୍କ ମନ ମତାବକ ବ୍ୟବହାର କରୁଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ନିଜ କେନ୍ଦ୍ରରେ ନିଜ ଅଂଚଳ, ନିଜ ସଂସ୍କୃତିକୁ ନେଇ ବିଭିନ୍ନ ଶିକ୍ଷଣସାମଗ୍ରୀ ରହିଛି । ଶିଶୁମାନେ ଏହାଦ୍ଵାରା ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଵାଭିମାନ ଜାଗ୍ରତ ହେବ। କେନ୍ଦ୍ରରେ କୃଷିରେ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମକୁ ଛୋଟ ଛୋଟ ଆକାରରେ ତିଆରି କରି ପ୍ରଦର୍ଶନ କରାଯାଇଛି, ଯାହାକି ଗ୍ରାମବାସୀମାନେ ନିଜେ ନିଜେ ତିଆରି କରି କେନ୍ଦ୍ରକୁ ଦେଇଛନ୍ତି । ବିଭିନ୍ନ ଖାଦ୍ୟଶସ୍ୟକୁ ମଧ୍ୟ ଶୁଖିଲା ଭାବରେ ପ୍ରଦର୍ଶନ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରକୁ ଗ୍ରାମର ସମସ୍ତ ବର୍ଗର ଲୋକଙ୍କ ସାହାଯ୍ୟ ଓ ସହଯୋଗ ରହିଛି । ଏହି ଭଳି କେନ୍ଦ୍ରରେ ବିଭିନ୍ନ ପ୍ରକାର କୋଣ ରହିଛି ଯଥା ଖାଦ୍ୟଶସ୍ୟ କୋଣ, କଣ୍ଡେଇ କୋଣ, ଖେଳନା କୋଣ, ଅରୁଣିମା କୋଣ, ଗଞ୍ଚ କୋଣ ଆଦି ରହିଛି । ଶିକ୍ଷଣ ସାମଗ୍ରୀ ତଥା ଚିତ୍ର ସମ୍ବନ୍ଧୀୟ ଶିକ୍ଷକ ସାମଗ୍ରୀ ପ୍ରସ୍ତୁତ କରିବାରେ ଗ୍ରାମରେ ବାହାରେ ଶିକ୍ଷା ଲାଭ କରୁଥିବା ଶିଶୁମାନେ ସହଯୋଗ କରିଥାଆନ୍ତି । ବିଭିନ୍ନ ସମୟରେ ମାଆମାନେ ମିଶି ମାଟିରେ ବିଭିନ୍ନ ଖେଳନା ସାମଗ୍ରୀ, ଶିକ୍ଷଣ ସାମଗ୍ରୀ କରିଛନ୍ତି । କେନ୍ଦ୍ରରେ କିଣାଯାଇବା ସାମଗ୍ରୀ ଅପେକ୍ଷା ହାତ ପ୍ରସ୍ତୁତିର ଅନେକ ଶିକ୍ଷଣ ସାମଗ୍ରୀ, ଖେଳନା ଆଦି ରହିଛି । ନିଜ ସଂସ୍କୃତି, ନିଜର ପରମ୍ପରା ଏବଂ ଶିଶୁମାନଙ୍କ ମନଲାଖି ହେବା ଭଳି କେନ୍ଦ୍ରରେ ଶିକ୍ଷଣ ସାମଗ୍ରୀ ଏବଂ ଖେଳନା ରହିଛି । ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୮ଟାରେ ଖୋଲାଯାଏ । କେନ୍ଦ୍ରକୁ କେନ୍ଦ୍ରର ସବୁ ଠାରୁ ବିଶେଷତ୍ଵ ହେଲା, ଶିଶୁ ମାନେ କେନ୍ଦ୍ରର ଶିଶୁ ମାନେ ନିଜର କେନ୍ଦ୍ରକୁ ଉପଭୋଗ କରୁଛନ୍ତି । ନିଜ ମାତୃଭାଷା ଭଲ ଭାବରେ ବୁଝି ପାରୁଛନ୍ତି, ଏବଂ ଓଡ଼ିଆରେ ମଧ୍ୟ ଜଭର ଦେଇପାରୁଛନ୍ତି । ଅଙ୍ଗନବାଡି କର୍ମୀ ମାତୃଭାଷା ଆଧାରିତ ଶିକ୍ଷାର ଗୁରୁତ୍ଵ ଅନୁଭବ କରିଛନ୍ତି ଏବଂ ଏହାର ପ୍ରୟୋଗ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ୩+ ବୟସର ୧୪ କଣ, ୪+ ବୟସର ୭ ଜଣ ଏବଂ ୫+ବୟସର ୬ ଜଣ ଶିଶୁ ଅଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରଟି ବର୍ଷ ଦୁଇବର୍ଷ ହେଲା ହୋଇଛି । ଏହି ଦୃଷ୍ଟିରୁ ଏହାର ପାଇଖାନା, ରୋଷଇ ଘର ରହିଛି । ରଡ଼ାଙ୍ଗି ଗ୍ରାମ ଶିକ୍ଷା ଦିଗରେ ଅଗ୍ରସର ରହିଛି । ୧୯୪୨ ମସିହାରୁ ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି । ସମୟ ଥିଲା, ଏହି ବିଦ୍ୟାଳୟଟି ଗ୍ରାମର ଅନେକଙ୍କୁ ଭଲ ଓ ଶିଖୁ ମଣିଷ ଭାବରେ ଗଢିବା । ନିମନ୍ତେ ଭିତ୍ତିଭୂମି ଯୋଗାଇଛି ବୋଲି ଗ୍ରାମବାସୀ କହନ୍ତି । ଗ୍ରାମର ସମସ୍ତେ ଏହି ବିଦ୍ୟାଳୟରେ ପଢ଼ି ପରବର୍ତ୍ତୀ ସମୟରେ ମୁନିଗୁଢ଼ା ହାଇସ୍କୁଲ କିମ୍ବା ଅନ୍ୟ କୌଣସି ବିଦ୍ୟାଳୟରେ ଯାଇ କରୁଥିଲେ । ପୂର୍ବରୁ ଅନେକ ଛାତ୍ରୀଛାତ୍ର ୧୦ ମ ପାସ କରିଛନ୍ତି । ଗ୍ରାମର କେତେକ ଶିକ୍ଷକ ହୋଇପାରିଛନ୍ତି ଓ ବିଭିନ୍ନ କ୍ଷେତ୍ରରେ ଚାକିରୀ କରିଛନ୍ତି । ଏହି ଗ୍ରାମରୁ ବିହୁତିଲତା ହୁଇକାଙ୍କ ଭଳି ସମାଜକର୍ମୀ ମଧ୍ୟ ବାହାରିଛନ୍ତି । ଅଙ୍ଗନବାଡି ଦିଦି ବୃନ୍ଦାବତି କଣ୍ଡାଗିରିଙ୍କ ମତରେ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ମୋ ପିତା ଲକ୍ଷ୍ମୀଧର । କଣ୍ଡାଗିରି, ଭାଇ ଏବଂ ତାଙ୍କ ଦୁଇଭଉଣୀ ସମେତ ଅନେକଙ୍କୁ ଏହି ବିଦ୍ୟାଳୟଟି ଜଣେ ଶିକ୍ଷିତ ଓ ଭଲ ମଣିଷ ଭାବରେ ଗଢ଼ି ତୋଳିଛି । ଏହି ସବୁର ଶ୍ରେୟ ଏହି ପ୍ରାଥମିକ ବିଦ୍ୟାଳୟର ଗୁଣାର୍ତ୍ତକ ପାଠପଢ଼ା, ଶିକ୍ଷକଙ୍କ ମହତ୍ତ୍ୱ ଅବଦାନ ହେତୁ ବର୍ତ୍ତମାନ ଗ୍ରାମର ଶିଶୁମାନେ ଏହି ବିଦ୍ୟାଳୟରେ ପଢ଼ିବା ସହିତ ବାହାରେ ମଧ୍ୟ ଶିକ୍ଷାଦିକ୍ଷା ଲାଭ କରୁଛନ୍ତି । ଜଣେ ଆଦିବାସୀ ଝିଅ ନିବେ ଦଶକରେ ମାଟ୍ରିକ ପାସ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ହେଉ କିମ୍ବା ଭଲ ଚାକିରୀ ପ୍ରତି ଲାଳସା ରଖିନାଆନ୍ତି । ଯେବଳ ଅଙ୍ଗନବାଡ଼ିରେ ସ୍ଵଳ୍ପ ଦରମା ଥିଲା , ସେ ସମୟରେ ନିଜର ବୃତ୍ତି ଭାବରେ ଅଙ୍ଗନବାଡ଼ି ଦାୟିତ୍ଵ ନେଇଛନ୍ତି । ଏଥ୍ୟପାଇଁ ସେ ତାଙ୍କର ପିତାଙ୍କ ପ୍ରେରଣା ପାଇଛନ୍ତି ଏବଂ ଗ୍ରାମର ଶିଶୁ ଯତ୍ନ ନେବା ସହିତ ନିଜ ପରିବାରର ମଧ୍ୟ ଯତ୍ନକୁ ଗୁରୁତ୍ଵ ଦେବା ଉଦ୍ଦେଶ୍ୟରେ ସେ ଅନ୍ୟ ଚାକିରୀ ପ୍ରତି ପ୍ରୟାସ କରିନାହାନ୍ତି । ସବୁଠାରୁ ବଡ଼କଥା ହେଲା କେନ୍ଦ୍ରର ଉଭୟ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ବାହା ହୋଇନାହାନ୍ତି । ଫଳରେ ଗ୍ରାମର ଶିଶୁ ଯତୁ ଓ ଦାୟିତ୍ଵ ନେଇଛନ୍ତି । ନିଜର ଅଧିକାଂଶ ସମୟ ଅଙ୍ଗନବାଡ଼ି କେନ୍ଦ୍ର, ନିଜ ପରିବାର ସମ୍ପର୍କୀୟ, ଗ୍ରାମବାସୀ ତଥା ସ୍ଵୟଂ ସହାୟକ ଦଳକୁ ସହଯୋଗ କରିଥାଆନ୍ତି । ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଦିନ ଶିଶୁମାନଙ୍କୁ ଭାତ, ଡାଲମା ସହିତ ଅଣ୍ଡା ଦିଆଯାଇଥିଲା । ଡାଲମାରେ ଯଥେଷ୍ଟ ମାତ୍ରାରେ ପନିପରିବା ପଡ଼ିଥିଲା । ଶିଶୁମାନେ ଖୁସିରେ ନିଜ ନିଜର ଖାଦ୍ୟ ଖାଉଥିଲେ । ଶିଶୁମାନେ ଖୁବ ଖୁସି ଅନୁଭବ କରିବା ସହିତ ସଫସୁତୁରା ସହିତ ସୁସ୍ଥ ଓ ସବଳ ଦେଖାଯାଉଛନ୍ତି । ଶିଶୁମାନଙ୍କର ଯତ୍ନ ଓ ବିକାଶ ଦିଗରେ ଅନ୍ତିକୁଳ ବାତାବରଣ ଯୋଗାଇବା, ଶିଶୁ ମାନଙ୍କର ସାର୍ବଜନୀନ ବିକାଶ ପ୍ରତି ଯତ୍ନଶୀଳ ହେବା, ଗୋଷ୍ଠୀ ସହିତ ଉଭମ ସଂପର୍କ, ଗ୍ରାମରେ ଶିକ୍ଷା ଦିଗରେ ବାତାବରଣ ସୃଷ୍ଟି କରିବା, ଦିଗରେ ଅଙ୍ଗନବାଡ଼ି କେନ୍ଦ୍ରଟିର ନିଶ୍ଚୟ ଅବଦାନ ରହିଛି, ଏହାକୁ ଯେ କେହି ଅନୁଭବ କରିବ । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା କ୍ଷେତ୍ରରେ ଅଙ୍ଗନ ବାଢ଼ି କର୍ମୀ ବୃନ୍ଦାବତୀ କଣ୍ଡାଗିରିଙ୍କ ମାତୃଭାଷାର ବ୍ୟବହାର, ମାତୃଭୂମି ଓ ନିଜ ଗୋଷ୍ଠୀର ଶିଶୁମାନଙ୍କ ଯତ୍ନ ଓ ଶିକ୍ଷା ପ୍ରତି ଆଗ୍ରହ ଦ୍ଵାରା ଏହି କେନ୍ଦ୍ରଟି ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଉଦାହରଣ ସୃଷ୍ଟି କରିପାରିଛି, ଶିଶୁ ଯତ୍ନ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ଆଦର ଲାଭ କରିପାରିଛି । ପର୍ଯ୍ୟଟନ ସ୍ଥଳ ମା ମଝିଘରିଆଣି ମନ୍ଦିର, ରାୟଗଡ଼ ମା ମାଝିଘରିଆଣୀ ମନ୍ଦିର ଦକ୍ଷିଣ ଓଡିଶା ତଥା ଆନ୍ଧ୍ରପ୍ରଦେଶ ର ଏକ ପ୍ରମୂଖ ପୀଠସ୍ଥଳୀ ଅଟେ. ବିଶେଷ କରି ଅଭିଵକ୍ତ କୋରାପୁଟ ଜ଼ିଲ୍ଲା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ ରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏହି ପୀଠସ୍ଥଳୀ କୁ ମା’ ଙ୍କ ଦର୍ଶନ ସକାଶେ ଆସିଥାନ୍ତି । ଏଠାରେ ମା’ ଙ୍କ କେବଳ ମୂଖ ଭାଗଟି ହିଁ ପୂଜାପାଏ. ମା’ଙ୍କ ଭକ୍ତ ଙ୍କର ଭିଡ ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ଦିନ ଦେଖିବାକୁ ମିଳିଥାଏ. ମା’ଙ୍କ ଚୈତ୍ର ପର୍ବ ଏହି ପୀଠ ର ଏକ ବିଶେଷ ଏବଂ ପ୍ରସିଦ୍ଧ ପର୍ବ ଅଟେ ଯାହାକି ପ୍ରତି ବର୍ଷ ଚୈତ୍ର ମାସ( ମାର୍ଚ୍ଚ-ଅପ୍ରେଲ) ରେ ପାଳନ କରାଯାଏ । ଲକ୍ଷ୍ମୀ ନାରାୟଣ ମନ୍ଦିର, ଥେରୁବାଲି ଥେରୁବାଲି ସ୍ଥିତ IMFA ପରିସର ରେ ଥିବା ଲକ୍ଷ୍ମୀନାରାୟଣଙ୍କ ର ଏକ ପ୍ରସିଦ୍ଧ ଭବ୍ୟ ମନ୍ଦିର ଅଛି ଯେଉଁଠି ଲକ୍ଷ୍ମୀନାରାୟଣଙ୍କ ବ୍ୟତୀତ ହନୁମାନ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିର ର ନିର୍ମାଣ ଶୈଳୀ ସହ ପରିସର ରେ ଥିବା ପୁଷ୍ପ ଉଦ୍ୟାନ ଟି ମନ୍ଦିର ର ଶୋଭା ବର୍ଦ୍ଧନ କରୁଛି । ଝୁଲାପୋଲ, ଚେକାଗୁଡା ରାୟଗଡ଼ ସହର ଉପାନ୍ତ ରେ ଥିବା ଚେକଗୁଡ଼ା ଗାଁ ନିକଟବର୍ତ୍ତୀ ନାଗାବଳୀ ନଦୀ ରେ ଏକ ଝୁଲା ବ୍ରିଜ଼ ର ନିର୍ମାଣ କରାଯାଇଛି ଯାହା ଓଡିଶା ର ଏହି ପ୍ରକାରର ଦ୍ଵିତୀୟ ବ୍ରିଜ଼. ବ୍ରିଜ଼ ଟି ନାଗାବଳୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଏହି ବ୍ରିଜ଼ ୧୫୧ମିଟର ଦୀର୍ଘ । ଆଦିବାସୀ ଅଧ୍ୟୁଷିତ ପାଖାପାଖି ୯ଟି ଗ୍ରାମପଂଚାୟତର ୨୦,୦୦୦ ରୁ ଉର୍ଦ୍ଧ ଜନଜାତି ଙ୍କୁ ରାୟଗଡ଼ ସହର ସହ ଯୋଡ଼ିବାରେ ଏହି ବ୍ରିଜ଼ ର ଏକ ପ୍ରମୁଖ ଭୂମିକା ରହିଛି. କର୍ଣ୍ଣାଟକ ରେ ସ୍ଥାପିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରିଶ ଭରଦ୍ୱାଜ ଙ୍କ ଦ୍ଵାରା ଏହି ବ୍ରିଜ଼ ର ଡିଜାଇନ ପ୍ରସ୍ତୁତ କରାଯାଇଛି. ଓଡିଶା ପୋଲିସ ହାଉସିଂ କପୋର୍ରେସନ ଦ୍ଵାରା ଏହି ବ୍ରିଜ଼ ନିର୍ମିତ ହୋଇଛି । ମୀନାଝୋଲା ଏହା ରାୟଗଡା ଠାରୁ 134 କି. ମି ଦୂରରେ ଅବସ୍ଥିତ। ଏହା ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ। ଏଠାରେ ତିନୋଟି ନଦୀର ସଙ୍ଗମ ସ୍ଥଳରେ ଏକ ଭବ୍ୟ ଶିବମନ୍ଦିର ଅବସ୍ଥିତ। ଏହା ବନ୍ୟା ପ୍ରାଣୀ ଭରା ଘଞ୍ଚ ଜଙ୍ଗଲରେ ଅବସ୍ଥିତ । ଏହି ସ୍ଥାନ ଶିବରାତ୍ରି ପାଇଁ ପ୍ରସିଦ୍ଧ ଅଟେ। ଯଦିଓ ଏଠାକୁ ସବୁ ଋତୁରେ ଗମନାଗମନର ସୁବିଧା ନାହିଁ ତଥାପି ଏହି ସ୍ଥାନଟି ଦର୍ଶନୀୟ ଅଟେ। ରାୟଗଡା ଓ ଗୁଣୁପୁରରୁ ଗୁଡାରି ପର୍ଯ୍ୟନ୍ତ ନିୟମିତ ବସର ସୁବିଧା ଅଛି। ଅବଶିଷ୍ଟ 25 କି. ମି ଗାଡିରେ ଯାଇ ହେବ। ଚାଟିକଣା ଏହି ସ୍ଥାନଟି ରାୟଗଡା ଠାରୁ 48 କି. ମି ଦୂରରେ ଘାଟି ଓ ବିଭିନ୍ନ ପାହାଡ ପରିବେଷ୍ଟିତ। ମହାଦେବ ମନ୍ଦିର ଦର୍ଶନ ପାଇଁ ଏଠାକୁ ଭକ୍ତମାନେ ଆସିଥାନ୍ତି। ଏଠାରେ ପିକନିକ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସୁନ୍ଦର ଝରଣା ଅତ୍ୟନ୍ତ ମନୋମୁଗ୍ଧକର ଅଟେ। ଶିବରାତ୍ରିରେ ଏଠାରେ ଭଗବାନ ଶିବଙ୍କର ବହୁବିଧ ପୂଜା ଅର୍ଚ୍ଚନା କରାଯାଏ। ଚଟିକୋଣାର ଡୋଙ୍ଗରିଆ କନ୍ଧ ଜାତି ଆଦିବାସୀ ଜନଜାତି ଅନ୍ତର୍ଭୁକ୍ତ। ନାଗରିକ ସେବା ସରକାରଙ୍କ ତରଫ ରୁ ମିଳୁଥିବା ନାଗରିକ ସେବା ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ । ବିଭିନ୍ନ ସରକାରୀ ବିଭାଗ ଜରୁରୀ ନମ୍ବର ବିଭିନ୍ନ ସରକାରୀକୁ ଯୋଗାଯୋଗ କରିବା ପାଇଁ ଜରୁରୀ ନମ୍ବର ବିଷୟରେ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ କ୍ଲିକକରନ୍ତୁ । ଆଧାର -" ରାୟଗଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"