ମୂଳତଃ ଏହି କାର୍ଯ୍ୟକ୍ରମ, ଦେଶୀୟ ଓ ବିଦେଶୀ- ପୁଞ୍ଜି ନିବେଶକାରୀଙ୍କୁ ଏକ ଭରସା ଦିଏ ଯେ ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷ କେବଳ ଏକ ଉତ୍ପାଦନର ନାଭିକେନ୍ଦ୍ର ହେବା ସହ ନିଯୁକ୍ତି ସୃଷ୍ଟି କରିବା ପାଇଁ ସକ୍ଷମ । ପ୍ରକୃତରେ ଏହା ଏକ ଗମ୍ଭୀର ଓ ମହତ୍ଵପୂର୍ଣ୍ଣ କାର୍ଯ୍ୟକୁ ଲମ୍ଫ ଦେବା ସହ ସମାନ, କିନ୍ତୁ ଏଥିରେ ଯେକୌଣସି ନୂତନ ପଦ୍ଧତିର ଦୁଇଟି ଗୁଣ ଅନ୍ତର୍ନିହିତ । ପ୍ରଥମତଃ ନୂତନ ସୁଯୋଗ ଓ ଦ୍ଵିତୀୟଟି ଜଟିଳ ପରିସ୍ଥିତି କୁ ସାମ୍ନା କରିବା ପାଇଁ ଏକ ସନ୍ତୁଳନ । ରାଜନୈତିକ ନେତୃତ୍ଵ ରୁ ଏକ ଲୋକ ଲୁଭାବନତା ଅଧିକାଂଶ ଭାବେ ଆଶା କରାଯାଏ, କିନ୍ତୁ ମେକ ଇନ ଇଣ୍ଡିଆ ଅର୍ଥନୈତିକ ବିବେକ ସହ ପ୍ରଶାସନିକ ଦୋଶନିବୃତ୍ତିର ଏକ ମିଶ୍ରଣ ଯାହାକି ଜନସାଧାରଣଙ୍କ ଏକ ଆଜ୍ଞାପତ୍ର ଭଳି କାର୍ଯ୍ୟକରିଥାଏ – ଏକ ଆଶାୟୀ ଭାରତ !!! ଶାସକୀୟ ୱେବସାଇଟ www.makeinindia.gov.in ଦେଶ ପାଇଁ ଅନ୍ୟାନ୍ୟ ବିଷୟ ସହିତ ଉତ୍ପାଦନ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ମଧ୍ୟମ ଅବଧି ପାଇଁ ୧୨ ରୁ ୧୪ ପ୍ରତିଶତ, ସମୁଦାୟ ଘରୋଇ ଉତ୍ପାଦରେ ଉତ୍ପାଦନ କ୍ଷେତ୍ର ର ଭାଗ ୧୬% ରୁ ୨୫% କୁ ବୃଦ୍ଧି ପାଇଁ ତଥା ଏହା ସହ କେବଳ ଉତ୍ପାଦନ କ୍ଷେତ୍ରରେ ୨୦୨୨ ମସିହା ସୁଦ୍ଧା ୧୦୦ ନିୟୁତ କର୍ମ ନିଯୁକ୍ତି ସୃଷ୍ଟି କରିବା ପାଇଁ କରିବା ପାଇଁ ବଦ୍ଧପରିକର । ଜାନୁଆରୀ ୨୦୧୦ ସୁଦ୍ଧା ଉତ୍ପାଦନ କ୍ଷେତ୍ର ରେ ଦେଶର ଉତ୍ପାଦନ କ୍ଷେତ୍ରରେ; ଯାହାକି ସମୁଦାୟ ଉତ୍ପାଦନର ଚତୁର୍ପଞ୍ଚମାଂଶ, କେବଳ ୩.୩ % ଅଭିବୃଦ୍ଧି ହୋଇଥିଲା; ସେହି ଅନୁସାରେ ଉପରୋକ୍ତ ଲକ୍ଷ ବିଶାଳ ପରି ମନେ ହୁଏ । ଲକ୍ଷ ମଧ୍ୟମ ଅବଧିରେ ଉତ୍ପାଦନ କ୍ଷେତ୍ରରେ ବାର୍ଷିକ ୧୨ ରୁ ୧୪% ଅଭିବୃଦ୍ଧି । gross ଘରୋଇ ଉତ୍ପାଦରେ ଉତ୍ପାଦନ କ୍ଷେତ୍ର ର ଭାଗ ୧୬% ରୁ ୨୫% କୁ ବୃଦ୍ଧି । ଉତ୍ପାଦନ କ୍ଷେତ୍ରରେ ୨୦୨୨ ମସିହା ସୁଦ୍ଧା ୧୦୦ ନିୟୁତ କର୍ମ ନିଯୁକ୍ତି ସୃଷ୍ଟି । ଗ୍ରାମୀଣ ନିର୍ଗମନ ଲୋକଙ୍କ ମଧ୍ୟରେ ଏବଂ ସହରୀ ଗରିବ ଲୋକଙ୍କ ମଧ୍ୟରେ ସମ୍ମିଳିତ ବିକାଶ ଘରୋଇ ମୂଲ୍ୟ ଯୁକ୍ତି ଏବଂ ପ୍ରଯୁକ୍ତି ଗଭୀରତା କ୍ଷେତ୍ର ରେ ବୃଦ୍ଧି । ବିଶ୍ଵ ସ୍ତରର ପ୍ରତିଯୋଗୀତାରେ ଭାରତୀୟ ଉତ୍ପାଦନ କ୍ଷେତ୍ର ର ବୃଦ୍ଧି । ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ସତତ ବୃଦ୍ଧି ନିଶ୍ଚିତ କରିବା ଭାରତ ବିଶ୍ଵ ସ୍ତରରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିବା ଏବଂ ୨୦୨୦ ମସିହା ସୁଦ୍ଧା ଉତ୍ପାଦନ କ୍ଷେତ୍ର ରେ ମଧ୍ୟ ତୃତୀୟ ସ୍ଥାନ ମଧ୍ୟରେ ରହିବା ଆଶା କରାଯାଏ । BRICKS ସ୍ତରରେ ୨୦୫୦ ମସିହା ସୁଦ୍ଧା ଭାରତର ଭୂମିକା ସମ୍ବନ୍ଧରେ ହୋଇଥିବା ପ୍ରତିବଦ୍ଧତା ଠାରୁ ଏହା ବହୁତ ଅଧିକ ମହାତ୍ୱାକାଂକ୍ଷ୍ୟି ପରି ଲାଗେ । “ଅନୁକୂଳ ଜନସାଙ୍ଖ୍ୟିକିୟ ଲାଭାଂଶ” ପରି ଭାରତର ଉତ୍ପାଦନ କ୍ଷେତ୍ରରେ ସକାରାତ୍ମକ ତତ୍ଵ ଆସନ୍ତା ୨-୩ ଦଶନ୍ଧି ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଉତ୍ତମ କର୍ମଚାରୀଙ୍କର ନିରନ୍ତର ଉପଲବ୍ଧତା ମଧ୍ୟ ଭାରତର ଏକ ସୁବିଧା । ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ କର୍ମଚାରୀ ବାବଦକୁ ବ୍ୟୟ ମଧ୍ୟ କମ୍ । ଏଠାରେ ଅନେକ ଦାୟିତ୍ଵବାନ ବିଶ୍ଵସନୀୟ ବ୍ୟବସାୟ ଅନୁଷ୍ଠାନ ଅଛନ୍ତି । ଦେଶର ଏକ ପ୍ରଜାତନ୍ତ୍ରୀୟ ବ୍ୟବସ୍ଥା ସହ ନିୟମ କାନୁନ ଏବଂ ଘରୋଇ ବଜାରରେ ଏକ ସଶକ୍ତ ଉପଭୋକ୍ତାବାଦ ଅନ୍ତର୍ଗ୍ରହଣ ଶକ୍ତି ନିହିତ ଅଛି । ଅନୁକୂଳ ମାଇଲଖୁଣ୍ଟି ପୃଥିବୀରେ ଭାରତ ଏକ ତ୍ଵରିତ ବର୍ଦ୍ଧିସ୍ଟ୍ନୁ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି ।. ଭାରତ ବୈଶ୍ଵିକ ସ୍ତରରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିବା ଏବଂ ୨୦୨୦ ମସିହା ସୁଦ୍ଧା ଉତ୍ପାଦନ କ୍ଷେତ୍ର ରେ ମଧ୍ୟ ତୃତୀୟ ସ୍ଥାନ ମଧ୍ୟରେ ରହିବା ଆଶା କରାଯାଏ । ଆସନ୍ତା ୨-୩ ଦଶନ୍ଧି ପର୍ଯ୍ୟନ୍ତ “ଅନୁକୂଳ ଜନସାଙ୍ଖ୍ୟିକିୟ ଲାଭାଂଶ” ପରି ଭାରତର ଉତ୍ପାଦନ କ୍ଷେତ୍ରରେ ସକାରାତ୍ମକ ତତ୍ଵର ଉପସ୍ଥିତି ଅନେକ ଦାୟିତ୍ଵବାନ ବିଶ୍ଵସନୀୟ ବ୍ୟବସାୟ ଅନୁଷ୍ଠାନଙ୍କ ଉପସ୍ଥିତି । ଘରୋଇ ବଜାରରେ ଏକ ସଶକ୍ତ ଉପଭୋକ୍ତାବାଦ ଅନ୍ତର୍ଗ୍ରହଣ ଶକ୍ତି । ଶୀର୍ଷ ସ୍ତରୀୟ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ଅନୁଷ୍ଠାନ ଗୁଡିକର ସାହାଯ୍ୟ ଦ୍ଵାରା ଏକ ସଶକ୍ତ ବୈଷୟିକ ଓ ଅଭିଯାନ୍ତ୍ରିକୀ କ୍ଷମତା । ବୈଦେଶିକ ନିବେଶକଙ୍କ ପାଇଁ ଏକ ନିୟନ୍ତ୍ରିତ ଓ ସ୍ଥିର ବିତ୍ତୀୟ ବଜାର । ଉପଯୁକ୍ତ ପ୍ରୌଦ୍ୟୋଗୀକି ଆହରଣ ପାଇଁ ଏକ ପ୍ରୌଦ୍ୟୋଗୀକି ଆହରଣ ଓ ବିକାଶ ପାଣ୍ଠି ଗଠନ ସହ ଏକ ଏକସ୍ଵ-କୁଣ୍ଡ ଗଠନ ଏବଂ ପ୍ରଦୂଷଣ ମୁକ୍ତି ସହ ଜଡିତ ଉପକରଣ ଘରୋଇ ଉତ୍ପାଦନକୁ ବୃଦ୍ଧି କରାଇବା ସହ ଶକ୍ତି ଉପାଭୋଗ କମ୍ କରିବା ପ୍ରସ୍ତାବ ରହିଛି । ଏହି ପାଣ୍ଠି ଏକ ସ୍ଵୟଂ ଶାସିତ ଏକସ୍ଵ-କୁଣ୍ଡ ଏବଂ ଅନୁଜ୍ଞନ୍ପ୍ତି ପ୍ରଦାନକାରୀ ସଂସ୍ଥା ହିସାବରେ କାର୍ଯ୍ୟ କରିବ । କର୍ମଚାରୀଙ୍କ ତାଲିମ କୁଶଳୀ କାରିଗରଙ୍କ ବିନା ଉତ୍ପାଦନ କ୍ଷେତ୍ର ନିଜେ ବିକଶିତ ହୋଇପାରିବ ନାହିଁ , ଏଣୁ ଏହି ସନ୍ଦର୍ଭରେ ସରକାରଙ୍କ କୌଶଳ ବିକାଶ ଯୋଜନା ପ୍ରଣିଧାନ ଯୋଗ୍ୟ । ଏହି ଉପଯୁକ୍ତ କୌଶଳ ବିକାଶ ଯୋଜନା ଗ୍ରାମୀଣ ପ୍ରବାସୀ ଓ ସହରୀ ଗରିବ ମାନଙ୍କୁ ଏକ ସମ୍ମିଳିତ ବିକାଶ ପଥରେ ଆଗେଇନବ । ଏହା ଉପତ୍ପାଦନ କ୍ଷେତ୍ର ବୃଦ୍ଧି ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ । ନୂତନ ‘କୌଶଳ ବିକାଶ ଓ ଉଦ୍ୟୋକ୍ତା ମନ୍ତ୍ରାଳୟ’ କୌଶଳ ବିକାଶ ଜାତୀୟ ନୀତିକୁ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛି । ଏହା ପ୍ରଣିଧାନ ଯୋଗ୍ୟ ଯେ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY)- ସମ୍ମିଳିତ ଅଭିବୃଦ୍ଧି ପାଇଁ କୌଶଳ ବିକାଶ, ନାମରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ନୂତନ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଦେଶବ୍ୟାପୀ ଅତିକମ୍ ରେ ୧୫୦୦ ରୁ ୨୦୦୦ ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା ରଖିଛି । ଏହି ଯୋଜନାରେ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚହେବାର ଆକଳନ କରାଯାଇଛି । ଏହା ସରକାରୀ-ବେସରକାରୀ ସହଭାଗୀତା ଉପରେ ପର୍ଯ୍ୟବେଶିତ ହେବ । ଏହି ତାଲିମ ବିକାଶ କାର୍ଯ୍ୟକ୍ରମ ବିକାଶୋନ୍ମୁଖୀ ରାଷ୍ଟ୍ର ଗୁଡକରେ ଯଥା ସ୍ପେନ, ୟୁ ଏସ ଏ , ଜାପାନ, ଋଷିୟା, ଫ୍ରାନ୍ସ, ଚାଇନା, ୟୁ କେ ଏବଂ ପଶ୍ଚିମ ଏସିଆ ଇଠାଡି ରାଷ୍ଟ୍ର ଗୁଡିକରେ ଏହା ଯୁବା ବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ଶକ୍ତି ଦେବ । ପ୍ରଥମ ଦୁଇ ବର୍ଷରେ ସରକାର ବାର୍ଷିକ ୩ ଲକ୍ଷ ହିସାବରେ ଯୁବକ/ ଯୁବତୀଙ୍କୁ ତଥା ୨୦୧୭ ଶେଷ ସୁଦ୍ଧା ୧୦ ଲକ୍ଷ ଗ୍ରାମୀଣ ଯୁବକ/ ଯୁବତୀଙ୍କୁ ତାଲିମ ଦେବା ପାଇଁ ସ୍ଥିର ହୋଇଛି । ଆଧାର - ପ୍ରେସ୍ ଇନଫର୍ମେଶନ ବୁରେଅଉ