ଯୋଜନା ବିଷୟରେ ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ଵାରା ଯୁବ ଗୋଷ୍ଠୀଙ୍କୁ ତାଲିମ ଦେବା । ଏହି ଯୋଜନା ୨୪ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଦକ୍ଷତା ବିକାଶ ତାଲିମ ନ୍ୟାସନାଲ ସ୍କିଲ କ୍ଵାଲିଫିକେସନ ଫ୍ରେମୱାର୍କ ଦ୍ଵାରା ହେବ । ଉପଯୁକ୍ତ ଓ ଉତ୍ତମ ତାଲିମଧାରୀଙ୍କୁ ଆର୍ଥିକ ପୁରଷ୍କାର । ୮୦୦୦ଟଙ୍କା ଆର୍ଥିକ ପୁରଷ୍କାର ତାଲିମଧାରୀଙ୍କୁ ଦିଆହେବ । ଯୋଗ୍ୟ ହିତାଧିକାରୀ ଭାରତର ପ୍ରତ୍ୟେକ ନାଗରିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ଯୋଗ୍ୟ ବିଭାଗରେ ଯୁବକଙ୍କୁ ଦକ୍ଷତା ବିକାଶ ଟ୍ରେନିଂ । ଯୋଗ୍ୟ ଘୋଷିତ ତାଲିମ ଧାରୀଙ୍କୁ ଟଙ୍କାଟ୍ରାନ୍ସଫର ଜଣେ ଯୋଗ୍ୟ ତାଲିମ ଧାରୀଙ୍କୁ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ସେ ଗୋଟିଏ ତାଲିମ କେନ୍ଦ୍ରର ତାଲିମ ଧାରୀ ହୋଇଥିବେ ଏବଂ ସେ ତାଲିମ ସମୟରେ ନିଜର ଉତ୍ତମ ଦକ୍ଷତା ପ୍ରଦର୍ଶନ କରିଥିବେ । ଅଧିକ ଜାଣିବା ପାଇଁ କେନ୍ଦ୍ରର ନମ୍ବରରେ କଲ କରନ୍ତୁ । ନମ୍ବର – ୦୮୮୦୦୦-୫୫୫୫୫, ଟାଇମିଙ୍ଗ – ୯.୦୦am ରୁ ୬.୦୦pm ଏବଂ ମେଲ କରନ୍ତୁ – pmkvy@nsdcindia.org ପାଣ୍ଠି ଆବଣ୍ଟନ ୧୪ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ୧୧୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଶେଷ କ୍ଷେତ୍ରରେ ଏହା ୨୨୦କୋଟି ଟଙ୍କା ପ୍ରଦାନ କରାଯାଇ ପାରିବ । ସଚେତନତା, ସୃଷ୍ଟି ପାଇଁ ୬୭କୋଟିର ବ୍ୟୟବରାଦ କରାହୋଇଛି । ରାଜ୍ୟସରକାର, ମୁନ୍ସିପାଲଟି, ପଞ୍ଚାୟତରାଜ ବିଭାଗ ଏବଂ ଗୋଷ୍ଠୀମାନଙ୍କ ଦ୍ଵାରା ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ କରାଯିବ । ତାଲିମ ପରେ ଯୁବକ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସହାୟତା କରାଯିବ । ଉତ୍ତରପୂର୍ବ ରାଜ୍ୟ ମାନଙ୍କରେ ତାଲିମ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୂଲ୍ୟ ନିର୍ଦ୍ଧାରଣ ୨୦୧୩-୧୭ ସମୟ ମଧ୍ୟରେ NSDC ଦ୍ଵାରା କରାଯିବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇ ତାଲିମ ଗ୍ରହଣ କରାଯିବ । ଅନ୍ୟାନ୍ୟ ଯୋଜନା ଯେପରି ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଜାତୀୟ ସୌର ମିଶନ ଏବଂ ସ୍ଵଚ୍ଛ ଭାରତ ଅଭିଯାନ ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯିବ । ୧୦ମ ଏବଂ ଦ୍ଵାଦଶ ଡ୍ରପ ଆଉଟଙ୍କ ପାଇଁ ବିଶେଷ ତାଲିମ କାର୍ଯ୍ୟକ୍ରମ କରାଯିବ । କାର୍ଯ୍ୟକାରିତା ଏହି ଯୋଜନା NSDC ଦ୍ଵାରା ୧୮୭ ତାଲିମ ପାଟନରଙ୍କ ଦ୍ଵାରା ୨୩୦୦ କେନ୍ଦ୍ରରେ ଚାଲୁ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ଦ୍ଵାରା ଅନୁମୋଦିତ ତାଲିମ କେନ୍ଦ୍ରରେ ଏହା ଚାଲିପାରିବ । PMKVY ତାଲିମରେ ଯୋଗ୍ୟ ଦକ୍ଷତା ଧାରୀ ଟ୍ରେନିଂରୁ ନିୟୋଜିତ କରାଯିବ । ଟ୍ରେନିଂରେ ସଫ୍ଟସ୍କିଲ, ବ୍ୟକ୍ତିଗତ ବିକାଶ, ବ୍ୟବହାରିଙ୍କ ଶିକ୍ଷା ପରିଷ୍କାର ପରିଚ୍ଛନ୍ନତା, ଇତ୍ୟାଦି ଦିଆଯିବ । ଆଧାର - PMKVY website ଅଧିକ ସୂଚନା ପାଇଁ Pradhan Mantri Kaushal Vikas Yojana (PMKVY) - Scheme booklet FAQs on Pradhan Mantri Kaushal Vikas Yojana (PMKVY) Locate NSDC Training Centres