ହୋମ / କୃଷି / କୃଷି ସରଞ୍ଜାମ / ପାୱାର ଟିଲର୍
ସେଆର କରନ୍ତୁ

ପାୱାର ଟିଲର୍

ପାୱାର ଟିଲର ଚାଳନାରେ ସତର୍କତା ।

ପାୱାର ଟିଲର୍

ପାୱାର ଟିଲର୍ ଏକ  ଉପଯୋଗୀ ଯନ୍ତ୍ର ହୋଇଥିବାରୁ ଏହାର ଚାଳନା ରକ୍ଷଣାବେକ୍ଷଣ ଏବଂ ଏହାର ଆନୁସଙ୍ଗିକ ଯନ୍ତ୍ରପାତି ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ ରହିଲେ ଚାଷୀଭାଇମାନେ ଏହାର  ସୁଫଳ ପାଇପାରିବେ ।

ପାୱାର ଟିଲର ଚାଳନା ପୂର୍ବରୁ ଓ ଚାଳନା  କରିବା ସମୟରେ ଚାଷୀମାନେ କେତେକ   ସତର୍କତା ଅବଲମ୍ବନ କରିବା ବିଧେୟ ।

ପାୱାର ଟିଲର୍ ଚଳାଇବା ପୂର୍ବରୁ

  • ଏହାକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ ।
  • ମୁଖ୍ୟ କୁବ୍ ଲିଭରକୁ ଅଫ୍ ସ୍ଥିତିରେ ରଖନ୍ତୁ ।
  • ଗିଅର ବଦଳାଇବା ଲିଭର ତଥା ରୋଟାଭେଟର ଲିଭରକୁ ନ୍ୟୁଟ୍ରାଲକୁ ଆଣନ୍ତୁ ।
  • ତେଲ ଟଙ୍କିରୁ ଡିଜେଲ ଆସିବା ପାଇଁ ଷ୍ଟପ୍ କକ୍‌କୁ ଖୋଲା ରଖନ୍ତୁ ।
  • ଗତି ନିୟନ୍ତ୍ରକ ଲିଭରକୁ ମାଧ୍ୟମ ଗତି ସ୍ଥିତିରେ ରଖନ୍ତୁ।
  • ଡିକଞ୍ଜେସନ୍ ଲିଭରକୁ ଚାପି ରଖି ହ୍ୟାଣ୍ଡଲ୍ ସାହାଯ୍ୟରେ ଷ୍ଟାର୍ଟ କରନ୍ତୁ ।
  • ତାପରେ ଇଞ୍ଜିନର ଗତିକୁ ଆବଶ୍ୟକତା ଅନୁସାରେ କମ୍ କରି ଦିଅନ୍ତୁ ।
  • ଇଞ୍ଜିନ୍‌କୁ କିଛି ସମୟ ଚାଲୁ ରଖିବା ପରେ ଆବଶ୍ୟକ ଗିଅରକୁ ଆଣି ଚଲାନ୍ତୁ ।

ପାୱାର ଟିଲର୍ ଚାଳନା ସମୟରେ

  • ଚଳେଇବା ସମୟରେ ଏଥିରୁ କୌଣସି ଅସ୍ଵାଭାବିକ ଶବ୍ଦ ଶୁଣାଗଲେ ତୁରନ୍ତ୍ର ଇଞ୍ଜିନ୍ ବନ୍ଦ କରି ଯାଞ୍ଚ କରନ୍ତୁ ।
  • ଯଦି ଲଗାତାର ଏଥିରୁ କଳାଧୂଆଁ ବାହାରେ ତେବେ  ଭାର କମାଇ ଦିଅନ୍ତୁ ।
  • ଗିଅର ବଦଳାଇବା କୁବ୍ ଲିଭରକୁ ଅଫ୍ ସ୍ଥିତିକୁ ଆଣନ୍ତୁ ।
  • କୌଣସି ପରିସ୍ଥିତିରେ ପାୱାର ଟିଲର୍ ପୂର୍ବରୁ ଯନ୍ତ୍ର ଉପରକୁ ଚଢ଼ନ୍ତୁ ନାହିଁ କାରଣ ଏହା ବିପଦଜନକ ଅଟେ ।
  • ପାୱାର ଟିଲରକୁ ଡ଼ାହାଣ କିମ୍ବା ବାମକୁ ଘୂରାଇବା ସମୟରେ ଏହାର ଗତିକୁ କମ୍ କରାନ୍ତୁ ।

ପାୱାର ଟିଲର ବନ୍ଦ କରିବା ସମୟରେ

  • ପ୍ରଥମେ ଗତି ନିୟନ୍ତ୍ରକ ଲିଭର୍ ସହାୟତାରେ ଗତି କମ୍ କରନ୍ତୁ ।
  • ତା ପରେ କୃତ୍ ଓ ଟ୍ରେକ୍ ସାହାଯ୍ୟରେ ଏହାକୁ ସ୍ଥିର କରନ୍ତୁ ।
  • ରୋଟାଭେଟର୍ ଲାଗିଥିଲେ ରୋଟାଭେଟର୍ ଗିଅରକୁ ନ୍ୟୁଟ୍ରାଲରକୁ ଆଣନ୍ତୁ
  • ଗତି ନିୟନ୍ତ୍ରଜ ଲିଭରକୁ ଉପରକୁ ଉଠାଇ ଶେଷ ପର୍ଯ୍ୟନ୍ତ ଟାଣି ଇଞ୍ଜିନ୍ ବନ୍ଦ କରନ୍ତୁ ।
  • ପାୱାର ଟିଲରକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ ।

ଆଧାର – କୃଷି ବିଭାଗ

 

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top