ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ / ଉଦ୍ଭିଦର କ୍ରମବିସ୍ତାର
ସେଆର କରନ୍ତୁ

ଉଦ୍ଭିଦର କ୍ରମବିସ୍ତାର

ଜୀବଜଗତ ତିଷ୍ଠି ରହିବା ନିମନ୍ତେ ଉଦ୍ଭିଦର ଆବଶ୍ୟକତା ରହିଛି । ଉଦ୍ଭିଦ ବିନା ମନୁଷ୍ୟର ଜୀବନଧାରଣ ଦୁର୍ବିସହ ହେବା ସୁନିଶ୍ଚିତ । ଏହି ଉଦ୍ଭିଦ ଉପରେ ମନୁଷ୍ୟ ସଦା ନିର୍ଭରଶୀଳ ।

ଉପକ୍ରମ

ଜୀବଜଗତ ତିଷ୍ଠି ରହିବା ନିମନ୍ତେ ଉଦ୍ଭିଦର ଆବଶ୍ୟକତା ରହିଛି । ଉଦ୍ଭିଦ ବିନା ମନୁଷ୍ୟର ଜୀବନଧାରଣ ଦୁର୍ବିସହ ହେବା ସୁନିଶ୍ଚିତ । ଏହି ଉଦ୍ଭିଦ ଉପରେ ମନୁଷ୍ୟ ସଦା ନିର୍ଭରଶୀଳ । ଉଦ୍ଭିଦ ଦ୍ଵାରା ମାନବ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇଥାଏ । ଉଦ୍ଭିଦ ସଦାସର୍ବଦା ପରିବର୍ତ୍ତନଶୀଳ । ଏମାନଙ୍କ ସଂଖ୍ୟା ବୃଦ୍ଧିରେ ପରିବେଶର ଆକାର ବଦଳି ଭିନ୍ନ ରୂପଧାରଣ କରିଥାଏ । ନୂତନ ପରିବେଶରେ ପୁରାତନର ଉଦ୍ଭିଦଗୁଡିକ ତିଷ୍ଠି ରହିବା ନିମିତ୍ତ ସଂଗ୍ରାମ କରିଥାନ୍ତି । ପରିବେଶ ବଦଳିଲେ ଉଦ୍ଭିଦମାନଙ୍କର ମଧ୍ୟ ପରିବର୍ତ୍ତନ ଘଟି ନୂତନ ଉଦ୍ଭିଦମାନଙ୍କର ବଂଶ ବିସ୍ତାରିତ ହୁଏ । ଉଦାହରଣ ସ୍ୱରୂପ, ଗୋଟିଏ ଗଡିଆ ପୋତି ହେବା ଫଳରେ ଜଳଦ ଉଦ୍ଭିଦମାନଙ୍କର ବଂଶ ଲୋପ ପାଇଁ ଆଦ୍ରଭୂମିଜ ଉଦ୍ଭିଦର ଉତ୍ପତି ହୋଇଥାଏ , ଯେଉଁଠାରେ ପଦ୍ମ, କଇଁ, ଆଦି ଉଦ୍ଭିଦ ଦେଖାଯାଇଥାନ୍ତି ସେହି ନାଳ, ପୋଖରୀମାନଙ୍କରେ ସମୟକ୍ରମେ ଆଦ୍ରଭୂମିଜ ଉଦ୍ଭିଦ ଦୃଷ୍ଟିଗୋଚର ହୁଏ ।

ଉଦ୍ଭିଦର ସୃଷ୍ଟି

ସର୍ବପ୍ରଥମେ ଜଳଦ ଉଦ୍ଭିଦର ଉନ୍ମେଷ ଘଟିଥାଏ । ପର୍ଯ୍ୟାୟକ୍ରମେ ଭାସମାନ ଉଦ୍ଭିଦ ସୃଷ୍ଟି ହୁଏ । ନିମଜ୍ଜିତ ଭାସମାନ ଉଦ୍ଭିଦ କ୍ରମେ କ୍ରମେ ମାଟି ତିଆରିରେ ସାହାଯ୍ୟ କରିଥାନ୍ତି , ନିମଜ୍ଜିତ ଓ ଭାସମାନ ଉଦ୍ଭିଦର ବିଲୟପରେ ମାଟିରେ ମିଶି ଖତୀର ତିଆରି କରନ୍ତି । ମାଟି ଉର୍ବର ହେବା ଦ୍ଵାରା ଉଭୟଚର ଉଦ୍ଭିଦର ସୃଷ୍ଟି ହୁଏ । ଏହି ଉଭୟଚର ଉଦ୍ଭିଦ ପରେ ଗାଡିଆ କ୍ରମେ କ୍ରମେ ପୋତି ହୋଇଯାଏ । ଏହାପରେ ସୃଷ୍ଟି ହୁଏ ଘାସ । ପରେ ବୁଦାଳିଆ ଗଛ ବା ଗୁଳ୍ମ ବଢନ୍ତି । ଏହାପରେ ମାଟି ଉପଯୁକ୍ତ ହୋଇ ବଡବଡ ବୃକ୍ଷ ଜନ୍ମି ଜଙ୍ଗଲର ଆବିର୍ଭାବ ଘଟେ । ଏହା ଦୀର୍ଘକାଳ ଅନ୍ତରରେ ସମ୍ଭବ ହୋଇଥାଏ ଯାହାକୁ ଚରମାବସ୍ଥା କୁହନ୍ତି  ।

ଉଦ୍ଭିଦର କ୍ରମ ବିସ୍ତାର

ପୃଥିବୀପୃଷ୍ଠରେ ଉଦ୍ଭିଦ କ୍ରମବିସ୍ତାର ଲାଗିରହିଛି । ଏକ ଅନାବୃତ୍ତ ଅଞ୍ଚଳରେ ଉଦ୍ଭିଦର ପ୍ରଥମ ଆବିର୍ଭାବକୁ କ୍ରମବିସ୍ତାର କୁହାଯାଏ । ସେଗୁଡିକର ମୃତ୍ୟୁ ପରେ ଏହା ଅପେକ୍ଷା ଉଚ୍ଚକୋଟିର ଉଦ୍ଭିଦ ଗୋଷ୍ଠୀର ସ୍ଥାନାନ୍ତର ଘଟେ ଏବଂ ଏହା ନୂତନ ପରିବେଶରେ ବିସ୍ତୁତି ଲାଭ କରେ ; ଯାହାକୁ ପରବର୍ତ୍ତୀ କ୍ରମ ବିସ୍ତାର କୁହାଯାଇଥାଏ  ।

ଭୁସ୍ଖଳନ, ତୁଷାର ପ୍ରବାହ, ମୃତ୍ତିକା କ୍ଷୟ, ଆଗ୍ନେୟ ଉଦ୍ଗିରଣ, ଅଗ୍ନି, ମନୁଷ୍ୟ, ଜୀବଜନ୍ତୁଙ୍କ ପ୍ରଭାବରେ ଅନାବୃତ ଅଞ୍ଚଳମାନ ସୃଷ୍ଟି ହୋଇଥାଏ । ବିଭିନ୍ନ ଉପାୟରେ ଉଦ୍ଭିଦର ଜନନ ଅଙ୍ଗ ନଗ୍ନାଞ୍ଚଳ ବା ଉଦ୍ଭିଦବିହୀନ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥାଏ ଏବଂ ସେଠାରେ ପରିବେଶରେ ବଢି ବଂଶବିସ୍ତାର କରିଥାନ୍ତି । ଉଦ୍ଭିଦମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହୋଇ ଉଚ୍ଚଗୋଷ୍ଠୀର ଉଦ୍ଭିଦ କେବଳ ତିଷ୍ଠିରହିଥାନ୍ତି । ବିବର୍ତ୍ତନ ପ୍ରଣାଳୀ ଅନୁସାରେ ଅତି ନିମ୍ନଶ୍ରେଣୀୟ ଉଦ୍ଭିଦରୁ ଉଚ୍ଚକୋଟୀର କ୍ରମାନ୍ଵୟ ଭାବେ ବିସ୍ତାର ଲାଭକରେ । ଏହି କ୍ରମାନ୍ଵୟରେ ପ୍ରଥମେ ଫୁରଫୁରି ବା ଅର୍ଦ୍ଧନିମଗ୍ନ ଜଳଦ ଉଦ୍ଭିଦରୁ ଆରମ୍ଭ ହୁଏ । ମେରୁ ଅଞ୍ଚଳରେ ବା ପାହାଡିଆ ସ୍ଥାନମାନଙ୍କରେ ପ୍ରଥମେ ଫୁରଫୁରି ହୁଏ । ସେହିପରି ଜଳଦ ଉଦ୍ଭିଦମାନଙ୍କ ମଧ୍ୟରେ ପ୍ରଥମେ  ଅର୍ଦ୍ଧନିମଗ୍ନ ଜଳଦ ଉଦ୍ଭିଦ ବା ଶିଉଳିମ ନେଳୀ ଆଦି ଦେଖାଯାଏ । ଉଦ୍ଭିଦ ଅବସ୍ଥାରେ ଅର୍ଥାତ ମରୁ ଅବସ୍ଥା ବା ଜଳଦ ଅବସ୍ଥାରେ ଉଦ୍ଭିଦ ଏବଂ ଶେଷରେ ଗୁଳ୍ମ ଓ ବଡ ଗଛ ଦେଖାଯାଏ । ଉଦ୍ଭିଦ ମୃତ ତନ୍ତୁ ପଡି ମୃତ୍ତିକା ସ୍ତର ଗଠିତ ହୁଏ । ଉଦ୍ଭିଦର ଏହି କ୍ରମବିସ୍ତାର ସାଧାରଣତଃ ଦୁଇଟି ପ୍ରଣାଳୀରେ ହୁଏ ;ଯଥା –

(୧) ଜଳୋଜଦ୍ଭିଦକ୍ରମ ଓ (୨) ମରୁଉଦ୍ଭିଦକ୍ରମ ଜଳୋଜଦ୍ଭିଦ ଛଅଗୋଟି ସ୍ତର ଦେଇ କ୍ରମବିସ୍ତାର ଲାଭ କରିଥାଏ  ।

(କ) ନିମଜ୍ଜିତ ଅବସ୍ଥା (ଖ) ଭାସମାନ ଅବସ୍ଥା (ଗ) ଉଭୟଚର ଅବସ୍ଥା ବା ନଳବଳ ଅବସ୍ଥା (ଘ) ଘାସ ଅବସ୍ଥା (ଙ) ଗୁଳ୍ମ ଅବସ୍ଥା ବା ଅରଣ୍ୟ ଅବସ୍ଥା (ଚ) ଚରମାବସ୍ଥା ବା ଶେଷ ଅବସ୍ଥା  ।

ନିମଜ୍ଜିତ ଅବସ୍ଥା

ଗଭୀର ପୋଖରୀ ଅର୍ଥାତ ଦଶଫୁଟ ତଳେ ପଚିସଢି ଯାଇଥିବା ଉଦ୍ଭିଦର ମୃତ ତନ୍ତୁ ରେ ଶୈବାଳ;ଯଥା କାରା, ନିଇଟେଲା , ସୁପୁଷ୍ପକ ଉଦ୍ଭିଦମାନଙ୍କ ମଧ୍ୟରେ ହାଇଡ୍ରିଲା ,ଭାଲିସନେରିଆ ପ୍ରଭୁତି ଅନ୍ତର୍ଗତ ।

ଭାସମାନ ଉଦ୍ଭିଦ

ଭାସମାନ ଉଦ୍ଭିଦମାନଙ୍କ ମଧ୍ୟରେ ପଦ୍ମ, କଇଁ, ପାଣିସିଙ୍ଗଡା , ପାଣିଶିଉଳି, ବିଲାତିଦଳ , ବୋରଝାଞ୍ଜି ପ୍ରଭୁତି ଅନ୍ତର୍ଗତ ଏହି ଭାସମାନ ଉଦ୍ଭିଦର କାଣ୍ଡ କାଦୁଅରେ ପୋତି ହୋଇଥାଏ ।

ଉଭୟଚର ଅବସ୍ଥା ବା ସାନ୍ତରା ଅବସ୍ଥା

ଏହି ଧରଣର ଉଦ୍ଭିଦ ସାଧାରଣତଃ ଦୁଇ ବ ତିନି ଫୁଟ ଗଭୀର ଜଳରେ ଦେଖାଯାଏ କଳମଶାଗ, ପାଣିମରିଚ , ସୁନୁଶୁନିଆ ଇତ୍ୟାଦି  ।

ଘାସ ଅବସ୍ଥା

ଉଭୟଚର ଅବସ୍ଥାପରେ ଘାସ ଅବସ୍ଥା ଦୃଷ୍ଟିଗୋଚର ହୁଏ । ଯଥା- ମୁଥା, ବେଣା, ଗରଗଡ ଇତ୍ୟାଦି ଏହି ଜାତିର ଅନ୍ତର୍ଗତ  ।

ଗୁଳ୍ମାବସ୍ଥା

ଯେଉଁ ସ୍ଥାନଟୀ ଖାଲଢିପ ହୋଇଥାଏ; ସେହି ସ୍ଥାନରେ ଗୁଳ୍ମର ସୃଷ୍ଟି ହୁଏ । ଏହି ଗୁଳ୍ମ ସ୍ଥାନଟୀକୁ ଶୁଷ୍କରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି  ।

ଉଦ୍ଭିଦର ବଂଶ ବିସ୍ତାର

ମରୁ ଉଦ୍ଭିଦ ଛଅଗୋଟି ପର୍ଯ୍ୟାୟ ଦେଇ ସ୍ଵବଂଶ ବିସ୍ତାର କରିଥାନ୍ତି  ।

(୧) ପର୍ପଟରୂପୀ ଫୁରଫୁରୀ ଅବସ୍ଥା (୨) ପତ୍ରରୂପୀ ଫୁରଫୁରୀ ଅବସ୍ଥା (୩) ମସ ଅବସ୍ଥା (୪) କ୍ଷୁପୀୟ ଅବସ୍ଥା (୫) ଗୁଳ୍ମବସ୍ଥା (୬) ଚରମାବସ୍ଥା ।

ସାଧାରଣତଃ ପଥର ଉପରେ କୌଣସି ଉଦ୍ଭିଦ ବଂଶ ବିସ୍ତାର ଅଥବା ବଢିପାରନ୍ତି ନାହିଁ । କାରଣ ପଥରରେ ଜଳ କିମ୍ବା ଖାଦ୍ୟ ନଥାଏ । ମାତ୍ର ଜଳକଣା ସଂଗ୍ରହ କରି ପର୍ପଟରୂପୀ ଫୁରଫୁରୀ ବଞ୍ଚିପାରେ  । ଏହାକୁ ମରୁ ଉଦ୍ଭିଦ କ୍ରମର ଜନକ ରୂପେ ଧାରାଯାଇଥାଏ । ଏହାପରେ ପତ୍ରରୂପୀ ଫୁରଫୁରୀ ଅବସ୍ଥା ସୃଷ୍ଟି ହୁଏ । ବର୍ଷାଦିନେ ଇଟାକାନ୍ଥ ଉପରେ ବା ପଥରରେ ଅନେକ ଶୀଉଳୀ ଜନ୍ମିଥାନ୍ତି । ଏହାକୁ ମସ କହନ୍ତି । ମସଗୁଡିକ ଫୁରଫୁରି ଠାରୁ ଉଚ୍ଚ ହୋଇଥିବାରୁ ସେମାନେ ଛନ୍ଦାଛନ୍ଦି ହୋଇ ଏକ ବହଳ ଗାଲିଚା ସୃଷ୍ଟି କରିଥାନ୍ତି । ଓଡଶମାରି, ସିଜୁ, ନାଗଫେଣି, ଖଜୁରୀ ଆଦି ଗୁଳ୍ମ ହେଉଛି ଗୁଲ୍ମାବସ୍ଥା । ଏହି ଗୁଲ୍ମାବସ୍ଥାରେ ଚରମାବସ୍ଥା ଆସିଥାଏ ଯେଉଁଥିରେ ବଡ କାଣ୍ଡ ଥିବା ବୃକ୍ଷ ଦୃଷ୍ଟିଗୋଚର ହୁଅନ୍ତି । ଏହିପରି ଉଦ୍ଭିଦମାନଙ୍କର ବଂଶ ବିସ୍ତାର ସଂଘଟିତ ହୋଇଥାଏ ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top