ସେଆର କରନ୍ତୁ

ନିମ୍ବ

ନିମ୍ବ ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣର ସମୃଦ୍ଧ

ବୈଜ୍ଞାନିକ ନାମ

:

ଆଜରଡିରାକ୍ଟା ଇଣ୍ଡିକା

ବଂଶ

:

ମେଲିଏସୀ

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ନିମ, ନିମ୍ବ

ସଂସ୍କୃତ

:

ନିମ୍ବ

ତେଲୁଗୁ

:

ବେପ

ଇଂରାଜୀ

:

Margosa tree

ହିନ୍ଦୀ

:

ନିମ

ବଙ୍ଗଳା

:

ନିମ,  ନିମଗାଛ

ତାମିଲ

:

ବେପୁ, ବେମ୍ଫୁ

ମରାଠି

:

ନିମ୍ବ, କଡୁନିମ୍ବ

ଉପକ୍ରମ

ନିମ୍ବଗଛ ଆମ ଦେଶର ପ୍ରାୟତଃ ସମସ୍ତ ପ୍ରାନ୍ତରେ ଦେଖିବାକୁ ମିଳେ । ଏହି ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣର ସମୃଦ୍ଧ ହୋଇଥିବାରୁ ଏହାକୁ ବନୌଷଧି ବୋଲି କୁହାଯାଏ । ବହୁମୁଖୀ ଔଷଧୀୟ ଗୁଣ ବ୍ୟତୀତ ଏହି ବୃକ୍ଷ ଏକ ପର୍ବତ ବୃକ୍ଷର ମାନ୍ୟତା ଲାଭ କରିଛି । ଉତ୍କଳର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗର୍ନ୍ନାଥଙ୍କ ଦାରୁବିଗ୍ରହ ନିମ୍ବ କାଷ୍ଠରେ ନିର୍ମିତ ହୋଇଥାଏ । କୁହାଯାଏ ଯେ ନିମ୍ବ କାଷ୍ଠରେ ମଳୟ ବାଜିଲେ ତାହା ଚନ୍ଦନ ସଦୃଶ ଗୁଣ ଧାରଣ କରିଥାଏ । ନିମ୍ବ ଗଛର ଔଷଧୀୟ ଗୁଣ ଓ ପ୍ରଭାବ ଏତେବେଶୀ ଯେ ଏହି ଗଛ ଥିବା ସ୍ଥାନରେ ଚାରିପାଖ ବାତାବରଣ ସମସ୍ତ ରୋଗ ଜୀବାଣୁ ମୁକ୍ତ ରହିଥାଏ । ଆଜିକାଲି ଅନେକ ଆୟୁର୍ବେଦ ଔଷଧ ପ୍ରସ୍ତୃତିରେ ଏହାର ବିଭିନ୍ନ ଅଂଶକୁ ଉପଯୋଗ କରାଯାଉଥିବାରୁ ଏହାର ବ୍ୟବସାୟିକ ଚାହିଦା ବୃଦ୍ଧି ପାଉଛି ।

ଉଦ୍ଭିଦ ପରିଚୟ

ନିମ୍ବ ବୃକ୍ଷ ୪୦ରୁ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶାଖାବହୁଳ ବୃକ୍ଷ । ଅନେକ ଶାଖାବହୁଳ ଯୁକ୍ତ ନିମ୍ବ ବୃକ୍ଷର ଛୋଟ ଛୋଟ ପ୍ରଶାଖା ଗୁଡିକରେ ଅନେକ ସଂଖ୍ୟାରେ ପତ୍ର ବାହାରିଥାଏ । ପତ୍ରଗୁଡିକ ଲମ୍ବ ୧ ରୁ ୧.୫ ଇଞ୍ଚ ଏବଂ ପତ୍ରଧାରା ଦନ୍ତୁରିତ । ପତ୍ରକ ସଂଖ୍ୟା ୧୪ ରୁ ୧୯ ଏବଂ ପତ୍ରକ ଗୁଡିକ ବିପରୀତ ବା ଏକାନ୍ତର, ବକ୍ର, ଭାଲାକର ୪-୫ ଆଙ୍ଗୁଳ ଲମ୍ବ , ଦନ୍ତୁରିତ ଏବଂ ତୀକ୍ଷଣାଗ୍ର ହୋଇଥାଏ । ବସନ୍ତ ଋତୁରେ ପୁରୁଣା ପତ୍ର ଝଡିଯାଏ ଏବଂନୂଆ ପତ୍ର କଅଁଳିବା ସହିତ ଛୋଟ ଛୋଟ ଧଳାରଙ୍ଗଯୁକ୍ତ ସୁଗନ୍ଧ ଫୁଲଗଚ୍ଛରେ ଫୁଟିଥାଏ । ଫଳଗୁଡିକ କଞ୍ଚା ଅବସ୍ଥାରେ ସବୁଜ ଏବଂ ପାଚିଗଲେ ଚିକ୍କଣ ହଳଦିଆ ବର୍ଣ୍ଣର ହୋଇଥାଏ । ପ୍ରତ୍ୟେକ ଫଳରେ ଗୋଟିଏ ଲେଖାଏଁ ମଞ୍ଜିଥାଏ । ଗଛର ମୁଖ୍ୟ ଗଣ୍ଡିକୁ କାଟି କ୍ଷତ କଲେ ସେଥିରୁ ଏକ ପ୍ରକାର ସ୍ଵଚ୍ଛ ନିର୍ଯ୍ୟାସ ବାହାରି ଥାଏ ।

ପ୍ରୟୋଗନୀୟ ଅଂଶ : ସମସ୍ତ ଅଂଶ

ରାସାୟନିକ ସଂଗଠନ

ନିମ୍ବ ଗଛର ଛାଲି ବା କାଣ୍ଡ ତ୍ଵକରେ କେତେକ ତିକ୍ତ ପଦାର୍ଥ ଯଥା- ମାର୍ଗୋସିନ ମ ନିମ୍ବିଡିନ , ନିମ୍ବିନ, ନିମ୍ବିନିନ ଥାଏ । ଏହାର ପତ୍ର ଓ ବୀଜରେ ମଧ୍ୟ ଏହିସବୁ ଜୀବାଣୁ ନାଶକ ତତ୍ତ୍ଵ ଅଳ୍ପ ବହୁତ ପରିମାଣରେ ରହିଥାଏ । ନିମ୍ବ ମଞ୍ଜିରୁ ପ୍ରସ୍ତୃତ ନିମ୍ବତେଲରେ ଏହାର ମାତ୍ରା ସର୍ବାଧିକ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ନିମ୍ବ ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ । ନିମ୍ବର ପତ୍ର ଶୋଥହର , ତ୍ଵଚା ପାଇଁ ଉତ୍ତେଜକ , ଚର୍ମରୋଗ , କୀଟନାଶକ , ବ୍ରଣଶୋଧକ, ବ୍ରଣ ରୋପକ , ଗର୍ଭରୋଧକ ଉତ୍ତେଜକ, କୁଷ୍ଠଘ୍ନ ଗୁଣଯୁକ୍ତ ଅଟେ । ନିମ୍ବ ବୃକ୍ଷର ସମସ୍ତ ଅଂଶ ଅପେକ୍ଷା ଏହାର ତୈଳ ଅଧିକ ପ୍ରଭାବଶାଳି ଅଟେ । ଯାଦୁ, କାଚ୍ଛୁ କୁଣ୍ଡିଆ, ଶ୍ଵେତକୁଷ୍ଠ , କୁଷ୍ଠରୋଗ ଏବଂ ଏକଜିମା ପ୍ରଭୃତି ଚର୍ମରୋଗରେ ଏହି ତୈଳର ପ୍ରୟୋଗ ଅତ୍ୟନ୍ତ ହିତକର । ଆଜିକାଲି ଅନେକ ହର୍ବାଲ ସାମଗ୍ରୀ ପ୍ରସ୍ତୃତକାରୀ କମ୍ପାନୀମାନେ ନିମ୍ବ ତେଲରୁ ବିଭିନ୍ନ ଜୀବାଣୁନାଶକ ସାବୁନ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୃତ କରୁଛନ୍ତି । ବିଦେଶକୁ ମଧ୍ୟ ନିମ୍ବ ତେଲ ପ୍ରଚୁର ମାତ୍ରାରେ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।

ଏହା ଛଡା ନିମ୍ବ ବୃକ୍ଷର ପତ୍ର ଏକ ଉତ୍ତମ ଜୈବ କୀଟନାଶକ ଭାବରେ ପରିବେଶ ପାଇଁ ଅନୁକୂଳ ପ୍ରମାଣିତ ହୋଇଥାଏ । ଦେଶୀୟ ଚିକିତ୍ସାରେ ଏହାର ସମସ୍ତ ଅଂଶକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।

ଚାଷପ୍ରଣାଳୀ

କୃଷି ଉପଯୋଗୀ ଜଳବାୟୁ

ନିମ୍ବ ଗଛକୁ ଅଧିକ ପରିମାଣରେ ଲଗାଇ ଅଧିକ ଉତ୍ପାଦନ ପାଇବାକୁ ହେଲେ ଏଥିପାଇଁ ଉପଯୁକ୍ତ ଜଳବାୟୁ ତଥା ମୃତ୍ତିକା ବିଷୟରେ ଜାଣିରଖିବା ଆବଶ୍ୟକ । ମୁଖ୍ୟତଃ ଏହି ବୃକ୍ଷ ଭାରତସାରା ଶୁଷ୍କ ଓ ଆଦ୍ର ବିଷୁବୀୟ ଅଞ୍ଚଳରେ ଦେଖାଯାଏ । କିନ୍ତୁ ପର୍ଣ୍ଣମୋଚୀ ଜଙ୍ଗଲଗୁଡିକରେ ଏହା ଅଧିକ ଦେଖାଯାଏ । ଏହି ଦୃଷ୍ଟିରୁ ଏହାର କୃଷିକରଣ ପାଇଁ କାଦୁଅ, ଦୋରସା, ବାଲିଆ ଓ କୃଷ୍ଣ କର୍ପାସ ମୃତ୍ତିକା ଅତ୍ୟନ୍ତ ଉପଯୋଗୀ ଅଟେ । ନିଗିଡା ଅଥଚ ଜଳଧାରଣ କ୍ଷମତା ଥିବା ଜମିରେ ଏହା ଭଲ ହୋଇଥାଏ । ନିମ୍ବ 0 ଡିଗ୍ରୀ ସେଲସିୟମ ଠାରୁ ୪୦ ଡିଗ୍ରୀ ସେଲସିୟମ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରେ । ବାର୍ଷିକ ବୃଷ୍ଟିପାତ ୧୩୦ ମିମି ଅଞ୍ଚଳରେ ମଧ୍ୟ ଏହା ବଞ୍ଚିପାରେ ।

ରୋପଣ ପଦ୍ଧତି

ଜୁନ ଠାରୁ ଅଗଷ୍ଟ ମାସ ମଧ୍ୟରେ ଏହାର ଫଳ ପାଚେ । ସଂପୂର୍ଣ୍ଣ ପାଚିଥାଏ ଫଳଗୁଡିକ ଗଛରୁ ସଂଗ୍ରହ କରାଯାଇ ଫଳର ଆସ୍ତରଣକୁ ପାଣିରେ ଧୁଆଯାଏ । ମଞ୍ଜି ଗୁଡିକୁ ସୁଖାଯାଏ ନିବୁଜ ପାତ୍ରରେ ଦୁଇ ସପ୍ତାହ ରଖାଯାଏ । ମଞ୍ଜି ଗୁଡିକୁ ଥଣ୍ଡା ପାଣିରେ ୨୪ ଘଣ୍ଟା ଭିଜଯାଏ ଓ ମଞ୍ଜି ଉପରେ ଥିବା ବକ୍କ୍ଲଳ କୁ ଛଡାଇ ବାହାର କରାଯାଏ । ସରୁ ବାଲିରେ ଶଯ୍ୟା ପ୍ରସ୍ତୃତ କାରୀ ୧୫-୨୦ ସେମି ବ୍ୟବଧାନରେ ଧାଡି ଧାଡି କରି ମଞ୍ଜିଗୁଡିକୁ ୨.୫-୫.୫ ସେମି ବ୍ୟବଧାନରେ ପୋତାଯାଏ । ପ୍ରାୟ ୧ ରୁ ୨ ସପ୍ତାହ ମଧ୍ୟରେ ମଞ୍ଜିରୁ ଗଜା ହୁଏ । ଶତକଡା ୭୦ ରୁ ୯୦ ଭାଗ ମଞ୍ଜିରୁ ଗଜା ବାହାରେ ।

ରୋପଣ ଓ ରୋପଣ ପରବର୍ତ୍ତୀ ଯତ୍ନ

୭ରୁ ୧୦ ସେମି ଉଚ୍ଚ ହୋଇଥିବା ଚାରା ପଲିଥିନ ମୁଣାରେ ଭର୍ତ୍ତି କରାଯାଏ । ଆବଶ୍ୟକ ଅନୁସାରେ ବର୍ଷେ କିମ୍ବା ଦୁଇବର୍ଷ ପରେ ଚାରାଗୁଡିକ ୪.୫-୫.୫ ମି ବ୍ୟବଧାନରେ ରୋପଣ କରାଯାଏ । ପ୍ରଥମେ ୫/୬ ବର୍ଷ ପର୍ଯ୍ୟନ୍ତ ନିୟମିତ ପାଣି ଦିଆଯାଇଥାଏ

ବ୍ୟବସାୟିକ ସୂଚନା

ଏହାର ବକ୍କଳ ୧୯୯୯-୨୦୦୦ ମସିହାରେ ବାଙ୍ଗା ଲୋରରେ କିଗ୍ରା ପ୍ରତି ୩୦ ଟଙ୍କାରୁ ୪୦ ଟଙ୍କା , କଲିକତାରେ ୭ ଟଙ୍କା, ହାଇଦ୍ରାବାଦରେ ୧୦ ଟଙ୍କା ,ନୂଆଦିଲ୍ଲୀରେ ୧୦ ଟଙ୍କା, ମୁମ୍ବାଇରେ ୧୦ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଥିଲା । ସେହିପରି ଏହାର ଫୁଲ ୧୯୯୯-୨୦୦୦ ମସିହାରେ ବାଙ୍ଗାଲୋରରେ କିଗ୍ରା ପ୍ରତି ୬୦ ଟଙ୍କାରୁ ୮୦ ଟଙ୍କା, ହାଇଡ୍ରାବାଦରେ ୨୦ ଟଙ୍କା ଓ ମୁମ୍ବାଇରେ ୬୦ ଟଙ୍କା ଥିଲା । ତା ସହିତ ଚେନ୍ନାଇରେ କିଗ୍ରା ପ୍ରତି ୪୦ ଟଙ୍କାରୁ ୬୦ ଟଙ୍କା,କଲିକତାରେ ୮ ଟଙ୍କା, ଟୁଟିକୋରିନରେ ୧୨ ଟଙ୍କା , ମୁମ୍ବାଇରେ ୧୨ ଟଙ୍କାରୁ ୨୦ ଟଙ୍କା , ଚେନ୍ନାଇରେ ୮ ଟଙ୍କାରୁ ୧୫ ଟଙ୍କା ଥିଲା । ଉପରୋକ୍ତ ବର୍ଷ ଏହାର ମଞ୍ଜି ବାଙ୍ଗାଲୋରରେ ୫୦ ଟଙ୍କାରୁ ୧୫ ତାଙ୍କ ଥିଲା । ହାଇଦ୍ରାବାଦରେ ୬ ଟଙ୍କାରୁ ୧୦ ଟଙ୍କା, ମୁମ୍ବାଇରେ ୧୫ ଟଙ୍କାରୁ ୨୫ ଟଙ୍କା ଓ ଚେନ୍ନାଇରେ ୮ ଟଙ୍କାରୁ ୧୨ ଟଙ୍କା ମୂଲ୍ୟ ଥିଲା ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.28571428571
ଅରସ୍ମିତା ମିଶ୍ର Jan 23, 2019 04:22 PM

ନିମ୍ବ ଗଛ ର ଔଷଧୀୟ ଗୁଣ ଓ ଏହାର ପ୍ରୟୋଗ ବିଷୟରେ ଜାଣିବାକୁ ପାଇଲୁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top