ସେଆର କରନ୍ତୁ

ବାହାଡା

ଏହି ପୋର୍ଟାଲରେ ବାହାଡା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ବୈଜ୍ଞାନିକ ନାମ

:

ଟିନୋସ୍ପୋରା , କୋର୍ଡିଫୋଲିଆ

ବଂଶ

:

ମେନିସ୍ପେର୍ମେସୀ

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ଗୁଳୁଚୀଲତା

ସଂସ୍କୃତ

:

ମଦୟନ୍ତିକା , ନଖରଞ୍ଜକ

ବଙ୍ଗଳା

:

ଗୁଲଞ୍ଚ

ହିନ୍ଦୀ

:

ଗିଲୋଏ , ଗୁଡୁଚ

ତେଲୁଗୁ

:

ତିପ୍ପତିଗେ

କନ୍ନଡ

:

ଅମୃତବଲ୍ଲୀ

ତାମିଲ

:

ଅମୃତବଲ୍ଲୀ

ମାଲାୟାଲମ

:

ଅମ୍ରିତୁ

ଉପକ୍ରମ

ବାହାଡା ବୃକ୍ଷ ଆମ ଦେଶର ସମସ୍ତ ପ୍ରାନ୍ତରେ ବିଶେଷ କରି ଜଙ୍ଗଲ ପାହାଡ , ନିମ୍ନପାର୍ବତ୍ୟାଞ୍ଚଳ ଏବଂ ଉଚ୍ଚ ଭୂମିରେ ମଧ୍ୟ ଦେଖାଯାଇଥାଏ । ତ୍ରିଫଳାର ତିନିଗୋଟି ଫଳ ମଧ୍ୟରୁ ବହାଡା ଫଳ ଅନ୍ୟତମ । ବହୁ ପ୍ରାଚୀନ କାଳରୁ ଏହାର ଔଷଧୀୟ ଉପଯୋଗୀତା ବିଷୟରେ ଆମ ଦେଶର ଅଗଣିତ ବୈଦ୍ୟ, କବିରାଜ ଏବଂ ଆୟୁର୍ବେଦ ବିଶେଷଜ୍ଞମାନଙ୍କର ସ୍ପଷ୍ଠ ଧାରଣା ରହିଛି । ଆଜିକାଲୀ ଅନେକ ପ୍ରକାର ଶ୍ଵାସନଳୀ ସମ୍ବନ୍ଧୀୟ ରୋଗ ପାଇଁ ପ୍ରସ୍ତୁତି ହେଉଥିବା ଔଷଧରେ ବାହାଡା ବ୍ୟବହାର କରାଯାଉଛି । ତେଣୁ ଉଭୟ ଜାତୀୟ ଓ ବିଦେଶ ବଜାରରେ ଏହାର ଚାହିଦା ଅଧିକ ଥିବା ଦୃଷ୍ଟିରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ବହୁଳ ପରିମାଣରେ ରୋପଣ କରାଯିବାର ଆବଶ୍ୟକତା ରହିଛି ।

ଉଭୟ ପରିଚୟ

ବାହାଡା ବୃକ୍ଷ ୬୦ରୁ ୧୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ । ବୃକ୍ଷର କାଣ୍ଡ ମୋଟା ସିଧା ଗୋଲାକାର ଏବଂ ଛାଲ ଅଧାଇଞ୍ଚ ମୋଟା କଳା ଧୂସରିଆ ବର୍ଣ୍ଣଯୁକ୍ତ ହୋଇଥାଏ । ବାହାଡା ବୃକ୍ଷର କାଠ ହାଲୁକା ଏବଂ ଶାଖାଗୁଡିକ ୬ରୁ ୧୦ ଫୁଟ ଲମ୍ବା ତଥା ପତ୍ରଗୁଡିକ ମହୁଲ ପତ୍ରପରି ୩ରୁ ୮ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ଏବଂ ୨ରୁ ୩ ଇଞ୍ଚ ଚଉଡା ହୋଇଥାଏ । ଫୁଲଗୁଡିକ ଈଷତ ସବୁଜିଆ ହଳଦୀ ରଙ୍ଗର ଏକ କକ୍ଷୀୟ ସ୍ତବକରେ ସଜ୍ଜିତ ହୋଇଥାଏ । ଫଳଗୁଡିକ ୧ ଇଞ୍ଚ ଲମ୍ବା ଗୋଲ ଓ ଅଣ୍ଡାକୃତି ହୋଇଥାଏ ।

ରସାୟନିକ ସଂଗଠନ

ଏହାର ଫଳରେ ୧୭ ପ୍ରତିଶତ ଟେନିନ ଦ୍ରବ୍ୟ ରହିଥାଏ ତଥା ଫଳର ମଞ୍ଜିରେ ୨୫ ପ୍ରତିଶତ ଏକ ଈଷତ ହଳଦୀ ରଙ୍ଗର ତୈଳ ରହିଥାଏ । ଏହା ବ୍ୟତୀତ , ଏଥିରେ ରାଳ ଓ ସୌପୋନିନ ପ୍ରଭୃତି ଦ୍ରବ୍ୟ ମଧ୍ୟ ରହିଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ବାହାଡା ଗଛର ଛାଲି ଓ ଫଳ ବ୍ୟବହୃତ ହୁଏ । ଛାଲି ମୃଦୁ, ମୁତ୍ରବର୍ଦ୍ଧକ ଏବଂ ଏହା ରକ୍ତହୀନତା ଅଥା ଧବଳ କୃଷ୍ଠରେ ଉପଯୋଗୀ ଅଟେ । ଫଳ କଟୁ, କଷାୟ , ମଧୁର ଉଷ୍ଣ , ବେଦନାନାଶକ, ରକ୍ତସ୍ରାବ ନିରୋଧକ ଓ ଶକ୍ତିଦାୟକ ଅଟେ । ଏହା ମଧ୍ୟ ମସ୍ତିସ୍କ ପାଇଁ ବଳଦାୟକ ଅଟେ । ଏହି ବହୁବିଧ ଔଷଧୀୟ ଗୁଣଯୋଗୁଁ ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର ହେଉଛି ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ବାହାଡା ବୃକ୍ଷ ଚାଷ ପାଇଁ ଉଷ୍ଣ ଜଳବାୟୁ ଉପଯୁକ୍ତ ଅଟେ । ଏହା ୪୬ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରେ । ଏହା ଆଲୋକନୁବର୍ତ୍ତୀ ଓ ମରୁଡି ପ୍ରତିରୋଧକାରୀ । ଏହା ବିଭିନ୍ନ ପ୍ରକରର ମୃତ୍ତିକାରେ ପହଞ୍ଚିପାରେ । ଖାଲୁଆ ଓ ବାଲିଆ ଦୋରସା ମୃତିକା ଓ ବାର୍ଷିକ ହାରାହାରି ୯୦୦ରୁ ୩୦୦୦ ମିଲିମିଟର ବୃଷ୍ଟିପାତ ହେଉଥିବା ସ୍ଥାନରେ ମଧ୍ୟ ଭଲ ବଢିଥାଏ ।

ରୋପଣ ପଦ୍ଧତି

ଏହି ଗଛରେ ଏପ୍ରିଲ ଓ ଜୁନ ମାସ ମଧ୍ୟରେ ହାଲୁକା ସବୁଜ ଧଳା ଫୁଲ ଆସେ , ଫଳଗୁଡିକ ନଭେମ୍ବର ଓ ଫେବୃୟାରି ମାସ ମଧ୍ୟରେ ପାଚେ । ଛଡା ହୋଇଥିବା ମଞ୍ଜିଗୁଡିକ ଖରାରେ ସୁଖାଯାଏ ଓ ସାଇତା କରି ରଖାଯାଏ । ମଞ୍ଜିଗୁଡିକ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ରହିଥାନ୍ତି ।ମାତ୍ର ଏହା ପୁରୁଣା ହେଲେ ଏହାର ଗଜା ହେବା କାର୍ଯ୍ୟକ୍ଷମ ହୋଇ ରହିଥାନ୍ତି । ମାତ୍ର ଏହା ପୁରୁଣା ହେଲେ ଏହାର ଗଜା ହେବା କ୍ଷମତା ପ୍ରାୟ ୪୦ ଭାଗରୁ ୬୦ ଭାଗ ହ୍ରାସ ପାଏ । ମଞ୍ଜିଗୁଡିକ ପାଣିରେ ବତୁରାଯାଏ । ମଞ୍ଜି ଲଗାଇବା ପୂର୍ବ ରୁ ଗୋବର ଗୋଳାଇ ରଖିଲେ ଅଧିକ ଅଙ୍କୁରୋଦଗମ ହୁଏ । ଏହାକୁ ଗରମ ପାଣିରେ ପ୍ରାୟ ୨୪ ଘଣ୍ଟା ବତୁରାଯାଏ ବତୁରା ହୋଇଥାଏ ମଞ୍ଜିଗୁଡିକର ପଟାଳି ପ୍ରାୟ ୨୦ ସେମି ବ୍ୟବଧାନରେ ଲଗାଯାଏ । ଜମିରେ ମଞ୍ଜି ସିଧାସଳଖ ଜୁଲାଇ ମାସରେ ବର୍ଷା ଆରମ୍ଭରେ ଲଗାଯାଏ , ଷ୍ଟମ୍ଫ କାଟି ମଧ୍ୟ ଗଛ ଲଗାଯାଇଥାଏ । ସେଥିପାଇଁ ୧୨ ରୁ ୧୫ ମାସ ପୁରୁଣା ଗଚରୁ ଷ୍ଟମ୍ଫ କରାଯାଏ । ଏଗୁଡିକ ଗାତ ଖୋଲି ବର୍ଷା ଆରମ୍ଭରେ ପୋତାଯାଏ ।

ପ୍ରତିରୋପଣ ଓ ପରବର୍ତ୍ତୀ ଯତ୍ନ

୩/୪ ମାସର ଗଛକୁ ପ୍ରତିରୋପଣ କରାଯାଏ । ପ୍ରାୟ ୫୨ ଭାଗ ସଫଳତାର ସହିତ ବଞ୍ଚେ । ନିୟମିତ ଜଳ ସିଞ୍ଚନ ନିହାତି ଜରୁରୀ ।

ବାଣିଜ୍ୟକ ସୂଚନା

ଏହାର ବକଳ ୧୯୯୯-୨୦୦୦ ମସିହାରେ ନୂଆଦିଲ୍ଲୀରେ କିଗ୍ରା ପ୍ରତି ୫ ଟଙ୍କା, , ହାଇଦ୍ରାବାଦରେ କିଗ୍ରା ପ୍ରତି ୫ ଟଙ୍କା ଦରରେ ବିକ୍ରିୟ ହେଉଥିଲା । ଫଳର ଆବରଣ ଦର ବାଙ୍ଗାଲୋରଠାରେ ୨ଟଙ୍କାରୁ ୭ ଟଙ୍କା, ମୁମ୍ବାଇରେ ୭ ଟଙ୍କାରୁ ୧୦ ଟଙ୍କା ଏବଂ ଚେନ୍ନାଇ ରେ କିଗ୍ରା ପ୍ରତି ୫ ଟଙ୍କା ଥିଲା । ସେହିପରି ଏହାର ଫଳ ଉପରୋକ୍ତ ବର୍ଷ ନୂଆଦିଲ୍ଲୀରେ କିଗ୍ରା ପ୍ରତି ୯ ଟଙ୍କା ରୁ ୧୨ ଟଙ୍କା , ମୁମ୍ବାଇରେ ୩ ରୁ ୨ ଟଙ୍କା , କଲିକତାରେ ୫ ଟଙ୍କା ଥିଲା ।

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top