অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଲୁଅ ଓ ଦେଶୀ ଆଳୁ ଚାଷ

ଓଲୁଅ ଚାଷ

ମାର୍ଚ୍ଚ ମାସର ମଧ୍ୟଭାଗରେ ଜଳସେଚିତ ଓଲୁଅ ଫସଲ ଲଗାଇଲେ ଅଧିକ ଅମଳ ମିଳେ । ହାରାହାରି ୪୦୦ରୁ ୬୦୦ ଗ୍ରାମ ଓଜନର ଛୋଟଛୋଟ ଗୋଟା ଓଲୁଅ ବିହନ ପାଇଁ ଉପଯୁକ୍ତ । ମାତ୍ର ବଡ ବଡ ଓଳୁଅକୁ ଛୁରି କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ୪୦୦ରୁ ୬୦୦ ଗ୍ରାମ ଓଜନର ଖଣ୍ଡ କାଟି ବିହନ ଆକାରରେ ବ୍ୟବହାର କରନ୍ତୁ । ପ୍ରତି ବିହନ ଓଲୁଆ ଖଣ୍ଡରେ ଓଲୁଅ ଚୋପା ରହିବା ନିହାତି ଆବଶ୍ୟକ । କଞ୍ଚା ଗୋବର ଖତ ସହିତ କୀଟନାଶକ ମନୋକ୍ରୋଟଫସ (୦.୦୫) ଏବଂ କବକନାଶକ। ମାସେଙ୍କାଡେକ୍ସ୍(୦.୨) ମିଶାଇ ଘୋଳକରି, ଘୋଳରେ ବିହନ ଖଣ୍ଡଗୁଡିକୁ କିଛି ସମୟ ବୁଡାଇ ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇଲେ ଅଧିକ ଅମଳ ମିଳେ । ଜମିକୁ ଭଲ ଭାବରେ ଦୁଇରୁ ତିନି ଓଡ଼  ଗଭୀର ଚାଷ କରି ମାଟି ଗୁଣ୍ଡ କରି ସମତଳ କରନ୍ତୁ । ଧାଡିକୁ ଧାଡି ୯୦ ସେମି ଓ ଗଛକୁ ଗଛ ୯୦ ସେମି ବ୍ୟବଧାନରେ ୪୦x୪୦x୪୦ ସେମି ଆକାରରେ ଗାତ ଖୋଳନ୍ତୁ । ଉର୍ବର ମାଟି ଓ ଗୋବରଖତ ସମ ପରିମାଣରେ ମିଶାଇ ଗାତର ଦୁଇ ତୃତୀୟାଂଶ ପୁରଣ କରନ୍ତୁ । ପ୍ରତି ଗାତରେ ଗୋଟିଏ ଲେଖାଏଁ ବିହନ ଓଲୁଅ ୪ରୁ ୬ଇଞ୍ଚ ଗର୍ଭରରେ ସିଧାଭାବେ ଯୋଡନ୍ତୁ । ଅଧିକ ଅମଳ ଲାଗି ଓଲୁଆ ଲଗାଇବା ପରେ ଗାଡଗୁଡିକ ଛଣ କିମ୍ବା ଶୁଖିଲାପତ୍ର ଦ୍ଵାରା ଆଚ୍ଛାଦିତ କରନ୍ତୁ । ଉପଯୁକ୍ତ ଅମଳ ପାଇଁ ଏକର ପ୍ରତି ୮-୧୦ଟନ୍ ଗୋବର ଖତ ଜମିରେ ଆବଶ୍ୟକ । ଏକର ପ୍ରତି ଅନୁମୋଦିତ ସାରର (୬୦କେଜି, ଯବକ୍ଷାରଜାନ, ୪୦ କେଜି, ଫସଫରସ୍ ଓ ୬୦କେଜି ପଟାସ୍) ଅଧା ଯବକ୍ଷାରଜାନ ଓ ପଟାସ୍ ସହିତ ସବୁତକ ଫସଫରସ ଲଗାଇଲାବେଳେ ପ୍ରୟୋଗ କରନ୍ତୁ । ଲଗାଇବାର ୩୦ଦିନ ପରେ ୨୫% ଯବକ୍ଷାରଜାନ ଓ ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ଲଗାଇବାର ୬୦ଦିନ ପରେ ଅବଶିଷ୍ଟ ୨୫% ଯବକ୍ଷାରଜାନ ଓ ପଟସ୍ ସାର ପ୍ରୟୋଗ କରନ୍ତୁ ।

ଲାଭଜନକ ଫସଲ ‘ଦେଶୀ ଆଳୁ’

ଖମ୍ବଆଳୁ ବା ଦେଶୀଆଳୁ ଏକ ଗ୍ରୀଷ୍ମମଣ୍ଡଳୀୟ କନ୍ଦ ଫସଲ । ଭାରତର ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ଓଡିଶା, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ମହାରାଷ୍ଟ୍ର ଆଦି ଜିଲ୍ଲାରେ ଖମ୍ବଆଳୁ ଚାଷ ହୁଏ । ଓଡିଶାର ପୁରପଲ୍ଲୀରେ ଖମ୍ବଆଳୁର ଚାହିଦା ଅନେକ । ଆମ ରାଜ୍ୟର ମାଟି ଓ ଜଳବାୟୁ ଖମ୍ବଆଳୁ ଚାଷ ପାଇଁ ଉପଯୋଗୀ । ମାତ୍ର ଚକ୍ଷୀମାନଙ୍କ ପାଖରେ ଅଧିକ ଅମଳକ୍ଷମ କିସମର ଉତ୍କୃଷ୍ଟ ବିହନ, ଉନ୍ନତ ଚାଷ ପଦ୍ଧତି ଜ୍ଞାନକୌଶଳର ଅଭାବ ହେତୁ ଓଡିଶାରେ ଖମ୍ବଆଳୁ ବ୍ୟାପକ ଭାବେ ଚାଷ ହୋଇପାରୁନାହିଁ ।

ମୃତ୍ତିକା

ନିଗିଡା , ଦୋରକ୍ଷା , ବାଲିଆ ମାଟି ଖମ୍ବଆଳୁ ଚାଷ ପାଇଁ ଉତ୍କୃଷ୍ଟ । ହାଲୁକା ଏବଂ ଆଧୁକ ଜୈବିକ ପଦାର୍ଥ ଅବା ମାଟିରେ ଖମ୍ବଆଳୁ ଗଛ ଭଲ ବଢେ, ଏବଂ ଆଧୁକ ଅମଳ ମିଳିଥାଏ । ଜମିରେ ପାଣି ଜମି ରହିଲେ ଖମ୍ବଆଳୁ ଫସଲର କ୍ଷତି କରିଥାଏ ।

ଲଗାଇବା ସମୟ

ଖମ୍ବ ଆଳୁ ମେ'ରୁ ଜୁନ୍ ମାସରେ ଲଗାଇବା ହେଉଛି ପ୍ରକୃଷ୍ଟ ସମୟ ।

ଉନ୍ନତ କିସମ: ଓଡିଶାରେ ମିଳୁଥୁବା ସ୍ଥାନୀୟ କିସମ ମଧ୍ୟରେ ହାତୀଖେଜ ଖମ୍ବଆଳୁ ଉତ୍କୃଷ୍ଟ ମାନର । ଉନ୍ନତ କିସମ ଦେଶୀଆଳୁ ମଧ୍ୟରେ ଶ୍ରୀ କିର୍ତା, ଶ୍ରୀ ରୂପା,ଶ୍ରୀ ଶିକ୍ର, ଶ୍ରୀ ପ୍ରିୟା, ଶ୍ରୀ ଶୁଭ୍ର ଅନ୍ୟତମ ।

ଖମ୍ବଆଳୁ ବିହନ

ଗୋଟିଏ ବା କଟା ଖମ୍ବଆଳୁ ବିହନ ଭାବେ ବ୍ୟବହୃତ ହୁଏ । ଉପଯୁକ୍ତ ଅମଳ ପାଇବା ପାଇଁ ବିହନ ଖଣ୍ଡଗୁଡିକ ୧୫୦ରୁ ୨୦୦ ଗ୍ରାମ୍ ଓଜନର ହେବା ଆବଶ୍ୟକ । ଅତି ଛୋଟ ବିହନ ଲଗାଇଲେ ଗଛ। ଅଧିକ ଦୃଷ୍ଟପୁଷ୍ଟ ହୁଏ ନାହିଁ ଏବଂ ଅମଳ କମିଯାଏ । ଏକ ଏକର ଫସଲ ପାଇଁ ପ୍ରାୟ ୬ରୁ ୮ କ୍ଲିଣ୍ଟାଲ ବିହନ ଆଲ୍ ଆବଶ୍ୟକ ହୋଇଥାଏ।

ଜମି ପ୍ରସ୍ତୁତି ଓ ବିହନ ଲଗାଇବା ପ୍ରଣାଳୀ

ଜମିର ପ୍ରକାର ଅନୁସାରେ ୨ ରୁ ୩ ଓ ଡା ଗଭୀର ଚାଷ କରନ୍ତୁ । ମହି ଦେଇ ମାଟି ଭଲ ଭାବେ ଗୁଣ୍ଡ କରି ସମତୁଲ କରନ୍ତୁ । ଧାଡିକୁ ଧାତି ୯୦ ସେମି ଏବଂ ଗଛକୁ ଗଛ ୯ ୦ ସେମି ବ୍ୟବଧାନରେ ୪୫ ସେ.ମି ଗଭୀର ଏବଂ ୪୫ ସେ.ମି ୨୮ ଗୋଲେଇର ଗାତ ଖୋଳନ୍ତୁ । ଜମି ଉପରର ଉର୍ବର ମାଟି ସହିତ ଗୋବର ଖତ ଭଲ ଭାବେ ମିଶାଇ ଗୀତଗୁଡିକରେ ଭରନ୍ତୁ । ପ୍ରତି ଗାତରେ ଗୋଟିଏ କରି ବିହନ ଆଳୁ ୫ ରୁ ୮ ସେମି ଗଭୀରରେ ପୋତି ମାଟି ଘୋଡାଇ ଦିଅନ୍ତୁ । ବିହନ ଲଗାଇବା ପରେ ମାଟିଗୁଡିକ ୨ ଇଞ୍ଚ ବହଳର ଶୁଖୁଲାପତ୍ର ବା ଛଣ ବିଛାଇଲେ ଫସଲ ଭଲ ହୁଏ । ମାଟି ପରୀକ୍ଷା କରି ମାଟିର ଉର୍ବରତା ଅନୁସାରେ ସାର ଓ ଖତ ପ୍ରୟୋଗ କରିବା ଆବଶ୍ୟକ । ମାଟିର ଉର୍ବରତା ବଜାୟୀ ରଖୁବା ପାଇଁ ହେକ୍ଟର ପ୍ରତି ୧୦ ଟନ୍ ଗୋବରଖତ, ୮୦ କେଜି ଯବକ୍ଷାରଯାନ, ୬୦କେଜି, ଫସଫରସ ଏବଂ ୮୦କେଜି ପଟାସ ସାର ପ୍ରୟୋଗ କରିବା ଦରକାର । ଖମ୍ବଆଳୁ ବିହନରୁ ଗଜା ବାହାରିବା ମାତ୍ରେ ରଞ୍ଜାରେ ମତାଇବା ଆବଶ୍ୟକ ।

ଆଧାର – କୃଷି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate