ସେଆର କରନ୍ତୁ

କପା ଚାଷ

ନିମ୍ନରେ କପାଚାଷ ବିଷୟରେ ଉଲ୍ଲେଖ କରାଗଲା ।

ପରିଚୟ

କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।

 

କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ।

ବିଭିନ୍ନ ଭାଷାରେ ନାମ

ଇଉରୋପ

ଫ୍ରେଞ୍ଚ - Coton Bamieh

ଜର୍ମାନ - Coton castellamare

ଏସିଆ

ବ୍ରହ୍ମଦେଶ (ବର୍ମିଜ) - Wa-gon

ସିଂହଳ - ପୁଲୁଂଗ

ଭାରତ

ଭାଷା

ନାମ

ଓଡ଼ିଆ

କପା, କାର୍ପାସ

ସଂସ୍କୃତ

ଅନାଗ୍ନିକା

ହିନ୍ଦୀ

ରୁଇ

କନ୍ନଡ଼

ଅମ୍ବାରା

ତାମିଲ

ପଂଜି

ତେଲୁଗୁ

ପିଂଜା

ବଙ୍ଗଳା

କପାସ

ମରାଠି

କପାସ

ମାଲୟାଲମ

ପନ୍​ଗ୍ନି

ପ୍ରୟୋଗ

ସାମାନ୍ୟ

ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ।

ଔଷଧୀୟ

  • ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର)
  • ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ
  • ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି)
  • ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର)
  • କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ)

ଆଧାର: ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top