ଫୁଲ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଗୋଲାପ । ଗୋଲାପ ହେଉଛି ବର୍ଷବ୍ୟାପୀ ବଞ୍ଚିପାରୁଥିବା ଏକ ଦୀର୍ଘସ୍ଥାୟୀ ପୁଷ୍ପ ଉଦ୍ଭିଦ। ଏହା ରୋଜା ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ୧୦୦ଟି ସମଜାତୀୟ ଗୋଲାପ ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍ ର ନାମକରଣ ଫରାସୀ ଭାଷାରୁ ହେଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଉଦ୍ଭବ । ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ ।
ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରାଇଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ । ଏହା ଡିସେମ୍ବର ମାସ ପର୍ଯ୍ୟନ୍ତ ଲଗାଯାଇପାରିବ । ଅଧିକ ତଥା ଉଚ୍ଚମାନର ଫୁଲ ପାଇବା ପାଇଁ ସଅଳ ଲଗାନ୍ତୁ ।
ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ବଖାଣ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର । ସାଧାରଣତଃ ଗୋଲାପ ଗଛ ପତ୍ରଝଡା ଦେଇଥାନ୍ତି ।ପ୍ରାୟ ସବୁ ପ୍ରଜାତିର ଗୋଲାପ ଫୁଲଙ୍କର ପାଖୁଡା ସଂଖ୍ୟା ପାଞ୍ଚ, ମାତ୍ର "ରୋଜା ସେରିସିଆ" ପ୍ରଜାତିର ଗୋଲାପ କ୍ଷେତ୍ରରେ ଚାରିଟି ପାଖୁଡା ଦେଖିବାକୁ ମିଳିଥାଏ ।ଗୋଲାପ ଗଛ ଫଳକୁ ଉଦ୍ଭିଦ ବିଜ୍ଞାନର ଭାଷାରେ "'ରୋଜ୍ ହିପ୍'"କୁହାଯାଇଥାଏ । ପ୍ରତ୍ୟେକ ରୋଜ୍ ହିପ୍ ର ଭିତର ଭାଗରେ ଏକ ମୋଟା ମାଂସଳ ଆସ୍ତରଣ ଥାଏ, ଯାହାକୁ ହିପାଥିୟମ କୁହାଯାଏ । ରୋଜା ରୁଗୋସା ପ୍ରଜାତିର ଗୋଲାପ ଫଳରେ ପ୍ରଚୁର ପରିମାଣର ଭିଟାମିନ ସି ଉପଲବ୍ଧ ହେଇଥାଏ । ଗୋଲାପ ଗଛର କାଣ୍ଡକୁ ଉଦ୍ଭିଦ ବିଜ୍ଞାନରେ "ଥ୍ରୋନ" କୁହାଯାଏ । ଏଗୁଡିକ କଣ୍ଟକଯୁକ୍ତ । ଗୋଲାପ କଣ୍ଟା ଗୁଡିକ ତିକ୍ଷ୍ମ ଓ ଲମ୍ବାଳିଆ ।ଗୋଲାପ ଗଛର ଏହା ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାଈଗୋରୁ ଙ୍କ କବଳରୁ ଏହାଦ୍ଵାରା ଗୋଲାପ ଗଛ ରକ୍ଷା ପାଇଥାଏ । କଣ୍ଟା ହେଉଛି ଗୋଲାପ ଗଛର ସ୍ଵତନ୍ତ୍ରତା । ସୁନ୍ଦର ଗୋଲାପକୁ ସ୍ପର୍ଶ କରିବାକୁ ହେଲେ କଣ୍ଟାର ତାଡ଼ନା ସହ୍ୟ କରିବାକୁ ପଡ଼ିପାରେ, ଏହା ଅଘୋଷିତ ସତ୍ୟ ।
ସବୁ ଜଳବାୟୁରେ ଗୋଲାପ ଗଛ ବଢି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ । ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ । ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢି ପାରେ ନାହିଁ । ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢିବାରେ କୈଣସି ଅସୁବିଧା ହୁଏନାହିଁ । ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।
ଗୋଲାପ ଚାରା ଲଗାଇବା ପୂର୍ବରୁ ଗଛ ପ୍ରତି ବା ମନ୍ଦା ପ୍ରତି ୪ - ୮ କିଗ୍ରା ସଜା ଗୋବର ଖତ ଏବଂ ଏକ ମୁଠା ହାତଗୁଣ୍ଡ ପ୍ରୟୋଗ କରନ୍ତୁ । ଗଛ ଲଗାଇବା ସମୟରେ ଦୁର୍ବଳ ଓ ରୋଗାକ୍ରାନ୍ତ ଡାଳଗୁଡିକୁ କାଢି ଦିଅନ୍ତୁ ଏବଂ କଲମୀ ହୋଇଥିବା ଆଖୁଟି ମାଟିର ୬ - ୮ ସେମି ଉପରକୁ ରଖନ୍ତୁ । ଗଛ ଲଗାଇବା ପରେ ପାଣି ଦେବା ଆବଶ୍ୟକ । ଏହାପରେ ନୂଆ ଡାଳ କଅଁଳିବା ପର୍ଯ୍ୟନ୍ତ ହାଲୁକା ଜଳସେଚନ କରନ୍ତୁ ଏବଂ କଲମୀ ତଳୁ ଜଙ୍ଗଲୀ ଗଛରୁ ବାହାରୁଥିବା ଡାଳ ସବୁ କାଟିଦିଅନ୍ତୁ । ଗଛ ମଧରେ ବ୍ୟବଧାନ ୬୦ X ୬୦ ସେମି ବା ୧ ମି. X ୧ ମି ରଖନ୍ତୁ । ମାତ୍ର ଅଧିକ ଫୁଲ ପାଇଁ ବ୍ୟବଧାନ ୩୦ ସେମି X ୩୦ ସେମିକୁ କମାଇ ଦିଆଯାଇପାରେ । ଗୋଲାପ ଚାଷରେ କାଣ୍ଟାଛାଣ୍ଟ ଏକ ପ୍ରଧାନ ପ୍ରକ୍ରିୟା । ପ୍ରତିବର୍ଷ ଗୋଲାପ ଗଛକୁ ଅନେକଗୁଡିଏ ନୂଆଡାଳ ବାହାରେ ଏବଂ ଗଛ ଝଙ୍କାଳିଆ ହୋଇଥାଏ । ଏଗୁଡିକ କାଟି ନ ଦେଲେ ଫୁଲର ଆକାର ଛୋଟ ହୁଏ ଏବଂ ପରେ ଫୁଲ ଅମଳ କମିଯାଏ । ଗଛକୁ କାଣ୍ଟାଛାଣ୍ଟ କରି ଅଳ୍ପ କେତେକ ସୁସ୍ଥ ସବଳ ଡାଳ ରଖଲେ ତାହା ବଡ ତଥା ଉଚ୍ଚମାନର ଫୁଲ ଉତ୍ପନ୍ନ କରେ । ଏବେଠାରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଗୋଲାପ ଗଛକୁ କାଣ୍ଡଛାଣ୍ଟ କରାଯାଏ । ସାଧାରଣତଃ କାଣ୍ଟ ଛାଣ୍ଟ କରାଯିବାର ୬ ସପ୍ତାହରୁ ୮ ସପ୍ତାହ ମଧ୍ୟରେ ପ୍ରଥମ ଫୁଲ ଆସିଥାଏ । ମାଟିର ଉର୍ବରତାକୁ ଲକ୍ଷ୍ୟ କରି କାଣ୍ଟ ଛାଣ୍ଟ କରିବା ସମୟରେ ବୁଦା ପ୍ରତି ୬ ରୁ ୧୦ କିଗ୍ରା ସଜା ଗୋବର ଖତ ପ୍ରୟୋଗ କରନ୍ତୁ । ପ୍ରଥମେ ଗଛର ମୂଳକୁ ଖୁସାଇ ଘାସ ବାଛି ଗଛ ମୂଳରୁ ଉପର ଅଂଶ ମାଟିକୁ କାଢି ତା ସହିତ ଖତକୁ ଭଲଭାବରେ ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ । ଖତ ପ୍ରୟୋଗ ପରେ ଗଛ ମୂଳରେ ଯଥେଷ୍ଟ ପାଣି ଦିଅନ୍ତୁ । କାଣ୍ଟଛାଣ୍ଟ କରିବାର ୭ ରୁ ୧୦ ଦିନ ପରେ ବୁଦା ପ୍ରତି ୧୦୦ ଗ୍ରାମ୍ ହିସାବରେ ଏହି ସାରର ମିଶ୍ରଣ ପ୍ରୟୋଗ କରନ୍ତୁ ।
ଆଧାର – କୃଷି ବିଭାଗ
Last Modified : 1/26/2020