ପନିପରିବାଗୁଡିକୁ ପାକଶାଳା ଓ ବ୍ୟବସାୟିକ ବଗିଚା ଭିତିରେ ଚାଷ କରିବା ସଙ୍ଗେ ସଙ୍ଗେ ଚାଷୀ ନିଜ କ୍ଷେତରେ ଧନ୍ୟାଦୀ ଫସଲ ଚାଷ କରିବା ପରେ ପରେ ମଧ୍ୟ ପନିପରିବା ଚାଷ ଦ୍ଵାରା ଅର୍ଥୋପାର୍ଜନକରିଥାଏ । ତେଣୁ ଚାଷୀର ସ୍ଵାର୍ଥରକ୍ଷା, ଜମିର ଉନ୍ନତିବିଧାନ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ପନିପରିବାଗୁଡିକୁ ସୁଷମ ଭାବେ ଚାଷ କରାଯିବା ଉଚିତ । ପ୍ରତ୍ୟେକ ଶ୍ରେଣୀ ପରିବାକୁ ନାନାପ୍ରକାରର ରୋଗ ଓ କୀଟ ନଷ୍ଟ କରୁଥିବା ହେତୁ ଉପଯୁକ୍ତ ଫସଲ ପ୍ରଣାଳୀ ଅବଲମ୍ବନ କରାଯିବା ଆବଶ୍ୟକ । ଏହାଛଡା ଜମିର ଉର୍ବରତା ପାଇଁ ମଧ୍ୟ ଉପଯୁକ୍ତ ଫସଲ ପ୍ରଣାଳୀ ଅନୁସରଣ କରିବା ବାଞ୍ଛନୀୟ ।
ଗୋଟିଏ ଜମିରେ ଗୋଟିଏ ପ୍ରକାର ପନିପରିବା ଫସଲ ନିରବଚ୍ଛିନ୍ନ ଭାବେ ଚାଷ କଲେ ନାନାପ୍ରକାରର ଅସୁବିଧା ଘଟିଥାଏ । ଜମିର ଉର୍ବର ଶକ୍ତି କ୍ଷୟ ହୁଏ । ତା ସହିତ ସେହି ପନିପରିବାରେ ଆକ୍ରମଣ କରୁଥିବା ନାନାପୋକ, ରୋଗ ନିମୋଟୋଡମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢି ଫସଲର ଅଧିକରୁ ଅଧିକ କ୍ଷତି ଘଟାଇଥାନ୍ତି । ଗୋଟିଏ ପ୍ରକାରର ଫସଲ ଅମଳ କରିବା ଦ୍ଵାରା ଜମିର ଉର୍ବରା ଶକ୍ତି କମୁଥାଏ କାରଣ ପନିପରିବା ଉଦ୍ଭିଦର ଆବଶ୍ୟକ ମୁତାବକ ଖାଦ୍ୟ ପଦାର୍ଥ ବହୁ ପରିମାଣର ବ୍ୟବହାର ହେଉଥିବା ଦୃଷ୍ଟିରୁ କମ ସମୟ ସେହି ପ୍ରକାର ଖାଦ୍ୟସାର ମୃତ୍ତିକାରୁ ଶେଷ ହୋଇଯାଏ । ଏହାଛଡା ଜମିରେ ସେହି ପ୍ରକାର ଉଦ୍ଭିଦର ଚେରରୁ ବାହାରୁଥିବା ବିଷାକ୍ତ ପଦାର୍ଥ ବରାବର ବ୍ୟବହାର ଦ୍ଵାରା ମୃତ୍ତିକାରେ ସେଗୁଡିକର ମାତ୍ରା ବର୍ଷକୁ ବର୍ଷ ବୃଦ୍ଧି ଘଟୁଥିବା ହେତୁ କିଛିଦିନ ପରେ ସେହି ଜମିରେ ସେହି କିସମ ବା ପ୍ରକାରର ପନିପରିବା ଭଲ ରୂପେ ବଢି ନ ପାରି ଅମଳ ଜମି ନିକୃଷ୍ଟ ଧରଣର ପନିପରିବା ଅମଳ ହୋଇଯାଏ । ତେଣୁ ବର୍ଷରେ ଗୋଟିଏ ଜମିରେ ବିଭିନ୍ନ ପନିପରିବା ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରି କ୍ଷେତରେ ଚାଷ କରିବା ଉଚିତ । ବର୍ଷରେ କେଉଁ ସମୟରେ କି ପନିପରିବା ଲଗାଯିବ ଓ ପ୍ରତ୍ୟେକ ପନିପରିବା ପାଇଁ ବିଭିନ୍ନ ତଥ୍ୟ ଜାଣିବା ସଙ୍ଗେ ସଙ୍ଗେ ଫସଲ ପର୍ଯ୍ୟାୟ, ମିଶ୍ରିତ ଫସଲ, ଫସଲ ପଞ୍ଜିକା, ଫସଲ ଖସଡା ଆଦି ବିଷୟରେ ଚାଷୀର ଜ୍ଞାନ ଥିବା ଉଚିତ ।
ଗୋଟିଏ ଜମିରେ ପର୍ଯ୍ୟାୟକ୍ରମେ ନିର୍ଦ୍ଧିଷ୍ଟ ସମୟ ଭିତିରେ ଗୋଟିଏ ପରେ ଗୋଟିଏ ନିର୍ଦ୍ଧାରିତ ଫସଲ ଅମଳ କରାଯିବା ଚାଷ ପ୍ରଣାଳୀକୁ ଫସଲ ପର୍ଯ୍ୟାୟ କୁହାଯାଏ । ଏହି ପର୍ଯ୍ୟାୟ ଦୁଇ, ତିନି, ଚାରି ବା ପାଞ୍ଚ ବର୍ଷ ଯାଏ ପାଳନ କରାଯିବାର ବ୍ୟବସ୍ଥା କରାଯାଇଥାଏ । ତଳେ ଦିଆଯାଇଥିବା ଗୋଟିଏ ସାଧାରଣ ଉଦାହରଣ ଏହା ବୁଝି ହେବ । ମନେକର ଚାରିଗୋଟି ପ୍ଳଟ ବା କ୍ଷେତ୍ରରେ ପରିବା ଚାଷ କରାଯିବା । ସେଗୁଡିକର କେବଳ ଶୀତଦିନିଆ ଫସଲ କରାଗଲେ ନିମ୍ନୋକ୍ତ ପର୍ଯ୍ୟାୟ ଅନୁସରଣ କରାଯାଇପାରେ ।
ତାଲିକା
ପ୍ଳଟ ନମ୍ବର |
ପ୍ରଥମ ବର୍ଷ |
ଦ୍ଵିତୀୟ ବର୍ଷ |
ତୃତୀୟ ବର୍ଷ |
ଚତୁର୍ଥ ବର୍ଷ |
୧ |
ପନିପରିବା |
ମଟର |
ଆଳୁ |
ବନ୍ଧାକୋବି |
୨ |
ଆଳୁ |
ପନିପରିବା |
ବନ୍ଧାକୋବି |
ମଟର |
୩ |
ମଟର |
ବନ୍ଧାକୋବି |
ପନିପରିବା |
ଆଳୁ |
୪ |
ବନ୍ଧାକୋବି |
ଆଳୁ |
ମଟର |
ପନିପରିବା |
ତେଣୁ ଚାରିବର୍ଷ ଭିତରେ ଚାରିଟି ପନିପରିବା କେବଳ ଚାଷ କରାଯିବ । ଏଥିରେ କୌଣସି ଅଦଳବଦଳ ହେବ ନାହିଁ । ଚାରିବର୍ଷ ପରେ ଏହି ପର୍ଯ୍ୟାୟ ବଦଳାଇ ନୂଆ ଫସଲ ପର୍ଯ୍ୟାୟ ଗ୍ରହଣ କରାଯାଇପାରେ ।
କିନ୍ତୁ ପନିପରିବା ଚାଷରେ କେବଳ ଗୋଟିଏ ଋତୁରେ ଚାଷ କରାଯାଇ ନ ଥାଏ । ବର୍ଷରେ ତିନୋଟି ଋତୁରେ ପରିବା ଚାଷ କରିବା ସମ୍ଭବ ହେଉଥିବା ଦୃଷ୍ଟିରୁ ଫସଲ ପର୍ଯ୍ୟାୟ ତିଆରି କରିବା ଉଚିତ । ଉଦାହରଣ ସ୍ୱରୂପ, ନିମ୍ନରେ ଗୋଟିଏ ନମୁନା ଦିଆଗଲା –
ଯଦି ତିନିବର୍ଷିଆ ଫସଲ ପର୍ଯ୍ୟାୟ ବଗିଚାରେ ଅନୁସରଣ କରାଯିବ, ତେବେ ତାହା ନିମ୍ନୋକ୍ତ ରୂପେ କରାଯାଇପାରେ ।
ପ୍ଳଟନମ୍ବର |
ପ୍ରଥମ ବର୍ଷ |
ଦ୍ଵିତୀୟ ବର୍ଷ |
ତୃତୀୟ ବର୍ଷ |
୧ |
ଖରିଫ ମିଠାମକା |
ରବି ମଟର ବା ଶିମ |
ଭେଣ୍ଡି |
୨ |
ଖରିଫ କଖାରୁ ଜାତୀୟ |
ରବି ଆଳୁ |
ଖରା ଶାଗ |
୩ |
ଖରିଫ ସାରୁ |
ରବି କୋବି ଜାତୀୟ |
ଖରା ଲଙ୍କାମରିଚ |
ଯେତେବେଳେ ଗୋଟିଏ ନିର୍ଦ୍ଧିଷ୍ଟ ଜମିରେ ଗୋଟିଏ ବର୍ଷରେ ଗୋଟିଏ ପରେ ଗୋଟିଏ ପନିପରିବା ଅମଳ କରାଯାଏ ତାହାକୁ ଅନୁକ୍ରମଣ ଫସଲ କୁହାଯାଏ । ଯେତେବେଳେ ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳଲାଗି ଏହି ରୀତିରେ ଫସଲ ନିର୍ଦ୍ଧାରଣ କରି ଚାଷ କରାଯାଏ, ତାହାକୁ ଛାଞ୍ଚ ବୋଲି କୁହାଯାଏ । ଅଧିକ ସମ୍ବଳ ଖଟାଇ ଜମିରେ ଚାଷ କରାଯିବା ସମୟରେ ବର୍ଷରେ ଗୋଟିଏ ପ୍ରଧାନ ଅର୍ଥକାରୀ ଫସଲ ଚାଷ କରି ଅନ୍ୟାନ୍ୟ ସମୟରେ ଦୁଇଟି ବା ତିନୋଟି ବିଭିନ୍ନ ପ୍ରକାରର ଫସଲ ଅମଳ କରାଯାଇ ଥାଏ । ଏହା ଅବଶ୍ୟ କେଉଁ ଶ୍ରେଣୀର ଫସଲ, ଫସଲର ଅମଳ ସମୟ, ଚାଷୀର ଚାଷ କରିବା ସାମର୍ଥ୍ୟ ତଥା ଆର୍ଥିକ ପରିସ୍ଥିତି ଉପରେ ନିର୍ଭର କରିଥାଏ । ଫସଲ ପର୍ଯ୍ୟାୟର ନୀତି ଏହି ପ୍ରଣାଳୀ ଚାଷରେ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ । ମୃତ୍ତିକା ଉନ୍ନତି ଲାଗି ଗୋଟିଏ ସବୁଜସାର ଫସଲ ବେଳେବେଳେ ଲଗାଯିବା ଉଚିତ ।
ଅନୁକ୍ରମଣ ଫସଲ ପ୍ରଣାଳୀ, ଫସଲ ପର୍ଯ୍ୟାୟଠାରୁ ଭିନ୍ନ । ଏଥିରେ ଗୋଟିଏ ବର୍ଷ ଲାଗି ଗୋଟିଏ ଜମିରେ ଗୋଟିକ ପରେ ଗୋଟିଏ ଫସଲ ହେବାର ବନ୍ଦୋବସ୍ତ କରାଯାଏ । ଏହାକୁ ବର୍ଷିକିଆ ଫସଲ ପର୍ଯ୍ୟାୟ ବୋଲି ମଧ୍ୟ କୁହାଯାଇ ପାରେ । କିନ୍ତୁ ଫସଲ ପର୍ଯ୍ୟାୟ ପ୍ରଣାଳୀରେ ବିଭିନ୍ନ ପ୍ରକାରର ଫସଲ ଗୋଟିଏ ପ୍ରଣାଳୀ ବଦ୍ଧ ଓ କ୍ରମ ଅନୁସରଣ କରି କେତୋଟି ନିର୍ଦ୍ଧିଷ୍ଟ ଫସଲ ନିର୍ଦ୍ଧିଷ୍ଟ ବର୍ଷ ଲାଗି ଫସଲ ଚାଷ କରାଯାଇଥାଏ ।
ଅନୁକ୍ରମଣ ଫସଲ ପ୍ରଣାଳୀରେ ଚାଷ କରିବାକୁ ହେଲେ ; ଆଗରୁ ଫସଲ ଯୋଜନା ଓ ଖସଡା ପ୍ରସ୍ତୁତି କରି ରଖିବା ଉଚିତ । ତାହା ହେଲେ ଅର୍ଥ, ଜମି, ଶ୍ରମ, ଯନ୍ତ୍ରପାତି, ବିହନ, ଖତସାର ଜଳସେଚନ ଫସଲ ସଂରକ୍ଷଣ ଓ ଔଷଧ ଇତ୍ୟାଦିର ସୁବ୍ୟବହାର ହୋଇ ପାରିବ । ତେବେ ଏପରି ଫସଲ ଯୋଜନା କରିବା ଅର୍ଥ ନୁହେଁ ଯେ, ତାହାର କୌଣସି ଅଦଳବଦଳ ହୋଇ ପାରିବ ନାହିଁ, କିନ୍ତୁ ପରିବର୍ତ୍ତିତ ଜଳବାୟୁ, ରୋଗ ଓ ପୋକର ଆବିର୍ଭାବ, ବଜାରର ଅବସ୍ଥା, ଫସଲ ସଂରକ୍ଷଣ ସୁବିଧାକୁ ଧରି ଏହି ପ୍ରଣାଳୀରେ ଅଦଳବଦଳ କରାଯାଇ ପାରେ ।
ଅନୁକ୍ରମଣ ଫସଲ ପ୍ରଣାଳୀର କେତୋଟି ଉଦାହରଣ ଦିଆଗଲା- ଗୋଟିଏ ଜମିରେ ଏକ ବର୍ଷର ନିଆଯିବା ଫସଲ –
ନମ୍ବର |
ସହଳ ଅମଳକ୍ଷମ |
୧ |
ଫୁଲକୋବି- ଜୁଲାଇରୁ ନଭେମ୍ବର ମାସ |
୨ |
ପିଆଜ- ନଭେମ୍ବର ରୁ ଏପ୍ରିଲ |
୩ |
କାକୁଡି- ଜୁନମାସରୁ ସେପ୍ଟେମ୍ବର |
୪ |
ଆଳୁ- ଅକ୍ଟୋବର ମାସରୁ ମାର୍ଚ୍ଚ |
୫ |
ଭେଣ୍ଡି- ମାର୍ଚ୍ଚ ରୁ ଜୁନ୍ |
୬ |
ଲଙ୍କାମରିଚ- ଜୁଲାଇ ରୁ ଫେବୃଆରୀ |
୭ |
ଭେଣ୍ଡି- ଫେବୃଆରୀ ରୁ ଜୁନ |
୮ |
ଗୁଆଁର- ଜୁନ ରୁ ନଭେମ୍ବର |
୯ |
ଟୋମାଟୋ- ନଭେମ୍ବର ରୁ ମାର୍ଚ୍ଚ |
୧୦ |
ଜହ୍ନି- ଜୁନ ରୁ ଅକ୍ଟୋବର |
୧୧ |
ବନ୍ଧାକୋବି- ନଭେମ୍ବର ରୁ ମାର୍ଚ୍ଚ |
୧୨ |
ଶାଗ- ମାର୍ଚ୍ଚ ରୁ ମେ |
୧୩ |
ମୂଳା- ଜୁଲାଇରୁ ଅଗଷ୍ଟ |
୧୪ |
ବଗିଚା ମଟର- ଅକ୍ଟୋବର ରୁ ମାର୍ଚ୍ଚ |
୧୫ |
କଲରା-ମାର୍ଚ୍ଚ ରୁ ଜୁନ୍ |
୧୬ |
କଖାରୁ-ଜୁନ୍ ରୁ ଅକ୍ଟୋବର |
୧୭ |
ମିଠାମକା- ଅକ୍ଟୋବର ରୁ ଫ୍ରେବୃଆରୀ |
୧୮ |
ତରଭୁଜ- ଫ୍ରେବୃଆରୀ ରୁ ମେ |
ଫସଲ ଛାଞ୍ଚ- ନିର୍ଦ୍ଧିଷ୍ଟ ଅଞ୍ଚଳ ଓ ଜମିକୁ ଦେଖି ପ୍ରସ୍ତୁତ କରାଯାଇଥାଏ । ଏଥିରେ ପନିପରିବା ଗୁଡିକ ମଧ୍ୟ ଚାଷ କରାଯିବା ଲାଭଜନକ ହୋଇ ଥାଏ । ଉଦାହରଣସ୍ୱରୂପ କେତୋଟି ଫସଲ ଛାଞ୍ଚ ଦିଆଗଲା –
ବାତ୍ୟାଞ୍ଚଳ ପାଇଁ – ଜଳସେଚିତ ଅଞ୍ଚଳଗୁଡିକରେ ବାତ୍ୟାପରେ ଆଳୁ, କଦଳୀ, ଅମୃତଭଣ୍ଡା, ଖରାଦିନିଆ ପରିବା ମେ ରୁ ଜୁଲାଇ ଯାଏ ଲଗାଯାଇ ପାରେ । କିନ୍ତୁ ବୁଟ ନଭେମ୍ବର ଠାରୁ ମାର୍ଚ୍ଚ ଯାଏ ଅମଳ କରାଯାଇପାରେ । କଞ୍ଚା ବୁଟ ଓ ଶୁଖିଲା ବୁଟ ପରିବା ରୂପେ ବ୍ୟବହାର କରାଯାଏ ।
ଅନ୍ୟାନ୍ୟ ଅଞ୍ଚଳ ଲାଗି ଧାନ ଫସଲ ପରେ ପରେ ପନିପରିବା ଚାଷ କରାଯାଇ ପାରେ ଯେପରି- ବର୍ଷାଧାର ଢିପ ଜମି ରେ କେବଳ ବର୍ଷା ଦିନିଆ ପନିପରିବା ଚାଷ କରିବେ; କିନ୍ତୁ ମାଲ ଜମି ରେ ଧାନ ଜୁନରୁ ସେପ୍ଟେମ୍ବର ଯାଏ ଚାଷ କରି ଅକ୍ଟୋବର ରୁ ଡିସେମ୍ବର ମାସରେ କାଉପି ବା ଝୁଡୁଙ୍ଗ ଚାଷ କରିହେବ । ବର୍ଷା ଦିନିଆ ପନିପରିବା ଜୁନ ଆରମ୍ଭରୁ ସେପ୍ଟେମ୍ବର ଯାଏ ଚାଷ କରି ଅକ୍ଟୋବର ରୁ ଜାନୁୟାରୀ ଯାଏ ସୋରିଷ ଚାଷ କରାଯାଇ ପାରେ । ସୋରିଷ ମଞ୍ଜି ବହଳରେ ବୁଣି ଗଛ ହେବା ପରେ ପତା କରି ସୋରିଷ ପତ୍ର ଶାଗ ରୂପେ ଅମଳ କରାଯାଏ । ବର୍ଷଧାରା ବେର୍ଣ୍ଣା ଜମି ରେ ଝୋଟ ଜୁନ ମଝିରୁ ସେପ୍ଟେମ୍ବର ଯାଏ ଚାଷ କରି ଧନିଆ ଓ ସୋରିଷ ଶାଗ ଓ ସେଗୁଡିକର ମଞ୍ଜି ଲାଗି ଚାଷ କରାଯାଇପାରେ ।
ବିଭିନ୍ନ ପ୍ରକାରର ସେଚିତ କ୍ଷେତ ମାନଙ୍କରେ ନାନାପ୍ରକାରର ପନିପରିବା ଚାଷ କରିବା ସୁବିଧାଜନକ ହୋଇଥାଏ ।
ଆଟ ଓ ମାଲ ଜମି (ସେଚିତ)
ସେଚିତ ବର୍ଣ୍ଣା ଜମି
ଏହି ପ୍ରକାର ଫସଲ ପ୍ରଣାଳୀ ଊଣାଅଧିକେ ଏକ ପ୍ରକାର ପ୍ରଣାଳୀକୁ ବୁଝାଇଥାଏ । କିନ୍ତୁ ଏଥିରେ କିଛି ତାରତମ୍ୟ ରହିଥାଏ । ଗୋଟିଏ ଜମିରେ ଦୁଇଟି ଅଧିକ ଶ୍ରେଣୀରେ ପନିପରିବା ଚାଷ କରାଯିବା ପ୍ରଣାଳୀକୁ ପାର୍ଶ୍ଵ ଫସଲ କୁହାଯାଏ । ଏକ ସମୟରେ ଫସଲଗୁଡିକ ବିପନ୍ନ ବା ରୋପଣ କରାଯାଇଥାଏ । ଏଥିରେ ସବୁ ଶ୍ରେଣୀର ପରିବା ଫସଲ ଗୁଡିକର ପ୍ରାଧାନ୍ୟ ସମାନ ଧରାଯାଏ । ଏଥିରେ ଗୋଟିଏ ମୁଖ୍ୟ ଓ ଅନ୍ୟଟି ଗୌଣ ବୋଲି ଧରାଯାଏ ନାହିଁ । ଏହି ପ୍ରଣାଳୀରେ ଫସଲଗୁଡିକୁ ଏପରି ନିର୍ବାଚନ କରାଯାଏ ଯେ ସମସ୍ତ ଶ୍ରେଣୀର ଫସଲ ଏକା ସମୟରେ ରୋପଣ ବା ବପନ କରାଗଲେ ମଧ୍ୟ ସଅଳ ଅମଳ ହେଉଥିବା ପନିପରିବା ଫସଲଗୁଡିକୁ ପ୍ରଥମେ ଅମଳ କରାଯିବା ଦ୍ଵାରା ଡେରିରେ ବା ସର୍ବ ଶେଷରେ ଅମଳ ହେଉଥିବା ପନିପରିବାଗୁଡିକୁ ଅଧିକା ଆୟତନର ଜମି ପାଇଁ ଭଲଭାବେ ବଢି ଅମଳ ହେଉଥିବା ପନିପରିବାଗୁଡିକ ଅଧିକା ଆୟତନର ଜମି ପାଇଁ ଭଲଭାବେ ବଢି ଅମଳ ଦେଇଥାନ୍ତି । ଉଦାହରଣ ସ୍ୱରୂପ ତିନିଟି ପନିପରିବା ଫସଲ କଥା ଧରାଯାଉ । ଯଥା : - ବନ୍ଧାକୋବି, ମୂଳା, ଲେଟସ୍
ପ୍ରଥମେ ମୂଳାଗୁଡିକ ଶୀଘ୍ର ଅମଳକ୍ଷମ ଦେବା ଦ୍ଵାରା ସେଗୁଡିକୁ ଅମଳ କରାଯାଏ ଓ ପରେ ଲେଟ୍ୟୁସଗୁଡିକ ଅମଳ କରାଯାଏ । ଏହି ଦୁଇଟି ଫସଲ ଅମଳ ହେବା ସମୟରେ ବନ୍ଧାକୋବି ଲାଗି ଧାଡି କି ଧାଡି ଗଛକୁ ଗଛ ମଧ୍ୟରେ ଦରକାର ହେଉଥିବା ଜମି ତାର ନିଜ ବ୍ୟବହାର ଲାଗି ମିଳିଥାଏ ।
ମଧ୍ୟବର୍ତ୍ତୀ ଫସଲ ପ୍ରଣାଳୀରେ ଚାଷ କରାଯାଉଥିବା ଫସଲଗୁଡିକ ମଧ୍ୟରୁ ଗୋଟିଏ ମୁଖ୍ୟ ଫସଲ ଓ ଅନ୍ୟଗୁଡିକ ଗୌଣ ଫସଲ ବୋଲି ଧରାଯାଇଥାଏ । ଏହି ପ୍ରଣାଳୀରେ ପନିପରିବା ଚାଷ କଲେ ବ୍ୟବସାୟିକ ଭିତ୍ତିରେ ଅନୁସରଣ କରାଯାଉଥିବା ଯନ୍ତ୍ରପାତି ବ୍ୟବହାର କରାଯାଇପାରେ ନାହିଁ । କେବଳ ହସ୍ତକର୍ମ ଦ୍ଵାରା ଚାଷ କରାଯାଇପାରେ ଓ ଛୋଟ ଛୋଟ ହସ୍ତଚାଳିତ ଉପକରଣ ବ୍ୟବହାର କରାଯାଏ ।
ମିଶ୍ରିତ ଫସଲ ଚାଷରେ ବିଭିନ୍ନ ପ୍ରକାର ପନିପରିବା ଏକାଠି ଲଗାଯାଇ ଅମଳ କରାଯାଇଥାଏ । ଏହା ନିମ୍ନୋକ୍ତ ଲାଭମାନ ହୋଇଥାଏ ।
ତେବେ ଏହି ପ୍ରଣାଳୀରେ ଚାଷ କଲେ ଅଧିକ ଶ୍ରମ ଦରକାର ହୋଇଥାଏ ତେଣୁ ଫସଲ ଅମଳ ଲାଗି ଖର୍ଚ୍ଚ ବଢିଥାଏ । ବହୁ ପରିମାଣର ଖତ ଓ ସାର ପ୍ରୟୋଗ କରିବାକୁ ପଡିଥାଏ । ରୋଗ ଓ ପୋକ ଦାଉରୁ ଫସଲଗୁଡିକୁ ରକ୍ଷା କରିବା ଟିକିଏ କଷ୍ଟକର ହୋଇପଡେ । କାରଣ ବିଭିନ୍ନ ଫସଲରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଓ ପୋକ ଲାଗୁଥିବା ଦୃଷ୍ଟିରୁ ଓ ଧାଡି ମଧ୍ୟରେ ଖାଲି ଜମି ନଥିବା ହେତୁ ଏପରି ଅସୁବିଧା ହୋଇଥାଏ । ଏହାଛଡା ଯାନ୍ତ୍ରିକ ଚାଷ ଲାଗି ଏହି ପ୍ରକାରର ପନିପରିବା ଚାଷ ସୁବିଧାଜନକ ନୁହେଁ ।
ମଧ୍ୟବର୍ତ୍ତୀ ଫସଲ ଚାଷ ପ୍ରଣାଳୀ ଅନୁସରଣ କରିବାକୁ ହେଲେ ଚାଷୀ କେଉଁ ସମୟରେ ପରିବାଗୁଡିକ ଲଗାଯିବ ସେଗୁଡିକର ବଢିବା ରୀତି କ’ଣ ସେଗୁଡିକର ରୋପଣ ଦୂରତା ଓ କେଉଁ ସମୟରେ ପ୍ରତ୍ୟେକ ଅମଳକ୍ଷମ ହୋଇଥାନ୍ତି ଏସବୁ ବିଷୟରେ ଚାଷୀର ନିର୍ଭୁଲ ଧାରଣା ଥିବା ଦରକାର । ଗୋଟିଏ ଫସଲ ଯେପରି ଅନ୍ୟ ଫସଲର କ୍ଷତିନକରେ ବା ଅନ୍ୟ ଫସଲରେ ମାଡି ନଯାଏ । ସେଥିପ୍ରତି ଧ୍ୟାନ ଦେବା ଉଚିତ । ଜଳସେଚନର ବ୍ୟବସ୍ଥା ଥିବା ଅଞ୍ଚଳରେ ଏହି ପ୍ରକାର ଚାଷ ସୁବିଧାଜନକ ହୋଇଥାଏ । ଏହି ପ୍ରକାର ଚାଷ ପ୍ରଣାଳୀ ଛୋଟ ବଗିଚା ଓ ରୋଷଘର ବଗିଚା ପାଇଁ ଅନୃସୃତ ହୋଇଥାଏ । ଏଥିରେ ଶୀଘ୍ର ଅମଳକ୍ଷମ ଓ ଦୀର୍ଘ ଅମଳକ୍ଷମ ଓ ଦୀର୍ଘ ଅମଳକ୍ଷମ କିସମର ପରିବା ବ୍ୟବହାର କରାଯାଇ ଫସଲ ଉତ୍ପାଦନ ବଢାଇ ଦିଆଯାଇପାରେ । ମଧ୍ୟବର୍ତ୍ତୀ ଫସଲ ପ୍ରଣାଳୀରେ କେତୋଟି ଉଦାହରଣ ନିମ୍ନରେ ଦିଆଗଲା ।
ପ୍ରଧାନ ଫସଲ |
ମଧ୍ୟବର୍ତ୍ତୀ ଫସଲ |
ବନ୍ଧାକୋବି ମୂଳା, ଲେଟୁସ, ବିଟ ସାଲଗମ ବା ଗାଜର |
ଟୋମାଟୋ, ଗାଜର |
ଆଳୁ, ଗାଜର |
କଖାରୁ, ବର୍ଷାଦିନିଆ ମୂଳା |
ଫଳ ବଗିଚା ବିଭିନ୍ନ ପ୍ରକାର ପନିପରିବା ବର୍ଷ ସାରା |
ଆଳୁ ମୂଳା, ସୋରିଷ, କୋଷଳାଶାଗ |
ପିଆଜ କୋଷଳାଶାଗ, ବଥୁଆଶାଗ |
ରସୁଣ ଧନିଆ ଓ ଅନ୍ୟାନ୍ୟ ଶାଗ |
ମକା,କାକୁଡି |
ତରଭୁଜ, କରଭୁଜ |
ପନିପରିବା ଚାଷରେ ଗୋଟିଏ ପ୍ରକାର ପନିପରିବାକୁ ଦୀର୍ଘଲଭ୍ୟ କରିବାକୁ ହେଲେ ତାହାର ବପନ ବା ରୋପଣ ଥରକୁ ଥର ନିର୍ଦ୍ଧିଷ୍ଟ ଦିନ ଅନ୍ତରରେ କରାଯିବା ଦରକାର ଯଥା- ଭେଣ୍ଡି, ଶିମ, ମଟର, ମୂଳା ଆଦି ଫସଲର ବିପନ ସମୟ ପହଞ୍ଚିବା ପରେ ପ୍ରତି ଦଶଦିନ ଅନ୍ତରରେ ପୁନଃ ପୁନଃ ବପନ କରାଯାଇପାରେ । ସେହିପରି ବାଇଗଣ, ଟୋମାଟୋ ଆଦି ଫସଲଗୁଡିକୁ ପ୍ରତି ପନ୍ଦର ଦିନ ଅନ୍ତରରେ ରୋପଣ କରି ଫଳ ଅମଳ ଦିନ ବଢାଯାଇପାରେ ।
ପନିପରିବା ଚାଷ କାର୍ଯ୍ୟଲାଗି ଏହା ହେଉଛି ଏକ ଉପାଦେୟ ବିଷୟ । ଏଥିରେ ଚାଷୀ ନିଜ ଫସଲ ଲଗାଯିବା ପୂର୍ବରୁ ଚାଷ ନିମିତ୍ତ କେଉଁ କେଉଁ ପ୍ରଧାନ କାର୍ଯ୍ୟ କରାଯିବ ଓ କେତେ ପରିମାଣରେ ବିଭିନ୍ନ ଜିନିଷପତ୍ରର ଆବଶ୍ୟକ ଓ ଖର୍ଚ୍ଚ କେତେ ଆବଶ୍ୟକ ହେବ ତାହାର ଧାରଣା ଆଗରୁ ଜାଣିଥିବା ଦରକାର । ତଦ୍ୱାରା ସେହି ଫସଲଗୁଡିକୁ ସୁବିଧାରେ ଅମଳ କରାଯାଇପାରେ । ନିଜର ଆର୍ଥିକ ଓ ସୁବିଧାକୁ ଦେଖି ସେ କେଉଁ ପନିପରିବା ଚାଷ କରିବ ବା ନକରିବ ଆଗରୁ ଠିକ୍ କରିପାରେ ।
ଉଦାହରଣ ସ୍ୱରୂପ କେତୋଟି ଫସଲ ଚାଷ ପ୍ରଣାଳୀର ନମୁନା ଦିଆଗଲା- ଖର୍ଚ୍ଚର ମୂଲ୍ୟରେ ଅଦଳବଦଳ ହେଉଥିବା ଦୃଷ୍ଟିରୁ ଖର୍ଚ୍ଚ ଓ ଆଦାୟର ପରିମାଣ ଅଦଳ ବଦଳ ହେବା ସ୍ଵାଭାବିକ ।
ଏହି ରୀତିରେ ଅନ୍ୟାନ୍ୟ ଯେ କୌଣସି ପନିପରିବାର ସ୍ଥିରୀକୃତ ଚାଷ ପ୍ରଣାଳୀର ଖସଡା ପ୍ରସ୍ତୁତ କରାଯାଇପାରେ ।
ପନିପରିବା ଚାଷ ଲାଗି ଚାଷ ପଞ୍ଜିକା ପ୍ରସ୍ତୁତ କରିବା ଦରକାର । ବର୍ଷରେ ତିନୋଟି ଋତୁରେ ପ୍ରତ୍ୟେକ ମାସରେ କେଉଁ କେଉଁ କାର୍ଯ୍ୟକ୍ରମ କରାଯିବ ତାହାର ଧାରଣା କରିବା ଲାଗି ପନିପରିବା ଚାଷ ପଞ୍ଜିକା ଦରକାର ହୋଇଥାଏ । ତାଲିକା ୩୧ ରେ ପ୍ରଦର୍ତ୍ତ ମୁଲ୍ୟଗୁଡିକ ଗୋଟିଏ ଧାରଣା ଦେବା ଅଭିପ୍ରାୟରେ ପ୍ରଦତ୍ତ ହୋଇଛି । ମୁଲ୍ୟଗୁଡିକ ବଜାର ଦର ଉପରେ ନିର୍ଭରଶୀଳ ହେତୁ ଅଦଳବଦଳ ହେବା ସ୍ଵାଭାବିକ ।
ଏହି ପଞ୍ଜିକା ପ୍ରସ୍ତୁତ କରିବାକୁ ହେଲେ କେତେଗୁଡିଏ ବିଷୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ ।
ଏହି ସମୟରେ ଚାରା ଉତାରିବା ଲାଗି ପଟି ତିଆରି କରାଯାଏ ଓ ଆଗରୁ ଉଠାଯାଇଥିବା ଚାରାଗୁଡିକ ରୋପଣ କରିବା ଓ ବୀଜ ବପନ ପାଇଁ ଜମି ପ୍ରସ୍ତୁତି କରାଯାଏ । ମିଠାମକା, ବାଇଗଣ, ଭେଣ୍ଡି, ସାରୁ, କାକୁଡି କଲରା, ଛଚିନ୍ଦ୍ରା, ଜହ୍ନି, କନ୍ଦମୂଳ, ମୂଳା, ଗୟାଆଳୁ, ପାଣିକଖାରୁ, ଲଙ୍କା ମରିଚ, ଝୁଡୁଙ୍ଗ, କାଉପି, ଗୁଆଁର କୁଜିସାରୁ ଆଦି ବର୍ଷାଦିନିଆ ପନିପରିବା ଲଗାଯାଇଥାଏ । ଆଗରୁ ହୋଇଥିବା ବାଇଗଣ ଓ ଲଙ୍କା ମରିଚ ଚାରାଗୁଡିକ ରୋପଣ କରାଯାଏ । ପାହାଡିଆ ଅଞ୍ଚଳରେ ଟୋମାଟୋ, ଫୁଲକୋବି ପାହାଡିଆ ବିନ୍ ଇତ୍ୟାଦି ଓ ଆଗରୁ ରୋପଣ ହୋଇଥିବା ବା ବପନ କରାଯାଇଥିବା ଫସଲଗୁଡିକର ଘାସବଛାଯାଏ । ଚାରାଉତାରିବା ପଟି ଗୁଡିକରେ ଘାସବଛାଯାଏ । ବର୍ଷା ହୋଇ ନଥିଲେ ଜଳସେଚନର ବ୍ୟବସ୍ଥା କରାଯାଏ । ଏହାଛଡା ଫସଲ ସଂରକ୍ଷଣ ଲାଗି ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯାଏ ।
ଖରାଦିନିଆ ପନିପରିବାଗୁଡିକର ଅମଳ କରାଯାଏ । କଣ୍ଟିଆଳି, କାକୁଡି, ବଡକାକୁଡି, ତରଭୁଜ, ଚଲଣା, ଭେଣ୍ଡି, କଲରା, ଜହ୍ନି, ପୋଟଳ ଆଦି ଅମଳ କରାଯାଏ ।
ଖରାଟିଆ ପନିପରିବାଗୁଡିକ ଅମଳ ଶେଷ ହେଉଥିବା ଦୃଷ୍ଟିରୁ ସେଗୁଡିକୁ କ୍ଷେତରୁ ବାହାର କରି ଖରିଫ ଫସଲ ଲାଗି ଜମି ପ୍ରସ୍ତୁତି କରାଯାଏ । ଖରିଫ ପନିପରିବା ପୂର୍ବ ମାସ ପରି ଲଗାଯାଏ । ପିଆଜ, କନ୍ଦମୂଳ, ମଧ୍ୟ ଲଗାଯାଏ । ଲାଉ, ଜହ୍ନି, ମକା, ଛଚିନ୍ଦ୍ରା, ବାଇଗଣ, ସାରୁ ଜାତୀୟ, ଭେଣ୍ଡି ଆଦି ପରିବା ଲଗାଯାଏ ।
ଆଗରୁ ଲଗାଯାଇଥିବା ଜହ୍ନି ଆଦି ଲଟା ଜାତୀୟ ପରିବାଗୁଡିକରେ ରଞ୍ଜାଦିଆ କାର୍ଯ୍ୟ ଏହି ସମୟରେ ହୋଇଥାଏ ।
ଶୀତଦିନିଆ କେତେଗୋଟି ପରିବାର ଚାରା ଉତାରିବା ପାଇଁ ବ୍ୟବସ୍ଥା କରାଯାଏ । ଫୁଲକୋବି, ବନ୍ଧାକୋବି, ଟମାଟୋ, ବଡଲଙ୍କା, ନୋଲଖୋଲ, ଲେଟ୍ୟୁସ, ସିଲେରି, ବିଟ, ଗାଜର, ସାଲଗମ, ମୂଳା ବିନ ଆଦି ଲଗାଯାଇପାରେ ।
ଖରିଫ ପନିପରିବା ଅମଳ କରାଯାଏ । ରବି ପନିପରିବା ଲାଗି ଜମି ପ୍ରସ୍ତୁତି କାମ ଚାଲୁ ରଖାଯାଏ । କୋବି ଜାତୀୟ ଫସଲ, ଟମାଟୋ ଆଦି ଫସଲ ଚାରା ଉତାରିବା ଲାଗି ବିହନ ତଳିପଟାଳିରେ ବୁଣାଯାଏ । ଆଗରୁ ଲଗାଯାଇଥିବା ଫସଲରେ ଘାସବଛା, କୋଡା, ଖୋସା, ସାରଦିଆ ଓ ଜଳସେଚନର ବ୍ୟବସ୍ଥା କରାଯାଏ । ଆଳୁ ଫସଲ ଲାଗି ଜମି ପ୍ରସ୍ତୁତି ଆରମ୍ଭ ହୋଇଥାଏ ।
ଏହି ସମୟରେ ସହଳ ଫୁଲକୋବି ଅମଳ ହେବ । ମୂଳା, ଗାଜର, ସ୍ପିନଚ, କୋଶଳା, ଲେଟ୍ୟୁସ, ସାଲଗମ, ପିଆଜ, ରସୁଣ, ଟୋମାଟୋ, ଫୁଲକୋବି, ନୋଲଖୋଲ, ବାଇଗଣ, ବଡଲଙ୍କା ଲଗାଯିବ । ମକା ଫସଲ ଉଠାଇ ରବି ଫସଲ ଲଗାଇବା ଲାଗି ଜମି ପ୍ରସ୍ତୁତି ହେବ । ପାହାଡିଆ ଅଞ୍ଚଳରେ ମଧ୍ୟ ଏହି ସମୟରେ ରବି ପନିପରିବା ଫସଲ ଲଗାଯିବ ।
ଆଳୁଫସଲ ଓ ଅନ୍ୟାନ୍ୟ ଫସଲ ଲାଗି ପ୍ରସ୍ତୁତି କରାଯିବ । ପୂର୍ବମାସ ପରି ରବିଫସଲ ସହ ମଟର, ଶିମ୍ବ, ଫ୍ରେଞ୍ଚବିନ, ଲେଟ୍ୟୁସ, ଏନଡାଇଭ, ସାଲିସଫ, ସୋରିଷ, କ୍ରେସ, ଲିକ୍, ମେଥି, ଲାଉ, ଧନିଆ ମଧ୍ୟମ କିସମ ଆଳୁ ଲଗାଯାଏ ।
ଆଳୁ, ମିଠାମକା ଓ ଅନ୍ୟାନ୍ୟ ପନିପରିବା ଲଗାଯିବା ଓ ପାଳଙ୍ଗ ବୁଣାଯିବ । ରବି ପନିପରିବା ଚାରା ରୋପଣ କାର୍ଯ୍ୟ ଚାଲୁ ରଖାଯିବ । ଗତ ମାସରେ ଗତ ମାସରେ ଲଗାଯାଉଥିବା ପନିପରିବାଗୁଡିକରେ କୋଡା ଖୋସା, ଘାସବଛା ଓ ସାରଦିଆ କାମ ଚାଲୁ ରଖାଯିବ । ପୋଟଳ ଗଣ୍ଡି ମନ୍ଦାରେ ଲଗାଯିବ । ଆଳୁ କ୍ଷେତରେ ଜଳସେଚନ ନିୟମିତ ରୂପେ କରାଯିବ ।
ପନିପରିବା ଅମଳ କାର୍ଯ୍ୟ ଚାଲୁରହିବ । ପିଆଜ ଚାରା ରୋପଣ କରାଯିବ । ଗୟାଆଳୁମୂଳ ଖୋଳି ଅମଳ କରାଯିବ । ଏହି ମାସରେ କଲରା, ତରଭୁଜ, କଣ୍ଟିଆଳି, କାକୁଡି, ଫୁଟିକାକୁଡି, ଚଲଣା, ବୋଇତି କଖାରୁ ଲଗାଯିବ । ଖଟା ଓ ମିଠା ପାଳଙ୍ଗ, ବୁଣାଯିବ । ବିଳମ୍ବରେ ଅମଳ ହେଉଥିବା ବନ୍ଧାକୋବି, ଟମାଟୋ ତଳିଲାଚ ମଞ୍ଜି ବୁଣାଯିବ । ପାହାଡିଆ ଅଞ୍ଚଳରେ ଖରାଦିନିଆ ପନିପରିବା ଲଗାଇବାର ବନ୍ଦୋବସ୍ତ କରାଯିବ । ଜହ୍ନି, ତରଭୁଜ, କାକୁଡି, କଖାରୁ, କଲରା ଆଦି ଲଗାଯିବ ।
ରବି ପନିପରିବାଗୁଡିକର କ୍ରମିକ ବପନ ବା ରୋପଣ କରାଯିବ । ମାସରେ ଲଗାଯାଇଥିବା ଫସଲ ଗୁଡିକରେ କୋଡ, ଖୋସା, ସାରଦିଆ, ହୁଡାଟେକା ଆଦି କରାଯିବ । ବାଇଗଣ, ଲଙ୍କାମରିଚ ଚାରା ପକାଯିବ । କୋଶଳା, ଖଡା, ପୋଇ, ଭେଣ୍ଡି ଲଗାଯିବ । ପୋଟଳ ମନ୍ଦାରେ ସାର ଦିଆଯିବ । ଓଲୁଅ, କନ୍ଦମୂଳ, ସାରୁ, ଦେଶୀଆଳୁ ଖୋଳାଯିବ । ଉଲିପିଆଜ ଚାରା ଲଗାଯିବ । ଶିମ୍ବ, ଝଟା, ମଟର ଅମଳ ଚାଲୁ ରହିବ । ଗତ ମାସରେ ବୁଣାଯାଇଥିବା ମଞ୍ଜିରୁ ଚାରା ଆଣି ଲଗାଯିବ । ଅଦା ଓ ଗୟାଆଳୁ ଅମଳ ହେବ ।
ପାହାଡିଆ ଅଞ୍ଚଳରେ ଅଦା ହଳଦୀ, ପାଳୁଅ ଖୋଳାଯିବ । ରବି ଫସଲ ଉଠାଇ କୋଶଳା, ପାଳଙ୍ଗ, ବାଇଗଣ, ଭେଣ୍ଡି, ଜହ୍ନି, କଲରା ଇତ୍ୟାଦି ଲଗାଯିବ ।
ବିଳମ୍ବରେ ଅମଳ ହେଉଥିବା କୋବି ଜାତୀୟ ଫସଲର ରୋପଣ କାର୍ଯ୍ୟ ଶେଷ କରାଯିବ । ବାଇଗଣ ମଞ୍ଜି ତଳି ଘରାରେ ବୁଣାଯିବ । ବାଇଗଣ, କୋଶଳା, ଖଡା, ଛଚିନ୍ଦ୍ରା, ପୋଇ, ଲାଉ, କଲରା, କାକୁଡି, ଝୁଡଙ୍ଗ, ଗୁଆଁର ଲଗାଯିବ । ଆଳୁ ଫସଲରେ ସାର ଦେଇ ହୁଦା ଟେକାଯିବ । ଡିଥେନ, ଏନଡ୍ରିନ, ମାଲାଥିଏନ, ପାରାଥିଆନ ଆଦି ଔଷଧ ସିଞ୍ଚି ରୋଗପୋକ ନଷ୍ଟ କରାଯିବ । କୁନ୍ଦୁରୁ ଗଛର ଡାଳ କାଟି ନୂଆ ଡାଳ ବାହାରିବା ଲାଗି ବ୍ୟବସ୍ଥା କରାଯିବ । ପୋଟଳରେ ସାର ପିଡିଆ ଦିଆଯିବ । ଶୀଘ୍ର ଅମଳକ୍ଷମ ଆଳୁ ଖୋଳାଯିବ । ଓ ଅନ୍ୟାନ୍ୟ ପନିପରିବା ଅମଳ ହେବ । ପାହାଡିଆ ଅଞ୍ଚଳରେ ଗତମାସ ପରି ରବିଫସଲଗୁଡିକରୁ ବିହନ ସଂଗ୍ରହ କରାଯିବ ଓ ରବି ଫସଲ ଅମଳ ମଧ୍ୟ ହେବ ।
ଆଗରୁ ଲଗାଯାଇଥିବା ପନିପରିବା ଯଥା-କୋବିଜାତୀୟ, ଆଳୁ, ଗୟାଆଳୁ, ଅନ୍ୟାନ୍ୟ ଶୀତଦିନିଆ ଫସଲ ଅମଳ ହୁଏ । ଖରାଟିଆ ପନିପରିବା ଲଗାଯାଇଥିଲେ ସେଥିରେ କୋଡା, ଖୋସା, ସାରଦିଆ ଓ କୀଟ ରୋଗ ନାଶକ ଔଷଧ ସିଞ୍ଚାଯାଏ । ପାଣି ମଡାଯାଏ ଏବଂ ଲଙ୍କାମରିଚ ଚାରା ଉତରାଯାଏ । ଖାଲି ପଡିଥିବା ଜମିଗୁଡିକୁ ଭଲ ଭାବେ ଚାଷ କରି ସେଥିରେ ବାଇଗଣ, କଲରା, ତରଭୁଜ, କରଭୁଜ, ମକା, ଝୁଡଙ୍ଗ, ଜହ୍ନି, ଭେଣ୍ଡି, କର୍ଟିଆଳି, ବଡକାକୁଡି, ଚଳଣା ଲଗାଯାଏ । ପୋଟଳ ଫସଲର ଯତ୍ନ ନିଆଯାଏ । ପାହାଡିଆ ଅଞ୍ଚଳରେ ଉଲି ଓ ରସୁଣରେ ସାର ଦିଆଯାଏ । ସୁବିଧା ଦେଖି ଶାଗ ଜାତୀୟ, ସୋରିଷ ଆଦି ବୁଣାଯାଇପାରେ ।
ରବିଫସଲଗୁଡିକର ଶେଷ ଅମଳ ଏହି ମାସରେ ହୋଇଥାଏ । ଜମି ପ୍ରସ୍ତୁତ କରି ବାଇଗଣ, ଲଙ୍କାମରିଚ ରୋପଣ କରାଯାଏ । ଆଳୁ ଖୋଳା ଶେଷ ହେବା ଝଡା, ଲେଉଟିଆ ଶାଗ ବୁଣାଯାଏ । ପୋଟଳ ଫଳିବା ଆରମ୍ଭ ହୋଇଥାଏ । କଖାରୁ, ଜହ୍ନି, ଲାଉ, ଝୁଡୁଙ୍ଗ, ଗୁଆଁର, କଲରା, ପୋଇ ଲଗାଯାଇପାରେ । ମୂଳା, ମଟର, ପାଳଙ୍ଗ, କୋଶଳା ଆଦି ଶୀତଦିନିଆ କେତେକ ପନିପରିବାଗୁଡିକରୁ ବିହନ ସଂଗ୍ରହ କରାଯାଏ । ଶଙ୍କର ଜାତୀୟ କୌଣସି ପନିପରିବାଗୁଡିକରୁ ବିହନ ସଂଗ୍ରହ କରାଯିବ ନାହିଁ । ଅମୃତଭଣ୍ଡା, କଞ୍ଚାକଦଳୀରେ ସାର ଦିଆଯିବ ଓ ପାଣି ମଡାଯିବ । ଅଦା, ହଳଦୀ ଅମଳ ହେବ ।
ଆଗରୁ ଲଗାଯାଇଥିବା ଫସଲଗୁଡିକରେ ଯତ୍ନ ନିଆଯାଏ । ପାଣିମଡା, ସାର ପ୍ରୟୋଗ କୀଟନାଶକ ଔଷଧ ପ୍ରୟୋଗ କରାଯାଇନଥାଏ । କଖାରୁ, ଜାତୀୟ ଫସଲରେ ପାଉଁଶ ଏବଂ ୧%ଲିଣ୍ଡେନ ମିଶାଇ ସିଞ୍ଚାଯାଏ । ଖଡା, ଲେଉଟିଆ, ପୋଇ, ପୋଟଳ ଅମଳ କରାଯାଏ । ଏହି ସମୟରେ ଜହ୍ନି, ଭେଣ୍ଡି, କଲରା, ଗୁଆଁର, ବାଇଗଣ, ତରଭୁଜ, କରଭୁଜ, କାକୁଡି ଚଲଣା, ଛଚିନ୍ଦ୍ରା ଆଦି ଫଳ ତୋଳିବା ଆରମ୍ଭ ହୋଇଥାଏ । ଖାଲିପଡିଥିବା ଜମିକୁ ଗହୀର ଚାଷ କରି ମାଟିକୁ ଖରା ଖୋଇବା ଲାଗି ଛାଡିଦିଆଯାଏ । ମୁନିଗା ଅମଳ ହେବ । କଞ୍ଚାକଦଳୀ, ଅମୃତଭଣ୍ଡାରେ ପାଣି ଦିଆଯାଏ ।
ଆଗରୁ ଲଗାଯାଇଥିବା ଖରାଟିଆ ପନିପରିବାଗୁଡିକରୁ ଫଳ ଅମଳ କରାଯାଏ । ଖଡା, ବାଇଗଣ, ଲଙ୍କାମରିଚ ତଳି ପକାଯାଏ । ପାକଶାଳା ବଗିଚାରେ କାକୁଡି, ଗୁଆଁର, ଜହ୍ନି, ଭେଣ୍ଡି, ଛଚିନ୍ଦ୍ରା, କଖାରୁ, ପୋଇ ଆଦି ଫସଲ ଲଗାଯାଇପାରେ । ମୁନିଗା ଅମଳ କରାଯାଏ । କଞ୍ଚା କଦଳୀ, କଞ୍ଚା ଅମୃତଭଣ୍ଡା ଗଛଗୁଡିକରେ ଯତ୍ନ ନିଆଯିବ । ପାଣିମଡା, ଖତ ଓ ସାର ମଧ୍ୟ ଦିଆଯାଏ ।
ଆଗରୁ ଲଗାଯାଇଥିବା ଫସଲଗୁଡିକରୁ ଫଳ ଅମଳ କରାଯାଏ । ଖଡା, ମକା, ଭେଣ୍ଡି, ଜହ୍ନି, ବାଇଗଣ, ଲଙ୍କାମରିଚ ଆଦି ଫସଲ ଲାଗି ତଳି ପକାଯାଏ । ଶଙ୍କସାରୁ ଓ କୁଜିସାରୁ ଲଗାଯାଏ । ଖମ୍ବଆଳୁ ବା ଦେଶୀଆଳୁ ଗଜା କରାଯାଏ । ପାହାଡିଆ ଅଞ୍ଚଳରେ ଫୁଲକୋବି ଟୋମାଟୋ ଲାଗି ତଳି ଲଗାଯାଏ । ବିନ୍ ଶିମ ଲଗାଯାଏ, ମୁନିଆ ଅମଳ କରାଯାଏ ।
ଆଧାର - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର
Last Modified : 4/6/2020