ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / କଠୋର ପରିଶ୍ରମ ଓ ରୋଜଗାର କ୍ଷମ କରିଛି ଚାଷ
ସେଆର କରନ୍ତୁ

କଠୋର ପରିଶ୍ରମ ଓ ରୋଜଗାର କ୍ଷମ କରିଛି ଚାଷ

ସଫଳ ଚାଷୀ ରମେଶ ଦଳେଇ ଏବଂ ଲକ୍ଷ୍ମୀଧରଙ୍କ କାହାଣୀ ସମ୍ବନ୍ଧରେ ସୂଚନା ।

ସଫଳ ଚାଷୀ ରମେଶ ଦଳେଇ

ରମେଶ ଦଳେଇ  ଜଣେ ଚାଷୀ । ମା' କାଞ୍ଚନ ଦେଈ ଓ ପିତାଙ୍କ ନାମ ମହରଗ ଦଳେଇ । ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଗ୍ରାମପଞ୍ଚାୟତର ଗିରିଆ ଗ୍ରାମରେ ।

ନିଜ ସଂଘର୍ଷର ଯାତ୍ରା ସମ୍ପର୍କରେ ରମେଶ କୁହନ୍ତି- 'ପରିବାରର ଆର୍ଥିକ ଅବସ୍ଥା ଯୋଗୁ ହିଁ ମୋର ୪ର୍ଥଶ୍ରେଣୀରୁ ସ୍କୁଲ ଯିବାକୁ ବନ୍ଦ ହୋଇଗଲା ।  ଏହାପରେ ବାପାଙ୍କ ସାଥିରେ ବିଲକୁ ଯାଉଥିଲି ଚାଷ କାମରେ ସହଯୋଗ କରିବା ଲାଗି । ତେବେ ବୟସ ବଢିବା ସହିତ ରୋଜଗାର ସକାଶେ ଚିନ୍ତା ବଢିଲା । କିନ୍ତୁ ଚାଷକାମ କରି ରୋଜଗାର କ୍ଷମ ହେବା ଲାଗି ନିଷ୍ପତ୍ତି ନେଇ ନିଜ ପୈତୃକ ୨ ଏକର ଜମିରେ ଆରମ୍ଭ କଲି ଧାନଚାଷ । ପୁଣି ସେଥିରେ ଚତୁ ଅନୁସାରେ ବିରି, ମୁଗ, ସୂର୍ଯ୍ୟମୁଖୀ ଆଦି ଚାଷ କଲି । ପ୍ରାରମ୍ଭିକ ସଫଳତା ମୋ ଉତ୍ସାହକୁ ବଢାଇଦେଲା । ଏଥିସହିତ ଆଉ ୪ ଏକର ଜମି ଭାଗ ଚାଷରେ ଆଣି ଆଖୁଚାଷ କଲି । ଡିସେମ୍ବରରେ ଆଖୁ ଲଗାଇବା ଲାଗି ପୂର୍ବରୁ ଜମିକୁ ଗଭୀର କରି ଚାଷଜମିରେ ହଳ କରିବାକୁ ପଡ଼ିଥାଏ । ଏହାପରେ ଆଖୁର ବିଭିନ୍ନ ଯନ୍ତ୍ର ନେବାକୁ ହୁଏ । ତେବେ ଆଖୁ, ଅମଳ ପରେ ଏହାକୁ ଆସିକା ଚିନି କାରଖାନାକୁ ପଠାଇଥାଉ । ସେହିପରି ଏ ଠାରୁ ଉତ୍ପାଦିତ ବିଭିନ୍ନ ପନିପରିବାକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାଏ । ଅବଶ୍ୟ ଏଥିପାଇଁ ସମସ୍ତ ଖର୍ଚ୍ଚ ଯାଇ ବାର୍ଷିକ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳେ’ ବୋଲି କୁହନ୍ତି । ରମେଶ  କୃଷି ସମ୍ପର୍କରେ ସେ କେତେକ ଚାଷୀଙ୍କୁ ପରାମର୍ଶ ମଧ୍ୟ ଦେଇଥାନ୍ତି । । କୃଷିକ୍ଷେତ୍ରରେ ନିଜର ଏତାଦୃଶ ଅଭିଯାନ ଲାଗି ୨୦୧୬-୧୭ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ସେ ସଫଳ ଚାଷୀ ଭାବେ ମଧ୍ୟ ହୋଇଛନ୍ତି ପୁରସ୍କୃତ । ଚାଷରୁ ହିଁ ନିଜ ପରିବାର ଚଳେଇବା ସହିତ ଅନ୍ୟମାନଙ୍କୁ ଚାଷ କାର୍ଯ୍ୟରେ ପରାମର୍ଶ ଦେଇପାରୁଥିବାରୁ ଏହା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି କୁହନ୍ତି। ଏହି ସଫଳ କୃଷିଜୀବୀ।

ଲକ୍ଷ୍ମୀଧର ପ୍ରମାଣ କରିଛନ୍ତି ଅଧିକ ସାର ଜମି ପାଇଁ କ୍ଷତିକାରକ

ରାସାୟନିକ ସାରର ବହୁଳ ବ୍ୟବହାର ଜମି ପାଇଁ କ୍ଷତିକାରକ । ଠିକ୍ ପରିମାଣରେ ସାର ପ୍ରୟୋଗ କରି ନ ପାରିଲେ ଫସଲ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜମିରେ ସାର ପ୍ରୟୋଗ ପୂର୍ବରୁ ବିଶେଷଜ୍ଞ ଏବଂ ବୈଜ୍ଞାନିକଙ୍କଠାରୁ ପରାମର୍ଶ ନେଇ ବ୍ୟବହାର କରିବା ଜରୁରି ବୋଲି ବଲାଙ୍ଗିର ଜିଲ୍ଲା, ଲୋଇସିଂହା ବ୍ଳକ୍ ବାନିପାଲି ପଞ୍ଚାୟତ ଅଧୀନସ୍ଥ ବିଅଁରପାଲି ଗ୍ରାମର ଅଲେଖ ନାଏକ କହିଛନ୍ତି । ଅତୀତରେ ପୋଟଳ ଫସଲରେ ଉପଯୁକ୍ତ ପରିମାଣର ସାର ପ୍ରୟୋଗ କରି ନପାରି କ୍ଷତି ସହିଥିଲେ ଅଲେଖ । ସେଥିପାଇଁ ଫସଲରେ ସାର  ପ୍ରୟୋଗ ପୂର୍ବରୁ ଏ ସମ୍ପର୍କରେ ସମସ୍ତ ଚାଷୀ ସମ୍ପୁର୍ଣ୍ଣ ରୂପେ ବୁଝି ସାର ବ୍ୟବହାର କରିବା ଜରୁରି । ଯଦିଓ ସେ ଏତେ, ବଡ଼ ସମସ୍ୟାର ସମ୍ମୁଖୀନ  ହୋଇଥିଲେ ତା’ପରେ ବି ଚାଷକୁ ନେଇ ସେ ମନ ଦୁଃଖ କରିନଥିଲେ । ଏବେ ଧାନ ଝିଣ୍ଟ୍ ପରେ ଅର୍ଥକାରୀ ଫସଲ ଭାବେ  ପୋଟଳ ଓ କଦଳୀ ଚାଷ କରି ବାର୍ଷିକ । ସେ ହାରାହାରି ୨ଲକ୍ଷ ଟଙ୍କା ଲାଭ କରୁଛନ୍ତି।

ନିଜର ପୈତୃକ ୪ ଏକର ' ଜମିରୁ ୨ ଏକରରେ ଧାନ ଏବଂ ବାକି ୨ ଏକର ରେ ପୋଟଳ ଓ କଦଳୀ ଚାଷ କରୁଛନ୍ତି । ୩ ବର୍ଷ ଧରି ପୋଟଳ ଚାଷ ପାଇଁ ପ୍ରାୟ ୩ ହଜାର ମନ୍ଦା ଲଗାଇ ପରିବାର ସହିତ କିଛି ଲୋକଙ୍କୁ ଦୈନନ୍ଦିନ ମଜୁରୀ ସହ ସ୍ଵାବଲମ୍ବୀ କରିପାରିଛନ୍ତି ଅଲେଖ । ୨୩୦୦ କଦଳୀ ମନ୍ଦା ମଧ୍ୟ ଲଗାଇଛନ୍ତି । ପୋଟଳରେ ଆବଶ୍ୟକ ରାସାୟନିକ ସାରର ପ୍ରୟୋଗ ଠିକ୍ ଭାବରେ ନ କରିବା ଏବଂ ଅଭାବି ବିକ୍ରି ଲାଗି ପ୍ରତିବର୍ଷ ସେ କ୍ଷତି ସାହୁଛନ୍ତି । ସେହିପରି କଦଳୀ ଚାଷ ପାଇଁ ସବସିଡିରେ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଚାରା ମିଳୁଛି । ମାତ୍ର ବେପାର ଲାଗି ସ୍ଥାନୀୟ ବଜାର ଛଡ଼ା ପାଖରେ ଆଉ କିଛି ସୁବିଧା ନାହିଁ । ସେଥିପାଇଁ ଜଣେ ଚାଷୀ ସରକାରୀ ସୁବିଧା ସୁଯୋଗ ପାଇଲେ ଅଧିକ ଅମଳ ସାଙ୍ଗକୁ ଅର୍ଥ ରୋଜଗାର କରି ଲାଭବାନ ହୋଇପାରିବ ବୋଲି ଅଲେଖ କୁହନ୍ତି ।

ପୋଟଳ ଏକ ଲଟା ଜାତୀୟ ପରିବା ତେଣୁ ଏଥିଲାଗି ସରକାରୀ ସୂତ୍ରରୁ ଲୁହା ତାର ବ୍ୟବସ୍ଥା କିମ୍ବା କିଛି ଖର୍ଚ୍ଚ ମିଳିଲେ ଭଲ ହୁଅନ୍ତା । ଏହା ବ୍ୟତୀତ ଚାଷୀଙ୍କ ଲାଗି ବ୍ଳକ୍ କିମ୍ବା ଜିଲ୍ଲାସ୍ତରରେ ରାସାୟନିକ ସାରର ପ୍ରୟୋଗ କର୍ମଶାଳା, ଚାରା ଯୋଗାଇବା ଓ ବିକ୍ରି ସମସ୍ୟାର ସମାଧାନ ସମ୍ପର୍କରେ ବୈଠକ ହେବା ଜରୁରି । ଅନ୍ତତଃ ପକ୍ଷେ ପ୍ରତିମାସରେ ଗୋଟିଏ ଥର ନଚେତ୍ ୧୫ଦିନରେ ଥରେ ଏଭଳି କାର୍ଯ୍ୟକ୍ରମ କରାଗଲେ ବହୁ ଲାଭ ମିଳିବ ।

ସଂଗୃହିତ  -

  1. ଦ୍ଵିତୀକୃଷ୍ଣ ପଣ୍ଡା
  2. ଶବ୍ୟାମସୁନ୍ଦର ମେହେର ଲୋଇସିଂହା, ବଲାଙ୍ଗୀର
2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top