ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / ଚାଷ ପାଇଁ ଚାକିରି ଛାଡିନ୍ତି ଏବଂ ଚାଷ ପାଇଁ ବିଶେଷଜ୍ଞ ମତନିଅ
ସେଆର କରନ୍ତୁ

ଚାଷ ପାଇଁ ଚାକିରି ଛାଡିନ୍ତି ଏବଂ ଚାଷ ପାଇଁ ବିଶେଷଜ୍ଞ ମତନିଅ

ହରିହର ଦାଶ ଓ ଅକ୍ଷୟଙ୍କ ସଫଳ କାହାଣୀ ।

ଚାକିରି ଛାଡି ଚାଷ କଲି

ହରିହର ଦାଶ ଚାଷରୁ ମିଳିଥିବା ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା

ମାଟ୍ରିକ୍ ପାସ୍ କରିବା ପରେ ଯୁକ୍ତ ଦୁଇରେ ଆଡ୍ମିଶନ କଲେ । କିନ୍ତୁ ପାଠ ପ୍ରତି ଆଉ ଆଗ୍ରହ ନ ହେବାରୁ ପାଠପଢ଼ା ଛାଡ କଲକତା ପଳାଇଲେ । ସେଠାରେ ଇନ୍କମ୍ ଗ୍ୟାକୁ ଅଫିସ୍‌ରେ ଟାଇପିଷ୍ଟଭାବେ କାମ କଲେ । ପିଲାଟିଦିନରୁ ସେ ଭାରି ଡ୍ରାମା ପ୍ରିୟ । ତାଙ୍କ ଅଞ୍ଚଳରେ ଡ୍ରାମା ହେଉଥିଲା । ଗାଁର ସାଙ୍ଗମାନେ ଟେଲିଗ୍ରାମ କଲେ ଡ୍ରାମା ହେବା ପଳାଇ ଆସ । ଡ୍ରାମା କରିବା ନିଶାରେ ସେ କଲିକତାରୁ ଗାଁକୁ ଆସିଲେ । ଡ୍ରାମା ସରିବା ପରେ ଆଉ କଲିକତା ଯିବାକୁ ଇଚ୍ଛା ହେଲାନି। ତେଣୁ କ'ଣ କରିବେ ବୋଲି ଚିନ୍ତାକଲେ । ଏହିପରି ଭାବି ଭାବିଶେଷରେ ଚାଷ କରିବେ ବୋଲି ନିଷ୍ପତ୍ତି ନେଲେ । ପ୍ରଥମେ ଆରମ୍ଭ କଲେ ହାଇବ୍ରିତ ଧାନଚାଷ । ଏହି ଚାଷରୁ ମିଳିଥିବା ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା । ତା'ପରେ ପନିପରିବା ସାଜୋମତ କଦଳୀ, ଆଖୁ ଚାଷରେ ମନଦେଲେ । ତେବେ ଇତି ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ସେ ହେଲେ ହରିହର ଦାଶ । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ଷୋଳମପୁର  ପଞ୍ଚାୟତର ବିରୋଳି ଶାସନରେ ତାଙ୍କର ଜନ୍ମ । ମା’ ଛାୟାଦେବୀ ଓ ପିତାଙ୍କ ନାମ ରସିକ ନାଗର ଦାଶ ।

ଚାଷକୁ ସ୍ଵରୋଜଗାରର ମାଧ୍ୟମ

ଡ୍ରାମା ନିଶାରେ ଚାକିରି ଛାଡି ଚାଷକୁ ସ୍ଵରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିଥିବା ହରିହର ଧାନଚାଷରୁ ଯାହା ରୋଜଗାର କଲେ ସେଥିରେ କୌଣସି ପ୍ରକାରେ ପରିବାର ଗୁଜୁରାଣ ମେଣ୍ଟିଲା । ପରେ ଆଖୁ ଚାଷ କଲେ । ପରବର୍ତ୍ତୀ ସମୟରେ ନିକଟସ୍ଥ ଗେଙ୍ଗୁଟି ନଦୀକୂଳରେ ଚାରି ଏକର ଜାଗା କିଣିଲେ । ସେଠାରେ ପନିପରିବା ଚାଷ ସହ ପ୍ରାୟ ୪ ହଜାର ହାଇବ୍ରିଡ୍ କଦଳୀ ଚାଷ କଲେ । ବର୍ତମାନ ସେହି ଜାଗାରେ ୬୦ ପ୍ରକାର ବିଭିନ୍ନ ପ୍ରଜାତିର ଆମ୍ବ ଗଛ, ୩୦ଟି ପଣସ, ୧୫୦ ଲେମ୍ବୁ ଗଛ, ନଡିଆ, ସଜନା ଲିରୁ, ଶାଗୁଆନ, ଶାଳ ଏବଂ ପାମୋଲିନ ଭଳି ପ୍ରାୟ ୨୫୦ରୁ ଉଦ୍ଧି ଗଛ ଲଗାଇଛନ୍ତି । ଆମ୍ବରୁ ବର୍ଷକୁ ପ୍ରାୟ ୧ ଲକ୍ଷ ଟଙ୍କା, ପଣସ କଠା ଓ ପାଚିଲା ପଣସରୁ ୩୦ ହଜାର, ଲେମ୍ବୁରୁ ୨୦ ହଜାର, ନଡିଆରୁ ୧୦ରୁ ୧୫ହଜାର ଟଙ୍କା ରୋଜଗାର ହେଉଥିବା କଥା କୁହନ୍ତି ହରିହର । ପାମୋଲିନ୍ ଗଛର ଫଳକୁ ଏକ କମ୍ପାନୀ ନେଉଛି । ଯଦିଓ ସବୁ ପାମୋଲିନ୍ ଗଛରୁ ଫଳ ଆମଦାନୀ ହୋଇନାହିଁ ତଥାପି ବର୍ଷକୁ ୪୦ ହଜାର ଟଙ୍କା ରୋଜଗାର ହେଉଛି । ସବୁଗଛ ଫଳିଲେ ବର୍ଷକୁ ୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ସେ ଆଶାବ୍ୟକ୍ତ କରନ୍ତି । ‘ଚାଷ ମତେ ରାହା ଦେଇଛି । କେବଳ ଚାଷ କରି ଏହି ଜାଗା କିଣିଲି । କୋଠାଘର ଖଣ୍ଡିଏ ନିର୍ମାଣ କରିଛି। ଭଉଣୀ ବାହାଘର କରିଛି। ଏହା ବ୍ୟତୀତ ଏଇ ଥରୁ ହିଁ । ୧୩ ଜଣ ପରିବାର ଚଳୁଛନ୍ତି । ଜଣେ ମନପ୍ରାଣ ଦେଇ କାମ କଲେ ଚାଷରୁ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ । ଚାଷ ପାଇଁ ଉନ୍ନତ କିସମର ମଞ୍ଜି ଓ କୃଷି ବୈଜ୍ଞାନିକଙ୍କର ଉପଯୁକ୍ତ ପରାମର୍ଶର ଆବଶ୍ୟକତା ରହିଛି ବୋଲି କୁହନ୍ତି ଏହି ସଫଳ ଚାଷୀ ।'

‘ଥୟ ଧର, କୃଷି ବିଜ୍ଞାନୀଙ୍କ ମତ ନିଅ'

ସଫଳ ଚାଷୀ ଅକ୍ଷୟ

ଚାଷୀ ପରିଶ୍ରମ କରୁଥିଲେ ହେଁ, ଚାଷ ପାଇଁ କମେଇବା ପାଇଁ ପରାମର୍ଶ ଦେଇଛନ୍ତି । ପାଠପଢ଼ା ସବୁବେଳେ ପରିବେଶ ଉପରେ ନିର୍ଭର କରିବାକୁ ପରେ ଅକ୍ଷୟ ଆଧୁନିକ ଚାଷ ପଦ୍ଧତିକୁ ଆପଣେଇ ପଡ଼ିଥାଏ । ସରକାର ପ୍ରଣୟନ କରୁଥିବା ଆରମ୍ଭ କଲେ ଚାଷ । ବରଗଡ଼ ଜିଲ୍ଲା କୃଷି ଯୋଜନାକୁ ହୃଦୟଙ୍ଗମ କରିବାକୁ ବିଭାଗର ଅଧିକାରୀଙ୍କ ସହିତ ନିୟମିତ ହେବ । ଅଧିର୍ଯ୍ୟ ହେଲେ କିଛି ଆଲୋଚନା, କୃଷି ବିଭାଗର ବିଭିନ୍ନ ହେଇପାରିବନି । ପ୍ରତିଟି ସମସ୍ୟାକୁ ତାଲିମ୍ କର୍ମଶାଳାରେ ଅଂଶଗ୍ରହଣ ମୁକାବିଲା କରିବାକୁ ହେବ ବୋଲି କରି ମିଳିଥିବା ଜ୍ଞାନକୁ ଚାଷରେ ବରଗଡ଼ର ସଫଳ ଚାଷୀ ଅକ୍ଷୟ ବିନିଯୋଗ କଲେ । ପାରିବାରିକ ପ୍ରଧାନ କହିଛନ୍ତି । ବରଗଡ଼ ସଦର ବ୍ଳକ୍ ଅନ୍ତର୍ଗତ ଗୁଏସର ଗାଁର ବରିଷ୍ଠ ଚାଷୀ ଅକ୍ଷୟ ଆରମ୍ଭରୁ ଜଣେ ବିକତ୍ର ଚାଷୀ ଭାବେ ପରିଚୟ ବହନ କରି ଆସିଛନ୍ତି ।

ଅନ୍ୟମାନଙ୍କ ପାଇଁ ସେ ଆଦର୍ଶ

ଅନ୍ୟମାନଙ୍କ ପାଇଁ ସେ ଆଦର୍ଶ ପାଲଟି ଯାଇଛନ୍ତି ସ୍ଥାନୀୟ ଅଞ୍ଚଳରେ । ଧାନ ସହ ଆଖୁ, ଅଦା ଆଦି ଅର୍ଥକାରୀ ଚାଷ ସାଙ୍ଗକୁ ପରିବା ଚାଷ କରି ବେଶ ସଫଳତା ହାସଲ କରିଛନ୍ତି । ୫ ଏକର ଧାନ ଚାଷ ତୁଳନାରେ ୧ ଏକର ଆଖୁ ଚାଷରୁ ଅଧିକ ଲାଭ ମିଳୁଥିବାର ସ୍ଵୀକାର କରି ଅକ୍ଷୟ ପ୍ରତ୍ୟେକ ଚାଷୀଙ୍କୁ ଏଭଳି ଧାନ ସହିତ ଆଖୁ, ପନିପରିବା ଚାଷ କରି ପରିବାରର ବୋଝକୁ କମେଇବା  ପାଇଁ ପରମର୍ଶ ଦେଇଛନ୍ତି । ପାଠପଢା ପରେ ଅକ୍ଷୟ  ଆଧୁନିକ ଚାଷ ପଦ୍ଧତିକୁ ଆପଣେଇ ଆରମ୍ଭ କଲେ ଚାଷ । ବରଗଡ଼ ଜିଲ୍ଲା କୃଷି ବିଭାଗର ଅଧିକାରୀଙ୍କ ସହିତ ନିୟମିତ ଆଲୋଚନା, କୃଷି ବିଭାଗର ବିଭିନ୍ନ ତାଲିମ୍ କର୍ମଶାଳାରେ ଅଂଶଗ୍ରହଣ କରି ମିଳିଥିବା ଜ୍ଞାନକୁ ଚାଷରେ ବିନିଯୋଗ କଲେ । ପାରିବାରିକ  ଜମିର ୩ ଏକର ରେ ଧାନ ଚାଷ, ୩ ଏକର ରେ ଆଖୁ ତଥା ଅଧା ଏକରରେ ପରିବା ଚାଷରୁ ସେ ଚାଷ କରିବା ଆରମ୍ଭ କରିଥିଲେ । ଅକ୍ଷୟ କୁହନ୍ତି, କୃଷି ବିଭାଗ ସାହାଯ୍ୟରେ ନୂତନ ପଦ୍ଧତିରେ କମ୍ ସ୍ଥାନରେ ୫୫୦୦ ଚାରା ରୋପଣ କରିଥିଲେ । ଯାହା ଫଳରେ ପ୍ରତ୍ୟେକ ଆଖୁର ଓଜନ ୧.୫ରୁ ୨ କିଲୋ ପର୍ଯ୍ୟନ୍ତ ହୋଇପାରିଥିବା ବେଳେ ଏକର ପିଛା ୮୦ ମେଟ୍ରିକ ଟନ୍ ଆଖୁ ଉତ୍ପାଦନ କରି ରେକର୍ଡ଼ ସୃଷ୍ଟି କରିଥିଲେ । ସେହିଭଳି ସରକାରଙ୍କ ଦ୍ଵାରା ସମନ୍ୱିତ ପେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମକୁ ଯୋଗୁ ଚାଷକୁ ରୋଗମୁକ୍ତ ରଖିବା ସହ ଉତ୍ପାଦନ ହାର ବଢ଼ାଇବାରେ ସକ୍ଷମ ହୋଇଥିଲେ । ଗୋଟିଏ ଏକର ଆଖୁଚାଷରୁ ୩ ଲକ୍ଷ ଟଙ୍କା ଆୟ କରି ଅନ୍ୟମାନଙ୍କୁ ଆଖୁ ଚାଷ କରିବାକୁ ସେ ପ୍ରେରିତ କରିଛନ୍ତି । ଦୁଇ ଦୁଇଥର ରାଜ୍ୟ ସ୍ତରୀୟ କୃଷି ପୁରସ୍କାର ପାଇଛନ୍ତି ମଧ୍ୟ । ତାଙ୍କର ଏକମାତ୍ର ପୁଅ ମଧ୍ୟ ତାଙ୍କୁ ଚାଷରେ ବହୁତ ସହଯୋଗ କରୁଛି । ସବୁଠୁ ବଡ଼ କଥା ହେଲା ଚଳିତ ବର୍ଷ ତାଙ୍କର ଜମିରେ ଚକଡ଼ା ରୋଗପୋକ ଲାଗିଥିଲେ ବି ସେ ନିରାଶ ହୋଇନାହାନ୍ତି । ଔଷଧ ପରେ ଔଷଧ ଆଣି ସିଞ୍ଚନ କରି ଚାଲିଛନ୍ତି । ଉତ୍ପାଦନ ହାର କମ୍ ହୋଇପାରେ, ମାତ୍ର ଚାଷାର ଶ୍ରମଫଳ କେହି ବି ନେଇ ପାରିବ ନାହିଁ ବୋଲି ଅକ୍ଷୟ କହିଛନ୍ତି । ବ୍ୟାଙ୍କରୁ ରଣ ଆଣିଥିଲେ ବି ସେ ତାକୁ ପରିଶୋଧ କରିବେ ବୋଲି ଦୃଢ଼ ନିଶ୍ଚିତ । ତାଙ୍କ ଚାଷ ହିଁ ତାଙ୍କୁ ଏ ଦିଗରେ ସହୟତା ଦେବ । ସେ କହିଛନ୍ତି ସମସ୍ତେ ଯଦି ଠିକ୍ ସମୟରେ ଠିକ୍ ଉପାୟ ଅବଲମ୍ବନ କରି ଯୋଜନାବଦ୍ଧ ଭାବେ ଚାଷ କରିବେ ତେବେ କ୍ଷତିରୁ ବର୍ତ୍ତି ଯାଇପାରିବେ । ମାତ୍ର କ୍ଷତି ହେଲା ବୋଲି ନିଜର କ୍ଷତି କରିବା ଏହା ଆଦୌ ଗ୍ରହଣୀୟ ନୁହେଁ । ମୁଁ କହିବି ଏହା ଏକ ନକରାତ୍ମକ ଚିନ୍ତାଧାରା । ଅପେକ୍ଷା କରନ୍ତୁ କୃଷି ବୈଜ୍ଞାନିକଙ୍କ ମତ ନିଅନ୍ତୁ ସବୁକିଛି ଠିକ୍ ହୋଇଯିବ ବୋଲି ଅକ୍ଷୟ ଅନ୍ୟ ଚାଷା ଭାଇଙ୍କୁ କହିଛନ୍ତି ।

ସଂଗୃହିତ -

  1. ଦେବେନ୍ଦ୍ର ଆନ୍ଦଆ
  2. ବରଗଡରୁ ଲଲାଟେନ୍ଦୁ ଦାଶ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top