অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନର ଏଫ୍.ଏ.କ୍ୟୁ.(FAQ) ମାନ

ଅଧିବେଶନ ୧.୨

ଧାନର ଏଫ୍.ଏ.କ୍ୟୁ. (FAQ) ମାନ I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଏଫ୍.ଏ.କ୍ୟୁ. (FAQ) ମାନ ବିଷୟରେ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଧାନ ଶସ୍ୟର ଉତ୍ତମ ଦର ପାଇବା ପାଇଁ ଏହାର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ଉପରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ଧାନ ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ଧାନ ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ |

ପୃଷ୍ଠଭୁମୀ

ବଜାରରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ କମ୍ ଦାମ ପାଇବାର ମୁଖ୍ୟ କାରଣ ହେଉଛି ଉତ୍ପାଦର ଖରାପ ମାନ I ଧାନର ଏହିସବୁ ଗୁଣ ଯଥା ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦି ସବୁକୁ ବିଚାରକୁ ନେଇ ଧାନର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ I ସରକାରଙ୍କ ଧାନ ସଂଗ୍ରହ ପ୍ରଣାଳୀ ପ୍ରତିବର୍ଷ ସରକାରଙ୍କଦ୍ୱାରା ପରିଚାଳିତ ମୁଖ୍ୟ ସଂଗ୍ରହ କେନ୍ଦ୍ରରେ ଏଫ୍ଏକ୍ୟୁ ମାନର ଧାନ କ୍ରୟ ପାଇଁ ନ୍ୟୁନତମ ସହାୟକ ମୁଲ୍ୟ (ଏମ୍.ଏସ୍.ପି.) ଘୋଷଣା କରି ଥାଆନ୍ତି I ଚାଷୀମାନେ ଧାନର ଗୁଣବତ୍ତାର ମାନକୁ ବଜାୟ ରଖିବା ଦ୍ୱାରା ବଜାରରେ କିପରି ଏକ ଉତ୍ତମ ଦାମ ମିଳିଥାଏ ସେହି ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I ଏହା ସହ ସେମାନେ ସରକାରଙ୍କ ଧାନ କିଣା ନୀତି ଅନୁସାରେ ପ୍ରତିବର୍ଷ ଘୋଷଣା ହେଉଥିବା ଧାନର ନ୍ୟୁନତମ ସହାୟକ ମୂଲ୍ୟ (ଏମ୍.ଏସ୍.ପି.) ବିଷୟରେ ସଚେତନ ହେବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ଉତ୍ପାଦକୁ ବଜାରରେ ବିକ୍ରୟ କରନ୍ତିକି, ଯଦି କରୁଥାନ୍ତି ତେବେ ସେମାନେ ଏଥିପାଇଁ ଉଚିତ ଦର ପାଇଥାଆନ୍ତି କି ? ଯଦି ସେମାନେ ପାଉଥିବା ମୂଲ୍ୟ ଉପରେ ସନ୍ତୁଷ୍ଟ ନାହାନ୍ତି, ତେବେ ଉପଯୁକ୍ତ ମୂଲ୍ୟ ନ ପାଇବାର କାରଣ ବିଷୟରେ ସଚେତନ ଅଛନ୍ତି କି ? ଏହା ମଧ୍ୟ ପଚାରନ୍ତୁ କି ବଜାରରୁ ଉଚିତ ଦର ପାଇବା ପାଇଁ ସେମାନେ ଉତ୍ପାଦର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ବିଷୟରେ ସଚେତନ ଅଛନ୍ତି କି ?

ସୋପାନ -୨: ଉତ୍ତମମାନ ଥିବା ଶସ୍ୟର ଗୁଣ : ପୋଷ୍ଟରକୁ ଦେଖାଇ ଚାଷୀମାନଙ୍କୁ ବୁଝାନ୍ତୁକି ବଜାରରେ କମ ଦର ପାଇବାର ମୁଖ୍ୟ କାରଣ ହେଇଛି ଉତ୍ପାଦର ଖରାପ ମାନ I ଧାନ ମୁଲ୍ୟ ନିର୍ଦ୍ଧାରଣ ପାଇଁ ଅନେକ ଦିଗ ଅଛି ଏବଂ ଏହି ସବୁ ଦିଗକୁ ବିଚାରକୁ ନେଇ ଦର ଦିଆଯାଇଥାଏ I ଏହାସବୁ ହେଲା ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦି I ସରକାରୀ ଧାନ ସଂଗ୍ରହ ପ୍ରଣାଳୀ ପ୍ରତିବର୍ଷ ସରକାରଙ୍କଦ୍ୱାରା ପରିଚାଳିତ ମୁଖ୍ୟ ସଂଗ୍ରହ କେନ୍ଦ୍ରରେ ଏଫ୍.ଏ.କ୍ୟୁ. ମାନର ଧାନ କ୍ରୟ ପାଇଁ ନ୍ୟୁନତମ ସହାୟକ ମୁଲ୍ୟ (ଏମ୍.ଏସ୍.ପି.) ଘୋଷଣା କରି ଥାଆନ୍ତି I ସର୍ବଶେଷ ବ୍ୟବହାରକାରୀଙ୍କ ସୁନିର୍ଦ୍ଧିଷ୍ଟକରଣକୁ ପୁରା କରିପାବାପରି ଉତ୍ତମମାନ ଥିବା ଶସ୍ୟର ନିଶ୍ଚିତ ଗୁଣବତ୍ତା ମାପଦଣ୍ଡ ତଳେ ଉଲ୍ଲେଖ କରାଯାଇଛି :

ସୋପାନ - ୩ : ଧାନର ଏଫ୍.ଏ.କ୍ୟୁ.ମାନଦଣ୍ଡ : ତଳେ ଦିଆ ଯାଇଥିବା ଏଫ୍.ଏ.କ୍ୟୁ. ମାନଦଣ୍ଡ ସରକାରଙ୍କ ଧାନ ସଂଗ୍ରହ ପ୍ରଣାଳୀ ଦ୍ୱାରା ସ୍ଥିରିକୃତ I ଏହି ଟେବୁଲ ଚାଷୀମାନଙ୍କୁ ଦେଖାଇ ଏଫ୍.ଏ.କ୍ୟୁ. ମାନଦଣ୍ଡ ବିଷୟରେ ବୁଝାନ୍ତୁ:

କ୍ର.ନଂ.

ଅପବର୍ତ୍ତନ (Refractions)

ମାନଦଣ୍ଡ ସାରଣୀ

ଅଧିକତମ ଅନୁମତିଯୋଗ୍ୟ ସୀମା(%)

ବାହ୍ୟ ପଦାର୍ଥ (ଅଣଜୈବିକ))

ଅଣଜୈବିକ ପଦାର୍ଥ ମଧ୍ୟରେ ବାଲି, ଗୋଡି, ମଇଳା, କ୍ଷୁଦ୍ର ପଥର ଗୋଲି, ପଥର, କାଚ ଓ ଧାତୁ ଖଣ୍ଡ, ମାଟି ଢେଲା ଓ କାଦୁଅ ଅନ୍ତର୍ଭୁକ୍ତ I

୧%

ବାହ୍ୟ ପଦାର୍ଥ (ଜୈବିକ)

ଜୈବିକ ପଦାର୍ଥ ମଧ୍ୟରେ ଚଷୁ, କୁଟା, ପାଳ, ଘାସ ମଞ୍ଜି ଏବଂ ଅନ୍ୟାନ୍ୟ ଖାଇବା ଯୋଗ୍ୟ ଶସ୍ୟ ଅନର୍ଭୁକ୍ତ I

୧%

ନିମ୍ନ ମାନ/ରଙ୍ଗର ଅପମିଶ୍ରଣ

ନିମ୍ନ ମାନର ଶସ୍ୟ ଥିଲେ ଏହାକୁ ଅପମିଶ୍ରଣ ଭାବେ ବିବେଚନା କରାଯିବ I

୭%

ନଷ୍ଟ ହୋଇଯାଇଥିବା, ବେରଙ୍ଗ ଓ ଗଜା ହୋଇଯାଇଥିବା ଶସ୍ୟ

ଯେଉଁ ଶସ୍ୟସବୁ ଭିତରୁ ନଷ୍ଟ କିମ୍ବା ବେରଙ୍ଗ ହୋଇ ଯାଇଛି ଏବଂ ଏହା ଗୁଣବତ୍ତାକୁ ପ୍ରଭାବିତ କରୁଛି I ଯେଉଁ ଶସ୍ୟ ଗଜା ହୋଇଯାଇଛି କିମ୍ବା ଉତ୍ତାପ, ଆର୍ଦ୍ରତା, ପାଗ ଅଥବା ଅଣୁଜୀବଙ୍କଦ୍ୱାରା ଭିତରୁ ନଷ୍ଟ ହୋଇ ଯାଇଛି I

୪%

ଜଳୀୟ ଅଂଶ ମାତ୍ରା

ଉତ୍ପାଦରେ ଥିବା ଜଳୀୟ ଅଂଶ ମାତ୍ରା I

୧୭%

ଅପରିପକ୍ୱ, ବଙ୍କା ଓ ସୁକୁଟି ଯାଇଥିବା ଶସ୍ୟ

ଯେଉଁ ଶସ୍ୟ ଠିକ ଭାବରେ ବିକଶିତ ହୋଇନାହିଁ କିମ୍ବା ଯାହାର ଉତ୍ତମମାନଯୁକ୍ତ ଶସ୍ୟର ଆକାର ନାହିଁ I

୩%

ସୋପାନ - ୪ : ଏଫ୍.ଏ.କ୍ୟୁ.ମାନକୁ କିପରି ହାସଲ କରିହେବ : ଚାଷୀମାନଙ୍କୁ ବୁଝାନ୍ତୁ କି ଏଫ୍.ଏ.କ୍ୟୁ. ମାନକୁ ହାସଲ କରିବାକୁ ହେଲେ, ପ୍ରଥମ ଅଧିବେଶନରେ ଆଲୋଚନା କରାଯାଇଥିବା ଅମଳ-ପରବର୍ତ୍ତୀ ସମସ୍ତ ଅଭ୍ୟାସକୁ ପାଳନ କରିବା ଦରକାର I ବଜାରରେ ଜଡିତ ହେବା ସମୟରେ ଚାଷୀମାନେ ଦୁଇଟି ମୁଖ୍ୟ ମାନଦଣ୍ଡକୁ ବିଚାରକୁ ନେବା ଉଚିତ ଅର୍ଥାତ୍ ଗୁଣବତ୍ତାର ମାନଦଣ୍ଡ ଅନୁଯାୟୀ ଶସ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଶୁଖାଇବା ତଥା ବାହ୍ୟ ବସ୍ତୁର ଅନୁମୋଦିତ ଶତାଂସ ସୀମାକୁ ବଜାୟ ରଖିବା I ବିକ୍ରୟ କରିବା ପୁର୍ବରୁ ଚାଷୀମାନେ ଧାନର ଜଳୀୟ ଅଂଶ ମାତ୍ରାକୁ ପରୀକ୍ଷା କରି ସୁନିଶ୍ଚିତ ହେବା ମହତ୍ୱପୂର୍ଣ୍ଣ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏକ ଉତ୍ତମ ଗୁଣବତ୍ତାଯୁକ୍ତ ଶସ୍ୟର ବିଶିଷ୍ଟ ଲକ୍ଷଣ ସବୁକୁ ମନେପକାଇ ଚିହ୍ନଟ କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 8/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate