ଏହି ଜ୍ଞାନକ୍ଷେତ୍ର ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର କାର୍ଯ୍ୟକ୍ରମର ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ସମ୍ବନ୍ଧୀତ ଅଟେ I ଏହା ହେଉଛି ଶେଷ ଜ୍ଞାନକ୍ଷେତ୍ର ଯାହା ପ୍ରକଳ୍ପର ନିବେଶ ବନାମ ଫଳାଫଳକୁ ମାପିବା ସହ ଏହି କାର୍ଯ୍ୟକ୍ରମର ପରିଣାମ ଓ ପ୍ରଭାବକୁ ଆକଳନ କରିବ I ଅଂଶଗ୍ରହଣକାରୀମାନେ ପ୍ରକଳ୍ପର ଉଦ୍ଦେଶ୍ୟ ବିଷୟରେ ଭଲଭାବରେ ପରିଚିତ ହେବା ଉଚିତ କାରଣ ଲକ୍ଷ୍ୟଧାର୍ଯ୍ୟ ସମୂହଠାରୁ ପ୍ରକଳ୍ପ କେଉଁ ପ୍ରକାର ପରିବର୍ତ୍ତନର ପ୍ରତ୍ୟାଶା ରଖିଥାଏ ଅଂଶଗ୍ରହଣକାରୀମାନେ ଜାଣିବା ଆବଶ୍ୟକ I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ଚାରିଗୋଟି ମୁଖ୍ୟ କାର୍ଯ୍ୟକ୍ରମ ହେଉଛି (୧) ମହିଳା ସ୍ୱୟଂ ସହାୟକ ଦଳର ସଶକ୍ତିକରଣ କରିବା; (୨) ଉନ୍ନତ୍ତ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା; (୩) ଅଗ୍ରଗାମୀ ଓ ଅଧୋଗାମୀ (backward and forward linkages) ସଲଗ୍ନତା ସ୍ଥାପିତ କରିବା ଏବଂ (୪) ବଜାର ସୂଚନା ପ୍ରଦାନ କରିବା ସହ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଜୀବିକା ସୁଯୋଗର ସୃଷ୍ଟି କରିବା ତଥା ଖାଦ୍ୟ ଓ ପୋଷଣର ଉପଲବ୍ଧତା ପାଇଁ ସାହାଯ୍ୟ କରିବା I
ଗୋଷ୍ଠୀ ସାଧନ ବ୍ୟକ୍ତି (ସିଆରପି) ମାନେ ପ୍ରକଳ୍ପର ତାର୍କିକ ରୂପରେଖାକୁ ଠିକ ଭାବେ ବୁଝିବା ଆବଶ୍ୟକ କାରଣ ଏଥିରେ ପ୍ରକଲ୍ପର ଫଳାଫଳ ଓ ପରିଣାମ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଅଛି I ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ନିରୀକ୍ଷଣ ଫରମାର୍ଟକୁ ପୂରଣ କରିବା ପାଇଁ ଦିଗ୍ ଦର୍ଶନ ଦେବ I ପାଥୱେଜ୍ ପ୍ରକଳ୍ପ ଅନ୍ତର୍ଗତ ଦିଆ ଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସବୁକୁ 'ପ୍ରକଳ୍ପ ନିବେଶ' କୁହାଯାଏ ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସବୁରେ ଯୋଗଦାନ କରିଥିବା ଚାଷୀମାନଙ୍କ ସଂଖ୍ୟାକୁ 'ପ୍ରକଳ୍ପ ଫଳାଫଳ' କୁହାଯାଏ I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୂ ମିଳିଥିବା ତ୍ୱରିତ ଉପାଦେୟତାକୁ 'ପ୍ରକଳ୍ପର ପରିଣାମ' କୁହାଯାଏ I ଉଦାହରଣସ୍ୱରୂପ ଯଦି ଚାଷୀମାନେ ଅଧିକ ଅମଳ ପାଇବେ, ତେବେ ତାହାକୁ କୃଷିକାର୍ଯ୍ୟ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣକୁ ଶ୍ରେୟ ଦିଆ ଯାଇପାରିବ I ସେହିପରି ଯଦି ଚାଷୀମାନେ ସେମାନଙ୍କର ଉତ୍ପାଦ ପାଇଁ ମୂଲଚାଲ କରି ଅଧିକ ମୁଲ୍ୟ ପାଇଲେ, ତେବେ ଏହାର କାରଣ ଅମଳ-ପରବର୍ତ୍ତୀ ପରିଚାଳନା ଓ ବଜାର ସଲଗ୍ନତା ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣକୁ ଦିଆଯିବ I ଦୀର୍ଘ ମିଆଦୀ ଭାବେ ଚିରନ୍ତନ ବିକାଶ ହେଉଥିଲେ ଏହାକୁ 'ପ୍ରକଳ୍ପର ପ୍ରଭାବ' ବାବେ ବିଚାର କରାଯାଏ I ଉଦାହରଣସ୍ୱରୂପ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ବ୍ୟବହାରିକ ପରିବର୍ତ୍ତନକୁ ପ୍ରକଳ୍ପର ଉଭୟ ପରିଣାମ ଓ ପ୍ରଭାବ ଭାବେ ବିଚାର କରାଯାଏ I ଲୈଙ୍ଗିକ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ଦିଆ ଯାଇଥିବା ପ୍ରଶିକ୍ଷଣ ଦ୍ୱାରା ହୋଇଥିବା ବିକାଶକୁ ଜଣେ ଲୈଙ୍ଗିକ ସୂଚକକୁ ଆକଳନ କରିବା ସମୟରେ ଜାଣି ପାରିବ I ତେଣୁ ସିଆରପିମାନେ ପରିଣାମ ଓ ପ୍ରଭାବକୁ ପ୍ରତ୍ୟେକ ଜ୍ଞାନକ୍ଷେତ୍ର ଅନ୍ତର୍ଗତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଲଗ୍ନ କରିବାପାଇଁ ସର୍ମର୍ଥ ହେବା ଦରକାର ଯାହା ଚାଷୀମାନଙ୍କୁ ଏହି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପାଞ୍ଚଗୋଟି ମଡ୍ୟୂଲରେ ଧାର୍ଯ୍ୟକରାଯାଇଥିବା ନିରୀକ୍ଷଣ ଫର୍ମାର୍ଟ ସବୁ ଆଦୃତ କରିବାପାଇଁ ପଥ ପ୍ରଦର୍ଶନ କରିବ I
ପ୍ରଥମ ମଡ୍ୟୂଲ୍ ଚାଷୀମାନଙ୍କ ବିକାଶ ବ୍ୟକ୍ତିଗତ ସ୍ତରରେ ଆକଳନ କରିଥିବା ବେଳେ ପଞ୍ଚମ ମଡ୍ୟୂଲଟି ପ୍ରକଳ୍ପ କାର୍ଯ୍ୟକ୍ରମର ପ୍ରଭାବକୁ ଦଳ/ସମୂହ ସ୍ତରରେ ଆକଳନ କରିବାରେ ସାହାଯ୍ୟ କରିଥାଏ I ଦ୍ୱିତୀୟ ମଡ୍ୟୂଲଟି ଚାଷୀମାନେ ଆଦୃତ କରିiଥିବା ଉତ୍ତମ ପଦ୍ଧତି ସବୁକୁ ଦର୍ଶାଇବା ସହ ଏହି ବାର୍ତ୍ତା କିପରି ଭାବେ 'କୃଷକଙ୍କ କ୍ଷେତ୍ର ଦିବସ' ମାଧ୍ୟମରେ ଅନ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉତ୍ସାହିତ କରିଥାଏ, ସେ ବିଷୟରେ ପ୍ରତିଫଳିତ କରିଥାଏ I ତୃତୀୟ ମଡ୍ୟୂଲଟି ସାମୂହିକ ମୂଲଚାଲ ମାଧ୍ୟମରେ ନିଜ ଉତ୍ପାଦକୁ ବିକ୍ରିକରି ଚାଷୀମାନେ ପାଇଥିବା ବୃଦ୍ଧୀୟ ଲାଭକୁ ଆକଳନ କରିଥାଏ I ଏହି ଫାର୍ମାର୍ଟ ପ୍ରଶିକ୍ଷଣ ପରବର୍ତ୍ତୀ ବନାମ ପ୍ରକଲ୍ପ-ପୂର୍ବବର୍ତ୍ତୀ ଅବସ୍ଥାକୁ କଳନା କରିବାକୁ ଚାଷୀମାନଙ୍କୁ ସାହାଯ୍ୟ କରିବ I ଚତୁର୍ଥ ମଡ୍ୟୂଲ ଲିଙ୍ଗ ବିକାଶକୁ କଳନା କରିବାକୁ ସାହାଯ୍ୟ କରିଥାଏ ଯାହା ସମୁଦାୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ଅଲଗା ନିର୍ଦ୍ଧାରିତ ବିକାଶ ବିନ୍ଦୁ ସହ ମୂଲ୍ୟାଙ୍କନ କରାଯାଇଥାଏ I
ଯେଉଁ ସିଆରପିମାନେ ଏହି ମଡ୍ୟୂଲସବୁକୁ ସଞ୍ଚାଳନ କରିବେ ସେମାନେ ପ୍ରକଳ୍ପର ଉଦ୍ଦେଶ୍ୟ ଓ ପୂର୍ବାନୁମାନିକ ପରିଣାମ ବିଷୟରେ ଭଲଭାବରେ ପରିଚିତ ହୋଇଥିବା ଆବଶ୍ୟକ କାରଣ ଏହାଦ୍ୱାରା ସେମାନେ ଲକ୍ଷ୍ୟଧାର୍ଯ୍ୟ ଦଳମାନଙ୍କ ପାଇଁ ପ୍ରସ୍ତୁତ ଏହି ନୀରିକ୍ଷଣ ଫର୍ମାର୍ଟର ସଦୁପୋଯୋଗ କରିପାରିବେ I
କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପୁରୁଷମାନଙ୍କୁ ଜଡିତ କରବାପାଇଁ ପ୍ରକଳ୍ପ ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଏହି ଅଧିବେଶନସବୁକୁ ଫସଲ ଋତୁର ବିଭିନ୍ନ ଚରଣରେ ବିଭାଜିତ କରି ସଞ୍ଚାଳନ କରାଯିବ ଯାହା ନିମ୍ନ ପ୍ରଦତ୍ତ ଚାର୍ଟରେ ଦର୍ଶା ଯାଇଅଛି I
ମଡ୍ୟୂଲ୍ |
ଶୀର୍ଷକ : ବିଷୟ ବସ୍ତୁ |
ଫସଲ ବିକାଶର ଅବସ୍ଥା |
ମଡ୍ୟୂଲ୍ – ୧ |
ପିପିଟି ଟୁଲ ବ୍ୟବହାର କରି ଆତ୍ମ ସମୀକ୍ଷା I |
ପ୍ରାକ୍-ବୁଣା ଅବସ୍ଥା I |
ମଡ୍ୟୂଲ୍ – ୨ |
“ଦେଖିବା ହିଁ ବିଶ୍ୱାସ କରିବା” ସିଦ୍ଧାନ୍ତକୁ ପ୍ରୋତ୍ସାହନ କରିବା I |
ବୃଦ୍ଧୀୟ ଅବସ୍ଥା; କ୍ଷେତ୍ର ଦିବସ ଉଦ୍ଦେଶ୍ୟ ଉପରେ ନିର୍ଭରକରି ଫସଲର ବିଭିନ୍ନ ଅବସ୍ଥା ରେ ଅନେକଥର I |
ମଡ୍ୟୂଲ୍ – ୩ |
ଉତ୍ପାଦ ଜମା-ସଂଗ୍ରହ କରିବା ପ୍ରକ୍ରିୟାର ଉପକାରିତାକୁ ଆକଳନ କରିବା I |
ବୃଦ୍ଧୀୟ ଅବସ୍ଥା ଏବଂ ଅମଳ ଅବସ୍ଥା I |
ମଡ୍ୟୂଲ୍ – ୪ |
ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବ୍ୟବହାରରେ ପରିବର୍ତ୍ତନକୁ ଆକଳନ କରିବା I |
ବୃଦ୍ଧୀୟ, ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା I |
ମଡ୍ୟୂଲ୍ – ୫ |
ପିପିଟି ଟୁଲ ବ୍ୟବହାର କରି ସମୂହ ଗୁଡିକର ଆତ୍ମ ସମୀକ୍ଷା I |
ସମୂହ ଗଠନ ଚରଣ I |
ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I
ପ୍ରତ୍ୟେକ ଅଧିବେଶନର ସଂରଚନା |
ବ୍ୟାଖ୍ୟାତ୍ମକ ଟିପ୍ପଣୀ |
ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I |
|
ମଡ୍ୟୂଲର ଶୀର୍ଷକ |
ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I |
ଅଧିବେଶନ |
ମଡ୍ୟୂଲ ଅନ୍ତର୍ଗତ ବିଷୟବସ୍ତୁକୁ ଏଠାରେ ଉଲ୍ଲେଖ କରାଯାଇଛି I |
ଉଦ୍ଦେଶ୍ୟ |
ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I |
ପଦ୍ଧତି |
କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ଏହି ଜ୍ଞାନକ୍ଷେତ୍ର ପ୍ରକଳ୍ପ ଅନ୍ତର୍ଗତ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନକୁ ଆଦୃତ କରିବା ସମ୍ବନ୍ଧୀତ ଅଟେ ଏବଂ ଏହାକୁ ଶ୍ରେଣୀ କକ୍ଷ ଅଧିବେଶନ ମାଧ୍ୟମରେ ସଞ୍ଚାଳନ କରାଯିବ I |
ଅଂଶଗ୍ରହଣକାରୀ |
କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I |
ସଭା ସ୍ଥାନ |
ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I |
ଦରକାରୀ ସରଞ୍ଚାମ |
ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୁକ୍ତ I |
ସମୟ ସୀମା |
ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I |
ଅଧିବେଶନ ପ୍ରବାହ |
|
୧.ପୃଷ୍ଠଭୁମି |
ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I |
୨. ଉତ୍ତୋରତ୍ତର କାର୍ଯ୍ୟାବଳୀ |
ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I
|
୩. ଉପସଂହାର |
|
ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ
ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I
"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"
ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I
ପ୍ରାରମ୍ଭିକ ଅଧିବେଶନ
ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I
ଫସଲର ସବୁ ଚରଣ ପାଇଁ ପ୍ରସ୍ତୁତ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ଫର୍ମାଟସବୁକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ, ଯେପରିକି ସେମାନେ ଫସଲର ବିଭିନ୍ନ ଚରଣରେ ଏହି ଫର୍ମାଟସବୁକୁ ପୂରଣ କରିବା ପାଇଁ ଏହା ସହ ପରିଚିତ ହୋଇ ପାରିବେ I
ଆଧାର – ପୋର୍ଟାଲ ଟିମ
Last Modified : 4/23/2020