অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର)

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର)

ଅଧିବେଶନ ୭.୩

ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର କରିବା ସମୟରେ ଏହା “କରନ୍ତୁ ଓ କରନ୍ତୁ ନାହିଁ” I

ଉଦ୍ଦେଶ୍ୟ

ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଗ୍ରାମୀଣ ବଜାରରେ ପ୍ରଚଳିତ ଥିବା ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I

ପଦ୍ଧତି

ସିଆରପିମାନେ ସଚିତ୍ର ପ୍ରଚାର-ପ୍ରସାର ସାମଗ୍ରୀ ସାହାଯ୍ୟରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ " ବିଷୟରେ ବୁଝାଇବେ ଏବଂ ଏହାପରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ" ବିଷୟରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

କୃଷିକାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଫିଲ୍ମ ପ୍ରୋଜେକ୍ଟର ଏବଂ ଇଲେକ୍ଟ୍ରୋନିକ୍ ତରାଜୁ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୨୦ ମିନିଟ୍ |

ପୃଷ୍ଠଭୁମୀ

ଏହି ଅଧିବେଶନରେ ଓଜନ କରିବା ପାଇଁ ବିଭିନ୍ନ ପ୍ରକାର ତରାଜୁ ବିଷୟରେ ଆଲୋଚନା କରାଯାଇଛି, ଯଥା ଇଲେକ୍ଟ୍ରୋନିକ୍ ତରାଜୁ ଯାହା ଗ୍ରାମୀଣ ବଜାରରେ ଦିନକୁ ଦିନ ଲୋକପ୍ରିୟ ହେଉଛି I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଇଲେକ୍ଟ୍ରୋନିକ୍ ଓଜନକରିବା ମେସିନର କାର୍ଯକାରିତା ବିଷୟରେ ଶିକ୍ଷାଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -୧ : ପ୍ରାରମ୍ଭିକ ଅଭ୍ୟାସ : ଏହି ସମୟ ପର୍ଯ୍ୟନ୍ତ ଚାଷୀମାନେ ଗ୍ରାମୀଣ ବଜାରରେ ଘଟୁଥିବା ବିଭିନ୍ନ ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଏକ ସାଧାରଣ ଧାରଣା ପାଇଯାଇଥିବେ ଏବଂ ଏଥିରୁ ଉପୁଜୁଥିବା କ୍ଷତିକୁ କମ କରିବା ପାଇଁ ଉପାୟସବୁ ବିଷୟରେ ମଧ୍ୟ ସେମାନଙ୍କର ଏକ ଅବଧାରଣା ହୋଇଥିବ I ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ଆଜିକାଲି ବ୍ୟାପାରୀମାନେ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ ତରାଜୁ ବିଷୟରେ ସେମାନଙ୍କର ଅନୁଭୁତି କ'ଣ I

ସୋପାନ - ୨ : ଇଲେକ୍ଟ୍ରୋନିକ୍ ତରାଜୁ କିପରି ବ୍ୟବହାର କରିବେ (“କରନ୍ତୁ” ଓ “କରନ୍ତୁ ନାହିଁ”): ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର କରିବା ସମୟରେ ବିଭିନ୍ନ ସାବଧାନତା ଅବଲମ୍ବନ କରିବା ବିଷୟରେ ତଳେ ଉଲ୍ଲେଖ କରାଯାଇଛି I ଅଧିବେଶନ ସଞ୍ଚାଳନ କରିବା ସମୟରେ ଏକ ଇଲେକ୍ଟ୍ରୋନିକ୍ ତରାଜୁକୁ ପ୍ରଦର୍ଶନ କରନ୍ତୁ କାରଣ ଏହାଦ୍ୱାରା ଅଂଶଗ୍ରହଣକାରୀ ଏହି ତରାଜୁ ସମ୍ବନ୍ଧରେ ଅଧିକ ଧାରଣା ପାଇବେ I

  • ଜିନିଷ ଓଜନ କରିବା ପୁର୍ବରୁ ଓଜନ ଦର୍ଶାଉଥିବା ଜାଗାରେ ଶୁନ୍ୟ (୦) ଥିବା ସୁନିଶ୍ଚିତ କରନ୍ତୁ : ଓଜନ ଦର୍ଶାଉଥିବା ଜାଗାକୁ ଦେଖନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଏହା ଶୁନ୍ୟ (୦)ରୁ ଆରମ୍ଭ ହୋଇଅଛି I ଅନ୍ୟଥା ବ୍ୟପାରୀକୁ ଟାରେ ବଟନକୁ ଦବାଇ ଓଜନ ପ୍ରଦର୍ଶନ ଜାଗାରେ ଶୁନ୍ୟ (୦) ଦେଖାଇବାକୁ କୁହନ୍ତୁ I
  • ଆପଣ ତରାଜୁକୁ ସ୍ପଷ୍ଟ ଭାବେ ଦେଖିପାରୁଥିବା ଦରକାର : ସୁନିଶ୍ଚିତ କରନ୍ତୁ କି ପ୍ରଦର୍ଶନ ଯନ୍ତ୍ରଟି ସ୍ପଷ୍ଟ ଭାବରେ ଆପଣଙ୍କୁ ଦେଖା ଯାଉଛି I ପୋଷ୍ଟରରେ ଦେଖାଯାଇଥିବା ପରି ବେଳେ ବେଳେ ତରାଜୁର ପ୍ରଦର୍ଶନ ଯନ୍ତ୍ରରେ ଅଙ୍କସବୁ ଠିକ ଭାବେ ଦେଖାଯାଇ ନ ଥାଏ I
  • ଓଜନ କରିବା ପୁର୍ବରୁ, ଏହା ଉପରେ ବାସ୍ତବିକ ଓଜନ ରଖି ତରାଜୁର ସଠିକତାକୁ ଯାଞ୍ଚ କରନ୍ତୁ: ଓଜନ କରିବା ପୁର୍ବରୁ ଏବଂ ମଝିରେ ତରାଜୁର ଅନୁସଂଶୋଧନ କରିବା ବାଧ୍ୟତାମୂଳକ I ତରାଜୁର ସଠିକତା ଜାଣିବା ପାଇଁ ଏହାର ମୂଳଭିତ୍ତି ଉପରେ ପରୀକ୍ଷା ମୂଳକ ଭାବେ କିଛି ଓଜନ ରଖନ୍ତୁ I ୩୦ ରୁ ୪୦ ବସ୍ତା ନିରନ୍ତର ଭାବେ ଓଜନ କରି ସାରିବା ପରେ ଏହି ଅନୁସଂଶୋଧନ ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ I
  • ସବୁବେଳେ ବ୍ୟପାରୀକୁ ଗ୍ରାମ ଓଜନକୁ ମଧ୍ୟ ବିଚାରକୁ ନେବାପାଇଁ ଜୋର ଦିଅନ୍ତୁ : ଓଜନିଆ ବସ୍ତା ଓଜନ କଲାବେଳେ ଅନେକ ସମୟରେ ବ୍ୟପାରୀମାନେ ଗ୍ରାମରେ ଥିବା ଓଜନକୁ ବିଚାରକୁ ନିଅନ୍ତି ନାହିଁ I ଏହି ଗ୍ରାମ ଓଜନକୁ ବିଚାରକୁ ନ ନେବା ଫଳରେ ଚାଷୀମାନେ କିଛି ପରିମାଣର ଉତ୍ପାଦର ମୁଲ୍ୟର କ୍ଷତି ସହନ୍ତି I ଉତ୍ପାଦର ସଠିକ ମୁଲ୍ୟାଙ୍କନ କରିବା ପାଇଁ ଏହାର ଯଥାର୍ଥ ଓଜନ କରିବା ମହତ୍ୱପୂର୍ଣ୍ଣ I ଉଦାହରଣ ସ୍ୱରୁପ ଯଦି ଓଜନ ୨୨ କେ.ଜି. ଏବଂ ୪୦୦ ଗ୍ରାମ ଦର୍ଶାଉଥାଏ, ସେମାନେ ଏହାକୁ ୨୨ କେ.ଜି.ରେ ପୁର୍ନାଙ୍କ କରିଦିଅନ୍ତି ଯାହାକୁ ଅନୁମତି ଦେବା ଉଚିତ ନୁହେଁ I
  • ତରାଜୁର ପ୍ରଦର୍ଶନ ଯନ୍ତ୍ର ସ୍ଥିର ରହିଲା ପରେ ବସ୍ତାକୁ ତରାଜୁ ଉପରୁ କାଢନ୍ତୁ : ବସ୍ତାକୁ ଇଲେକ୍ଟ୍ରୋନିକ୍ ତରାଜୁ ଉପରେ ରଖିଲାବେଳେ ଓଜନ ସୂଚକ କଣ୍ଟା କିଛି ସମୟ ଦୋଳାୟମାନ ହେଉଥାଏ I ଯେତେବେଳେ ଏହା ସ୍ଥିର ହୋଇ ରହିଯିବ, ସେତେବେଳେ ଓଜନ ରେକର୍ଡ କରନ୍ତୁ I ଅଙ୍କଗୁଡିକର ଦୋଳାୟମାନ ଅବସ୍ଥାରେ ବସ୍ତାକୁ ବାହାର କରିଦେଲେ ପ୍ରକୃତ ଓଜନକୁ ଜାଣିବା କଷ୍ଟକର ହୋଇଥାଏ I ତେଣୁ ସଠିକ ଓଜନ ଜାଣିବା ପାଇଁ ସବୁତକ ଅଙ୍କ ସ୍ଥିର ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତI
  • ଅଧିକ ବସ୍ତା ଓଜନ କରିବାକୁ ଥିଲେ ପ୍ରତ୍ୟେକ ବସ୍ତାର ଓଜନକୁ ଲେଖି ରଖନ୍ତୁ :ଯେତେବେଳେ ଚାଷୀମାନେ ଅଧିକ ସଂଖ୍ୟାରେ ବସ୍ତାଭର୍ତ୍ତୀ ଉତ୍ପାଦ ବିକ୍ରୟ କରିବା ପ୍ରକ୍ରିୟାରେ ଥାଆନ୍ତି, ପ୍ରତ୍ୟେକ ବସ୍ତାର ଓଜନକୁ ମନେରଖି ଉତ୍ପାଦର ମୋଟ ପରିମାଣ ହିସାବ କରିବା କଠିନ ହୋଇଥାଏ I ତେଣୁ ମୋଟ ପରିମାଣ ଜାଣିବା ପାଇଁ ପ୍ରତ୍ୟେକ ବସ୍ତାକୁ ଓଜନ କରିସାରିବା ପରେ ଏହାର ଓଜନ ଲେଖି ରଖିବା ଦରକାର I

ଉପସଂହାର

ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ଏହି ତରାଜୁକୁ ବ୍ୟବହାର କରିବା ସମୟରେ କିଛି ଖରାପ ଅନୁଭୁତି ଅଛି କି ? ଏହାସହ ଏହି ତରାଜୁର ପ୍ରାମାଣିକତା ବିଷୟରେ ଅଂଶଗ୍ରହଣକାରୀମାନଙ୍କର କିଛି ସନ୍ଦେହ ଥିଲେ ତାହାର ସମାଧାନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 8/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate