ହୋମ / କୃଷି / କୃଷି ନିର୍ଦେଶିକା / ମୃତ୍ତିକା ପରୀକ୍ଷା ଜରୁରୀ
ସେଆର କରନ୍ତୁ

ମୃତ୍ତିକା ପରୀକ୍ଷା ଜରୁରୀ

ମାଟିରେ ଥିବା ଖାଦ୍ୟ ଉପାଦାନରେ ଉପସ୍ଥିତି ଜାଣିବା ଫଳରେ ଯେଉଁ ଫସଲ ଚାଷ କରିବା ତା' ପାଇଁ ଆଉ କେତେ ଖାଦ୍ୟସାର ଆବଶ୍ୟକ ତାହା ଜାଣିହେବ ।

ଫସଲ ଆବଶ୍ୟକ କରୁଥିବା ୧୭ଟି ଖାଦ୍ୟ ଉପାଦାନ ମାଟି ମଧ୍ୟରେ ଗ୍ରହଣ କରି ଉତ୍ପାଦନକ୍ଷମ ହୋଇଥାଏ।

ଯେଉଁ ମାଟିରେ ଏହି ଖାଦ୍ୟ ଉପାଦାନଗୁଡିକ ଠିକ୍ ପରିମାଣରେ ଓ ଫସଲ ଗ୍ରହଣଯୋଗ୍ୟ ଅନୁସାରେ ଥାଏ ତାହାକୁ ‘ସୁସ୍ଥ ମାଟି' କୁହାଯାଏ ଏବଂ ଯେଉଁଥରେ ନ ଥାଏ ତାହାକୁ ‘ଅସୁସ୍ଥ ମାଟି' କୁହାଯାଏ ।

ଏହି ସୁସ୍ଥ ଏବଂ ଅସୁସ୍ଥ ମାଟିକୁ ଜାଣିବା ପାଇଁ ମୃତ୍ତିକା ପରୀକ୍ଷା ଅପରିହାର୍ଯ୍ୟ ।

ମୃତ୍ତିକା ପରୀକ୍ଷା ଦ୍ଵାରା : ମାଟି 'ପି.ଏଚ୍.' (ଅମ୍ଳ ‘ବା' କ୍ଷାରୀ) ‘ବା' ନିରପେକ୍ଷ) ଜଣାପଡେ ।

  • ମାଟିରେ ଥିବା 'ଦ୍ରବୀଭୂତ ଲବଣର ପରିମାଣ ଜଣାପଡେ ।
  • ତହିଁରେ କେତେ ପରିମାଣର ‘ଜୈବିକ ଅଙ୍ଗାର (ଯବକ୍ଷାରଜାନ), କେତେ ପରିମାଣ ଫସଫରସ ଏବଂ ପଟାସ ଖାଦ୍ୟ ଉପାଦାନ ଗଛର ଗ୍ରହଣୀୟ ବା ସହଳଲବ୍ଧ ଅବସ୍ଥାରେ ଅଛି ତାହା ଜଣାପଡେ ।
  • ମାଟିରେ ଥିବା ଅଣୁସାରର ପରିମାଣ ଜଣାପଡେ ।
  • ମାଟିର ପ୍ରକାର (ବାଲିଆ, ଦୋରସା ଆଦି) ଜଣାପଡେ ।

କ'ଣ ଲାଭ ହୁଏ

  • ମାଟିର ଅମ୍ଳତା ବା କ୍ଷାରତାକୁ ପି.ଏଚ୍. ହିସାବରେ ପ୍ରକାଶ କରାଯାଏ । ପି.ଏଚ୍. ପରିମାପ ୬.୫ରୁ ୭.୫ ମଧ୍ୟରେ ମାଟିରେ ଥିବା ଅଧକାଶ ଖାଦ୍ୟ ଉପାଦାନ ଗଛକୁ ସହଜରେ ମିଳିଥାଏ ।
  • ମାଟିର ପି.ଏଚ୍. ୭.୫ରୁ ଅଧିକ ଥିଲେ ତାକୁ କ୍ଷାରୀମାଟି କୁହାଯାଏ । ଅଧିକାଂଶ ଖାଦ୍ୟ ଉପାଦାନ ଫସଲକୁ ମିଳେ ନାହିଁ। ଏହାକୁ ଶୋଧନ କରିବା ପାଇଁ ଢିପ୍‌ସମ୍ କିମ୍ବା ଆମୋନିୟମ୍ ସଲଫେଟ୍ ପ୍ରୟୋଗ କରାଯାଏ ।
  • ମାଟିରେ ଥିବା ଖାଦ୍ୟ ଉପାଦନରେ ଉପସ୍ଥିତି ଜାଣିବା ଫଳରେ ଯେଉଁ ଫସଲ ଚାଷ କରିବା ତା' ପାଇଁ ଆଉ କେତେ ଖାଦ୍ୟସାର ଆବଶ୍ୟକ ତାହା ଜାଣିହେବ । ଫଳରେ ସାର ପାଇଁ ଅଯଥା ଖର୍ଚ୍ଚରୁ ଚାଷ୍ଟ୍ର ଭାଇମାନେ ମୁକ୍ତ ହେବେ।

ମାଟି ପରୀକ୍ଷା କେଉଁଠାରେ ହୁଏ

ମାଟି ପରୀକ୍ଷା କରିବା ଲାଗି ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ଦ୍ଵାରା ପ୍ରାୟ ପ୍ରତି ଜିଲା ମୁଖ୍ୟ କାର୍ଯ୍ୟାଳୟରେ ମୃତ୍ତିକା ପରୀକ୍ଷାଗାର ରହିଅଛି । ଏଥିସହିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ମୃତ୍ତିକା ବିଜ୍ଞାନ ବିଭାଗରେ ଏବଂ ବିଭିନ୍ନ ଜିଲାରେ ଥିବା କୃଷିବିଜ୍ଞାନ କେନ୍ଦ୍ରଗୁଡିକରେ ମଧ୍ୟ ମୃତ୍ତିକା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡିକ ରହିଛି ।

ବୈଜ୍ଞାନିକ ପଦ୍ଧତି ଅନୁସରଣ କରି ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସହାୟତାରେ ନିଜ ଜମିରୁ ନମୁନା ମାଟି ସଂଗ୍ରହ କରି ସମସ୍ତ ବିବରଣୀ ଲେଖ ନମୁନା ମାଟିକୁ ପରୀକ୍ଷାଗାରରେ ଜମା କଲେ ସେଠାରେ ମାଟି ଥିବା ଖାଲ କିମ୍ବା ଢିପ ସ୍ଥାନ ଏବଂ ଧାଡିରେ ସାର ପ୍ରୟୋଗ କରିଥିଲେ ଧାଡି ମଝିରୁ ନମୁନା ସଂଗ୍ରହ କରିବେ ନାହିଁ । ଏହାଛଡା ଚୂନ, ପାଉଁଶ କିମ୍ବା ସାର ପ୍ରୟୋଗର ୩ ମାସ ମଧ୍ୟରେ ଜମିରୁ ନମୁନା ସଂଗ୍ରହ କରିବେ ନାହି ।

  • ଜମିରେ ଫସଲ ନ ଥିବା ଏବଂ ପରବର୍ତ୍ତୀ ଫସଲ କରିବା ପୂର୍ବରୁ ମାଟିରେ ଚାଷ ଲାଗି ଉପଯୁକ୍ତ ବତର ଥିବା ଅବସ୍ଥାରେ ନମୁନା ମାଟି ସଂଗ୍ରହ କରିବେ ।
  • ଧାନ, ଗହମ, ମକା, ଡାଲିଜାତୀୟ ଫସଲ', ତୈଳବୀଜ ଫସଲ ଏବଂ ପନିପରିବା ଫସଲ ଚାଷ ସକାଶେ ୬ ରୁ ୯ ଇଞ୍ଚ ଗଭୀରରୁ ଆଖୁ, କପା ଏବଂ ଲଙ୍କାମରିଚ ଫସଲ ପାଇଁ ୧ ଫୁଟ ଗଭୀରରୁ, ଫଳ ବଗିଚା ଲାଗି ୧ ଫୁଟ, ୨ ଫୁଟ ଏବଂ ୩ ଫୁଟ ଗଭୀରରୁ ଅଲଗା ଅଲଗା ନମୁନା ମାଟି ସଂଗ୍ରହ ପରୀକ୍ଷା କରି ଦିଆଯାଏ । ସେହିମାଟି ପରୀକ୍ଷାର ଫଳାଫଳ ଏବଂ ଚାଷ କରାଯାଉଥିବା ଫସଲର ଚାହିଦା ଅନୁସାରେ ପରୀକ୍ଷାଗାରରେ ବୈଜ୍ଞାନିକ ଏକ ରିପୋର୍ଟ ଚାଷୀଙ୍କ ପାଖକୁ ପଠାନ୍ତି । ସେହି ରିପୋର୍ଟରେ ଚାଷୀ ଇଚ୍ଛା କରୁଥିବା ଫସଲ ଲାଗି ଆବଶ୍ୟକ ହୋଇଥିବା ଖତ ସାରର ସମୁଦାୟ ବିବରଣୀ ଦିଆଯାଇଥାଏ । ଚାଷୀ ସେହି ପ୍ରଣାଳୀରେ ଖତସାର ପ୍ରୟୋଗ କଲେ ମାଟିର ସ୍ଵାସ୍ଥ୍ୟ ଭଲ ରହିବା ସହିତ ଫସଲରୁ ଅଧିକ ଅମଳ ମଧ୍ୟ ପାଏ । ମାଟି ନମୁନା ସଂଗ୍ରହ ସକାଶେ ଚାଷାମାନେ ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ବ୍ଲକରେ ଥିବା କୃଷି ଅଧିକାରୀଙ୍କ ସାହାଯ୍ୟ ନେଇପାରିବେ ।

ନମୁନା ମାଟି ସଂଗ୍ରହ କିପରି କରିବେ

  • ହିଡଧାରରୁ ଦୁଇ ଫୁଟ ପର୍ଯ୍ୟନ୍ତ ଜମି, ଗଛ ତଳ, ଖତଗଦା କିମ୍ବା ନିକଟବର୍ତ୍ତୀ ସ୍ଥାନ, ଜମିରେ କରିବାକୁ ହେବ ।
  • ପ୍ରତ୍ୟେକ କ୍ଷେତରୁ ଅଲଗା ଅଲଗା ନମୁନା ମାଟି ସଂଗ୍ରହ କରିବା ଭଲ । କିନ୍ତୁ ଗୋଟିଏ ଚକର ମାଟି ଏକା ପ୍ରକାର ଦେଖାଯାଉଥିଲେ ଅବା ଏକା ପ୍ରକାର ଫସଲ ଚାଷ କରାଯାଉଥିଲେ କିମ୍ବା ଫସଲ ସବୁଆଡେ ସମାନ ଭାବେ ବଢୁଥିଲେ ଏବଂ ଏକ ପ୍ରକାରର ସାର ପ୍ରୟୋଗ ହୋଇଥିଲେ ଅତିବେଶିରେ ୫ ଏକର ଜମିରୁ ଗୋଟିଏ ନମୁନା ମାଟି ସଂଗ୍ରହ କରିବେ ।
  • ନମୁନା ସଂଗ୍ରହ କରୁଥିବା ଚକରେ "ଜେଡ୍ ବା ‘ଏନ୍ ପରିକଳ୍ପନା କରି (ସର୍ପିଳଗତି) ସେହିଗାର ଉପରେ ଏକର ପ୍ରତି ୧୦ରୁ୧୫ଟି ସ୍ଥାନ ନିରୂପଣ କରିବାକୁ ହେବ ।
  • କୋଡି ବା ଫାଉଡା ସାହାଯ୍ୟରେ ୧୦-୧୫ଟି ଚିହ୍ନ ଦେଇଥିବା ସ୍ଥାନରେ ଉପରେ ୧ ଇଞ୍ଚ ମାଟିରେ ଥିବା ଘାସ, ଲଟା, ନଡାମୂଳୀ ଇତ୍ୟାଦି ସଫାକରି ଦେଇ ‘ଭି ଆକାରର ମାଟି ଖୋଳି ବାହାର କରିଦେବେ ।
  • ‘ଭି ଗାତର ଗୋଟିଏ ପାଖର ଉପର ତଳ ପର୍ଯ୍ୟନ୍ତ ୧ ଇଞ୍ଚ ବହଳର ମାଟି କାଟି ସଂଗ୍ରହ କରନ୍ତୁ । ଏହିପରି ସବୁ ସ୍ଥାନରୁ ମାଟି ସଂଗ୍ରହ କରି ମିଶାଇ ଦେବେ । ସାର ବା ଖତ ଇତ୍ୟାଦି ପାଇଁ ବ୍ୟବହାର କରାଯାଇଥିବା ମୁଣା ନମୁନା ସଂଗ୍ରହ ପାଇଁ ବ୍ୟବହାର କରିବା ନିଷିଦ୍ଧ ଅଟେ ।
  • ଏହି ସଂଗୃହୀତ ମାଟି ଓଦା ଥିଲେ ତାକୁ ପଲିଥିନ ଉପରେ ଛାଇରେ ଶୁଖାଇ ଶୁଖଗଲା ପରେ ଗୁଣ୍ଡ କରିଦେବେ ।
  • ସେହି ଗୁଣ୍ଡ ମାଟିକୁ ଥାଳୀ ପରି ଗୋଲାକାର କରିଦେଇ ମଝିରେ ଭୁଲଚିହ୍ନ 'x', ପରି ଗାର ଟାଣି ୪ ଭାଗ କରି ବିପରୀତ ପାର୍ଶ୍ଵରେ ଥିବା ଯେକୌଣସି ୨ଟି ଭାଗକୁ ବାହାର କରିଦେଇ ଅନ୍ୟ ୨ ଭାଗକୁ ମିଶାଇ ଏହିପରି ବାରମ୍ବାର କରାଯାଏ ମାତ୍ର ଅଧା କେଜି ମାଟି ରହିବା ପର୍ଯ୍ୟନ୍ତ (ଚଉଥିକରଣ ପଦ୍ଧତି) ।
  • ଏହି ମାଟିକୁ ସଫା ପଲିଥିନ ମୁଣାରେ ଭର୍ତ୍ତିକରି (ସୂଚନା ତାଲିକା)ରେ (କ) ସଂଗ୍ରହ ତାରିଖ, (ଖ) ଚାଷୀଙ୍କ ନାମ, (ଗ) ପିତା । ସ୍ଵାମୀଙ୍କ ନାମ, (ଘା) ଗ୍ରାମ, (ଡ) ପୋଷ୍ଟ ଅଫିସ୍, (ଚ) ଗ୍ରାମପଞ୍ଚାୟତ, (ଛ ) ବ୍ଳକ, (ଜ) ଫୋନ୍ ନଂ.. ( ଝ ) ଇମେଲ ଠିକଣା, (୫) ଜମିର ପରିମାଣ (ଏକରରେ), (ଟ) ଜମି କିସମ (ଉଚ୍ଚା । ମଝିଆଳି/ଖାଲ), (୦), ଜଳସେଚିତ କି ନାହି. (ଡ) ଋତୁ, (ଜ) କି ଫସଲ କରିବେ ୧.୨.୩..... ଲେଖି ପଠାଇବେ ଏବଂ ସୂଚନା ସଂଖ୍ୟା ମୁଣାରେ ଭର୍ତ୍ତିକରି ମୁହଁକୁ ସୁତୁଲିରେ ବାନ୍ଧିଦେବେ । (୧୧) ଉପରେ ଲେଖାଥିବା (କ) ଠାରୁ (ତ) ପର୍ଯ୍ୟନ୍ତ ‘ଆବଶ୍ୟକୀୟ ତଥ୍ୟ ନିଶ୍ଚୟ ପୁରଣ କରିବେ । ଅନ୍ୟଥା ପରୀକ୍ଷା ଫଳାଫଳ ଉପରେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଅନୁମୋଦନ ତଥ୍ୟ ପଠାଇବାରେ ଅସୁବିଧା ହେବ । (୧୨) ଯଦି ଜଣେ ଚାଷା 'ଏକରୁ ଅଧିକ ନମୁନା ପଠାଇଥିବେ ତେବେ ମାଟି ସହିତ ଥିବା (ସୂଚନା ପତ୍ର)ରେ ଯେଉଁ ଜମିର ନମୁନା ପଠାଉଛନ୍ତି, ସେହି ଜମିର ନାମ ଲେଖା ମାଟି ପରୀକ୍ଷା ଫଳାଫଳ ଆପଣ ଜାଣିବାରେ ଅସୁବିଧା ହେବନାହିଁ ।

ସଂଗୃହିତ -ରାହୁଲ ଦେବ ବେହେରା, କାର୍ଯ୍ୟକ୍ରମ ସହଯୋଗୀ (ମୃତ୍ତିକା ବିଜ୍ଞାନ),କୃଷିବିଜ୍ଞାନ କେନ୍ଦ୍ର, ମାଲକାନଗିରି,

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top