ଅଧିବେଶନ ୬.୨ |
ଶୀର୍ଷ ସାର ପ୍ରୟୋଗ I |
ଉଦ୍ଦେଶ୍ୟ |
ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ଶୀର୍ଷ ସାର ପ୍ରୟୋଗ କଲେ ଫସଲର ଉତ୍ତମ ବୃଦ୍ଧି ହେବା ସହ ଅଣୁ ସାରର ଭଲ ପରିଚାଳନା ହୋଇଥାଏ I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶୀର୍ଷ ସାର ପ୍ରୟୋଗର ଉପକାରିତା ବିଷୟରେ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | |
ଜମି ଉପରେ ଠିଆ ହୋଇଥିବା ଫସଲରେ ସାର ପ୍ରୟୋଗର ପଦ୍ଧତ୍ତିକୁ ଶୀର୍ଷ ସାର ପ୍ରୟୋଗ କହନ୍ତି I ଏହାର ଉଦ୍ଦେଶ୍ୟ ହେଉଛି, ଫସଲର ଉତ୍ତମ ବୃଦ୍ଧି ସହ ଅମଳ ବଢାଇବା ପାଇଁ ଫସଲକୁ ପୋଷକ, ବିଶେଷତଃ ଯବାକ୍ଷାରଯାନ ତ୍ୱରିତ ମିଳୁଥିବା ଆକାରରେ ପ୍ରଦାନ କରାଯାଇଥାଏ I ଅଧିକ ଅମଳ ପାଇଁ ଚାଷୀମାନେ ଶୀର୍ଷ ସାର ପ୍ରୟୋଗର ସଠିକ କୌଶଳ ଜାଣିବା ଉଚିତ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୀର୍ଷ ସାର କିପରି ଭାବେ ପ୍ରୟୋଗ କରନ୍ତି ଏବଂ ସେମାନେ କେଉଁ ସବୁ ସାର ସାଧାରଣ ଭାବେ ବ୍ୟବହାର କରନ୍ତି I ସାର ପ୍ରୟୋଗ କରିବା ସମୟରେ ସେମାନଙ୍କର ଅଭିଜ୍ଞତା ଏବଂ ସମ୍ମୁଖିନ ହୋଇଥିବା ସମସ୍ୟା ବିଷୟରେ ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁହନ୍ତୁ I ଏହାସହ ସାରର ଭୁଲ ପ୍ରୟୋଗ କାରଣରୁ କିଛି କ୍ଷତି ହୋଇଥିଲେ ସେ ବିଷୟରେ ଆଲୋଚନା କରନ୍ତୁ I
ସୋପାନ -୨: ଶୀର୍ଷ ସାର ପ୍ରୟୋଗ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ପୋଷକ ବା ଖାଦ୍ୟସାର ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ I ଜମିରେ ଥିବା ଫସଲରେ ସାର ପ୍ରୟୋଗ କରିବା ପ୍ରକ୍ରିୟାକୁ "ଶୀର୍ଷ ସାର" ପ୍ରୟୋଗ କୁହନ୍ତି I ସାଧାରଣତଃ ଗହମ ଓ ଧାନ ପରି କମ ବ୍ୟବଧାନରେ ଚାଷ କରାଯାଉଥିବା ଫସଲ ପାଇଁ ଶୀର୍ଷ ସାର ପ୍ରୟୋଗ କରାଯାଇଥାଏ I ଏହି ଶୀର୍ଷ ସାର ମଧ୍ୟରେ ସୋଡିଅମ ନାଇଟ୍ରେଟ୍, ଆମୋନିୟମ ନାଇଟ୍ରେଟ୍ ଏବଂ ୟୁରିଆ ଅନ୍ତର୍ଭୁକ୍ତ ଯେଉଁଥିରେ ବଢନ୍ତି ଫସଲ ପାଇଁ ଖାଦ୍ୟସାର ତ୍ୱରିତ ମିଳୁଥିବା ଅବସ୍ଥାରେ ରହିଥାଏ I ଏହା ବିପରୀତ ମକା ଏବଂ କପା ଫସଲ ପରି ଅଧିକ ବ୍ୟବଧାନ ରଖି ଚାଷ କରାଯାଉଥିବା ଫସଲର ଧାଡିରେ ପ୍ରୟୋଗ କରାଯାଉଥିବା ସାରକୁ "ପାର୍ଶ୍ୱ ସାର" କୁହନ୍ତି I ଚାଷୀମାନଙ୍କୁ କୁହନ୍ତୁ ଯେ ପତ୍ର ଓଦା ଥିବା ସମୟରେ ଶୀର୍ଷ ସାର ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଫସଲର ପତ୍ର ଜଳି ଯିବାର କିମ୍ବା ପୋଡି ଯିବାର ଆଶଙ୍କା ଥାଏ I
ସୋପାନ -୩: ଶୀର୍ଷ ସାର ପ୍ରୟୋଗ ସମୟରେ ସାବଧାନତା: ଚାଷୀମାନଙ୍କୁ କୁହନ୍ତୁ ଯେ ଠିଆ ହୋଇଥିବା ଫସଲରେ ଶୀର୍ଷ ସାର ପ୍ରୟୋଗ କରିବା ବେଳେ ନିମ୍ନ ଲିଖିତ ସାବଧାନତା ଗ୍ରହଣ କରିବା ଉଚିତ :
ସୋପାନ -୪: ବିଭିନ୍ନ ରବି ଫସଲରେ ଶୀର୍ଷ ସାର ପ୍ରୟୋଗ: ଶୀତ ଋତୁରେ ଫସଲର ବୃଦ୍ଧି ଅପେକ୍ଷାକୃତ ଭାବେ କମ ହୋଇଥାଏ I ଯବାକ୍ଷାରଯାନ ଫସଲର ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ I ତେଣୁ ବୁଣିବା କିମ୍ବା ରୋଇବାର ପନ୍ଦର ଦିନପରେ ଯବାକ୍ଷାରଯାନ ପ୍ରୟୋଗ କରିବା ଉଚିତ I ଫସଲକୁ ଯବାକ୍ଷାରଯାନ ଉପଲବ୍ଧ କରାଇବା ପାଇଁ କ୍ୟାଲସିୟମ୍ ଅମୋନିୟମ୍ ନାଇଟ୍ରେଟ୍ କିମ୍ବା ଅମୋନିୟମ୍ ସଲଫେଟ୍ ସାର ପ୍ରୟୋଗ କରାଯାଇପାରେ I ପ୍ରଥମ ଶୀର୍ଷ ସାର ପ୍ରୟୋଗ କରିବାର ୧୫ ରୁ ୨୦ ଦିନ ପରେ ଦ୍ୱିତୀୟ ଶୀର୍ଷ ସାର ପ୍ରୟୋଗ କରିବା ଉଚିତ I ଏହି ଚାର୍ଟକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହା ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଶୀର୍ଷ ସାର ପରିମାଣ ଏବଂ ପ୍ରୟୋଗ କରିବାର ସମୟ ବିଷୟରେ ସୂଚନା ଦେବ:
କ୍ର. ନଂ. |
ଫସଲର ନାମ |
ଏକର ପିଛା ସାର ପ୍ରୟୋଗର ପରିମାଣ |
1 |
ବିଲାତି ବାଇଗଣ |
ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୬ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
2 |
ଆଳୁ |
ରୋଇବାର ତିନି ସପ୍ତାହ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ପ୍ରଥମ ଶୀର୍ଷ ସାର ପ୍ରୟୋଗର ୧୫ ରୁ ୨୦ ଦିନ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୨୦କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
3 |
ଫୁଲକୋବି |
ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୦ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
4 |
ବନ୍ଧାକୋବି |
ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୪ କେ.ଜି. ଯବାକ୍ଷାରଯାନ ଏବଂ ୧୨ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I |
5 |
ବିନ୍ସ, ମୂଳା ଏବଂ ଗାଜର |
ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I |
6 |
ସୋରିଷ |
ଜଳ ସେଚନ ଅବସ୍ଥାରେ ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I |
ସୋପାନ -୫: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଯେତେବେଳେ ଫସଲରେ ଖାଦ୍ୟସାରର ଅଭାବ ପରିଲକ୍ଷିତ ହୁଏ ଏହାକୁ କିଛି ଲକ୍ଷଣ ମାଧ୍ୟମରେ ଜାଣିହେବ ଏବଂ ଏହାକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇହେବ I ଫସଲରେ ଖାଦ୍ୟସାରର ଅଭାବକୁ ଜାଣିବା ପାଇଁ ପରୀକ୍ଷାଗାରରେ ଗଛ କିମ୍ବା ମାଟିକୁ ପରିକ୍ଷଣ କରି ଜାଣିହେବ I କିନ୍ତୁ ସବୁବେଳେ ପରୀକ୍ଷାଗାରକୁ ଯିବା ସମ୍ଭବ ହୋଇ ନ ଥାଏ, କିନ୍ତୁ, ଏହି ଅଭାବକୁ ସହଜରେ ଫସଲର କିଛି ଲକ୍ଷଣକୁ ଦେଖି ଜାଣିହେବ I ଯଦି ଗଛ ସମ୍ପୂର୍ଣଭାବେ ପ୍ରଭାବିତ ହୋଇ ଅଛି, ତେବେ ଏହା ଯବାକ୍ଷାରଯାନ କିମ୍ବା ଫସଫରସ୍ ଅଭାବ କାରଣରୁ ହୋଇଥାଇପାରେ I ଯବାକ୍ଷାରଯାନ ନିଅଣ୍ଟିଆ ହେଲେ ପତ୍ରସବୁ ଫିକା ପଡିଯାଇଥାଏ ଅଥବା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଯାଏ I ଫସଫରସ୍ ଅଭାବରେ ପତ୍ର ଘନ ସବୁଜ ରଙ୍ଗର ହୋଇଥାଏ I ଅଳ୍ପ କିଛି କ୍ଷେତ୍ରରେ ଏହା ଗାଢ ଏବଂ ଘନ ବାଦାମୀ ରଙ୍ଗର ହୋଇଥାଏ I ଅତ୍ୟଧିକ ଥଣ୍ଡା ଜଳବାୟୂରେ ମକା ଗଛ ମାଟିରୁ ଫସଫରସ୍ ଶୋଷଣ କରିପାରେ ନାହିଁ I ତେଣୁ ମାଟିରେ ଫସଫରସ୍ ପ୍ରୟୋଗ କଲେ ମଧ୍ୟ ଏଥିରେ ଫସଫରସ୍ ନିଅଣ୍ଟିଆ ଲକ୍ଷଣସବୁ ଦେଖା ଦେଇଥାଏ I
ଯଦି ଲକ୍ଷଣସବୁ ପୁରୁଣା ପତ୍ରରେ ଦେଖାଯାଏ, ତେବେ ଏଥିରେ ପଟାସ୍, ମ୍ୟାଗ୍ନେସିୟମ୍ କିମ୍ବା ମଲିବଡିନମ୍ ଅଭାବ କାରଣରୁ ହୋଇଥାଏ I ପଟାସ୍ ଅଭାବ ହେଲେ ବିବର୍ଣିତ ଦାଗ କିମ୍ବା ଫିକା ଦାଗ ଦେଖା ଦେଇଥାଏ I ଏହି ଲକ୍ଷଣସବୁ ପ୍ରାୟତଃ ପତ୍ର ଧାରରେ ଦେଖାଯାଇଥାଏ I ମ୍ୟାଗ୍ନେସିୟମ୍ ଅଭାବରେ ପତ୍ରର ଶିରା ସବୁଜ ଦେଖାଯାଏ କିନ୍ତୁ ମଝିରେ ମଝିରେ ଶୁଖିଲା ଦାଗ ସବୁ ଦେଖାଯାଏ I ବେଳେ ବେଳେ ପତ୍ର ଅଗ ଉପରକୁ ମୋଡି ହୋଇ ରହିଥାଏ I
ଯଦି ଲକ୍ଷଣସବୁ ନୁଆ ପତ୍ରରେ ଦେଖାଯାଏ ତେବେ ଏହା ଫସଲରେ ସଲଫର, ଲୌହ, ମାଙ୍ଗାନିଜ, କିମ୍ବା କପର୍ ଅଭାବ କାରଣରୁ ହୋଇଥାଏ I ଲୌହ କିମ୍ବା ମାଙ୍ଗାନିଜ ଅଭାବ ହେଲେ ପତ୍ର ସବୁଜ ଥିବା ସତ୍ତ୍ୱେ ପତ୍ର ଅଗ ହଳଦିଆ ପଡିଯାଇଥାଏ I ଯଦି ପୂରା ପତ୍ର ହଳଦିଆ ପଡିଯାଇଥାଏ, ତେବେ ଏହା ସଲଫର୍ କିମ୍ବା କପର୍ ଅଭାବ ଯୋଗୂଁ ହୋଇଥାଏ I
ଜିଙ୍କ୍ (ଦସ୍ତା) ଅଭାବରୁ ଦେଖାଯାଉଥିବା ଲକ୍ଷଣସବୁ ଉଭୟ ନୂଆ ତଥ୍ୟ ପୁରୁଣା ପତ୍ରରେ ଦେଖାଯାଇଥାଏ I ଯଦି ପତ୍ର ବାହାରିବା ଆଗରୁ ଛୋଟ ଡାଳରେ ଲକ୍ଷଣ ଦେଖାଦିଏ, ତେବେ ଏହା କ୍ୟାଲସିୟମ୍ କିମ୍ବା ବୋରନ୍ କାରଣରୁ ହୋଇଥାଏ I ବେଳେ ବେଳେ ଲକ୍ଷଣକୁ ଦେଖି ରୋଗର ନିଦାନ କରିବା କଷ୍ଟକର ହୋଇଥାଏ I ଏପରି କ୍ଷେତ୍ରରେ ସବୁବେଳେ ଏକ କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ I
କ୍ୟାଲସିୟମ୍ ନିଅଣ୍ଟିଆ ପାଇଁ ଚୁନ ପ୍ରୟୋଗ କରିହେବ I କ୍ୟାଲସିୟମ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ମାଟିକୁ କ୍ୟାଲସିୟମ୍ ମିଳିଥାଏ I ସିଙ୍ଗେଲ୍ ସୁପର୍ ସଲଫେଟ୍ ପ୍ରୟୋଗ କଲେ ଏହା ମାଟିକୁ ସଲଫର୍ ତଥା କ୍ୟାଲସିୟମ୍ ପ୍ରଦାନ କରିଥାଏ I ଆଜିକାଲି ଅନେକ ପ୍ରକାର ଅଣୁସାର ବଜାରରେ ମିଳୁଅଛି I ଅଣୁସାର ଅଭାବକୁ ପୁରଣ କରିବା ପାଇଁ ଏହିସବୁକୁ ପ୍ରୟୋଗ କରିହେବ I ଜମିରେ ଅଣୁସାର ମାତ୍ର ବୃଦ୍ଧି କରିବା ପାଇଁ କମ୍ପୋଷ୍ଟ, କମ୍ପୋଷ୍ଟ, ଜିଆ ଖତ, ଭର୍ମିନ ୱାସ ଇତ୍ୟାଦି ମଧ୍ୟ ପ୍ରୟୋଗ କରିହେବ I ବୋରୋନ ଅଭାବ ହେଲେ ପନିପରିବା ଫସଲରେ ଅମଳ କମିଯାଇଥାଏ I ଏହପରି କ୍ଷେତ୍ରରେ ଏକ ଲିଟର ପାଣିରେ ଦୁଇ ଗ୍ରାମ ବୋରନ ମିଶ୍ରଣ କରି ଫସଲରେ ସିଞ୍ଚନ କରିହେବ I
ଏହି ପ୍ରଶିକ୍ଷଣ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟବସ୍ତୁ ଅଂଶଗ୍ରହଣକାରୀମାନେ କେତେ ଦୂର ବୁଝିପାରିଛନ୍ତି ଜାଣିବା ପାଇଁ ଅଧିବେଶନର ଶେଷ ଆଡକୁ ସେମାନଙ୍କୁ କିଛି ଫସଲରେ ସାର ପ୍ରୟୋଗର ମାତ୍ରା ବିଷୟରେ ପଚାରନ୍ତୁ I ସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଶୀର୍ଷ ସାର ପ୍ରୟୋଗ କରିବା ସମୟରେ କେଉଁ ସବୁ ସାବଧାନତା ଗ୍ରହଣ କରିବା ଆବଶ୍ୟକ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020