ଅଧିବେଶନ ୫.୧ |
ମହିଳା ସଶକ୍ତିକରଣ ଏବଂ ପୁରୁଷଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ପାଇଁ ଲିଙ୍ଗ ବ୍ୟବହାରରେ ପରିବର୍ତ୍ତନ I |
ଉଦ୍ଦେଶ୍ୟ |
ନିଷ୍ପକ୍ଷତା ଏବଂ ମହିଳା ସଶକ୍ତିକରଣ ପାଇଁ ବ୍ୟବହାର, କାର୍ଯ୍ୟ ଏବଂ ସମ୍ପର୍କରେ ଅଭିଲଷିତ ପରିବର୍ତ୍ତନ ଆଣିବା ପାଇଁ ବୌଦ୍ଧିକ ବିଚାର ତଥା ଆଲୋଚନା କରିବା ଦରକାର ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କ ବ୍ୟବହାରରେ ପ୍ରତିଫଳିତ ହେବ I |
ପଦ୍ଧତି |
ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଆଲୋଚନା ଏବଂ ପାରସ୍ପରିକ ବିମର୍ଶ I |
ଅଂଶଗ୍ରହଣକାରୀ |
ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I |
ସଭା ସ୍ଥାନ |
ଗୋଷ୍ଠୀ କେନ୍ଦ୍ର/ ଅଂଶଗ୍ରହଣକାରୀମାନଙ୍କ ବସିବା ପାଇଁ ତଥା ପୋଷ୍ଟର ଓ କାର୍ଡ୍ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନI |
ଦରକାରୀ ସାମଗ୍ରୀ |
ମହିଳା ସଶକ୍ତିକରଣ ଏବଂ ପୁରୁଷମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ ପାଇଁ ପୁରୁଷ ଓ ମହିଳାଙ୍କ ପରିବର୍ତ୍ତିତ ଭୂମିକାକୁ ଦର୍ଶାଉଥିବା ପୋଷ୍ଟର, ରଙ୍ଗୀନ୍ ମାର୍କର, ଖାଲିଥିବା ରଙ୍ଗୀନ୍ ସୂଚକ କାର୍ଡ଼ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ – ଦୁଇ ଘଣ୍ଟା I |
ସଶକ୍ତିକରଣ ଏକ ବ୍ୟକ୍ତିନିଷ୍ଠ ଏବଂ ବ୍ୟକ୍ତିଗତ ପରିବର୍ତ୍ତନର ପ୍ରକ୍ରିୟା I ଅନେକ ସମୟରେ ପରିବର୍ତ୍ତନର ବିଚାର ସଙ୍କାକୁଳ ହୋଇଥାଏ I ପରିବାରର କିଛି ସଦସ୍ୟ କାମକୁ ସମାନ ଭାବେ ମିଳିମିଶି କରିବା ପାଇଁ ରାଜି ହୋଇ ପାରନ୍ତି,କିନ୍ତୁ ଅନ୍ୟମାନେ ଲୋକଲାଜକୁ ଭୟ କରିଥାଆନ୍ତି I ମହିଳା ସଶକ୍ତିକରଣ ଏବଂ ମହିଳା ଓ ପୁରୁଷର ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ଭୂମୀକା ରହିଅଛି I ପୁରୁଷ ଓ ମହିଳାଙ୍କ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିଲେ ସେମାନଙ୍କର ଲାଭ ହେବା ସହ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପକୃତ ହେବେ I
ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ମହିଳା ଚାଷୀ ଓ ସେମାନଙ୍କର ସ୍ୱାମୀମାନଙ୍କୁ ଅଧିବେଶନକୁ ଆମନ୍ତ୍ରଣ କରି କୁହନ୍ତୁ ଯେ ଆଜିର ସଭା ମହିଳାମାନଙ୍କ ସଶକ୍ତିକରଣର ଉତ୍କର୍ଷତା ଉପରେ କେନ୍ଦ୍ରିତ ହେବ I ଏହା ଜାଣିବା ଦରକାର ଯେ ମହିଳା ଏବଂ ପୁରୁଷମାନଙ୍କ ବ୍ୟବହାରରେ ପରିବର୍ତ୍ତନ କିମ୍ବା କୌଣସି କାର୍ଯ୍ୟ ମହିଳା ସଶକ୍ତିକରଣର ଉତ୍କର୍ଷତା ପ୍ରତିପାଦନ କରିବ I ମହିଳା ସଶକ୍ତିକରଣ ବୃଦ୍ଧି କରିବା ପାଇଁ ପୁରୁଷମାନଙ୍କ ଯୋଗଦାୟୀ କାରଣସବୁ କ'ଣ?
ସୋପାନ ୨ : ଆଲୋଚାନାର ନେତୃତ୍ୱ ନିଅନ୍ତୁ : ଚିତ୍ରିତ ପୋଷ୍ଟରକୁ ବ୍ୟବହାର କରି ଏହି ଆଲୋଚନାକୁ ସଞ୍ଚାଳନ କରନ୍ତୁ I ଏହାକୁ ମଝିରେ ରଖନ୍ତୁ ଯେପରିକି ସମସ୍ତେ ଏହାକୁ ଦେଖି ପାରିବେ I ଆଲୋଚନାକୁ ଆରମ୍ଭ କରି ସମୂହକୁ ପଚାରନ୍ତୁ ପ୍ରତ୍ୟେକ ଚିତ୍ର କେଉଁ ପ୍ରକାର ସକାରାତ୍ମକ ବ୍ୟବହାରକୁ ଦର୍ଶାଉଅଛି I ଅଂଶଗ୍ରହଣକାରୀମାନଙ୍କୁ ଏହି ସବୁ ବିଷୟରେ ଆଲୋଚନା କରିବା ପାଇଁ କୁହନ୍ତୁ:
ମହିଳାସଦସ୍ୟଙ୍କ ଦ୍ୱାରା ଦିଆ ଯାଇଥିବା ଉତ୍ତରକୁ ନିମ୍ନ ଲିଖିତ ଚାର୍ଟରେ ଦର୍ଶାନ୍ତୁ I
ସୋପାନ ୩ : ଅବଲୋକନ ଏବଂ କାର୍ଯ୍ୟବାହୀ: ଏହି ଅଭ୍ୟାସ ଶେଷହେଲାପରେ ସମୂହଠାରୁ ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ମତାମତ ସଂଗ୍ରହକରି ଗୋଟିଏ ଚାର୍ଟ ପ୍ରସ୍ତୁତ କରି ତାହା ଉପରେ ଲେଖିଦିଅନ୍ତୁ ଯଦ୍ୱାରାକି ସମସ୍ତ ସଦସ୍ୟ ଆଲୋଚନା ମାଧ୍ୟମରେ ସମସ୍ତ ଦିଗକୁ ମନେପକାଇ ଏଥିରେ ଯୋଗଦାନ କରିପାରିବେ I
ପ୍ରଶ୍ନ
ସୋପାନ ୪ : ଆଲୋଚନାକୁ ସମାପ୍ତ କରିବା : ଏହି ଅଭ୍ୟାସରେ ଆଲୋଚନା କରାଯାଇଥିବା ମୁଖ୍ୟ ବିନ୍ଦୁ ସବୁକୁ ପୁନରାବୃତ୍ତି କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ I
ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ କେଉଁ ସବୁ ପରିବର୍ତ୍ତନ ସହଜରେ ଆଣିହେବ ଏବଂ କେଉଁ ସବୁ ପରିବର୍ତ୍ତନ ଆଣିବା ପାଇଁ ସମୟ ଲାଗିବ I
ଆଧାର – ପୋର୍ଟାଲ ଟିମ
Last Modified : 7/15/2020