ହୋମ / କୃଷି / ଜଳସେଚନ / ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା
ସେଆର କରନ୍ତୁ

ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା

ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା ର ସୂଚନା

ଉପକ୍ରମ

ଜଳ  ଏକ  ଅମୂଲ୍ୟ ସମ୍ପଦ  । ଉଦ୍ଭିଦର  ବୃଦ୍ଧି  ଓ  ବିକାଶ   ପାଇଁ   ଜଳ  ଅପରିହାର୍ଯ୍ୟ  ।

ଉଦ୍ଭିଦ  ପାଇଁ  ଜଳର  ଭୂମିକା

ଉଦ୍ଭିଦ  ପାଇଁ  ଜଳର  ଭୂମିକା   ନିମ୍ନମତେ  ବର୍ଣ୍ଣନା   କରାଯାଇପାରେ  -

  1. ଉଦ୍ଭିଦର  ବର୍ଦ୍ଧିଷ୍ଣୁ  ଅଙ୍ଗର  ଶତକଡା  85ରୁ  90 ଭାଗ  ଜଳ   । ଏଣୁ  ଜଳ   ଉଦ୍ଭିଦ   ଗଠନର   ଏକ   ବିଶିଷ୍ଟ   ଉପାଦାନ   ।
  2. ଜଳ  ଉଦ୍ଭିଦର  ଅଙ୍ଗାର   ଆତ୍ମିକରଣ  ପାଇଁ   ଦରକାରୀ  ଅମ୍ଳଜାନ   ଯୋଗାଇଥାଏ   ।
  3. ଜଳ  ଏକ  ସାର୍ବଜନୀନ   ଦ୍ରାବକ   । ଏହା  ମାଟିରେ  ଥିବା  ସବୁ  ଉପାଦାନକୁ  ଦ୍ରବୀଭୂତ  କରେ   ।
  4. ଦ୍ରବୀଭୂତ  ଉପାଦାନ  ମାଧ୍ୟମରେ   ଚେର ବାଟେ  ଗଛକୁ  ପ୍ରବେଶ  କରେ  ଏବଂ   ବିଭିନ୍ନ   ତନ୍ତୁ   ମଧ୍ୟରେ   ଗତି  କରେ   । ମୃତ୍ତିକାରେ  ଜଳ   ଅଭାବ  ହେଲେ   ଉପାଦାନ   ଗଛକୁ   ପ୍ରବେଶ   କରିପାରିବ  ନାହିଁ   ।
  5. ଜଳ  ଉଦ୍ଭିଦ   ମଧ୍ୟରେ  ଦ୍ରବଣ  ଓ  ଆନୟନ  ଘଟାଇ  ବିଭିନ୍ନ  ଯୌଗିକ   ପଦାର୍ଥର   ରାସାଯନିକ  ପ୍ରକ୍ରିୟା   ବୃଦ୍ଧି   କରାଏ  ।
  6. ଉଦ୍ଭିଦର   କୋଷକୁ  ସ୍ଫୀତ  ରଖିବା  ପାଇଁ   ଜଳ  ଅପରିହାର୍ଯ୍ୟ   । ସ୍ଫୀତ  ନ ରହିଲେ  ଉଦ୍ଭିଦ  କ୍ରିୟାଶୀଳ  ହୋଇପାରିବ  ନାହିଁ   ।
  7. ଜଳ  ଉଦ୍ଭିଦ  ଓ  ପରିବେଶ   ମଧ୍ୟରେ  ତାପମାନ   ନିୟନ୍ତ୍ରଣ   କରେ   । ବାଯୁମଣ୍ଡଳରେ  ତାପମାନ   ବଢିଲେ   ଉସ୍ଵେଦନ  ବୃଦ୍ଧିପାଏ   । ଉସ୍ଵେଦନ  ହେତୁ   ଅଧିକ  ଜଳ  ବାଷ୍ପିଭୂତ  ହୁଏ  ଏବଂ   ଉଦ୍ଭିଦ   ଅଙ୍ଗ   ପ୍ରତ୍ୟଙ୍ଗ ର  ତାପକ୍ରମ   ବୃଦ୍ଧିପାଏ   ନାହିଁ   ।
ଆଦି  ଜୀବନର  ଅସ୍ତିତ୍ଵ  ପାଇଁ   ମଧ୍ୟ  ଜଳ  ଆବଶ୍ୟକ   । ଜଳ ଭାଗ  ଶତକଡା  ୧୦କୁ  କମିଗଲେ  ଖୁବ୍  କମ୍  ଜୀବନ  ବଞ୍ଚି   ରହିପାରନ୍ତି   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.89655172414
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top