ହୋମ / କୃଷି / ଜଳସେଚନ / ଜଳସେଚନ କ’ଣ
ସେଆର କରନ୍ତୁ

ଜଳସେଚନ କ’ଣ

ଜଳସେଚନ କ’ଣ ର ସୂଚନା

ଉପକ୍ରମ

ଫସଲ  ତାର  ବୃଦ୍ଧି  ଓ  ବିକାଶ  ପାଇଁ  ଜୀବନ  କାଳ  ମଧ୍ୟରେ  ବହୁତ  ପରିମାଣ  ଜଳ  ଆବଶ୍ୟକ  କରିଥାଏ   । ଆବଶ୍ୟକ   ଜଳର   ଅଧିକାଂଶ  ବୃଷ୍ଟିପାତରୁ  ମିଳିଥାଏ   । ଫସଲର  ଦରକାରୀ   ଜଳ  ଚାହିଦା   ମେଣ୍ଟାଇବା   ପାଇଁ   ବର୍ଷା   ଭିନ୍ନ  ଅନ୍ୟାନ୍ୟ   ସୂତ୍ରରୁ  କୃତ୍ରିମ  ଉପାୟରେ   ଜଳ  ଯୋଗାଇବା   ପ୍ରଣାଳୀକୁ   ଜଳସେଚନ   କୁହାଯାଏ   ।

ଜଳସେଚନ  ଏକ  ପୁରାତନ  ବ୍ୟବସ୍ଥା   ହେଲେ  ବି  ବିଜ୍ଞାନଭିତ୍ତିକ   ଜଳସେଚନ   ଆଧୁନିକ  ଯୁଗର   ଏକ  ନୂତନ   ପଦକ୍ଷେପ   । କ୍ରମବର୍ଦ୍ଧିଷ୍ଣୁ  ଜଣସଂଖ୍ୟାକୁ   ଖାଦ୍ୟ   ଯୋଗାଇବା   ପାଇଁ   ଏବେ  ସାରା  ବିଶ୍ଵରେ   ଜଳସେଚନର  ଦ୍ରୁତ  ପ୍ରସାର   ଘଟିଛି   ।

ପୃଥିବୀର  ସର୍ବତ୍ର  ବୃଷ୍ଟିପାତ   ସମାନ  ନୁହେଁ   । ବୃଷ୍ଟିପାତର  ତାରତମ୍ୟ  ହେତୁ  ସ୍ୱଳ୍ପ   ବୃଷ୍ଟିପାତ   ଅଞ୍ଚଳରେ   ଫସଲ  ଉତ୍ପାଦନ  ପାଇଁ   ଜଳସେଚନର  ଆବଶ୍ୟକତା  ରହିଛି   । ଫସଲ  ଉତ୍ପାଦନ  ପାଇଁ  ଶୀତ   ଦିନିଆ   ବର୍ଷା  ପାଉଥିବା   ଶୁଷ୍କାଞ୍ଚଳରେ  ଅତିକମ୍ ରେ  ୨୫୦ – ୩୫୦ କି.ମି. ଏବଂ   ଖରାଦିନିଆ   ବର୍ଷା  ପାଉଥିବା   ଶୁଷ୍କାଞ୍ଚଳରେ  ଅତିକମ୍ ରେ   ୫୦୦ ମି.ମି.  ବର୍ଷା  ବର୍ଷକୁ  ହେବା   ଆବଶ୍ୟକ   ବୋଲି  ହିସାବ   କରାଯାଇଛି   । ବାର୍ଷିକ  ହାରାହାରି   ବୃଷ୍ଟିପାତ  ଦୃଷ୍ଟିରୁ   ପୃଥିବୀକୁ   ନିମ୍ନଲିଖିତ   ବୃଷ୍ଟିପାତ   ଅଞ୍ଚଳରେ  ବିଭକ୍ତ  କରାଯାଇଛି   ।

ହାରାହାରି  ବାର୍ଷିକ  ବୃଷ୍ଟିପାତ  ଅଞ୍ଚଳ  ଓ  ଭୂଭାଗର  ଶତକଡା  ଭାଗ

ବାର୍ଷିକ  ବୃଷ୍ଟିପାତ (ସେ.ମି.)

ବୃଷ୍ଟିପାତ  ଅଞ୍ଚଳ

ଭୂଭାଗର  ଶତାଂଶ

୨୫ରୁ କମ୍

ଶୁଷ୍କ

୨୫

୨୫ – ୫୦

ଅର୍ଦ୍ଧାଶୁଷ୍କ

୩୦

୫୦ – ୧୦୦

ଉପଆର୍ଦ୍ର

୨୦

୧୦୦ – ୧୫୦

ଆର୍ଦ୍ର

୧୧

୧୫୦ – ୨୦୦

ସିକ୍ତ

୨୦୦ ରୁ  ଅଧିକ

ଅତି  ସିକ୍ତ

ବୃଷ୍ଟିପାତର  ସମୟ,  ବଣ୍ଟନ ଓ କୃଷିପଦ୍ଧତି   ଉପରେ  ଜଳସେଚନ  ଆବଶ୍ୟକତା  ନିର୍ଭର  କରିଥାଏ   । ପୃଥିବୀର  କେତେକ  ଅଞ୍ଚଳରେ  ବର୍ଷା   ମୁଖ୍ୟତଃ  ଗ୍ରୀଷ୍ମ  ଋତୁରେ  ଏବଂ  ଆଉ  କେତେକ   ଅଞ୍ଚଳରେ  ଶୀତ   ଋତୁରେ   ହୋଇଥାଏ   । ଏଣୁ  ବର୍ଷା  ନ ହେଉଥିବା  ଋତୁରେ   ଫସଲ  ଉତ୍ପାଦନ   ପାଇଁ  ଜଳସେଚନ  ଉପରେ   ନିର୍ଭର   କରିବାକୁ  ପଡିଥାଏ   । ଓଡିଶାରେ  ବର୍ଷକୁ   ପ୍ରାୟ  ୧୫୦୦ ମି.ମି. ବର୍ଷା  ହୁଏ   ।ତହିଁ  ମଧ୍ୟରୁ   ଶତକଡା  ୮୦ ଭାଗ  ଆଷାଢ – ଶ୍ରାବଣ ଭାଦ୍ରବ – ଆଶ୍ଵିନ   ଏହି  ଚାରିମାସ   ମଧ୍ୟରେ  ହୁଏ   । ଏଣୁ  ଶୀତ ଓ  ଗ୍ରୀଷ୍ମ  ଋତୁରେ   ଫସଲ  ଉତ୍ପାଦନ  ପାଇଁ   ଜଳସେଚନର   ଆଶ୍ରୟ   ନେବାକୁ  ପଡେ   ।

ବୃଷ୍ଟିପାତରେ  ଅନିୟମିତ  ବଣ୍ଟନ  ହେତୁ   ବୃଷ୍ଟିବହୁଳ  ଅଞ୍ଚଳ  ତଥା  ବର୍ଷା   ଋତୁରେ  ମଧ୍ୟ  ଜଳାଭାବ  ସମୟରେ  ଫସଲ  ଉତ୍ପାଦନ  ପାଇଁ   ଜଳସେଚନ  ଉପରେ   ନିର୍ଭର  କରିବାକୁ  ପଡେ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top