ହୋମ / କୃଷି / ଜଳସେଚନ / ବୃଷ୍ଟିପୁଷ୍ଟ ଜମିରେ ନିରବଚ୍ଛିନ୍ନ ବ୍ୟବସାୟିକ ଚାଷ
ସେଆର କରନ୍ତୁ

ବୃଷ୍ଟିପୁଷ୍ଟ ଜମିରେ ନିରବଚ୍ଛିନ୍ନ ବ୍ୟବସାୟିକ ଚାଷ

ବୃଷ୍ଟିପୁଷ୍ଟ ଜମିରେ ବର୍ଷାଜଳର ସୁପରିଚାଳନା କିପରି ଚାଷ କରି ହେବ ସେ ସମ୍ବନ୍ଧିତ ତଥ୍ୟ ।

ବୃଷ୍ଟିପୁଷ୍ଟ ଜମିରେ ବର୍ଷାଜଳର ସୁପରିଚାଳନା

ଆମ ରାଜ୍ୟରେ ଜଳସେଚନର ଯେତିକି ସୁବିଧା ରହିଛି, ନିକଟ ଭବିଷ୍ୟତରେ ତାର ଆଖିଦୃଶିଆ ଉନ୍ନତି ଆଶା କମ । ମହାନଦୀ ଓଡିଶାର ମୁଖ୍ୟ ନଦୀ; କିନ୍ତୁ ଛତିଶଗଡ ସରକାରଙ୍କ ନିଜ ରାଜ୍ୟ ପାଇଁ କୃଷି ଓ ଶିବ ବିକାଶ ନିମନ୍ତେ ମହାନଦୀ ଜଳର ଯତପରୋନାସ୍ତି ବିନିଯୋଗ ଓଡିଶାରେ ଜଳସଂକଟ ସୃଷ୍ଟି କରିବା ଆଶଙ୍କା ବଢାଇ ଦେଇଛି ।

ଧୀରେ ଧୀରେ ପ୍ରାକ ମୌସୁମୀ ଏବଂ ମୌସୁମୀ ପରବର୍ତ୍ତୀ ଋତୁରେ ଜଳସେଚନ ର ଅସୁବିଧା ବଢୁଛି । ତେଣୁ ଆମକୁ ବୃଷ୍ଟିପୁଷ୍ଟ ଜମିରେ ବର୍ଷାଜଳର ସୁପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ଏବଂ ଚାଷୀଭାଇ କିପରି ଅଧିକରୁ ଅଧିକ ଲାଭବାନ ହେବେ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ ।

ଓଡିଶାରେ ବୃଷ୍ଟିପାତ

ଓଡିଶାରେ ବାର୍ଷିକ ହାରାହାରି ୧୪୦୦ ମିମି ବୃଷ୍ଟିପାତ ହେଉଛି । ସମୁଦାୟ ବୃଷ୍ଟିପାତର ପ୍ରାୟ ୭୫ ପ୍ରତିଶତ ସାଜେ ତିନିମାସରେ ସୀମିତ । ଜୁନ ୧୫ ତାରିଖ ବେଳକୁ ଆମ ରାଜ୍ୟରେ ବର୍ଷାଋତୁ ଆରମ୍ଭ ହେଉଛି ଏବଂ ସେପ୍ଟେମ୍ବର ପରେ ହେଉଥିବା ବୃଷ୍ଟି ଆଦୌ ନିର୍ଭରଯୋଗ୍ୟ ନୁହେଁ । ସେହିପରି ବର୍ଷାଋତୁ ମଝିରେ ଲଗାତାର ୧୦-୧୨ ଦିନ ବୃଷ୍ଟିପାତ ନହେଲେ କୃଷିର ପ୍ରଭୂତ କ୍ଷତି ଘଟୁଛି । ଅନାବୃଷ୍ଟି ଯୋଗୁଁ ଆଦ୍ୟ ମୌସୁମୀରେ ଗଜାମରୁଡିଠୁ ଆରମ୍ଭ କରି ଅନ୍ତ ମୌସୁମୀରେ ଅଗାଡି ସୃଷ୍ଟି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହାଳାଇ ଦିଏ । ଏପରି ପରିସ୍ଥିତିରୁ ଚାଷୀଙ୍କୁ ରକ୍ଷା କରିବାକୁ ହେଲେ ଆମକୁ ବୈଜ୍ଞାନିକ ପଦ୍ଧତିରେ ବର୍ଷାଧାର କୃଷିକୁ ପରିଚାଳନା କରିବାକୁ ପଡିବ ।

ଜଳ ବିନା ଜୀବନ ଅଞ୍ଚଳରେ ଫସଲ ଅମଳ

ଆମେ ଜାଣୁ ଜଳ ବିନା ଜୀବନ ଅସମ୍ଭବ । ବିହନର ଅଙ୍କୁରୋଦଗମଠାରୁ  ଆରମ୍ଭକରି ଫସଲ ଅମଳ ପର୍ଯ୍ୟନ୍ତ ଜଳ ଆବଶ୍ୟକ । ଗଛର ଚେର ମାଟିରୁ ଜଳସଂଗ୍ରହ କର ବଜେ । ଯେଉଁଠ ଜଳସେଚନର ସୁବିଧା ନାହିଁ, ସେଠାରେ ବୃଷ୍ଟି ଜଳ ଓ ମୃତ୍ତିକାର ସଂରକ୍ଷଣ ଅତି ଗୁରୁତ୍ୱପୂର୍ଣ୍ଣ । ମୃତ୍ତିକାର ଜଳଧାରଣ ଶକ୍ତି ବୃଦ୍ଧି କରିବା ପାଇଁ ଖରାଟିଆ ଚାଷ, ଗଡାଣିଆ ଜମିରେ ଗଡାଣିର ବିପରୀତ ପାର୍ଶ୍ଵରେ ଶେଷ ଓଡ ଚାଷ ଆଦି ଆବଶ୍ୟକ ଯଦ୍ୱାରା ଅନାବନା ଘାସର ପ୍ରାଦୁର୍ଜାବ କମ ହୁଏ, ଫସଲ ବୃଷ୍ଟିପୁଷ୍ଟ ହୋଇ ବଢିଥାଏ ଏବଂ ଆଶାନୁରୂପ ଅମଳ ଦେଇଥାଏ । ଜଳସଂରକ୍ଷଣ" ନିମନ୍ତେ ଛାଦିକରଣ (ନଡା, ଶୁଖିଲା ପତ୍ର, ପଲିଥିନ ପ୍ରଭୃତି) ଉପାଦେୟ ହୋଇଥାଏ ଏବଂ ବିଭିନ୍ନ ପରୀକ୍ଷାରୁ ଦେଖାଯାଇଛି ଯେ ଏହାଦ୍ଵାରା ଅନାବନା ଘାସ ନିୟନ୍ତ୍ରଣ ହେବାସହ ଅମଳ ବୃଦ୍ଧିପାଏ । ବର୍ଷାଦିନେ ମଝିରେ ମଝିରେ ଫସଲର ଆବଶ୍ୟକତାଠାରୁ ଅଧିକ ବର୍ଷ ହୋଇଥାଏ ଏବଂ ବର୍ଷାଜଳ ମାଟିର ଖତ ଓ ରାସାୟନିକ ସାର ବୋହିନେଇ ନିମ୍ନକୁ ଗାଡିଯାଏ । ଯଦି ଏହି ଉଦବୃତ୍ତ ଜଳକୁ ଜମିର ଏକ ଦଶମାଂଶ ସ୍ଥାନରେ ପୋଖରୀଟିଏ କରି ସଂରକ୍ଷଣ କରାଯାଇପାରିବ ତେବେ ଅନାବୃଷ୍ଟି ସମୟରେ ଜଳସେଚନ କରି ଫସଲକୁ ମରୁଡିରୁ ରକ୍ଷା କରିବା ସହିତ ପୋଖରୀରେ ମାଛ ଚାଷକରି ଅଧିକ ଅର୍ଥ ଉପାର୍ଜନ କରାଯାଇପାରିବ । ପୋଖରୀଟିଏ ପାଖରେ ଥିଲେ। ଅଣୁଜଳସେଚନ ପଦ୍ଧତି ଅନୁସରଣ କରି ବର୍ଷସାରା ଜମିରୁ ଫସଲ ଉତ୍ପାଦନ କରାଯାଇପାରିବ ।

ବୁନ୍ଦା ( ଡ୍ରିପ) ଜଳସେଚନ ପଦ୍ଧତି ଅବଲମ୍ବନ କରି ଆମ୍ବ, କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଡାଳିମ୍ବା, ବରକୋଳି ଆଦି ଫଳ ଚାଷରୁ ଅନ୍ଧ ଜଳ ବିନିମୟରେ ଅଧିକ ଅମଳ କରାଯାଇପାରିବ । ସେହିପରି ତ୍ରିପ (ବୁନ୍ଦା ) ଏବଂ ସ୍ତିଙ୍କଳର (ସିଞ୍ଚନ) ପଦ୍ଧତି ଅବଲମ୍ବନ କରି ପନିପରିବା ଓ ଫୁଲ ଚାଷକରି ଆମ ଚାଷ ଭାଇ ଭାଲବାନ ହୋଇପାରିବେ । ଭାରତରେ ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟର ବୃଷ୍ଟିପାତ ପରିମାଣ ଓଡିଶାର ବୃଷ୍ଟିପାତର ଅଧାରୁ ବି କମ୍ କିନ୍ତୁ ସେଠାରେ ଚାଷୀ ବର୍ଷାଜଳ ସୁବିନିଯୋଗ କରି ଆମଠାରୁ ଅଧିକ ଫସଲ ଉତ୍ପାଦନ କରିପାରୁଛନ୍ତି । ଘର ଛାତରୁ ବୃଷ୍ଟିକଳ ସଂରକ୍ଷଣ କରି ପାକଶାଳ ବଗିଚାରେ ଜଳସେଚନ କରାଯାଇପାରିବ ଏବଂ ଜମିରେ ଉଦବୃତ୍ତ ଜଳକୁ ଛୋଟ ପୋଖରୀରେ ସଂରକ୍ଷଣ କରି ସାମୟିକ ଅନାବୃଦ୍ଧିଜନିତ ଫସଲ କ୍ଷୟକୁ ରୋକାଯାଇପାରିବ ।

ଓଡିଶାର ଅଧିକାଂଶ ସ୍ଥାନରେ ଦେଖାଯାଇଥାଏ ଯେ ଚାଷୀଭାଇ ବର୍ଷାଦିନେ ଢିପଜମିରେ ଧାନଚାଷ କରିଥାନ୍ତି, ଯେଉଁଠି କିଛିଦିନ ପାଇଁ ବର୍ଷା ଛାଡିଗଲେ ବିପୁଳ ଫସଲ ହାନି ହୋଇଥାଏ । ଏପରି ଜମିରେ ଧାନ ବଦଳରେ ମୁଗ, ବିରି, ଚିନାବାଦାମ, ଝୁଡ଼ୁଙ୍ଗ, ହରଡ ଆଦି ଡାଲିଜାତୀୟ ଫସଲ ଚାଷ କଲେ ମାଟିର ଉର୍ବରତା ବଢିଥାଏ । ସାଧାରଣତଃ ଦେଖାଯାଏ ଯେ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳର ଢିପଜମିର ମାଟି ଅମ୍ଳ ରହେ ଏବଂ ମାଟିରେ ଜୈବିକ ଅଙ୍ଗାର, ଯବକ୍ଷାରଜାନ, ଫସଫରସ ଆଦି ଖାଦ୍ୟସାର କମ ରହିଥାଏ । ଏପରି ଜମିରେ ମାଟିର ଉର୍ବରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ । ବିନା ଖତସାରରେ ଏପରି ଜମିରେ ଧାନ, ମକା ଆଦି ଶସ୍ୟଜାତୀୟ ଫସଲ ଚାଷ କଲେ ମାଟିର ଖାଦ୍ୟ ଉତ୍ପାଦନ ଆଶାତୀତ ହ୍ରାସ ପାଏ । ଯାହାକି ଆମ ରାଜ୍ୟର କନ୍ଧମାଳ ପରି ଆଦିବାସୀ ଅଧୁଷିତ ଅଞ୍ଚଳରେ ଦେଖାଯାଏ । ଯଦି ମକା ସହ ହରଡ କିମ୍ବା ଝୁଡ଼ୁଙ୍ଗ ଅନ୍ତଃଫସଲ ରୂପେ ନିଆଯାଏ, ତେବେ ଚାଷୀଭାଇ, ମକା, ଫସଲରୁ ପୂର୍ଣ୍ଣ ଅମଳ ପାଇବା ସହ ଅନ୍ତା ୫ଫସଲ ଅମଳରୁ ବି ଲାଭବାନ ହୋଇଥାନ୍ତି । ଉଦାହରଣସ୍ଵରୂପ ଯଦି ଜଣେ ଚାଷୀ ଦୁଇ ଧାଡି ମକା ସହ ଦୁଇ ଧାଡି ହରଡ (ଏକ ଫୁଟ ଧାଡି ବ୍ୟବଧାନ) ଚାଷ କରେ, ତେବେ ଗୋଟିଏ ଜମିରୁ ଗୋଟିଏ ଋତୁରେ ମକା ଓ ହରଡର ପୂର୍ଣ୍ଣ ଅମଳ ପାଏ; ଅର୍ଥାତ ଗୋଟିଏ ହେକ୍ଟର ଜମିରୁ ଦୁଇ ହେକ୍ଟର ଜମିର ଫସଲ ଅମଳ କରେ । ସେହିପରି ଶସ୍ୟ ଜାତୀୟ ଫସଲ ସହ ଡାଲି କିମ୍ବା ତୈଳବୀଜ ଜାତୀୟ ଫସଲ (ଧାନ+ହରଡ, ମାଣ୍ଟିଆ+ଝୁଡଙ୍ଗ, ହରଡ+ଚିନାବାଦାମ ଆଦି) ଫସଲ ଚାଷ ସହ ଡାଲି କିମ୍ବା ପନିପରିବା ଚାଷ ଫସଲ (ଆମ+ବିରି ନୂତନ ଆମ୍ବ ବଗିଚାରେ) ଆମ୍ବ + ହଳଦୀ ଅଦା ( ପୁରାତନ ଆମ୍ବ ବଗିଚାରେ) ଆମ+ସପୁରି) ଚାଷକରି ମୃତ୍ତିକା ଓ ଜଳର ସୁବିନିଯୋଗ କରାଯାଇପାରିବ ଏବଂ ଚାଷୀ ଲାଭବାନ ହୋଇପାରିବେ ।

ବୃଷ୍ଟିପାତ ଢିପଜମିରେ ଆମେ ଯାହା କିଛି ଫସଲ କିସମ ଚାଷ କରିବା, ତାହାର ମରୁଡି ସହଣି ଶକ୍ତି ରହିବା ଜରୁରୀ କାରଣ ମରୁଡିର ପ୍ରାଦୁର୍ଭାବ ଚିପ ଜମିରେ ସର୍ବାଧିକ । ଅଣଧାନ ଫସଲର ମରୁଡି ସହଣି ଶକ୍ତି ଧାନଠାରୁ ଅଧିକ । ତଥାପି ବିଭିନ୍ନ ଅଣଧାନ ଫସଲର ମରୁଡି ସହଣି ଓ ଅଧିକ ଅମଳକ୍ଷମ କିସମ ବ୍ୟବହାର କଲେ ଚାଷୀ ମରୁଡି ଅନୁଭୂତ ଋତୁରେ ଫସଲ ହାନିରୁ ରକ୍ଷା ପାଇଥାଏ । ଏତଦବ୍ୟତୀତ ଫସଲର ମରୁଡି ସହଣି ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଅବଲମ୍ବନ କରଯାଉଛି ଯାହାକୁ କୃଷି ବୈଜ୍ଞାନିକ କିମ୍ବା କୃଷି ଅଧିକାରୀଙ୍କ ପରାମର୍ଶକ୍ରମେ ଚାଷୀ ପ୍ରୟୋଗ କଲେ ନିଜର ରୋଜଗାର ବଢାଇବା ସହ ରାଜ୍ୟର ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବାରେ ସହାୟକ ହେବ ।

ଆଧାର - ଡଃ ଅଶୋକ ମିଶ୍ର ଉଦ୍ଭିଦ ପ୍ରଜନନ ଓ ଅନୁବଂଶିକୀ ବିଭାଗ ଓୟୁଏଟି, ଭୁବନେଶ୍ଵର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top