ହୋମ / କୃଷି / ଜଳସେଚନ / ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ (ଆଇ.ଡବ୍ଲୁ.ଏମ୍.ପି.)
ସେଆର କରନ୍ତୁ

ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ (ଆଇ.ଡବ୍ଲୁ.ଏମ୍.ପି.)

ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ (ଆଇ.ଡବ୍ଲୁ.ଏମ୍.ପି.) ସମ୍ବନ୍ଧିତ ତଥ୍ୟ ।

ଜଳଛାୟା  କ’ଣ ଓ ମୌଳିକ ଉପାଦାନ

ଜଳଛାୟା  କ’ଣ ?

ଜଳଛାୟା ହେଉଛି  ଏକ ଜିଓ – ଜାଇଡ୍ରୋଲୋଜିକାଲ ୟୁନିଟ ବା ଏକ ଅଞ୍ଚଳ ଯାହାର ଜଳ ଗୋଟିଏ  ପଏଣ୍ଟରେ ନିଷ୍କାସିତ ହୋଇଥାଏ ।

ଜଳଛାୟା ପ୍ରକଳ୍ପର ମୌଳିକ ଉପାଦାନ

ୟୁନିଟ ଅଞ୍ଚଳ ହେଉଛି ନିଷ୍କାସନ ପଏଣ୍ଟ ଚାରିପଟେ ପ୍ରାୟ ୧୦୦୦-୫୦୦୦ ହେକ୍ଟ୍ର । ପ୍ରକଳ୍ପର ଅବଧି ହେଉଛି ୫ ବର୍ଷ ।

ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ (ଆଇ.ଡବ୍ଲୁ.ଏମ୍.ପି.)

ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଲୋକମାନଙ୍କର ଅଂଶଗ୍ରହଣ ଜରିଆରେ ବୃଷ୍ଟିଜଳ ପ୍ଲାବିତ/ପତିତ ଅଞ୍ଚଳର ବିକାଶ କରାଯାଇଥାଏ । ଭୂସଂପଦ ମନ୍ତ୍ରଣାଳୟର କ୍ଷେତ୍ରୀୟ ବିକାଶ କାର୍ଯ୍ୟକ୍ରମ ଯଥା ମରୁଡି ପ୍ରବଣ ଅଞ୍ଚଳ କାର୍ଯ୍ୟକ୍ରମ, ମରୁ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ, ଏବଂ ସମନ୍ଵିତ ଜଳଛାୟା ଅଞ୍ଚଳ କାର୍ଯ୍ୟକ୍ରମ ସବୁକୁ ଏକତ୍ରିତ କରି ଏକକ ପରବର୍ତ୍ତିତ କାର୍ଯ୍ୟକ୍ରମରେ ପରିଣତ କରି ଏହାକୁ ସମନ୍ଵିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମ ନାମକରଣ କରାଯାଇଛି । ଏହା ୨୦୦୯ ଫ୍ରେବୃୟାରୀ ୨୬ ତାରିଖଠାରୁ କାର୍ଯ୍ୟକାରୀ କରାଯାଇଛି । ସମ୍ବଳର ସର୍ବୋଚ୍ଚ ଉପଯୋଗ, ଧାରଣଶୀଳ ଲାଭ ହାସଲ ତଥା ସମନ୍ଵିତ ଯୋଜନା ଲାଗି ଏହି ସବୁ କାର୍ଯ୍ୟକ୍ରମର ଏକତ୍ରିକରଣ କରାଯାଇଛି ।

ଆଇ.ଡବ୍ଲୁ.ଏମ୍.ପି. ଆଭିମୁଖ୍ୟ

ଆଇ.ଡବ୍ଲୁ.ଏମ୍.ପି.ର ଆଭିମୁଖ୍ୟ ସବୁ ହେଲା :-

  • ପତିତ ପ୍ରାକୃତିକ ସଂପଦ ଯଥା – ମୃତ୍ତିକା, ବୃକ୍ଷରାଶି ଓ ଜଳ ଆଦିର ସଂରକ୍ଷଣ ଓ ବିକାଶ ।
  • ପରିବେଶ ସନ୍ତୁଳନ ପୁନରୁଦ୍ଧାର ।
  • ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର ।
  • ମୃତ୍ତିକା ଧୋଇଯିବାକୁ ରୋକିବା ।
  • ବୃଷ୍ଟିଜଳ ଅମଳ ଓ ଭୂତଳ ଜଳ ସ୍ତର ରିଚାର୍ଯ କରିବା
  • ଏକାଧିକ ଚାଷ ପ୍ରଣାଳୀର ପ୍ରବର୍ତ୍ତନ ତଥା କୃଷି ଆଧାରିତ କାର୍ଯ୍ୟର ବିବିଧକରଣ  ।
  • ଧାରଣଶୀଳ ଜୀବନ ଧାରଣ ପ୍ରଣାଳୀର ପ୍ରସାର ।

ଆଇ.ଡବ୍ଲୁ.ଏମ୍.ପି.ର ମୁଖ୍ୟ ଉପାଦାନ

ଆଇ.ଡବ୍ଲୁ.ଏମ୍.ପି.ର ମୁଖ୍ୟ ଉପାଦାନ ସବୁ ନିମ୍ନରେ ପ୍ରଦତ୍ତ ହୋଇଛି : -

  1. ଜୀବନଧାରଣ ପ୍ରଣାଳୀ : ଜୀବନଧାରଣ ପ୍ରଣାଳୀରେ ପଶୁଧନ ପରିଚାଳନାକୁ କେନ୍ଦ୍ରୀୟ ହସ୍ତକ୍ଷେପ ଭାବରେ ସମନ୍ଵିତ କରିବା ତଥା ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଦୁଗ୍ଧ ଜାତ ଉତ୍ପାଦ ସବୁରେ ବିପଣନ।
  2. କ୍ଲଷ୍ଟର ପଦ୍ଧତି : ପ୍ରକଳ୍ପର ହାରାହାରି ଅବୟର ହେଉଛି ୧୦୦୦ ରୁ ୫୦୦୦ ହେକ୍ଟର ଏବଂ ଏଥିରେ ଅନେକ ଅତି କ୍ଷୁଦ୍ର ଜଳଛାୟା ସବୁ ସମ୍ମିଳିତ ହୋଇଥାନ୍ତି । ତେବେ ଫଳପ୍ରଦ ପରିଚାଳନା, ଯୋଜନା ଓ କୃଷି ଉତ୍ପାଦନ ଲାଗି ଯେପରି ଏହାର ଆଖିଦୃଷିଆ ପ୍ରଭାବ  ତଥା ବିପଣନ ଲିଙ୍କେଜ ସକାଶେ ଜଳଛାୟାର ପ୍ରକଳ୍ପ ଅବୟବ ବୃଦ୍ଧି କରାଯାଇଛି ।
  3. ବୈଜ୍ଞାନିକ ପଦ୍ଧତିରେ ଯୋଜନା : ଜଳଛାୟା ଲାଗି ଜି.ଆଇ.ଏସ୍. ଭିତ୍ତିକ ଡାଟା ସବୁରେ ଉପଯୋଗ ରାଜ୍ୟ, ଜିଲ୍ଲା ଓ ଗ୍ରାମ ସ୍ତରରେ କରାଯାଉଛି । ଦୂର ସମ୍ବେଦୀ ଇନପୁଟ ସବୁରେ ଉପଯୋଗ ବିସ୍ତୃତ ପ୍ରକଳ୍ପ ଯୋଜନା, ଡି.ପି.ଆର୍. ପ୍ରସ୍ତୁତି ଓ ମନିଟରିଂ ଲାଗି ଅତି ଉପଯୋଗୀ ପ୍ରମାଣିତ ହେଉଛି ।
  4. ଆନୁଷ୍ଠାନିକ ବ୍ୟବସ୍ଥା : ବହୁ ବିଭାଗୀୟ ବିଶେଷଜ୍ଞମାନଙ୍କୁ ନେଇ ଉତ୍ସର୍ଗୀକୃତ ଆନୁଷ୍ଠାନିକ ବ୍ୟବସ୍ଥା ଜାତୀୟ, ରାଜ୍ୟ, ଜିଲ୍ଲା, ପ୍ରକଳ୍ପ ଓ ଗ୍ରାମ ସ୍ତରରେ ଗଠନ କରାଯାଇଛି ।
  5. କ୍ଷମତା ସୃଷ୍ଟି : କ୍ଷମତା ବିକାଶ ଓ ପ୍ରଶିକ୍ଷଣ ସୁଯୋଗ ଗ୍ରାମବାସୀମାନଙ୍କୁ ଯୋଗାଇ ଦିଆଯିବ ଯଦ୍ୱାରା ସେମାନେ ନେତୃତ୍ଵ ବିକାଶ, ମହିଳା ସଶକ୍ତିକରଣ, ଜୀବନଧାରଣ ଉପଯୋଗୀ କାର୍ଯ୍ୟ ତଥା ପ୍ରାକୃତିକ ସମ୍ବଳ ପରିଚାଳନା ଆଦି କରିପାରିବେ ।
  6. ମୂଲ୍ୟାୟନ : ପ୍ରତ୍ୟେକ ପର୍ଯ୍ୟାୟ ଯଥା ପ୍ରସ୍ତୁତି ପର୍ଯ୍ୟାୟ, କାର୍ଯ୍ୟ ପର୍ଯ୍ୟାୟ ଓ ସୁଦୃଢକରଣ ପର୍ଯ୍ୟାୟ ସଂପନ୍ନ ପରେ ମୂଲ୍ୟାୟନ  ଲାଗି ବ୍ୟବସ୍ଥା ରହିଛି ।

ଜଳଛାୟା ପ୍ରକଳ୍ପ ଅଧିନରେ ମୁଖ୍ୟ କାର୍ଯ୍ୟ

ଜଳଛାୟା ପ୍ରକଳ୍ପ ଅଧିନରେ ମୁଖ୍ୟ କାର୍ଯ୍ୟ ସବୁ ହେଲା :-

  • ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ ଯଥା ଟେରାସିଂ, ବନ୍ଧ ନିର୍ମାଣ, ଟ୍ରେଞ୍ଜ ନିର୍ମାଣ, ଗଛପତ୍ର ଲଗାଇ ବନ୍ଧ ନିର୍ମାଣ ଇତ୍ୟାଦି ।
  • ବହୁ ଉପଯୋଗୀ ଗଛ, ଘାସ, ଚାରଣ   ବୃକ୍ଷ ଆଦି ରୋପଣ କରି ଚାରଣ ଭୂମି ବିକାଶ ।
  • ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାର ।
  • କୃଷି ଭିତ୍ତିକ ଜଙ୍ଗଲ ଓ ଉଦ୍ୟାନ କୃଷିର ପ୍ରସାର ।
  • ଇନ୍ଧନ କାଠ ସଂରକ୍ଷଣ ପଦକ୍ଷେପ ତଥା କାଠ ସ୍ଥାନରେ ଅନ୍ୟ ବିକଳ୍ପର ଇନ୍ଧନ ଲାଗି ଉପଯୋଗ ।
  • ପ୍ରଯୁକ୍ତି ବିଦ୍ୟାର ପ୍ରସାର ଲାଗି ପଦକ୍ଷେପ
  • ଅଂଶଗ୍ରହଣକାରୀ ମାନଙ୍କ ସଚେତନତା ସୃଷ୍ଟି ଲାଗି ପ୍ରଶିକ୍ଷମ ଓ ସଂପ୍ରସାରଣ ପଦକ୍ଷେପ ।
  • ଲୋକମାନଙ୍କ ଅଂଶଗ୍ରହଣ ପ୍ରୋତ୍ସାହିତ କରିବା ।
  • ସଂପଦହୀନ ଲୋକମାନଙ୍କ ପାଇଁ ଜୀବନଧାରଣ କାର୍ଯ୍ୟ ।
  • ଉତ୍ପାଦନ ବ୍ୟବସ୍ଥା ଓ ମାଇକ୍ରୋଉଦ୍ୟୋଗ ।

ନୂତନ ପ୍ରକଳ୍ପ ଚୟନ, ଅବଧି ଓ ପାଣ୍ଠି

  • ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ନୂତନ ପ୍ରକଳ୍ପ ଚୟନ ସମୟରେ ରାଜ୍ୟ ସବୁ କେଉଁ ସବୁ ପ୍ରତି ଧ୍ୟାନ ଦିଅନ୍ତି
  • ନୂତନ ପ୍ରକଳ୍ପ ସବୁ ଚୟନ କଲାବେଳେ ରାଜ୍ୟ ସରକାରମାନେ ନିମ୍ନ ସବୁ  ପ୍ରତି ଧ୍ୟାନ ଦିଅନ୍ତି : -

    ଦାରିଦ୍ର୍ୟ ସୂଚକାଙ୍କ ( ଲୋକସଂଖ୍ୟା ତୁଳନାରେ ଗରିବଙ୍କ ପ୍ରତିଶତ) ତଫସିଲ ଭୁକ୍ତ ଜାତି/ଉପଜାତି ଲୋକ ପ୍ରତିଶତ, ବାସ୍ତବିକ ମଜୁରୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପ୍ରତିଶତ, ଭୂତଳ ଜଳର ସ୍ଥିତି, ଆର୍ଦ୍ରତା ସୂଚକାଙ୍କ/ଡି.ପି.ଏପି./ଡି.ଡି.ପି ବ୍ଲପକ, କୃଷି ଜଳ ପ୍ଲାବିତ ଅଞ୍ଚଳରେ କୃଷିର ସ୍ତର, ପାନୀୟ ଜଳ ଅଭାବର ସ୍ଥିତି, ପତିତ ଜମି, ଜମିର ଉତ୍ପାଦକତା ସ୍ତର, ନିକଟରେ ଜଳଛାୟାର ଅବସ୍ଥିତି, ସମତଳ ଅଞ୍ଚଳରେ କ୍ଲଷ୍ଟର ପଦ୍ଧତି ।

  • ଆଇ.ଡବ୍ଲୁ.ଏମ୍.ପି. ଅଧିନରେ  ପ୍ରକଳ୍ପ ଅବଧି
  • ପ୍ରକଳ୍ପ ଅବଧିକୁ ନମନୀୟ ରଖାଯାଉଛି ଏବଂ ଏହା ୪ ରୁ ୬ ବର୍ଷ ମଧ୍ୟରେ ହୋଇପାରେ ।

  • ପ୍ରକଳ୍ପ ପାଇଁ ମୋଟ ପାଣ୍ଠି
  • ସମତ ଅଞ୍ଚଳରେ ଏକର ପିଛା ୟୁନଟ ବ୍ୟୟ ହେଉଛି ୧୨୦୦୦ଟଙ୍କା ଏବଂ ପାର୍ବତ୍ୟ ଓ କଷ୍ଟସାଧ୍ୟ ଅଞ୍ଚଳ ପାଇଁ ୟୁନିଟ ବ୍ୟୟ ହେଉଛି ହେକ୍ଟର ପିଛା ୧୫୦୦୦ ଟଙ୍କା । ଏହି ଅର୍ଥ ପ୍ରକଳ୍ପ ଅଧିନରେ ଯୋଗାଇ ଦିଆଯାଇଥାଏ । ସୁତରାଂ ୫୦୦୦ ହେକ୍ଟର ବିଶିଷ୍ଟ ଜଳଛାୟା ପ୍ରକଳ୍ପ ଲାଗି ବଜେଟ ହେବ ୬୦୦ ଲକ୍ଷ ଟଙ୍କା ।

ପାଣ୍ଠିର କିସ୍ତି, ପ୍ରାରମ୍ଭିକ ତାରିଖ ଓ ବ୍ୟାଙ୍କ ଆକାଉଣ୍ଟ ଅପରେଟ

  • ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ପାଣ୍ଠି କେତେ କିସ୍ତି
  • ପାଣ୍ଠି ତିନି କିସ୍ତିରେ ୨୦ପ୍ରତିଶତ, ୫୦ ପ୍ରତିଶତ ଓ ୩୦ ପ୍ରତିଶତ ହାରରେ ଯୋଗାଇ ଦିଆଯାଇଥାଏ ।

  • ଜଳଛାୟା ପ୍ରକଳ୍ପ ଲାଗି ପ୍ରାରମ୍ଭିକ ତାରିଖ
  • ପ୍ରକଳ୍ପ ଅନୁମୋଦନ ତାରିଖରୁ ପ୍ରକଳ୍ପର ଆରମ୍ଭ ତାରିଖ ବୋଲି ଧରାଯାଏ ।

  • କିଏ ଜଳଛାୟା ପ୍ରକଳ୍ପ ବ୍ୟାଙ୍କ ଆକାଉଣ୍ଟ ଅପରେଟ କରିଥାନ୍ତି
  • ପାଣ୍ଠି ସାଧାରଣତଃ ଏକ ଜାତୀୟକରଣ ବ୍ୟାଙ୍କରେ ଖୋଲା ଯାଇଥିବା ଯୁଗ୍ମ ଆକାଉଣ୍ଟ ଜରିଆରେ ଅପରେଟ କରାଯାଇଥାଏ । ଏହି ଆକାଉଣ୍ଟକୁ ଜଳଛାୟା ପ୍ରକଳ୍ପ ଆକାଉଣ୍ଟ ବୋଲି କୁହାଯାଏ । ଏହାକୁ ଜଳଛାୟା ସଚିବ ତଥା ଡବ୍ଲୁ . ଡି.ଟି.ର ମନୋନୀତ ବ୍ୟକ୍ତି ଯୁଗ୍ମ ଭାବରେ ଅପରେଟ କରିଥାନ୍ତି ।

ଜଳଛାୟା ପ୍ରକଳ୍ପ ମଞ୍ଜୁର

ଜଳଛାୟାର ବିକାଶ ଲାଗି ଯେଉଁ ପ୍ରକଳ୍ପ ଅଞ୍ଚଳ ହାତକୁ ନିଆଯିବ ତାହା ଜିଲ୍ଲା ପରସପେକ୍ଟିଭ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା  ଦରକାର । ସବୁ ଜିଲ୍ଲା ପରସପେକ୍ଟିଭ ଯୋଜନା ସବୁ ରାଜ୍ୟ ସ୍ତରରେ ଏକତ୍ରିତ କରାଯାଇଥାଏ । ଏସବୁକୁ ନେଇ ରାଜ୍ୟ ପରସପେକ୍ଟିଭ ଓ ଷ୍ଟ୍ରାଟେଜିକ ଯୋଜନା ୧୫ ବର୍ଷ ଲାଗି ପ୍ରସ୍ତୁତ କରାଯାଏ  ଏହାକୁ ୧୧ ଯୋଜନାରୁ ୧୪ ଯୋଜନା ପର୍ଯ୍ୟନ୍ତ ହେବ । ଏଭଳି ଯୋଜନା ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସବୁ ବୃଷ୍ଟି ଜଳପ୍ଲାବିତ ତଥା ପତିତ ଅଞ୍ଚଳ ଜଳଛାୟାର ବିକାଶ କରିବା।

ଏସ୍.ଏଲ୍.ଏନ୍.ଏ. ବୈଠକରେ ପ୍ରାଥମିକ ପ୍ରକଳ୍ପ ରିପୋର୍ଟ ସବୁ ଉପରେ ଆଲୋଚନା କରାଯାଏ ତଥା ଅନୁମୋଦନ ମଧ୍ୟ କରାଯାଏ । ତାପରେ ଅନୁମୋଦିତ ରିପୋର୍ଟ ଗୁଡ଼ିକୁ ଆଇ.ଡବ୍ଲୁ.ଏମ୍.ଏ. ରିଷ୍ଟଅରିଂ କମିଟିର ସମୀକ୍ଷା ଓ ଅନୁମୋଦନ ଲାଗି ଉପସ୍ଥାପନ କରାଯାଏ । ଷ୍ଟିଅରିଂ କମିଟିର ଅନୁମୋଦନ ପରେ ପ୍ରକଳ୍ପ ଗୁଡ଼ିକୁ ଏସ୍.ଏଲ୍.ଏନ୍.ଏ. ଦ୍ଵାରା ମଞ୍ଜୁର କରାଯାଏ ।

ଜଳଛାୟା ବିକାଶ ପାଣ୍ଠି କ’ଣ ?

ଜଳଛାୟା ବିକାଶ ପାଣ୍ଠି ହେଉଛି ଗୋଷ୍ଠୀ ସଂପତ୍ତି ଉପରେ ନିର୍ମିତ ସଂପଦ ତଥା ପ୍ରକଳ୍ପ ସଂପନ୍ନ ହେବା ପରେ ତାହାର ରକ୍ଷାଣବେକ୍ଷଣ ଲାଗି ଉର୍ଦ୍ଧିଷ୍ଟ । ତେବେ ବ୍ୟକ୍ତିଗତ ହିତ ଲାଗି ଉର୍ଦ୍ଧିଷ୍ଟ କାର୍ଯ୍ୟଗୁଡିକ ପାଇଁ ଏହି ପାଣ୍ଠି ଅଧିନରେ ରକ୍ଷଣାବେକ୍ଷଣ / ମରାମତି ଲାଗି ପାଣ୍ଠି ମିଳିବ ନାହିଁ ।

ଜଳଛାୟା ବିକାଶ ପାଣ୍ଠି ଲାଗି ଅର୍ଥ ଯୋଗାଡ

ଯେଉଁ ହିତାଧିକାରୀ ମାନଙ୍କ ଜମି ଉପରେ କାର୍ଯ୍ୟ ସଂପନ୍ନ ହୋଇଛି ସେମାନଙ୍କ ଅବଦାନକୁ ନେଇ ଏହି ପାଣ୍ଠି ଗଠନ କରାଯାଇଥାଏ । ଏହି ଅବଦାନ ରାଶି ହେଉଛି ପ୍ରକଳ୍ପ ବ୍ୟୟର ଅନ୍ୟୂନ ୧୦ ପ୍ରତିଶତ ରାଶି । ତେବେ ତହସିଲ ଭୁକ୍ତ ଜାତି/ଉପଜାତି ଓ ବିପିଏଲ୍ ପରିବାରଙ୍କ କ୍ଷେତ୍ରରେ ଏହା ୫ ପ୍ରତିଶତ ହେବ । ଏହି ଅବଦାନ ମୁଦ୍ରା ବା ସାମଗ୍ରୀ ହୋଇପାରେ । ତେବେ ଅନ୍ୟ ବ୍ୟୟ ସଘନ ଚାଷ ବ୍ୟବସ୍ଥା ଯଥା ଜଳଜୀବ ଚାଷ, ଉଦ୍ୟାନ କୃଷି, ଆଗ୍ରୋ – ଫରେଷ୍ଟ୍ରି, ପଶୁ ପାଳନ ଆଦି ଘରୋଇ ଜମି ଉପରେ ହେଲେ  ଯେଉଁଥିରେ ସିଧାସଳଖ ଲାଭ ବ୍ୟକ୍ତିଗତ ଚାଷୀଙ୍କ ଲାଗି ହୋଇଥାଏ, ସେ ସ୍ଥଳରେ ଅବଦାନ ସାଧାରଣ ବର୍ଗର ଚାଷୀଙ୍କ ଲାଗି ୪୦ ପ୍ରତିଶତ, ତହସିଲ ଭୁକ୍ତି ଜାତି / ଉପଜାତି ହିତାଧିକାରୀଙ୍କ ଲାଗି ୨୦ ପ୍ରତିଶତ ହେବ ।

ଲୋକମାନଙ୍କର  ଭୂମିକା

ଜଳଛାୟା ଲୋକମାନଙ୍କୁ ଜଳଛାୟା ପ୍ରକଳ୍ପ ଯୋଜନା ଓ କାର୍ଯ୍ୟାନ୍ଵୟନ ପାଇଁ ସୁଯୋଗ ଦେଇଥାଏ ।

ଗୋଷ୍ଠୀ ଗଠନ

ସମ ମନୋଭାବ ସଂପନ୍ନ ଲୋକମାନେ ଉପଯୋଗକାରୀ ଗୋଷ୍ଠୀ ବା ଆତ୍ମ ସହାୟତା ଗୋଷ୍ଠୀ ଗଠନ କରିପାରନ୍ତି । ସେମାନେ ଜୀବନଧାରଣ ଯେଉଁ ସଂପଦା ଉପରେ ନିର୍ଭରଶୀଳ ତାହାର ବିକାଶ ଦାୟିତ୍ଵ ତୁଲାଇଥାନ୍ତି ।

ଆତ୍ମ ସହାୟତା ଗୋଷ୍ଠୀ କ’ଣ ? ସେମାନେ ଆଇ.ଡବ୍ଲୁ.ଏମ୍.ପି. ଅଧିନରେ କିଭଳି ଉପକୃତ ହୋଇଥାନ୍ତି ?

ଜଳଛାୟା କମିଟି ସାଧାରଣତଃ ଗରିବ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଚାଷୀ ପରିବାର, ଭୂମି ଓ ସଂପଦହୀନ କୃଷି ଶ୍ରମିକ, ମହିଳା, ତହସିଲ ଭୁକ୍ତ ଜାତି ଓ ଉପଜାତି ଲୋକଙ୍କୁ ନେଇ ଗଠିତ ଆତ୍ମ ସହାୟତା ଗୋଷ୍ଠୀ ସବୁକୁ ନେଇ ଗଠିତ ହୋଇଥାଏ । ଗୋଷ୍ଠୀମାନଙ୍କର ସମାନ ପରିଚୟ ଓ ସ୍ଵାର୍ଥ ଥିବା ଦରକାର  ତଥା ସେମାନେ ଜଳଛାୟା ଉପରେ ନିର୍ଭରଶୀଳ ହୋଇଥିବେ । ପ୍ରତ୍ୟେକ ଆତ୍ମ ସହାୟତା ଗୋଷ୍ଠୀକୁ ରିଭଲଭିଂ ପାଣ୍ଠି ଯୋଗାଇ ଦିଆଯାଇଥାଏ । ଏହି ପାଣ୍ଠି କେତେ ହେବ ତାହା ଭୂ ସଂପଦ ବିଭାଗ ନିର୍ଦ୍ଧାରିତ କରିଥାନ୍ତି ।

କେଉଁମାନେ ଯୋଗ୍ୟ ବିବେଚିତ ହେବେ ?

ଯେଉଁ ମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଳଛାୟା ଉପରେ ନିର୍ଭରଶୀଳ ଥିବେ ସେମାନେ କାର୍ଯ୍ୟକ୍ରମର ହିତାଧିକାରୀ ହେବା ଲାଗି ଯୋଗ୍ୟ ବିବେଚିତ ହେବେ ।

ଏଥିରୁ କ'ଣ ଲାଭ ମିଳେ ?

ଜଳଛାୟା ପ୍ରକଳ୍ପ ଭୂମି, ବୃକ୍ଷରାଶି ଓ ଜଳ ସମ୍ପଦର ବିକାଶ ଓ ସଂରକ୍ଷଣ ଲାଗି ସୁଯୋଗ ଦେଇଥାଏ । ଏହା ମଧ୍ୟ ସଂପଦହୀନ ଲୋକମାନଙ୍କୁ ଜୀବନଧାରଣ ସୁଯୋଗ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟ ଦ୍ଵାରା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଜଳଛାୟା କାର୍ଯ୍ୟ ଜରିଆରେ କର୍ମନିଯୁକ୍ତି ମଧ୍ୟ ଯୋଗାଇଦେଇଥାଏ ।

ଜଳଛାୟା ପ୍ରକଳ୍ପ ଉପରେ ଗୋଷ୍ଠୀ ସଂପ୍ରଦାୟଙ୍କୁ ମାର୍ଗ ଦର୍ଶନ

ଜଣେ ଗ୍ରାମବାସୀଛାୟା, ସଂପର୍କରେ ସବୁ ପ୍ରକାର ଦ୍ଵନ୍ଦ ନିମ୍ନ ମାନଙ୍କଠାରୁ ସୃଷ୍ଟି କରିପାରିବେ –

  • ଜଳଛାୟା କମିଟି, ଗ୍ରାମସଭା ଓ ଗ୍ରାମ ପଞ୍ଚାୟତ ପ୍ରଧାନ
  • ଉପଯୋଗକାରୀ ଗୋଷ୍ଠୀ/ଆତ୍ମ ସହାୟତା ଗୋଷ୍ଠୀର ସଦସ୍ୟମାନଙ୍କୁ ସେମାନଙ୍କ ନେତା ମାର୍ଗ ଦର୍ଶନ କରିଥାନ୍ତି ।
  • ଅଧିକ ସୃଷ୍ଟିକରଣ ପି.ଆଇ.ଏ./ଡଡବ୍ଲୁ.ଡି.ପି. ସଦସ୍ୟ, ପି.ଡି.ଡି.ଆର୍.ଡି.ଏ., ସି.ଇ.ଓ. ଜିଲ୍ଲା  ପରିଷଦ ।

ଅଭିଯୋଗ/ ତୋଷରପାତ ସ୍ଥିତିରେ କାହାକୁ ଯୋଗାଯୋଗ କରିବାକୁ ହେବ ?

ବ୍ୟକ୍ତି ଗ୍ରାମ ପଞ୍ଚାୟତ / ସି.ଇ.ଓ. ଜିଲ୍ଲା ପରିଷଦ / ଜିଲ୍ଲା କଲେକ୍ଟର/ ସିଇଓ, ଏସ୍.ଏଲ୍.ଏନ୍.ଏ/ ରାଜ୍ୟ ସରକାରଙ୍କ ବିଭାଗୀୟ ଶୀର୍ଷ ମନ୍ତ୍ରଣାଳୟର ସଚିବଙ୍କୁ ସାକ୍ଷାତ କରିପାରିବେ । ବ୍ୟକ୍ତି ଯୁଗ୍ମ ସଚିବ, ଭୂ ସଂପଦ ବିଭାଗ, ଭାରତ ସରକାରଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ ।

ଆଇ.ଡବ୍ଲୁ.ଏମ୍.ପି.ରେ ଗ୍ରାମ ପଞ୍ଚାୟତ ଓ  ଏଜେନ୍ସିର ଭୂମିକା

ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଗ୍ରାମ ପଞ୍ଚାୟତମାନଙ୍କୁ ନିମ୍ନ ଭୂମିକା ନିଭାଇବାକୁ ପଡିବ : -

  • ସମୟ ସମୟରେ ଜଳଛାୟା କମିଟିକୁ ସହାୟତା ଓ ପରାମର୍ଶ ଦେବେ ।
  • ଜଳଛାୟା କମିଟି ଓ ଜଳଛାୟା ପ୍ରକଳ୍ପ ସଂଶ୍ଳିଷ୍ଟ ପ୍ରତିଷ୍ଠାନ ମାନଙ୍କର ଆକାଉଣ୍ଟ / ବ୍ୟୟ ରିପୋର୍ଟ ତଦାରଖ କରିବ ।
  • ବିଭିନ୍ନ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କିଭଳି ଜଳଛାୟାରେ ସାମିଲ କରିବାକୁ ହେବ ସେ ସଂପର୍କରେ ଜଳଛାୟା ବିକାଶ ପ୍ରକଳ୍ପ ଅନୁଷ୍ଠାନ ଗୁଡ଼ିକୁ ସହାୟତା ଦେବା ।
  • ଜଳଛାୟା ବିକାଶ ପ୍ରକଳ୍ପ ଅଧିନରେ ସଂପଦା ରେଜିଷ୍ଟାର ପ୍ରସ୍ତୁତ କରିବା ।
  • ଜଳଛାୟା କମିଟିକୁ ଅଫିସ ଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ।
  • ସୃଷ୍ଟି ହେଉଥିବା ସଂପଦା ଉପରେ ଅଧିକାରୀ ଉପଯୋଗୀକାରୀ ଗୋଷ୍ଠୀ/ ଆତ୍ମ ସହାୟତା ଗୋଷ୍ଠୀମାନଙ୍କୁ ଦେବା ।

ଆଇ.ଡବ୍ଲୁ.ଏମ୍.ପି. ଅଧିନରେ କିଏ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି ହୋଇପାରିବେ ?

ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏଜେନ୍ସି ସବୁ ରାଜ୍ୟସ୍ତରୀୟ ନୋଡାଲ୍ ଏଜେନ୍ସି ଦ୍ଵାରା ଚୟିତ ଓ ଅନୁମୋଦିତ ହୋଇଥାନ୍ତି । ଏହି  ଏଜେନ୍ସି ସବୁ ସଂଶ୍ଳିଷ୍ଟ ଲାଇନ ବିଭାଗ, ରାଜ୍ୟ ସରକାରଙ୍କ ଅଧିନସ୍ଥ ସ୍ଵୟଂଶାସିତ ସଂସ୍ଥା, ସରକାରୀ ପ୍ରତିଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ମଧ୍ୟମ ପଞ୍ଚାୟତ, ସ୍ଵେଚ୍ଛାସେବୀ ସଂଗଠନର ସବୁ ହୋଇପାରନ୍ତି ।

ତେବେ ପ୍ରକଳ୍ପ କାର୍ଯ୍ୟାନ୍ଵିୟନ ଏଜେନ୍ସି ସବୁର

  • ଜଳଛାୟା ସଂଶ୍ଳିଷ୍ଟ କାର୍ଯ୍ୟ ଉପରେ ପୂର୍ବ ଅଭିଜ୍ଞତା ଥିବା ଦରକାର ।
  • ଉତ୍ସର୍ଗୀକକୃତ ଜଳଛାୟା ବିକାଶ ଦଳ ଗଠନ ଲାଗି ପ୍ରସ୍ତୁତ ଥିବେ ।

ଆଇ.ଡବ୍ଲୁ.ଏମ୍.ପି.ରୁ ଲାଭାନ୍ଵିତ

ଜଣେ ସାଧାରଣ ବ୍ୟକ୍ତି ଆଇ.ଡବ୍ଲୁ.ଏମ୍.ପି.ରୁ କିଭଳି ଲାଭାନ୍ଵିତ ହୋଇପାରିବେ ?

ଆଇ.ଡବ୍ଲୁ.ଏମ୍.ପି. ଅଧିନରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଚଳିତ ବିଭିନ୍ନ କାର୍ଯ୍ୟରୁ ଲାଭାନ୍ଵିତ ହୋଇଥାନ୍ତି । ଏହିସବୁ କାର୍ଯ୍ୟ ମଧ୍ୟରେ ରହିଛି ସର୍ବସାଧାରଣ ସଂପଦା ଯଥା – ପୋଖରୀ, କୂପ, ଚାରଣଭୂମି, ବଗିଚା ଆଦିର ନିର୍ମାଣ ଓ ରକ୍ଷାଣବେକ୍ଷଣ । ସଂପଦାହୀନ ଲୋକମାନଙ୍କ ଲାଗି ଜୀବନଧାରଣ କାର୍ଯ୍ୟ ସବୁ ହାତକୁ ନିଆଯାଇଥାଏ । ଭୂ ସ୍ଵତ୍ତ୍ଵାଧିକାରୀ ମାନଙ୍କ ପାଇଁ କୃଷି  ଉତ୍ପାଦନ ଓ ମାଇକ୍ରୋଉଦ୍ୟୋଗ କାର୍ଯ୍ୟ ସବୁ ପ୍ରକଳ୍ପ ଅଞ୍ଚଳରେ ହାତକୁ ନିଆଯାଏ । ସାଧାରଣ ଲୋକ ପ୍ରଶିକ୍ଷଣ ହାସଲ ଯଥା – ଏସ୍.ଏଚ୍.ଜିର  ସଦସ୍ୟ ହୋଇ ଆୟ ସୃଷ୍ଟିକାରୀ କାର୍ଯ୍ୟପାଇଁ କ୍ଷମତା ବିକାଶ ଯୋଗୁଁ ଲାଭାନ୍ଵିତ ହୋଇପାରିବେ । ଜଳଛାୟା ପ୍ରକଳ୍ପ ମଧ୍ୟ ଚେକ୍ ଡ୍ୟାମ୍, ଜଳ ଅମଳ ବ୍ୟବସ୍ଥା ନିର୍ମାଣ, ତଥା ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ ଯଥା ବନ୍ଧ ନିର୍ମାଣ, ବନୀକରଣ, ଉଦ୍ୟାନ କୃଷିର ବିକାଶ, ଗୋଚାରା, ଇନ୍ଧନ, କାଠ ଓ ଉଦ୍ୟାନ କୃଷି ଉତ୍ପାଦର ବିକାଶ, ଚାରଣ ଭୂମିର ବିକାଶ, ମହୁମାଛି ଚାଷ, କୁକୁଡା, ଛେଳି ପାଳନ, ମତ୍ସ୍ୟ ଚାଷ ଆଦି ଦ୍ଵାରା ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦେଇଥାଏ ।

ଆଧାର – ଜମିଜମା ସଂପଦ ବିଭାଗ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

2.97222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top